Moodle-Learning-Management-System/C2/Installing-Moodle-on-Local-Server/Oriya

From Script | Spoken-Tutorial
Jump to: navigation, search
Time Narration
00:01 Installing Moodle on Local Server ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ Moodleକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:15 Moodle ଇନଷ୍ଟଲ୍ କରିବା ପାଇଁ, ଆପଣଙ୍କ ସିଷ୍ଟମ୍‌ରେ ନିମ୍ନଲିଖିତ ରହିଥିବା ଦରକାର:

Apache 2.x (କିମ୍ୱା ଉଚ୍ଚତର ଭର୍ସନ୍),

00:23 MariaDB 5.5.30 (କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍) ଏବଂ PHP 5.4.4 +(କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍).
00:36 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Ubuntu Linux OS 16.04

00:44 XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ
00:53 ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP
00:59 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
01:03 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
01:11 ଆରମ୍ଭ କରିବା ପୂର୍ବରୁ ଇଣ୍ଟର୍ନେଟ୍ କନେକ୍ଟିଭିଟୀ ଥିବା ସୁନିଶ୍ଚିତ କରିନିଅନ୍ତୁ
01:16 ଏହି ଶୃଙ୍ଖଳାରେ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକୁ ମଧ୍ୟ ଦେଖିନିଅନ୍ତୁ.

ପ୍ରାକ୍ ଆବଶ୍ୟକତାଗୁଡ଼ିକ ପୂରଣ ହୋଇଥିବାର ଏବଂ "ଡେଟାବେସ୍” ଠିକ୍ ଭାବରେ ସେଟ୍ ଅପ୍ ହୋଇଥିବାର ମଧ୍ୟ ସୁନିଶ୍ଚିତ କରିନିଅନ୍ତୁ

01:27 XAMPP ଚାଲୁଥିବା ଦରକାର ଏବଂ moodle-st ୟୁଜର୍ ନେମ୍ ସହିତ ଡେଟାବେସ୍ ସେଟ୍ ଅପ୍ ହୋଇଥିବା ଆବଶ୍ୟକ
01:37 ପ୍ରଥମେ, ୱେବ୍ ବ୍ରାଉଜର୍‌କୁ ଯାଇ XAMPP ଆରମ୍ଭ କରନ୍ତୁ
01:42 "ଆଡ୍ରେସ୍ ବାର୍"ରେ ଟାଇପ୍ କରନ୍ତୁ: http କୋଲନ୍ ଡବଲ୍ ସ୍ଲାଶ୍ 127 ଡଟ୍ 0 ଡଟ୍ 0 ଡଟ୍ 1 ଏବଂ Enter ଦାବନ୍ତୁ
01:56 ସ୍କ୍ରୀନ୍‌ର ଉପର ଡାହାଣପଟେ ଥିବା ମେନୁରେ PHPinfo ଉପରେ କ୍ଲିକ୍ କରନ୍ତୁ
02:02 ଏବେ, Ctrl+F କୀ’ ଦାବନ୍ତୁ ଏବଂ Document ଅଣ୍ଡରସ୍କୋର୍ Root ଖୋଜନ୍ତୁ
02:10 ତାହା Apache Environment ଟେବଲ୍‌ରେ ମିଳିବ
02:14 Document ଅଣ୍ଡରସ୍କୋର୍ Root ଅବା ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs କିମ୍ୱା ସ୍ଲାଶ୍ var ସ୍ଲାଶ୍ www ହୋଇପାରେ
02:30 ମୋ ମେଶିନ୍‌ରେ ଏହା ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs ଅଟେ
02:37 ଦୟାକରି ଏହି ପାଥ୍‌କୁ ଲେଖିରଖନ୍ତୁ. ଆମେ ଏଠାରେ Moodle ଇନଷ୍ଟଲ୍ କରିବା
02:43 ଏବେ ଆସନ୍ତୁ ଆମେ Moodle ଡାଉନଲୋଡ୍ କରିବା.

Moodleର ଅଫିସିଆଲ୍ ୱେବ୍ ସାଇଟ୍ moodle.orgକୁ ଯାଆନ୍ତୁ

02:53 ଉପରେ ଥିବା ମେନୁରେ Downloads ଲିଙ୍କ୍ ଉପରେ କ୍ଲିକ୍ କରି

ଲେଟେଷ୍ଟ ରିଲିଜ୍ ବଟନ୍ Moodle 3.3+ ଉପରେ କ୍ଲିକ୍ କରନ୍ତୁ

03:04 ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ୍ ସମୟରେ, Moodleର ଲେଟେଷ୍ଟ ସ୍ଥିର ଭର୍ସନ୍ 3.3 ଥିଲା. ଆପଣଙ୍କ ସମୟରେ ଏହା ଭିନ୍ନ ହୋଇପାରେ
03:15 Download Zip ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏହା, ଆମ ମେଶିନ୍‌ରେ Moodle ଡାଉନଲୋଡ୍ କରିବା ଆରମ୍ଭ କରିବ
03:22 ମୁଁ ଏହି ଫାଇଲ୍‌କୁ ଡାଉନଲୋଡ୍ କରି ମୋ Download ଫୋଲ୍ଡର୍ ରେ ରଖିସାରିଛି. ତେଣୁ, ମୁଁ ଏହି ଷ୍ଟେପ୍‌କୁ ଛାଡ଼ିଦେବି
03:30 Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
03:36 ଟର୍ମିନଲ୍‌ରେ, ମୁଁ ଡାଇରେକ୍ଟୋରୀକୁ ବଦଳାଇ Downloads କରିବି
03:40 ଏହା କରିବା ପାଇଁ ଟାଇପ୍ କରନ୍ତୁ: Cd ସ୍ପେସ୍ downloads ଏବଂ Enter ଦାବନ୍ତୁ.
03:48 ଆପଣଙ୍କୁ ସେହି ପାଥ୍ ଟାଇପ୍ କରିବାକୁ ହେବ, ଯେଉଁଠାରେ ଆପଣ Moodleକୁ ଡାଉନଲୋଡ୍ କରିଛନ୍ତି
03:53 ସେହି ଡାଇରେକ୍ଟୋରୀକୁ ଯିବା ପରେ, ଫାଇଲ୍‌ଗୁଡିକୁ ତାଲିକାଭୁକ୍ତ କରିବା ପାଇଁ ls ଟାଇପ୍ କରି Enter ଦାବନ୍ତୁ.
04:01 ଏହା ହେଉଛି ମୋର Moodle ଇନଷ୍ଟଲେଶନ୍ ଫାଇଲ୍. ଏହାର ନାମ ହେଉଛି moodle ହାଇଫେନ୍ latest ହାଇଫେନ୍ 33 ଡଟ୍ zip
04:11 ଡାଉନଲୋଡ୍ ସମୟରେ ଯଦି ଆପଣ ତାହାର ନାମ ବଦଳାଇଛନ୍ତି, ତେବେ ତାହାକୁ ନିଜ ଫୋଲ୍ଡର୍‌ରେ ଖୋଜନ୍ତୁ
04:19 ତା’ପରେ, Moodle ଫୋଲ୍ଡର୍‌ରେ ଏହି zip ଫାଇଲ୍‌କୁ ଏକ୍ସଟ୍ରାକ୍ଟ କରନ୍ତୁ
04:26 "କମାଣ୍ଡ ପ୍ରମ୍ପ୍ଟ"ରେ ନିମ୍ନଲିଖିତ ଟାଇପ୍ କରନ୍ତୁ: sudo ସ୍ପେସ୍ unzip ସ୍ପେସ୍ moodle ହାଇଫେନ୍ latest ହାଇଫେନ୍ 33 ଡଟ୍ zip ସ୍ପେସ୍ ହାଇଫେନ୍ d ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs ସ୍ଲାଶ୍ ଏବେ Enter ଦାବନ୍ତୁ
04:51 Ctrl+L ଦାବି ଟର୍ମିନଲ୍ ଖାଲି କରିଦିଅନ୍ତୁ
04:56 ଏବେ ଟାଇପ୍ କରନ୍ତୁ: cd ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ htdocs ଏବଂ Enter ଦାବନ୍ତୁ.
05:06 ଏହି ଡାଇରେକ୍ଟୋରୀରେ ଫାଇଲ୍‌ଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ls ଟାଇପ୍ କରି Enter ଦାବନ୍ତୁ.
05:12 ଦେଖନ୍ତୁ, Moodle ନାମକ ଏକ ନୂଆ ଫୋଲ୍ଡର୍ ତିଆରି ହୋଇଗଲା
05:18 ମାଲିକ ଓ ଗ୍ରୁପ୍ ସଦସ୍ୟମାନଙ୍କୁ ଆମେ Moodle ଫୋଲ୍ଡର୍‌ର ପଢ଼ିବା, ଲେଖିବା ଓ ନିଷ୍ପାଦନ କରିବା ପାଇଁ ଅନୁମତି ଦେବା
05:27 ତେଣୁ ଟାଇପ୍ କରନ୍ତୁ: sudo ସ୍ପେସ୍ chmod ସ୍ପେସ୍ 777 ସ୍ପେସ୍ moodle ସ୍ଲାଶ୍ ଏବଂ Enter ଦାବନ୍ତୁ.
05:39 କୁହାଗଲେ, Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ
05:45 ଏବେ, ବ୍ରାଉଜର୍‌କୁ ଯାଆନ୍ତୁ ଏବଂ ଟାଇପ୍ କରନ୍ତୁ: http କୋଲନ୍ ଡବଲ୍ ସ୍ଲାଶ୍ 127.0.0.1 ସ୍ଲାଶ୍ moodle କିମ୍ୱା http କୋଲନ୍ ଡବଲ୍ ସ୍ଲାଶ୍ localhost ସ୍ଲାଶ୍ moodle
06:06 ମୁଁ ଏଠାରେ ମୋ localhost IP ଟାଇପ୍ କରିସାରିଛି
06:10 ଏହି IP ନିହାତି ଭାବରେ Moodle ଇନଷ୍ଟଲ୍ ହୋଇଥିବା ମେଶିନ୍ ର IP ହୋଇଥିବା ଦରକାର.

ଦୟାକରି ଧ୍ୟାନ ଦିଅନ୍ତୁ ଯେ, Moodle ହେଉଛି ସେହି ଫୋଲ୍ଡର୍, ଯେଉଁଥିରେ ଆମେ ପୂର୍ବରୁ ଏକ୍ସଟ୍ରାକ୍ଟ କରିଥିଲେ

06:23 Enter ଦାବନ୍ତୁ ଏବଂ ଆପଣ Moodle ଇନଷ୍ଟଲେଶନ୍ ପେଜ୍ ଦେଖିବାକୁ ପାଇବେ
06:29 ଡିଫଲ୍ଟ ଭାବରେ ଆମେ ପଦାଙ୍କ ଏକରେ ଅଛେ, ଯାହା ହେଉଛି Configuration. ଦୟାକରି ଧ୍ୟାନ ଦିଅନ୍ତୁ: Moodleକୁ ବିଭିନ୍ନ ଭାଷାରେ ଇନଷ୍ଟଲ୍ କରିହେବ
06:40 କିନ୍ତୁ, ଆମେ ଇଂରାଜୀ ଭାଷା ହିଁ ରଖିବା.

ତେଣୁ, ଏଠାରେ English ଚୟନ କରନ୍ତୁ. Language ଡ୍ରପ୍ ଡାଉନ୍ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ

06:52 ଏହାପରେ ହେଉଛି Paths ପେଜ୍. ଏହିଠାରେ ୱେବ୍ ଆଡ୍ରେସ୍, Moodle ଡାଇରେକ୍ଟୋରୀ ଓ ଡେଟା ଡାଇରେକ୍ଟୋରୀକୁ ପରିଭାଷିତ କରାଯାଇଛି
07:02 ଇନଷ୍ଟଲ୍ ହୋଇଯିବା ପରେ Moodleକୁ ଆକସେସ୍ କରିବା ପାଇଁ URL ହେଉଛି "ୱେବ୍ ଆଡ୍ରେସ୍”
07:08 ଏହା ହେଉଛି ସେହି URL, ଯାହାକୁ ଆମେ ଉପରେ ଲେଖିଛେ, ଯେପରି ଏଠାରେ ଦେଖାଯାଇଛି
07:14 Moodle କୋଡ୍, Moodle ଡାଇରେକ୍ଟୋରୀ ଫୋଲ୍ଡର୍ ରେ ଉପଲବ୍ଧ ଅଛି
07:20 ଏଠାରେ ଧ୍ୟାନ ଦିଅନ୍ତୁ ଯେ, ଉଭୟ "ୱେବ୍ ଆଡ୍ରେସ୍” ଓ "Moodle ଡାଇରେକ୍ଟୋରୀ”ଫିଲ୍ଡକୁ ଏଡିଟ୍ କରିହେବ ନାହିଁ. ଏହିଗୁଡ଼ିକୁ ଆମେ ବଦଳାଇପାରିବା ନାହିଁ
07:31 ଏହାପରେ ହେଉଛି "ଡେଟା ଡାଇରେକ୍ଟୋରୀ". ଏହି ଫୋଲ୍ଡର୍ ରେ, ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ସମସ୍ତ ଫାଇଲ୍ କଣ୍ଟେଣ୍ଟ ଷ୍ଟୋର୍ ହେବ
07:42 ଏହି ଫୋଲ୍ଡର୍‌କୁ "ପଢ଼ିବା ଓ ଲେଖିବା” ଅନୁମତି ଦେବାକୁ ହେବ. ଯେଉଁଥିରୁ, ଏଠାରେ ଫାଇଲ୍‌ଗୁଡ଼ିକ ଷ୍ଟୋର୍ ହୋଇପାରିବ
07:50 ହେଲେ, ସୁରକ୍ଷା ଦୃଷ୍ଟିରୁ ଏହାକୁ ୱେବ୍‌ରେ ସିଧାସଳଖ ଆକସେସ୍ କରିହେବ ନାହିଁ
07:57 ତେଣୁ, ଏହାକୁ ଇନଷ୍ଟଲେଶନ୍ ଫୋଲ୍ଡର୍ ବାହାରେ ରଖାଯିବ
08:03 Lampp ଫୋଳ୍ଡର୍ ଭିତରେ ଥିବା moodledata ହେଉଛି ଡିଫଲ୍ଟ "ଡେଟା ଡାଇରେକ୍ଟୋରୀ", ଯାହାକୁ Installer ତିଆରି କରିବାକୁ ଚେଷ୍ଟା କରିଥାଏ
08:11 ହେଲେ, ଏଠାରେ ଏକ ଫୋଲ୍ଡର୍ ତିଆରି କରିବାର ଅନୁମତି ଏହା ପାଖରେ ନାହିଁ.

ତେଣୁ, ଏହି ଫୋଲ୍ଡର୍‌କୁ ଆମେ ମାନୁଆଲୀ ତିଆରି କରି ଆବଶ୍ୟକ "ଅନୁମତି” ଦେବା

08:23 ଟର୍ମିନଲ୍ ୱିଣ୍ଡୋକୁ ଯାଆନ୍ତୁ. "ପ୍ରମ୍ପ୍ଟ"ରେ ଟାଇପ୍ କରନ୍ତୁ: sudo ସ୍ପେସ୍ mkdir ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ moodledata ଏବଂ Enter ଦାବନ୍ତୁ.
08:41 ଏବେ ଟାଇପ୍ କରନ୍ତୁ: sudo ସ୍ପେସ୍ chmod ସ୍ପେସ୍ 777 ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ moodledata ଏବଂ Enter ଦାବନ୍ତୁ.
08:57 ବ୍ରାଉଜର୍‌କୁ ଫେରିଯାଆନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
09:02 ଏହାପରେ "ଡେଟାବେସ୍ କନଫିଗରେଶନ୍” ପେଜ୍ ଆସେ.

ଡ୍ରପ୍-ଡାଉନ୍‌ରୁ MariaDB ଚୟନ କରନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ

09:13 Database Host Name ଭାବରେ localhost ଲେଖନ୍ତୁ
09:18 ଏବେ ଆମକୁ Databese Name, Username ଓ Password ଲେଖିବାକୁ ହେବ.

ଏହିଗୁଡ଼ିକୁ ଆମେ phpMyAdminରେ ତିଆରି କରିଥିଲେ

09:30 Database Name ଭାବରେ ମୁଁ moodle-st ଲେଖିବି
09:36 Database Username ଭାବରେ ମୁଁ moodle-st ଲେଖିବି
09:41 ଏବଂ Database Password ଭାବରେ ମୁଁ moodle-st ଲେଖିବି
09:46 Table Prefix ଓ ଅନ୍ୟ ଫିଲ୍ଡଗୁଡ଼ିକୁ ଅପରିବର୍ତ୍ତିତ ରଖି Next ଉପରେ କ୍ଲିକ୍ କରନ୍ତୁ
09:54 ଆମେ, Terms and Conditions ପେଜ୍ ଦେଖିପାରୁଛେ
09:59 ଏହି ପଦାଙ୍କରେ ଆପଣଙ୍କୁ ଲାଇସେନ୍ସ ଚୁକ୍ତିନାମାକୁ ପଢ଼ିବାକୁ ଏବଂ ସେଥିରେ ରାଜି ହେବାକୁ ପଡ଼ିବ.

ଟେକ୍ସଟ୍‌କୁ ପଢି Continue ଉପରେ କ୍ଲିକ୍ କରନ୍ତୁ

10:10 ତା’ପରେ ଆମେ Server Checks ପେଜ୍ ଦେଖିପାରିବା.

Your server environment meets all minimum requirements ବାର୍ତ୍ତା ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ

10:23 ଏଠାରେ ଦେଖାଯାଇଥିବା ଭଳି ଆପଣ ଅନ୍ୟ ଏରର୍ ପାଇପାରନ୍ତି:

ସମାଧାନ ପାଇଁ ଏହି ଟ୍ୟୁଟୋରିଆଲର Additional Reading Material ଲିଙ୍କ୍ ଦେଖନ୍ତୁ

10:33 Continue ଉପରେ କ୍ଲିକ୍ କରନ୍ତୁ
10:36 ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ.

ଯଦି ଆପଣ ପେଜ୍‌କୁ ରିଫ୍ରେଶ୍ କରନ୍ତି, ତେବେ Site is being upgraded, please try later ତ୍ରୁଟି ବାର୍ତ୍ତା ଦେଖିବାକୁ ମିଳିପାରେ

10:50 ସେହି କ୍ଷେତ୍ରରେ, କିଛି ସମୟ ପରେ ରିଫ୍ରେଶ୍ କରନ୍ତୁ
10:54 ସଫଳତାପୂର୍ବକ ଇନଷ୍ଟଲ୍ ହେବାର ବାର୍ତ୍ତା ପାଇଲେ, Continue ଉପରେ କ୍ଲିକ୍ କରନ୍ତୁ
11:00 ପରବର୍ତ୍ତୀ ପେଜ୍ ହେଉଛି Administrator Configuration
11:05 Moodle Administrative ପେଜ୍ ପାଇଁ ଆପଣ ଚାହୁଁଥିବା Username ଦିଅନ୍ତୁ. ମୁଁ Username ଭାବେ admin ଲେଖିବି
11:15 ଏବେ, Moodle Administrator ପାଇଁ ଗୋଟିଏ ପାସୱର୍ଡ ଲେଖନ୍ତୁ.

ପାସୱର୍ଡଟି, ଏଠାରେ ଦେଖାଯାଉଥିବା ନିୟମକୁ ନିଶ୍ଚିତ ଭାବେ ପାଳନ କରିବା ଉଚିତ

11:26 ପାସୱର୍ଡ ଲେଖିବା ପାଇଁ, Click to Enter Text ଉପରେ କ୍ଲିକ୍ କରନ୍ତୁ
11:32 ମୋର Admin Password ଭାବେ ମୁଁ Spokentutorial1@ ଲେଖିବି. ପାସୱର୍ଡ ପ୍ରକଟ କରିବା ପାଇଁ Unmask ଉପରେ କ୍ଲିକ୍ କରନ୍ତୁ
11:43 ଭବିଷ୍ୟତର ବ୍ୟବହାର ପାଇଁ ଆପଣ ତିଆରି କରିଥିବା Username ଓ Passwordକୁ ଲେଖିରଖନ୍ତୁ
11:49 Email Address ଏକ ବାଧ୍ୟତାମୂଳକ ଫିଲ୍ଡ ଅଟେ.

ମୁଁ ଏଠାରେ priyankaspokentutorial@gmail.com ଲେଖିବି

11:59 Select a Country ଡ୍ରପ୍ ଡାଉନ୍ ରୁ India ଚୟନ କରନ୍ତୁ.

Asia/Kolkata ଭାବେ ଟାଇମ୍ ଜୋନ୍ ଚୟନ କରନ୍ତୁ

12:08 ଅବଶିଷ୍ଟ ଫିଲ୍ଡଗୁଡ଼ିକୁ ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ସହିତ ଛାଡ଼ିଦିଅନ୍ତୁ
12:13 ତଳକୁ ସ୍କ୍ରୋଲ୍ କରି Update Profile ବଟନ୍ ଉପରେ କ୍ଲିକ୍ କରନ୍ତୁ
12:18 ଦୟାକରି ଧ୍ୟାନ ଦିଅନ୍ତୁ ଯେ, Moodle ହେଉଛି ଏହି ସଂସାଧନ ଖର୍ଚ୍ଚୀ ସଫ୍ଟୱେର୍. ପ୍ରତ୍ୟେକ ପଦାଙ୍କ ସମ୍ପୂର୍ଣ୍ଣ ହେବାପାଇଁ କିଛି ସମୟ ଲାଗିପାରେ
12:27 ପରବର୍ତ୍ତୀ ପେଜ୍ ଲୋଡ୍ ହେବା ପାଇଁ ଅପେକ୍ଷା କରନ୍ତୁ ଏବଂ ପେଜ୍‌କୁ ବନ୍ଦ କିମ୍ୱା ରିଫ୍ରେଶ୍ କରନ୍ତୁ ନାହିଁ
12:34 ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Front Page Settings. Moodle ସାଇଟ୍‌କୁ ଆସିଲେ, ଲୋକମାନେ ଏହି ପେଜ୍‌କୁ ଦେଖନ୍ତି
12:45 Full Site Name ଭାବେ Digital India LMS ଲେଖନ୍ତୁ
12:50 Short Name for Site ଭାବେ ପୁଣିଥରେ Digital India LMS ଲେଖନ୍ତୁ

ନାଭିଏଶନ୍ ବାର୍‌ରେ Moodle Siteର ନାମ ଭାବରେ ଏହା ଦେଖାଦେବ

13:03 ଏବେ ପାଇଁ, Front Page Summaryକୁ ଖାଲି ଛାଡ଼ିଦିଅନ୍ତୁ.

Asia/Kolkata ଭାବେ ଟାଇମ୍ ଜୋନ୍ ଚୟନ କରନ୍ତୁ

13:11 ପରବର୍ତ୍ତୀ ଡ୍ରପ୍ ଡାଉନ୍ ହେଉଛି Self Registration. Self Registration ଏନାବଲ୍ ଥିଲେ, ନୂଆ ୟୁଜର୍‌ମାନେ ନିଜକୁ ନିଜେ ପଞ୍ଜୀକୃତ କରିପାରିବେ
13:23 ଡ୍ରପ୍ ଡାଉନ୍‌ରୁ Disable ଚୟନ କରନ୍ତୁ.

ପରବର୍ତ୍ତୀ ଟେକ୍ସଟ୍ ବକ୍ସ No-Reply Address ଅଟେ

13:31 ଏହି ଫିଲ୍ଡରେ ଡିଫଲ୍ଟ ଭାଲ୍ୟୁ ହେଉଛି noreply@localhost “

ଏହା ଏକ ବୈଧ ଇମେଲ୍ ID ହୋଇନଥିବାରୁ ଏହାକୁ ବଦଳାଇ noreply@localhost.com କରନ୍ତୁ

13:46 Moodle ପାଖରେ ଦେଖାଇବାକୁ କୌଣସି ଇମେଲ୍ ID ନଥିଲେ, From ଆଡ୍ରେସ୍ ଭାବେ ଏହି ଇମେଲ୍ IDକୁ ଦେଖାଇବ
13:55 ଉଦାହରଣସ୍ୱରୂପ, ଯଦି ମୁଁ ମୋ ଠିକଣାକୁ Private ଭାବେ ରଖିଥିବି, ତେବେ ମୋ ତରଫରୁ ଯାଉଥିବା ସମସ୍ତ ମେଲ୍‌ରେ ଏହି ଇମେଲ୍ ID ରହିବ.

ଶେଷରେ, Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ

14:10 Moodle ବ୍ୟବହାର କରିବା ପାଇଁ ଆମେ ଏବେ ପ୍ରସ୍ତୁତ “

ଆପଣ ଏଠାରେ ନୂଆ ସାଇଟ୍‌ର ଫ୍ରଣ୍ଟ ପେଜ୍ ଦେଖିପାରିବେ

14:17 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
14:23 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: moodle.orgରୁ Moodleକୁ ଡାଉନଲୋଡ୍ କରିବା ଏବଂ ଲୋକଲ୍ ସର୍ଭର୍‌ରେ ତାକୁ ଇନଷ୍ଟଲ୍ କରିବା
14:33 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
14:41 ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

14:51 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି http://forums.spoken-tutorial.orgକୁ ଯାଆନ୍ତୁ

15:00 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ

15:10 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି
15:15 ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
15:21 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. କମ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା
15:31 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
15:45 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep