Moodle-Learning-Management-System/C2/Quiz-in-Moodle/Oriya

From Script | Spoken-Tutorial
Revision as of 13:30, 5 March 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Moodleରେ Quiz ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:

Moodleରେ କିପରି ଗୋଟିଏ Quiz ତିଆରି କରିବା ଏବଂ Quizରେ Question bankରୁ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରିବା

00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Ubuntu Linux OS 16.04 XAMPP 5.6.30 ମାଧ୍ୟମରେ ପ୍ରାପ୍ତ Apache, MariaDB ଓ PHP Moodle 3.3 ଓ Firefox ୱେବ୍ ବ୍ରାଉଜର୍ ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:40 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
00:48 ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରିଛନ୍ତି ଏବଂ ଆପଣଙ୍କୁ ଅତି କମରେ ଗୋଟିଏ କୋର୍ସ ଆସାଇନ୍ କରାଯାଇଥିବା ଗ୍ରହଣ କରାଯାଇଛି
00:59 ଏହା ମଧ୍ୟ ଗ୍ରହଣ କରାଯାଉଛି ଯେ, ଆପଣ ନିଜ course ପାଇଁ question bankରେ କିଛି ପ୍ରଶ୍ନ ଯୋଡ଼ିଛନ୍ତି.

ଯଦି ନାହିଁ ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା ଉପଯୁକ୍ତ Moodle ଟ୍ୟୁଟୋରିଆଲଗୁଡ଼ିକୁ ରେଫର୍ କରନ୍ତୁ

01:12 ଦ୍ରାଉଜର୍‌କୁ ଫେରି ଆସନ୍ତୁ ଏବଂ ନିଜ Moodle siteରେ ଲଗ୍-ଇନ୍ କରନ୍ତୁ
01:18 ବାମ ନେଭିଗେଶନ୍ ମେନୁରେ ଥିବା Calculus courseରେ କ୍ଲିକ୍ କରନ୍ତୁ
01:22 ଉପର ଡାହାଣପଟେ ଥିବା gear ଆଇକନ୍ ଏବଂ ପରେ Turn Editing Onରେ କ୍ଲିକ୍ କରନ୍ତୁ
01:29 Basic Calculus ବିଭାଗର ନିମ୍ନ ଡାହାଣପଟେ ଥିବା Add an activity or resource ଲିଙ୍କରେ କ୍ଲିକ୍ କରନ୍ତୁ
01:37 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ activity chooserରେ Quiz ଚୟନ କରନ୍ତୁ
01:42 Activity chooserର ନିମ୍ନ ଭାଗରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ
01:47 Name ଫିଲ୍ଦରେ Quiz 1 - Evolutes and involutes ଟାଇପ୍ କରନ୍ତୁ
01:54 ତା’ପରେ Description fieldରେ ପ୍ରଦର୍ଶିତ ଟେକ୍ସଟ୍ ଟାଇପ୍ କରନ୍ତୁ
02:00 Display description on course page ପାଇଁ ଥିବା ଚେକ୍ ବକ୍ସକୁ ଚେକ୍ କରନ୍ତୁ. ଏହା ପରେ Timing ବିଭାଗକୁ ପ୍ରସାରିତ କରନ୍ତୁ
02:09 ଏବଂ Open the quiz, Close the quiz ଓ Time limitର ଚେକ୍ ବକ୍ସଗୁଡ଼ିକୁ ଏନାବଲ୍ କରନ୍ତୁ
02:17 ପ୍ରଦତ୍ତ ତାରିଖ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପାଇଁ ଏହା ଦ୍ଵାରା Quiz ଖୋଲିବ ଓ ବନ୍ଦ ହେବ
02:25 ନିଜର ଆବଶ୍ୟକତା ଅନୁସାରେ ତାରିଖ ଓ ସମୟକୁ ସେଟ୍ କରନ୍ତୁ. ମୁଁ ସେଗୁଡ଼ିକୁ ଏଠାରେ ପ୍ରଦର୍ଶିତ ହୋଇଥିବା ଭଳି ସେଟ୍ କରିଛି
02:32 ତା’ପରେ ମୁଁ ସମୟସୀମାକୁ 10 minsରେ ସେଟ୍ କରିବି
02:37 When time expires fieldର ତିନିଟି ବିକଳ୍ପ ଅଛି. ଆପଣଙ୍କର quiz ପାଇଁ ଯାହା ଉପଯୁକ୍ତ, ତାହା ଚୟନ କରନ୍ତୁ
02:47 Open attempts are submitted automatically ଚୟନ କରନ୍ତୁ. ଛାତ୍ର ଜଣକ ଦାଖଲ କରିବାରେ ଅସଫଳ ହେଲେ ମଧ୍ୟ quiz ସ୍ଵଚାଳିତ ଭାବେ 10 minsରେ ଦାଖଲ ହୋଇଯିବ
03:01 ବର୍ତ୍ତମାନ Grade ବିଭାଗକୁ ପ୍ରସାରିତ କରନ୍ତୁ
03:05 Grade to pass fieldରେ passing grade ପାଇଁ 2 ଟାଇପ୍ କରନ୍ତୁ. ଏହାର ଅର୍ଥ ହେଉଛି ଯେ, Quiz ରେ ପାସ୍ ହେବା ପାଇଁ ଛାତ୍ର ଜଣକୁ ଅତି କମରେ 2 ମାର୍କ ରଖିବା ଆବଶ୍ୟକ
03:18 Attempts allowed ଫିଲ୍ଡ ପାଇଁ 1 ଚୟନ କରନ୍ତୁ. ଯଦି ଗୋଟିଏ ବଡ଼ ସଂଖ୍ୟା ଚୟନ କରାଯାଏ, ତେବେ ଛାତ୍ର ଜଣକ ସମାନ Quiz କୁ ସେତେଥର ଆଟେମ୍ପଟ୍ କରିବା ପାଇଁ ସକ୍ଷମ ହେବେ
03:32 ଧ୍ୟାନ ଦିଅନ୍ତୁ ଯେ, Grading method ଡ୍ରପ୍-ଡାଉନ୍‌କୁ ଡିସେବଲ୍ କରାଯାଇଛି
03:37 ଏକରୁ ଅଧିକ ଆଟେମ୍ପଟ୍ ପାଇଁ ଅନୁମତି ଥିଲେ ହିଁ ଏହାକୁ ସକ୍ଷମ କରାଯାଇଥାଏ. ଏହାପରେ ଶିକ୍ଷକ ଗ୍ରେଡ୍ ପାଇଁ ଆଟେମ୍ପଟ୍‌କୁ ଚୟନ କରନ୍ତି
03:47 ବର୍ତ୍ତମାନ Layout ବିଭାଗକୁ ଚୟନ କରନ୍ତୁ. ଏଠାରେ Quiz ର ଲେଆଉଟ୍‌କୁ ନିର୍ଦ୍ଦିଷ୍ଟ କରିବା ପାଇଁ ବିକଳ୍ପଗୁଡ଼ିକ ଅଛି
03:56 ଡିଫଲ୍ଟ ଭାବେ New page fieldର ଡ୍ରପ୍-ଡାଉନ୍‌ରେ ବିକଳ୍ପ Every questionକୁ ଚୟନ କରାଯାଇଛି
04:04 ସମସ୍ତ ବିକଳ୍ପଗୁଡ଼ିକୁ ଦେଖିବା ପାଇଁ New page field ଡ୍ରପ୍-ଡାଉନ୍‌ରେ କ୍ଲିକ୍ କରନ୍ତୁ
04:09 ବିକଳ୍ପ Every 2 questionsକୁ ଚୟନ କରନ୍ତୁ. ଆପଣ ନିଜ ପସନ୍ଦର ଯେକୌଣସି ବିକଳ୍ପକୁ ଚୟନ କରିପାରିବେ
04:17 ତା’ପରେ Question behaviour ବିଭାଗକୁ ପ୍ରସାରିତ କରନ୍ତୁ
04:22 Shuffle within questions ଡ୍ରପ୍-ଡାଉନ୍ ପାଇଁ Yes ଚୟନ କରନ୍ତୁ
04:27 ଏହା କରିବା ଦ୍ଵାରା ପ୍ରତ୍ୟେକ ପ୍ରଶ୍ନ ପାଇଁ ବିକଳ୍ପଗୁଡ଼ିକ ସଫଲ୍ ହୋଇଯିବ
04:33 ତେଣୁ ପ୍ରତ୍ୟେକ ଛାତ୍ର ସେମାନଙ୍କ Quiz ରେ ପ୍ରଶ୍ନ ଏବଂ ବିକଳ୍ପଗୁଡ଼ିକ ବିଭିନ୍ନ ପ୍ରକାରରେ ଆରେଞ୍ଜ ହୋଇଥିବା ଦେଖିବାକୁ ପାଇବେ
04:40 How questions behave ଡ୍ରପ୍-ଡାଉନ୍ ପାଇଁ ହେଲ୍ପ ଆଇକନ୍‌ରେ କ୍ଲିକ୍ କରନ୍ତୁ ଏବଂ ସମ୍ପୂର୍ଣ୍ଣ ବିବରଣୀ ପଢ଼ନ୍ତୁ
04:47 ବର୍ତ୍ତମାନ ବିକଳ୍ପ Deferred feedbackକୁ ଚୟନ କରନ୍ତୁ. ତେଣୁ, ଛାତ୍ରମାନେ ସେମାନଙ୍କର ଆଟେମ୍ପଟ୍ ଦାଖଲ ହେଲାପରେ ହିଁ ଫୀଡବ୍ୟାକ୍ ଦେଖିପାରିବେ
04:57 ତା’ପରେ Overall feedback ବିଭାଗକୁ ପ୍ରସାରିତ କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
05:02 Quiz ଦାଖଲ ଓ ଅଟୋ-ଗ୍ରେଡେଡ୍ ହେବାପରେ ଛାତ୍ରଙ୍କୁ Overall feedback ଟେକ୍ସଟ୍ ଭାବେ ପ୍ରଦର୍ଶିତ ହେବ
05:10 ଛାତ୍ରମାନେ ପାଇଥିବା grade ଉପରେ ନିର୍ଭର କରି ଶିକ୍ଷକମାନେ ସେମାନଙ୍କୁ ବିଭିନ୍ନ ପ୍ରକାରର feedback ଦେଇପାରିବେ
05:17 Grade boundary 100% ପାଇଁ feedback ଭାବେ Excellent performance ଟାଇପ୍ କରନ୍ତୁ
05:25 ଯେଉଁ ଛାତ୍ରମାନଙ୍କର ଗ୍ରେଡ୍ 50% ଓ 100% ମଧ୍ୟରେ ରହିବ ସେମାନେ Excellent performance ମେସେଜ୍‌କୁ ଦେଖିପାରିବେ
05:33 ଏବଂ grade boundary 50% ପାଇଁ You need to work harder ଭାବେ feedback ପ୍ରାପ୍ତ ହେବ
05:40 ଯେଉଁ ଛାତ୍ରମାନେ 0% ଓ 49.99% ମଧ୍ୟରେ ସ୍କୋର୍ କରିଥିବେ, ସେମାନେ You need to work harder ଦେଖିବାକୁ ପାଇବେ
05:49 ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Activity completion ବିଭାଗରେ କ୍ଲିକ୍ କରନ୍ତୁ
05:54 Completion Tracking field ପାଇଁ ଡ୍ରପ୍-ଡାଉନ୍‌ରେ କ୍ଲିକ୍ କରନ୍ତୁ. ବିକଳ୍ପ Show activity as complete when conditions are metକୁ ଚୟନ କରନ୍ତୁ
06:05 Require grade ଓ Require passing grade ପାଇଁ ଥିବା ଚେକ୍ ବକ୍ସଗୁଡ଼ିକୁ ଚେକ୍ କରନ୍ତୁ
06:13 ଶେଷରେ ପେଜ୍ ର ନିମ୍ନ ଭାଗରେ ଥିବା Save and display ବଟନ୍‌ରେ କ୍ଲିକ୍ କରନ୍ତୁ
06:20 ଆମେ ପ୍ରଦାନ କରିଥିବା quizର ଟାଇଟଲ୍ ସହିତ ଗୋଟିଏ ନୂଆ ପେଜ୍ ରେ ଅଛେ. ପୂର୍ବେ ପ୍ରଦାନ କରାଯାଇଥିବା ସମ୍ପୂର୍ଣ୍ଣ ବିବରଣୀ ଏଠାରେ ପ୍ରଦର୍ଶିତ ହେଉଛି ବୋଲି ପଢ଼ି ଯାଞ୍ଚ କରନ୍ତୁ
06:31 No questions have been added yet ମେସେଜ୍ ଏଠାରେ ସ୍ପଷ୍ଟ ରୂପେ ପ୍ରଦର୍ଶିତ ହେଉଥିବା ଆପଣ ଦେଖିପାରିବେ
06:38 Quizରେ ପ୍ରଶ୍ନ ଯୋଡ଼ିବା ପାଇଁ Edit quiz ବଟନ୍ ଉପରେ କ୍ଲିକ୍ କରନ୍ତୁ
06:44 ଉପରେ ଡାହାଣ ପଟେ Maximum grade ପାଇଁ 4 ଟାଇପ୍ କରନ୍ତୁ
06:50 Quiz ବିଭାଗର ବାମ ପଟେ ଥିବା ପେନସିଲ୍ ଆଇକନ୍ ଏହି quizର ହେଡିଂକୁ ଏଡିଟ୍ କରିବାରେ ସାହାଯ୍ୟ କରିବ.

ଯେତେବେଳେ ଗୋଟିଏ quizର ଅନେକ ବିଭାଗ ରହିଥିବ, ସେତେବେଳେ ଏହା ଦରକାରୀ ହୋଇଥାଏ

07:03 Section 1 ଲେଖିବା ସହିତ Enter ଦାବନ୍ତୁ
07:08 ତା’ପରେ ଡାହାଣ କଡ଼ରେ ଥିବା Shuffle ଚେକ୍ ବକ୍ସକୁ ଚେକ୍ କରନ୍ତୁ. ଯେତେ ଥର quizକୁ ଆଟେମ୍ପଟ୍ କରିବେ, ସେତେ ଥର ପ୍ରଶ୍ନଗୁଡ଼ିକ ସଫଲ୍ ହେବା ଏହା ଦ୍ଵାରା ସୁନିଶ୍ଚିତ ହୋଇଥାଏ
07:20 Shuffle ଚେକ୍ ବକ୍ସର ନିମ୍ନରେ ଥିବା Add ଲିଙ୍କରେ କ୍ଲିକ୍ କରନ୍ତୁ
07:25 ଏଠାରେ 3ଟି ବିକଳ୍ପ ଅଛି:

a new question from question bank a random question

07:34 ପ୍ରସ୍ତାବିତ ନାମ ଅନୁଯାୟୀ, ଗୋଟିଏ ନୂଆ ପ୍ରଶ୍ନକୁ ଯୋଡ଼ିବାରେ a new question ଲିଙ୍କ ସାହାଯ୍ୟ କରିଥାଏ. ତେଣୁ, ମୁଁ ଏହି ବିକଳ୍ପକୁ ଚୟନ କରିବି ନାହିଁ
07:44 From question bank ଲିଙ୍କରେ କ୍ଲିକ୍ କରନ୍ତୁ
07:48 ଗୋଟିଏ ପପ୍-ଅପ୍ ୱିଣ୍ଡୋ ଖୋଲିଯିବ. ଯେତେବେଳେ ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରଶ୍ନଗୁଡ଼ିକର ଗୋଟିଏ ସେଟ୍ ବ୍ୟବହାର କରାଯିବ, ସେତେବେଳେ ଏହି ବିକଳ୍ପର ବ୍ୟବହାର ହେବ
07:58 ଚୟନିତ category, ସେହି କୋର୍ସ ପାଇଁ ଡିଫଲ୍ଟ category ହେବ
08:04 Also show questions from subcategories ବିକଳ୍ପ ଡିଫଲ୍ଟ ଭାବେ ଚୟନ ହୋଇଛି
08:12 ପୂର୍ବବର୍ତ୍ତୀ quizzesରେ ବ୍ୟବହାର ହୋଇଥିବା ପ୍ରଶ୍ନଗୁଡ଼ିକ Also show old questions ଦ୍ଵାରା ପ୍ରଦର୍ଶିତ ହୋଇଥାଏ
08:19 ମୁଁ ବର୍ତ୍ତମାନ କରୁଥିବା ଭଳି ଆପଣ ଯୋଡ଼ିବାକୁ ଚାହୁଁଥିବା ପ୍ରଶ୍ନଗୁଡ଼ିକୁ ଚୟନ କରିପାରିବେ. ଏବଂ ତା’ପରେ ନିମ୍ନରେ ଥିବା Add selected questions to the quiz ବଟନ୍‌ରେ କ୍ଲିକ୍ କରନ୍ତୁ
08:32 ହେଲେ, ମୁଁ ତାହା କରିବି ନାହିଁ. ଉପର ଡାହାଣପଟେ ଥିବା X ଆଇକନ୍‌ରେ କ୍ଲିକ୍ କରି ଏହି ୱିଣ୍ଡୋକୁ ବନ୍ଦ କରିଦେବି
08:40 ପୁନର୍ବାର Shuffleର ନିମ୍ନରେ ଥିବା Add ଲିଙ୍କରେ କ୍ଲିକ୍ କରନ୍ତୁ. A random question ଲିଙ୍କରେ କ୍ଲିକ୍ କରନ୍ତୁ.

ଆଉ ଗୋଟିଏ ପପ୍-ଅପ୍ ୱିଣ୍ଡୋ ଖୋଲିଯିବ

08:51 ଏହି ବିକଳ୍ପ ଦ୍ଵାରା ପ୍ରତ୍ୟେକ ଛାତ୍ର ପ୍ରଶ୍ନଗୁଡ଼ିକର ଗୋଟିଏ ଭିନ୍ନ ସେଟ୍ ଦେଖିବାକୁ ପାଇବେ. ଏହା ଦ୍ଵାରା quizରେ ଭାଗ ନେବା ସମୟରେ ପରସ୍ପର ମଧ୍ୟରେ ଆଲୋଚନା କରିବା କଷ୍ଟସାଧ୍ୟ ହେବ
09:03 Random question from an existing category ଅଧିନରେ category ଭାବେ Evolutesକୁ ଚୟନ କରନ୍ତୁ
09:11 Number of random questionsରେ 2 ଚୟନ କରନ୍ତୁ
09:16 ତା’ପରେ ଏହି ଡ୍ରପ୍-ଡାଉନ୍‌ର ନିମ୍ନରେ ଥିବା Add random question ବଟନ୍‌ରେ କ୍ଲିକ୍ କରନ୍ତୁ
09:23 Evolutes categoryରୁ 2ଟି ରାଣ୍ଡମ୍ ପ୍ରଶ୍ନ ଏହି quizରେ ଯୋଡ଼ି ହୋଇଯାଇଛି
09:29 ପୁନର୍ବାର ନିମ୍ନ ଡାହାଣପଟେ ଥିବା Add ଲିଙ୍କରେ କ୍ଲିକ୍ କରନ୍ତୁ
09:34 A random question ଲିଙ୍କରେ କ୍ଲିକ୍ କରନ୍ତୁ. Category ପାଇଁ Involutes ଏବଂ Number of random questions ପାଇଁ 2 ଚୟନ କରନ୍ତୁ
09:44 ତା’ପରେ Add random question ବଟନ୍‌ରେ କ୍ଲିକ୍ କରନ୍ତୁ
09:48 ଏହି quizରେ ଆଉ 2ଟି ପ୍ରଶ୍ନ ଯୋଡ଼ି ହୋଇଯାଇଛି, ଯାହା Involutesରୁ ଆସିଛି
09:55 ଧ୍ୟାନ ଦିଅନ୍ତୁ ଯେ, ସ୍ଵଚାଳିତ ଭାବେ quiz ଦୁଇଟି ପେଜ୍‌ରେ ବିଭକ୍ତ ହୋଇଯାଇଛି. ଏହାର କାରଣ ହେଉଛି ଯେ, ଆମେ ପୂର୍ବରୁ Quiz Settingsରେ ଏହି ବିକଳ୍ପ ପ୍ରଦାନ କରିଥିଲେ
10:07 ପୂରା ଡାହାଣପଟେ ଥିବା ଦ୍ଵିତୀୟ ପ୍ରଶ୍ନର ନିମ୍ନରେ ଥିବା add ଲିଙ୍କରେ କ୍ଲିକ୍ କରନ୍ତୁ
10:13 A new section heading ଲିଙ୍କରେ କ୍ଲିକ୍ କରନ୍ତୁ
10:18 Headingର ନାମକୁ ଏଡିଟ୍ କରିବା ପାଇଁ ପେନସିଲ୍ ଆଇକନ୍‌ରେ କ୍ଲିକ୍ କରନ୍ତୁ
10:23 Section 2 ଟାଇପ୍ କରିବା ସହିତ Enter ଦାବନ୍ତୁ
10:27 Quizକୁ ସେଭ୍ କରିବା ପାଇଁ ଉପର ଡାହାଣ ପଟେ ଥିବା Save ବଟନ୍‌ରେ କ୍ଲିକ୍ କରନ୍ତୁ
10:32 Quizର ପ୍ରତ୍ୟେକ ପ୍ରଶ୍ନର ଡାହାଣ କଡ଼ରେ 2ଟି ଆଇକନ୍ ଅଛି: Preview question ଓ Delete

ଏଗୁଡ଼ିକର ନାମ ହିଁ ସେମାନଙ୍କର କାମକୁ ସୂଚାଇଥାଏ

10:43 Delete question ଦ୍ଵାରା ଏହି ପ୍ରଶ୍ନ quizରୁ ଡିଲିଟ୍ ହୋଇଯିବ. କିନ୍ତୁ ପ୍ରଶ୍ନଟି question bankରେ ରହିଥିବ
10:51 Breadcrumbsରେ ଥିବା quizର ନାମ ଉପରେ କ୍ଲିକ୍ କରନ୍ତୁ
10:56 ଡାହାଣ କଡ଼ରେ ଥିବା gear ମେନୁରେ Preview quiz ବଟନ୍‌ରେ କ୍ଲିକ୍ କରନ୍ତୁ
11:02 ଏହା ଦ୍ଵାରା ଗୋଟିଏ କନଫର୍ମେଶନ୍ ୱିଣ୍ଡୋ ଖୋଲିଯିବ. ଏହା ଦ୍ଵାରା ଛାତ୍ରମାନଙ୍କୁ Quiz ଆରମ୍ଭ ହୋଇଯାଇଛି ବୋଲି ସୂଚନା ମିଳିବ ଏବଂ ସେମାନେ Start କିମ୍ବା Cancel ବିକଳ୍ପକୁ ଚୟନ କରିପାରିବେ
11:14 Start attempt ବଟନ୍‌ରେ କ୍ଲିକ୍ କରନ୍ତୁ
11:18 ସ୍କ୍ରୀନ୍‌ର ଡାହାଣ ପଟେ Quiz navigation block ଅଛି
11:23 ଏହା ଟାଇମର୍ ସହିତ ପ୍ରଶ୍ନଗୁଡ଼ିକୁ ବିଭାଗ ଅନୁସାରେ ପ୍ରଦର୍ଶନ କରିବ
11:29 ଏହି ଫିଲ୍ଡରୁ ପ୍ରଶ୍ନକୁ ସିଧାସଳଖ ଏଡିଟ୍ କରିବା ପାଇଁ ମଧ୍ୟ ଏଠାରେ ଗୋଟିଏ ବିକଳ୍ପ ଅଛି
11:35 Navigation blockରେ ଥିବା Finish attempt ଲିଙ୍କରେ କ୍ଲିକ୍ କରନ୍ତୁ
11:40 ପ୍ରଶ୍ନର ନାମ ପରେ ପ୍ରତ୍ୟେକ ପ୍ରଶ୍ନର ଷ୍ଟେଟସ୍ ପ୍ରଦର୍ଶିତ ହେଉଛି
11:45 ପେଜ୍‌ର ନିମ୍ନ ଭାଗରେ ଥିବା Submit all and finish ବଟନ୍‌ରେ କ୍ଲିକ୍ କରନ୍ତୁ
11:51 କନଫର୍ମେଶନ୍ ପପ୍-ଅପ୍‌ରେ ପୁନର୍ବାର Submit all and finish ବଟନ୍‌ରେ କ୍ଲିକ୍ କରନ୍ତୁ
11:58 ଧ୍ୟାନ ଦିଅନ୍ତୁ ଯେ, grade, overall feedback ଓ ପ୍ରଶ୍ନ ସମ୍ବଳିତ feedback ଏଠାରେ ପ୍ରଦର୍ଶିତ ହେଉଛି
12:06 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Finish review ଲିଙ୍କରେ କ୍ଲିକ୍ କରନ୍ତୁ
12:11 Quiz summary ପେଜ୍‌କୁ ଫେରିଆସନ୍ତୁ
12:15 ପେଜ୍‌ର ଉପର ଡାହାଣପଟେ ଥିବା gear ଆଇକନ୍ ରେ କ୍ଲିକ୍ କରନ୍ତୁ. Edit quiz ଲିଙ୍କରେ କ୍ଲିକ୍ କରନ୍ତୁ. ଆପଣ quizରେ ପ୍ରଶ୍ନକୁ ଯୋଡ଼ିପାରିବେ କିମ୍ବା କାଢ଼ିଦେଇପାରିବେ
12:28 ହେଲେ, ଯେକୌଣସି ଛାତ୍ରଙ୍କ ଦ୍ଵାରା quiz ଆଟେମ୍ପଟ୍ କରାଯିବା ପୂର୍ବରୁ ହିଁ ଏହା କରାଯାଇପାରିବ
12:35 Quizକୁ କେବଳ ଜଣେ ଛାତ୍ର ଆଟେମ୍ପଟ୍ କରିଥିଲେ ମଧ୍ୟ quizଟି ଲକ୍ ହୋଇଯିବ. ହେଲେ ଆବଶ୍ୟକତା ଅନୁସାରେ ପ୍ରଶ୍ନଗୁଡ଼ିକୁ ଏଡିଟ୍ କିମ୍ବା ଯୋଡ଼ାଯାଇପାରିବ
12:47 ଏଥି ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
12:53 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, କିପରି Moodleରେ ଗୋଟିଏ Quiz ତିଆରି କରିବା

Quizରେ Question bankରୁ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରିବା

13:03 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଛୋଟ ଆସାଇନମେଣ୍ଟ ଅଛି.

Evolutes ପାଇଁ ଗୋଟିଏ ନୂଆ quizକୁ ଯୋଡ଼ନ୍ତୁ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ଦେଖନ୍ତୁ

13:16 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

13:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

13:34 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ କରନ୍ତୁ
13:38 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
13:52 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି
14:03 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep