Linux/C2/File-Attributes/Oriya

From Script | Spoken-Tutorial
Revision as of 00:27, 10 February 2015 by Pradeep (Talk | contribs)

Jump to: navigation, search
Time Narration
00:00 ଲିନକ୍ସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 example1, example2, example3, example4, example5, ଓ testchown ନାମକ ଖାଲି ଫାଇଲ୍ ସୃଷ୍ଟି କରିବା ହେଉଛି ଏହି ଟ୍ୟୁଟୋରିଆଲ୍ ର ପ୍ରାକ୍ ଆବଶ୍ୟକତା |
00:18 test_chown ଓ directory1 ନାମକ ଦୁଇଟି ଖାଲି ଡାଇରେକ୍ଟୋରୀ କ୍ରିଏଟ୍ କରନ୍ତୁ |
00:25 ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ମେଟାଡାଟା, ଯାହା କମ୍ପ୍ୟୁଟର୍ ଫାଇଲ୍ ସହିତ ଜଡିତ ଥାଏ କିମ୍ୱା ଏହାକୁ ବ୍ୟାଖ୍ୟା କରେ |
00:33 ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ବିଶେଷତା, ଯାହା ଏକ ଫାଇଲ୍ କୁ ବ୍ୟାଖ୍ୟା କରେ, ଯେପରି ଓନର୍,ଫାଇଲ୍ ପ୍ରକାର, ଆକ୍ସେସ୍ ଅନୁମତି, ଇତ୍ୟାଦି |
00:45 c-h ଓନ୍ କମାଣ୍ଡ୍ ଟି ଫାଇଲ୍ ବା ଡାଇରେକ୍ଟୋରୀର ଓନର୍ ସିପ୍ ବଦଳାଇବା ପାଇଁ ବ୍ୟବହୃତ ହୁଏ | ଏହା ଏକ ଆଡମିନ୍ କମାଣ୍ଡ୍ ଅଟେ, କେବଳ ରୁଟ୍ ୟୁଜର୍ ଫାଇଲ୍ ଓ ଡାଇରେକ୍ଟୋରୀର ଓନର୍ ବଦଳାଇପାରେ |
01:00 chown କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି chown ସ୍ପେସ୍ ଅପ୍ସନ୍ସ୍ ସ୍ପେସ୍ ଓନର୍ ନେମ୍ ସ୍ପେସ୍ ଫାଇଲ୍ ନେମ୍ କିମ୍ୱା ଡାଇରେକ୍ଟୋରୀ ନେମ୍
01:13 chown କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ ଦେଇପାରିବା |
01:18 -R : ଆମେ ବର୍ତ୍ତମାନ ଯେଉଁ ଡାଇରେକ୍ଟୋରୀରେ ଅଛେ, ତାହାର ସବ୍ ଡାଇରେକ୍ଟୋରୀରେ ଥିବା ଫାଇଲ୍ ଗୁଡିକର ପର୍ମିସନ୍ ବଦଳାଇବା ପାଇଁ |
01:28 -c : ପ୍ରତି ଫାଇଲ୍ ପାଇଁ ପର୍ମିସନ୍ ବଦଳାଏ |
01:33 -f : ଏରର୍ ମେସେଜ୍ ଦେଖାଇବାରୁ ch ownକୁ ପ୍ରତିରୋଧ କରେ |
01:37 ଏବେ ଆମେ କିଛି ଉଦାହରଣ ଦେଖିବା
01:40 ଟର୍ମିନାଲ୍ କୁ ଯାଆନ୍ତୁ | ଖାଲି ଫାଇଲ୍ ଓ ଫୋଲ୍ଡର୍ ତିଆରି କରିଥିବା ଡାଇରେକ୍ଟୋରୀକୁ ଯିବା | ସେଥିପାଇଁ cd ସ୍ପେସ୍ ଡେସ୍କଟପ୍ ସ୍ଲାସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
01:56 ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n (testchown)ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:11 ଏଠାରେ 'testchown' ଫାଇଲ୍ ର ଓନର୍ ସାହିଦ୍ ବୋଲି ଆମେ ଦେଖିପାରୁଛେ |
02:18 ଫାଇଲ୍ ର ଓନର୍ ବଦଳାଇବାକୁ $ sudo ସ୍ପେସ୍ c-h own ସ୍ପେସ୍ a-n-u-s-h-a anusha ସ୍ପେସ୍ testchown ଅର୍ଥାତ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
02:36 (Sudo)ସୁଡୋ ପାଶୱର୍ଡ୍ ଏଣ୍ଟର୍ କରି ପୁଣି ଏଣ୍ଟର୍ ଦାବନ୍ତୁ | ଏଣ୍ଟର୍ ଦାବନ୍ତୁ |
02:44 ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ

ଅନୁଶା ଏହି ଫାଇଲ୍ ର ନୂଆ ଓନର୍ ବୋଲି ଆମେ ଦେଖିପାରିବା |

03:03 ଡାଇରେକ୍ଟୋରୀର ଓନର୍ କିପରି ବଦଳାଯିବ, ଏବେ ତାହା ଦେଖିବା |
03:07 $ ls –l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ

'test_chown' ଡାଇରେକ୍ଟୋରୀର ଓନର୍ ସାହିଦ୍ ବୋଲି ଆମେ ଦେଖିପାରିବା |

03:21 ଡାଇରେକ୍ଟୋରୀର ଓନର୍ ବଦଳାଇବାକୁ କମାଣ୍ଡ୍ ଟାଇପ୍ କରନ୍ତୁ
03:26 $ ସୁଡୋ ସ୍ପେସ୍ chown ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ a-n-u-s-h-a anusha ସ୍ପେସ୍ ଡାଇରେକ୍ଟୋରୀ ନାମ test_chown ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:44 ଆବଶ୍ୟକ ହେଲେ ସୁଡୋ ପାଶ୍-ୱର୍ଡ୍ ଟାଇପ୍ କରି ପୁଣି ଏଣ୍ଟର୍ ଦାବନ୍ତୁ |
03:49 ଆମ ସୁବିଧା ଅନୁସାରେ Clt+L ଦାବି ମୁଁ ସ୍କ୍ରୀନ୍ କ୍ଲିଅର୍ କରିବି | ଏବେ $ ls ସ୍ପେସ୍ -l ଟାଇପ୍ କରି ଏଣ୍ଟର୍ ଦାଵନ୍ତୁ | ଏହି ଡାଇରେକ୍ଟୋରୀର ନୂଆ ଓନର୍ ଅନୁଶା ବୋଲି ଆମେ ଦେଖିପାରିବା |
04:06 chmod କମାଣ୍ଡ୍ ଟି ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଆକ୍ସେସ୍ ମୋଡ୍ ବା ପର୍ମିସନ୍ ବଦଳାଇବାରେ ବ୍ୟବହୃତ ହୁଏ |
04:13 chmod ସ୍ପେସ୍ [ଅପ୍ସନ୍] ସ୍ପେସ୍ ମୋଡ୍ ସ୍ପେସ୍ ଫାଇଲ୍ ନାମ ସ୍ପେସ୍ chmod ସ୍ପେସ୍ [ଅପ୍ସନ୍] ସ୍ପେସ୍ ଫାଇଲ୍ ନାମ

Chmod କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ସ ଦେଇପାରିବା |

04:29 -c : ବଦଳିଥିବା ଫାଇଲ୍ ଗୁଡିକ ବିଷୟରେ ଥିବା ସୂଚନା ପ୍ରିଣ୍ଟ୍ କରେ |
04:34 -f : chmod ବଦଳାଇ ପାରୁନଥିବା ଫାଇଲ୍ ଗୁଡିକର ୟୁଜର୍ ଙ୍କୁ ନୋଟିଫାଏ କରେନି |
04:41 ଏଠାରେ ନିମ୍ନ ପ୍ରକାରର ଆକ୍ସେସ୍ ବା ପର୍ମିସନ୍ ଅଛି
04:44 r : ରିଡ୍

w : ରାଇଟ୍

x : ଏକଜେକ୍ୟୁଟ୍

s : ୟୁଜର୍ (କିମ୍ୱା ଗ୍ରୁପ୍) ID ସେଟ୍ କରେ

04:54 ବିକଳ୍ପ ଭାବରେ, ତିନି ଅଙ୍କବିଶିଷ୍ଟ ଓକ୍ଟାଲ୍ ସଂଖ୍ୟା ଦ୍ୱାରା ଆମେ ପର୍ମିସନ୍ ନିର୍ଦ୍ଦିଷ୍ଟ କରିପାରିବା |
05:00 ପ୍ରଥମ ଅଙ୍କଟି ଓନର୍ ପର୍ମିସନ୍ ପାଇଁ, ଦ୍ୱିତୀୟଟି ଗ୍ରୁପ୍ ପର୍ମିସନ୍ ପାଇଁ ଓ ତୃତୀୟଟି ଅନ୍ୟମାନଙ୍କ ପର୍ମିସନ୍ କୁ ବୁଝାଏ |
05:09 ନିମ୍ନ ଓକ୍ଟାଲ୍ ମୂଲ୍ୟ ଯୋଗ କରି ପର୍ମିସନ୍ସ ଗଣନା କରାଯାଏ:

4 ହେଉଛି ରିଡ୍ 2ହେଉଛି ରାଇଟ୍ 1 ହେଉଛି ଏକଜେକ୍ୟୁଟ୍

05:20 ଏବେ ଆମେ chmodର କିଛି ଉଦାହରଣ ଦେଖିବା | ଟର୍ମିନାଲ୍ କୁ ଯାଇ example1 ଫାଇଲ୍ ରେ ଏକଜେକ୍ୟୁଟ୍-ବାଏ-ୟୁଜର୍ ପର୍ମିସନ୍ ଯୋଡିବାକୁ କମାଣ୍ଡ୍ ଏଣ୍ଟର୍ କରନ୍ତୁ |
05:30 ତାହାପୂର୍ବରୁ ମୁଁ ପୁଣିଥରେ Clt+l ଦାବି ସ୍କ୍ରୀନ୍ କ୍ଲିଅର୍ କରିବି |
05:36 ଏବେ ଆମେ $ chmod ସ୍ପେସ୍ u+x ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବିବା |
05:49 ଏବେ $ ls ସ୍ପେସ୍ example1 ଟାଇପ୍ କରି ପରବର୍ତ୍ତନଗୁଡିକ ଦେଖିବା ପାଇଁ ଏଣ୍ଟର୍ ଦାବିବା |
06:01 example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ପର୍ମିସନ୍ ଦେବାର ଆପଣ ଦେଖିପାରିବେ
06:15 ଏବେ $ chmod ସ୍ପେସ୍ 751 ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:26 ବର୍ତ୍ତମାନ, $ ls ସ୍ପେସ୍ -l ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:35 ଉପରୋକ୍ତ କମାଣ୍ଡ୍ ଟି example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ଦେଇଥିବାର ଆମେ ଦେଖିପାରୁଛେ |
06:52 ସମସ୍ତଙ୍କ ପାଇଁ example1 ଫାଇଲ୍ ରେ କେବଳ ରିଡ୍ କରିବାର ପର୍ମିସନ୍ ଦେବା ପାଇଁ $ chmod ସ୍ପେସ୍ =r ସ୍ପେସ୍ example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:08 ଏବେ $ ls ସ୍ପେସ୍ -l ସ୍ପେସ୍ example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:19 example1 ଫାଇଲ୍ ରେ ସମସ୍ତଙ୍କ ପାଇଁ କେବଳ ରିଡ୍ କରିବାର ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ |
07:30 ରିକର୍ସିଭ୍ ଭାବରେ ପର୍ମିସନ୍ ବଦଳାଇ ସମସ୍ତଙ୍କ ପାଇଁ ରିଡ୍ ଓ ଏକଜେକ୍ୟୁଟ୍ ଆକ୍ସେସ୍ ଓ directory1 ନାମକ ଡାଇରେକ୍ଟୋରୀର ଓନର୍ ପାଇଁ ରାଇଟ୍ ଆକ୍ସେସ୍ ଦେବାକୁ ଏହି କମାଣ୍ଡ୍ ଟାଇପ କରନ୍ତୁ
7:44 $ chmod ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ 755 ସ୍ପେସ୍ directory1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:00 ଏବେ, $ ls ସ୍ପେସ୍ –l ଟାଇପ୍ କରି ପରିବର୍ତ୍ତନଗୁଡିକ ଦେଖିବାକୁ ଏଣ୍ଟର୍ ଦାବନ୍ତୁ |
08:09 example2 ଫାଇଲ୍ ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦେବାକୁ $ chmod ସ୍ପେସ୍ u+x ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:27 ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:40 example2 ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ |
08:50 ଗ୍ରୁପ୍ କୁ example3 ଫାଇଲ୍ ପାଇଁ ରାଇଟ୍ ପର୍ମିସନ୍ ଆଡ୍ କରିବାକୁ $ chmod ସ୍ପେସ୍ g+w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:10 ଏବଂ ଏବେ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
09:23 ଗ୍ରୁପ୍ ସହିତ ରାଇଟ୍ ପର୍ମିସନ୍ ଯୋଗ ହୋଇଥିବାର ଆମେ ଦେଖିପାରୁଛେ |
09:30 ସବୁଗୁଡ଼ିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ କରିବାକୁ $ chmod ସ୍ପେସ୍ a-w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:45 ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
09:55 ସବୁଗୁଡିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ ହୋଇଯାଇଥିବାର ଆମେ ଦେଖିପାରୁଛେ |
10:02 ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଗ୍ରୁପ୍ ବଦଳାଇ ନୂଆ ଗ୍ରୁପ୍ କରିବାକୁ chgrp କମାଣ୍ଡ୍ ବ୍ୟବହୃତ ହୁଏ |
10:10 ନୂତନ ଗ୍ରୁପ୍ ଟି /etc/group ରେ ଥିବା ଏକ ଗ୍ରୁପ୍ ID ସଂଖ୍ୟା ବା ଏକ ଗ୍ରୁପ୍ ନାମ ହୋଇପାରେ |
10:20 ଫାଇଲ୍ ର ଓନର୍ କିମ୍ୱା ବିଶେଷାଧିକାର ପ୍ରାପ୍ତ ୟୁଜର୍ ହିଁ ଗ୍ରୁପ୍ ବଦଳାଇ ପାରନ୍ତି |
10:26 chgrp କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି chgrp ସ୍ପେସ୍ [options] ସ୍ପେସ୍ newgroup ସ୍ପେସ୍ files.
10:36 ଟର୍ମିନାଲ୍ କୁ ଯିବା | ଏବେ chgrp କମାଣ୍ଡ୍ ର କିଛି ଉଦାହରଣ ଦେଖିବା | $ ls ସ୍ପେସ୍ -l ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:57 ଏଠାରେ ଗ୍ରୁପ୍ ପର୍ମିସନ୍ ଟି shahid ଙ୍କ ପାଇଁ ଥିବାର ଆମେ ଦେଖିପାରୁଛେ |
11:03 ଗ୍ରୁପ୍ ପର୍ମିସନ୍ ବଦଳାଇବାକୁ $ sudo ସ୍ପେସ୍ chgrp ସ୍ପେସ୍ rohit ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି
11:20 ଏଣ୍ଟର୍ ଦାବନ୍ତୁ

ଆବଶ୍ୟକ ହେଲେ ସୁଡୋ ପାଶୱର୍ଡ ଏଣ୍ଟର୍ କରନ୍ତୁ |

11:27 ଏବେ $ ls ସ୍ପେସ୍ -l ସ୍ପେସ୍ example4 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:38 ଗ୍ରୁପ୍ ଟି shahid ରୁ rohitକୁ ବଦଳି ଯାଇଥିବାର ଆମେ ଦେଖିପାରୁଛେ |
11:46 ଆଇନୋଡ୍ ହେଉଛି ଡିଭାଇସ୍ କୁ ଆସାଇନ୍ କରାଯାଇଥିବା ଏକ ସ୍ୱତନ୍ତ୍ର ସଂଖ୍ୟା |
11:51 ଏକ ନିୟମିତ ଫାଇଲ୍ ବା ଡାଇରେକ୍ଟୋରୀ ବିଷୟରେ ମୌଳିକ ସୂଚନା ଆଇନୋଡ୍ ଷ୍ଟୋର୍ କରିଥାଏ |
11:57 ଆଇନୋଡ୍ ସହିତ ସବୁ ଫାଇଲ୍ ଗୁଡିକ ହାର୍ଡ୍ ଲିଙ୍କ୍ ହୋଇଥାଏ |
12:00 ଏକ ପ୍ରୋଗ୍ରାମ୍ ନାମ ଦ୍ୱାରା ଏକ ଫାଇଲ୍ କୁ ରେଫର୍ କରିବାବେଳେ, ତତ୍ ସମ୍ବନ୍ଧିତ ଆଇନୋଡ୍ ଖୋଜିବା ପାଇଁ ସିଷ୍ଟମ୍ ଟି ବାସ୍ତବରେ ଫାଇଲ୍ ନାମ ବ୍ୟବହାର କରେ |
12:12 ଏକ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖିବାକୁ ls ସ୍ପେସ୍ –i କମାଣ୍ଡ୍ ବ୍ୟବହାର କରିପାରିବା |
12:19 $ ls ସ୍ପେସ୍ -i ସ୍ପେସ୍ example5 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
12:29 ଫାଇଲ୍ ପୂର୍ବରୁ ଲିଖିତ ସଂଖ୍ୟା ହେଉଛି ଫାଇଲ୍ ର ଆଇନୋଡ୍ ସଂଖ୍ୟା |
12:35 ଆଇନୋଡ୍ ଗୁଡିକ ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ଡିରେକ୍ଟୋରୀ ସହିତ ଜଡିତ ଥାଆନ୍ତି |
12:41 ହାର୍ଡ୍ ଲିଙ୍କ୍ ଗୁଡିକ ଏକ ସିଙ୍ଗଲ୍ ଆଇନୋଡ୍ ସହିତ ଏକାଧିକ ଡାଇରେକ୍ଟୋରୀ ସହିତ ଜଡିତ ଥାଆନ୍ତି |

ଲିଙ୍କ୍ ତିଆରି କରିବାର କମାଣ୍ଡ୍ ହେଉଛି ln

12:52 ହାର୍ଡ୍ ଲିଙ୍କ୍ ତିଆରି ପାଇଁ ln କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି
12:57 ln ସ୍ପେସ୍ ସୋର୍ସ୍ ସ୍ପେସ୍ ଲିଙ୍କ୍ ଯେଉଁଠାରେ ସୋର୍ସ୍ ହେଉଛି ଏକ ବିଦ୍ୟମାନ ଫାଇଲ୍ ଓ ଲିଙ୍କ୍ ହେଉଛି ତିଆରି କରିବାକୁ ଥିବା ଫାଇଲ୍ |
13:06 ଏବେ ଆମେ ହାର୍ଡ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା
13:10 ମୁଁ ସ୍କ୍ରୀନ୍ ଟିକୁ ପୁଣି କ୍ଲିଅର୍ କରିଦେଉଛି | ଏବେ, $ ln ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:25 ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖାଇବାକୁ $ ls ସ୍ପେସ୍ -i ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:41 ଏଠାରେ ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ସମାନ ବୋଲି ଆମେ ଦେଖିପାରୁଛେ, exampleln ହେଉଛି example1 ଫାଇଲ୍ ପାଇଁ ହାର୍ଡ୍ ଲିଙ୍କ୍ |
13:54 ସଫ୍ଟ୍ ଲିଙ୍କ୍ ସିମ୍ବୋଲିକ୍ ଲିଙ୍କ୍ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ଫାଇଲ୍ ଯାହା ଅନ୍ୟ ଫାଇଲ୍ ବା ଡାଇରେକ୍ଟୋରୀ ପାଇଁ ଆବ୍ସୋଲ୍ୟୁଟ୍ ବା ରିଲେଟିଭ୍ ପାଥ୍ ରୂପରେ ଏକ ରେଫରେନ୍ସ୍ ରଖିଥାଏ |
14:07 ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ ln କମାଣ୍ଡ୍ ର ସିଣ୍ଟାକ୍ସ ହେଉଛି
14:12 ln ସ୍ପେସ୍ -s ସ୍ପେସ୍ {ଟାର୍ଗେଟ୍-ଫାଇଲ୍ ନାମ} ସ୍ପେସ୍ {ସିମ୍ବୋଲିକ୍-ଫାଇଲ୍ ନାମ}
14:19 ଏବେ ସଫ୍ଟ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା
14:25 ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ $ ln ସ୍ପେସ୍ -s ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି
14:40 ଏଣ୍ଟର୍ ଦାବନ୍ତୁ
14:43 ଏବେ ଉଭୟ ଫାଇଲ୍ ର ତାଲିକା ଓ ଆଇନୋଡ୍ ସଂଖ୍ୟା ପ୍ରଦର୍ଶିତ କରିବାକୁ $ ls ସ୍ପେସ୍ -li ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି
15:01 ଏଣ୍ଟର୍ ଦାବନ୍ତୁ
15:03 ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଭିନ୍ନ ଥିବାର ଆମେ ଦେଖିପାରୁଛେ ଓ examplesoft ହେଉଛି example1ର ଏକ ସଫ୍ଟ ଲିଙ୍କ୍
15:16 ଏହି ଟ୍ୟୁଟୋରିଆଲ୍ ରେ ଆମେ ପର୍ମିସନ୍, ଓନର୍ ଶିପ୍ ଓ ଫାଇଲ୍ ର ଗ୍ରୁପ୍ ବଦଳାଇବା ଭଳି ଲିନକ୍ସ୍ ଫାଇଲ୍ସ ଆଟ୍ରିବ୍ୟୁଟ୍ସ ବିଷୟରେ ଶିଖିଲେ |
15:26 ଗୋଟିଏ ଫାଇଲ୍ ର ଆଇନୋଡ୍, ସଫ୍ଟ ଓ ହାର୍ଡ୍ ଲିଙ୍କ୍ ମଧ୍ୟ ଜାଣିଲେ |
15:31 ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
15:35 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:44 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
15:50 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep