Moodle-Learning-Management-System/C2/Course-Administration-in-Moodle/Oriya

From Script | Spoken-Tutorial
Revision as of 17:53, 3 March 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Moodleରେ Course Administration ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା: Moodleରେ Course Administration

ଗୋଟିଏ କୋର୍ସରେ କାର୍ଯ୍ୟକଳାପ ଓ ସଂସାଧନ

00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Ubuntu Linux OS 16.04
00:24 XAMPP 5.6.30 ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP
00:33 Moodle 3.3 ଓ Firefox ୱେବ୍ ବ୍ରାଉଜର୍
00:40 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ

00:52 ଏହି ଟ୍ୟୁଟୋରିଆଲ୍ ଅନୁମାନ କରେ ଯେ, ଆପଣଙ୍କର Site Administrator ଗୋଟିଏ Moodle Website ସେଟ୍ ଅପ୍ କରିଛି ଏବଂ ଆପଣଙ୍କୁ ଜଣେ Teacher ଭାବରେ ପଞ୍ଜୀକୃତ କରିଛି
01:03 Moodleରେ ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ Teacher Log in ଥିବା ଉଚିତ
01:09 Administratorଙ୍କ ଦ୍ୱାରା ଅତିକମରେ ଗୋଟିଏ “କୋର୍ସ” ସେମାନଙ୍କୁ ଆସାଇନ୍ କରାଯାଇଥିବ.

ଏବଂ ସେମାନଙ୍କୁ ଦିଆଯାଇଥିବା କୋର୍ସ ସମ୍ବନ୍ଧିତ କିଛି ସାମଗ୍ରୀ ଅପଲୋଡ୍ କରାଯାଇଛି

01:19 ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍‌ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ
01:26 ବ୍ରାଉଜର୍‌କୁ ଯାଇ ନିଜର Moodle ସାଇଟ୍ ଖୋଲନ୍ତୁ.
01:31 ନିଜର Teacher Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ.

ମୁଁ Teacher Rebecca Raymond ଭାବରେ ଲଗ୍ ଇନ୍ କରିସାରିଛି

01:41 ଆମେ ଏବେ Teacher’s Dashboardରେ ଅଛେ
01:44 ବାମପଟେ ଥିବା Navigation Barରେ, My Courses ଅନ୍ତର୍ଗତ Calculusକୁ ଦେଖନ୍ତୁ
01:51 ଦୟାକରି ଧ୍ୟାନ ଦିଅନ୍ତୁ. ସମସ୍ତ “କୋର୍ସ”, ଯେଉଁଥିପାଇଁ ଆପଣ Teacher କିମ୍ୱା Student ଭାବରେ ନାମ ଲେଖାଇଛନ୍ତି, ଏଠାରେ ତାଲିକାଭୁକ୍ତ ହେବ
01:59 Calculus କୋର୍ସ ଉପରେ କ୍ଲିକ୍ କରନ୍ତୁ
02:02 Course Topics ଓ Summariesକୁ ଆମେ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଅପଡେଟ୍ କରିଦେଇଛୁ
02:09 ଯଦି ଆପଣ ଏହିପରି କରିନାହାନ୍ତି, ତେବେ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକର ଆସାଇନମେଣ୍ଟଗୁଡ଼ିକୁ ଦେଖନ୍ତୁ
02:16 ଏବେ ଆମେ କେତେକ ଉପଯୋଗୀ “କୋର୍ସ” ସେଟିଙ୍ଗସ୍ ବିଷୟରେ ଜାଣିବା
02:21 ଏହି ବିଭାଗର ଉପର ଡାହାଣପଟେ ଥିବା "ଗିଅର୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:26 Edit Settings ଉପରେ କ୍ଲିକ୍ କରନ୍ତୁ. ତା’ପରେ, ସମସ୍ତ ବିଭାଗକୁ ବିସ୍ତାରିତ କରିବା ପାଇଁ ଡାହାଣପଟେ ଥିବା Expand All ଉପରେ କ୍ଲିକ୍ କରନ୍ତୁ
02:36 ଏଠାରେ ଦେଖାଯାଉଥିବା ସେଟିଙ୍ଗସ୍, ଏହି “କୋର୍ସ” ତିଆରି କରାଯିବା ସମୟରେ Administratorଙ୍କ ଦ୍ୱାରା ପରିଭାଷିତ କରାଯାଇଛି
02:44 General Sectionରେ ଆମ ପାଖରେ Course Full Name ଅଛି.

ଏହି ନାମ “କୋର୍ସ” ପେଜ୍‌ର ଉପରେ ପ୍ରଦର୍ଶିତ ହୋଇଥାଏ

02:54 Course Short Name ହେଉଛି ସେହି ନାମ, ଯାହା Course Navigation ଓ Course ସମ୍ପର୍କିତ ଇମେଲ୍ ଗୁଡ଼ିକରେ ପ୍ରଦର୍ଶିତ ହୋଇଥାଏ
03:03 Adminଙ୍କ ଦ୍ୱାରା Course Category ସେଟ୍ କରାଯାଇସାରିଛି
03:08 ଆମ ଆବଶ୍ୟକତା ଅନୁସାରେ ଆମେ Course Start Date, Course End Date ଓ Course ID Numberକୁ ବଦଳାଇପାରିବା
03:21 Description Sectionରେ ଥିବା Course Summary ଟେକ୍ସଟ୍ ବକ୍ସକୁ ଦେଖନ୍ତୁ.

ପୂର୍ବରୁ ଥିବା ବିଷୟବସ୍ତୁକୁ ମୁଁ ଡିଲିଟ୍ କରିଦେଇ ନିମ୍ନଲିଖିତ ଟାଇପ୍ କରିବି

03:31 ଏହାକୁ ମୋ “କୋର୍ସ”ର ଫ୍ରଣ୍ଟ ପେଜ୍‌ରେ ମୋ ବିଦ୍ୟାର୍ଥୀମାନେ ଦେଖିପାରିବେ
03:37 ଏହାପରେ ହେଉଛି Course Summary Files ଫିଲ୍ଡ.

ଏହି ଫାଇଲ୍‌ଗୁଡ଼ିକ Course Summary ସମେତ ବିଦ୍ୟାର୍ଥୀମାନଙ୍କ ପାଇଁ ପ୍ରଦର୍ଶିତ ହେବ

03:47 ଡିଫଲ୍ଟ ଭାବରେ, କେବଳ JPG, GIF ଓ PNG ଫାଇଲ୍‌ଗୁଡ଼ିକୁ ହିଁ Course Summary Files ଭାବରେ ଅନୁମତି ଦିଆଯାଇଛି
03:56 3ଟି ମାର୍ଗରେ ଗୋଟିଏ ଫାଇଲ୍‌କୁ ଅପଲୋଡ୍ କରିହେବ: ବକ୍ସରେ ଡ୍ରାଗ୍ ଓ ଡ୍ରପ୍ କରି
04:03 ଉପର ବାମପଟେ ଥିବା Upload କିମ୍ୱା Add ଆଇକନ୍ ଉପରେ କ୍ଲିକ୍ କରି.

ତଳମୁହାଁ ଆରୋ ଉପରେ କ୍ଲିକ୍ କରି

04:11 ଯଦି ଆପଣ Upload କିମ୍ୱା Add ଆଇକନ୍ କିମ୍ୱା ତଳମୁହାଁ ଆରୋ ଉପରେ କ୍ଲିକ୍ କରନ୍ତି, File Picker ଡାଇଲଗ୍ ବକ୍ସ ଖୋଲିବ
04:21 ବାମପଟେ ଥିବା Upload A File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
04:26 Browse କିମ୍ୱା Choose File ବଟନ୍ ଉପରେ କ୍ଲିକ୍ କରନ୍ତୁ.

ତା’ପରେ, ନିଜ ମେଶିନ୍‌ରୁ ଇଚ୍ଛିତ ଫାଇଲ୍ ଚୟନ କରନ୍ତୁ

04:34 ମୁଁ ମୋ ସିଷ୍ଟମ୍‌ରୁ Calculus.jpg ଚୟନ କରିବି
04:40 Save As ଫିଲ୍ଡରେ ଟାଇପ୍ କରି ଆପଣ ତାହାକୁ ଏକ ଭିନ୍ନ ନାମ ଦେଇପାରିବେ
04:46 ସମ୍ୱନ୍ଧିତ ଫିଲ୍ଡରେ Author ଓ Licence ବିବରଣୀ ଲେଖନ୍ତୁ.

ଶେଷରେ, ତଳେ ଥିବା Upload This File ବଟନ୍ ଉପରେ କ୍ଲିକ୍ କରନ୍ତୁ

04:58 ଏହିପରି ଭାବରେ ଆମେ Course Summary ଫାଇଲ୍ସ ଅପଲୋଡ୍ କରିପାରିବା
05:02 ଏହାପରେ ଆସେ Course Format. ବ୍ୟବସ୍ଥିତ କରାଯାଇଥିବା ସଂସାଧନ ଓ କାର୍ଯ୍ୟକଳାପର ମାର୍ଗକୁ Course Format ସନ୍ଦର୍ଭିତ କରିଥାଏ
05:12 Format ଡ୍ରପ୍-ଡାଉନ୍‌ରେ 4ଟି ବିକଳ୍ପ ଅଛି -

Single Activity Format, Social Format, Topics Format ଓ Weekly Format

05:26 ଆମ ଆଡମିନ୍ Topics Format ଚୟନ କରିଛନ୍ତି.

ଆମେ ତାହାକୁ ସେହିପରି ଛାଡ଼ିଦେବା

05:33 ପରବର୍ତ୍ତୀ ସେଟିଙ୍ଗ୍ ହେଉଛି Hidden Sections ପାଇଁ.

ଏହିଗୁଡ଼ିକ ହେଉଛି ଗୋଟିଏ “କୋର୍ସ”ରେ ଥିବା ମୂଳତଃ ସେହି “ଟପିକ୍ସ”, ଯାହାକୁ ବିଦ୍ୟାର୍ଥୀମାନଙ୍କଠାରୁ ଲୁଚାଇହେବ

05:44 ଜଣେ ଶିକ୍ଷକଙ୍କ ଦ୍ୱାରା ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ସମ୍ପୂର୍ଣ୍ଣ କରାଯାଇନଥିବା କ୍ଷେତ୍ରରେ ଏହା ଉପଯୋଗୀ ହୋଇପାରେ.

ବିଦ୍ୟାର୍ଥୀମାନଙ୍କୁ Hidden Sections କିପରି ଉପସ୍ଥାପନ କରିହେବ, ତାହା ଏହି ସେଟିଙ୍ଗ୍ ନିର୍ଦ୍ଧାରଣ କରିଥାଏ

05:57 ଏହି ବିକଳ୍ପକୁ ବାଛିଲେ, ବିଦ୍ୟାର୍ଥୀମାନଙ୍କୁ ସଂକୁଚିତ ଆକାରରେ ବିଷୟବସ୍ତୁ ପ୍ରଦର୍ଶିତ ହେବ
06:04 ଏହି ବିକଳ୍ପକୁ ବାଛିଲେ, ବିଦ୍ୟାର୍ଥୀମାନଙ୍କୁ ବିଷୟବସ୍ତୁ ଦେଖାଯିବ ନାହିଁ
06:09 ଏବେ ପାଇଁ ଆମେ ତାହାକୁ ସେହିପରି ଛାଡ଼ିଦେବା
06:13 ପରବର୍ତ୍ତୀ ଡ୍ରପ୍-ଡାଉନ୍ ହେଉଛି Course Layout. ତାହା ଉପରେ କ୍ଲିକ୍ କରନ୍ତୁ
06:19 ଏହି ବିକଳ୍ପକୁ ବାଛି ଆମେ ଗୋଟିଏ ପେଜ୍‌ରେ ସମସ୍ତ Sectionsକୁ ଦେଖାଇବା ବାଛିପାରିବା
06:25 ଏଠାରେ ଥିବା ଅନ୍ୟ ଏକ ବିକଳ୍ପ ହେଉଛି Show One Section Per Page.

Sectionsର ସଂଖ୍ୟା ଉପରେ ନିର୍ଭର କରି ଏହା “କୋର୍ସ”କୁ ବିଭିନ୍ନ ପେଜ୍‌ରେ ଭାଗ କରିଦେବ

06:37 ଏବେ ପାଇଁ ଆମେ ଏହାକୁ Show All Sections in One Pageରେ ରଖିବା
06:43 ପରବର୍ତ୍ତୀ ହେଉଛି Appearance ବିଭାଗ
06:46 Show Gradebook to Students ବିକଳ୍ପକୁ ବାଛନ୍ତୁ.

“କୋର୍ସ”ରେ ଥିବା ଅନେକ କାର୍ଯ୍ୟକଳାପ, ଶିକ୍ଷକମାନଙ୍କୁ ଗ୍ରେଡ୍ ଆସାଇନ୍ କରିବାକୁ ଅନୁମତି ଦେଇଥାଏ

06:57 ବିଦ୍ୟାର୍ଥୀମାନେ ସେହି ଗ୍ରେଡ୍‌ଗୁଡ଼ିକୁ ଦେଖିପାରିବେ କି ନାହିଁ ଏହି ବିକଳ୍ପ ନିର୍ଦ୍ଧାରିତ କରିଥାଏ.

ଡିଫଲ୍ଟ ଭାବରେ ଏହି ବିକଳ୍ପଟି Yesରେ ସେଟ୍ ଥାଏ. ଆମେ ଏହାକୁ ସେହିପରି ଛାଡ଼ିଦେବା

07:10 ଡିଫଲ୍ଟ ଭାବରେ ଯଦି ଚୟନ ହୋଇନଥାଏ, ତେବେ ଆମେ Show Activity Reportsକୁ ବଦଳାଇ Yes କରିଦେବା
07:18 ଏହା ସୁନିଶ୍ଚିତ କରିଥାଏ ଯେ, ଜଣେ ବିଦ୍ୟାର୍ଥୀ, ନିଜ Activity Reportsକୁ ନିଜର “ପ୍ରୋଫାଇଲ୍ ପେଜ୍”ରୁ ଦେଖିପାରିବ
07:27 ଏହି “କୋର୍ସ” ପାଇଁ ଅପଲୋଡ୍ କରିହେବା ଭଳି ଫାଇଲ୍‌ଗୁଡ଼ିକର ସର୍ବାଧିକ ସାଇଜ୍‌କୁ ଆମେ ସେଟ୍ କରିପାରିବା
07:34 Additional Materials, Assignments ଆଦି ପାଇଁ ଫାଇଲ୍ ଗୁଡ଼ିକୁ ଅପଲୋଡ୍ କରିହେବ
07:41 ଆମ ଆଡମିନ୍ ଏହାକୁ 128 Mbରେ ସେଟ୍ କରିଛନ୍ତି, ଯାହା ହେଉଛି ସର୍ବାଧିକ ଫାଇଲ୍ ସାଇଜ୍.

ସାଇଜ୍‌କୁ ସେହିପରି ରଖନ୍ତୁ

07:52 ଅନ୍ୟ ସମସ୍ତ ସେଟିଙ୍ଗକୁ ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ସହିତ ଛାଡ଼ିଦିଅନ୍ତୁ
07:58 ତଳକୁ ସ୍କ୍ରୋଲ୍ କରି Save And Display ବଟନ୍ ଉପରେ କ୍ଲିକ୍ କରନ୍ତୁ.

ଆମେ “କୋର୍ସ” ପେଜ୍‌କୁ ଆସିଗଲେ

08:06 Announcements ଲିଙ୍କ୍ ଉପରେ ଥିବା ଟପିକ୍ ନାମଗୁଡ଼ିକୁ ଦେଖନ୍ତୁ
08:11 ଏହା ବାଧ୍ୟତାମୂଳକ ସୂଚନା, ଅଦ୍ୟତନ ଖବର, ଘୋଷଣା ଆଦି ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଜଣାଇବ
08:20 ପେଜ୍‌ର ଉପର ଡାହାଣପଟେ ଥିବା "ଗିଅର୍” ଆଇକନ୍ ଏବଂ ତା’ପରେ Turn Editing On ଉପରେ କ୍ଲିକ୍ କରନ୍ତୁ
08:28 ଧ୍ୟାନ ଦିଅନ୍ତୁ: “କୋର୍ସ”ରେ ଯେକୌଣସି ପରିବର୍ତ୍ତନ ପାଇଁ ଆପଣଙ୍କୁ Editing ଅନ୍ କରିବାକୁ ପଡ଼ିବ
08:35 ଏବେ, Announcements ଡାହାଣପଟେ ଥିବା Edit ଉପରେ କ୍ଲିକ୍ କରି Edit Settings ଉପରେ କ୍ଲିକ୍ କରନ୍ତୁ
08:44 ଏବଂ Descriptionରେ ମୁଁ ନିମ୍ନଲିଖିତ ଟାଇପ୍ କରିବି:

Please check the announcements regularly

08:52 Display Description on Course Pageକୁ ଚେକ୍ କରନ୍ତୁ. ଏହା, ଲିଙ୍କର ଠିକ୍ ତଳେ ବିବରଣୀକୁ ପ୍ରଦର୍ଶିତ କରିବ
09:01 ଅନ୍ୟ ସମସ୍ତ ସେଟିଙ୍ଗକୁ ଅପରିବର୍ତ୍ତିତ ରଖନ୍ତୁ
09:05 ତଳକୁ ସ୍କ୍ରୋଲ୍ କରି Save and Return to Course ବଟନ୍ ଉପରେ କ୍ଲିକ୍ କରନ୍ତୁ.

ଆମେ “କୋର୍ସ” ପେଜ୍‌କୁ ଆସିଗଲେ

09:15 ଅଧିକ Announcement ଯୋଡ଼ିବା ପାଇଁ, Announcement ଟାଇଟଲ୍ ଉପରେ କ୍ଲିକ୍ କରନ୍ତୁ
09:21 ଏବେ, Add a New Topic ବଟନ୍ ଉପରେ କ୍ଲିକ୍ କରନ୍ତୁ. Subject ଭାବରେ Minimum Requirements ଟାଇପ୍ କରନ୍ତୁ
09:31 This course requires you to submit a minimum of 3 assignments and attempt 5 quizzes to pass ଭାବରେ ବାର୍ତ୍ତା ଟାଇପ୍ କରନ୍ତୁ
09:43 ଧ୍ୟାନ ଦିଅନ୍ତୁ ଯେ, Discussion Subscription ଚେକ୍ ବକ୍ସକୁ ଚେକ୍ କରାଯାଇଛି ଏବଂ ତାହାକୁ ଏଡିଟ୍ କରିହେବ ନାହିଁ.

ଏହାର କାରଣ ହେଉଛି, “କୋର୍ସ”ରେ ନାମଲେଖାଇଥିବା ସମସ୍ତ ବିଦ୍ୟାର୍ଥୀ ବାଧ୍ୟତାମୂଳକ ଭାବେ ଏହାକୁ ସବସ୍କ୍ରାଇବ୍ କରିବେ

09:59 ପରବର୍ତ୍ତୀ ହେଉଛି Announcement. ଏଠାରେ ଆପଣ ସମ୍ପର୍କିତ ଫାଇଲ୍‌ଗୁଡ଼ିକୁ ଡ୍ରାଗ୍ ଓ ଡ୍ରପ୍ କରିପାରିବେ, ନହେଲେ ଅପଲୋଡ୍ କରିପାରିବେ
10:08 ଯଦି ଆପଣ Announcementsକୁ Forum ଉପରେ ଦେଖାଇବାକୁ ଚାହୁଁଛନ୍ତି, ତେବେ Pinned ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ.

ମୁଁ ଏଥିରେ ଠିକ୍ ଚିହ୍ନ ଦେବି

10:18 ପାଖ ଚେକ୍ ବକ୍ସରେ ମଧ୍ୟ ଠିକ୍ ଚିହ୍ନ ଦିଅନ୍ତୁ.

ଏହା, ଏହି Forumକୁ ସବସ୍କ୍ରାଇବ୍ କରିଥିବା ସମସ୍ତଙ୍କୁ ତୁରନ୍ତ ହିଁ ଗୋଟିଏ Notification ପଠାଇବ

10:29 ପରବର୍ତ୍ତୀ ବିଭାଗ Display Periodକୁ ବିସ୍ତାରିତ କରନ୍ତୁ.

ଏଠାରେ ଥିବା ସେଟିଙ୍ଗ ନିର୍ଦ୍ଧାରଣ କରିବ, ଏହି Forum Post, ଏକ ତାରିଖ ବର୍ଗ ପାଇଁ ଦୃଶ୍ୟମାନ ହେବ କି ନାହିଁ

10:41 ଡିଫଲ୍ଟ ଭାବରେ, ଏହିସବୁ ଅକ୍ଷମ ହୋଇ ରହିଥାଏ. ଏହାର ଅର୍ଥ ହେଉଛି, Postଟି ସର୍ବଦା ଦୃଶ୍ୟମାନ ହେବ.

ଆମେ ଡିଫଲ୍ଟ ସେଟିଙ୍ଗକୁ ସେହିପରି ଛାଡ଼ିଦେବା

10:52 ତଳକୁ ସ୍କ୍ରୋଲ୍ କରି Post to Forum ବଟନ୍ ଉପରେ କ୍ଲିକ୍ କରନ୍ତୁ
10:57 ଏକ ସଫଳ ବାର୍ତ୍ତା ପ୍ରଦର୍ଶିତ ହେବ. Postରେ କୌଣସି ପରିବର୍ତ୍ତନ କରିବା ପାଇଁ Post Authorମାନଙ୍କ ପାଖରେ 30 ମିନିଟ୍ ସମୟ ଅଛି
11:08 Breadcrumbରେ ଥିବା Calculus ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
11:13 ଏବେ, ଏହି Sectionରେ ସବିଶେଷ ସିଲାବସ୍ ସହିତ ଗୋଟିଏ ପେଜ୍ ଯୋଡ଼ନ୍ତୁ
11:19 General Sectionର ଡାହାଣପଟ ତଳେ ଥିବା Add an Activity or Resource ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.

Resources ତାଲିକା Page ଚୟନ କରନ୍ତୁ

11:32 ଆପଣ ଚୟନ କରିବା ସମୟରେ ଦେଖାଦେଇଥିବା ଏହି ଗତିବିଧିର ବିବରଣୀକୁ ପଢ଼ନ୍ତୁ
11:39 ତାହାପରେ ତଳେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ.

ଆମେ ଏକ ନୂଆ ପେଜ୍‌କୁ ଆସିଗଲେ

11:47 Name ଫିଲ୍ଡରେ ଟାଇପ୍ କରନ୍ତୁ Detailed Syllabus
11:52 ମୁଁ Description ଟେକ୍ସ ବକ୍ସକୁ ଖାଲି ଛାଡ଼ିଦେବି, କାରଣ ଶୀର୍ଷକଟି ନିଜକୁ ନିଜ ବ୍ୟାଖ୍ୟା କରୁଛି
11:59 Page Content ଟେକ୍ସଟ୍ ବକ୍ସରେ ମୁଁ ଏହି Calculus କୋର୍ସର ସବିଶେଷ ସିଲାବସ୍ ଲେଖିବି
12:07 ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ସେହି ବିଷୟବସ୍ତୁ ଉପଲବ୍ଧ ଅଛି.

ଅଭ୍ୟାସ କରିବା ସମୟରେ ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ

12:18 ତଳକୁ ସ୍କ୍ରୋଲ୍ କରି Save and Return to Course ବଟନ୍ ଉପରେ କ୍ଲିକ୍ କରନ୍ତୁ.

ଆମେ ପୁଣିଥରେ “କୋର୍ସ” ପେଜ୍‌କୁ ଆସିଗଲେ

12:27 ଏବେ ଆମେ, ଆମର ଆକାଉଣ୍ଟରୁ Log Out କରିଯିବା. ଏହା କରିବା ପାଇଁ, ଉପର ଡାହାଣପଟେ ଥିବା User Icon ଉପରେ କ୍ଲିକ୍ କରନ୍ତୁ.

Log Out ଅପ୍ସନ୍ ଚୟନ କରନ୍ତୁ

12:39 ଜଣେ ବିଦ୍ୟାର୍ଥୀଙ୍କୁ ଏହି ପେଜ୍ କିପରି ଦେଖାଯିବ, ତାହା ମୁଁ ଆପଣଙ୍କୁ ଦେଖାଇବି
12:45 ମୋ ପାଖରେ ଗୋଟିଏ Student ID Priya Sinha ଅଛି.

Adminଙ୍କ ଦ୍ୱାରା ଏହି ବିଦ୍ୟାର୍ଥୀଙ୍କୁ Calculus କୋର୍ସରେ ମଧ୍ୟ ନାମାଙ୍କିତ କରାଯାଇଛି

12:55 ମୁଁ ଛାତ୍ରୀ Priya Sinha ଭାବରେ ଲଗ୍ ଇନ୍ କରିଛି. ଏବେ ମୁଁ, ବାମପଟେ ଥିବା Calculus ଉପରେ କ୍ଲିକ୍ କରିବି
13:04 ଏହିପରି ଭାବେ ଜଣେ ବିଦ୍ୟାର୍ଥୀ ଏହି ପେଜ୍‌କୁ ଦେଖିପାରିବେ.

ଧ୍ୟାନ ଦିଅନ୍ତୁ ଯେ, ଏହି ପେଜ୍‌ର ଉପର ଡାହାଣପଟେ କୌଣସି “ଗିଅର୍ ଆଇକନ୍” ନାହିଁ

13:14 ଏହାର କାରଣ ହେଉଛି, ବିଦ୍ୟାର୍ଥୀମାନେ ଏହାର କୌଣସି ଭାଗକୁ ଏଡିଟ୍ କରିପାରିବେ ନାହିଁ
13:20 ଏବେ ଆମେ Stdent Idରୁ ଲଗ୍ ଆଉଟ୍ କରିଯିବା
13:24 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.

ସଂକ୍ଷିପ୍ତରେ -

13:30 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :- Moodleରେ Course Administration

ଗୋଟିଏ କୋର୍ସରେ କର୍ଯ୍ୟକଳାପ ଓ ସଂସାଧନ

13:40 ଏକ ଆସାଇନମେଣ୍ଟ ଭାବେ -

କୋର୍ସର ସବିଶେଷ ଫଳାଫଳ ଥିବା ଗୋଟିଏ ନୂଆ ପେଜ୍ ଯୋଡ଼ନ୍ତୁ. ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କ୍ ଦେଖନ୍ତୁ

13:53 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

14:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

14:13 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
14:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
14:31 IIT Bombay ତରଫରୁ

ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep