Moodle-Learning-Management-System/C2/Teachers-Dashboard-in-Moodle/Oriya

From Script | Spoken-Tutorial
Revision as of 17:37, 3 March 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Teacher’s Dashboard in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଏକ ଟିପିକଲ୍ Moodle Course Overview
00:14 ତା’ପରେ

Teacher's Dashboard, Profileକୁ କିପରି ଏଡିଟ୍ କରାଯାଏ ଏବଂ Preferencesକୁ କିପରି ଏଡିଟ୍ କରାଯାଏ, ସେହି ବିଷୟରେ ଶିଖିବା

00:25 ଶେଷରେ, Moodleରେ "କୋର୍ସ” ସହ ସମ୍ୱନ୍ଧିତ କିଛି ପ୍ରାଥମିକ ବିବରଣୀ ଯୋଡ଼ିବା ବିଷୟରେ ଶିଖିବା
00:33 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି:

Ubuntu Linux OS 16.04 XAMPP 5.6.30 ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:59 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
01:07 ଏହି ଟ୍ୟୁଟୋରିଆଲ୍ ଅନୁମାନ କରେ ଯେ, ଆପଣଙ୍କର Site Administrator ଗୋଟିଏ Moodle Website ସେଟ୍ ଅପ୍ କରିଛି ଏବଂ ଆପଣଙ୍କୁ ଏକ ନୂଆ, ଖାଲି "କୋର୍ସ” ଆସାଇନ୍ କରିଛି, ଯେଉଁଠାରେ ଆପଣଙ୍କ ପାଖରେ Teacher ବିଶେଷାଧିକାର ଅଛି.

ମୋ System Administrator ନିମ୍ନଲିଖିତ କରିସାରିଛି

01:26 ଦୟାକରି ଧ୍ୟାନ ଦିଅନ୍ତୁ:

Calculus କୋର୍ସ ପାଇଁ ୟୁଜର୍ Rebecca Raymondଙ୍କୁ Teacher Role ଆସାଇନ୍ କରାଯାଇଛି

01:34 ଏହି ୱେବ୍ ସାଇଟ୍‌ରେ ଥିବା Moodle ଟ୍ୟୁଟୋରିଆଲ୍‌କୁ ରେଫର୍ କରିବା ପାଇଁ ନିଜ Site Administratorଙ୍କୁ କୁହନ୍ତୁ
01:41 ଏବଂ ନିଜ ପାଇଁ ଏକ "ୟୁଜର୍” ତିଆରି କରନ୍ତୁ, ଯାହା ପାଖରେ ଅତିକମରେ ଗୋଟିଏ “କୋର୍ସ” ପାଇଁ Teacher ବିଶେଷାଧିକାର ଥିବ
01:48 Moodle ହେଉଛି ସବୁଠାରୁ ନମନୀୟ, ସୃଜନଶୀଳ ଓ ବ୍ୟବହାର କରିବାରେ ସହଜ ଶିକ୍ଷା ଦେବା ଓ ଶିକ୍ଷା ଗ୍ରହଣ କରିବା ପ୍ରଣାଳୀଗୁଡ଼ିକ ମଧ୍ୟରୁ ଅନ୍ୟତମ
01:56 ବିଶେଷକରି, Moodle ଶିକ୍ଷକମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରେ -

ସେମାନଙ୍କର ଶିକ୍ଷା ପ୍ରଦାନ - ଶିକ୍ଷା ଗ୍ରହଣ ଉତ୍ସ ଅପଲୋଡ୍ କରିବା ପାଇଁ ସେମାନଙ୍କର ଫାଇଲ୍, ଭିଡିଓ ଆଦି ଭଳି ମଲ୍ଟିମିଡିଆ ଇ-ଉତ୍ସର ସଂଗ୍ରହ ପରିଚାଳନା କରିବା ପାଇଁ

02:12 ୱେବ୍ ଉତ୍ସ ଓ ମୁକ୍ତ ଶିକ୍ଷା ଉତ୍ସଗୁଡ଼ିକୁ ଶେୟର୍ କରିବା.

YouTube/Vimeo ଭିଡିଓଗୁଡ଼ିକୁ ଏମ୍ୱେଡ୍ କରିବା

02:22 "କ୍ୱିଜ୍” ଓ "ଆସାଇନମେଣ୍ଟ"ଗୁଡ଼ିକୁ ଆଡମିନିଷ୍ଟର୍ କରିବା ପାଇଁ.

Wiki, Glossary ଆଦି ଭଳି ସହଯୋଗୀ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ.

02:34 ଅନ୍ତଃକ୍ରିୟାତ୍ମକ ଓ ଅତୁଲ୍ୟକାଳିକ ଭାବରେ ଛାତ୍ରମାନଙ୍କ ସହିତ କଥାବାର୍ତ୍ତା ଓ ସଂଚାର ତଥା ଛାତ୍ରମାନଙ୍କ ଶିଖିବା ପ୍ରଗତି ଉପରେ ନଜର ରଖିବା ପାଇଁ
02:44 ମୋ ପାଖରେ, ମୋ Calculus Courseର Course Overview ଅଛି
02:50 ମୋ ପାଖରେ ଅଛି

କଭର୍ ହେବାକୁ ଥିବା "ଟପିକ୍ସ” ସାପ୍ତାହିକ "ଲେକଚର୍ସ” ର ସଂଖ୍ୟା କୋର୍ସ ପାଇଁ “ଆସାଇନମେଣ୍ଟସ୍"ର ସମୁଦାୟ ସଂଖ୍ୟା

03:01 "କ୍ୱିଜେସ୍” (ସାପ୍ତାହିକ କିମ୍ୱା ପାକ୍ଷିକ)ର ସମୁଦାୟ ସଂଖ୍ୟା

“End of Course Exams”ର ସମୁଦାୟ ସଂଖ୍ୟା ଅଙ୍କ ବିତରଣ କୋର୍ସ ସାମଗ୍ରୀ ପୁସ୍ତକ ସନ୍ଦର୍ଭ

03:18 ମୋତେ ମୋ “କୋର୍ସ”ର ନିର୍ମାଣ କରି ତଦନୁସାରେ Moodleରେ ସମସ୍ତ ସାମଗ୍ରୀକୁ ଅପଲୋଡ୍ କରିବାକୁ ହେବ
03:25 ବ୍ରାଉଜର୍‌କୁ ଯାଇ Moodle ସାଇଟ୍ ଖୋଲନ୍ତୁ
03:30 ହେଡର୍ ଓ ଉପଲବ୍ଧ "କୋର୍ସ"ଗୁଡ଼ିକ ସହିତ ଗୋଟିଏ ପେଜ୍ ପ୍ରଦର୍ଶିତ ହେବ
03:35 ୱିଣ୍ଡୋର ଉପର ଡାହାଣପଟ କୋଣରେ ଥିବା Login ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
03:40 ମୁଁ Teacher Rebecca Raymond ଭାବରେ ଲଗ୍ ଇନ୍ କରିବି “
03:44 ଆମେ ଯେଉଁ ପେଜ୍‌ରେ ଅଛେ, ତାହା ଆମର “ପାସୱର୍ଡ” ବଦଳାଇବାକୁ କୁହେ. କାରଣ, ପୂର୍ବରୁ Adminଙ୍କ ଦ୍ୱାରା Force Password Change ବିକଳ୍ପକୁ ସକ୍ରିୟ କରାଯାଇଛି
03:57 ସାମ୍ପ୍ରତିକ “ପାସୱର୍ଡ” ଓ ତା’ପରେ “ନୂଆ ପାସୱର୍ଡ” ଟାଇପ୍ କରନ୍ତୁ. ମୁଁ spokentutorial12 # ଟାଇପ୍ କରିବି
04:07 “ନୂଆ ପାସୱର୍ଡ”କୁ ପୁଣିଥରେ ଟାଇପ୍ କରନ୍ତୁ ଏବଂ ତା’ପରେ, ତଳେ ଥିବା Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ
04:15 “ପାସୱର୍ଡ” ବଦଳିଗଲା ବୋଲି ସୁନିଶ୍ଚିତ କରୁଥିବା ଏକ ସଫଳ ବାର୍ତ୍ତା ଦେଖାଦେବ. Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
04:24 ଏବେ ଆମେ ଥିବା ପେଜ୍‌କୁ Dashbord କୁହାଯାଏ
04:29 ଆମ Dashboardକୁ 3ଟି Columnsରେ ବିଭକ୍ତ କରାଯାଇଛି
04:34 ବାମପଟେ ଯେଉଁଟି ଅଛି, ତାହାକୁ Navigation Menu କୁହାଯାଏ. ମଝିରେ ଥିବା ବଡ଼ ଭାଗଟି ହେଉଛି Timeline ଓ Courses ଟାବ୍ସ ସହିତ ମୁଖ୍ୟ Course Overview ଏରିଆ
04:47 ଡାହାଣପଟେ Blocks Column ଅଛି
04:51 ଆପଣ ନାମ ଲେଖାଇଥିବା କୋର୍ସଗୁଡ଼ିକୁ Course ଟାବ୍ ତାଲିକାଭୁକ୍ତ କରିଥାଏ. Course Overview ଏରିଆରେ ଥିବା Courses ଟାବ୍ ଉପରେ କ୍ଲିକ୍ କରନ୍ତୁ
05:02 In Progress ଟାବ୍ ରେ 2ଟି କୋର୍ସ ଅଛି: Calculus ଓ Linear Algebra. ଏହିଗୁଡ଼ିକ Adminଙ୍କ ଦ୍ୱାରା Teacher Rebecca Raymondଙ୍କୁ ଆସାଇନ୍ କରାଯାଇଛି
05:17 ତାଙ୍କୁ ଆସାଇନ୍ କରାଯାଇଥିବା ଭବିଷ୍ୟତ “କୋର୍ସ”ଗୁଡ଼ିକ Future ଟାବ୍ ରେ ଦେଖାଦେବ. ସେହିଭଳି, ସରିଯାଇଥିବା ଯେକୌଣସି “କୋର୍ସ”କୁ Past ଟାବ୍‌ରେ ଦେଖିହେବ
05:30 ଏବେ ଆସନ୍ତୁ, "ପେଜ୍"ର "ହେଡର୍” ଉପରେ ନଜର ପକାଇବା. ଉପର ବାମପଟ କୋଣରେ Navigation Drawer ବା Navigation Menu ଅଛି
05:41 ଏହିଠାରେ, Calendar, Private Files ଓ My Courses ଲିଙ୍କକୁ ଆକସେସ୍ କରିହେବ
05:48 ଏହା ହେଉଛି ଏକ Toggle Menu. ଏହାର ଅର୍ଥ ହେଉଛି, କ୍ଲିକ୍ କରାଗଲେ ଏହା ନିଜର ଷ୍ଟେଟସ୍‌କୁ Open ରୁ Close ଏବଂ ଏହା ବିପରୀତ କରିଥାଏ
05:58 ଉପର ଡାହାଣପଟେ, Notifications ଓ Messages ପାଇଁ କ୍ୱିକ୍ ଆକସେସ୍ ଆଇକନ୍ସ ରହିଛି
06:06 ଉପର ଡାହାଣପଟେ ଥିବା Profile Pictureରେ କ୍ଲିକ୍ କଲେ User Menuକୁ ଆକସେସ୍ କରିହେବ. ଏହାକୁ Quick Access User Menu ମଧ୍ୟ କୁହାଯାଏ
06:18 ତାହା ଉପରେ କ୍ଲିକ୍ କରନ୍ତୁ. ଏହି ମେନୁ ଆଇଟମ୍ ଗୁଡ଼ିକୁ Toggle Menus ମଧ୍ୟ କୁହାଯାଏ, ଯେଉଁଭଳି ବାମପଟେ ଅଛି
06:28 Profile ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ. Moodleରେ ଥିବା ପ୍ରତ୍ୟେକ ୟୁଜର୍‌ଙ୍କର ଗୋଟିଏ Profile Page ରହିଛି
06:36 ଏଥିରେ ଥିବା ଲିଙ୍କକୁ ବ୍ୟବହାର କରି ୟୁଜର୍ ମାନେ ନିଜର ପ୍ରୋଫାଇଲ୍ ତଥ୍ୟକୁ ଏଡିଟ୍ କରିପାରିବେ, ସେମାନେ ନାମ ଲେଖାଇଥିବା “କୋର୍ସ”ଗୁଡ଼ିକୁ ଦେଖିପାରିବେ
06:46 ନିଜର “ବ୍ଲଗ୍” କିମ୍ୱା “ଫୋରମ୍” ପୋଷ୍ଟଗୁଡ଼ିକୁ ଦେଖିପାରିବେ, ଆକସେସ୍ କରିପାରୁଥିବା ଯକୌଣସି “ରିପୋର୍ଟ” ଏବଂ ଶେଷ ଥର ଲଗ୍ ଇନ୍ ପାଇଁ ବ୍ୟବହୃତ ନିଜର “ଆକସେସ୍ ଲଗ୍”ଗୁଡ଼ିକୁ ଦେଖିପାରିବେ
07:01 ଏବେ, Edit Profile ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:06 Edit Profile Page ଖୋଲିବ.

ଏହି ପୃଷ୍ଠାକୁ 5ଟି ଭାଗରେ ବିଭକ୍ତ କରାଯାଇଛି: General, User Picture, Additional Names, Interests, Optional

07:24 ଡିଫଲ୍ଟ ଭାବରେ, General ଓ User Picture ବିଭାଗ ବିସ୍ତାରିତ ହୋଇ ରହିଥାଏ
07:30 ଡାହାଣପଟେ ଥିବା Expand All ଲିଙ୍କଟି ସମସ୍ତ ବିଭାଗକୁ ବିସ୍ତାରିତ କରିଥାଏ
07:36 ଯେକୌଣସି ବିଭାଗରେ କ୍ଲିକ୍ କଲେ, ନାମଟି ନିଜକୁ ବିସ୍ତାରିତ କିମ୍ୱା ସଂକୁଚିତ କରିଥାଏ
07:42 ଏଠାରେ ଥିବା ସମସ୍ତ ଫିଲ୍ଡକୁ ଏଡିଟ୍ କରିହେବ
07:45 ମୁଁ ଏବେ ଯେପରି କରିଛି, ଆପଣ General Sectionରେ ନିଜର ବ୍ୟକ୍ତିଗତ ତଥ୍ୟ ଲେଖିପାରିବେ
07:52 ଜଣେ Teacher ଭାବରେ, ମୋ ଛାତ୍ରମାନେ ମୋ ଦିଷୟରେ କିଛି ଜାଣନ୍ତୁ ବୋଲି ମୁଁ ଚାହୁଁଛି
07:58 ତେଣୁ, Description ଫିଲ୍ଡରେ ମୁଁ କିଛି ବିବରଣୀ ପୂରଣ କରିବି
08:04 ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ମୁଁ ଏଠାରେ କରିଥିବା ଭଳି, ନିଜର ବିବରଣୀ ପୂରଣ କରନ୍ତୁ
08:10 ଅନ୍ୟାନ୍ୟ ଫିଲ୍ଡ ଓ ବିଭାଗଗୁଡ଼ିକରେ ମଧ୍ୟ ଆପଣ କିଛି ସୂଚନା ଯୋଡ଼ିପାରିବେ. ଆପଣ ନିଜର ପିକଚର୍ ମଧ୍ୟ ଅପଲୋଡ୍ କରିପାରିବେ
08:19 General ଓ Optional Sectionରେ ମୁଁ କିଛି ଅଧିକ ବିବରଣୀ ଯୋଡ଼ିଛି
08:25 ପେଜ୍‌କୁ ସେଭ୍ କରିବା ପାଇଁ Update Profile ବଟନ୍ ଉପରେ କ୍ଲିକ୍ କରନ୍ତୁ
08:30 ଏବେ, ଉପର ଡାହାଣପଟେ ଥିବା Quick Access User Menu ଉପରେ ପୁଣିଥରେ କ୍ଲିକ୍ କରନ୍ତୁ. Preferences ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
08:40 ୟୁଜର୍‌ମାନେ ଏଡିଟ୍ କରିବାକୁ ଚାହୁଁଥିବା ବିଭିନ୍ନ ସେଟିଙ୍ଗକୁ Preferences ପେଜ୍ ମାଧ୍ୟମରେ ଶୀଘ୍ର ଆକସେସ୍ କରିପାରିବେ
08:48 ଏକ Teacher's Account ପାଇଁ Preferences ପେଜ୍ କୁ ନିମ୍ନ ଅନୁସାରେ ବିଭକ୍ତ କରାଯାଇଛି:

User Account Blogs ଓ Badges

09:00 Edit Profile ଓ Change Password ଆମେ ଆଗରୁ ଦେଖିସାରିଛେ
09:06 ନିମ୍ନଲିଖିତ ପାଇଁ ଅନ୍ୟ କେତେକ Preferences ଅଛି

Language,

Forum,

Editor,

Course,

Calendar,

Message,

Notification,

09:19 Calendar Preferences ଉପରେ କ୍ଲିକ୍ କରନ୍ତୁ
09:23 ଆମେ 24 Hour ପ୍ରଦର୍ଶନ ସମୟ ଫର୍ମାଟ୍‌ରେ ଆମେ Calendar ସେଟ୍ କରିବା
09:29 Upcoming Events Look-Aheadକୁ ମଧ୍ୟ ଆମେ 2 weeksରେ ସେଟ୍ କରିବା
09:35 ଏହାର ଅର୍ଥ ହେଉଛି, ଆଗାମୀ 2 ସପ୍ତାହରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ଆମେ କ୍ୟାଲେଣ୍ଡର୍‌ରେ ବିଜ୍ଞପ୍ତି ଦେଖିବାକୁ ପାଇବା
09:43 Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ
09:46 ଏହି ଶୃଙ୍ଖଳାରେ, ପରେ ଯେତେବେଳେ ଆମେ ସେହି ଫିଚର୍ ଗୁଡ଼ିକ ବିଷୟରେ ଆଲୋଚନା କରିବା, ଅବଶିଷ୍ଟ ପ୍ରିଫରେନ୍ସଗୁଡ଼ିକୁ ଜାଣିବା
09:54 ଏଠାରେ ଥିବା ବିଜ୍ଞପ୍ତିକୁ ଦେଖନ୍ତୁ
09:57 ଏହା ହେଉଛି Breadcrumb Navigation. ଏହା ଏକ ଦୃଶ୍ୟ ସହୟତା ଅଟେ, ଯାହା ସୂଚିତ କରେ ଯେ, Moodle ସାଇଟ୍‌ର ପଦାନୁକ୍ରମ ଭିତରେ ଆମେ କେଉଁ ପୃଷ୍ଠାରେ ଅଛେ
10:09 ଗୋଟିଏ କ୍ଲିକ୍‌ରେ ଏକ ଉଚ୍ଚ ସ୍ତର ପୃଷ୍ଠାକୁ ଫେରିଯିବାକୁ ଏହା ଆମକୁ ସାହାଯ୍ୟ କରିଥାଏ
10:15 Dashboardକୁ ଯିବା ପାଇଁ Breadcrumbsରେ ଥିବା Dashboard ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
10:21 ଏବେ ଆସନ୍ତୁ, Calculus କୋର୍ସ ପାଇଁ ଏକ ବିଷୟ ଓ ସଂକ୍ଷିପ୍ତ ବିବରଣୀ କିପରି ଯୋଡ଼ାଯାଏ, ତାହା ଦେଖିବା
10:28 ବାମପଟେ ଥିବା Navigation Menuରେ Calculus କୋର୍ସ ଉପରେ କ୍ଲିକ୍ କରନ୍ତୁ
10:34 ନୂଆ ପେଜ୍‌ରେ ଉପର ଡାହାଣପଟେ ଥିବା “ଗିଅର୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ
10:40 ତା’ପରେ Turn Editing On ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
10:45 ନୂଆ ପେଜ୍‌ରେ ଅଧିକ ଏଡିଟ୍ ଅପ୍ସନ୍ ଦେଖାଦେବ
10:50 Topic 1 ପାଖରେ ଥିବା ପେନସିଲ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
10:55 ଏବେ, ଦେଖାଦେଇଥିବା ଟେକ୍ସଟ୍ ବକ୍ସରେ Basic Calculus ଟାଇପ୍ କରି Enter ଦାବନ୍ତୁ
11:03 ବିଷୟର ନାମ ପରିବର୍ତ୍ତନକୁ ଦେଖନ୍ତୁ
11:06 ସେହି ବିଷୟର ପୂରା ଡାହାଣପଟେ ଥିବା Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
11:11 ଆଉ ତା’ପରେ Edit Topic ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
11:15 ଏହା ଆମକୁ Summary ପେଜ୍‌କୁ ନେଇଆସିବ
11:18 ଏଠାରେ, Summary ଫିଲ୍ଡରେ ଆମେ ସେହି ବିଷୟର ସଂକ୍ଷିପ୍ତ ସାରାଂଶ ଦେଇପାରିବା. ଦେଖାଯାଇଥିବା ଅନୁସାରେ ଟାଇପ୍ କରନ୍ତୁ
11:27 ତଳକୁ ସ୍କ୍ରୋଲ୍ କରି Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ
11:32 ପରିବର୍ତ୍ତନକୁ ଦେଖନ୍ତୁ
11:34 Moodleରେ ଆମ “କୋର୍ସ”ର ବିବରଣୀକୁ ଆମେ ଯୋଡ଼ିବା ଆରମ୍ଭ କରିଥାଏ
11:40 ଏବେ, Moodleରୁ ଲଗ୍ ଆଉଟ୍ କରିଯାଆନ୍ତୁ. ଏହା କରିବା ପାଇଁ, ଉପର ଡାହାଣପଟେ ଥିବା User Icon ଉପରେ କ୍ଲିକ୍ କରନ୍ତୁ. Log Out ଅପ୍ସନ୍ ଚୟନ କରନ୍ତୁ
11:50 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ -
11:56 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-

Moodleରେ Course Overview ବିବରଣୀ, Teacher's Dashboard,

12:05 Edit Profile ସେଟିଙ୍ଗ୍ସ

Preferences ସେଟିଙ୍ଗ୍ସ ଏବଂ “କୋର୍ସ"ର ପ୍ରାରମ୍ଭିକ ବିବରଣୀ ଯୋଡ଼ିବା

12:16 ଏକ ଆସାଇନମେଣ୍ଟ ଭାବେ,

Calculus Courseରେ ଥିବା ସମସ୍ତ ବିଷୟର ନାମ ବଦଳା’ନ୍ତୁ ସମସ୍ତ ବିଷୟର ସମ୍ପର୍କିତ Sumaries ଯୋଡ଼ନ୍ତୁ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କ୍ ଦେଖନ୍ତୁ

12:31 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:39 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:49 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
12:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
13:06 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି
13:17 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep