Difference between revisions of "Linux-AWK/C2/Loops-in-awk/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>'''Time ' ' '</center> | <center>'''Time ' ' '</center> |- | 00:01 | ବନ୍ଧୁଗଣ, AWK ଥିବା Loops ଉପରେ ଏହି ସ୍ପୋ...")
 
 
Line 1: Line 1:
 
{| border=1
 
{| border=1
| <center>'''Time ' ' '</center>
+
| <center>'''Time'''</center>
| <center>'''Time ' ' '</center>
+
| <center>'''Narration'''</center>
  
 
|-
 
|-

Latest revision as of 18:00, 20 July 2019

Time
Narration
00:01 ବନ୍ଧୁଗଣ, AWK ଥିବା Loops ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - AWKରେ

While, Do-While, For ଏବଂ ଅଧିକ Looping Constructs

00:16 ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି

Ubuntu Linux 16.04 OS ଏବଂ Gedit Text Editor 3.20.1

00:32 ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ
00:36 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର
00:43 ଆପଣ, C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ସହିତ ପରିଚିତ ଥିବା ଉଚିତ
00:50 ଯଦି ନାହାନ୍ତି, ତେବେ ଆମ ୱେବ୍ ସାଇଟ୍‌ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ
00:56 ଏହି ଟ୍ୟୁଟୋରିଆଲ୍ ପେଜ୍‌ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ ଗୁଡ଼ିକ ଉପଲବ୍ଧ ଅଛି.

ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ

01:06 ଗୋଟିଏ Loop, ବାରମ୍ୱାର ଏକ କିମ୍ୱା ଅଧିକ କାମ କରିବା ପାଇଁ ଆମକୁ ଅନୁମତି ଦେଇଥାଏ
01:12 AWKରେ While, Do-While ଓ For ହେଉଛି ଉପଲବ୍ଧ Loops
01:18 While Loopର ସିଣ୍ଟାକ୍ସକୁ ଏଠାରେ ଦେଖିହେବ
01:22 While Loop ପ୍ରଥମେ ଦେଖେ ଯେ, ନିର୍ଦ୍ଦିଷ୍ଟ ହୋଇଥିବା "କଣ୍ଡିଶନ୍” ସତ୍ୟ କି ନୁହେଁ
01:27 ଯଦି ହଁ, ତେବେ ତାହା "ବଡୀ” ମଧ୍ୟରେ କୋଡ୍‌କୁ ନିଷ୍ପାଦନ କରିବ.

ଯେପର୍ଯ୍ୟନ୍ତ “While କଣ୍ଡିଶନ୍” ସତ୍ୟ ହୋଇଥିବ, ସେପର୍ଯ୍ୟନ୍ତ ଏହି Loop ପୁନରାବୃତ୍ତି ହେଉଥିବ

01:37 ଆମେ ପୂର୍ବରୁ ବ୍ୟବହାର କରିଥିବା awkdemo.txt ଫାଇଲ୍‌କୁ ହିଁ ବ୍ୟବହାର କରିବା
01:43 ମୁଁ, while_loop.awk ନାମକ ଗୋଟିଏ ସ୍କ୍ରିପ୍ଟ ଆଗରୁ ଲେଖିସାରିଛି
01:48 ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ସେହି ଫାଇଲ୍ ଉପଲବ୍ଧ ଅଛି
01:53 ଏଠାରେ, ଆମ ପାଖରେ "ପାଇପ୍ ଚିହ୍ନ” ଭାବରେ "ଫିଲ୍ଡ ସେପାରେଟର୍” ଅଛି
01:58 ବର୍ତ୍ତମାନ ଆମକୁ, “Loop ଭେରିଏବଲ୍"ର ଭାଲ୍ୟୁକୁ 1 ଭାବେ ସେଟ୍ କରିବାକୁ ହେବ
02:04 ଏଠାରେ ଆମେ, ଆଉ ଗୋଟିଏ ଅଧିକ f ଭେରିଏବଲ୍ ନେଇଛେ ଏବଂ ତାହାକୁ 1କୁ ଇନିଶିଲାଇଜ୍ କରିବା
02:10 "ଭେରିଏବଲ୍ f", ପ୍ରତ୍ୟେକ ରେକର୍ଡ ପାଇଁ "ଫିଲ୍ଡ କାଉଣ୍ଟର୍” ବା ଫିଲ୍ଡର ପୋଜିଶନ୍‌କୁ ପ୍ରତିନିଧିତ୍ୱ କରିଥାଏ
02:17 ଏବେ, While କଣ୍ଡିଶନ୍ ରେ ଆମେ, i - 3 ସହ ସମାନ କିମ୍ୱା କମ୍ କି ନୁହେଁ, ତାହା ଦେଖିବା
02:23 ଯଦି ହଁ, ତେବେ ତାହା awkdemo.txt ଫାଇଲ୍ ରେ ଥିବା ରେକର୍ଡ ପାଇଁ fth ଫିଲ୍ଡରେ ଭାଲ୍ୟୁ ପ୍ରିଣ୍ଟ କରିବ
02:31 ତା’ପରେ ଆମେ 1 ଦ୍ୱାରା "ଫିଲ୍ଡ କାଉଣ୍ଟର୍ fକୁ ଇନକ୍ରିମେଣ୍ଟ କରିବା
02:36 ତାହାପରେ ଆମେ 1 ଦ୍ୱାରା “Loop ଭେରିଏବଲ୍ i"ର ମୂଲ୍ୟକୁ ମଧ୍ୟ ଇନକ୍ରିମେଣ୍ଟ କରିବା
02:43 ପ୍ରତ୍ୟେକ ଧାଡ଼ିର ଶେଷରେ ଏକ "ନ୍ୟୁଲାଇନ୍ କ୍ୟାରେକ୍ଟର୍” ପ୍ରିଣ୍ଟ କରିବା ପାଇଁ ଏହି printf ଅଛି
02:49 awkdemo.txt ଫାଇଲ୍‌ରେ ଥିବା ସମସ୍ତ ରେକର୍ଡ ପାଇଁ ଏହି Loop ନିଷ୍ପାଦିତ ହେବ
02:55 ଯାହାର ଅର୍ଥ ହେଉଛି, ପ୍ରତ୍ୟେକ ରେକର୍ଡ ପାଇଁ ପ୍ରଥମ 3ଟି ଫିଲ୍ଡ ପ୍ରିଣ୍ଟ ହେବ
03:00 ଏବେ ଚାଲନ୍ତୁ ଏହି କୋଡ୍‌କୁ ନିଷ୍ପାଦନ କରିବା
03:03 Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
03:09 cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍‌କୁ ଯାଆନ୍ତୁ
03:16 ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ while_loop.awk ସ୍ପେସ୍ awkdemo.txt

Enter ଦାବନ୍ତୁ

03:29 ଦେଖନ୍ତୁ ଯେ, ଆଉଟପୁଟ୍‌ରେ ସମସ୍ତ ଧାଡ଼ିର ପ୍ରଥମ ତିନୋଟି ଫିଲ୍ଡ ଆମେ ପାଇଛେ
03:35 ଚାଲନ୍ତୁ, Do-While Loop ସହିତ ମଧ୍ୟ ତାହା କରିବା
03:38 Do-while loop ସିଣ୍ଟାକ୍ସକୁ ଏଠାରେ ଦେଖିହେବ
03:42 Do-While Loop, କୋଡ୍ ଭିତରେ ଥିବା "ବଡୀ"କୁ ସର୍ବଦା ଥରେ ନିଷ୍ପାଦିତ କରିଥାଏ
03:47 ତା’ପରେ ଏହା ନିର୍ଦ୍ଦିଷ୍ଟ ହୋଇଥିବା "କଣ୍ଡିଶନ୍"କୁ ଯାଞ୍ଚ କରିଥାଏ ଏବଂ ଯେପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ହୋଇଥିବା "କଣ୍ଡିଶନ୍” ସତ୍ୟ ହୋଇଥିବ, "ବଡୀ” ଭିତରେ କୋଡ୍ କୁ ପୁନରାବୃତ୍ତି କରିଥାଏ
03:56 ମୁଁ, do_loop.awk ନାମକ ଗୋଟିଏ ସ୍କ୍ରିପ୍ଟ ଆଗରୁ ଲେଖିସାରିଛି.

ସେହି ଫାଇଲ୍ "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି

04:06 ଏହି କୋଡ୍‌ରେ, ଏହିଗୁଡ଼ିକ ହେଉଛି Do Loop ମଧ୍ୟରେ ଥିବା "ଷ୍ଟେଟମେଣ୍ଟସ୍", ଯେଉଁଗୁଡ଼ିକ ପ୍ରଥମେ ନିଷ୍ପାଦିତ ହେବ.

ଏହା ହେଉଛି "କଣ୍ଡିଶନ୍", ଯାହାର ଯାଞ୍ଚ କରାଯିବ

04:15 ତାହାପରେ, ଯେପର୍ଯ୍ୟନ୍ତ "କଣ୍ଡିଶନ୍” ସତ୍ୟ ଥିବ, ସେପର୍ଯ୍ୟନ୍ତ Loop ଭିତରେ ଥିବା "ଷ୍ଟେଟମେଣ୍ଟ” ବାରମ୍ୱାର ନିଷ୍ପାଦିତ ହେବ
04:23 awkdemo.txt ଫାଇଲ୍‌ରେ ଥିବା ସମସ୍ତ ରେକର୍ଡ ପାଇଁ ଏହି Loop ପୁନରାବୃତ୍ତି ହେବ,

ଯାହାର ଅର୍ଥ ହେଉଛି, ପ୍ରତ୍ୟେକ ରେକର୍ଡ ପାଇଁ ପ୍ରଥମ 3ଟି ଫିଲ୍ଡ ପ୍ରିଣ୍ଟ ହେବ

04:33 ଟର୍ମିନଲ୍‌କୁ ଯାଆନ୍ତୁ. ଟର୍ମିନଲ୍ ଖାଲି କରିଦିଅନ୍ତୁ
04:38 ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ do ଅଣ୍ଡରସ୍କୋର୍ loop ଡଟ୍ awk ସ୍ପେସ୍ awkdemo dot txt

ଏବଂ Enter ଦାବନ୍ତୁ

04:52 ଆମକୁ ସମାନ ଆଉଟପୁଟ୍ ମିଳିଲା. ତେବେ, ଆମ ପାଖରେ କାହିଁକି ଉଭୟ While ଓ Do-While Lopps ଅଛି?
04:58 ଚାଲନ୍ତୁ ପ୍ରଭେଦକୁ ବୁଝିବା
05:00 while ଅଣ୍ଡରସ୍କୋର୍ loop ଡଟ୍ awk ଫାଇଲ୍‌କୁ ଯାଆନ୍ତୁ
05:05 ଏବେ, Loop Counter iର ଭାଲ୍ୟୁକୁ 1 ରୁ ବଦଳାଇ 4 କରନ୍ତୁ
05:11 ଏହା, ନିର୍ଦ୍ଦିଷ୍ଟ ହୋଇଥିବା କଣ୍ଡିଶନ୍‌କୁ ଆରମ୍ଭରୁ "ମିଥ୍ୟା” କରିବ.

ତେଣୁ ଏହାର ଅର୍ଥ ହେଉଛି, ଆମେ କୌଣସି ଆଉଟପୁଟ୍ ପାଇବା ନାହିଁ

05:19 ଫାଇଲ୍‌କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍‌କୁ ଯାଆନ୍ତୁ
05:22 ଟର୍ମିନଲ୍ ଖାଲି କରନ୍ତୁ.

ଏବେ, While Loop ନିଷ୍ପାଦନ କରିବା ପାଇଁ ଯେପର୍ଯ୍ୟନ୍ତ ଆପଣ ପାଇନାହାନ୍ତି, ଅପ୍ ଆରୋ କୀ’ ଦାବନ୍ତୁ

05:30 ଏବେ Enter ଦାବନ୍ତୁ
05:32 ଦେଖନ୍ତୁ, ଖାଲି ଲାଇନ୍ସ ଛଡ଼ା ଆମକୁ କୌଣସି ଆଉଟପୁଟ୍ ମିଳୁନାହିଁ
05:37 awkdemo.txt ଫାଇଲ୍‌ରେ ପ୍ରତ୍ୟେକ ରେକର୍ଡ ପାଇଁ, ଆଉଟପୁଟ୍‌ରେ ଖାଲି ଲାଇନ୍ସ ପ୍ରିଣ୍ଟ ହେଉଛି
05:44 ଏବେ ଚାଲନ୍ତୁ, Do Loop ଫାଇଲ୍ ରେ କିଛି ପରିବର୍ତ୍ତନ କରିବା
05:48 do ଅଣ୍ଡରସ୍କୋର୍ loop ଡଟ୍ awk ଫାଇଲ୍‌କୁ ଯାଆନ୍ତୁ
05:53 iର ଭାଲ୍ୟୁକୁ 1 ରୁ ବଦଳାଇ 4 କରନ୍ତୁ
05:57 ଫାଇଲ୍‌କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍‌କୁ ଯାଆନ୍ତୁ
06:01 ଟର୍ମିନଲ୍ ଖାଲି କରିଦିଅନ୍ତୁ.

Do Loop ନିଷ୍ପାଦନ କରିବା ପାଇଁ ଯେପର୍ଯ୍ୟନ୍ତ ଆପଣ ପାଇନାହାନ୍ତି, ଅପ୍ ଆରୋ କୀ’ ଦାବନ୍ତୁ. Enter ଦାବନ୍ତୁ

06:10 ଆଉଟପୁଟ୍‌ରେ, ପ୍ରତ୍ୟେକ ଧାଡ଼ି ପାଇଁ କେବଳ ପ୍ରଥମ ଫିଲ୍ଡ ହିଁ ପ୍ରିଣ୍ଟ ହେଲା.

ଏହାର କାରଣ କ’ଣ?

06:16 ପ୍ରତ୍ୟେକ ଧାଡ଼ି ପାଇଁ, ପ୍ରଥମ ଫିଲ୍ଡରେ awk ପ୍ରଥମେ ଭାଲ୍ୟୁ ପ୍ରିଣ୍ଟ କରିଥାଏ, କାରଣ "ଭେରିଏବଲ୍ f"ର ଭାଲ୍ୟୁକୁ 1କୁ ଇନିଶିଆଲାଇଜ୍ କରାଯାଇଛି.

ତା’ପରେ "କଣ୍ଡିଶନ୍"କୁ ଯାଞ୍ଚ କରାଯାଏ

06:28 Loop Counter iର ଭାଲ୍ୟୁ 4 ହୋଇଥିବାରୁ "କଣ୍ଡିଶନ୍” ମିଥ୍ୟା ଅଟେ.

ତେଣୁ, ସେହି ରେକର୍ଡ ପାଇଁ Loop ସେହିଠାରେ ହିଁ ସମାପ୍ତ ହୋଇଯାଏ

06:39 awkdemo.txt ଫାଇଲ୍‌ରେ ଥିବା ସମସ୍ତ ରେକର୍ଡ ପାଇଁ ଏହି Loop ପୁନରାବୃତ୍ତି ହେବ
06:44 ଯାହାର ଅର୍ଥ ହେଉଛି, ପ୍ରତ୍ୟେକ ରେକର୍ଡ ପାଇଁ ପ୍ରଥମ ଫିଲ୍ଡ ପ୍ରିଣ୍ଟ ହେବ
06:49 ପ୍ରତ୍ୟେକ ରେକର୍ଡ ପାଇଁ ଆମେ ଅତିକମରେ ଥରେ ଆଉଟପୁଟ୍ ପାଉଛେ
06:53 ଅନ୍ୟ କୌଣସି "କଣ୍ଡିଶନ୍"କୁ ବିଚାର ନକରି ଗୋଟିଏ କାମକୁ ଅତିକମରେ ଥରେ ନିଷ୍ପାଦିତ କରିବା ପାଇଁ Do-While Loop ବ୍ୟବହାର କରନ୍ତୁ
07:01 For Loop ସହିତ ମଧ୍ୟ ଆମେ ତାହା କରିପାରିବା
07:05 for loop ସିଣ୍ଟାକ୍ସକୁ ଏଠାରେ ଦେଖିହେବ
07:09 "ଇନିଶିଆଲାଇଜେଶନ୍"କୁ ନିଷ୍ପାଦନ କଲେ “for ଷ୍ଟେଟମେଣ୍ଟ” ଆରମ୍ଭ ହୋଇଥାଏ
07:14 ତାହାପରେ, ଯେପର୍ଯ୍ୟନ୍ତ "କଣ୍ଡିଶନ୍” ସତ୍ୟ ଥିବ, ତାହା "ଷ୍ଟେଟମେଣ୍ଟ” ମଧ୍ୟରେ ତାହାକୁ ବାରମ୍ୱାର ନିଷ୍ପାଦିତ କରିଥାଏ ଏବଂ ତାହାପରେ "ଇନକ୍ରିମେଣ୍ଟ” କରିଥାଏ
07:23 C କିମ୍ୱା C++ ଭଳି ଏକ ଲାଙ୍ଗୁଏଜ୍ ସହିତ ଆପଣଙ୍କ ପରିଚିତତାକୁ କଳ୍ପନା କରି ମୁଁ ସିଣ୍ଟାକ୍ସକୁ ସବିଶେଷ ବର୍ଣ୍ଣନା କରୁନାହିଁ
07:30 ଏହି କଣ୍ଡିଶନ୍ ପାଇଁ for loop ଏହିଭଳି ଦେଖାଯାଏ
07:35 ଏଠାରେ, "ଇନିଶିଆଲାଇଜେଶନ୍, କଣ୍ଡିଶନ୍” ଯାଞ୍ଚ କରିବା ଏବଂ ଭେରିଏବଲ୍ ଇନକ୍ରିମେଣ୍ଟେଶନ୍ ସମାନ ଲାଇନ୍‌ରେ କରାଯାଏ
07:43 ଏହାକୁ ନିଜେ କରି ଦେଖନ୍ତୁ
07:46 ସେଥିରେ ଆଉ କିଛି ଅଧିକ Looping Constructs,

Break, Continue, Exit ଅଛି

07:53 ଆଗାମୀ ଟ୍ୟୁଟୋରିଆଲ୍‌ରେ ଆମେ ଏହା ଉପରେ କିଛି ପ୍ରାସଙ୍ଗିକ ଉଦାହରଣ ଦେଖିବା
07:58 ଆମ ଫାଇଲ୍‌ରେ ଏକ ସିଙ୍ଗଲ୍ ଓ ମଲ୍ଟିଲାଇନ୍ Comments ଥାଇପାରେ
08:03 ଏଠାରେ ଧ୍ୟାନ ଦିଅନ୍ତୁ ଯେ, ସିଙ୍ଗଲ୍ ଲାଇନ୍ Commentଗୁଡ଼ିକୁ "ହାଶ୍ (#) ଚିହ୍ନ” ସହିତ ଘୋଷିତ କରାଯାଇଥାଏ
08:10 ମଲ୍ଟିଲାଇନ୍ Commentଗୁଡ଼ିକୁ ଡବଲ୍ "ହାଶ୍ (##) ଚିହ୍ନ” ସହିତ ଘୋଷିତ କରାଯାଏ
08:16 ଏବେ, ଆଉଟପୁଟ୍‌ରେ ଏହି Commentଗୁଡ଼ିକୁ ଯାଞ୍ଚ କରିବା ଓ ପ୍ରିଣ୍ଟ କରିବାର କୌଣସି ତାତ୍ପର୍ଯ୍ୟ ନାହିଁ
08:22 "ହାଶ୍ (##) ଚିହ୍ନ” ସହିତ ଆରମ୍ଭ ହେଉଥିବା ଲାଇନ୍‌ଗୁଡ଼ିକୁ ଆମକୁ ଛାଡ଼ିଦେବାକୁ ହେବ.

ଏହାକୁ ଆମେ କିପରି କରିବା?

08:28 8000ରୁ ଅଧିକ ପାଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଷ୍ଟାଇପେଣ୍ଡରେ 50% ଇନକ୍ରିମେଣ୍ଟ ଦେବା କଥା ମନେପକାନ୍ତୁ
08:36 Commentଗୁଡ଼ିକ ଛାଡ଼ିବା ପାଇଁ ଆମେ ସେହି ସମାନ ଉଦାହରଣ ବ୍ୟବହାର କରିବା
08:40 ଏହି ନିଷ୍ପାଦନ ପାଇଁ, ଏଠାରେ ଯେପରି ଦେଖାଯାଉଛି, next.awk ନାମକ ଗୋଟିଏ ଫାଇଲ୍ ମୁଁ ତିଆରି କରିସାରିଛି
08:47 ଏବେ, ଏହି କମାଣ୍ଡର ଅର୍ଥ କ’ଣ?
08:50 ପ୍ରତ୍ୟେକ ଲାଇନ୍‌ର ଆରମ୍ଭରେ awk, "କ୍ୟାରେଟ୍ ଚିହ୍ନ ହାଶ୍ ଚିହ୍ନ (‍‍^#)” ପାଟର୍ନ ଖୋଜିବ
08:57 ଯଦି ପାଟର୍ନ ମିଳେ, ତେବେ କୀ’ୱର୍ଡ next, ସାମ୍ପ୍ରତିକ ଲାଇନ୍‌କୁ ତୁରନ୍ତ ଛାଡ଼ିଦେବା ପାଇଁ awkକୁ କୁହେ
09:04 ତା’ପରେ awk, ଫାଇଲ୍ ରେ ପରବର୍ତ୍ତୀ ଲାଇନ୍‌ରୁ ପ୍ରୋସେସିଙ୍ଗ୍ ଆରମ୍ଭ କରେ.

ଏହା, ପ୍ରୋସେସିଙ୍ଗ୍ ସମୟ ବଞ୍ଚାଇବ

09:12 ଟର୍ମିନଲ୍‌କୁ ଯାଆନ୍ତୁ ଏବଂ ପ୍ରଦର୍ଶିତ ଅନୁସାରେ କମାଣ୍ଡ ଟାଇପ୍ କରନ୍ତୁ ଏବଂ

Enter ଦାବନ୍ତୁ

09:20 କୌଣସି Comments ବିନା ଆମେ ଆଉଟପୁଟ୍ ପାଇଲେ
09:24 ମନେକରନ୍ତୁ, ଆମ ପାଖରେ ସମାନ ଫର୍ମାଟ୍ ସହ ମଲ୍ଟିପଲ୍ ଫାଇଲ୍ସରେ ବିଦ୍ୟାର୍ଥୀମାନଙ୍କର ରେକର୍ଡ ଅଛି.

ଧରନ୍ତୁ awkdemo_mod.txt ଓ awkdemo2.txtରେ

09:37 ଦେଖନ୍ତୁ, ଏହା ଆମର ପୂର୍ବବର୍ତ୍ତୀ ଫାଇଲ୍ ସହ ସମାନ ଅଟେ
09:41 ଏଥିରେ Comments ପୂର୍ବରୁ "ହାଶ୍” ଚିହ୍ନ ମଧ୍ୟ ଅଛି
09:45 ଏବଂ ଏଥିରେ ଡବଲ୍ "ହାଶ୍ ##” ଚିହ୍ନ ସହିତ ବଡ଼ ଟେକ୍ସଟ୍ ଅଛି
09:50 ତେଣୁ, ଆମର ଡେଟା ଦୁଇଟି ଭିନ୍ନ ଫାଇଲ୍ ରେ ଅଛି.

ସମସ୍ତ ବିଦ୍ୟାର୍ଥୀଙ୍କୁ ଇନକ୍ରିମେଣ୍ଟ ଦେବାପାଇଁ awk, ଉଭୟ ଫାଇଲ୍‌କୁ ପ୍ରୋସେସ୍ କରିବା ଦରକାର

09:59 ଥରେ ଆମେ ପ୍ରଥମ ଫାଇଲ୍‌ର ଡବଲ୍ "ହାଶ୍ (##)” ଚିହ୍ନ ପାଖରେ ପହଞ୍ଚିଗଲା ପରେ awk, ସେହି ଫାଇଲ୍‌ର ପ୍ରୋସେସିଙ୍ଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବା ଉଚିତ
10:06 ତା’ପରେ, ପରବର୍ତ୍ତୀ ଫାଇଲ୍‌ରୁ ଏହାକୁ ନିଷ୍ପାଦନ ଆରମ୍ଭ କରିବାକୁ ହେବ.

ଏହା, ପ୍ରୋସେସିଙ୍ଗ୍ ସମୟ ବଞ୍ଚାଇବ

10:13 ଏଠାରେ ଦେଖାଯାଉଥିବା ଭଳି next.txtକୁ ବଦଳା’ନ୍ତୁ
10:17 ମୁଁ, Begin Statement ତଳେ - “ଡଲର୍ zero ଟିଲ୍ଡ ସ୍ଲାଶ୍ କ୍ୟାରେଟ୍ ଚିହ୍ନ ଡବଲ୍ ହାଶ୍ ସ୍ଲାଶ୍ ବାକେଟ୍ ମଧ୍ୟରେ nextfile ସେମିକୋଲନ୍” ଯୋଡ଼ିଛି
10:29 ଏହା, ପ୍ରତ୍ୟେକ ଫାଇଲ୍ ର ଆରମ୍ଭରେ "ଡବଲ୍ ହାଶ୍ (##)” ଚିହ୍ନ ଖୋଜିବ
10:34 ଯଦି ମିଳେ, ତେବେ awk, ପରବର୍ତ୍ତୀ ଫାଇଲ୍ ପ୍ରୋସେସ୍ କରିବା ପାଇଁ ସାଂପ୍ରତିକ ଫାଇଲ୍‌କୁ ଛାଡ଼ିଦେବ
10:39 ଏହି ଫାଇଲ୍‌କୁ ସେଭ୍ କରନ୍ତୁ
10:41 ଟର୍ମିନଲ୍‌କୁ ଯାଇ ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ.

Enter ଦାବନ୍ତୁ

10:48 ଦେଖନ୍ତୁ, ଆମେ ଉଭୟ ଫାଇଲ୍‌ରୁ ଆଉଟପୁଟ୍ ପାଉଛେ
10:53 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ -

10:58 ଏହି ଟ୍ୟୁଟୋରିଆଲରେ ଆମେ - awkରେ While, Do While, For, Next, Nextfile ବିଷୟରେ ଶିଖିଲେ
11:06 awkdemo2.txtର ବିଦ୍ୟାର୍ଥୀ ରେକର୍ଡ ପାଇଁ ଏକ ଆସାନମେଣ୍ଟ ଭାବେ, “ଇନପୁଟ୍ ଫାଇଲ୍"ରେ କେତୋଟି ଫିଲ୍ଡ ଅଛି ତାହାର ବିଚାର ନକରି କେବଳ ଯୁଗ୍ମ "ଫିଲ୍ଡ” ପ୍ରିଣ୍ଟ କରନ୍ତୁ (ଯେପରି ଫିଲ୍ଡ 2, ଫିଲ୍ଡ 4 ଇତ୍ୟାଦି)
11:22 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

11:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:43 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‍କୁ ଯାଆନ୍ତୁ|

11:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

12:01 IIT Bombay ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep