Linux-AWK/C2/Variables-and-Operators-in-awk/Oriya

From Script | Spoken-Tutorial
Revision as of 11:00, 15 July 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time ' ' '
Time ' ' '
00:01 ବନ୍ଧୁଗଣ, AWK Commandରେ ଥିବା ଭେରିଏବଲ୍ସ ଓ ଅପରେଟର୍ସ ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ”
00:12 “ଅପରେଟର୍ସ”

“BEGIN ଓ END ଷ୍ଟେଟମେଣ୍ଟ୍”

00:17 ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି
00:26 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବ Linux ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର
00:33 C କିମ୍ୱା C++ ଭଳି ସାଧାରଣ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜେସ୍‌ରେ ବ୍ୟବହୃତ Basic Operators ସହିତ ଆପଣ ପରିଚିତ ଥିବା ଉଚିତ
00:41 ଯଦି ନାହାନ୍ତି, ତେବେ ଆମ ୱେବ୍ ସାଇଟ୍‌ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ
00:47 AWKରେ ଗୋଟିଏ ଫିଲ୍ଟର୍‌ର ଶକ୍ତି ଓ ଏକ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌ର ମିଶ୍ରଣ ରହିଛି
00:52 ତେଣୁ ଏହା, ଭେରିବଲ୍ସ, କନଷ୍ଟାଣ୍ଟସ୍, ଅପରେଟର୍ସ ଆଦିକୁ ସପୋର୍ଟ କରିଥାଏ
00:58 ଏବେ ଚାଲନ୍ତୁ ଦେଖିବା, AWKରେ ଥିବା ଏକ "ଭେରିଏବଲ୍” କ’ଣ
01:02 ଏକ “ଭେରିଏବଲ୍” ହେଉଛି ଗୋଟିଏ ଚିହ୍ନଟକ, ଯାହା ଏକ ଭାଲ୍ୟୁକୁ ସନ୍ଦର୍ଭିତ କରିଥାଏ
01:07 AWK ଉଭୟ “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ” ଓ “ବିଲ୍ଟ-ଇନ୍ ଭେରିଏବଲ୍ସ”କୁ ସପୋର୍ଟ କରିଥାଏ
01:12 ଏହି ଟ୍ୟୁଟୋରିଆଲରେ ଆମେ “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ" ବିଷୟରେ ଶିଖିବା
01:17 “ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ” ପାଇଁ "ଭେରିଏବଲ୍” ଘୋଷଣାର ଆବଶ୍ୟକତା ନାହିଁ
01:22 "ଭେରିଏବଲ୍ସ"କୁ ସ୍ପଷ୍ଟ ଭାବରେ ଆରମ୍ଭ କରିବାର ଆବଶ୍ୟକତା ନାହିଁ
01:26 ସେଗୁଡ଼ିକୁ AWK, ଶୂନ୍ କିମ୍ୱା Null String ପାଇଁ ସ୍ୱଚାଳିତ ଭାବେ ଆରମ୍ଭ କରିଥାଏ
01:32 "ଭେରିଏବଲ୍" ଗୋଟିଏ ଅକ୍ଷର ସହିତ ଆରମ୍ଭ ହେବା ଉଚିତ ଏବଂ ଅକ୍ଷର, ଅଙ୍କ ଓ ଅଣ୍ଡରସ୍କୋର୍ ସହିତ ଜାରି ରହିବା ଦରକାର

"ଭେରିଏବଲ୍ସ” କେସ୍-ସେନ୍ସିଟିଭ୍ ଅଟେ

01:43 ତେଣୁ, କ୍ୟାପିଟଲ୍ S ସହିତ Salary ଏବଂ ସ୍ମଲ୍ s ସହିତ salary ହେଉଛି ଦୁଇଟି ଭିନ୍ନଭିନ୍ନ "ଭେରିଏବଲ୍ସ”
01:50 ଏବେ ଚାଲନ୍ତୁ କେତେକ ଉଦାହରଣ ଦେଖିବା
01:53 Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
01:58 ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ - awk ସ୍ପେସ୍ ଖୋଲା ସିଙ୍ଗଲ୍ କୋଟ୍ ଖୋଲା କର୍ଲୀ ବ୍ରାକେଟ୍ ଛୋଟ x ଇକ୍ୱାଲ୍ ଟୁ 1 ସେମିକୋଲନ୍ କ୍ୟାପିଟଲ୍ X ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ କ୍ୟାପିଟଲ୍ A ସେମିକୋଲନ୍ ସ୍ମଲ୍ a ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ awk ସେମିକୋଲନ୍ ସ୍ମଲ୍ b ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ tutorial.

Enter ଦାବନ୍ତୁ

02:25 print x ଟାଇପ୍ କରି Enter ଦାବନ୍ତୁ
02:29 print କ୍ୟାପିଟଲ୍ X ଟାଇପ୍ କରି Enter ଦାବନ୍ତୁ
02:34 print a - Enter ଦାବନ୍ତୁ
02:37 print b - Enter ଦାବନ୍ତୁ
02:40 print a ସ୍ପେସ୍ b - Enter ଦାବନ୍ତୁ
02:44 print ସ୍ମଲ୍ x ସ୍ପେସ୍ b - Enter ଦାବନ୍ତୁ
02:49 print ସ୍ମଲ୍ x ପ୍ଲସ୍ କ୍ୟାପିଟଲ୍ X ବନ୍ଦ କର୍ଲୀ ବ୍ରାକେଟ୍ ବନ୍ଦ ସିଙ୍ଗଲ୍ କୋଟ୍ ଏବଂ Enter ଦାବନ୍ତୁ
02:57 ଯେହେତୁ ଆମେ ଫାଇଲ୍ ନାମ ଦେଇନାହେଁ, AWK "ଷ୍ଟାଣ୍ଡର୍ଡ ଇନପୁଟ୍"ରୁ କିଛି ଇନପୁଟ୍ ଆବଶ୍ୟକ କରିପାରେ
03:03 ଏବଂ ତେଣୁ, ଆମେ ଯେକୌଣସି ଅକ୍ଷର ଟାଇପ୍ କରିପାରିବା, ଧରନ୍ତୁ a ଏବଂ Enter ଦାବନ୍ତୁ
03:10 ଏହି ଉଦାହରଣ ଦୁଇଟି ଜିନିଷ ଦେଖାଏ.

"ଭେରିଏବଲ୍ସ"କୁ ଗୋଟିଏ ସଂଖ୍ୟା ସହିତ ଆରମ୍ଭ କରିହେବ

03:18 ସିଙ୍ଗଲ୍ କ୍ୟାରେକ୍ଟର୍ କିମ୍ୱା ଗୋଟିଏ "ଷ୍ଟ୍ରିଙ୍ଗ୍” ଭାବରେ ଭାଲ୍ୟୁ ସହିତ ମଧ୍ୟ ଏହାକୁ ଆରମ୍ଭ କରିହେବ
03:23 ଯଦି ଭାଲ୍ୟୁ ଏକ କ୍ୟାରେକ୍ଟର୍ କିମ୍ୱା ଗୋଟିଏ ଷ୍ଟ୍ରିଙ୍ଗ୍ ହୋଇଥାଏ, ତେବେ "ଡବଲ୍ କୋଟ୍ସ” ମଧ୍ୟରେ ଥିବା ଭାଲ୍ୟୁ ସହିତ ଭେରିଏବଲ୍ ଆରମ୍ଭ ହୋଇଥାଏ
03:31 ଆମେ "ଭେରିଏବଲ୍ସ"ର ଭାଲ୍ୟୁ ଦେଖିପାରୁଛେ
03:35 ଦେଖନ୍ତୁ, ସ୍ମଲ୍ x ଓ କ୍ୟାପିଟଲ୍ Xକୁ ଭିନ୍ନଭିନ୍ନ "ଭେରିଏବଲ୍” ଭାବରେ ବ୍ୟବହାର କରାଯାଉଛି
03:41 ଏହା ପ୍ରମାଣିତ କରେ ଯେ, "ଭେରିଏବଲ୍ସ” ହେଉଛି "କେସ୍ ସେନ୍ସିଟିଭ୍”
03:45 ଏହା, କିପରି ଦୁଇଟି "ଷ୍ଟ୍ରିଙ୍ଗ୍”କୁ ଶ୍ରେଣୀବଦ୍ଧ କରିହେବ, ତାହା ମଧ୍ୟ ଦେଖାଇଥାଏ
03:50 ଏଠାରେ, “ଭେରିଏବଲ୍ସ” ସ୍ମଲ୍ a ଓ ସ୍ମଲ୍ bକୁ ଶ୍ରେଣୀବଦ୍ଧ କରାଯାଇଛି
03:55 ତେଣୁ, String Concatenation Operator ହେଉଛି କେବଳ ଗୋଟିଏ "ସ୍ପେସ୍”
04:00 ସେହିଭଳି ଭାବେ, ଯେତେବେଳେ ଆମେ ସ୍ମଲ୍ x, ଯାହା ହେଉଛି ଗୋଟିଏ ସଂଖ୍ୟା ଓ ଷ୍ଟ୍ରିଙ୍ଗ୍ bକୁ ଶ୍ରେଣୀବଦ୍ଧ ବା କନକେଟେନେଟ୍ କରେ, x ସ୍ୱଚାଳିତ ଭାବେ "ଷ୍ଟ୍ରିଙ୍ଗ୍"ରେ ବଦଳିଯାଏ

ଏବଂ "କନକେଟେନେଟେଡ୍” ଆଉଟପୁଟ୍ “1ଟ୍ୟୁଟୋରିଆଲ୍” ହୋଇଯାଏ

04:13 କାହିଁକି ସ୍ୱଚାଳିତ ଭାବେ "ଷ୍ଟ୍ରିଙ୍ଗ୍” ବଦଳିଯାଏ?
04:16 ଏହାର କାରଣ ହେଉଛି, ଏଠାରେ - x ଓ b ମଧ୍ୟରେ AWK ଏକ String Concatenation Operator ପାଇଥାଏ
04:25 ଏବେ, ସ୍ମଲ୍ x ପ୍ଲସ୍ କ୍ୟାପିଟଲ୍ Xର ଆଉଟପୁଟ୍ ଦେଖନ୍ତୁ.

ଏଠାରେ, ଆମ ପାଖରେ Arithmetic Operator Plus ଅଛି

04:33 ତେଣୁ X, ସଂଖ୍ୟା ଶୂନ୍ ରେ ସ୍ୱଚାଳିତ ଭାବେ ବଦଳିଯାଇଛି

ଏବଂ ଅତିରିକ୍ତ ଆଉଟପୁଟ୍ ସଂଖ୍ୟା 1 ହୋଇଯାଏ

04:42 ଏପର୍ଯ୍ୟନ୍ତ ଆମେ, ଦୁଇଟି "ଅପରେଟର୍ସ” ଦେଖିଲେ.

ଏବେ ଚାଲନ୍ତୁ ଦେଖିବା, ଅନ୍ୟ କେଉଁ "ଅପରେଟର୍ସ"କୁ ଆମେ ବ୍ୟବହାର କରିପାରିବା

04:49 “ଏକ୍ସପ୍ରେସନ୍ସ"ରେ ବିଭିନ୍ନ “ଅପରେଟର୍ସ” ବ୍ୟବହାର କରିହେବ
04:53 ଦୟାକରି ଏଠାରେ ଭିଡିଓକୁ ପଜ୍ କରନ୍ତୁ ଏବଂ ଏଠାରେ ଉଲ୍ଲେଖିତ ସମସ୍ତ “ଅପରେଟର୍ସ” ଉପରେ ନଜର ପକାନ୍ତୁ
04:58 ମୁଁ ଭାବୁଛି ଆପଣ ଏହିସବୁ ବେସିକ୍ “ଅପରେଟର୍ସ” ସହିତ ପରିଚିତ ଥିବେ
05:02 ଯଦି ନୁହେଁ, ତେବେ ଦୟାକରି C ଓ C++ ଶୃଙ୍ଖଳାରେ ଥିବା “ଅପରେଟର୍ସ” ଉପରେ ଟ୍ୟୁଟୋରିଆଲ୍ସ ପାଇଁ ଆମ ୱେବ୍ ସାଇଟ୍ ଦେଖନ୍ତୁ
05:09 ଏହି ସମସ୍ତ “ଅପରେଟର୍ସ”ର କାମ ବିଷୟରେ ମୁଁ ସବିଶେଷ ଆଲୋଚନା କରିବି ନାହିଁ
05:14 କେବଳ ବ୍ୟତିକ୍ରମ ହେଉଛି String Matching Operator, ଯାହା ଆପଣଙ୍କ ପାଇଁ ନୂଆ ହୋଇପାରେ.

ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା

05:23 Code Files ଲିଙ୍କରେ awkdemo.txt ନାମକ ଗୋଟିଏ ଫାଇଲ୍ ପ୍ରଦାନ କରାଯାଇଛି.

ଦୟାକରି ତାହାକୁ ନିଜ କମ୍ପ୍ୟୁଟର୍‌ରେ ଡାଉନଲୋଡ୍ କରନ୍ତୁ

05:31 ଟର୍ମିନଲ୍‌କୁ ଯାଆନ୍ତୁ.

Ctrl ଓ D କୀ’ ଦାବି ପୂର୍ବବର୍ତ୍ତୀ ପ୍ରୋସେସ୍‌କୁ ସମାପ୍ତ କରନ୍ତୁ

05:38 ଟର୍ମିନଲ୍ ଖାଲି କରିଦିଅନ୍ତୁ
05:41 ଏବେ, cd କମାଣ୍ଡ ବ୍ୟବହାର କରି awkdemo.txt ଫାଇଲ୍‌କୁ ସେଭ୍ କରିଥିବା ଫୋଲ୍ଡର୍‌କୁ ଯାଆନ୍ତୁ
05:48 ଚାଲନ୍ତୁ, ଏବେ ଏହି ଫାଇଲ୍ ଉପରେ ଏକ ନଜର ପକାଇବା
05:52 ମନେକରନ୍ତୁ, 80ରୁ କମ ମାର୍କ ରଖି ପାସ୍ କରିଥିବା ବିଦ୍ୟାର୍ଥୀମାନଙ୍କୁ ଆମେ ଖୋଜିବାକୁ ଚାହୁଁଛେ
05:58 ଏହି କ୍ଷେତ୍ରରେ, ଆମକୁ ଦୁଇଟି ଭିନ୍ନ ଫିଲ୍ଡର ତୁଳନା କରିବାକୁ ପଡ଼ିବ
06:02 ଏହିଭଳି ପରିସ୍ଥିତି ପାଇଁ ଆମେ, awkର Relational Operators ବ୍ୟବହାର କରିପାରିବା
06:07 ଏହିସବୁ "ଅପରେଟର୍ସ", ଉଭୟ "ଷ୍ଟ୍ରିଙ୍ଗସ୍” ଓ "ନମ୍ୱର୍ସ” ତୁଳନା କରିପାରିବ
06:12 ତେଣୁ, ଟର୍ମିନଲ୍‌ରେ ଟାଇପ୍ କରନ୍ତୁ:

awk ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ F ଡବଲ୍ କୋଟ୍ସ ମଧ୍ୟରେ vertical bar ସ୍ପେସ୍ ସିଙ୍ଗଲ୍ କୋଟ୍ସ ମଧ୍ୟରେ ଡଲର୍ 5 ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ Pass ସ୍ପେସ୍ ଆମ୍ପର୍ସାଣ୍ଡ ଆମ୍ପର୍ସାଣ୍ଡ ସ୍ପେସ୍ ଡଲର୍ 4 ଲେସ୍ ଦାନ୍ 80 ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ ପ୍ଲସ୍ ପ୍ଲସ୍ x କମା ଡଲର୍ 2 କମା ଡଲର୍ 4 କମା ଡଲର୍ 5 ସ୍ପେସ୍ awkdemo.txt ଏବଂ ଏଣ୍ଟର୍ ଦାବନ୍ତୁ

06:54 ଏହି କମାଣ୍ଡ ବହୁତ ଜିନିଷ ଦେଖାଏ.

ଏକ, ଆମେ ଗୋଟିଏ "ଷ୍ଟ୍ରିଙ୍ଗ"କୁ ପଞ୍ଚମ ଫିଲ୍ଡ ସହିତ ତୁଳନା କଲେ

07:01 ଦୁଇ, ଆମେ କେବଳ ଚତୁର୍ଥ ଫିଲ୍ଡକୁ ଏକ ସଂଖ୍ୟା ସହ ତୁଳନା କଲେ
07:06 ତିନି, ଆମେ ଦେଖିଲେ ଯେ, "ଆମ୍ପର୍ସାଣ୍ଡ ଅପରେଟର୍” ବ୍ୟବହାର କରି ଆମେ ଦୁଇ କିମ୍ୱା ଅଧିକ କମ୍ପାରିଜନ୍‌କୁ ଯୋଡ଼ିପାରିବା
07:13 ନିର୍ଦ୍ଦିଷ୍ଟ ସଂଖ୍ୟା କିମ୍ୱା "ଷ୍ଟ୍ରିଙ୍ଗ୍” ବ୍ୟତୀତ ଆମେ, "ରେଗୁଲର୍ ଏକ୍ସପ୍ରେସନ୍ସ” ମଧ୍ୟ ତୁଳନା କରିପାରିବା
07:19 ଯେପରି ଆମେ ସ୍ଲାଇଡ୍‌ରେ ଦେଖିଲେ, ଏହି ଉଦ୍ଦେଶ୍ୟ ପାଇଁ ଆମ ପାଖରେ “Tilde” ଓ “Exclamation Tilde” ଅଛି
07:27 ଏବେ ମନେକରନ୍ତୁ, କମ୍ପ୍ୟୁଟର୍ ସାଇନ୍ସ ପାସ୍ କରିଥିବା ବିଦ୍ୟାର୍ଥୀମାନଙ୍କୁ ଆମେ ଖୋଜିବାକୁ ଚାହୁଁଛେ
07:32 ଯେହେତୁ କମ୍ପ୍ୟୁଟର୍‌ରେ ଉଭୟ ସ୍ମଲ୍ ଓ କ୍ୟାପିଟଲ୍ C ଅଛି, ଆମେ ଏକ "ରେଗୁଲର୍ ଏକ୍ସପ୍ରେସନ୍” ବ୍ୟବହାର କରିପାରିବା
07:40 ଆମେ ଟାଇପ୍ କରିପାରିବା -

awk ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ F ଡବଲ୍ କୋଟ୍ସ ମଧ୍ୟରେ pipe ଚିହ୍ନ ସ୍ପେସ୍ ସିଙ୍ଗଲ୍ କୋଟ୍ ମଧ୍ୟରେ ଡଲର୍ 5 ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ ଡବଲ୍ କୋଟ୍ସ ମଧ୍ୟରେ Pass ଆମ୍ପର୍ସାଣ୍ଡ ଆମ୍ପର୍ସାଣ୍ଡ ସ୍ପେସ୍ ଡଲର୍ 3 ଟିଲ୍ଡ ସ୍ଲାଶ୍ ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ ସ୍ମଲ୍ c କ୍ୟାପିଟଲ୍ C computers ସ୍ଲାଶ୍ ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ ପ୍ଲସ୍ ପ୍ଲସ୍ ସ୍ମଲ୍ x କମା ଡଲର୍ 2 କମା ଡଲର୍ 3 କମା ଡଲର୍ 5 ସ୍ପେସ୍ awkdemo.txt ଏବଂ ଏଣ୍ଟର୍ ଦାବନ୍ତୁ

08:24 ଯଦି ଆମେ କମ୍ପାରିଜନ୍‌କୁ ଖଣ୍ଡନ କରିବାକୁ ଚାହିଁବା, ତେବେ ତାହା ଆମେ Exclamation Tilde Operator ବ୍ୟବହାର କରି କରିପାରିବା
08:30 ମନେକରନ୍ତୁ, ଏବେ ଆମେ ପାସ୍ କରିଥିବା ସମସ୍ତ ଅଣ-କମ୍ପ୍ୟୁଟର୍ ବିଦ୍ୟାର୍ଥୀମାନଙ୍କର ତାଲିକା କରିବାକୁ ଚାହୁଁଛେ
08:35 ପୂର୍ବବର୍ତ୍ତୀ କମାଣ୍ଡ ପ୍ରାପ୍ତ କରିବା ପାଇଁ ଅପ୍ ଆରୋ ବ୍ୟବହାର କରନ୍ତୁ
08:39 "ଡଲର୍ 3” ପାଖରେ Exclamation ଚିହ୍ନ ଯୋଡ଼ନ୍ତୁ ଏବଂ ଏଣ୍ଟର୍ ଦାବନ୍ତୁ
08:47 ତା’ପରେ ଆସନ୍ତୁ, ସେହି ଫାଇଲ୍‌ରେ ଥିବା ଖାଲି ଲାଇନ୍ସ ସଂଖ୍ୟା ଗଣନା କରିବା
08:52 ଫାଇଲ୍‌ଟିକୁ ଖୋଲନ୍ତୁ ଏବଂ ସେଥିରେ କେତୋଟି ଖାଲି ଲାଇନ୍ସ ଅଛି ଦେଖନ୍ତୁ.

ଏଥିରେ 3ଟି ଖାଲି ଲାଇନ୍ସ ଅଛି

09:00 ଏବେ, awk ବ୍ୟବହାର କରି ଖାଲି ଲାଇନ୍ସର ସଂଖ୍ୟା ଗଣିବା ପାଇଁ ଟାଇପ୍ କରନ୍ତୁ -

awk ସ୍ପେସ୍ ସିଙ୍ଗଲ୍ କୋଟ୍ ମଧ୍ୟରେ ଫ୍ରଣ୍ଟ ସ୍ଲାଶ୍ ମଧ୍ୟରେ caret ଚିହ୍ନ ଡଲର୍ ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ x ଇକ୍ୱାଲ୍ ଟୁ x ପ୍ଲସ୍ 1 ସେମିକୋଲନ୍ ସ୍ପେସ୍ print x ସ୍ପେସ୍ awkdemo.txt. Enter ଦାବନ୍ତୁ

09:26 ଆମ ଶେଷ ଉତ୍ତର ଭାବେ ଆମେ 3 ପାଇଲେ
09:30 କ୍ୟାରେଟ୍ ଚିହ୍ନ ଗୋଟିଏ ଲାଇନ୍‌ର ଆରମ୍ଭକୁ ସୂଚାଉଥିବାବେଳେ ଡଲର୍ ଚିହ୍ନ ଲାଇନ୍‌ର ଶେଷକୁ ସୂଚାଇଥାଏ
09:37 ତେଣୁ, ଏକ ଖାଲି ଲାଇନ୍‌କୁ, Regular Expression Caret-Dollar ଦ୍ୱାରା ମେଳ କରାଯାଇପାରେ
09:43 ଧ୍ୟାନଦିଅନ୍ତୁ, ଆମେ xର ମୂଲ୍ୟକୁ ଆରମ୍ଭ କରିନାହେଁ.

AWK, xକୁ ପ୍ରାରମ୍ଭିକ ମୂଲ୍ୟ ଶୂନ୍ ରେ ଆରମ୍ଭ କରିସାରିଛି

09:51 ଏହି କମାଣ୍ଡ ଆମକୁ ଖାଲି ଲାଇନ୍ ଗୁଡ଼ିକର ଚଳମାନ ଗଣନା ଦେଇଥାଏ.

ଏହାର କାରଣ ହେଉଛି, ପ୍ରତ୍ୟେକ ଥର ଗୋଟିଏ ଖାଲି ଲାଇନ୍ ମିଳିଲେ, xରେ ବୃଦ୍ଧି ହୋଇପାରେ ଏବଂ ତା’ପରେ ପ୍ରିଣ୍ଟ ହୋଇପାରେ

10:02 ଆମର ଶେଷ କମାଣ୍ଡରେ ଆମେ, ଖାଲି ଲାଇନ୍ ଗୁଡ଼ିକର ଚଳମାନ ଗଣନା ଦେଖିଲେ.

ହେଲେ, ମନେକରନ୍ତୁ ଆମେ କେବଳ ଖାଲି ଲାଇନ୍ ଗୁଡ଼ିକର ସମୁଦାୟ ସଂଖ୍ୟାକୁ ପ୍ରିଣ୍ଟ କରିବାକୁ ଚାହୁଁଛେ

10:12 ତେବେ ଆମକୁ, ସମଗ୍ର ଫାଇଲ୍ ପାର ହେବା ପରେ କେବଳ ଥରେ ମାତ୍ର xକୁ ପ୍ରିଣ୍ଟ କରିବାକୁ ହେବ
10:19 ଆଉଟପଟ୍‌ର ଅର୍ଥ ବୁଝାଉଥିବା ଏକ ଶୀର୍ଷକ ମଧ୍ୟ ଆମେ ଦେଇପାରିବା
10:25 ଏହିଭଳି ଆବଶ୍ୟକତା ପାଇଁ AWK, BEGIN ଓ END ବିଭାଗ ପ୍ରଦାନ କରିଥାଏ
10:30 ପ୍ରାକ୍ ପ୍ରକ୍ରିୟାକରଣ ପାଇଁ BEGIN ବିଭାଗରେ ପଦ୍ଧତିମାନ ରହିଛି
10:34 Main Input Loop ନିଷ୍ପାଦନ ହେବା ପୂର୍ବରୁ ଏହି ବିଭାଗଟି ନିଷ୍ପାଦନ ହେବ
10:40 ପ୍ରକ୍ରିୟାକରଣ ପରବର୍ତ୍ତୀ ପାଇଁ END ବିଭାଗରେ ପଦ୍ଧତିମାନ ରହିଛି
10:45 Main Input Loop ସମାପ୍ତ ହେବା ପରେ ଏହି ବିଭାଗଟି ନିଷ୍ପାଦନ ହେବ.

BEGIN ଓ END ପଦ୍ଧତି ଇଚ୍ଛାଧୀନ ଅଟେ

10:55 ଏହା କିପରି କରାଯାଏ, ଆସନ୍ତୁ ଶିଖିବା.

ଟର୍ମିନଲ୍‌ରେ ଟାଇପ୍ କରନ୍ତୁ: awk ସ୍ପେସ୍ ଖୋଲା ସିଙ୍ଗଲ୍ କୋଟ୍ କ୍ୟାପିଟଲ୍ ରେ BEGIN କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ ଡବଲ୍ କୋଟ୍ସ ମଧ୍ୟରେ The number of empty lines in awkdemo are, ଏଣ୍ଟର୍ ଦାବନ୍ତୁ

11:14 ଫ୍ରଣ୍ଟ ସ୍ଲାଶ୍ ମଧ୍ୟରେ କ୍ୟାରେଟ୍ ଚିହ୍ନ ଡଲର୍ ଚିହ୍ନ ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ x ଇକ୍ୱାଲ୍ ଟୁ x ପ୍ଲସ୍ 1.

Enter ଦାବନ୍ତୁ

11:26 end ସ୍ପେସ୍ କର୍ଲୀ ବ୍ରାକେଟ୍ ମଧ୍ୟରେ print ସ୍ପେସ୍ x ବନ୍ଦ ସିଙ୍ଗଲ୍ କୋଟ୍ ସ୍ପେସ୍ awkdemo.txt ଏବଂ ଏଣ୍ଟର୍ ଦାବନ୍ତୁ
11:39 ଦେଖନ୍ତୁ, ଆମ ଇଚ୍ଛାନୁସାର ଆଉଟପୁଟ୍ ଆମକୁ ମିଳିଲା ନାହିଁ.

ଆମେ 3 ଆଉଟପୁଟ୍ ପାଇବାରଥିଲା, କାରଣ ଆମ ପାଖରେ ଥିବା ଫାଇଲ୍‌ରେ 3ଟି ଖାଲି ଲାଇନ୍ ଅଛି

11:48 କ’ଣ ହୋଇଥାଇପାରେ ବୋଲି ଆପଣ ଭାବୁଛନ୍ତି?

ବାସ୍ତବରେ, ଆମକୁ ଅପର୍ କେସ୍‌ରେ END ଲେଖିବାର ଥିଲା

11:54 ତେଣୁ, ଚାଲନ୍ତୁ କମାଣ୍ଡକୁ ବଦଳାଇବା
11:57 ଟର୍ମିନଲ୍‌ରେ ପୂର୍ବ ନିଷ୍ପାଦିତ କମାଣ୍ଡକୁ ପାଇବା ପାଇଁ ଅପ୍ ଆରୋ କୀ’ ଦାବନ୍ତୁ
12:03 ଏବେ, ଲୋଅର୍ କେସ୍ end କୁ ବଦଳାଇ ଅପର୍ କେସ୍ END କରନ୍ତୁ.

ଏବଂ Enter ଦାବନ୍ତୁ

12:11 ଏବେ, ଖାଲି ଲାଇନ୍‌ର ସମୁଦାୟ ସଂଖ୍ୟା ଆଉଟପୁଟ୍‌ରେ ଦେଖାଦେଉଛି
12:16 ତା’ପରେ, awkdemo.txt ଫାଇଲ୍‌ରେ ଆମେ ପାଇଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କର ହାରାହାରି ଦରମା ବାହାର କରିବା
12:24 ତାହା ପାଇବା ପାଇଁ, ଟର୍ମିନଲ୍‌ରେ ପ୍ରଦର୍ଶିତ କମାଣ୍ଡକୁ ଟାଇପ୍ କରନ୍ତୁ

ଏବଂ Enter ଦାବନ୍ତୁ. ଆମେ ଆମର ଇଚ୍ଛାନୁସାରେ ଆଉଟପୁଟ୍ ପାଇଲେ

12:35 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
12:40 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ -

AWKରେ "ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ”

12:45 “ଅପରେଟର୍ସ”

“BEGIN ଓ END ଷ୍ଟେଟମେଣ୍ଟ୍”

12:49 ଏକ ଆସାଇନମେଣ୍ଟ ଭାବେ, ସେହି ପ୍ରତ୍ୟେକ ଲାଇନ୍ ପ୍ରିଣ୍ଟ କରନ୍ତୁ, ଯେଉଁଥିରେ ଶେଷ ଫିଲ୍ଡର ମୂଲ୍ୟ 5000ରୁ ଅଧିକ ଥିବ

ଏବଂ ବିଦ୍ୟାର୍ଥୀମାନେ "ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ"ର ହୋଇଥିବେ

13:00 ଆଉଟପୁଟ୍‌ରେ Average Mark ଶୀର୍ଷକ ସହ ସମସ୍ତ ବିଦ୍ୟାର୍ଥୀମାନଙ୍କର ହାରାହାରି ଅଙ୍କ ପ୍ରିଣ୍ଟ କରନ୍ତୁ
13:07 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

13:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି.

13:23 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ:
13:27 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ

13:32 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ ରୁ କେହିଜଣେ ତାହାର ଉତ୍ତର ଦେବେ|

13:42 ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
13:47 ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
13:51 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.

ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା

13:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

14:10 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep