Difference between revisions of "Ubuntu-Linux-on-Virtual-Box/C2/Installing-Ubuntu-Linux-OS-in-a-VirtualBox/Oriya"

From Script | Spoken-Tutorial
Jump to: navigation, search
Line 415: Line 415:
 
|-
 
|-
 
| 11:49
 
| 11:49
| ଇନଷ୍ଟଲେଶନ୍ ଆଗକୁ ବଢ଼ାଇବା ପାଇଁ Continue ଉପରେ କ୍ଲିକ୍ କରନ୍ତୁ|
+
| ଇନଷ୍ଟଲେଶନ୍ ଆଗକୁ ବଢ଼ାଇବା ପାଇଁ Continue ଉପରେ କ୍ଲିକ୍ କରନ୍ତୁ
  
 
|-
 
|-

Revision as of 13:18, 8 April 2019

Time
Time
00:01 ଏକ VirtualBoxରେ Ubuntu Linux OS ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, ଏକ Window ମୂଳ ମେଶିନରେ ତିବା ଇର୍ତୁଅଲ୍ଭୋ଼ରେ Ubuntu Linux 16.04 କିପରି ଇନଷ୍ଟଲ୍ କରାଯାଏ, ତାହା ଶିଖିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Windows OS ଭର୍ସନ୍ 10
00:23 VirtualBox ଭର୍ସନ୍ 5.2.18
00:27 Ubuntu Linux 16.04 OS
00:31 ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି
00:36 ଗୋଟିଏ VirtualBox ଭିତରେ ଏକOS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର
00:43 i3 କିମ୍ୱା ତା’ଠାରୁ ଅଧିକ ପ୍ରୋସେସର୍
00:46 4 GB କିମ୍ୱା ତା’ଠାରୁ ଅଧିକ RAM
00:49 ହାର୍ଡ ଡିସ୍କରେ 50 GB କିମ୍ୱା ଅଧିକର ଖାଲି ସ୍ଥାନ ଏବଂ
00:54 BIOSରେ Virtualization ଏନାବଲ୍ ହୋଇଥିବା ଦରକାର
00:58 VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ
01:03 ଇନଷ୍ଟଲ୍ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ପୁଣିଥରେ ଦେଖିନିଅନ୍ତୁ କି, ସିଷ୍ଟମ୍ ପ୍ରକାର ହେଉଛି 32-bit କିମ୍ୱା 64-bit
01:12 About your PC ଟାଇପ୍ କରନ୍ତୁ
01:22 About your PC ଚୟନ କରନ୍ତୁ
01:25 System Typeରେ ଆମେ ଦେଖିପାରିବା ଯେ, ଆମେ Windowsର 32-bit ନା 64-bit ଭର୍ସନ୍ ଚଲାଉଛେ
01:34 ମୋ କ୍ଷେତ୍ରରେ ଏହା ହେଉଛି 64-bit Windows
01:39 ଆପଣଙ୍କ System Type ଉପରେ ଭିତ୍ତି କରି, ନିମ୍ନ ଲିଙ୍କରୁ ଉପଯୁକ୍ତ Ubuntu Linux 16.04 ISO ଡାଉନଲୋଡ୍ କରନ୍ତୁ:

http କୋଲନ୍ ଡବଲ୍ ସ୍ଲାଶ୍ releases ଡଟ୍ ubuntu ଡଟ୍ com ସ୍ଲାଶ୍ 16.04 (http://releases.ubuntu.com/16.04)

01:59 32-bit ପାଇଁ ଏହା ହେବ:

ubuntu ହାଇଫେନ୍ 16.04.5 ହାଇଫେନ୍ desktop ହାଇଫେନ୍ i386 ଡଟ୍ iso

02:12 64-bit ପାଇଁ ଏହା ହେବ:

ubuntu ହାଇଫେନ୍ 16.04.5 ହାଇଫେନ୍ desktop ହାଇଫେନ୍ amd64 ଡଟ୍ iso

02:26 ଯେପରି ପୂର୍ବରୁ ମୁଁ କହିଛି, ମୋ Windows System Type ହେଉଛି 64-bit
02:31 ତେଣୁ, ଏହି ପ୍ରଦର୍ଶନ ପାଇଁ ମୁଁ ubuntu ହାଇଫେନ୍ 16.04.5 ହାଇଫେନ୍ desktop ହାଇଫେନ୍ amd64 ଡଟ୍ iso ଫାଇଲ୍ ଡାଉନଲୋଡ୍ କରିଛି
02:45 ପ୍ରଥମେ ଆମେ, VirtualBox ଭିତରେ ଏକ Virtual Machine କିପରି ତିଆରି କରାଯାଏ, ତାହା ଶିଖିବା
02:52 Desktopରେ, VirtualBox ଆରମ୍ଭ କରିବା ପାଇଁ ତାହାର ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:59 VirtualBox ୱିଣ୍ଡୋର ଉପର ଭାଗରେ, ନୀଳ ରଙ୍ଗରେ ଥିବା New ଆଇକନ୍ ଉପରେ କ୍ଲିକ୍ କରନ୍ତୁ
03:06 ଖୋଲିଥିବା Create Virtual Machineରେ ଆମେ, Name and Operating System ଦେଖିପାରିବା
03:14 Name ଟେକ୍ସଟ୍ ବକ୍ସରେ, ଆପଣ ଚାହୁଁଥିବା ନାମ ଟାଇପ୍ କରନ୍ତୁ

ମୁଁ Ubuntu ଟାଇପ୍ କରିବି

03:22 ତା’ପରେ Type ଡ୍ରପ୍-ଡାଉନରୁ Linux ଚୟନ କରନ୍ତୁ
03:27 Version ଡ୍ରପ୍-ଡାଉନରୁ ମୁଁ, Ubuntu (64-bit) ଚୟନ କରିବି
03:33 ଯଦି ଆପଣଙ୍କର ମୂଳ ମେଶିନ୍ 32-bitର ହୋଇଥାଏ, ତେବେ ଡ୍ରପ୍-ଡାଉନରୁ Ubuntu (32-bit) ଚୟନ କରନ୍ତୁ
03:40 ଏବଂ, ତା’ପରେ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
03:44 ପରବର୍ତ୍ତୀ ପୃଷ୍ଠା ହେଉଛି, Memory Size

ଏଠାରେ ଆମେ, Virtual Machine ପାଇଁ RAMର ସାଇଜ୍ ଆଲୋକେଟ୍ କରିବା

03:52 RAM ପାଇଁ ସାଇଜ୍ ଆଲୋକେଟ୍ କରିବାକୁ ସ୍ଲାଇଡର୍ କିମ୍ୱା ଟେକ୍ସଟ୍-ବକ୍ସ ବ୍ୟବହାର କରନ୍ତୁ
03:58 ଯେହେତୁ ୟୁନିଟ୍ MB କହୁଛି, ତେଣୁ ମୁଁ ଟେକ୍ସଟ୍-ବକ୍ସରେ 4048 ଟାଇପ୍ କରିବି
04:05 ଏହା, ଏହି Virtual Machineକୁ RAMର 4 GB ଆଲୋକେଟ୍ କରିବ
04:11 ଯଦି ମୂଳ ମେଶିନର ସିଷ୍ଟମ୍ ମେମୋରୀ କେବଳ 4 GB ଥିବ, ତେବେ Virtual Machine ପାଇଁ 2 GB ଆଲୋକେଟ୍ କରନ୍ତୁ
04:19 ଏବେ, ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:24 ହାର୍ଡ ଡିସ୍କ ପୃଷ୍ଠାରେ, ଆମେ କେଉଁ ପ୍ରକାରର Virtual Hard Disk ବ୍ୟବହାର କରିବାକୁ ଯାଉଛେ, ତାହାର ନିଷ୍ପତ୍ତି ନେବାକୁ ହେବ
04:32 ତେଣୁ ମୁଁ, Create a Virtual Hard Disk Now ଚୟନ କରିବି
04:39 ଏହି ଅପ୍ସନ୍ ଆପଣଙ୍କ ପାଇଁ ଡିଫଲ୍ଟ ଭାବେ ଚୟନ ହୋଇଥାଇପାରେ
04:44 ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:48 Hard Disk File Typeରେ VDI (Virtual Disk Image) ଚୟନ କରନ୍ତୁ
ଏବଂ, ତା’ପରେ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:59 ପରବର୍ତ୍ତୀ ପୃଷ୍ଠା Storage on physical Hard Diskରେ, ଆମର Hard Disk Storage କେତେ ରହିବ, ତାହାର ନିଷ୍ପତ୍ତି ଆମକୁ ନେବାକୁ ହେବ

ଏଠାରେ ଦୁଇଟି ଅପ୍ସନ୍ ଅଛି

05:11 ବ୍ୟବହାର ଉପରେ ଭିତ୍ତି କରି Dynamically Allocated ଅପ୍ସନ୍ Hard Disk Storageକୁ ବିସ୍ତାରିତ କରିବ
05:19 ଆମେ କହିଥିବା ସାଇଜ୍ କୁ Fixed Size ଆଲୋକେଟ୍ କରିବ

ମୁଁ Fixed Size ଚୟନ କରିବି

05:27 ଏବେ, ଆଗକୁ ବଢ଼ିବା ପାଇଁ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:31 ପରବର୍ତ୍ତୀ ପୃଷ୍ଠା File Location and Sizeର କାମ ହେଉଛି ହାର୍ଡ ଡିସ୍କ ସାଇଜ୍ ଆଲୋକେଟ୍ କରିବା
05:38 ଏଠାରେ ଆପଣ Ubuntu ନାମ ଦେଖିପାରିବେ, ଯାହା ଆମେ ପୂର୍ବରୁ ଦେଇଥିଲେ
05:44 ଡାହାଣପଟେ ଆମେ ଏକ ଫୋଲ୍ଡର୍ ଆଇକନ୍ ଦେଖିପାରିବା
05:48 ଯଦି ଆପଣ ଏହି Virtual Disk Imageକୁ ଅନ୍ୟ କୌଣସି ସ୍ଥାନରେ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ଆଇକନ୍ ଉପରେ କ୍ଲିକ୍ କରି ଆଗକୁ ବଢ଼ନ୍ତୁ

ଏହି ପ୍ରଦର୍ଶନ ପାଇଁ ମୁଁ ଏହି ଭାଗକୁ ଛାଡ଼ିଦେଉଛି

06:02 ଏହାପରେ Hard Disk Size ଆଲୋକେଟ୍ କରିବା ପାଇଁ ସ୍ଲାଇଡର୍ କିମ୍ୱା ଟେକ୍ସଟ୍-ବକ୍ସର ବ୍ୟବହାର କରନ୍ତୁ
06:09 ସୁପାରିସକୃତ ସାଇଜ୍ ହେଉଛି 10 GB, କିନ୍ତୁ ମୁଁ ଏହାକୁ 20 Gbକୁ ବଦଳାଇବି
06:16 ତାହାପରେ, ତଳେ ଥିବା Create ବଟନ୍ ଉପରେ କ୍ଲିକ୍ କରନ୍ତୁ
06:20 ଏପର୍ଯ୍ୟନ୍ତ ଆମେ ଯାହା ବିବରଣୀ ଦେଇଛେ, ତାହାକୁ ନେଇ ଏହା ଏକ ନୂଆ Virtual Machine Base ତିଆରି କରିବ

ତିଆରି କରିବା ପାଇଁ ଏହା କିଛି ସମୟ ନେଇପାରେ

06:31 ଥରେ ଏହି Virtual Machine ତିଆରି ହୋଇଯିବା ପରେ, ଆମେ ଏହାକୁ ବାମପଟେ ଦେଖିପାରିବା
06:37 ଏହା ହେଉଛି Virtual Machine, Ubuntu, ଯାହାକୁ ଆମେ ଏବେ ତିଆରି କରିଛେ
06:42 ଏହା ସୂଚିତ କରେ କି, ଆମେ ସଫଳତାପୂର୍ବକ Virtual Machine, ଅର୍ଥାତ୍ VM ତିଆରି କରିଦେଇଛେ
06:49 ଏହାପରେ ଆସନ୍ତୁ, ଏଥିରେ Ubuntu Linux 16.04 ଇନଷ୍ଟଲ୍ କରିବା
06:55 ଡିଫଲ୍ଟ ଭାବରେ Virtual Machineଟି Poer Off ମୋଡ୍ ରେ ଥାଏ
07:00 Virtual Machine, Ubuntu ଚୟନ କରନ୍ତୁ

ତାହାପରେ, ଉପରେ, ସବୁଜ ରଙ୍ଗର ତୀର ଥିବା Start ବଟନ୍ କ୍ଲିକ୍ କରନ୍ତୁ

07:09 ଏକ ନୂଆ ୱିଣ୍ଡୋ ପପ୍-ଅପ୍ ହେବ ଏବଂ ଏକ Virtual Optical Disk File କିମ୍ୱା ଏକ Physical Optical Drive ଚୟନ କରିବାକୁ କହିବ

ଫୋଲ୍ଡର୍ ଆଇକନ୍ ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ

07:22 ଏବେ, ବ୍ରାଉଜ୍ କରି ଆମେ ପୂର୍ବରୁ ଡାଉନଲୋଡ୍ କରିଥିବା ubuntu ହାଇଫେନ୍ 16.04.5 ହାଇଫେନ୍ desktop ହାଇଫେନ୍ amd64.iso ଫାଇଲ୍ ଚୟନ କରନ୍ତୁ
07:37 ଏବଂ, ତଳେ ଥିବା Open ବଟନ୍ ଉପରେ କ୍ଲିକ୍ କରନ୍ତୁ
07:41 ଏବେ ଆମକୁ ପୁଣିଥରେ ପୂର୍ବବର୍ତ୍ତୀ ସ୍କ୍ରୀନ୍ କୁ ପଠାଇଦିଆଯିବ

ଧ୍ୟାନ ଦିଅନ୍ତୁ ଯେ, ubuntu ହାଇଫେନ୍ 16.04.5 ହାଇଫେନ୍ desktop ହାଇଫେନ୍ amd64.iso ଏବେ ଚୟନ ହୋଇଯାଇଛି

07:56 ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ ତଳେ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ
08:02 ଆପଣ ଏଠାରେ ଦେଖିପାରିବେ ଯେ, Ubuntu Linux ଲୋଡ୍ ହେଉଛି
08:07 ଆମେ ଦେଖୁଥିବା ପ୍ରଥମ ସ୍କ୍ରୀନ୍ ରେ ତିନୋଟି ଅପ୍ସନ୍ ଅଛି
08:11 ବାମପଟେ, ଭାଷାଗୁଡ଼ିକର ତାଲିକା ଅଛି

ନିଜ ପସନ୍ଦର ଭାଷା ଚୟନ କରନ୍ତୁ

08:18 ଆମେ ଏହାକୁ ସେହିପରି ଛାଡ଼ିଦେବା
08:25 ମଝିରେ ଦୁଇଟି ଅପ୍ସନ୍ ଅଛି - Try Ubuntu ଆଉ Install Ubuntu
08:31 ଇନଷ୍ଟଲ୍ କରିବା ପୂର୍ବରୁ ଯଦି ଆପଣ Ubuntuକୁ ପରଖିବାକୁ ଚାହୁଁଛନ୍ତି, ତେବେ Try Ubuntu ଉପରେ କ୍ଲିକ୍ କରନ୍ତୁ
08:38 ଅନ୍ୟଥା, Install Ubuntu ଉପରେ କ୍ଲିକ୍ କରନ୍ତୁ

ମୁଁ Install Ubuntu ଉପରେ କ୍ଲିକ୍ କରିବି

08:47 ପରବର୍ତ୍ତୀ ପୃଷ୍ଠାରେ ଦୁଇଟି ଅପ୍ସନ୍ ଅଛି -

ଇନଷ୍ଟଲେଶନ୍ ସମୟରେ Downloading update while installing Ubuntu ଏବଂ, Installing some third-party software

09:00 ମୁଁ ଏହାକୁ ଛାଡ଼ିଦେବି ଏବଂ ତଳେ ଥିବା Continue ବଟନ୍ ଉପରେ କ୍ଲିକ୍ କରିବି
09:05 Ubuntu Linux ଇନଷ୍ଟଲେଶନ୍ ସମୟରେ ତୃତୀୟ ପୃଷ୍ଠା ହେଉଛି ମହତ୍ତ୍ୱପୂର୍ଣ୍ଣ ପଦାଙ୍କ

Ubuntu Linuxକୁ କେଉଁଠାରେ ଇନଷ୍ଟଲ୍ କରିବା, ତାହାର ନିଷ୍ପତ୍ତି ଆମକୁ ଏଠାରେ ହିଁ କରିବାକୁ ପଡ଼ିଥାଏ

09:18 Something else

VirtulBox ବିନା ଯଦି ଆମେ ସିଧା-ସଳଖ ଆମ ମେଶିନରେ Ubuntu ଇନଷ୍ଟଲ୍ କରୁଛେ, ତେବେ ସେଥିପାଇଁ ଏହା ହେଉଛି ଭଲ ଅପ୍ସନ୍

09:28 ଏହି ଅପ୍ସନ୍ ସାହାଯ୍ୟରେ ଆମ ମୂଳ ମେଶିନରେ ଆମେ Dual Boot OS ରଖିପାରିବା
09:34 ଯେହେତୁ ମୁଁ ଏକ VirtualBox ଉପରେ କାମ କରୁଛି, ତେଣୁ ମୁଁ Erase Disk and Install Ubuntu ଚୟନ କରିବି
09:41 ଏହି ଅପ୍ସନ୍, ସମଗ୍ର Virtual Hard Diskକୁ ଖାଲି କରିଦେବ ଏବଂ ଗୋଟିଏ ସିଙ୍ଗଲ୍ ପାର୍ଟିଶନ୍ ଭାବରେ Ubuntu OS ଇନଷ୍ଟଲ୍ କରିଦେବ
09:49 ତାହାପରେ, ତଳେ ଥିବା Install Now ବଟନ୍ ଉପରେ କ୍ଲିକ୍ କରନ୍ତୁ
09:53 Write the changes to the disks? ଲେଖାଥିବା ଏକ ପପ୍-ଅପ୍ ୱିଣ୍ଡୋ ଖୋଲିବ
09:59 ଏଠାରେ, Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
10:03 ତାହାପରେ Where are You? ପୃଷ୍ଠା ଆସିଥାଏ

ମୁଁ ଭାରତରେ ଅଛି, ତେଣୁ ମୁଁ India କ୍ଲିକ୍ କରିବି

10:11 ତଳେ ଥିବା ଟେକ୍ସଟ୍-ବକ୍ସରେ Kolkata ଲେଖାଅଛି

ଆମ ଚୟନ ଅନୁସାରେ, ଏହା ଟାଇମ୍ ଜୋନ୍ ସେଟ୍ କରିବ

10:21 ତଳେ ଥିବା Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
10:24 ବର୍ତ୍ତମାନ ଆମେ, ନିଜର Keyboard Layout ଚୟନ କରିବା
10:28 ଡିଫଲ୍ଟ ଭାବରେ, ଉଭୟ ପାର୍ଶ୍ୱରେ English (US) ଚୟନ ହୋଇଥିବ
10:34 ଯଦି ଆପଣ ଭାଷା ବଦଳାଇବାକୁ ଚାହୁଁଛନ୍ତି, ତେବେ ନିଜ ଇଚ୍ଛାର ଅପ୍ସନ୍ ଚୟନ କରନ୍ତୁ

ମୁଁ English (US) ସହିତ ଆଗକୁ ବଢ଼ିବି|

10:42 ତଳେ ଥିବା Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
10:46 ଲଗ୍-ଇନ୍ ବିବରଣୀ ପ୍ରଦାନ କରିବା ହେଉଛି ଶେଷ ପଦାଙ୍କ

Your Name ସ୍ଥାନରେ ମୁଁ Spoken ଲେଖିବି

10:55 ତୁରନ୍ତ ହିଁ, ଆମେ ଦେଇଥିବା ଇନପୁଟ୍ ଆଧାରରେ Computer’s Name ଏବଂ Pick a Username ସ୍ଥାନ ପୂରଣ ହୋଇଯିବ

ଯଦି ଆପଣ ଚାହାନ୍ତି, ତେବେ ଏଗୁଡ଼ିକୁ ବଦଳାଇପାରିବେ

11:07 ତାହାପରେ, Choose a Passwordd ଟେକ୍ସଟ୍-ବକ୍ସରେ ନିଜ Ubuntu Linux OS ପାଇଁ ପାସୱର୍ଡ୍ ଟାଇପ୍ କରନ୍ତୁ

ମୁଁ spoken ଟାଇପ୍ କରିବି|

11:18 Confirm Your Password ଟେକ୍ସଟ୍-ବକ୍ସରେ, ସେହି ପାସୱର୍ଡ୍ ରିଟାଇପ୍ କରନ୍ତୁ
11:24 ଦୟାକରି ଏହି ପାସୱର୍ଡ୍ କୁ ଲେଖି ରଖନ୍ତୁ, ଯେହେତୁ ଏହା ଏହି Ubuntu Linux OS ପାଇଁ Admin Password ଅଟେ
11:32 ପାସୱର୍ଡ୍ ଟେକ୍ସଟ୍-ବକ୍ସ ତଳେ, କିଛି ଅଧିକ ଅପ୍ସନ୍ ଅଛି

ମୁଁ Require my password to login ଚୟନ କରିବି

11:42 ପତ୍ୟେକ ଥର ଲଗ୍-ଇନ୍ କରିବାବେଳେ ପାସୱର୍ଡ୍ ଦେବାକୁ ଏହା ବାଧ୍ୟ କରିବ
11:49 ଇନଷ୍ଟଲେଶନ୍ ଆଗକୁ ବଢ଼ାଇବା ପାଇଁ Continue ଉପରେ କ୍ଲିକ୍ କରନ୍ତୁ
11:53 ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାପାଇଁ କିଛି ସମୟ ଲାଗିପାରେ
11:58 ଥରେ ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଯିବା ପରେ, Installation Complete ଡାୟଲଗ୍ ବକ୍ସ ଦେଖାଦେବ
12:06 ସେହି ଡାୟଲଗ୍ ବକ୍ସରେ ଥିବା Restart Now ବଟନ୍ ଉପରେ କ୍ଲିକ୍ କରନ୍ତୁ
12:11

ଇନଷ୍ଟଲେଶନ୍ ମାଧ୍ୟମକୁ କାଢ଼ିଦେବା ପାଇଁ Enter ଦାବିବାକୁ ଏହା ଆମକୁ କହିବ

12:20 ଉଦାହରଣସ୍ୱରୂପ: CD/USB Stick ଆଦି

କୀ’ବୋର୍ଡରେ Enter ଦାବନ୍ତୁ

12:28 Virtual Machine ଆରମ୍ଭ ହୋଇ ଆମକୁ ଲଗ୍-ଇନ୍ ପୃଷ୍ଠାକୁ ନେଇଯିବ
12:34 ଇନଷ୍ଟଲେଶନ୍ ସମୟରେ ଦିଆଯାଇଥିବା ବିବରଣୀ ଦେଇ ଲଗ୍-ଇନ୍ କରନ୍ତୁ
12:39

ଏହା ସୂଚିତ କରେ ଯେ, ଆମେ ସଫଳତାପୂର୍ବକ ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ କରିଛେ

12:49 Ubuntuକୁ ବନ୍ଦ କରିବା ପାଇଁ, ଉପର ଡାହାଣପଟ କୋଣରେ ଥିବା Power Icon ଉପରେ କ୍ଲିକ୍ କରନ୍ତୁ,

ଆଉ Shut Down ଅପ୍ସନ୍ ଚୟନ କରନ୍ତୁ

12:58 ଦେଖାଦେଇଥିବା ପପ୍-ଅପ୍ ରେ ବଡ଼ Shut Down ବଟନ୍ ଉପରେ କ୍ଲିକ୍ କରନ୍ତୁ
13:04 ତୁରନ୍ତ ହିଁ, Ubuntu ୱିଣ୍ଡୋ ବନ୍ଦ ହୋଇଯିବ ଏବଂ ଆମେ VirtualBox Managerକୁ ଫେରିଆସିବା
13:11 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ

ସଂକ୍ଷିପ୍ତରେ -

13:16 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଗୋଟିଏ VirtualBoxରେ ଏକ Virtual Machine ତିଆରି କରିବା,
13:24 Virtual Machineରେ Ubuntu Linux 16.04 ଇନଷ୍ଟଲ୍ କରିବା
13:30 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

13:38 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

13:50 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
13:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

14:06 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Nancyvarkey, Pradeep