Difference between revisions of "Linux-AWK/C2/Conditional-statements-in-awk/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
 
{| border=1
 
{| border=1
 
| <center>'''Time '''</center>
 
| <center>'''Time '''</center>
| <center>'''Narration ' ' '</center>
+
| <center>'''Narration'''</center>
  
 
|-
 
|-

Latest revision as of 18:03, 20 July 2019

Time
Narration
00:01 ବନ୍ଧୁଗଣ, AWK ଥିବା “କଣ୍ଡିଶନଲ୍ ଷ୍ଟେଟମେଣ୍ଟ" ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ awkରେ if, else, else if ବିଷୟରେ ଶିଖିବା
00:15 ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା
00:19 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ Gedit Text Editor 3.20.1 ବ୍ୟବହାର କରୁଛି
00:32 ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ
00:36 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର
00:43 ଆପଣ, C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ସହିତ ପରିଚିତ ଥିବା ଉଚିତ
00:50 ଯଦି ନାହାନ୍ତି, ତେବେ ଆମ ୱେବ୍ ସାଇଟ୍‌ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ
00:56 ଏହି ଟ୍ୟୁଟୋରିଆଲ୍ ପେଜ୍‌ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ ଗୁଡ଼ିକ ଉପଲବ୍ଧ ଅଛି.

ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ

01:06 କୌଣସି କାର୍ଯ୍ୟ କରିବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ କଣ୍ଡିଶନ୍‌କୁ ଯାଞ୍ଚ କରିବା ପାଇଁ ଗୋଟିଏ "କଣ୍ଡିଶନଲ୍ ଷ୍ଟେଟମେଣ୍ଟ” ଆମକୁ ଅନୁମତି ଦେଇଥାଏ
01:14 AWKରେ if, else, else-if ଭଳି "କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍” କିପରି କାମ କରେ, ଚାଲନ୍ତୁ ତାହା ଦେଖିବା
01:22 ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭଳି, if-else ଷ୍ଟେଟମେଣ୍ଟର ସିଣ୍ଟାକ୍ସ ହେଉଛି:
01:28 ଯଦି "କଣ୍ଡିଶନଲ୍-ଏକ୍ସପ୍ରେସନ୍1” ସତ୍ୟ ଅଟେ, ତେବେ Action1 କରନ୍ତୁ
01:34 ଯଦି "କଣ୍ଡିଶନଲ୍-ଏକ୍ସପ୍ରେସନ୍2” ସତ୍ୟ ଅଟେ, ତେବେ Action2 କରନ୍ତୁ
01:41 ଏହାପରେ ଅନେକ else if ଷ୍ଟେଟମେଣ୍ଟ ଅନୁସରଣ କରିପାରେ
01:46 ଶେଷରେ, ଯଦି କୌଣସି ନିର୍ଦ୍ଦିଷ୍ଟ ହୋଇଥିବା “କଣ୍ଡିଶନଲ୍ ଏକ୍ସପ୍ରେସନ୍” ସତ୍ୟ ନ ହୁଏ, ତେବେ Action n କରନ୍ତୁ
01:54 else ଓ else-if ଭାଗ ଇଚ୍ଛାଧୀନ ଅଟେ.

ଚାଲନ୍ତୁ ଏକ ଉଦାହରଣ ଦେଖିବା

02:02 ଆମେ ପୂର୍ବରୁ ବ୍ୟବହାର କରିଥିବା awkdemo.txt ଫାଇଲ୍‌କୁ ହିଁ ବ୍ୟବହାର କରିବା
02:10 ମନେକରନ୍ତୁ, 8000 ଟଙ୍କାରୁ ଅଧିକ ଷ୍ଟାଇପେଣ୍ଡ ପାଉଥିବା ବିଦ୍ୟାର୍ଥୀମାନଙ୍କୁ ଆମେ 50% ଇନକ୍ରିମେଣ୍ଟ ଦେବାର ଅଛି
02:19 ଏହି "କଣ୍ଡିଶନ୍” ପାଇଁ ଚାଲନ୍ତୁ ଆମେ ଏକ awk ଫାଇଲ୍ ତିଆରି କରିବା
02:23 ଟେକ୍ସଟ୍ ଏଡିଟର୍‌ରେ ଦେଖାଯାଉଥିବା ଭଳି ନିମ୍ନ କୋଡ୍ ଟାଇପ୍ କରନ୍ତୁ ଏବଂ ତାହାକୁ cond dot awk ଭାବରେ ସେଭ୍ କରନ୍ତୁ.

ମୁଁ ଏହାକୁ ଆଗରୁ କରିସାରିଛି

02:34 ଏହି ଫାଇଲ୍, "କୋଡ୍ ଫାଇଲ୍ସ” ଲିଙ୍କରେ ମଧ୍ୟ ଉପଲବ୍ଧ ଅଛି
02:39 ଏହି କୋଡ୍‌ରେ ଆମେ, "ଆଉଟପୁଟ୍ ଫିଲ୍ଡ ସେପାରେଟର୍"କୁ "କୋଲନ୍” ଭାବେ ସେଟ୍ କରିଛେ
02:45 ପ୍ରଥମ "ପ୍ରିଣ୍ଟ ଷ୍ଟେଟମେଣ୍ଟ", "ଫିଲ୍ଡ ହେଡିଙ୍ଗସ୍"କୁ ପ୍ରିଣ୍ଟ କରିଥାଏ
02:50 ଏହାପରେ, 6ଷ୍ଠ ଫିଲ୍ଡର ଭାଲ୍ୟୁ 8000ରୁ ଅଧିକ କି ନୁହେଁ, ତାହା “if ଷ୍ଟେଟମେଣ୍ଟ” ଯାଞ୍ଚ କରିବ
02:58 ଯଦି ହଁ, ତେବେ ଦ୍ୱିତୀୟ "ପ୍ରିଣ୍ଟ ଷ୍ଟେଟମେଣ୍ଟ” ନିଷ୍ପାଦିତ ହେବ
03:03 $6 into 1.5 - ଏହି “ପ୍ରିଣ୍ଟ ଷ୍ଟେଟମେଣ୍ଟ”, 1.5 ଶତକଡ଼ା ଦ୍ୱାରା 6ଷ୍ଠ ଫିଲ୍ଡ ଭାଲ୍ୟୁକୁ ଗୁଣନ କରିବ
03:13 ଏବେ ଚାଲନ୍ତୁ ଏହି କୋଡ୍‌କୁ ନିଷ୍ପାଦନ କରିବା
03:16 Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
03:22 cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍‌କୁ ଯାଆନ୍ତୁ
03:29 ଏବେ ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ କ୍ୟାପିଟଲ୍ F pipe ଚିହ୍ନ ଡବଲ୍ କୋଟ୍ସ ମଧ୍ୟରେ ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ cond dot awk ସ୍ପେସ୍ awkdemo dot txt

Enter ଦାବନ୍ତୁ

03:49 ବର୍ଦ୍ଧିତ ଷ୍ଟାଇପେଣ୍ଡ ସହ କେବଳ ଜଣେ ବିଦ୍ୟାର୍ଥୀର ରେକର୍ଡକୁ ଆଉଟପୁଟ୍ ଦେଖାଉଛି, ଯିଏ "କଣ୍ଡିଶନ୍” ପୂରଣ କରୁଛି
03:57 ଏବେ, ମନେକରନ୍ତୁ ନିୟମ ବଦଳିଗଲା: 8000 ଟଙ୍କାରୁ ଅଧିକ ପାଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଷ୍ଟାଇପେଣ୍ଡରେ 50% ଇନକ୍ରିମେଣ୍ଟ ହେଲା
04:07 ଅନ୍ୟଥା 30% ଇନକ୍ରିମେଣ୍ଟ ଦିଅନ୍ତୁ.

ତାହାକୁ ଆମେ କିପରି କରିବା?

04:13 ଆମକୁ “else ବ୍ଲକ୍” ଯୋଡ଼ିବାକୁ ପଡ଼ିବ
04:16 ପୁଣିଥରେ cond dot awk ଫାଇଲ୍‌କୁ ଯାଆନ୍ତୁ
04:21 ଚାଲନ୍ତୁ, କୋଡ୍‌ର ନିମ୍ନ ଲାଇନ୍ ଯୋଡ଼ିବା.

ବନ୍ଦ କର୍ଲୀ ବ୍ରାକେଟ୍ ପୂର୍ବରୁ ଏଣ୍ଟର୍ ଦାବନ୍ତୁ

04:30 else - Enter ଦାବନ୍ତୁ
04:33 print ସ୍ପେସ୍ ଡଲର୍ 2 କମା ଡଲର୍ 6 କମା ଡଲର୍ 6 into 1.3
04:42 ଫାଇଲ୍‌କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍ କୁ ଯାଆନ୍ତୁ
04:46 ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ.

ଏବଂ Enter ଦାବନ୍ତୁ

04:53 ଏବେ ଆଉଟପୁଟ୍ ଦେଖନ୍ତୁ.

Yojna Chaudhury was previously getting 1000. Now she is getting 1300.

05:04 ଚାଲନ୍ତୁ ପୁଣିଥରେ ନିୟମ ବଦଳାଇବା.

8000 ଟଙ୍କାରୁ ଅଧିକ ପାଉଥିବା ବିଦ୍ୟାର୍ଥୀଙ୍କ ପାଇଁ 50% ଇନକ୍ରିମେଣ୍ଟ

05:13 4000 ଟଙ୍କାରୁ ଅଧିକ ପାଉଥିବା ବିଦ୍ୟାର୍ଥୀଙ୍କ ପାଇଁ 40% ଇନକ୍ରିମେଣ୍ଟ.

ଅନ୍ୟଥା 30% ଇନକ୍ରିମେଣ୍ଟ ଦିଅନ୍ତୁ

05:23 କୋଡ୍‌କୁ ଯାଆନ୍ତୁ. ଦେଖାଯାଇଥିବା ଭଳି କୋଡ୍‌କୁ ଅପଡେଟ୍ କରନ୍ତୁ
05:29 ଫାଇଲ୍‌କୁ ସେଭ୍ କରନ୍ତୁ ଏବଂ ଟର୍ମିନଲ୍‌କୁ ଯାଆନ୍ତୁ
05:33 ଟର୍ମିନଲ୍ ଖାଲି କରିଦିଅନ୍ତୁ
05:36 ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ

ଏବଂ Enter ଦାବନ୍ତୁ

05:44 ଏଥରକ ଧ୍ୟାନ ଦିଅନ୍ତୁ ଯେ, ବିଦ୍ୟାର୍ଥୀ ମୀରା ନାୟର 40% ଇନକ୍ରିମେଣ୍ଟ ପାଇଛନ୍ତି
05:51 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
05:54 ସଂକ୍ଷିପ୍ତରେ - ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ - "କଣ୍ଡିଶନଲ୍ ଷ୍ଟେଟମେଣ୍ଟ”, ଯେପରି:

AWKରେ If, else, else if

06:05 ଏକ ଆସାଇନମେଣ୍ଟ ଭାବରେ ନିମ୍ନ ନିୟମ ଅନୁସାରେ ଗ୍ରେଡ୍ ଦିଅନ୍ତୁ: ଯଦି ମାର୍କ 90ରୁ ଅଧିକ ସମାନ ଥିବ, ତେବେ ଗ୍ରେଡ୍ A ହେବ
06:15 ଯଦି ମାର୍କ 80ରୁ ଅଧିକ ସମାନ, କିନ୍ତୁ 90ରୁ କମ ଥିବ, ତେବେ ଗ୍ରେଡ୍ B ହେବ
06:23 ଯଦି ମାର୍କ 70ରୁ ଅଧିକ ସମାନ, କିନ୍ତୁ 80ରୁ କମ ଥିବ, ତେବେ ଗ୍ରେଡ୍ C ହେବ
06:30 ଯଦି ମାର୍କ 60ରୁ ଅଧିକ ସମାନ, କିନ୍ତୁ 70ରୁ କମ ଥିବ, ତେବେ ଗ୍ରେଡ୍ D ହେବ.

ଅନ୍ୟଥା ଗ୍ରେଡ୍ F ହେବ

06:41 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

06:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି.

06:58 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ:
07:02 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ

07:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

07:20 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep