Difference between revisions of "Linux-AWK/C2/More-on-Single-Dimensional-Array-in-awk/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>'''Time ' ' '</center> | <center>'''Narration'''</center> |- | 00:01 | ବନ୍ଧୁଗଣ, AWKରେ "ମୋର୍ ଅନ୍ ସିଙ୍ଗଲ୍...")
 
 
Line 1: Line 1:
 
{| border=1
 
{| border=1
| <center>'''Time ' ' '</center>
+
| <center>'''Time'''</center>
 
| <center>'''Narration'''</center>
 
| <center>'''Narration'''</center>
  

Latest revision as of 17:58, 20 July 2019

Time
Narration
00:01 ବନ୍ଧୁଗଣ, AWKରେ "ମୋର୍ ଅନ୍ ସିଙ୍ଗଲ୍ ଡାଇମେନସନଲ୍ ଆରେ” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, ଫାଇଲ୍ ସହିତ AWK ଆରେ ବ୍ୟବହାର କରିବା
00:13 ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ସ୍କାନ୍ କରିବା
00:16 ଡିଲିଟ୍ ଷ୍ଟେଟମେଣ୍ଟ
00:18 ARGV ଆରେ ଓ ENVIRON ଆରେ ବିଷୟରେ ଶିଖିବା
00:22 ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା
00:25 ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ

gedit text editor 3.20.1 ବ୍ୟବହାର କରୁଛି

00:37 ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ
00:41 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର
00:48 ଆପଣଙ୍କ ପାଖରେ C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌ର ମୌଳିକ ଜ୍ଞାନ ଥିବା ଉଚିତ
00:55 ଯଦି ନାହିଁ, ତେବେ ଆମ ୱେବ୍ ସାଇଟ୍‌ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲ୍‌ଗୁଡ଼ିକୁ ଦେଖନ୍ତୁ
01:00 ଏହି ଟ୍ୟୁଟୋରିଆଲ୍ ପେଜ୍‌ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍‌ଗୁଡ଼ିକ ଉପଲବ୍ଧ ଅଛି.

ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ

01:10 ପୂର୍ବେ ଆମେ, awk ଆରେର କେତେକ ଦିଗ ଉପରେ ଆଲୋଚନା କରିଥିଲେ
01:14 ଏବେ ଚାଲନ୍ତୁ ଦେଖିବା, ଆମେ କିପରି ଭାବେ ଗୋଟିଏ ଫାଇଲ୍‌ରେ awk array ବ୍ୟବହାର କରିପାରିବା
01:19 ଆମେ ପୂର୍ବରୁ ବ୍ୟବହାର କରିଥିବା awkdemo.txt ଫାଇଲ୍‌କୁ ହିଁ ବ୍ୟବହାର କରିବା
01:25 ଏଠାରେ ପ୍ରଥମ ଫିଲ୍ଡ ହେଉଛି ରୋଲ୍ ନଂ. ଏବଂ ଷଷ୍ଠ ଫିଲ୍ଡ ହେଉଛି ବିଦ୍ୟାର୍ଥୀମାନଙ୍କର ଷ୍ଟାଇପେଣ୍ଡ
01:32 ପ୍ରଥମେ ଚାଲନ୍ତୁ, ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ HRA ଗଣନା କରିବା
01:36 ଏଠାରେ, HRA ହେଉଛି ସେମାନଙ୍କ ଷ୍ଟାଇପେଣ୍ଡ ରାଶିର 30%
01:41 ମୁଁ, କୋଡ୍‌କୁ ଆଗରୁ ଲେଖିସାରିଛି ଏବଂ calculate_hra.awk ଭାବରେ ସେଭ୍ କରିସାରିଛି.

ଏବେ ଚାଲନ୍ତୁ ସେହି ଫାଇଲ୍‌କୁ ଦେଖିବା

01:51 BEGIN Section ଭିତରେ, "ଫାଇପ୍ ଚିହ୍ନ” ସହିତ "ଫିଲ୍ଡ ସେପାରେଟର୍” ଇନିଶିଆଲାଇଜ୍ ହୋଇଥାଏ
01:57 ତା’ପରେ, action sectionରେ ଆମେ, "ଆରେ ଏଲେମେଣ୍ଟସ୍” ଇନିଶିଆଲାଇଜ୍ କରୁଛେ
02:02 ଏହି "ସେକ୍ସନ୍", ଗୋଟିଏ ଇନପୁଟ୍ ଫାଇଲ୍‌ର ପ୍ରତ୍ୟେକ ଲାଇନ୍ ପାଇଁ ଥରେ ନିଷ୍ପାଦିତ ହେବ
02:08 ଗୋଟିଏ "ଆରେ” ଭେରିଏବଲ୍ ଭାବରେ HRAକୁ ଏବଂ "ଇଣ୍ଡେକ୍ସ” ଭାବରେ "ଡଲର୍ ୱନ୍"କୁ ଘୋଷିତ କରିସାରିଛି
02:14 ଏଠାରେ, "ଡଲର୍ 1", ପ୍ରଥମ ଫିଲ୍ଡକୁ ସୂଚିତ କରେ, ଯାହା ହେଉଛି ରୋଲ୍ ନମ୍ୱର୍

ଏବଂ ଭାଲ୍ୟୁ ହେଉଛି ଶୂନ୍ ଦଶମିକ 3 ଦ୍ୱାରା ଗୁଣନ କରାଯାଇଥିବା "ଡଲର୍ 6", ଯେଉଁଠାରେ "ଡଲର୍ 6” ହେଉଛି ଷ୍ଟାଇପେଣ୍ଡ ଭାଲ୍ୟୁ

02:27 ତେଣୁ, "ଇଣ୍ଡେକ୍ସ” ରୋଲ୍ ନଂ.ରେ "ଆରେ HRA”, ଏକ ଭାଲ୍ୟୁ ଭାବରେ ଅନୁରୂପୀ HRA ରାଶି ରଖିବ
02:35 ଆମେ କିପରି ଭାବେ ଏହି "ଆରେ"ର ସମସ୍ତ "ଏଲେମେଣ୍ଟ"କୁ ସ୍କାନ୍ କରିପାରିବା?
02:39 For Loopର ଏହି ଭେରିଏଶନ୍‌କୁ ଆପଣ ବ୍ୟବହାର କରିବା ଉଚିତ
02:43 ଏହି Loop, "ଆରେ"ରେ ପ୍ରତ୍ୟେକ "ଇଣ୍ଡେକ୍ସ” ପାଇଁ ଥରେ "ଷ୍ଟେଟମେଣ୍ଟ” ନିଷ୍ପାଦନ କରିଥାଏ
02:48 ଭେରିଏବଲ୍ varକୁ "ଇଣ୍ଡେକ୍ସ” ଭାଲ୍ୟୁ ସହିତ ଗୋଟିଏ ପରେ ଗୋଟିଏ କରି ସେଟ୍ କରାଯିବ
02:53 End Section ଭିତରେ କୋଡ୍ ଲେଖାଯାଇଛି
02:57 ଇନପୁଟ୍ ଫାଇଲ୍‌ର ସମସ୍ତ ଲାଇନ୍‌କୁ awk ପ୍ରୋସେସ୍ କରିସାରିବା ପରେ ଏହି "ସେକ୍ସନ୍” ନିଷ୍ପାଦିତ ହେବ
03:04 ଭେରିଏବଲ୍ i, ପ୍ରତ୍ୟେକ "ଇଣ୍ଡେକ୍ସ” ଭାଲ୍ୟୁ ବା ରୋଲ୍ ନମ୍ୱର୍‌ରେ ଗୋଟିଏ ପରେ ଗୋଟିଏ କରି ଇନିଶିଆଲାଇଜ୍ ହେବ
03:10 For Loopର ପ୍ରତ୍ୟେକ ଆଇଟେରେଶନ୍‌ରେ ଗୋଟିଏ ନିର୍ଦ୍ଦିଷ୍ଟ ରୋଲ୍ ନମ୍ୱର୍ ପାଇଁ HRA ପ୍ରିଣ୍ଟ ହେବ
03:16 ଟର୍ମିନଲ୍‌କୁ ଯାଆନ୍ତୁ ଏବଂ ଫାଇଲ୍‌କୁ ନିଷ୍ପାଦନ କରନ୍ତୁ.

Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ

03:24 cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍‌କୁ ଯାଆନ୍ତୁ
03:31 ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ calculte_hra.awk ସ୍ପେସ୍ awkdemo.txt

Enter ଦାବନ୍ତୁ

03:45 ଆଉଟପୁଟ୍, ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ରୋଲ୍ ନମ୍ୱର୍ ଓ HRA ଦେଖାଇଥାଏ
03:50 ଏବେ ମନେକରନ୍ତୁ, ରୋଲ୍ ନମ୍ୱର୍ S02 ସହିତ ବିଦ୍ୟାର୍ଥୀର ରେକର୍ଡକୁ ମୁଁ ଡିଲିଟ୍ କରିବାକୁ ଚାହୁଁଛି
03:56 ତେଣୁ ଆମକୁ, "ଇଣ୍ଡେକ୍ସ S02"ଠାରେ "ଆରେ ଏଲେମେଣ୍ଟ"କୁ ଡିଲିଟ୍ କରିବାକୁ ହେବ
04:01 calculate_hra.awk କୋଡ୍ ବ୍ୟବହାର କରି ମୁଁ ଏହାକୁ କରିବି
04:06 For Loop ପୂର୍ବରୁ Enter ଦାବନ୍ତୁ ଏବଂ ନିମ୍ନ କୋଡ୍ ଟାଇପ୍ କରନ୍ତୁ -

Delete ସ୍ପେସ୍ hra ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ ଡବଲ୍ କୋଟ୍ସ ମଧ୍ୟରେ S02

04:19 ଫାଇଲ୍‌କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍‌କୁ ଯାଆନ୍ତୁ
04:23 ଟର୍ମିନଲ୍ ଖାଲି କରିଦିଅନ୍ତୁ
04:26 ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ.

Enter ଦାବନ୍ତୁ

04:33 S02 ରୋଲ୍ ନମ୍ୱର୍ ସହିତ ବିଦ୍ୟାର୍ଥୀ ପାଇଁ ରେକର୍ଡ ଆଉଟପୁଟ୍‌ରେ ପ୍ରଦର୍ଶିତ ହେଲା ନାହିଁ
04:39 ତେଣୁ, "ଡିଲିଟ୍ କମାଣ୍ଡ” ବ୍ୟବହାର କରି ଯେକୌଣସି "ଆରେ ଏଲେମେଣ୍ଟ"କୁ ଡିଲିଟ୍ କରିହେବ
04:44 "ଇଣ୍ଡେକ୍ସ” ସହିତ ଆପଣଙ୍କୁ "ଆରେ” ନାମ ଉଲ୍ଲେଖ କରିବାକୁ ହେବ
04:48 ଯଦି ମୁଁ ସମଗ୍ର "ଆରେ"କୁ ଡିଲିଟ୍ କରିବାକୁ ଚାହେଁ, ତେବେ କ’ଣ କରିବି?

"ଡିଲିଟ୍ ଷ୍ଟେଟମେଣ୍ଟ"ରେ କେବଳ "ଆରେ"ର ନାମ ଦେଇ ଏହାକୁ କରିହେବ

04:56 ଏହା କରିବା ପାଇଁ ଚାଲନ୍ତୁ କୋଡ୍‌କୁ ଯିବା
04:59 "ଡିଲିଟ୍ ଷ୍ଟେଟମେଣ୍ଟ"ରୁ କୋଟ୍ସ ଓ ସ୍କ୍ୱେର୍ ବ୍ରାକେଟ୍ ସମେତ "ଇଣ୍ଡେକ୍ସ S02"କୁ ଡିଲିଟ୍ କରନ୍ତୁ
05:07 ଫାଇଲ୍‌କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍‌କୁ ଯାଆନ୍ତୁ
05:10 ଟର୍ମିନଲ୍ ଖାଲି କରନ୍ତୁ. ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ.

ଏବେ Enter ଦାବନ୍ତୁ

05:19 ଦେଖନ୍ତୁ, ଆମେ କୌଣସି ଆଉଟପୁଟ୍ ପାଉନାହେଁ.

ସମଗ୍ର "ଆରେ” ଡିଲିଟ୍ ହୋଇଗଲା

05:25 ମନେରଖନ୍ତୁ, “awk ବିଲ୍ଟ-ଇନ୍ ଭେରିଏବଲ୍ସ” ଉପରେ ଥିବା ଗୋଟିଏ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍‌ରେ ଆମେ କହିଥିଲୁ -

“କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍"ର ନମ୍ୱର୍ କୁ ARGC ସୂଚିତ କରିଥାଏ

05:36 "କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍"କୁ ARGV ଆରେ ଷ୍ଟୋର୍ କରିଥାଏ.

ଆମେ କିପରି ଭାବେ ସେଗୁଡ଼ିକର ଭାଲ୍ୟୁ ଦେଖାଇପାରିବା? ଚାଲନ୍ତୁ ତାହା ଦେଖିବା

05:45 argc_argv.awkରେ ମୁଁ ପୂର୍ବରୁ କୋଡ୍ ଲେଖିସାରିଛି.

ଚାଲନ୍ତୁ କଣ୍ଟେଣ୍ଟକୁ ଦେଖିବା

05:53 awk BEGIN Section ଭିତରେ କୋଡ୍ ଲେଖାଯାଇଛି
05:57 ପ୍ରଥମେ ଆମେ, "ଆର୍ଗୁମେଣ୍ଟସ୍"ର ନମ୍ୱର୍ ପ୍ରିଣ୍ଟ କରୁଛେ, ଯାହା ହେଉଛି ARGVର ଭାଲ୍ୟୁ
06:03 ତା’ପରେ For Loop ବ୍ୟବହାର କରି ଆମେ, 0 ରୁ ARGC-1 ପର୍ଯ୍ୟନ୍ତ i ର ଭାଲ୍ୟୁକୁ ଲୂପିଙ୍ଗ୍ କରିବା
06:11 ଏବଂ Index i ରେ ARGV ପ୍ରିଣ୍ଟ କରିବା.

ଟର୍ମିନଲ୍‌କୁ ଯାଆନ୍ତୁ ଏବଂ ଫାଇଲ୍‌କୁ ନିଷ୍ପାଦନ କରନ୍ତୁ.

06:19 ଏବେ ଟର୍ମିନଲ୍‌ରେ ଟାଇପ୍ କରନ୍ତୁ - awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ argc ଅଣ୍ଡରସ୍କୋର୍ argv ଡଟ୍ awk ସ୍ପେସ୍ one ସ୍ପେସ୍ two ସ୍ପେସ୍ three
06:35 ଏଠାରେ, One Two Three ହେଉଛି "କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍".

କମାଣ୍ଡକୁ ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ

06:43 4 ଭାବରେ ଆମେ "ଆର୍ଗୁମେଣ୍ଟସ୍"ର ନମ୍ୱର୍ ପାଇଲେ.

କିନ୍ତୁ ମନେପକାନ୍ତୁ ଯେ, ଆମେ କେବଳ 3ଟି "ଆର୍ଗୁମେଣ୍ଟସ୍” ଦେଇଛେ

06:50 ଚାଲନ୍ତୁ, ଏବେ ପୃଥକ୍ "ଆର୍ଗୁମେଣ୍ଟସ୍” ଉପରେ ଏକ ନଜର ପକାଇବା.

Index 0ରେ ପ୍ରଥମ "ଆର୍ଗୁମେଣ୍ଟ” ବା argv ହେଉଛି ପ୍ରକୃତରେ କମାଣ୍ଡ ନାମ, awk

07:02 ଏହାପରେ ଆମ ପାଖରେ ତିନୋଟି "ଆର୍ଗୁମେଣ୍ଟସ୍” ଅଛି, ଯାହାକୁ ଆମେ "କମାଣ୍ଡ ଲାଇନ୍"ରେ ଦେଇଥିଲେ
07:07 ସେଥିପାଇଁ, ARGCର ଭାଲ୍ୟୁ ସର୍ବଦା, ପ୍ରଦାନ କରାଯାଇଥିବା କମାଣ୍ଡ ଲାଇନ୍ “ଆର୍ଗୁମେଣ୍ଟସ୍”ର ସଂଖ୍ୟା ଯୁକ୍ତ ଏକ ହୋଇଥାଏ
07:16 ଚାଲନ୍ତୁ ଆଉ ଗୋଟିଏ ଉଦାହରଣ ଦେଖିବା.

"ବିଲ୍ଟ-ଇନ୍ ଭେରିଏବଲ୍ସ ENVIRON” ହେଉଛି "ଏନ୍‌ଭିରୋନମେଣ୍ଟ ଭେରିଏବଲ୍ସ”ର ଏକ "ଆସୋସିଏଟିଭ୍ ଆରେ”

07:24 “ଆରେ ଏଲେମେଣ୍ଟ ଇଣ୍ଡିସେସ୍” ହେଉଛି "ଏନ୍‌ଭିରୋନମେଣ୍ଟ ଭେରିଏବଲ୍"ର ନାମଗୁଡ଼ିକ.

"ଆରେ ଏଲେମେଣ୍ଟ” ଭାଲ୍ୟୁ ହେଉଛି ନିର୍ଦ୍ଦିଷ୍ଟ ଏନ୍‌ଭିରୋନମେଣ୍ଟ ଭେରିଏବଲ୍ସର ଭାଲ୍ୟୁ

07:35 ବିଭିନ୍ନ "ଏନ୍‌ଭିରୋନମେଣ୍ଟ ଭେରିଏବଲ୍ସ"ର ଭାଲ୍ୟୁକୁ ଆମେ କିପରି ଦେଖିପାରିବା, ଚାଲନ୍ତୁ ତାହା ଦେଖିବା
07:40 ପ୍ରଥମେ, ଆମେ ଆମର "ୟୁଜର୍ ନେମ୍” ପ୍ରିଣ୍ଟ କରିବା
07:43 ଆମକୁ, "ଏନ୍‌ଭିରୋନମେଣ୍ଟ ଭେରିଏବଲ୍ USER"ର ଭାଲ୍ୟୁକୁ ପ୍ରିଣ୍ଟ କରିବାକୁ ପଡ଼ିବ
07:48 "କମାଣ୍ଡ ପ୍ରମ୍ପ୍ଟ"ରେ ନିମ୍ନଲିଖିତ ଟାଇପ୍ କରନ୍ତୁ
07:53 Enter ଦାବନ୍ତୁ
07:55 ଆଉଟପୁଟ୍, ଲଗ୍ ଇନ୍ କରିଥିବା ୟୁଜର୍‌ଙ୍କ ନାମ ଦେଖାଇବ
08:00 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ -

08:05 ଏହି ଟ୍ୟୁଟୋରିଆଲରେ ଆମେ, ଫାଇଲ୍ ସହିତ AWK ଆରେ ବ୍ୟବହାର କରିବା
08:11 ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ସ୍କାନ୍ କରିବା
08:14 ଡିଲିଟ୍ ଷ୍ଟେଟମେଣ୍ଟ

ARGV ଆରେ ଓ ENVIRON ଆରେ ବିଷୟରେ ଶିଖିଲେ

08:20 ଏକ ଆସାଇନ୍‌ମେଣ୍ଟ ଭାବେ - ପାସ୍ କରିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଲାୱେନ୍ସେସ୍ ଗଣନା କରନ୍ତୁ
08:25 ପେପର୍ ପ୍ରେଜେଣ୍ଟେଶନ୍ ଆଲାୱେନ୍ସ, ଯାହା ଷ୍ଟାଇପେଣ୍ଡର 80% ଅଟେ
08:30 ପର୍‌ଫର୍ମେନ୍ସ ଇନସେଣ୍ଟିଭ୍, ଯାହା ଷ୍ଟାଇପେଣ୍ଡର 20% ଅଟେ
08:35 ଦୁଇଟି ଭିନ୍ନ "ଆରେ"ରେ ଆଲାୱେନ୍ସେସ୍ କୁ ଷ୍ଟୋର୍ କରନ୍ତୁ
08:38 ପ୍ରତ୍ୟେକ ଆଲାୱେନ୍ସ ପାଇଁ ସମୁଦାୟ ଆବଶ୍ୟକ ଓ ହାରାହାରି ରାଶି ପ୍ରିଣ୍ଟ କରନ୍ତୁ
08:43 awk ପ୍ରୋଗ୍ରାମ୍‌ରୁ "ଏନଭିରୋନମେଣ୍ଟ ଭେରିଏବଲ୍ PATH"ର ଭାଲ୍ୟୁ ପ୍ରିଣ୍ଟ କରନ୍ତୁ
08:48 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

08:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି.

09:05 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ:
09:08 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
09:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

09:24 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep