Moodle-Learning-Management-System/C2/Admin-dashboard/Oriya

From Script | Spoken-Tutorial
Revision as of 14:39, 14 January 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Admin’s Dashboard in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Admin’s Dashboardରେ ଥିବା ବିଭିନ୍ନ ବ୍ଲକ୍ସ, Admin’s ପ୍ରୋଫାଇଲ୍ ପେଜ୍ ଓ ପ୍ରିଫରେନ୍ସେସ୍‌କୁ କିପରି ଏଡିଟ୍ କରିବେ

00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Ubuntu Linux OS 16.04, Apache, MariaDB ଓ PHP, ଯାହାକୁ ପ୍ରାପ୍ତ କରାଯାଇଛି XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ

00:46 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:50 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
00:59 ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ସିଷ୍ଟମ୍‌ରେ Moodle 3.3 ଇନଷ୍ଟଲ୍ ହୋଇଥିବା ଦରକାର.

ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍‌ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ

01:13 ବ୍ରାଉଜ‌କୁ ଯାଇ ନିଜର Moodle ସାଇଟ୍ ଖୋଲନ୍ତୁ. XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ
01:21 କେବଳ "ହେଡର୍” ସହିତ ଗୋଟିଏ ଖାଲି ପୃଷ୍ଠା ଦେଖାଦେବ. ଏହାର କାରଣ ହେଉଛି ଇନଷ୍ଟଲେଶନ୍ ପାଇଁ ଆମେ କୌଣସି Front Page ସେଟ୍ କରିନାହେଁ
01:33 ୱିଣ୍ଡୋର ଉପର ଡାହାଣପଟ କୋଣରେ ଥିବା Log In ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
01:39 Moodle ଇନଷ୍ଟଲ୍ କରିବା ସମୟରେ ଦିଆଯାଇଥିବା Admin Username ଓ Password ବ୍ୟବହାର କରି ଲଗ୍ ଇନ୍ କରନ୍ତୁ
01:47 ମୁଁ, ୟୁଜର୍‌ନେମ୍ ଭାବରେ admin ଓ ପାସ୍‌ୱର୍ଡ ଭାବରେ spokentutorial1@ ଲେଖି Log In ବଟନ୍ ଉପରେ କ୍ଲିକ୍ କରିବି
01:59 ଏବେ ଆମେ ଦେଖୁଥିବା ପେଜ୍‌କୁ Dashbord କୁହାଯାଏ
02:04 ଦେଖନ୍ତୁ, Dashboardକୁ ଦୁଇଟି ସ୍ତମ୍ଭରେ ବିଭକ୍ତ କରାଯାଇଛି
02:08 ବାମପଟେ ଥିବା ବିସ୍ତୃତଟି Content Column ଅଟେ
02:13 ଡାହାଣପଟେ Blocks Column ଅଛି
02:17 ଏହିସବୁ Columnରେ ଥିବା Blocks ଏପରି ଆଇଟମ୍ ଅଟେ, ଯାହା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ୱା ସୂଚନା ପ୍ରଦାନ କରିଥାଏ
02:25 Moodleର ସମସ୍ତ ପୃଷ୍ଠାରେ Blocks ରହିଛି.

ଏଗୁଡ଼ିକୁ, ଆପଣଙ୍କ ପାଠ୍ୟକ୍ରମର ଜଟିଳ ଭାଗଗୁଡ଼ିକ ପ୍ରତି ଶର୍ଟକଟ୍ ଭାବେ ଆପଣ ବିଚାର କରିପାରିବେ

02:35 ଉଦାହରଣସ୍ୱରୂପ, ମୋ Dashboardରେ Private Files, Online Users, Course Overview ଆଦି ହେଉଛି Bolcks
02:46 ଧ୍ୟାନଦିଅନ୍ତୁ ଯେ, ଏଠାରେ କୌଣସି କାର୍ଯ୍ୟକଳାପ ବା Course ନାହିଁ
02:50 ଏହାର କାରଣ ହେଉଛି ଆମେ ଏପର୍ଯ୍ୟନ୍ତ କୌଣସି ପାଠ୍ୟକ୍ରମ ତିଆରି କରିନାହେଁ
02:56 ସମସ୍ତ ପାଠ୍ୟକ୍ରମର ଏକ ତାଲିକା ଦେଖାଦେବ - ଯଦି ଜଣେ ୟୁଜର୍ (ଯେପରି ଜଣେ ଶିକ୍ଷକ କିମ୍ୱା ବିଦ୍ୟାର୍ଥୀ କିମ୍ୱା ଆଡମିନ୍) Coursesରେ ପଞ୍ଜୀକରଣ କରିଥିବେ କିମ୍ୱା ତାଙ୍କୁ କୌଣସି ଭୂମିକା ଦିଆଯାଇଥିବ
03:08 ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, Online Uers Block, Admin Userକୁ ଦେଖାଇଥାଏ, ଯାହା ହେଉଛି ଆମର ସାମ୍ପ୍ରତିକ ଲଗ୍ ଇନ୍
03:17 ଯେକୌଣସି ପ୍ରଦତ୍ତ ସମୟରେ ଲଗ୍ ଇନ୍ କରିଥିବା ୟୁଜର୍‌ମାନଙ୍କୁ ଏହି Block ଦେଖାଇଥାଏ
03:23 Moodleରେ ଥିବା ପ୍ରତ୍ୟେକ Blockର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି. Moodleରେ ଆମେ ଯେକୌଣସି "ପେଜ୍"ର ଯେକୌଣସି "କଲମ୍"ରେ Blocks ଯୋଡ଼ିପାରିବା
03:34 ଏବେ ଆସନ୍ତୁ, "ପେଜ୍"ର "ହେଡର୍” ଉପରେ ନଜର ପକାଇବା
03:38 ଉପର ବାମପଟ କୋଣରେ Navigation Drawer ବା Navigation ମେନୁ ଅଛି. ଏହା ସାହାଯ୍ୟରେ ଆମେ Calendar ଓ ଅନ୍ୟାନ୍ୟ Administration ଲିଙ୍କକୁ ଆକସେସ୍ କରିପାରିବା. ଏହା ହେଉଛି ଏକ Toggle Menu
03:55 ଏହା ଉପରେ କ୍ଲିକ୍ କଲେ ଏହାର ଷ୍ଟେଟସ୍ Open ରୁ Close ଏବଂ ଏହା ବିପରୀତ ହୋଇଥାଏ
04:04 ଏହାପରେ, Logo ପାଇଁ ପ୍ଲେସ୍ ହୋଲ୍ଡର୍ ଅଛି
04:08 ଡିଫଲ୍ଟ ଭାବରେ ଏହା ହେଉଛି ସାଇଟ୍‌ର ଛୋଟ ନାମ. ଏହା ଉପରେ କ୍ଲିକ୍ କଲେ, ଆମେ ଯେକୌଣସି ପୃଷ୍ଠାରୁ Dashboardକୁ ଯାଇପାରିବା
04:18 ଉପର ଡାହାଣପଟେ, Notifications ଓ Messages ପାଇଁ କ୍ୱିକ୍ ଆକସେସ୍ ଆଇକନ୍ସ ରହିଛି
04:26 ତା’ପାଖରେ User Menu ଡ୍ରପ୍-ଡାଉନ୍ ଅଛି. ଏହାକୁ Quick Access User Menu ମଧ୍ୟ କୁହାଯାଏ
04:35 ଏହି ଟ୍ୟୁଟୋରିଆଲରେ ଆମେ Profile ଓ Preferences ପୃଷ୍ଠା ବିଷୟରେ ସଂକ୍ଷିପ୍ତରେ ଆଲୋଚନା କରିବା
04:41 ଏହି ମେନୁ ଆଇଟମ୍‌ଗୁଡ଼ିକୁ Toggle Menus ମଧ୍ୟ କୁହାଯାଏ, ବାମପଟେ ଯେଉଁଭଳି ଅଛି
04:48 ଏବେ, Profile ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
04:52 Moodleରେ ଥିବା ପ୍ରତ୍ୟେକ ୟୁଜର୍‌ଙ୍କର ଗୋଟିଏ Profile Page ରହିଛି
04:57 ଏଥିରେ ଥିବା ଲିଙ୍କଗୁଡ଼ିକୁ ବ୍ୟବହାର କରି ୟୁଜର୍‌ମାନେ ସେମାନଙ୍କର ପ୍ରୋଫାଇଲ୍ ତଥ୍ୟକୁ ଏଡିଟ୍ କରିପାରିବେ, ସେମାନଙ୍କ "ଫୋରମ୍” କିମ୍ୱା "ବ୍ଲଗ୍ ପୋଷ୍ଟ"ଗୁଡ଼ିକୁ ଦେଖିପାରିବେ
05:07 ସେମାନଙ୍କର ଆକସେସ୍ ଥିବା ଯେକୌଣସି ରିପୋର୍ଟର ଯାଞ୍ଚ କରିପାରିବେ ଏବଂ Access Logs ଓ IP Addressକୁ ଦେଖିପାରିବେ, ଯାହାର ଉପଯୋଗ ଶେଷଥର ଲଗ୍ ଇନ୍ ପାଇଁ ବ୍ୟବହାର କରାଯାଇଥିଲା
05:18 Edit Profile ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ. Edit Profile Page ଖୋଲିବ
05:26 ଏହି ପୃଷ୍ଠାକୁ 5ଟି ଭାଗରେ ବିଭକ୍ତ କରାଯାଇଛି:

General, User Picture, Additional Names, Interests, Optional

05:39 ଡିଫଲ୍ଟ ଭାବରେ General ବିଭାଗଟି ବିସ୍ତାରିତ ହୋଇ ଥାଏ
05:43 ଯେକୌଣସି ବିଭାଗରେ କ୍ଲିକ୍ କଲେ, ନାମଟି ନିଜକୁ ବିସ୍ତାରିତ କିମ୍ୱା ସଂକୁଚିତ କରିଥାଏ
05:49 ଡାହାଣପଟେ ଥିବା Expand All ଲିଙ୍କଟି ସମସ୍ତ ବିଭାଗକୁ ବିସ୍ତାରିତ କରିଥାଏ
05:55 ଏଠାରେ ଥିବା ସମସ୍ତ ଫିଲ୍ଡକୁ ଏଡିଟ୍ କରିହେବ
05:59 City / Town ଯୋଡ଼ନ୍ତୁ. ମୁଁ Mumbai ଟାଇପ୍ କରିବି
06:04 Select a Country ଡ୍ରପ୍-ଡାଉନ୍‌ ରେ India ଚୟନିତ ହୋଇଥିବାର ସୁନିଶ୍ଚିତ କରନ୍ତୁ. Timezoneକୁ Asia/Kolkataରେ ସେଟ୍ କରନ୍ତୁ
06:13 ଏହି ପ୍ରୋଫାଇଲ୍ ପେଜ୍‌ରୁ କେବଳ Admin ହିଁ ପାସ୍‌ୱର୍ଡ ବଦଳାଇପାରିବେ
06:18 Optional ବିଭାଗରେ କେତେକ "ଫିଲ୍ଡ” ଯୋଡ଼ନ୍ତୁ
06:22 Institution ଫିଲ୍ଡରେ ମୁଁ IIT Bombay, Departmentରେ Mathematics ଏବଂ Phone Number ଫିଲ୍ଡରେ ଏକ ବୈଧ ଫୋନ୍ ନମ୍ୱର୍ ଲେଖିବି
06:36 ପେଜ୍‌କୁ ସେଭ୍ କରିବା ପାଇଁ Update Profile ବଟନ୍ ଉପରେ କ୍ଲିକ୍ କରନ୍ତୁ
06:42 ଏବେ, ଉପର ଡାହାଣପଟେ ଥିବା Quick Access User Menu ଉପରେ ପୁଣିଥରେ କ୍ଲିକ୍ କରନ୍ତୁ.

Preference ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

06:51 ୟୁଜର୍‌ମାନେ ଏଡିଟ୍ କରିବାକୁ ଚାହୁଁଥିବା ବିଭିନ୍ନ ସେଟିଙ୍ଗକୁ Preferences ପେଜ୍ ମାଧ୍ୟମରେ ଶୀଘ୍ର ଆକସେସ୍ କରିପାରିବେ
06:59 ଏକ Admin Account ପାଇଁ Preferences ପେଜ୍‌କୁ ଚାରୋଟି ଭାଗରେ ବିଭକ୍ତ କରାଯାଇଛି:

User Account, Roles, Blogs, ଓ Badges

07:12 User Account ବିଭାଗରେ ୟୁଜର୍, ପ୍ରୋଫାଇଲ୍ ଏଡିଟ୍ କରିପାରିବେ ଏବଂ ପାସ୍‌ୱର୍ଡ ବଦଳାଇପାରିବେ
07:19 Language, Forum, Calendar, Message, Notification ଆଦି ପାଇଁ ଏହା Preferences ମଧ୍ୟ ସେଟ୍ କରିଥାଏ
07:30 Calendar Preferences ଉପରେ କ୍ଲିକ୍ କରନ୍ତୁ
07:34 24 Hour ପ୍ରଦର୍ଶନ ସମୟ ଫର୍ମାଟ୍‌ରେ ଆମେ Calendar ସେଟ୍ କରିବା
07:40 Upcoming Events Look-Aheadକୁ ମଧ୍ୟ ଆମେ 2 weeksରେ ସେଟ୍ କରିବା
07:46 ଏହାର ଅର୍ଥ ହେଉଛି, ଆଗାମୀ 2 ସପ୍ତାହରେ ହେବାକୁ ଥିବା ସମସ୍ତ ଘଟଣା ପାଇଁ ଆମେ କ୍ୟାଲେଣ୍ଡର୍‌ରେ ବିଜ୍ଞପ୍ତି ଦେଖିବାକୁ ପାଇବା
07:55 ସମସ୍ତ ଫିଲ୍ଡ ପାଖରେ ଥିବା Help ଆଇକନ୍ ବିଷୟରେ ମୁଁ କହିବାକୁ ଚାହୁଁଛି
08:00 ଏହା ଉପରେ କ୍ଲିକ୍ କଲେ, ସେହି "ଫିଲ୍ଡ"ର ଅର୍ଥ କ’ଣ କହୁଥିବା ଏକ ଛୋଟ ବିବରଣୀ ସହିତ ଗୋଟିଏ Help Box ଖୋଲିବ
08:08 କୌଣସି "ଫିଲ୍ଡ” ବିଷୟରେ ସନ୍ଦେହ ଉପୁଜିଲେ, ତାହାକୁ ବୁଝିବା ପାଇଁ Help ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:16 ଅନ୍ୟ ସମସ୍ତ ବିକଳ୍ପକୁ ଅପରିବର୍ତ୍ତିତ ରଖନ୍ତୁ. Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ
08:23 ଏହି ଶୃଙ୍ଖଳାରେ ପରେ ଯେତେବେଳେ ଆମେ ସେହି ଫିଚର୍‌ଗୁଡ଼ିକ ବିଷୟରେ ଆଲୋଚନା କରିବା, ଅବଶିଷ୍ଟ ପ୍ରିଫରେନ୍ସଗୁଡ଼ିକୁ ଜାଣିବା
08:30 ଏଠାରେ ଥିବା ବିଜ୍ଞପ୍ତିକୁ ଦେଖନ୍ତୁ
08:33 ଏହା ହେଉଛି Breadcrumb Navigation. ଏହା ଏକ ଦୃଶ୍ୟ ସହୟତା ଅଟେ, ଯାହା ସୂଚିତ କରେ ଯେ, Moodle ସାଇଟ୍‌ର ପଦାନୁକ୍ରମ ଭିତରେ ଆମେ କେଉଁ ପୃଷ୍ଠାରେ ଅଛେ
08:45 ଗୋଟିଏ କ୍ଲିକ୍‌ରେ ଏକ ଉଚ୍ଚ ସ୍ତର ପୃଷ୍ଠାକୁ ଫେରିଯିବାକୁ ଏହା ଆମକୁ ସାହାଯ୍ୟ କରିଥାଏ
08:51 Dashboardକୁ ଯିବା ପାଇଁ Breadcrumbsରେ ଥିବା Dashboard ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
08:57 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ -
09:03 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-

Admin’s Dashboardରେ ଥିବା ବିଭିନ୍ନ ବ୍ଲକ୍ସ Admin’s ପ୍ରୋଫାଇଲ୍ ପେଜ୍ ଓ ପ୍ରିଫରେନ୍ସେସ୍‌କୁ କିପରି ଏଡିଟ୍ କରିବେ

09:16 ଏକ ଆସାଇନମେଣ୍ଟ ଭାବେ -

Message Preferences ଉପରେ କ୍ଲିକ୍ କରନ୍ତୁ. Moodleରେ ଥିବା ୟୁଜର୍‌ମାନେ ପରସ୍ପରଙ୍କୁ ବ୍ୟକ୍ତିଗତ ମେସେଜ୍ ପଠାଇପାରିବେ

09:27 ମୁଁ “ଅଫଲାଇନ୍” ଥିଲେ ମଧ୍ୟ ମୋର ମେସେଜ୍ ଇମେଲ୍ ଭାବେ ଡେଲିଭର୍ ହେଉ ବୋଲି ମୁଁ ଚାହୁଁନାହିଁ
09:33 ଅନଲାଇନ୍ ଓ ଅଫଲାଇନ୍ Help Boxକୁ ଦେଖନ୍ତୁ ଏବଂ ସେଟିଙ୍ଗଗୁଡ଼ିକ ଠିକ୍ ଥିବାର ସୁନିଶ୍ଚିତ କରନ୍ତୁ
09:40 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:48 ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:57 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
10:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
10:15 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
10:24 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep