Difference between revisions of "Moodle-Learning-Management-System/C2/Overview-of-Moodle/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>"Time"</center> | <center>"Narration"</center> |- | 00:01 | Overview of Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରି...")
 
 
Line 1: Line 1:
 
{| border=1
 
{| border=1
| <center>"Time"</center>
+
| <center>Time</center>
| <center>"Narration"</center>
+
| <center>Narration</center>
  
 
|-
 
|-

Latest revision as of 17:05, 11 December 2019

Time
Narration
00:01 Overview of Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: "ଲର୍ନିଙ୍ଗ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍" ( ସଂକ୍ଷିପ୍ତରେ LMS)ର ଅବଧାରଣା
00:16 ଗୋଟିଏ LMS ଭାବରେ Moodle
00:19 କେଉଁମାନେ Moodle ବ୍ୟବହାର କରିପାରିବେ ଏବଂ Moodle ୱେବ୍ ସାଇଟ୍ସର ଉଦାହରଣ
00:26 ଆମେ ନିମ୍ନଲିଖିତ ମଧ୍ୟ ଶିଖିବା: Moodle ଚଲାଇବା ପାଇଁ ଆବଶ୍ୟକ ସଫ୍ଟୱେର୍ ଓ ହାର୍ଡୱେର୍ ଏବଂ
00:33 Moodle ଶୃଙ୍ଖଳାରେ ପ୍ରଦର୍ଶିତ କରାଯିବାକୁ ଥିବା ମୁଖ୍ୟ ଫିଚର୍ସ
00:39 ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନେ ଗୋଟିଏ ୱେବ୍ ସାଇଟ୍ ବ୍ରାଉଜ୍ କରିବା ଜାଣିଥିବା ଉଚିତ
00:45 "ଲର୍ନିଙ୍ଗ୍ ମ୍ୟାନେଜମେଣ୍ଟ ସିଷ୍ଟମ୍” ବା LMS କ’ଣ ଆସନ୍ତୁ ପ୍ରଥମେ ତାହା ବୁଝିବା
00:53 ଯେକୌଣସି eLearning Content ତିଆରି, ପରିଚାଳନା ଓ ଡେଲିଭର୍ କରିବା ପାଇଁ ଏକ LMS ଆମକୁ ସାହାଯ୍ୟ କରିଥାଏ
01:01 ଉଦାହରଣସ୍ୱରୂପ: ଶିକ୍ଷାପ୍ରଦ ପାଠ୍ୟକ୍ରମ ଓ ତାଲିମ୍ କାର୍ଯ୍ୟକ୍ରମ
01:07 ପାଠ୍ୟକ୍ରମଗୁଡ଼ିକୁ ମଧ୍ୟ ଏହା ପରିଚାଳନା କରିଥାଏ “
01:11 ଆମେ କଣ୍ଟେଣ୍ଟ ତିଆରି ଓ ଏଡିଟ୍ କରିପାରିବା, ବିଦ୍ୟାର୍ଥୀମାନଙ୍କୁ ଆକସେସ୍ ଦେଇପାରିବା, ସେମାନଙ୍କ ସବମିଶନ୍‌କୁ ଗ୍ରେଡ୍ ଦେଇପାରିବା ଆଦି
01:21 Moodle ହେଉଛି ଏକ ଅନୁକ୍ରିୟାଶୀଳ, ମାଗଣା ଓ ମୁକ୍ତ ଉତ୍ସ ସଫ୍ଟୱେର୍
01:27 ବିଶ୍ୱ ସ୍ତରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଉଥିବା ସବୁଠାରୁ ଲୋକପ୍ରିୟ LMS ମଧ୍ୟରୁ ଏହା ହେଉଛି ଅନ୍ୟତମ
01:33 ଏହାର ସୁରକ୍ଷା ନିୟନ୍ତ୍ରଣ, ଆମର ତଥ୍ୟକୁ ସୁରକ୍ଷିତ ଓ ନିରାପଦ ରଖିଥାଏ
01:39 ଏଥିରେ କିଛି ବହୁତ ଶକ୍ତିଶାଳୀ ବୈଶିଷ୍ଟ୍ୟ ରହିଛି, ଯାହା ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିଥାଏ
01:47 Moodle, ସବିଶେଷ ଡକୁମେଣ୍ଟେଶନ୍ ମଧ୍ୟ ପ୍ରଦାନ କରିଥାଏ, ଯାହା ଏହାକୁ ବ୍ୟବହାର କରିବା ସହଜ କରିଥାଏ
01:54 Moodleର ୟୁଜର୍ କମ୍ୟୁନିଟୀ ଓ ଫୋରମ୍ ସହାୟତା ବହୁତ ସକ୍ରିୟ ରହିଥାଏ
02:00 Moodleରେ ଉପଲବ୍ଧ ମାଗଣା ପ୍ଲଗ୍ ଇନ୍ସ, ଏହାକୁ ଆହୁରି ଅଧିକ ଫିଚର୍-ସମୃଦ୍ଧ କରିଥାଏ
02:06 ସମସ୍ତ ଡିଭାଇସ୍ ରେ Moodleକୁ ନାଭିଗେଟ୍ କରିବା ସରଳ ଅଟେ;

ଏଥିରେ, ପାଠ୍ୟକ୍ରମ ଓ ସାଇଟ୍ ଲେଭଲ୍‌ରେ ଗତିବିଧି ଓ ଅଂଶଗ୍ରହଣତା ଉପରେ ସବିଶେଷ ରିପୋର୍ଟ ରହିଛି

02:18 ବ୍ୟକ୍ତିଗତକୃତ ଶିକ୍ଷା ସମେତ ସହଯୋଗିତାରେ ସହାଯ୍ୟ କରିଥାଏ
02:23 ସେଥିପାଇଁ ଫୋରମ୍, ପିଅର୍ ଆସେସମେଣ୍ଟ, ଗ୍ରୁପ୍ ମେନେଜମେଣ୍ଟ, ଲର୍ନିଙ୍ଗ୍ ପାଥ୍ ଆଦି ବ୍ୟବହାର କରିହେବ
02:32 ଆସନ୍ତୁ ଦେଖିବା, କିଏ କିଏ Moodle LMS ବ୍ୟବହାର କରିପାରିବେ:
02:36 ଶିକ୍ଷାନୁଷ୍ଠାନ, ଯେପରି ବିଶ୍ୱବିଦ୍ୟାଳୟ, କଲେଜ୍, ସ୍କୁଲ୍ ଓ କୋଚିଙ୍ଗ୍ ସେଣ୍ଟର୍ସ
02:44 କର୍ମଚାରୀ ତାଲିମ୍ ଓ ଅଭିବିନ୍ୟାସ ପାଇଁ ବ୍ୟବସାୟ
02:49 ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ଯତ୍ନ ତାଲିମ୍ କାର୍ଯ୍ୟକ୍ରମ
02:53 ଯେକୌଣସି ଇ-ଲର୍ନିଙ୍ଗ୍ ଭିତ୍ତିକ ଅନୁଷ୍ଠାନ
02:57 Moodle ବ୍ୟବହାର କରି ତିଆରି କରାଯାଇଥିବା କେତେକ ୱେବ୍ ସାଇଟ୍‌କୁ ଆସନ୍ତୁ ଦେଖିବା
03:02 ଏହିଭଳି କଲେଜ୍
03:05 ଏହିଭଳି ଘରୋଇ ବିଶ୍ୱବିଦ୍ୟାଳୟ
03:09 ଏହିଭଳି ତାଲିମ୍ ଅନୁଷ୍ଠାନ
03:13 ଏହିଭଳି କୋଚିଙ୍ଗ୍ ଅନୁଷ୍ଠାନ
03:17 ବିଭିନ୍ନ ଶିକ୍ଷକ, ଯେଉଁମାନେ ସେମାନଙ୍କର ପାଠ୍ୟକ୍ରମକୁ ଅନଲାଇନ୍‌ରେ ଦେବାକୁ ଚାହୁଁଛନ୍ତି ଏବଂ ଆହୁରି ଅନେକ
03:24 ନିମ୍ନ URLରେ Moodle ପାଖରେ ବ୍ୟବହାରର ସବିଶେଷ ପରିସଂଖ୍ୟାନ ରହିଛି
03:30 ଏଥିରେ ଆପଣ, ବିଭିନ୍ନ ଦେଶରୁ ପଞ୍ଜୀକୃତ Moodle Websiteଗୁଡ଼ିକୁ ଦେଖିପାରିବେ
03:40 Moodleକୁ ଇନଷ୍ଟଲ୍ କରିବା ପାଇଁ ଆମକୁ ଦରକାର: Apache web-server
03:46 MySQL, MariaDB କିମ୍ୱା PostgreSQL ଓ PHP

ଭଳି ଏକ ଡେଟାବେସ୍

03:54 Moodle ହେଉଛି ଏହ ସଂସାଧନ ଖର୍ଚ୍ଚୀ ସଫ୍ଟୱେର୍
03:58 Moodle ଚଲାଇବା ପାଇଁ ସୁପାରିସକୃତ ହାର୍ଡୱେର୍ ହେଉଛି:
04:02 ଡିସ୍କ ସ୍ପେସ୍: Moodle କୋଡ୍ ପାଇଁ 200 MB, ଆଉ କଣ୍ଟେଣ୍ଟ ଷ୍ଟୋରିଙ୍ଗ୍ ପାଇଁ ସ୍ଥାନ. ହେଲେ, 5 GB ହେଉଛି ସର୍ବନିମ୍ନ ବାସ୍ତବବାଦୀ
04:15 ପ୍ରୋସେସର୍: ସର୍ବନିମ୍ନ 1 Gigahertz, କିନ୍ତୁ 2 Gigahertz ଡୁଆଲ୍ କୋର୍ କିମ୍ୱା ଅଧିକର ସୁପାରିସ କରାଯାଏ
04:23 ମେମୋରୀ: ସର୍ବନିମ୍ନ 512 MB, କିନ୍ତୁ 1 GB କିମ୍ୱା ଅଧିକର ସୁପାରିସ କରାଯାଏ
04:31 ସିଷ୍ଟମ୍ ଉପରେ ଆଶା କରାଯାଉଥିବା ଲୋଡ୍‌କୁ ଭିତ୍ତି କରି ଏହି ଆବଶ୍ୟକତାଗୁଡ଼ିକ ବଦଳିପାରେ
04:37 ଉଦାହରଣସ୍ୱରୂପ, ପାଠ୍ୟକ୍ରମର ସଂଖ୍ୟା ଏବଂ ଆଶା କରାଯାଉଥିବା ଏକସଙ୍ଗରେ ଲଗ୍ ଇନ୍
04:44 ଏହି ଶୃଙ୍ଖଳା ତିଆରି କରିବା ସମୟରେ Moodle 3.3 ଲାଟେଷ୍ଟ ସ୍ଥିର ଭର୍ସନ୍ ଥିଲା
04:50 ଉପଲବ୍ଧ ଲାଟେଷ୍ଟ ସ୍ଥିର ଭର୍ସନ୍‌ରେ କାମ କରିବା ପାଇଁ ସର୍ବଦା ସୁପାରିସ କରାଯାଏ
04:57 Moodle 3.3 ପାଇଁ ନିମ୍ନଲିଖିତ ଆବଶ୍ୟକ:
05:01 Apache 2.x (କିମ୍ୱା ଉଚ୍ଚତର ଭର୍ସନ୍)

MariaDB 5.5.30 (କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍) ଏବଂ

05:11 PHP 5.4.4 (କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍)
05:17 ଏହି ଶୃଙ୍ଖଳା ପାଇଁ ଆମେ ନିମ୍ନଲିଖିତ OS ଓ ସଫ୍ଟୱେର୍ ବ୍ୟବହାର କରିଛୁ:

Ubuntu Linux OS 16.04

05:26 XAMPP 5.6.30 ଓ Moodle 3.3 ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP
05:36 ଏହି Moodle ଶୃଙ୍ଖଳାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି -
05:41 Moodle Site Administratorମାନଙ୍କ ପାଇଁ ଗୋଟିଏ ଏବଂ ଶିକ୍ଷକମାନଙ୍କ ପାଇଁ ଗୋଟିଏ
05:48 Moodle Site Administrators, Moodleକୁ ସର୍ଭର୍‌ରେ ଇନଷ୍ଟଲ୍ କରିବେ
05:54 ଅନୁଷ୍ଠାନର ମାର୍ଗଦର୍ଶିକା ଅନୁସାରେ ପାଠ୍ୟକ୍ରମ ବର୍ଗ ତିଆରି କରିବେ ଏବଂ ପାଠ୍ୟକ୍ରମ ଓ ଏକାଧିକ ପାଠ୍ୟକ୍ରମ ପାଇଁ ୟୁଜର୍ ଆକାଉଣ୍ଟଗୁଡ଼ିକୁ ପରିଚାଳନା କରିବେ
06:04 ଏହି ଶୃଙ୍ଖଳାରେ Moodle Site Administrators ପାଇଁ କଭର୍ କରାଯାଇଥିବା କେତେକ ମୁଖ୍ୟ ଫିଚର୍‌ର ଝଲକ ଏଠାରେ ଦିଆଗଲା
06:14 Localhostରେ ପ୍ୟାକେଜ୍‌ଗୁଡ଼ିକୁ ଦେଖିବା ଏବଂ ଡେଟାବେସ୍‌କୁ ସେଟ୍ ଅପ୍ କରିବା ବିଷୟରେ Getting Ready for Moodle Installation ଟ୍ୟୁଟୋରିଆଲ୍ ବର୍ଣ୍ଣନା କରିଥାଏ
06:29 Moodleକୁ କିପରି ଡାଉନଲୋଡ୍ କରି ଇନଷ୍ଟଲ୍ କରିବେ, ତାହା Installing Moodle on Local Server ଟ୍ୟୁଟୋରିଆଲରେ ରହିଛି
06:39 Admin Dashboard, ବିଭିନ୍ନ Blocks, Profile Page ଓ Preferencesକୁ କିପରି ଏଡିଟ୍ କରିବେ

ସେହି ବିଷୟରେ Admin's Dashboard in Moodle ଟ୍ୟୁଟୋରିଆଲରେ କୁହାଯାଇଛି.

06:53 Blocks in Admin's Dashboard ଟ୍ୟୁଟୋରିଆଲରେ - Blocksକୁ କିପରି ଯୋଡ଼ିବେ ଓ ଡିଲିଟ୍ କରିବେ
07:05 ଏବଂ Front Pageକୁ କିପରି ସେଟ୍ କରିବେ, ତାହା ବର୍ଣ୍ଣିତ ହୋଇଛି
07:08 ପରବର୍ତ୍ତୀ ଟ୍ୟୁଟୋରିଆଲ୍, Categories in Moodleରେ ଆମେ, Categories ଓ Subcategories ତିଆରି କରିବା ବିଷୟରେ ଶିଖିବା
07:19 Courses in Moodle ଟ୍ୟୁଟୋରିଆଲରେ ଆମେ, ଏକ ପାଠ୍ୟକ୍ରମ ତିଆରି କରିବା ଓ ତାହାକୁ କିପରି କନଫିଗର୍ କରାଯାଏ, ତାହା ଜାଣିବା
07:28 Users in Moodle ଟ୍ୟୁଟୋରିଆଲ୍ ଆମକୁ - ଜଣେ ୟୁଜର୍‌ଙ୍କୁ କିପରି ଯୋଡ଼ାଯାଏ,
07:36 ୟୁଜର୍‌ଙ୍କ ପ୍ରୋଫାଇଲ୍ କିପରି ଏଡିଟ୍ କରାଯାଏ ଏବଂ ଅନେକ ୟୁଜର୍‌ଙ୍କୁ କିପରି ଅପଲୋଡ୍ କରାଯାଏ, ତାହା ବୁଝାଇଥାଏ
07:43 User Roles in Moodle ଟ୍ୟୁଟୋରିଆରେ ଆପଣ - ୟୁଜର୍‌ଙ୍କୁ ବିଭିନ୍ନ ଭୂମିକା ଆବଣ୍ଟନ କରିବା ବିଷୟରେ ଶିଖିବେ
07:52 ଉଦାହରଣସ୍ୱରୂପ - ଦ୍ୱିତୀୟକ ଆଡମିନ୍ ଭୂମିକା, ଶିକ୍ଷକ ଭୂମିକା ଓ ବିଦ୍ୟାର୍ଥୀ ଭୂମିକା
08:00 ଭବିଷ୍ୟତରେ Moodle Site Administrators ପାଇଁ ଏହି ଶୃଙ୍ଖଳାରେ ଆହୁରି ଅଧିକ ଟ୍ୟୁଟୋରିଆଲ୍ ଆସିବ
08:07 ଏବେ ଆମେ, ଶିକ୍ଷକମାନଙ୍କ ପାଇଁ ଥିବା ଟ୍ୟୁଟୋରିଆଲକୁ ଯିବା
08:11 ଶିକ୍ଷକମାନେ, ସେମାନଙ୍କର ପାଠ୍ୟକ୍ରମ ବିଷୟବସ୍ତୁର ଅପଲୋଡିଙ୍ଗ୍ ଓ ଏଡିଟିଙ୍ଗ୍ ପାଇଁ ଦାୟୀ ରହିବେ
08:17 ବିଦ୍ୟାର୍ଥୀଙ୍କର ପ୍ରଗତି ଜାଣିବା ପାଇଁ "ଆସାଇନମେଣ୍ଟ” ଓ "କ୍ୱିଜ୍” ତିଆରି କରିବେ ଏବଂ
08:22 ସେମାନଙ୍କର ପାଠ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କର ନାମ ଲେଖାଇବେ ଓ କଥାବାର୍ତ୍ତା ହେବେ
08:27 ଏବେ, ଏହି ଶୃଙ୍ଖଳାରେ ଶିକ୍ଷକମାନଙ୍କ ପାଇଁ ଥିବା କେତେକ ମୁଖ୍ୟ ଫିଚର୍‌ର ଝଲକ ମୁଁ ଦେଖାଉଛି
08:34 Teacher's Dashboard in Moodle ଟ୍ୟୁଟୋରିଆଲରେ -

Teacher's Dashboard, ପ୍ରୋଫାଇଲ୍ ଓ ପ୍ରିଫରେନ୍ସେସ୍ କିପରି ଏଡିଟ୍ କରିବେ, ତାହା କୁହାଯାଇଛି

08:46 Course Administration in Moodle ଟ୍ୟୁଟୋରିଆଲରେ ବର୍ଣ୍ଣିତ ହୋଇଛି - କିପରି Course Settings କନଫିଗର୍ କରିବେ
08:53 ଏବଂ ଗୋଟିଏ ପାଠ୍ୟକ୍ରମରେ କର୍ଯ୍ୟକଳାପ ଓ ସଂସାଧନ କିପରି ପରିଚାଳନା କରିବେ
08:59 Formatting Course Material in Moodle ଟ୍ୟୁଟୋରିଆଲରେ ରହିଛି - ଡିଫଲ୍ଟ Moodle Text Editorରେ ବିଭିନ୍ନ ଫର୍ମାଟିଙ୍ଗ୍ ବିକଳ୍ପ
09:10 ଏବଂ ଅତିରିକ୍ତ Course Material ଯୋଡ଼ିବା ବିଷୟ
09:15 Uploading and Editing Resourse in Moodle ଟ୍ୟୁଟୋରିଆଲ୍ ବର୍ଣ୍ଣନା କରେ - କିପରି ଏକ URL Resource ଓ ଏକ Book Resourceକୁ ଅପଲୋଡ୍ କରିବେ ଏବଂ ସେଗୁଡ଼ିକୁ ଏଡିଟ୍ କରିବେ
09:29 ଏହି ଶୃଙ୍ଖଳାରେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Forums and Assignments in Moodle
09:34 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Moodleରେ ଫୋରମ୍‌ର ବିଭିନ୍ନ ପ୍ରକାର
09:39 ଆଲୋଚନା ପାଇଁ ଗୋଟିଏ ଫୋରମ୍ କିପରି ତିଆରି କରିବେ ଏବଂ କିପରି ଆସାଇନ୍‌ମେଣ୍ଟ ତିଆରି କରିବେ
09:48 Moodle ଟ୍ୟୁଟୋରିଆଲରେ ଥିବା Question Bankରେ ଆମେ, ପ୍ରଶ୍ନଗୁଡ଼ିକର Categories କିପରି ତିଆରି କରାଯାଏ ଏବଂ Question Bankରେ ପ୍ରଶ୍ନ କିପରି ଯୋଡ଼ାଯାଏ, ଶିଖିବା
09:58 Moodle ଟ୍ୟୁଟୋରିଆଲରେ ଥିବା Quiz ଆମକୁ ଶିଖାଇବ - Quiz ତିଆରି କରିବା ଏବଂ

Quizରେ ଥିବା Question Bankରେ ପ୍ରଶ୍ନ ଯୋଡ଼ିବା ବିଷୟରେ

10:12 Enroll Students and Communicate in Moodle ନାମକ ଟ୍ୟୁଟୋରିଆଲରେ ଆମେ:

ଏକ ପାଠ୍ୟକ୍ରମରେ CSV ଫାଇଲ୍ ଜରିଆରେ ଅପଲୋଡ୍ ହୋଇଥିବା ବିଦ୍ୟାର୍ଥୀମାନଙ୍କ ନାମ ଲେଖାଇବା

10:25 ପାଠ୍ୟକ୍ରମରେ ଗ୍ରୁପ୍ ତିଆରି କରିବା ଏବଂ ବିଦ୍ୟାର୍ଥୀମାନଙ୍କୁ ମେସେଜ୍ ଓ ନୋଟ୍ସ ପଠାଇବା ବିଷୟରେ ଶିଖିବା
10:31 ପରେ, ଏହି ଶୃଙ୍ଖଳାରେ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଆହୁରି ଅନେକ ଟ୍ୟୁଟୋରିଆଲ୍ ରହିଛି
10:37 ଏବେ, ସାରାଂଶିତ କରିବା.

ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: "ଲର୍ନିଙ୍ଗ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍" (ସଂକ୍ଷିପ୍ତରେ LMS)ର ଅବଧାରଣା

10:48 ଏକ LMS ଭାବରେ Moodle, କେଉଁମାନେ Moodle ବ୍ୟବହାର କରିପାରିବେ ଏବଂ Moodle ୱେବ୍ ସାଇଟ୍ସର ଉଦାହରଣ ବିଷୟରେ
10:57 Moodle ଚଲାଇବା ପାଇଁ ଆବଶ୍ୟକ ସଫ୍ଟୱେର୍ ଓ ହାର୍ଡୱେର୍ ଏବଂ Moodle ଶୃଙ୍ଖଳାରେ ପ୍ରଦର୍ଶିତ କରାଯିବାକୁ ଥିବା

ମୁଖ୍ୟ ଫିଚର୍ସର ଅବଲୋକନ ବିଷୟରେ ମଧ୍ୟ ଶିଖିଲେ

11:10 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:18 ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:28 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍‌କୁ ଯାଆନ୍ତୁ.
11:35 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ.

11:45 ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
11:51 ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ. ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.
11:59 ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା
12:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:18 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep