PHP-and-MySQL/C2/XAMPP-in-Linux/Oriya

From Script | Spoken-Tutorial
Revision as of 17:30, 13 July 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, XAMPP Installation on Linux ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Linuxରେ କିପରି XAMPPକୁ ଇନଷ୍ଟଲ୍ କରିବା ଗୋଟିଏ php ଫାଇଲକୁ କିପରି ସୃଷ୍ଟି ତଥା ରନ୍ କରିବା

00:18 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux OS 14.04 FireFox ୱେବ୍ ବ୍ରାଉଜର୍ ଏବଂ Gedit ଟେକ୍ସଟ ଏଡିଟର୍

00:32 XAMPPକୁ ଇନଷ୍ଟଲ୍ କରିବା ପାଇଁ ଆପଣଙ୍କର ଗୋଟିଏ କାର୍ଯ୍ୟକାରୀ Internet ସଂଯୋଗ ତଥା ଆପଣଙ୍କ କମ୍ପ୍ୟୁଟରକୁ Adminର ଆକ୍ସେସ୍ ଥିବା ଆବଶ୍ୟକ
00:41 ଆପଣଙ୍କର Linux କମାଣ୍ଡଗୁଡିକ ଉପରେ ମଧ୍ୟ ମୌଳିକ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ ତେବେ ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକ ପାଇଁ ଦୟାକରି ଆମ ୱେବସାଇଟକୁ ଯା’ନ୍ତୁ
00:52 XAMPP ଗୋଟିଏ ଫ୍ରୀ ଏବଂ Open source ୱେବ୍ ସର୍ଭର୍ ପ୍ୟାକେଜ୍ ଅଟେ
00:58 Apache HTTP Server, MySQL database, PHP ଓ Perlରେ ଲେଖାଯାଇଥିବା ସ୍କ୍ରିପ୍ଟ ପାଇଁ Interpretersକୁ ନେଇ XAMPP ଗଠିତ
01:12 XAMPPକୁ ଇନଷ୍ଟଲ୍ କରିବା ସହଜ ଅଟେ. ଏହା GNU/Linux, Mac, Windows ଓ Solaris ଅପରେଟିଙ୍ଗ ସିଷ୍ଟମ୍ ପାଇଁ ଉପଲବ୍ଧ ଅଛି
01:23 Linux ପାଇଁ XAMPP ଡାଉନଲୋଡ୍ କରନ୍ତୁ
01:27 ଆପଣଙ୍କ ମେସିନରେ ୱେବ୍ ବ୍ରାଉଜରକୁ ଖୋଲନ୍ତୁ
01:31 Address barରେ https://www.apachefriends.org/download.html ଟାଇପ୍ କରିବା ସହିତ Enter ଦାବନ୍ତୁ
01:44 ପେଜକୁ ତଳକୁ ସ୍କ୍ରୋଲ୍ କରନ୍ତୁ
01:47 ସମସ୍ତ ଅପରେଟିଙ୍ଗ ସିଷ୍ଟମ୍ ପାଇଁ XAMPP, ଏଠାରେ ଡାଉନଲୋଡ୍ ହେବା ସକାଶେ ଉପଲବ୍ଧ ଅଛି
01:53 XAMPP for Linux ବିଭାଗକୁ ଯା’ନ୍ତୁ. ଆପଣ Xamppର ଅଦ୍ୟତନ ଭର୍ସନକୁ ଦେଖିପାରିବେ
02:01 ମୋ’ ସିଷ୍ଟମରେ ଗୋଟିଏ 64bit OS ଅଛି. ତେଣୁ PHP 5.5.19 ଭର୍ସନ୍ ଅଧୀନସ୍ଥ
02:11 Download (64 bit)କୁ ଚୟନ କରନ୍ତୁ
02:15 ଡାଉନଲୋଡ୍ ଆରମ୍ଭ ହେବ
02:18 ମୁଁ ଏହି ଫାଇଲକୁ ମୋ’ର Downloads ଫୋଲ୍ଡର୍ ମଧ୍ୟରେ ଡାଉନଲୋଡ୍ କରିସାରିଛି
02:24 ତେଣୁ ଡାଉନଲୋଡ୍ ସୋପାନକୁ ଛାଡିଦିଅନ୍ତୁ
02:28 ବର୍ତ୍ତମାନ terminalକୁ ଖୋଲନ୍ତୁ
02:31 terminalରେ କମାଣ୍ଡ, cd space Downloads ଟାଇପ୍ କରିବା ସହିତ Enter ଦାବନ୍ତୁ
02:40 ଏହା ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ Downloadsରେ ପରିବର୍ତ୍ତନ କରିଦେବ
02:46 ବର୍ତ୍ତମାନ କମାଣ୍ଡ ls ଟାଇପ୍ କରିବା ସହିତ Enter ଦାବନ୍ତୁ
02:51 ଏହା Downloads ଫୋଲ୍ଡରର କଣ୍ଟେଣ୍ଟଗୁଡିକୁ ପ୍ରଦର୍ଶନ କରିବ
02:56 ଏଠାରେ ଆମର XAMPP ଇନଷ୍ଟଲେଶନ୍ ଫାଇଲ୍ ଅଛି
03:00 ଫାଇଲକୁ ନିଷ୍ପାଦନ ହେବା ପାଇଁ ଅନୁମତି ଦିଅନ୍ତୁ
03:04 ଯାହାଦ୍ଵାରା ଏହି ଫାଇଲକୁ ରନ୍ କରାଯାଇପାରିବ. ଟାଇପ୍ କରନ୍ତୁ: chmod ସ୍ପେସ୍ +x ସ୍ପେସ୍ filename ଏବଂ Enter ଦାବନ୍ତୁ
03:18 ବର୍ତ୍ତମାନ ଫାଇଲକୁ ରନ୍ କରିବା ପାଇଁ ଟାଇପ୍ କରନ୍ତୁ: sudo ସ୍ପେସ୍ ଡଟ୍ ସ୍ଲାଶ୍ (./) filename ଏବଂ Enter ଦାବନ୍ତୁ
03:29 ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ
03:34 Setup wizard ଡାଇଲଗ୍ ବକ୍ସ ଖୋଲିଯିବ
03:38 ଯେତେବେଳେ ଆବଶ୍ୟକ Next ବଟନରେ କ୍ଲିକ୍ କରନ୍ତୁ ଏବଂ ଇନଷ୍ଟଲେଶନ୍ ପାଇଁ ପ୍ରଦର୍ଶୀତ ହୋଇଥିବା ସୋପାନଗୁଡିକର ଅନୁସରଣ କରନ୍ତୁ
03:46 Learn more about Bitnami for XAMPP ଚେକ୍ ବକ୍ସକୁ, ଅନଚେକ୍ କରନ୍ତୁ
03:52 Next ଉପରେ କ୍ଲିକ୍ କରନ୍ତୁ
03:54 ଥରେ ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେଲା ପରେ Launch XAMPP ଚେକ୍ ବକ୍ସକୁ ଅନଚେକ୍ କରିବା ସହିତ Finishରେ କ୍ଲିକ୍ କରନ୍ତୁ
04:04 ଏହି ଇନଷ୍ଟଲେଶନ୍ ସିଷ୍ଟମର opt ଫୋଲ୍ଡରରେ lampp ଫୋଲ୍ଡରକୁ ସୃଷ୍ଟି କରିବ
04:12 ସେଠାକୁ ଯିବା ସହିତ ଚାଲନ୍ତୁ ଦେଖିବା
04:15 ବାମପଟେ ଥିବା launcherସ୍ଥିତ Files ଫୋଲ୍ଡର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:21 ବାମପଟ ପ୍ୟାନେଲସ୍ଥିତ Devices ବିଭାଗ ଅଧୀନରେ ଥିବା Computer ଉପରେ କ୍ଲିକ୍ କରନ୍ତୁ
04:29 ଆପଣ ସିଷ୍ଟମ୍ ଫାଇଲଗୁଡିକୁ ଦେଖିପାରିବେ. ଏହାକୁ ଖୋଲିବା ପାଇଁ opt ଫୋଲ୍ଡର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
04:38 ଏଠାରେ ଏହା lampp ଫୋଲ୍ଡର୍ ଅଟେ. ଫୋଲ୍ଡରକୁ ଖୋଲନ୍ତୁ
04:44 ଏଠାରେ ଆମେ ଅନେକ ସବ୍-ଫୋଲ୍ଡର୍ ଥିବା ଦେଖିପାରିବା
04:48 htdocs ନାମକ ଫୋଲ୍ଡରକୁ ଚିହ୍ନଟ କରନ୍ତୁ
04:53 ଏହା ଆମର Web server Appache's root directory ଅଟେ
04:58 ଏହାକୁ ରନ୍ କରିବା ସକାଶେ ଏହି ଫୋଲ୍ଡର୍ ମଧ୍ୟରେ ଥିବା PHP କୋଡ୍ ଫାଇଲକୁ save କରନ୍ତୁ
05:05 ଆପଣଙ୍କର ଇନଷ୍ଟଲେଶନ୍ ପ୍ରଣାଳୀକୁ ଆଧାର କରି Apache's root directory, /opt/lampp/htdocs କିମ୍ବା /var/www ହେବ
05:24 htdocs ଫୋଲ୍ଡରକୁ ରାଇଟ୍ ପାଇଁ ସକ୍ଷମ କରିବା ସକାଶେ ଆପଣଙ୍କ ଅନୁମତିକୁ ପରିବର୍ତ୍ତନ କରିବାକୁ ହେବ
05:30 ତେଣୁ terminalରେ sudo ସ୍ପେସ୍ chmod ସ୍ପେସ୍ 777 ସ୍ପେସ୍-R ସ୍ପେସ୍ /opt/lampp/htdocs ଟାଇପ୍ କରିବା ସହିତ Enter ଦାବନ୍ତୁ
05:56 ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ
06:00 ବର୍ତ୍ତମାନ Xampp ରନ୍ କରୁଛି କି ନାହିଁ ଯାଞ୍ଚ କରନ୍ତୁ
06:04 ୱେବ୍ ବ୍ରାଉଜରକୁ ଖୋଲନ୍ତୁ. Address barରେ localhost ଟାଇପ୍ କରିବା ସହିତ Enter ଦାବନ୍ତୁ
06:15 ଏହା Unable to connect ବୋଲି ବାର୍ତ୍ତା ପ୍ରଦର୍ଶନ କରିବ
06:20 ଏଥିରୁ ଜଣାପଡୁଛି ଯେ Xamppର ସେବାଗୁଡିକ ରନ୍ କରୁନାହିଁ
06:23 ସେବାଗୁଡିକୁ ଆରମ୍ଭ କରିବା ସକାଶେ terminalରେ sudoସ୍ପେସ୍ /opt/lampp/lampp ସ୍ପେସ୍ start ଟାଇପ୍ କରିବା ସହିତ Enter ଦାବନ୍ତୁ
06:40 ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ
06:44 ଏହା ସମସ୍ତ Xampp servicesକୁ ଆରମ୍ଭ କରିଦେବ
06:47 ୱେବ୍ ବ୍ରାଉଜରକୁ ଫେରିଆସିବା ସହିତ pageକୁ ରିଫ୍ରେଶ କରନ୍ତୁ
06:52 ଏଠାରେ ଦୃଶ୍ୟମାନ ହେଉଥିବା ଏହା Xamppର ୱେଲକମ୍ ସ୍କ୍ରୀନ୍ ଅଟେ
06:56 ଏହା ଆମକୁ ଡିଫଲ୍ଟ ଭାଷାକୁ ଚୟନ କରିବା ସକାଶେ ନିର୍ଦ୍ଦେଶ ଦେବ. English ଚୟନ କରନ୍ତୁ
07:03 ବର୍ତ୍ତମାନ Xampp ସଠିକ୍ ଭାବେ ରନ୍ କରୁଛି
07:06 ଗୋଟିଏ ନମୂନା php କୋଡକୁ ଲେଖିବା ସହିତ ଏହାକୁ run କରନ୍ତୁ
07:11 htdocsରେ phpacademy ନାମକ ଗୋଟିଏ ଫୋଲ୍ଡରକୁ ସୃଷ୍ଟି କରନ୍ତୁ
07:16 ଭବିଷ୍ୟତରେ ମୋ’ର ସମସ୍ତ php ଫାଇଲଗୁଡିକୁ ଏହି ଫୋଲ୍ଡର୍ ମଧ୍ୟରେ save କରିବି
07:23 ଅନ୍ୟ କାହାଦ୍ଵାରା ମୋ’ର ଫାଇଲଗୁଡିକ ଓଭର୍ ରାଇଟ୍ ନହେବାକୁ ଏହା ସୁନିଶ୍ଚିତ କରିଥାଏ
07:30 phpacademy ଫୋଲ୍ଡରକୁ ଖୋଲନ୍ତୁ. ଗୋଟିଏ php ଫାଇଲ୍ ସୃଷ୍ଟି କରନ୍ତୁ
07:37 ରାଇଟ୍ କ୍ଲିକ୍ କରିବା ସହିତ New Document ଓ Empty documentକୁ ଚୟନ କରନ୍ତୁ. ଏହାକୁ demo.php ଭାବେ ନାମିତ କରନ୍ତୁ
07:48 Gedit text editorରେ demo.phpକୁ ଖୋଲନ୍ତୁ
07:53 ଆପଣ ନିଜ ପସନ୍ଦର ଯେକୌଣସି ଏଡିଟରକୁ ବ୍ୟବହାର କରିପାରିବେ
07:59 ଟାଇପ୍ କରନ୍ତୁ: less than question mark php enter echo ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ “Hello India” semicolon enter question mark greater than ଚିହ୍ନ
08:20 ଫାଇଲକୁ save କରିବା ପାଇଁ Ctrl ଓ S କୀକୁ ଏକ ସଙ୍ଗେ ଦାବନ୍ତୁ
08:27 ୱେବ୍ ବ୍ରାଉଜରକୁ ଫେରିଆସନ୍ତୁ
08:29 address barରେ localhost/phpacademy ଟାଇପ୍ କରିବା ସହିତ Enter ଦାବନ୍ତୁ
08:40 ଏହା phpacademy ଫୋଲ୍ଡର୍ ମଧ୍ୟରେ ଥିବା ଫାଇଲଗୁଡିକର ତାଲିକାକୁ ପ୍ରଦର୍ଶନ କରିବ
08:47 ଏଠାରେ ଥିବା ଆମ demo.php ଫାଇଲ୍ ଉପରେ କ୍ଲିକ୍ କରନ୍ତୁ
08:53 ବାର୍ତ୍ତା Hello India ଦୃଶ୍ୟମାନ ହେବ
08:57 Xampp servicesକୁ ବନ୍ଦ କରିବା ପାଇଁ terminalରେ sudo ସ୍ପେସ୍ /opt/lampp/lampp ସ୍ପେସ୍ stop ଟାଇପ୍ କରିବା ସହିତ Enter ଦାବନ୍ତୁ
09:13 ଯଦି ଆବଶ୍ୟକ ହୁଏ admin password ପ୍ରବେଶ କରନ୍ତୁ
09:17 XAMPP serviceଗୁଡିକ ରନ୍ ହେବା ବନ୍ଦ ହୋଇଯିବ. ଭବିଷ୍ୟତରେ ଯେତେବେଳେ ଆପଣ ପୁନର୍ବାର Xamppକୁ ରନ୍ କରିବା ପାଇଁ ଇଚ୍ଛା କରନ୍ତି ତେବେ ପ୍ରଥମରୁ ଆରମ୍ଭ କରିବା ପାଇଁ ମନେରଖନ୍ତୁ
09:27 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ-

XAMPP servicesକୁ କିପରି ଇନଷ୍ଟଲ୍, ଆରମ୍ଭ ତଥା ବନ୍ଦ କରିବା ଗୋଟିଏ PHP fileକୁ କିପରି ସୃଷ୍ଟି ତଥା ରନ୍ କରିବା

09:45 ଏହି ଭିଡିଓ Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:55 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ ଏବଂ ପ୍ରମାଣପତ୍ର ପ୍ରଦାନ କରୁ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
10:06 Spoken Tutorial ଓ FOSSEE ପ୍ରୋଜେକ୍ଟଗୁଡିକ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
10:13 ଏହି ମିଶନ୍ ଉପରେ ଅଧିକ ବିବରଣୀ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଅଛି
10:19 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep