PHP-and-MySQL/C2/Variables-in-PHP/Oriya

From Script | Spoken-Tutorial
Revision as of 17:39, 13 July 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, PHP variables ଉପରେ ଥିବା ଗୋଟିଏ ମୌଳିକ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ପ୍ରଥମେ କିଛି ଜିନିଷକୁ ଶୀଘ୍ର ଅଭ୍ୟାସ କରିନିଅନ୍ତୁ
00:07 PHP variablesକୁ ବ୍ୟବହାର କରିବା ଅତି ସହଜ ଅଟେ; ଏହା ସୁନିଶ୍ଚିତ ଯେ ଆପଣ ସେଗୁଡିକୁ ସିଧାସଳଖ ବୁଝିପାରିବେ
00:14 ଆପଣ ସେଗୁଡିକୁ ଘୋଷଣା କରିବାର ଆବଶ୍ୟକତା ନାହିଁ ଏବଂ ସେଗୁଡିକୁ ଲେଖିବା ଅତି ସହଜ ଅଟେ
00:18 ସ୍କ୍ରିପ୍ଟର ଅଧାରେ ଆପଣ ଗୋଟିଏ ଭେରିଏବଲରେ ଏକ ଭେଲ୍ୟୁକୁ ସଂଯୁକ୍ତ କରିପାରିବେ
00:23 ସେଗୁଡିକ ଆପଣ ଆବଶ୍ୟକ କରୁଥିବା ଡେଟା ଟାଇପରେ ମଧ୍ୟ ଅଟୋମାଟିକାଲୀ ରୂପାନ୍ତର ହୋଇଯିବେ
00:28 ତେଣୁ, ସେଗୁଡିକୁ ପ୍ରତ୍ୟେକ ଥର ଭିନ୍ନ ଭାବରେ ଘୋଷଣା କରିବା କିମ୍ବା ଗୋଟିଏ ଭେଲ୍ୟୁ ସୃଷ୍ଟି କରିବାର ଆବଶ୍ୟକତା ନାହିଁ
00:36 ତେଣୁ ଉଦାହରଣସ୍ଵରୂପ ଏଠାରେ ନିଜର PHP tags ସୃଷ୍ଟି କରନ୍ତୁ ଏବଂ କଣ୍ଟେଣ୍ଟ ସେଗୁଡିକ ମଧ୍ୟରେ ରହିବ
00:41 ଠିକ୍ ଅଛି. ବର୍ତ୍ତମାନ ଆମେ ଡଲାର୍ ଚିହ୍ନ ସହିତ ଆରମ୍ଭ କରିବା ଏବଂ ତା’ପରେ ଆମର ଭେରିଏବଲର ନାମ ରହିବ
00:48 ଦୟାକରି ଧ୍ୟାନଦିଅନ୍ତୁ ଯେ ଆପଣ ଗୋଟିଏ number ସହିତ ଆରମ୍ଭ କରିପାରିବେ ନାହିଁ. ତେଣୁ ମୁଁ ଗୋଟିଏ 1 ସହିତ ଆରମ୍ଭ କରିପାରିବି ନାହିଁ
00:53 ମୁଁ ଗୋଟିଏ underscore କିମ୍ବା ଏକ letter ସହିତ ଆରମ୍ଭ କରିବି
00:57 underscores, letters ଓ numbers ଯେପରିକି ଏହା ଗୋଟିଏ ନମ୍ବର୍ ଦ୍ଵାରା ଆରମ୍ଭ ହୋଇନଥିବ, ଏଗୁଡିକ ବ୍ୟତିତ ଅନ୍ୟ କୌଣସି ସ୍ପେସାଲ୍ କ୍ୟାରେକ୍ଟର୍ ପାଇଁ ଅନୁମତି ନାହିଁ
01:06 ତେଣୁ ସେଗୁଡିକ ଏଠାରେ ପୁର୍ଣ୍ଣଭାବେ ଗ୍ରହଣୀୟ ଅଟନ୍ତି
01:09 ତେଣୁ ମୁଁ name ନାମକ ଗୋଟିଏ ଭେରିଏବଲ୍ ସୃଷ୍ଟି କରିବି ଏବଂ ଯାହା ଡବଲ୍ କ୍ଵୋଟ୍ ମଧ୍ୟରେ ଥିବା ଗୋଟିଏ ଷ୍ଟ୍ରିଙ୍ଗ ଭେଲ୍ୟୁ ସହିତ ସମାନ ହେବ, ଯେପରି ଆମେ echo ଫଙ୍କଶନ୍ ପାଇଁ ବ୍ୟବହାର କରିଥିଲେ
01:21 My name is Alex
01:23 ପରବର୍ତ୍ତୀ ଲାଇନରେ ଗୋଟିଏ ଡଲାର୍ ଚିହ୍ନ($)କୁ ବ୍ୟବହାର କରି ଆମେ age ନାମକ ଅନ୍ୟ ଏକ ଭେରିଏବଲକୁ ସୃଷ୍ଟି କରିବାକୁ ଯାଉଛେ. ବିନା ଡବଲ୍ କ୍ଵୋଟରେ ଏହା 19 ସହିତ ସମାନ ହେବ
01:33 ବର୍ତ୍ତମାନ ଏହାର କାରଣ ହେଉଛି ତାହା ଗୋଟିଏ ଇଣ୍ଟିଜର୍ ଅଟେ
01:36 ଆପଣ ଏହାକୁ ଡେସିମାଲ୍ ଭେଲ୍ୟୁ ପାଇଁ ମଧ୍ୟ ବ୍ୟବହାର କରିପାରିବେ. ତେଣୁ ଏହା 19.5 କିମ୍ବା nineteen and a half ହୋଇପାରେ
01:43 ତାହା ଏହାକୁ ଅଟୋମାଟିକାଲୀ ଡେସିମାଲରେ ମଧ୍ୟ ରୂପାନ୍ତର କରିଦେବ
01:48 ହେଲେ ସେହି ସମୟରେ ଏହା କେବଳ ଗୋଟିଏ ଇଣ୍ଟିଜର୍ ହେବ. ଏହାକୁ ଏହିପରି ମୁଁ ଆବଶ୍ୟକ କରୁଛି – ଭେରିଏବଲ୍ name ଗୋଟିଏ string ଏବଂ ଭେରିଏବଲ୍ age ଗୋଟିଏ integer ଅଟେ
01:57 ତେଣୁ ସେଗୁଡିକୁ ଇକୋ କରିବା ପାଇଁ ଚେଷ୍ଟା କରନ୍ତୁ
02:00 ଆମର echo ତଥା ଭେରିଏବଲ୍ ନେମ୍ ଆବଶ୍ୟକ କିନ୍ତୁ ଆପଣଙ୍କ ଲାଇନ୍ ଟର୍ମିନେଟରକୁ ଭୁଲନ୍ତୁ ନାହିଁ
02:06 ଠିକ୍ ଅଛି ଚାଲନ୍ତୁ variables ନାମକ ଫାଇଲକୁ ପ୍ରାପ୍ତ କରିବା
02:11 ମୁଁ ଏଠାରେ ସେଭ୍ କରିଥିବା echo name ଭଳି Alex ଇକୋ ହୋଇଯାଇଛି
02:16 ବର୍ତ୍ତମାନ ଚେଷ୍ଟା କରିବା ସହିତ ମୋ’ର ବୟସକୁ ଇକୋ କରନ୍ତୁ
02:19 ଏହା କେବଳ ମାତ୍ର ଗୋଟିଏ ଇଣ୍ଟିଜର୍ ଭେରିଏବଲ୍ ଅଟେ ଏବଂ ତାହା ଏଠାରେ ଇକୋ ହୋଇଯାଇଛି
02:24 ତେଣୁ ଭେରିଏବଲଗୁଡିକ ସହିତ ହେଉଥିବା କାର୍ଯ୍ୟ ହେଉଛି ଯେ ସେଗୁଡିକ ଅତି ସହଜରେ ଗୋଟିଏ ଷ୍ଟ୍ରିଙ୍ଗ ସହିତ ସଂଯୁକ୍ତ ହୋଇଯା’ନ୍ତି
02:30 ପ୍ରକୃତରେ କହିବାକୁ ଗଲେ concatenation ଗୋଟିଏ ଭୁଲ୍ ଶବ୍ଦ ଅଟେ – ସେଗୁଡିକୁ ଆପଣଙ୍କ ଷ୍ଟ୍ରିଙ୍ଗରେ ସଂଯୁକ୍ତ କରିବା ଅତି ସହଜ ଅଟେ
02:37 ଯଦି ଆପଣ concatenation କ’ଣ ଯାଣନ୍ତି ନାହିଁ ତେବେ ଏହାର ଅର୍ଥ ହେଉଛି ଦୁଇଟି ଜିନିଷକୁ ସଂଯୁକ୍ତ କରିବା କିମ୍ବା ଗୋଟିଏ ଧାଡିରେ ଦୁଇଟି stringsକୁ ସଂଯୁକ୍ତ କରିବା
02:46 ତେଣୁ concatenationର ଗୋଟିଏ ଉଦାହରଣ ସକାଶେ ଚାଲନ୍ତୁ concatକୁ ଦେଖିବା ଏବଂ ତା’ପରେ '.' ଏବଂ ପରେ ination ରହିବ
02:56 ବର୍ତ୍ତମାନ ଏହା concatinationକୁ ଇକୋ କରିବ
02:59 ଏହାକୁ ଚେଷ୍ଟା କରନ୍ତୁ
03:03 କିନ୍ତୁ ଏଠାରେ ଏହା ଉପରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଟ୍ୟୁଟୋରିଆଲ୍ ଅଛି. ତେଣୁ ବର୍ତ୍ତମାନ ପାଇଁ ମୁଁ କହିବାକୁ ଚାହୁଁଛି ଯେ ଏହାକୁ ଇକୋ କରିବା ବେଳେ ଏହାକୁ ନିଜର ଗୋଟିଏ ଭେରିଏବଲ୍ ଭାବେ ସଂଯୁକ୍ତ କରିବାର ଆବଶ୍ୟକତା ନାହିଁ
03:14 ଯଦି ଆପଣ ଏହାକୁ ଅନୁସରଣ କରିପାରୁ ନାହାଁନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ. ଏହା ଅତି ସରଳ ଅଟେ
03:18 My name is, $name ଏବଂ my age isର ନିମ୍ନରେ ବୟସକୁ ରଖିବି
03:24 ବର୍ତ୍ତମାନ ଏହି ସମସ୍ତ ଗୋଟିଏ ଷ୍ଟ୍ରିଙ୍ଗରେ ଅଛନ୍ତି, ସମସ୍ତେ ଗୋଟିଏ ଇକୋରେ ଏବଂ ଆମେ My name isରେ ସାଧାରଣ ଟେକ୍ସଟ ପ୍ରାପ୍ତ କରିଛେ
03:32 Variableକୁ କଲ୍ କରାଯାଇଛି. ଏହାକୁ ଏଠାରେ ରଖନ୍ତୁ. ଏବଂ ତା’ପରେ ଯେତେବେଳେ ageକୁ କଲ୍ କରାଯାଇଛି ସେତେବେଳେ age ପାଇଁ ଭେଲ୍ୟୁକୁ ଏଠାରେ ରଖାଯାଇଛି
03:40 ତେଣୁ ଆମେ ତାହାକୁ refresh କରିପାରିବା ଏବଂ ଆପଣ My name is Alex ଯାହା ଆମର ଭେରିଏବଲ୍ ଅଟେ ; ଏବଂ my age is 19 ଯାହା ମଧ୍ୟ ଭେରିଏବଲ୍ ଅଟେ, ଏଗୁଡିକୁ ଦେଖିପାରିବେ
03:48 ତେଣୁ ପ୍ରକୃତରେ ସେଗୁଡିକୁ ଷ୍ଟ୍ରିଙ୍ଗଗୁଡିକରେ ରଖିବା ସହଜ ଅଟେ
03:52 ଠିକ୍ ଅଛି ଆପଣ ଭେରିଏବଲଗୁଡିକ ବିଷୟରେ ଜାଣିବାକୁ ଚାହୁଁଥିବା ଏହା ସମସ୍ତ ତଥ୍ୟ ଅଟେ
03:56 boolean, decimal ଭଳି ଅନ୍ୟ ପ୍ରକାରର ଭେରିଏବଲଗୁଡିକ ଅଛନ୍ତି ଯାହାକୁ ମୁଁ ଆପଣଙ୍କୁ ପ୍ରଦର୍ଶନ କରିସାରିଛି ଉଦାହରଣସ୍ଵରୂପ 19.5
04:06 ଆପଣ ସମାନ ମାର୍ଗରେ ସେଗୁଡିକୁ ଗୋଟିଏ ଡଲାର୍ ଚିହ୍ନ ସହିତ ଘୋଷଣା କରିପାରିବେ
04:10 ତେଣୁ ଏହାକୁ ଅଭ୍ୟାସ କରନ୍ତୁ ଏବଂ ଫେରିଆସନ୍ତୁ ଯାହାଦ୍ଵାରା ପରବର୍ତ୍ତୀ ସମୟରେ ମୁଁ ଅନ୍ୟ କିଛି ପ୍ରୋଜେକ୍ଟଗୁଡିକୁ କରିବା ବେଳେ ଆପଣ କିଛି ଅତ୍ୟାଧୂନିକ ଫଙ୍କଶନାଲିଟୀକୁ ଶିଖିପାରିବେ
04:19 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep