Moodle-Learning-Management-System/C2/Enroll-Students-and-Communicate-in-Moodle/Oriya

From Script | Spoken-Tutorial
Revision as of 19:42, 4 March 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Moodleରେ Enroll Students and Communicate ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ କୋର୍ସରେ csv file ମାଧ୍ୟମରେ ଅପଲୋଡ୍ ହୋଇଥିବା ଛାତ୍ରମାନଙ୍କୁ ଏନରୋଲ୍ କରିବା ଶିଖିବା
00:18 Coursesରେ ଗ୍ରୁପ୍‌ଗୁଡ଼ିକ ତିଆରି କରନ୍ତୁ ଏବଂ ଛାତ୍ରମାନଙ୍କୁ messages ଓ notes ପଠାନ୍ତୁ
00:26 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Ubuntu Linux OS 16.04

00:33 XAMPP 5.6.30 ମାଧ୍ୟମରେ ପ୍ରାପ୍ତ Apache, MariaDB ଓ PHP
00:41 Moodle 3.3 ଓ Firefox ୱେବ୍ ବ୍ରାଉଜର୍

ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:51 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
01:00 ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରିଛନ୍ତି ଏବଂ ଆପଣଙ୍କୁ ଅତିକମରେ ଗୋଟିଏ କୋର୍ସ ଆସାଇନ୍ କରାଯାଇଥିବା ଗ୍ରହଣ କରାଯାଇଛି
01:11 ଏହା ମଧ୍ୟ ଗ୍ରହଣ କରାଯାଉଛି ଯେ, ଆପଣ ନିଜ course ପାଇଁ କିଛି କୋର୍ସ ମ୍ୟାଟେରିଆଲ୍, ଆସାଇନମେଣ୍ଟ ଓ କ୍ଵିଜ୍ ଯୋଡ଼ିଛନ୍ତି
01:19 ଯଦି ନାହିଁ ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା ଉପଯୁକ୍ତ Moodle ଟ୍ୟୁଟୋରିଆଲଗୁଡ଼ିକୁ ରେଫର୍ କରନ୍ତୁ
01:26 ଆପଣ ଆରମ୍ଭ କରିବା ପୂର୍ବରୁ ନିଜର Moodle siteରେ 5 କିମ୍ବା 6 ଜଣ ୟୁଜର୍‌ଙ୍କୁ ସାମିଲ କରିବା ପାଇଁ ଆପଣଙ୍କର Moodle site administratorଙ୍କୁ ଦୟାକରି କୁହନ୍ତୁ
01:36 ଏହି ନୂଆ usersଙ୍କୁ ଆପଣ ପରେ ନିଜ କୋର୍ସରେ ସାମିଲ କରିବେ. ତେଣୁ ଆପଣଙ୍କ Moodle siteରେ ନୂଆ ୟୁଜରମାନେ ସାମିଲ ହୋଇଥିବା ସୁନିଶ୍ଚିତ କରନ୍ତୁ
01:47 Moodleରେ ଶିକ୍ଷକମାନେ ନୂଆ usersଙ୍କୁ ସିଷ୍ଟମ୍‌ରେ ସାମିଲ କରିପାରିବେ ନାହିଁ.

Site administratorଙ୍କ ଦ୍ଵାରା ପୂର୍ବରୁ ସାମିଲ କରାଯାଇଥିବା usersଙ୍କୁ ସେମାନେ କେବଳ ଏନରୋଲ୍ କରିପାରିବେ

01:59 ବ୍ରାଉଜର୍‌କୁ ଫେରି ଆସନ୍ତୁ ଏବଂ ଜଣେ teacher ଭାବେ ନିଜର Moodle siteରେ ଲଗ୍-ଇନ୍ କରନ୍ତୁ
02:06 Navigation ମେନୁର ବାମ କଡ଼ରେ ଥିବା Calculus courseରେ କ୍ଲିକ୍ କରନ୍ତୁ
02:11 ଉପର ଡାହାଣପଟେ ଥିବା gear ଆଇକନ୍ ରେ ଏବଂ ତା’ପରେ More...ରେ କ୍ଲିକ୍ କରନ୍ତୁ
02:18 ଆମେ Course Administration ପେଜ୍‌ରେ ଅଛେ
02:22 Users ଟାବ୍‌ରେ କ୍ଲିକ୍ କରନ୍ତୁ
02:25 Users ବିଭାଗ ମଧ୍ୟରେ ଥିବା Enrolled users ଲିଙ୍କରେ କ୍ଲିକ୍ କରନ୍ତୁ
02:30 ଏହି କୋର୍ସ ପାଇଁ Rebecca Raymond ଓ Priya Sinha ନାମକ ଦୁଇଜଣ usersଙ୍କୁ ଏନରୋଲ୍ କରାଯାଇଛି
02:38 Rebecca Raymond ଜଣେ teacher ଏବଂ Priya Sinha ଜଣେ ଛାତ୍ରୀର ରୋଲ୍ କରୁଛନ୍ତି
02:44 ବର୍ତ୍ତମାନ ନିମ୍ନ ଭାଗର ଡାହାଣ କଡ଼ରେ ଥିବା Enrol users ବଟନ୍‌ରେ କ୍ଲିକ୍ କରନ୍ତୁ
02:49 ଏହା ଛାତ୍ରମାନଙ୍କର ତାଲିକା ଅଟେ, ଯେଉଁମାନଙ୍କୁ ମୁଁ ମୋର Calculus courseରେ ଏନରୋଲ୍ କରିବାକୁ ଚାହୁଁଛି
02:55 Assign Roles ଡ୍ରପ୍-ଡାଉନ୍‌ରେ Student ଚୟନ କରନ୍ତୁ
03:00 ଆପଣ ଏନରୋଲ୍ କରିବାକୁ ଚାହୁଁଥିବା usersଙ୍କ ଠିକ ପରେ ଥିବା Enrol ବଟନ୍‌ରେ କ୍ଲିକ୍ କରନ୍ତୁ
03:06 ବର୍ତ୍ତମାନ ମୁଁ ମୋ କୋର୍ସରେ କିଛି ଛାତ୍ରଙ୍କୁ ଏନରୋଲ୍ କରିବି
03:11 ଥରେ ହୋଇଗଲା ପରେ ନିମ୍ନ ଭାଗର ଡାହାଣ କଡ଼ରେ ଥିବା Finish enrolling users ବଟନ୍‌ରେ କ୍ଲିକ୍ କରନ୍ତୁ
03:18 ପେଜ୍‌ର ଉପର ଭାଗରେ Calculus course ପାଇଁ ଏନରୋଲ୍ କରାଯାଇଥିବା usersଙ୍କ ସଂଖ୍ୟାକୁ ଆମେ ଦେଖିପାରିବା
03:25 ତା’ପରେ, ଗୋଟିଏ କୋର୍ସ ପାଇଁ groups ତିଆରି କରିବା ବିଷୟରେ ଶିଖିବା
03:30 Group activities ପାଇଁ ଛାତ୍ରମାନଙ୍କୁ ଆସାଇନ୍ କରିବା ସକାଶେ ଏହି groups ସାହାଯ୍ୟ କରିବ
03:36 ମୁଁ, Explorers ଓ Creators ନାମକ ଦୁଇଟି ଗ୍ରୁପ୍ ତିଆରି କରିବି
03:42 Course pageକୁ ଫେରିଯିବା ପାଇଁ breadcrumbରେ ଥିବା Calculusରେ କ୍ଲିକ୍ କରନ୍ତୁ
03:48 ଏବଂ ପୁନର୍ବାର Course Administrator ପେଜ୍‌କୁ ଯାଆନ୍ତୁ
03:52 Users ଟାବ୍‌ରେ ଥିବା Groups ଲିଙ୍କରେ କ୍ଲିକ୍ କରନ୍ତୁ
03:56 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Create group ବଟନ୍‌ରେ କ୍ଲିକ୍ କରନ୍ତୁ
04:01 Group name ଭାବେ Explorers ଟାଇପ୍ କରନ୍ତୁ
04:05 ଏଠାରେ ଅନ୍ୟ କୌଣସି ବାଧ୍ୟତାମୂଳକ ଫିଲ୍ଡ ନାହିଁ
04:08 ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ Save changes ବଟନ୍‌ରେ କ୍ଲିକ୍ କରନ୍ତୁ
04:12 ଧ୍ୟାନ ଦିଅନ୍ତୁ ଯେ, groupsର ତାଲିକାର ବାମ କଡ଼ରେ ବର୍ତ୍ତମାନ Explorersକୁ ଦେଖାଯାଇପାରିବ
04:19 ଏହା ପରେ ଥିବା zero ସୂଚିତ କରୁଛି ଯେ, ଏପର୍ଯ୍ୟନ୍ତ ଏହି groupରେ କୌଣସି users ନାହାନ୍ତି.

ଯଦି ପୂର୍ବରୁ ଚୟନ ହୋଇନଥାଏ, ତେବେ Explorersକୁ ଚୟନ କରନ୍ତୁ

04:30 ନିମ୍ନ ଭାଗର ଡାହାଣ ପଟେ ଥିବା Add/remove users ବଟନ୍‌ରେ କ୍ଲିକ୍ କରନ୍ତୁ
04:36 ଛାତ୍ରମାନଙ୍କର ତାଲିକାରୁ ମୁଁ Susmitha ଓ Saiକୁ ଚୟନ କରିବି
04:42 ଏବଂ ତା’ପରେ ଦୁଇଟି ସ୍ତମ୍ଭ ମଧ୍ୟରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ
04:48 ଗ୍ରୁପ୍ Explorersର ବାମ କଡ଼ରେ ଥିବା usersର ତାଲିକାକୁ ଦେଖନ୍ତୁ
04:54 ଡାହାଣ କଡ଼ରେ ଏହି କୋର୍ସ ପାଇଁ ଏନରୋଲ୍ କରିଥିବା ଅନ୍ୟ ଛାତ୍ରମାନଙ୍କର ତାଲିକାକୁ ଦେଖନ୍ତୁ
05:00 ଯେତେବେଳେ ଆବଶ୍ୟକ, ସେତେବେଳେ ଶିକ୍ଷକଙ୍କ ଦ୍ଵାରା ସେମାନଙ୍କୁ ଏହି groupରେ ସାମିଲ କରାଯିବ
05:06 ଯେତେବେଳେ ଆମେ ତାଲିକାରୁ users ଚୟନ କରିବା, ସେତେବେଳେ ଦୁଇଟି ତାଲିକା ମଝିରେ Add ଓ Remove ବଟନ୍ ଏନାବଲ୍ ହୋଇଯିବ
05:15 ପେଜ୍‌ର ନିମ୍ନ ଭାଗରେ ଥିବା Back to groups ବଟନ୍ ରେ କ୍ଲିକ୍ କରନ୍ତୁ
05:21 ଏହି ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଏହି ଛୋଟ ଆସାଇନମେଣ୍ଟ କରନ୍ତୁ. Creators ନାମକ ଗୋଟିଏ ନୂଆ group ଯୋଡ଼ନ୍ତୁ
05:28 ସେହି groupରେ 2 ଜଣ ନୂଆ usersଙ୍କୁ ଆସାଇନ୍ କରନ୍ତୁ.

ସମାପ୍ତ ହେଲା ପରେ ଟ୍ୟୁଟୋରିଆଲକୁ ଛାଡ଼ିଥିବା ସ୍ଥାନରୁ ଆରମ୍ଭ କରନ୍ତୁ

05:35 ବର୍ତ୍ତମାନ ଆମେ ଏହି ଭଳି ଗୋଟିଏ ସ୍କ୍ରୀନ୍ ଦେଖିବା ପାଇଁ ସକ୍ଷମ ହେବା
05:40 Roles, Groups ଓ Enrolment Methods ସ୍ତମ୍ଭ ପାଇଁ ଥିବା ଆଇକନ୍‌ଗୁଡ଼ିକୁ ଦେଖନ୍ତୁ
05:48 ସେମାନଙ୍କର କାର୍ଯ୍ୟକୁ ବୁଝିବା ପାଇଁ ପ୍ରତ୍ୟେକ icons ଉପରେ ମାଉସ୍ ଚଲାନ୍ତୁ
05:55 ଧ୍ୟାନ ଦିଅନ୍ତୁ ଯେ, ଏନରୋଲ୍ କରାଯାଇଥିବା ଜଣେ ଛାତ୍ର ଏକରୁ ଅଧିକ groupରେ ମଧ୍ୟ ରହିପାରିବେ
06:02 ଛାତ୍ରମାନଙ୍କୁ କିପରି ଗୋଟିଏ message ପଠାଯାଇପାରିବ, ବର୍ତ୍ତମାନ ଚାଲନ୍ତୁ ଦେଖିବା
06:07 ବାମ ପଟ ନେଭିଗେଶନ୍ ବାର୍‌ର Participants ଲିଙ୍କରେ କ୍ଲିକ୍ କରନ୍ତୁ
06:12 Course ପାଇଁ ଆସାଇନ୍ କରାଯାଇଥିବା roles ସହିତ ସମସ୍ତ enrolled usersଙ୍କ ତାଲିକା ଏହା ଦ୍ଵାରା ପ୍ରଦର୍ଶିତ ହେବ
06:19 ଡିଫଲ୍ଟ ଭାବେ Moodle Participants ପେଜ୍‌ରେ କେବଳ 20 ଜଣ ଛାତ୍ର ପ୍ରଦର୍ଶିତ ହୁଅନ୍ତି
06:25 ଯଦି 20 ଜନରୁ ଅଧିକ ଛାତ୍ର ଥାନ୍ତି ତେବେ, ସେ ସମସ୍ତଙ୍କୁ ଦେଖିବା ପାଇଁ Show allରେ କ୍ଲିକ୍ କରିବାକୁ ପଡ଼ିବ

ବର୍ତ୍ତମାନ ସେହି ଲିଙ୍କ ଦୃଶ୍ୟମାନ ହେବ ନାହିଁ କାରଣ, ମୋ ପାଖରେ 20 ଜଣରୁ ଅଧିକ ଛାତ୍ର ନାହାନ୍ତି

06:38 Users ତାଲିକା ଉପରେ କିଛି ଫିଲ୍ଟର୍ ଦେଖିବାକୁ ପାଇବେ. Usersଙ୍କର ସଠିକ ସେଟ୍ ଚୟନ କରିବାରେ ସାହାଯ୍ୟ ପାଇଁ ସେଗୁଡ଼ିକୁ ବ୍ୟବହାର କରନ୍ତୁ
06:46 Current role ଡ୍ରପ୍-ଡାଉନ୍‌ରେ Student ଚୟନ କରନ୍ତୁ
06:51 ଏହା ତାଲିକାକୁ ଫିଲ୍ଟର୍ କରିବ ଏବଂ student role ଆସାଇନ୍ ହୋଇଥିବା usersଙ୍କୁ ଦେଖାଇବ
06:58 ସମସ୍ତ ଛାତ୍ରଙ୍କୁ ଚୟନ କରିବା ପାଇଁ ପେଜ୍‌ର ନିମ୍ନ ଭାଗରେ ଥିବା Select all ବଟନ୍‌ରେ କ୍ଲିକ୍ କରନ୍ତୁ
07:04 ତା’ପରେ With selected users ଡ୍ରପ୍-ଡାଉନ୍‌ରେ Send a messageକୁ ଚୟନ କରନ୍ତୁ
07:11 ଚୟନିତ ସମସ୍ତ studentsଙ୍କୁ ଏହା ଦ୍ଵରା ଗୋଟିଏ ସାଧାରଣ message ପଠାଯିବ
07:16 ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଏଠାରେ Message bodyରେ ପ୍ରଦର୍ଶିତ ହେବା ଭଳି message ଟାଇପ୍ କରନ୍ତୁ
07:22 ତା’ପରେ ପଠାଇବା ପୂର୍ବରୁ messageର ପ୍ରିଭ୍ୟୁ ଦେଖିବା ପାଇଁ ନିମ୍ନ ଭାଗରେ ଥିବା Preview ବଟନ୍‌ରେ କ୍ଲିକ୍ କରନ୍ତୁ
07:29 ଯଦି ଆବଶ୍ୟକ ହୁଏ, ତେବେ ଆପଣ Update ବଟନ୍‌ରେ କ୍ଲିକ୍ କରି messageକୁ ଅପଡେଟ୍ କରିପାରିବେ
07:35 Message ପଠାଇବା ପାଇଁ Send message ବଟନ୍‌ରେ କ୍ଲିକ୍ କରନ୍ତୁ
07:40 ଆପଣ ଗୋଟିଏ କନଫର୍ମେଶନ୍ ମେସେଜ୍ ଏବଂ participants listsକୁ ଫେରିଯିବା ପାଇଁ ଗୋଟିଏ ଲିଙ୍କ ଦେଖିବାକୁ ପାଇବେ
07:46 Back to participants listରେ କ୍ଲିକ୍ କରନ୍ତୁ
07:50 With selected users ଡ୍ରପ୍-ଡାଉନ୍‌ରେ କ୍ଲିକ୍ କରନ୍ତୁ. ଉଭୟ ବ୍ୟକ୍ତିଗତ ଓ ସାଧାରଣ Notes ପଠାଇବା ପାଇଁ ଥିବା ବିକଳ୍ପଗୁଡ଼ିକୁ ଦେଖନ୍ତୁ
08:00 ଯେକୌଣସି 2 ଜଣ usersଙ୍କୁ ଚୟନ କରନ୍ତୁ
08:03 With selected users ଡ୍ରପ୍-ଡାଉନ୍‌ରେ Add a new noteକୁ ଚୟନ କରନ୍ତୁ
08:09 ଜଣେ userଙ୍କର Content ଟେକ୍ସଟ୍ ଏରିଆରେ ପ୍ରଦର୍ଶିତ note ଟାଇପ୍ କରନ୍ତୁ
08:15 ଅନ୍ୟ userଙ୍କର ଠିକ ପରେ ଥିବା Content ଟେକ୍ସଟ୍ ଏରିଆରେ, ଏଠାରେ ପ୍ରଦର୍ଶିତ ହୋଇଥିବା noteକୁ ଟାଇପ୍ କରନ୍ତୁ
08:22 ଡାହାଣ କଡ଼ରେ ଥିବା Context ଡ୍ରପ୍-ଡାଉନ୍‌କୁ ଦେଖନ୍ତୁ
08:26 ଗୋଟିଏ noteକୁ କେଉଁ users ଦେଖିପାରିବେ ତାହା noteର Context ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ
08:31 ଗୋଟିଏ personal noteକୁ ଯେଉଁ ଶିକ୍ଷକ ଓ ଛାତ୍ରଙ୍କୁ ପଠାଯାଇଥିବ, କେବଳ ସେମାନେ ତାକୁ ଦେଖିପାରିବେ
08:38 ଏହି courseରେ ଥିବା ଅନ୍ୟ ଶିକ୍ଷକମାନଙ୍କୁ ଗୋଟିଏ course note ଦୃଶ୍ୟମାନ ହେବ
08:44 ସମସ୍ତ coursesରେ ଥିବା ସମସ୍ତ ଶିକ୍ଷକମାନଙ୍କୁ site note ଦୃଶ୍ୟମାନ ହେବ
08:50 ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଅଧିକାଂଶ ସଂସ୍ଥାଗୁଡ଼ିକର ସେମାନଙ୍କର ନିଜର ନିୟମ ରହିଛି
08:57 ସେହି ନିର୍ଦ୍ଦେଶାବଳୀ ଆଧାରରେ ଆପଣ Context ପ୍ରସ୍ତୁତ କରିପାରିବେ
09:02 ମୁଁ Contextକୁ course କରିବି
09:06 ସମାପ୍ତ ହେଲା ପରେ Save changes ବଟନ୍‌ରେ କ୍ଲିକ୍ କରନ୍ତୁ
09:10 ଏଥି ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
09:16 ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ courseରେ usersଙ୍କୁ ଏନରୋଲ୍ କରିବା
09:22 ଗୋଟିଏ courseର group ତିଆରି କରିବା ଏବଂ ଛାତ୍ରମାନଙ୍କୁ message ଓ notes ପଠାଇବା ବିଷୟରେ ଶିଖିଲେ
09:29 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଛୋଟ ଆସାଇନମେଣ୍ଟ ଅଛି.

ପୂର୍ବେ Moodle site admin ଦ୍ଵାରା ତିଆରି କରାଯାଇଥିବା ସମସ୍ତ usersଙ୍କୁ Calculus କୋର୍ସରେ ଏନରୋଲ୍ କରନ୍ତୁ

09:40 ବିଦ୍ୟମାନ ଥିବା ଗୋଟିଏ ଗ୍ରୁପ୍‌ରେ ନୂଆ ଛାତ୍ରମାନଙ୍କୁ ସାମିଲ କରନ୍ତୁ ଏବଂ ଗୋଟିଏ welcome message ପଠାନ୍ତୁ

ତା’ପରେ ଛାତ୍ରମାନଙ୍କୁ notes ପଠାନ୍ତୁ

09:50 ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ
09:55 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

10:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

10:14 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ କରନ୍ତୁ
10:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
10:31

IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep