Difference between revisions of "Linux-Old/C2/Synaptic-Package-Manager/Oriya"

From Script | Spoken-Tutorial
Jump to: navigation, search
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:00
 
|00:00
Line 153: Line 154:
 
|-
 
|-
 
|07:19
 
|07:19
|ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି .
+
|ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି .ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ .
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ .
+
|}

Revision as of 15:48, 10 April 2017

Time Narration
00:00 Synaptic package manager ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ .
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ Synaptic package manager ବ୍ୟବହାର କରି ଉବୁଣ୍ଟୁରେ ଆପ୍ଲିକେଶନ୍ସ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:17 ଏହା ବୁଝାଇବାକୁ ମୁଁ gnome environment desktop ଥିବା ଉବୁଣ୍ଟୁ 10.04 ବ୍ୟବହାର କରୁଛି
00:24 Synaptic package manager ବ୍ୟବହାର ପାଇଁ ଆଡମିନିଷ୍ଟ୍ରେଟିଭ୍ ଅଧିକାର ଥିବା ଆବଶ୍ୟକ
00:29 ଇଣ୍ଟର୍ନେଟ୍ ସଂଯୋଗ ଉତ୍ତମ ଭାବରେ କାର୍ଯ୍ୟ କରୁଥିବା ଉଚିତ ପ୍ରଥମେ Synaptic package manager ଖୋଲିବା
00:36 ସେଥିପାଇଁ System->Administrationକୁ ଯାଇ Synaptic package managerରେ କ୍ଲିକ୍ କରନ୍ତୁ
00:47 ଏଠାରେ Password ମାଗୁଥିବା ଏକ ଅଥେଣ୍ଟିକେଶନ୍ ଡାୟଲଗ୍ ବକ୍ସ ଦେଖାଯିବ
00:55 ପାସୱର୍ଡ୍ ଟାଇପ୍ କରି ଏଣ୍ଟର୍ ଦାବିବା
01:06 ପ୍ରଥମ ଥର synaptic package manager ବ୍ୟବହାର ସମୟରେ ଏକ ଇଣ୍ଟ୍ରୋଡକ୍ସନ୍ ଡାୟଲଗ୍ ବକ୍ସ୍ ଦେଖାଯାଏ
01:13 ଏହି ଡାୟଲଗ୍ ଵକ୍ସ୍ ରେ synaptic package managerର ବ୍ୟବହାର ସମ୍ବନ୍ଧୀୟ ସୂଚନା ଥାଏ
01:20 ଏକ ଆପ୍ଲିକେଶନ୍ ବା ପ୍ୟାକେଜ୍ ଇନଷ୍ଟଲ୍ କରିବାକୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ରେ ପ୍ରୋକ୍ସୀ ଓ ରିପୋଜିଟୋରି କନଫିଗର୍ କରିବା
01:29 ଏଥିପାଇଁ Synaptic Package Manager ୱିଣ୍ଡୋକୁ ଯିବା
01:36 Settingକୁ ଯାଇ Preferencesରେ କ୍ଲିକ୍ କରନ୍ତୁ
01:44 ସ୍କ୍ରୀନ୍ ରେ ଦେଖାଯାଉଥିବା Preference ୱିଣ୍ଡୋରେ ଅନେକ ଟ୍ୟାବ୍ସ ଥାଏ ପ୍ରୋକ୍ସୀ ସେଟିଙ୍ଗ୍ କନଫିଗର୍ କରିବା ପାଇଁ Networkରେ କ୍ଲିକ୍ କରନ୍ତୁ
01:55 ପ୍ରୋକ୍ସୀ ସର୍ଭର୍ ରେ – Direct ConnectionManual Proxy କନେକ୍ସନ୍ ନାମକ ଦୁଇଟି ଅପ୍ସନ୍ ଥାଏ ଏଠାରେ ପ୍ରଦର୍ଶିତ ମାନୁଆଲ୍ ପ୍ରୋକ୍ସୀ କନଫିଗରେଶନ୍ ମୁଁ ବ୍ୟବହାର କରୁଛି . ଆପଣ ନିଜ ପସନ୍ଦର ଅପ୍ସନ୍ ବାଛି Authentication ବଟନ୍ ରେ କ୍ଲିକ୍ କରନ୍ତୁ ସ୍କ୍ରୀନ୍ ରେ HTTP Authentication ୱିଣ୍ଡୋ ଦେଖାଦେବ
02:21 ଯଦି ଆବଶ୍ୟକ UsernamePassword ଏଣ୍ଟର୍ କରି OKରେ କ୍ଲିକ୍ କରନ୍ତୁ . ପରିବର୍ତ୍ତନଗୁଡିକର ଲାଗୁ ପାଇଁ “Apply”ରେ କ୍ଲିକ୍ କରନ୍ତୁ . ୱିଣ୍ଡୋ କ୍ଲୋଜ୍ କରିବାକୁ OKରେ କ୍ଲିକ୍ କରନ୍ତୁ .
02:38 ଏବେ ପୁଣି “Setting”କୁ ଯାଇ “Repositories”ରେ କ୍ଲିକ୍ କରନ୍ତୁ
02:46 ସ୍କ୍ରୀନ୍ ରେ Software Sources ୱିଣ୍ଡୋ ଦେଖାଯିବ
02:51 ଉବୁଣ୍ଟୁ ସଫ୍ଟୱେର୍ ଡାଉନଲୋଡ୍ କରିବାକୁ ବହୁ ସୋର୍ସେସ୍ ଅଛି . Download From ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ରିପୋଜିଟୋରି ଗୁଡିକର ତାଲିକା ଦେଖିବାକୁ ମାଉସ୍ ବଟନ୍ ଚାପି ଧରନ୍ତୁ .
03:05 “Other..”ଟି ସମଗ୍ର ଗ୍ଲୋବ୍ ରେ ଥିବା ସର୍ଭର୍ ଗୁଡିକର ତାଲିକା ଦେଖାଏ .
03:12 ଏହି ୱିଣ୍ଡୋ ବନ୍ଦ କରିବାକୁ Cancelରେ କ୍ଲିକ୍ କରନ୍ତୁ . ମୁଁ Server for India ବ୍ୟବହାର କରୁଛି . “Software Sources” ୱିଣ୍ଡୋ ବନ୍ଦ କରିବାକୁ Closeରେ କ୍ଲିକ୍ କରନ୍ତୁ .
03:26 ଏହି ଟୁଲ୍ ର ବ୍ୟବହାର ଶିଖିବାକୁ ଉଦାହରଣ ଭାବରେ ମୁଁ ଏବେ vlc ପ୍ଲେୟାର୍ ଇନଷ୍ଟଲ୍ କରିବି .
03:34 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ପ୍ରଥମ ଥର ବ୍ୟବହାର କରୁଥିଲେ ପ୍ୟାକେଜ୍ ଗୁଡିକୁ ରିଲୋଡ୍ କରିବାକୁ ହୋଇଥାଏ . ଏଥିପାଇଁ ଟୁଲ୍ ବାର୍ ରେ ଥିବା Reload ବଟନ୍ ରେ କ୍ଲିକ୍ କରନ୍ତୁ . ଏହା କିଛି ସେକେଣ୍ଡ୍ ନେଇପାରେ . ପ୍ୟାକେଜ୍ ଗୁଡିକ ଇଣ୍ଟର୍ନେଟ୍ ମାଧ୍ୟମରେ ଟ୍ରାନ୍ସଫର୍ ହୋଇ ଅପଡେଟ୍ ହେଉଥିବାର ଆମେ ଦେଖିବା .
03:59 ରିଲୋଡିଙ୍ଗ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଗଲେ ଟୁଲ୍ ବାର୍ ଉପରେ ଥିବା କ୍ୱିକ୍ ସର୍ଚ୍ଚ ବକ୍ସ୍ ପ୍ରେଜେଣ୍ଟ୍ କୁ ଯାଇ vlc ଟାଇପ୍ କରିବା .
04:14 ସମସ୍ତ vlc packagesର ତାଲିକା ଏଠାରେ ଦେଖିପାରିବା .
04:19 vlc package ସିଲେକ୍ଟ କରିବାକୁ, ଚେକ୍ ବକ୍ସ୍ ରେ କ୍ଲିକ୍ କରି ପ୍ରଦର୍ଶିତ ମେନୁ ବାର୍ ରେ ଥିବା Mark for installation ଅପ୍ସନ୍ ଚୟନ କରନ୍ତୁ .
04:34 ସମସ୍ତ ରିପୋଜିଟୋରୀ ପ୍ୟାକେଜ୍ ତାଲିକା ଥାଇ ଏକ ଡାୟଲଗ୍ ବକ୍ସ ଦେଖାଯିବ . ସମସ୍ତ ଡିପେଣ୍ଡେନ୍ସିଜ୍ ପ୍ୟାକେଜ୍ ଗୁଡିକୁ ଆପେ ଆପେ ଚିହ୍ନିତ କରିବାକୁ “Mark” ବଟନ୍ ରେ କ୍ଲିକ୍ କରନ୍ତୁ .
04:46 ଟୁଲ୍ ବାର୍ କୁ ଯାଇ “apply” ବଟନ୍ ରେ କ୍ଲିକ୍ କରନ୍ତୁ .
04:52 ଇନଷ୍ଟଲ୍ ହେବାକୁ ଥିବା ପ୍ୟାକେଜ୍ ଗୁଡିକର ବିବରଣୀ ସହ ଏକ ସାରାଂଶ ୱିଣ୍ଡୋ ଦେଖାଯିବ . ଇନଷ୍ଟଲେଶନ୍ ଆରମ୍ଭ କରିବାକୁ “Apply” ବଟନ୍ ରେ କ୍ଲିକ୍ କରନ୍ତୁ .
05:05 ଇନଷ୍ଟଲ୍ ପାଇଁ ଥିବା ପ୍ୟାକେଜ୍ ଗୁଡିକର ସଂଖ୍ୟା ଓ ଆକାରକୁ ଭିତ୍ତିକରି ଇନଷ୍ଟଲେଶନ୍ ପ୍ରକ୍ରିୟା କିଛି ସମୟ ନିଏ . ପୂର୍ବାନୁସାରେ, ଏହା କିଛି ସମୟ ନେଇପାରେ .
05:25 ଇନଷ୍ଟଲେଶନ୍ ସରିବା ମାତ୍ରେ “Downloading Package File” ୱିଣ୍ଡୋ ବନ୍ଦ ହୋଇଯିବ .
05:43 ପରିବର୍ତ୍ତନଗୁଡିକ ଲାଗୁ ହେଉଥିବାର ଆମେ ଦେଖିବା .
06:00 Vlc ଏବେ ଇନଷ୍ଟଲ୍ ହୋଇଗଲା . “Synaptic Package Manager” ୱିଣ୍ଡୋ ବନ୍ଦ କରନ୍ତୁ .
06:09 vlc ପ୍ଲେୟାର୍ ସଫଳ ଭାବରେ ଇନଷ୍ଟଲ୍ ହୋଇଛି କି ନାହିଁ ବର୍ତ୍ତମାନ ଦେଖିବା .
06:15 ଏଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ୍ ଆଣ୍ଡ୍ ଭିଡିଓ କୁ ଯିବା . vlc ମିଡିଆ ପ୍ଲେୟାର୍ ତାଲିକାରେ ଅଛି . ଏହାର ଅର୍ଥ vlc ସଫଳ ଭାବରେ ଇନଷ୍ଟଲ୍ ହୋଇଛି . ସେହିଭଳି, ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଆମେ ଅନ୍ୟ ଆପ୍ଲିକେଶନ୍ସ ଇନଷ୍ଟଲ୍ କରିପାରିବା .
06:36 ସଂକ୍ଷେପରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ… ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ରେ ପ୍ରୋକ୍ସୀ ଓ ରେପୋଜିଟୋରୀ କିପରି କନଫିଗର୍ କରିବା . ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଆପ୍ଲିକେଶନ୍ ବା ପ୍ୟାକେଜ୍ କିପରି ଇନଷ୍ଟଲ୍ କରିବା .
06:51 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ,, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ . ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ .

ଏହି ବିଷୟରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ .

07:19 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି .ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ .

Contributors and Content Editors

Devraj, Gaurav, Nancyvarkey, PoojaMoolya, Pradeep