Moodle-Learning-Management-System/C2/Blocks-in-Admin-Dashboard/Oriya

From Script | Spoken-Tutorial
Revision as of 11:13, 24 February 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Blocks in Admin’s Dashboard ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, Blocksକୁ କିପରି ଯୋଡ଼ିବେ ଓ ଡିଲିଟ୍ କରିବେ ଏବଂ Front Pageକୁ କିପରି ସେଟ୍ କରିବେ
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Ubuntu Linux OS 16.04,

00:26 Apache, MariaDB ଓ PHP, ଯାହାକୁ ପ୍ରାପ୍ତ କରାଯାଇଛି
00:35 XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ
00:41 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ

00:54 ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କୁ Admin’s Dashboardର ମୌଳିକ ଜ୍ଞାନ ଥିବା ଦରକାର

ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍‌ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ

01:08 ବ୍ରାଉଜର୍‌କୁ ଯାଇ ନିଜର Moodle ସାଇଟ୍ ଖୋଲନ୍ତୁ.

XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ

01:17 ନିଜର Admin Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ
01:22 ଆମେ ଏବେ Admin’s Dashboardରେ ଅଛେ
01:26 ମନେପକାନ୍ତୁ ଯେ, Blocks ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ୱା ସୂଚନା ଦେଇଥାଏ ଏବଂ Moodleର ସମସ୍ତ ପେଜ୍ ରେ ମିଳିଥାଏ
01:38 Moodle Blocks ସହ ଆମେ କିପରି କାମ କରିପାରିବା, ଆସନ୍ତୁ ତାହା ବୁଝିବା
01:44 ବ୍ୟବହୃତ ଥିମ୍ ଉପରେ ଭିତ୍ତି କରି, Blocks ଡାହାଣପଟେ ରହିବ, ନଚେତ୍ ଉଭୟ ପାର୍ଶ୍ୱରେ ରହିବ
01:52 ଲୋକମାନେ ଲଗ୍ ଇନ୍ କଲେ, ଯେଉଁ ସୂଚନା ସବୁ ଦେଖନ୍ତୁ ବୋଲି ଆମେ ଚାହୁଁ, ସେହିପରି ସୂଚନା Blocksରେ ରହିଛି
01:58 Moodleରେ ଅନେକ ପ୍ରକାରର Blocks ଅଛି ଏବଂ ସେଗୁଡ଼ିକୁ ଆମ ପସନ୍ଦ ଅନୁସାରେ ଘୁଞ୍ଚାଇହେବ କିମ୍ୱା ବ୍ୟବସ୍ଥିତ କରିହେବ
02:09 ଏବେ ଆମେ, ଆମ Dashboardରେ କିଛି Blocks ଯୋଡ଼ିବା
02:14 ପେଜ୍‌ର ବାମପଟେ ଥିବା Navigation Menu ଉପରେ କ୍ଲିକ୍ କରନ୍ତୁ
02:19 Dashboardର ଡାହାଣପଟେ ଥିବା Customize This Page ବଟନ୍ ଉପରେ କ୍ଲିକ୍ କରନ୍ତୁ
02:26 ଧ୍ୟାନ ଦିଅନ୍ତୁ ଯେ, ଏକ ନୂଆ ମେନୁ ଆଇଟମ୍ Add a Block ଏବେ ଦେଖାଦେଇଛି. Add a Block ଉପରେ କ୍ଲିକ୍ କରନ୍ତୁ
02:35 ଏକ ନୂଆ ପପ୍-ଅପ୍ ୱିଣ୍ଡୋ ଖୋଲିଲା. ଆମକୁ, ଆମେ ଯୋଡ଼ିବାକୁ ଚାହୁଁଥିବା Blockର ପ୍ରକାର ଚୟନ କରିବାକୁ ପଡ଼ିବ
02:43 ଉଦାହରଣସ୍ୱରୂପ, Messages ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, Message Block ଏବେ Dashboardରେ ଦେଖାଦେଲା
02:53 ବର୍ତ୍ତମାନ ସେଥିରେ କୌଣସି ମେସେଜ୍ ନାହିଁ
02:56 ଡିଫଲ୍ଟ ଭାବରେ, ସମସ୍ତ ନୂଆ Blocks, ପୂରା ଡାହାଣପଟେ ଥିବା ସ୍ତମ୍ଭରେ ଯୋଡ଼ି ହୋଇଯିବ
03:02 ଆସନ୍ତୁ, ଆଉ ଗୋଟିଏ Block ଯୋଡ଼ିବା. ବାମପଟେ ଥିବା Add a Block ମେନୁ ଉପରେ କ୍ଲିକ୍ କରନ୍ତୁ
03:09 Menu Types ତାଲିକାରୁ HTML ଚୟନ କରନ୍ତୁ.

HTML Block ହେଉଛି ଏପରି ଗୋଟିଏ Block, ଯେଉଁଠାରେ ଜଣେ ବ୍ୟକ୍ତି କଷ୍ଟମ୍ HTML ଲେଖିପାରିବ

03:19 ଏହାକୁ ବ୍ୟବହାର କରି ଆମେ Widgetsକୁ ଏମ୍ୱେଡ୍ କରିପାରିବା, ଯେପରି Library Widgets, News Feed, Twitter, Facebook ଆଦି
03:30 ଏବେ ଧ୍ୟାନ ଦିଅନ୍ତୁ ଯେ, Message Blockରେ ଏକ New HTML Block ଯୋଡ଼ି ହୋଇଯାଇଛି
03:37 HTML Blockରେ ଥିବା ଗିଅର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.

ତା’ପରେ, Configure (New HTML Block) Block ଉପରେ କ୍ଲିକ୍ କରନ୍ତୁ

03:46 Configure HTML Blockରେ 3ଟି ବିଭାଗ ରହିଛି:

Block Settings, Where this Block Appears ଓ On this Page

03:57 ଡିଫଲ୍ଟ ଭାବରେ, ପ୍ରଥମ ବିଭାଗଟି ବିସ୍ତାରିତ ହୋଇ ଥାଏ
04:02 ସମସ୍ତ ବିଭାଗକୁ ବିସ୍ତାରିତ କରିବା ପାଇଁ Expand All ଉପରେ କ୍ଲିକ୍ କରନ୍ତୁ
04:07 Block Titleରେ ଟାଇପ୍ କରନ୍ତୁ: Things to do
04:12 Content ଏରିଆରେ ଏହି Admin User ପାଇଁ ଆସନ୍ତୁ କିଛି କାମ ଯୋଡ଼ିବା
04:19 ନିମ୍ନଲିଖିତ ଟାଇପ୍ କରନ୍ତୁ: Create a New Course, Create New Users, Add Users to the Course
04:30 Editor ହେଉଛି ଏକ HTML Editor ଏବଂ ତାହାକୁ ଅନ୍ୟ ଯେକୌଣସି Word Processor କିମ୍ୱା Editor ଭଳି ବ୍ୟବହାର କରିହେବ
04:39 Where this Block Appearsରେ ଥିବା ବିକଳ୍ପଗୁଡ଼ିକୁ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ
04:45 Default Regionରେ Content ଚୟନ କରନ୍ତୁ.

Default Weightରେ -10 (Minus Ten) ଚୟନ କରନ୍ତୁ

04:54 Blockର ୱେଟ୍ ଯେତେ ନିମ୍ନ ରହିବ, ସେହି ରିଜନ୍‌ରେ ତାହା ସେତେ ଉଚ୍ଚ ଦେଖାଯିବ.

-10 (minus ten) ହେଉଛି ନିମ୍ନତମ

05:03 -10 ଚୟନ କରି ମୁଁ ଏହା ସୁନିଶ୍ଚିତ କରୁଛି ଯେ, ଏହା Content ରିଜନ୍‌ର ଶୀର୍ଷରେ ରହିବ
05:12 ଏହି Block, Admin's Dashboard ଉପରେ ଦେଖାଦେବ
05:17 ଏବେ, On this Page ବିଭାଗ ଆସିଲା.

ଏହି ସ୍ଥାନରେ ଆପଣ, ଏହି Block ଯେଉଁଠାରେ ଯୋଡ଼ା ଯାଇଥିଲା, ସେହି ପେଜ୍ ପାଇଁ କନଫିଗରେଶନ୍‌କୁ ପରିଭାଷିତ କରିପାରିବେ

05:28 ଆମ ମାମଲାରେ ଏହା ହେଉଛି Dashboard.

ଏହି କନଫିଗରେଶନ୍, ଉପର ବିଭାଗରେ ପରିଭାଷିତ ଡିଫଲ୍ଟ କନଫିଗରେଶନ୍‌କୁ ଓଭର୍ ରାଇଡ୍ କରିବ

05:40 ତାହା ହେଉଛି Where This Block Appears ବିଭାଗ.

ଏହି ବିଭାଗରେ ଥିବା Regionରେ Content ଏବଂ Weightରେ -10 (Minus Ten) ଚୟନ କରନ୍ତୁ

05:53 ଦୟାକରି ଧ୍ୟାନ ଦିଅନ୍ତୁ ଯେ, Blockର ପ୍ରକାର ଉପରେ ଭିତ୍ତି କରି କନଫିଗରେଶନ୍ ସେଟିଙ୍ଗ୍ ଭିନ୍ନ ହେବ
06:01 ପରିବର୍ତ୍ତନଗୁଡ଼ିକୁ ସେଭ୍ କରିବା ପାଇଁ Save Changes ଉପରେ କ୍ଲିକ୍ କରନ୍ତୁ ଏବଂ Dashboardକୁ ଫେରିଯାଆନ୍ତୁ
06:07 ଦେଖନ୍ତୁ, Things to do ଶୀର୍ଷକ ସହ HTML Block ଏବେ ଦେଖାଦେଲା

ଏବଂ ଏହା ହେଉଛି Content ରିଜନ୍‌ରେ ଶୀର୍ଷ Block

06:18 Move ଆଇକନ୍ ବ୍ୟବହାର କରି, ଗୋଟିଏ Blockକୁ ଡ୍ରାଗ୍ କରି ଆମେ ତାହାର ସ୍ଥିତି ମଧ୍ୟ ବଦଳାଇପାରିବା
06:25 Things to do Blockକୁ ଡ୍ରାଗ୍ କରି Course Overview Block ତଳେ ଡ୍ରପ୍ କରି ଆସନ୍ତୁ ଆମେ ତାହାକୁ ଘୁଞ୍ଚାଇବା
06:34 କିଛି ସମୟ ପୂର୍ବରୁ ଆମେ ସେଟ୍ କରିଥିବା ପରିବର୍ତ୍ତନକୁ ଏହା କିପରି ବଦଳାଏ, ଆସନ୍ତୁ ତାହା ଦେଖିବା
06:40 ଗିଅର୍ ଆଇକନ୍ ଉପରେ କ୍ଲିକ୍ କରି Configure Things to do Block ଉପରେ କ୍ଲିକ୍ କରନ୍ତୁ.

ଏହାପରେ, Expand All ଉପରେ କ୍ଲିକ୍ କରନ୍ତୁ

06:49 On This Page ବିଭାଗ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ. Weight, -2 (Minus Two)କୁ ବଦଳିଯାଇଛି.

ହେଲେ, ଡିଫଲ୍ଟ Weight ଅପରିବର୍ତ୍ତିତ ରହିଛି

07:03 Dashboardକୁ ଫେରିଯିବା ପାଇଁ Cancel ଉପରେ କ୍ଲିକ୍ କରନ୍ତୁ
07:07 Learning Plans Block ଆମକୁ ଦରକାର ନାହିଁ. ତେଣୁ, ତାହାକୁ ଆମେ ଡିଲିଟ୍ କରିଦେବା.

ଆଇକନ୍ ଉପରେ କ୍ଲିକ୍ କରି Delete Learning Plans Block ଉପରେ କ୍ଲିକ୍ କରନ୍ତୁ

07:19 Confirm ପପ୍-ଅପ୍ ୱିଣ୍ଡୋ ଦେଖାଦେବ ଏବଂ ଏହି ଡିଲିଶନ୍ ବିଷୟରେ ନିଶ୍ଚିତ କରିବାକୁ କହିବ.

ଏଠାରେ Yes ବଟନ୍ ଉପରେ କ୍ଲିକ୍ କରନ୍ତୁ

07:29 ଧ୍ୟାନ ଦିଅନ୍ତୁ ଯେ, Learning Plans Block ଆଉ ଦେଖାଯାଉନାହିଁ.

ଯଦି ଆବଶ୍ୟକ ହୁଏ, ତେବେ ଆମେ ଏହି Blockକୁ ପରେ ଯୋଡ଼ିପାରିବା

07:40 ଏବେ ଆସନ୍ତୁ, Moodle ଇନଷ୍ଟଲେଶନ୍ ର Front Pageକୁ କଷ୍ଟମାଇଜ୍ କରିବା
07:46 ବାମପଟ ମେନୁରେ ଥିବା Site Administration ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:51 Front Page ବିଭାଗରେ ଥିବା Front Page Settings ଠାବ କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ. ତାହା ଉପରେ କ୍ଲିକ୍ କରନ୍ତୁ
08:00 Full Site Nameକୁ ବଦଳାଇ Digital India Learning Management System କରନ୍ତୁ
08:08 ଏହି ଟେକ୍ସଟ୍, Breadcrumbs ଉପରେ ପ୍ରତ୍ୟେକ ପେଜ୍‌ର ଶୀର୍ଷରେ ଦେଖାଦେଇଛି
08:15 Short Name ଟେକ୍ସଟ୍, ପେଜ୍ ଶୀର୍ଷକରେ ଦେଖାଦେଇଛି
08:20 ଧ୍ୟାନ ଦିଅନ୍ତୁ ଯେ, ଏହି ପେଜ୍‌ର ଶୀର୍ଷକ ହେଉଛି Digital India LMS, ତାହାପରେ ଆମେ ଥିବା ପେଜ୍ ର ନାମ ରହିଛି
08:29 ଯଦି ଆମେ କୌଣସି ଲୋଗୋ ଇମେଜ୍ ନ ଦେଉ, ତେବେ Short Name ମଧ୍ୟ ଏକ ଲୋଗୋ ଟେକ୍ସଟ୍ ଭାବରେ ବ୍ୟବହୃତ ହେବ. ଆମେ ତାହାକୁ ସେହିପରି ଛାଡ଼ିଦେବା
08:40 Front Page ଆଇଟମ୍ ପାଇଁ ଡ୍ରପ୍-ଡାଉନ୍ ଦେଖିବାକୁ ତଳକୁ ସ୍କ୍ରୋଲ୍ କରନ୍ତୁ.

ଏହା ହେଉଛି ଆଇଟମ୍‌ଗୁଡ଼ିକର ତାଲିକା, ଯାହାକୁ Front Pageରେ ଦେଖାଇହେବ

08:50 ଲଗ୍ ଇନ୍ ହୋଇଥିବା କିମ୍ୱା ନ ହୋଇଥିବା ସମସ୍ତ ଭିଜିଟର୍ ଏହି ଆଇଟମ୍‌ଗୁଡ଼ିକୁ ଦେଖିପାରିବେ
08:57 ଏକ କମ୍ୱିନେଶନ୍ ବକ୍ସ ଦ୍ୱାରା ଏହି କ୍ରମକୁ ନିର୍ଦ୍ଧାରଣ କରାଯାଏ. ଆମେ ତାହାକୁ ସେହିପରି ଛାଡ଼ିଦେବା
09:05 ତେଣୁ, (ଯଦି ଉପଲବ୍ଧ ଥିବ) ସମସ୍ତ ୟୁଜର୍ ପାଠ୍ୟକ୍ରମର ତାଲିକାକୁ ଦେଖିପାରିବେ, ଆଉ କିଛି ନୁହେଁ
09:13 ପରବର୍ତ୍ତୀ ହେଉଛି Front Page Items When Logged In.

ଏହା ହେଉଛି ଆଇଟମ୍‌ଗୁଡ଼ିକର ତାଲିକା, ଯାହାକୁ ଲଗ୍ ଇନ୍ ହୋଇଥିବା ୟୁଜର୍ ମାନଙ୍କୁ ଦେଖାଇହେବ

09:24 ପ୍ରଥମ ଡ୍ରପ୍-ଡାଉନ୍‌ରେ ଥିବା Enrolled Courses ଚୟନ କରନ୍ତୁ
09:29 ଅବଶିଷ୍ଟ ବିକଳ୍ପଗୁଡ଼ିକୁ ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ସହିତ ଛାଡ଼ିଦିଅନ୍ତୁ
09:35 ତଳକୁ ସ୍କ୍ରୋଲ୍ କରି Save Changes ଉପରେ କ୍ଲିକ୍ କରନ୍ତୁ
09:40 ସଂକ୍ଷିପ୍ତରେ
09:43 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Things to do ନାମକ ଏକ HTML Blockକୁ ଯୋଡ଼ି ପେଜ୍‌ର କେଉଁଠାରେ ତାହା ଦେଖାଦେବ, ତାହା ନିର୍ଦ୍ଦିଷ୍ଟ କରିବା
09:54 ଗେଷ୍ଟ ଓ ଲଗ୍ ଇନ୍ କରିଥିବା ୟୁଜର୍‌ମାନଙ୍କ ପାଇଁ Front Page ମଧ୍ୟ ଆମେ ସେଟ୍ କଲେ
10:00 ଏକ ଆସାଇନମେଣ୍ଟ ଭାବେ :

Private Files Blockକୁ ଡିଲିଟ୍ କରନ୍ତୁ. Code Files ଲିଙ୍କରେ ଦିଆଯାଇଥିବା ମାର୍ଗଦର୍ଶିକା ବ୍ୟବହାର କରି ଏକ ନୂଆ HTML Block ଯୋଡ଼ନ୍ତୁ

10:14 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

10:33 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
10:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

10:51 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep