Difference between revisions of "Ubuntu-Linux-on-Virtual-Box/C2/Installing-VirtualBox-on-Ubuntu-Linux-OS/Oriya"

From Script | Spoken-Tutorial
Jump to: navigation, search
 
(No difference)

Latest revision as of 18:04, 25 July 2019

Time
Time
00:01 Ubuntu Linux Operating Sysemରେ VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ, Ubuntu Linux 16.04 Operating Systemରେ VirtualBox ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Ubuntu Linux 16.04 OS
00:25 VirtualBox ଭର୍ସନ୍ 5.2
00:29 gedit text editor
00:32 ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ
00:37 ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି
00:43 VirtualBox କ’ଣ?

VirtualBox ହେଉଛି Virtualization ପାଇଁଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍

00:50 ମୂଳ ମେଶିନ୍, ଯାହା ହେଉଛି ହୋଷ୍ଟ, ସେଥିରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା
00:57 ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ
01:03 ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର
01:11 i3 କିମ୍ୱା ତା’ଠାରୁ ଅଧିକ ପ୍ରୋସେସର୍
01:14 4 GB କିମ୍ୱା ତା’ଠାରୁ ଅଧିକ RAM
01:17 ହାର୍ଡ ଡିସ୍କରେ 50 GB କିମ୍ୱା ଅଧିକର ଖାଲି ସ୍ଥାନ ଏବଂ
01:22 BIOSରେ Virtualization ଏନାବଲ୍ ହୋଇଥିବା ଦରକାର
01:27 VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ
01:32 ମୂଳ ମେଶିନରେ ଯଦି Ubuntu Linux OS ଥାଏ, ତେବେ ତାହା ନିମ୍ନ ମଧ୍ୟରୁ ଯେକୌଣସି ଗୋଟିଏ ଭର୍ସନର ହୋଇଥିବା ଦରକାର:
01:40 Ubuntu Linux 14.04, Ubuntu Linux 16.04 କିମ୍ୱା Ubuntu Linux 18.04
01:50 ଏବେ ଇନଷ୍ଟଲେଶନ୍ ଆରମ୍ଭ କରିବା
01:53 ପ୍ଲେୟାର୍ ତଳେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ କମାଣ୍ଡଗୁଡ଼ିକ ଉପଲବ୍ଧ ଅଛି
02:00 ମୋ ମେଶିନରେ ମୁଁ Gedit Text Editorରେ ଏହି ଫାଇଲ୍ ଖୋଲିଛି
02:05 ଏବଂ ପ୍ରଦର୍ଶନ ସମୟରେ କମାଣ୍ଡଗୁଡ଼ିକୁ କପୀ-ପେଷ୍ଟ୍ କରିବା ପାଇଁ ମୁଁ ଏହି ଫାଇଲର ବ୍ୟବହାର କରିବି
02:11 ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନରେ Virtualization ଏନାବଲ୍ ଅଛି
02:21 ଆସନ୍ତୁ ଦେଖିବା, Virtualization ଏନାବଲ୍ ହୋଇଛି କି ନାହିଁ
02:26 ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
02:35 ଏହି କମାଣ୍ଡକୁ Code Fileରୁ କପୀ କରି ଟର୍ମିନଲରେ ପେଷ୍ଟ୍ କରନ୍ତୁ

ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ

02:43 ଯଦି ଆଉଟପୁଟରେ VMX Flags ଥାଏ, ତେବେ ଏହି କମ୍ପ୍ୟୁଟରରେ Virtualization ଏନାବଲ୍ ଅଛି
02:50 ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ
02:55 ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ
03:02 ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ
03:09 ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ
03:17 ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି
03:21 ପ୍ରଥମେ, ନିମ୍ନ କମାଣ୍ଡ ସାହାଯ୍ୟରେ ଆମେ ମୂଳ ମେଶିନକୁ ଅପଡେଟ୍ କରିବା
03:27 ସେଥିପାଇଁ, ଟର୍ମିନଲରେ ଟାଇପ୍ କରନ୍ତୁ: sudo <ସ୍ପେସ୍> apt-get <ସ୍ପେସ୍> update

ତା’ପରେ Enter ଦାବନ୍ତୁ

03:38 ଆପଣଙ୍କୁ System Password ଲେଖିବାକୁ କୁହାଯାଇପାରେ

ପାସୱର୍ଡ ଟାଇପ୍ କରି Enter ଦାବନ୍ତୁ

03:46 ଏବେଠାରୁ, ଏହି ଇନଷ୍ଟଲେଶନ୍ ସମୟରେ ଯେତେବେଳେ ବି କୁହାଯିବ, System Password ଟାଇପ୍ କରି Enter ଦାବନ୍ତୁ
03:55 ଏହାପରେ ଆସନ୍ତୁ VirtualBoxକୁ ଇନଷ୍ଟଲ୍ କରିବା

ଏବେ ଆମକୁ Ubuntu Source Listରେ VirtualBox Repository ଯୋଡ଼ିବାକୁ ପଡ଼ିବ

04:04 ଏହା କରିବାକୁ ଏହି କମାଣ୍ଡକୁ କପୀ କରି ଟର୍ମିନଲରେ ପେଷ୍ଟ୍ କରନ୍ତୁ

ତା’ପରେ Enter ଦାବନ୍ତୁ

04:11 ଏହାପରେ ଆମକୁ apt Sourceରେ VirtualBox Repository Key ଯୋଡ଼ିବାକୁ ପଡ଼ିବ
04:17 ଏଥିପାଇଁ, ଏହି ଦୁଇଟିଯାକ କମାଣ୍ଡକୁ ଗୋଟିଏ ପରେ ଗୋଟିଏ କରି କପୀ କରନ୍ତୁ

ସେଗୁଡ଼ିକୁ ଟର୍ମିନଲରେ ପେଷ୍ଟ୍ କରି Enter ଦାବନ୍ତୁ

04:32 ଏବେ ଆମକୁ Repository Listକୁ ଅପଡେଟ୍ କରିବାକୁ ହେବ
04:36 ସେଥିପାଇଁ, ଟର୍ମିନଲରେ ଟାଇପ୍ କରନ୍ତୁ sudo <ସ୍ପେସ୍> apt-get <ସ୍ପେସ୍> update

ତା’ପରେ Enter ଦାବନ୍ତୁ

04:50 ତାହାପରେ ଟାଇପ୍ କରନ୍ତୁ: sudo ସ୍ପେସ୍ apt-get ସ୍ପେସ୍ install ସ୍ପେସ୍ virtualbox-5.2

ଏବଂ Enter ଦାବନ୍ତୁ

05:04 ଇନଷ୍ଟଲ୍ କରାଯିବାକୁ ଥିବା ପ୍ୟାକେଜଗୁଡ଼ିକର ଏକ ତାଲିକା, ଇଣ୍ଟର୍ନେଟରୁ ଡାଉନଲୋଡ୍ କରାଯିବାକୁ ଥିବା ଫାଇଲ୍ ସାଇଜ୍ ଏବଂ
05:09 ଇନଷ୍ଟଲେଶନ୍ ପରେ ଡିସ୍କ ସ୍ପେସ୍ ର ବ୍ୟବହାରକୁ ଟର୍ମିନଲ୍ ପ୍ରଦର୍ଶିତ କରିବ
05:17 Do you want to continue? ବୋଲି ପଚରାଗଲେ, Y ଟାଇପ୍ କରି Enter ଦାବିଦିଅନ୍ତୁ
05:23 ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ
05:31 ଇନଷ୍ଟଲେଶନ୍ ଏବେ ସମ୍ପୂର୍ଣ୍ଣ ହେଲା
05:34 ସର୍ଚ୍ଚ ବାର୍ ରେ Virtualbox ଟାଇପ୍ କରନ୍ତୁ
05:42 Oracle VM VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:47 ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ
05:54 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ

ସଂକ୍ଷିପ୍ତରେ -

05:59 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Virtualization ଏନାବଲ୍ ହୋଇଛି କି ନାହିଁ ଦେଖିବା ଏବଂ

Ubuntu Linux 16.04 Osରେ VirtualBoxକୁ ଇନଷ୍ଟଲ୍ କରିବା

06:11 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

06:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି
06:27 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:31 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
06:35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ|

06:47 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Nancyvarkey, Pradeep