Difference between revisions of "Linux-AWK/C2/Built-in-Functions-in-awk/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>"Time"</center> | <center>"Narration"</center> |- | 00:01 | ବନ୍ଧୁଗଣ, AWK ଥିବା "ବିଲ୍ଟ-ଇନ୍ ଫଙ୍କଶନ୍ସ"...")
 
 
Line 1: Line 1:
 
{| border=1
 
{| border=1
| <center>"Time"</center>
+
| <center>'''Time'''</center>
| <center>"Narration"</center>
+
| <center>'''Narration'''</center>
  
 
|-
 
|-

Latest revision as of 12:47, 22 July 2019

Time
Narration
00:01 ବନ୍ଧୁଗଣ, AWK ଥିବା "ବିଲ୍ଟ-ଇନ୍ ଫଙ୍କଶନ୍ସ" ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏଥିରେ ଆମେ, ବିଭିନ୍ନ ପ୍ରକାରର “ବିଲ୍ଟ-ଇନ୍ ଫଙ୍କଶନ୍ସ” ବିଷୟରେ ଶିଖିବା, ଯେପରି-

“ଆରିଥମେଟିକ୍ ଫଙ୍କଶନ୍ସ”

00:15 “ଷ୍ଟ୍ରିଙ୍ଗ୍ ଫଙ୍କଶନ୍ସ”
00:17 ଇନପୁଟ୍ ଓ ଆଉଟପୁଟ୍ ଫଙ୍କଶନ୍ସ ଏବଂ ଟାଇମ୍ ଷ୍ଟାମ୍ପ ଫଙ୍କଶନ୍ସ
00:23 ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା
00:26 ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ

gedit text editor 3.20.1 ବ୍ୟବହାର କରୁଛି

00:38 ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ
00:42 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର
00:49 ଆପଣଙ୍କ ପାଖରେ C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌ର କିଛି ଜ୍ଞାନ ଥିବା ଉଚିତ
00:56 ଯଦି ନାହିଁ, ତେବେ ଆମ ୱେବ୍ ସାଇଟ୍‌ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ
01:02 ଏହି ଟ୍ୟୁଟୋରିଆଲ୍ ପେଜ୍‌ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍‌ଗୁଡ଼ିକ ଉପଲବ୍ଧ ଅଛି.

ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ

01:12 କଲ୍ କରିବାକୁ AWK ପାଇଁ "ବିଲ୍ଟ-ଇନ୍ ଫଙ୍କଶନ୍ସ” ସର୍ବଦା ଉପଲବ୍ଧ ଥାଏ
01:17 ପ୍ରଥମେ ଆମେ, "ଆରିଥମେଟିକ୍ ଫଙ୍କଶନ୍ସ” ବିଷୟରେ ଶିଖିବା.

ଗୋଟିଏ ସଂଖ୍ୟା xର ଯୁଗ୍ମ "ବର୍ଗ ମୂଳ"କୁ Square Root Function (sqrt (x)) ରିଟର୍ନ କରିଥାଏ

01:27 Int ଫଙ୍କଶନ୍, xକୁ ଏକ ଇଣ୍ଟେଜର୍ ଭାଲ୍ୟୁକୁ ଟ୍ରଙ୍କେଟ୍ କରିଥାଏ
01:32 "ଏକ୍ସପୋନେନଶିଆଲ୍ ଫଙ୍କଶନ୍”, xର ଏକ୍ସପୋନେନଶିଆଲ୍ ଦେଇଥାଏ
01:37 "ଲଗ୍ ଫଙ୍କଶନ୍", xର ନେଚୁରଲ୍ "ଲଗାରିଦମ୍” ଭାଲ୍ୟୁ ରିଟର୍ନ କରିଥାଏ
01:43 "ସାଇନ୍” ଓ "କସ୍” କ୍ରମଶଃ Sine(x) ଓ Cosine(x) ଦେଇଥାଏ
01:49 ଦୟାକରି ଧ୍ୟାନ ଦିଅନ୍ତୁ ଯେ, "ରେଡିଅନ୍ସ"ରେ "ଆର୍ଗୁମେଣ୍ଟ x” ଉଲ୍ଲେଖ ହେବା ଉଚିତ
01:55 ଏହି "ଫଙ୍କଶନ୍"ଗୁଡ଼ିକୁ ବୁଝିବା ପାଇଁ ଚାଲନ୍ତୁ ଏକ ଉଦାହରଣ ଦେଖିବା
02:00 "ଆରିଥମେଟିକ୍ ଅଣ୍ଡରସ୍କୋର୍ ଫଙ୍କଶନ୍ ଡଟ୍ awk” ନାମକ ଗୋଟିଏ ଫାଇଲ୍‌ରେ ମୁଁ କୋଡ୍‌କୁ ଆଗରୁ ଲେଖିସାରିଛି.

ସେହି ଫାଇଲ୍, "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି

02:10 ଏଠାରେ, ଆମେ କ୍ରମଶଃ ଏକ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର "ବର୍ଗ ମୂଳ” ପ୍ରିଣ୍ଟ କରୁଛେ
02:17 ଏହାପରେ ଆମେ, କ୍ରମଶଃ ଏକ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ପାଇଁ "ଇଣ୍ଟେଜର୍ ଭାଲ୍ୟୁ” ପ୍ରିଣ୍ଟ କରୁଛେ
02:24 ଏକ ଛୋଟ ସଂଖ୍ୟା ଓ ଏକ ବହୁତ ବଡ଼ ସଂଖ୍ୟାର ଏକ୍ସପୋନେନଶିଆଲ୍‌କୁ ଆମେ ପ୍ରିଣ୍ଟ କରୁଛେ
02:31 ତାହାପରେ, ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର ନେଚୁରଲ୍ "ଲଗାରିଦମ୍” ପ୍ରିଣ୍ଟ ହେବ
02:38 "0.52 ରେଡିଅନ୍"ର Sine ଓ Cosine ଭାଲ୍ୟୁ ମଧ୍ୟ ଆମେ ପ୍ରିଣ୍ଟ କରିବା, ଯାହା ହେଉଛି ପ୍ରକୃତରେ “30 ଡିଗ୍ରୀ”.

ଚାଲନ୍ତୁ ଏବେ ଫାଇଲ୍‌କୁ ନିଷ୍ପାଦନ କରିବା

02:50 Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
02:55 cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍‌କୁ ଯାଆନ୍ତୁ
03:03 ଏବେ ଟାଇପ୍ କରନ୍ତୁ awk ସ୍ପେସ୍ ହାଇଫେନ୍ -f ସ୍ପେସ୍ arithmetic_function.awk

ଏବଂ ଆଉଟପୁଟ୍ ଦେଖିବା ପାଇଁ Enter ଦାବନ୍ତୁ

03:14 ଏହି ଆଉଟପୁଟ୍‌ରୁ ଦୁଇଟି ଜିନିଷ ସ୍ପଷ୍ଟ ହେଉଛି
03:18 sqrt() function, ଏକ ଯୁଗ୍ମ ସଂଖ୍ୟାର ବର୍ଗ ମୂଳ ଦେଇଥାଏ
03:23 ଯଦି ସଂଖ୍ୟାଟି ଅଯୁଗ୍ମ ହୋଇଥିବ, ତେବେ ଏହା NAN ବା Not A Number ରିଟର୍ନ କରିଥାଏ
03:29 int(), ଯେକୌଣସି ଯୁଗ୍ମ କିମ୍ୱା ଅଯୁଗ୍ମ ସଂଖ୍ୟାର ଟ୍ରଙ୍କେଟ୍ ହୋଇଥିବା ଇଣ୍ଟେଜର୍ ଦେଇଥାଏ
03:36 exp(), ଗୋଟିଏ ସଂଖ୍ୟାର ଏକ୍ସପୋନେନଶିଆଲ୍ ଦେଇଥାଏ.

ଯଦି ସଂଖ୍ୟାଟି ବହୁତ ବଡ଼ ହୋଇଥାଏ, ତେବେ "ଫଙ୍କଶନ୍”, inf ରିଟର୍ନ କରିବ

03:47 ଯୁଗ୍ମ ସଂଖ୍ୟାର ନେଚୁରଲ୍ "ଲଗାରିଦମ୍”, log() Function ଦ୍ୱାରା ଦିଆଯାଇଥାଏ
03:53 ଯଦି ସଂଖ୍ୟାଟି ଅଯୁଗ୍ମ ହୋଇଥାଏ, ତେବେ ଫଙ୍କଶନ୍ NAN ରିଟର୍ନ କରିଥାଏ
03:58 Sine ଓ Cosine ଫଙ୍କଶନ୍ସ, ସମ୍ୱନ୍ଧିତ ଭାଲ୍ୟୁ ରିଟର୍ନ କରିଥାଏ.

ଆପଣ, ନିଜ କାଲକୁଲେଟର୍ ବ୍ୟବହାର କରି ଭାଲ୍ୟୁକୁ ଯାଞ୍ଚ କରିପାରିବେ

04:07 ଏବେ ଚାଲନ୍ତୁ, "ରାଣ୍ଡମ୍ ଫଙ୍କଶନ୍ସ” ଦେଖିବା
04:11 rand(), 0 ଓ 1 ମଧ୍ୟରେ ଯେକୌଣସି ରାଣ୍ଡମ୍ ନମ୍ୱର୍ ରିଟର୍ନ କରିଥାଏ. କିନ୍ତୁ, କେବେବି 0 କିମ୍ୱା 1 ରିଟର୍ନ କରିବ ନାହିଁ
04:21 ଗୋଟିଏ AWK ନିଷ୍ପାଦନ ମଧ୍ୟରେ, ଜେନେରେଟ୍ ହୋଇଥିବା ନମ୍ୱର୍ସ ରାଣ୍ଡମ୍ ହେବ
04:27 କିନ୍ତୁ, AWK ପ୍ରୋଗ୍ରାମ୍‌ର ବିଭିନ୍ନ ନିଷ୍ପାଦନ ପାଇଁ ଅନୁମାନିତ ଅଟେ
04:33 srand(x), "ରାଣ୍ଡମ୍ ଫଙ୍କଶନ୍ସ” ପାଇଁ “seed value x” ପ୍ରଦାନ କରିବାକୁ ବ୍ୟବହୃତ ହୋଇଥାଏ
04:39 xର ଅନୁପସ୍ଥିତିରେ, ଦିନର ତାରିଖ ଓ ସମୟ, seed value ଭାବରେ ବ୍ୟବହୃତ ହୋଇଥାଏ.

ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା

04:49 "ରାଣ୍ଡମ୍ ଫଙ୍କଶନ୍ସ” ପାଇଁ ମୁଁ ଗୋଟିଏ କୋଡ୍ ଲେଖିସାରିଛି ଏବଂ ତାହାକୁ random.awk ଭାବରେ ସେଭ୍ କରିସାରିଛି
04:56 ଏଠାରେ, For Loop ଭିତରେ rand() function, 0 ଓ 1 ମଧ୍ୟରେ ଏକ ରାଣ୍ଡମ୍ ନମ୍ୱର୍ ଜେନେରେଟ୍ କରିବ
05:04 ତା’ପରେ, ଜେନେରେଟ୍ ହୋଇଥିବା ନମ୍ୱର୍ 50 ଦ୍ୱାରା ଗୁଣନ ହୋଇ ପ୍ରିଣ୍ଟ ହେବ
05:10 ତେଣୁ, ଏହି କୋଡ୍, 50 ମଧ୍ୟରେ 5ଟି ରାଣ୍ଡମ୍ ନମ୍ୱର୍ସ ଜେନେରେଟ୍ କରିବ
05:16 ଟର୍ମିନଲ୍ କୁ ଯାଆନ୍ତୁ ଏବଂ ଫାଇଲ୍‌କୁ ନିଷ୍ପାଦନ କରନ୍ତୁ.

ଟର୍ମିନଲ୍ ଖାଲି କରିଦିଅନ୍ତୁ

05:23 ଟାଇପ୍ କରନ୍ତୁ: awk ସ୍ପେସ୍ ହାଇଫେନ୍ f ସ୍ପେସ୍ random ଡଟ୍ awk ଏବଂ Enter ଦାବନ୍ତୁ
05:31 ଦେଖନ୍ତୁ, ଏହା 5ଟି ରାଣ୍ଡମ୍ ନମ୍ୱର୍ସ ଦେଉଛି
05:35 ମୁଁ ଯଦି କୋଡ୍‍କୁ ପୁଣି ନିଷ୍ପାଦନ କରିବି, ତେବେ କ’ଣ ହେବ?
05:39 ଟର୍ମିନଲ୍‌ରେ ପୂର୍ବ ନିଷ୍ପାଦିତ କମାଣ୍ଡକୁ ପାଇବା ପାଇଁ ଅପ୍ ଆରୋ କୀ’ ଦାବନ୍ତୁ ଏବଂ Enter ଦାବନ୍ତୁ.
05:47 ଆମେ ସମାନ ଆଉଟପୁଟ୍ ପାଉଛେ. ଯାହାର ଅର୍ଥ ହେଉଛି, ସ୍କ୍ରିପ୍ଟର ପ୍ରତ୍ୟେକ ନିଷ୍ପାଦନ ପାଇଁ AWK ରାଣ୍ଡମ୍ ନମ୍ୱର୍ସର ସମାନ ସେଟ୍ ଜେନେରେଟ୍ କରୁଛି
05:57 ତେବେ, ପ୍ରତ୍ୟେକ ନିଷ୍ପାଦନରେ ଆମେ କିପରି ଭାବେ ରାଣ୍ଡମ୍ ନମ୍ୱର୍ସର ଏକ ନୂଆ ସେଟ୍ ପାଇବା?

ପୁଣିଥରେ କୋଡ୍‌କୁ ଯାଆନ୍ତୁ

06:06 For Loop ପୂର୍ବରୁ ଟାଇପ୍ କରନ୍ତୁ srand() function
06:11 ଫାଇଲ୍‌କୁ ସେଭ୍ କରିବା ପାଇଁ Ctrl ଓ S କୀ’ ଦାବନ୍ତୁ
06:16 ଏବେ, ଟର୍ମିନଲ୍‌କୁ ଯାଆନ୍ତୁ.
06:19 ଟର୍ମିନଲ୍‌ରେ ପୂର୍ବ ନିଷ୍ପାଦିତ କମାଣ୍ଡକୁ ପାଇବା ପାଇଁ ଅପ୍ ଆରୋ କୀ’ ଦାବନ୍ତୁ ଏବଂ Enter ଦାବନ୍ତୁ.
06:27 ଏହା, ରାଣ୍ଡମ୍ ନମ୍ୱର୍ସର ଏକ ଭିନ୍ନ ସେଟ୍ ଦେଉଛି
06:31 ତେଣୁ, ଯେତେବେଳେ ଏହା କୌଣସି "ଆର୍ଗୁମେଣ୍ଟ” ବିନା ବ୍ୟବହୃତ ହେବ, ଆମେ srand function ବ୍ୟବହାର କରି ରାଣ୍ଡମ୍ ନମ୍ୱର୍ସର ଏକ ନୂଆ ସେଟ୍ ଜେନେରେଟ୍ କରିପାରିବା
06:40 ଏହାପରେ ଆମେ କେତେକ String Function ଦେଖିବା.

ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରିଙ୍ଗ୍ sର ଦୀର୍ଘତାକୁ Lenght Function ଦେଇଥାଏ

06:49 ବଡ଼ "ଷ୍ଟ୍ରିଙ୍ଗ୍ s1" ମଧ୍ୟରେ "ଷ୍ଟ୍ରିଙ୍ଗ୍ s2"ର ପୋଜିଶନ୍‌କୁ Index Function ନିର୍ଦ୍ଧାରଣ କରିଥାଏ
06:57 ଉଦାହରଣସ୍ୱରୂପ, index ପାରାନ୍ଥେସେସ୍ ମଧ୍ୟରେ ଡବଲ୍ କୋଟ୍ସ ମଧ୍ୟରେ linux କମା ଡବଲ୍ କୋଟ୍ସ ମଧ୍ୟରେ n, 3 ରିଟର୍ନ କରିଥାଏ.

ଗୋଟିଏ ଉଦାହରଣ ଦେଖନ୍ତୁ

07:10 awkdemo.txt ଫାଇଲ୍ ଖୋଲନ୍ତୁ
07:14 ଆମେ ଜାଣିଛେ ଯେ, awkdemo.txtରେ ଥିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର 4 ଅଙ୍କ ବିଶିଷ୍ଟ ରୋଲ୍ ନମ୍ୱର୍ ଅଛି
07:21 ଟାଇପିଙ୍ଗ୍ ତ୍ରୁଟି କାରଣରୁ, ରୋଲ୍ ନମ୍ୱର୍‌ଗୁଡ଼ିକ ଭୁଲ ଅଙ୍କ ବିଶିଷ୍ଟ ହୋଇଥାଇପାରେ.

Awk commands ବ୍ୟବହାର କରି ଆମେ ସହଜରେ ଏହିଗୁଡ଼ିକୁ ଠାବ କରିପାରିବା

07:30 ଟର୍ମିନଲ୍‌କୁ ଯାଆନ୍ତୁ.

ଟର୍ମିନଲ୍ ଖାଲି କରିଦିଅନ୍ତୁ

07:36 ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ.

ପ୍ରଥମ ଫିଲ୍ଡର ଦୀର୍ଘତା 4 ସହ ସମାନ କି ନୁହେଁ, ଏଠାରେ ଆମେ ଦେଖିବା

07:46 ଯଦି ନୁହେଁ, ତେବେ ସେହି ନିର୍ଦ୍ଦିଷ୍ଟ ରେକର୍ଡ ପ୍ରିଣ୍ଟ ହେବ.

Enter ଦାବନ୍ତୁ

07:53 ଦେଖନ୍ତୁ, ଏଠାରେ ଥିବା S02 ରୋଲ୍ ନମ୍ୱର୍‌କୁ ଭୁଲ ଭାବେ ଟାଇପ୍ କରାଯାଇଛି
08:00 ଏହା ହେଉଛି ତିନି ଅଙ୍କ ବିଶିଷ୍ଟ, ଯେଉଁଠାରେ କି ବାକିସବୁ ଚାରି ଅଙ୍କ ବିଶିଷ୍ଟ
08:07 substr(s,a,b) function, ଏକ ବଡ଼ "ଷ୍ଟ୍ରିଙ୍ଗ୍ s"ରୁ ଗୋଟିଏ substring ଏକ୍ସଟ୍ରାକ୍ଟ କରିଥାଏ
08:14 ଏହାର ମାନଦଣ୍ଡକୁ ମୁଁ ବର୍ଣ୍ଣନା କରୁଛି
08:17 ଏଠାରେ, s ହେଉଛି "ଷ୍ଟ୍ରିଙ୍ଗ୍”
08:20 sରେ ପୋଜିଶନ୍‌କୁ a ଘୋଷିତ କରିଥାଏ, ଯେଉଁଥିରୁ ଏକ୍ସଟ୍ରାକ୍ସନ୍ ଆରମ୍ଭ ହେବ
08:26 କ୍ୟାରେକ୍ଟର୍ସର ସଂଖ୍ୟାକୁ b ଘୋଷିତ କରିଥାଏ, ଯାହାକୁ ଏକ୍ସଟ୍ରାକ୍ଟ କରାଯିବ.

ଗୋଟିଏ ଉଦାହରଣ ଦେଖନ୍ତୁ

08:33 awkdemo.txt ଫାଇଲ୍‌କୁ ଯାଆନ୍ତୁ
08:37 ରୋଲ୍ ନମ୍ୱର୍‌ର ପ୍ରଥମ ଅକ୍ଷର Hostel Codeକୁ ପ୍ରତିନିଧିତ୍ୱ କରିଥାଏ, ଯେଉଁଠାରେ ସେହି ବିଦ୍ୟାର୍ଥୀ ରୁହନ୍ତି
08:46 ମନେକରନ୍ତୁ, ଆମେ ହଷ୍ଟେଲ୍ Aରେ ରହୁଥିବା ବିଦ୍ୟାର୍ଥୀମାନଙ୍କର ତାଲିକା ଖୋଜିବାକୁ ଚାହୁଁଛେ
08:52 ତାହା କରିବା ପାଇଁ ଚାଲନ୍ତୁ ଟର୍ମିନଲ୍‌କୁ ଯିବା
08:56 ଏଠାରେ ଦେଖାଯାଇଥିବା ଭଳି କମାଣ୍ଡ ଟାଇପ୍ କରନ୍ତୁ
09:00 ଏଠାରେ ଆମେ, $1 ଦ୍ୱାରା ଘୋଷିତ କରାଯାଇଥିବା "ଷ୍ଟ୍ରିଙ୍ଗ୍"କୁ ନେବା
09:05 ଯେପରି ଆମେ ଜାଣିଛେ, $1 ପ୍ରଥମ ଫିଲ୍ଡକୁ ପ୍ରତିନିଧିତ୍ୱ କରିଥାଏ, ଯାହା ଆମ ମାମଲାରେ ରୋଲ୍ ନମ୍ୱର୍ ଅଟେ
09:12 ଏହାପରେ, ଆମେ ଏକ Substring ଏକ୍ସଟ୍ରାକ୍ଟ କରିବା, ଯାହା କ୍ୟାରେକ୍ଟର୍ ଲେନ୍ଥ୍ "ୱନ୍” ସହିତ "ୱନ୍” ପୋଜିଶନ୍‌ରେ ଆରମ୍ଭ ହୋଇଥାଏ
09:19 ତା’ପରେ, ଯଦି ଏହା କ୍ୟାପିଟଲ୍ A ସହିତ ସମାନ ହୁଏ, ତେବେ ଫାଇଲ୍‌ରୁ ସେହି ଲାଇନ୍ ପ୍ରିଣ୍ଟ ହେବ.

ଆଉଟପୁଟ୍ ଦେଖିବା ପାଇଁ Enter ଦାବନ୍ତୁ

09:29 ଆମେ ହଷ୍ଟେଲ୍ Aରେ ରହୁଥିବା ବିଦ୍ୟାର୍ଥୀମାନଙ୍କର ତାଲିକା ପାଇଲେ
09:34 ଆମେ ପୂର୍ବରୁ Function Split ଦେଖିଛେ.

ତେଣୁ, ମୁଁ ଏଠାରେ ସବିଶେଷ ବର୍ଣ୍ଣନା କରୁନାହିଁ

09:40 ଯଦି ଆପଣଙ୍କର କୌଣସି ସନ୍ଦେହ ଅଛି, ତେବେ ପୂର୍ବବର୍ତ୍ତୀ awk ଟ୍ୟୁଟୋରିଆଲ୍ସ ଦେଖନ୍ତୁ
09:45 ସେଥିରେ ଅନ୍ୟ କେତେକ “ପଙ୍କଶନ୍ସ” ଅଛି, ଯେଉଁଗୁଡ଼ିକ ଇନପୁଟ୍/ଆଉଟପୁଟ୍ ସହ ସମ୍ପର୍କିତ.

“System() ଫଙ୍କଶନ୍” - awk ମଧ୍ୟରେ ଯେକୌଣସି "ୟୁନିକ୍ସ କମାଣ୍ଡ” ଚଲାଇବା ପାଇଁ ଆମକୁ ସାହାଯ୍ୟ କରିଥାଏ

09:56 ଏବେ ଆମେ, “awk କମାଣ୍ଡ” ମାଧ୍ୟମରେ "ୟୁନିକ୍ସ କମାଣ୍ଡ ଡେଟ୍” ଚଲାଇବା
10:01 ଟର୍ମିନଲ୍‌କୁ ଯାଆନ୍ତୁ ଏବଂ ପ୍ରଦର୍ଶିତ ଅନୁସାରେ କମାଣ୍ଡ ଟାଇପ୍ କରନ୍ତୁ

ଏବଂ Enter ଦାବନ୍ତୁ

10:09 ଆଉଟପୁଟ୍ ଭାବେ "ଟର୍ମିନଲ୍"ରେ ଆଜିର ତାରିଖ ଓ ସମୟ ପ୍ରଦର୍ଶିତ ହେଉଛି
10:15 ଏବେ, ଏହା ଆମକୁ କାହିଁକି ଦରକାର? ଆମେ କେବଳ, awk କମାଣ୍ଡର BEGIN Section ରଖିଲେ “
10:21 ବାସ୍ତବିକ ଦୁନିଆ ପରିଦୃଶ୍ୟରେ ଆମେ, ଆବଶ୍ୟକ ଆଉଟପୁଟ୍ ପ୍ରଦର୍ଶିତ କରିବା ପୂର୍ବରୁ "ସିଷ୍ଟମ୍ ଡେଟ୍” ପ୍ରିଣ୍ଟ କରିବାକୁ ଇଚ୍ଛା କରିପାରିବା
10:28 ସେହି ମାମଲାରେ ଆମକୁ, “awk କମାଣ୍ଡ"ରୁ ସିଷ୍ଟମ୍ କମାଣ୍ଡ"ଗୁଡ଼ିକୁ ନିଷ୍ପାଦନ କରିବାକୁ ପଡ଼ିବ
10:34 ସେଥିରେ, "ଟାଇମ୍ ଷ୍ଟାମ୍ପ୍” ସହିତ ସମ୍ୱନ୍ଧିତ କେତେକ "ଫଙ୍କଶନ୍ସ” ଅଛି, ଯେପରି -

systime(), strftime(), ଆଦି

10:43 ଏହି "ଫଙ୍କଶନ୍"ଗୁଡ଼ିକ ବିଷୟରେ ଜାଣିବା ପାଇଁ ଇଣ୍ଟର୍ନେଟ୍ ବ୍ରାଉଜ୍ କରନ୍ତୁ
10:48 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ -

10:53 ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ ପ୍ରକାରର “ବିଲ୍ଟ-ଇନ୍ ଫଙ୍କଶନ୍ସ” ବିଷୟରେ ଶିଖିଲେ, ଯେପରି

"ଆରିଥମେଟିକ୍ ଫଙ୍କଶନ୍ସ", "ଷ୍ଟ୍ରିଙ୍ଗ୍ ଫଙ୍କଶନ୍ସ", "ଇନପୁଟ୍ ଓ ଆଉଟପୁଟ୍ ଫଙ୍କଶନ୍ସ" ଏବଂ "ଟାଇମ୍ ଷ୍ଟାମ୍ପ ଫଙ୍କଶନ୍ସ"

11:06 ଏକ ଆସାଇନମେଣ୍ଟ ଭାବେ - awkdemo.txt ଫାଇଲ୍ ବ୍ୟବହାର କରି ପ୍ରତ୍ୟେକ ରେକର୍ଡର ଶେଷ "ଫିଲ୍ଡ” ପ୍ରିଣ୍ଟ କରିବା ପାଇଁ ଏକ awk ପ୍ରୋଗ୍ରାମ୍ ଲେଖନ୍ତୁ
11:13 ଯେଉଁଥିରେ, ବିଦ୍ୟାର୍ଥୀଙ୍କ ନାମର ତୃତୀୟ ଅକ୍ଷରରେ ସ୍ମଲ୍ u ଥିବ
11:22 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

11:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:43 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
11:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

11:59 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep