Linux-AWK/C2/Basics-of-Single-Dimensional-Array-in-awk/Oriya

From Script | Spoken-Tutorial
Revision as of 17:57, 20 July 2019 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, AWKରେ "ବେସିକ୍ସ ଅଫ୍ ସିଙ୍ଗଲ୍ ଡାଇମେନସନଲ୍ ଆରେ” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - AWKରେ “ଆରେ"
00:12 “ଆରେ ଏଲେମେଣ୍ଟସ୍” ଆସାଇନ୍ କରିବା
00:15 ଅନ୍ୟ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଆରେଗୁଡ଼ିକଠାରୁ ଏହା କିପରି ଭାବରେ ଭିନ୍ନ ଏବଂ ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ଦେଖିବା
00:23 ଏହାକୁ ଆମେ କେତେକ ଉଦାହରଣ ମାଧ୍ୟମରେ କରିବା
00:26 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ଏବଂ Gedit Text Editor 3.20.1 ବ୍ୟବହାର କରୁଛି
00:38 ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ
00:42 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣ, ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବ AWK ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ଜାଣିଥିବା ଦରକାର
00:49 ଆପଣଙ୍କ ପାଖରେ C କିମ୍ୱା C++ ଭଳି ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌ର ମୌଳିକ ଜ୍ଞାନ ଥିବା ଉଚିତ
00:56 ଯଦି ନାହିଁ, ତେବେ ଆମ ୱେବ୍ ସାଇଟ୍‌ରେ ଥିବା ସମ୍ୱନ୍ଧିତ ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ
01:02 ଏହି ଟ୍ୟୁଟୋରିଆଲ୍ ପେଜ୍‌ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ଫାଇଲ୍ ଗୁଡ଼ିକ ଉପଲବ୍ଧ ଅଛି.

ଦୟାକରି ସେଗୁଡ଼ିକୁ ଡାଉନଲୋଡ୍ କରି ଏକ୍ସଟ୍ରାକ୍ଟ କରନ୍ତୁ

01:11 AWKରେ ଏକ “ଆରେ” କ’ଣ?

ସମ୍ପର୍କିତ “ଏଲେମେଣ୍ଟ”ଗୁଡ଼ିକୁ ଷ୍ଟୋର୍ କରିବା ପାଇଁ AWK "ଆରେ” କୁ ସପୋର୍ଟ କରିଥାଏ

01:18 "ଏଲେମେଣ୍ଟସ୍” ଏକ ସଂଖ୍ୟା କିମ୍ୱା ଏକ ଷ୍ଟ୍ରିଙ୍ଗ୍ ହୋଇପାରେ
01:21 AWKରେ ଥିବା ଆରେ ହେଉଛି "ଆସୋସିଏଟିଭ୍"
01:24 ଏହାର ଅର୍ଥ ହେଉଛି, ପ୍ରତ୍ୟେକ "ଆରେ ଏଲେମେଣ୍ଟ” ଏକ "ଇଣ୍ଡେକ୍ସ-ଭାଲ୍ୟୁ ପେୟାର୍” ଅଟେ
01:29 ଅନ୍ୟ ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ରେ ଥିବା "ଆରେ” ସହିତ ଏହା ବହୁତ ସମାନ ଜଣାପଡ଼େ
01:33 କିନ୍ତୁ ସେଥିରେ କିଛି ମହତ୍ତ୍ୱପୂର୍ଣ୍ଣ ପ୍ରଭେଦ ଅଛି
01:36 ପ୍ରଥମେ, ଏହାକୁ ବ୍ୟବହାର କରିବା ପୂର୍ବରୁ ଆମକୁ ଏକ "ଆରେ” ଘୋଷଣା କରିବାର ଆବଶ୍ୟକତା ନାହିଁ
01:41 “ଆରେ” କେତୋଟି “ଏଲେମେଣ୍ଟସ୍” ରଖିବ, ତାହା ମଧ୍ୟ ନିର୍ଦ୍ଦିଷ୍ଟ କରିବା ଦରକାର ନାହିଁ
01:47 ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌ରେ, “ଆରେ ଇଣ୍ଡେକ୍ସ” ହେଉଛି ସାଧାରଣତଃ ଏକ ପଜିଟିଭ୍ ଇଣ୍ଟେଜର୍
01:52 ସାଧାରଣତଃ, ଇଣ୍ଡେକ୍ସ ଆରମ୍ଭ ହୋଇଥାଏ 0ରୁ, ତା’ପରେ 1, ତା’ପରେ 2 ଓ ଏହିପରି ଭାବେ ଚାଲେ
01:58 କିନ୍ତୁ AWKରେ, "ଇଣ୍ଡେକ୍ସ” ଯାହାକିଛି ବି ହୋଇପାରେ - କୌଣସି ସଂଖ୍ୟା କିମ୍ୱା ଏକ ଷ୍ଟ୍ରିଙ୍ଗ୍
02:03 AWKରେ ଏକ “ଆରେ ଏଲେମେଣ୍ଟ” ଆସାଇନ୍ କରିବାର ଏହା ହେଉଛି ସିଣ୍ଟାକ୍ସ.

“ଆରେ ନେମ୍” ଯେକୌଣସି ବୈଧ ଭେରିଏବଲ୍ ନାମ ହୋଇପାରେ

02:11 ଏଠାରେ, "ଇଣ୍ଡେକ୍ସ” ଏକ "ଇଣ୍ଟେଜର୍” କିମ୍ୱା ଏକ "ଷ୍ଟ୍ରିଙ୍ଗ୍” ହୋଇପାରେ
02:16 "ଷ୍ଟ୍ରିଙ୍ଗସ୍"କୁ ଡବଲ୍ କୋଟ୍ସ ଭିତରେ ଲେଖିବାକୁ ହେବ, ତାହା ଅବା "ଇଣ୍ଡେକ୍ସ” ନାମ ହୋଇଥାଉ କିମ୍ୱା ଏକ "ଭାଲ୍ୟୁ” ହୋଇଥାଉ
02:23 ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା
02:27 ମୁଁ, କୋଡ୍‌କୁ ଆଗରୁ ଲେଖିସାରିଛି ଏବଂ array_intro.awk ଭାବରେ ସେଭ୍ କରିସାରିଛି
02:34 ସେହି ଫାଇଲ୍, ପ୍ଲେୟର୍ ତଳେ ଥିବା "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି.

ଦୟାକରି ତାହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ

02:41 ଏଠାରେ ମୁଁ, ସପ୍ତାହର ଦିନଗୁଡ଼ିକୁ ଏକ ଉଦାହରଣ ଭାବରେ ନେଇଛି ଏବଂ BEGIN Section ଭିତରେ ତାହାକୁ ଲେଖିଛି
02:48 ଏଠାରେ, "ଆରେ"ର ନାମ ହେଉଛି "Day”
02:52 "ଇଣ୍ଡେକ୍ସ"କୁ 1 ଭାବରେ ଏବଂ ଭାଲ୍ୟୁକୁ Sunday ଭାବରେ ମୁଁ ସେଟ୍ କରିଛି
02:57 ଏହି "ଆରେ ଏଲେମେଣ୍ଟ"ରେ, ମୁଁ ଗୋଟିଏ "ଷ୍ଟ୍ରିଙ୍ଗ୍"କୁ "ଇଣ୍ଡେକ୍ସ” ଭାବେ ବ୍ୟବହାର କରିଛି.

ତେଣୁ, "ଇଣ୍ଡେକ୍ସ ଫର୍ଷ୍ଟ” ପାଇଁ ଭାଲ୍ୟୁ ହେଉଛି Sunday

03:06 ସମଗ୍ର "ଆରେ” ସେହିଭଳି ନିର୍ମିତ ହୋଇଛି
03:10 ଏଠାରେ ଦେଖନ୍ତୁ, "ଆରେ ଏଲେମେଣ୍ଟ” ଶୃଙ୍ଖଳାରେ ନାହିଁ.

ମୁଁ, Day Three ପୂର୍ବରୁ Day Four ଘୋଷିତ କରିଛି

03:18 AKW ଆରେଜ୍‌ରେ, ଇଣ୍ଡେକ୍ସ ଶୃଙ୍ଖଳାତ୍ମକ ଶୈଳୀରେ ରହିବାର ଆବଶ୍ୟକତା ନାହିଁ
03:23 "ଆସୋସିଏଟିଭ୍ ଆରେ”ର ଲାଭ ହେଉଛି ଯେ, ଯେକୌଣସି ସମୟରେ ନୂଆ ପେୟାର୍‌କୁ ଯୋଡ଼ିହେବ
03:29 ମୁଁ "ଆରେ"ରେ Day 6 ଯୋଡୁଛି
03:33 ଶେଷ ଲାଇନ୍ ଶେଷରେ କର୍ସର୍‌କୁ ରଖନ୍ତୁ ଏବଂ Enter ଦାବନ୍ତୁ.

ତା’ପରେ ନିମ୍ନଲିଖିତ ଟାଇପ୍ କରନ୍ତୁ

03:42 ଫାଇଲ୍‌କୁ ସେଭ୍ କରନ୍ତୁ
03:44 ଆମେ "ଆରେ"କୁ ଘୋଷିତ କଲେ.

କିନ୍ତୁ, ଆମେ କିପରି ଭାବେ "ଆରେ ଏଲେମେଣ୍ଟ"କୁ ଉଲ୍ଲେଖ କରିବା?

03:49 ଗୋଟିଏ ନିର୍ଦ୍ଦିଷ୍ଟ "ଇଣ୍ଡେକ୍ସ"ଠାରେ ଏକ "ଏଲେମେଣ୍ଟ"କୁ ଉଲ୍ଲେଖ କରିବା ପାଇଁ ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ "ଆରେନେମ୍” ଓ "ଇଣ୍ଡେକ୍ସ” ଲେଖନ୍ତୁ.

ଚାଲନ୍ତୁ, ଏହା କରି ଦେଖିବା

03:58 ପୁଣିଥରେ କୋଡ୍‌କୁ ଯାଆନ୍ତୁ
04:01 ବନ୍ଦ କର୍ଲୀ ବ୍ରେସ୍ ସାମ୍ନାରେ କର୍ସର୍‌କୁ ରଖନ୍ତୁ
04:05 Enter ଦାବନ୍ତୁ ଏବଂ ଟାଇପ୍ କରନ୍ତୁ print ସ୍ପେସ୍ day ସ୍କ୍ୱେର୍ ବ୍ରାକେଟ୍ ମଧ୍ୟରେ 6
04:13 କୋଡ୍‌କୁ ସେଭ୍ କରନ୍ତୁ
04:15 Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
04:20 cd କମାଣ୍ଡ ବ୍ୟବହାର କରି Code Files ଡାଉନଲୋଡ୍ ଓ ଏକ୍ସଟ୍ରାକ୍ଟ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
04:27 ଏବେ ଟାଇପ୍ କରନ୍ତୁ awk ସ୍ପେସ୍ ହାଇଫେନ୍ ସ୍ମଲ୍ f ସ୍ପେସ୍ array_intro.awk

Enter ଦାବନ୍ତୁ

04:38 ଦେଖନ୍ତୁ, ଆମେ ଆଉଟପୁଟ୍ ଭାବେ Friday ପାଇଲେ
04:42 ତା’ପରେ ଆମେ, ଏକ ନିର୍ଦ୍ଦିଷ୍ଟ ଇଣ୍ଡେକ୍ସଠାରେ ଏକ “ଆରେ”ରେ କୌଣସି “ଏଲେମେଣ୍ଟ” ବିଦ୍ୟମାନ ଅଛି କି ନାହିଁ ଯାଞ୍ଚ କରିବା
04:48 ଏଥିପାଇଁ ଆମକୁ, in operator ବ୍ୟବହାର କରିବାକୁ ହେବ. ଚାଲନ୍ତୁ ଏହାକୁ ଏକ ଉଦାହରଣ ସହ ବୁଝିବା
04:55 ଏଡିଟର୍ ୱିଣ୍ଡୋରେ ଥିବା କୋଡ୍‌କୁ ଯାଆନ୍ତୁ.
04:59 print statement ଶେଷରେ କର୍ସର୍‌କୁ ରଖନ୍ତୁ ଏବଂ Enter ଦାବନ୍ତୁ.

ତା’ପରେ. ଦେଖାଯାଇଥିବା ଅନୁସାରେ ଟାଇପ୍ କରନ୍ତୁ

05:09 କୋଡ୍‌କୁ ସେଭ୍ କରନ୍ତୁ
05:11 ଏବେ, ମୁଁ ଦୁଇଟି if conditions ଯୋଡ଼ିଛି
05:15 ପ୍ରଥମ if condition, Dayରେ Index Two ଅଛି କି ନାହିଁ, ଯାଞ୍ଚ କରିବ
05:21 ଯଦି ହଁ, ତେବେ ଅନୁରୂପୀ "ପ୍ରିଣ୍ଟ ଷ୍ଟେଟମେଣ୍ଟ” ନିଷ୍ପାଦିତ ହେବ
05:26 ତା’ପରେ ଦ୍ୱିତୀୟ condition, Dayରେ Index Seven ଅଛି କି ନାହିଁ, ଯାଞ୍ଚ କରିବ.

ଯଦି ତାହା ସତ୍ୟ ହୋଇଥାଏ, ତେବେ ତାହା print statementକୁ ନିଷ୍ପାଦିତ କରିବ

05:35 ଯେପରି ଆମେ ଦେଖିପାରୁଛେ, "ଆରେ"ରେ Index Two ଅଛି, Seven ନୁହେଁ.

ଆଉଟପୁଟ୍‌କୁ ଯାଞ୍ଚ କରିବା ପାଇଁ ଚାଲନ୍ତୁ ଏହି ଫାଇଲ୍‌କୁ ନିଷ୍ପାଦନ କରିବା

05:44 ଟର୍ମିନଲ୍‌କୁ ଯାଆନ୍ତୁ. ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ
05:51 ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ
05:54 ଆମେ, ଆଶାନୁରୂପ ଆଉଟପୁଟ୍ ପାଇବା
05:57 ଆମେ ଏବେ, କୋଡ୍‌ରେ କିଛି ଅଧିକ ପରିବର୍ତ୍ତନ କରିବା.

ଦେଖାଯାଇଥିବା ଭଳି କୋଡ୍‌କୁ ଅପଡେଟ୍ କରନ୍ତୁ

06:04 Day Conditionରେ 7 ତଳେ, ମୁଁ ଆଉ ଗୋଟିଏ Condition ଯୋଡ଼ିଦେଇଛି
06:09 ଏହା, Index Sevenର ଭାଲ୍ୟୁ ନଲ୍ କି ନୁହେଁ, ତାହା ଯାଞ୍ଚ କରିବ
06:14 ଯଦି ସତ୍ୟ ହୋଇଥିବ, ତେବେ Index 7 is not null ପ୍ରିଣ୍ଟ ହେବ
06:18 ଆମେ ଜାଣିଛେ ଯେ, ଆମ ପାଖରେ 7 ସହିତ କୌଣସି Index ନାହିଁ, ତେଣୁ ଏହା କିଛି ପ୍ରିଣ୍ଟ କରିବ ନାହିଁ
06:24 ତା’ପରେ ଆମେ, Dayରେ Condition 7ର print statement ବଦଳାଇବା
06:30 କୋଡ୍‌କୁ ସେଭ୍ କରନ୍ତୁ.

କୋଡ୍ ନିଷ୍ପାଦନ କଲେ କ’ଣ ହେଉଛି, ଚାଲନ୍ତୁ ଦେଖିବା

06:35 ଟର୍ମିନଲ୍‌କୁ ଯାଆନ୍ତୁ.

ପୂର୍ବରୁ ନିଷ୍ପାଦିତ ହୋଇଥିବା କମାଣ୍ଡ ପାଇବା ପାଇଁ "ଅପ୍ ଆରୋ” କୀ’ ଦାବନ୍ତୁ

06:43 ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ
06:46 ଆମକୁ ଏକ ଅପ୍ରତ୍ୟାଶିତ ଆଉଟପୁଟ୍ ମିଳିଲା
06:49 ଷ୍ଟେଟମେଣ୍ଟ, Index 7 is prsent after null comparison ପ୍ରିଣ୍ଟ ହେଲା.

ଏହା କିପରି ସମ୍ଭବ ହେଲା?

06:57 ଯେତେବେଳେ ଆମେ ଲେଖୁ, day[7] not equal to null, ସେତେବେଳେ ଆମେ index 7ରେ ଥିବା elementକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରିଥାଉ
07:04 ଏହି ଆକେସ୍ ନିଜେ ହିଁ ପ୍ରଥମେ Index 7ରେ ଏକ ଏଲେମେଣ୍ଟ ତିଆରି କରିବ ଏବଂ ଭାଲ୍ୟୁ null ସହିତ ଏହାକୁ ଇନିଶିଆଲାଇଜ୍ କରିବ
07:12 ତା’ପରେ ଆମେ, ପ୍ରକୃତରେ Index 7ରେ କୌଣସି "ଏଲେମେଣ୍ଟ” ଅଛି କି ନାହିଁ ଦେଖିବା ପାଇଁ ଚେଷ୍ଟା କରିଥାଉ
07:18 Null Element ପୂର୍ବରୁ ତିଆରି ହୋଇସାରିଥିବାରୁ, Null କମ୍ପାରିଜନ୍ ପରେ Index 7 ଅଛି ବୋଲି ଆଉଟପୁଟ୍ ଦେଖାଇଥାଏ
07:26 ତେଣୁ, ଏହାକୁ ମନେରଖନ୍ତୁ -

ଏକ "ଏଲେମେଣ୍ଟ"ର ଉପସ୍ଥିତି ଯାଞ୍ଚ କରିବା ପାଇଁ Day at Index 7 not equal to Null ହେଉଛି ଏକ ଭୁଲ ମାର୍ଗ

07:34 ଏହା, Index 7ରେ ଏକ Null Element ତିଆରି କରିବ
07:38 ଏହା ବଦଳରେ ଆମକୁ, in operator ବ୍ୟବହାର କରିବାକୁ ହେବ
07:41 ଏହା, "ଆରେ"ରେ କୌଣସି ଅତିରିକ୍ତ "ଏଲେମେଣ୍ଟ” ତିଆରି କରିବ ନାହିଁ.

ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

07:50 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ - AWKରେ “ଆରେ"
07:54 “ଆରେ ଏଲେମେଣ୍ଟସ୍” ଆସାଇନ୍ କରିବା
07:56 ଅନ୍ୟ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍‌ଗୁଡ଼ିକରେ ଥିବା ଆରେଗୁଡ଼ିକଠାରୁ ଏହା କିପରି ଭାବରେ ଭିନ୍ନ
08:00 ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ଦେଖିବା
08:03 ଏକ ଆସାଇନମେଣ୍ଟ ଭାବେ - ଏକ Array FlowerColor ପରିଭାଷିତ କରନ୍ତୁ
08:07 ଫୁଲଗୁଡ଼ିକର ନାମ ଇଣ୍ଡେକ୍ସ ହେବ
08:10 ଫୁଲଗୁଡ଼ିକର ଅନୁରୂପୀ ରଙ୍ଗ ଭାଲ୍ୟୁ ହେବ
08:14 ନିଜ ପସନ୍ଦର ଯେକୌଣସି ପାଞ୍ଚୋଟି ଫୁଲ ପାଇଁ ଏଣ୍ଟ୍ରୀ ଭର୍ତ୍ତି କରନ୍ତୁ
08:18 ଚତୁର୍ଥ ଫୁଲର ରଙ୍ଗ ପ୍ରିଣ୍ଟ କରନ୍ତୁ.

"ଆରେ"ରେ "ପଦ୍ମ” ଫୁଲ ଅଛି କି ନାହିଁ, ଦେଖନ୍ତୁ

08:25 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

08:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଏବଂ ପ୍ରମାଣପତ୍ର ଦିଅନ୍ତି.

08:42 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ:
08:46 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
08:50 ସ୍ପୋକନ୍ ଟ୍ୟୁଟୋରିଆନ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

09:01 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep