Difference between revisions of "LaTeX-Old-Version/C2/LaTeX-on-Windows-using-TeXworks/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |'''Time''' |'''Narration''' |- |00:01 | ବନ୍ଧୁଗଣ, LaTeX on Windows using TeXworks ଉପରେ ଥିବା ସ୍ପୋକନ୍ ଟ୍ୟୁଟ...")
 
(No difference)

Latest revision as of 15:11, 16 October 2019

Time Narration
00:01 ବନ୍ଧୁଗଣ, LaTeX on Windows using TeXworks ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ:
00:09 MikTeXକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ଶିଖିବା
00:11 TeXworksକୁ ବ୍ୟବହାର କରି ମୌଳିକ LaTeX ଡକୁମେଣ୍ଟଗୁଡିକୁ ଲେଖନ୍ତୁ
00:15 ଛାଡିଯାଇଥିବା ପ୍ୟାକେଜଗୁଡିକୁ ଡାଉନଲୋଡ୍ କରିବା ପାଇଁ MikTeXକୁ କନଫିଗ୍ୟୋର୍ କରନ୍ତୁ
00:19 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି, Windows7 operating system ଏବଂ MikTeX2.9
00:27 ବର୍ତ୍ତମାନ ଚାଲନ୍ତୁ TeXworksର ପ୍ରମୁଖ ଗୁଣାବଳୀଗୁଡିକୁ ଦେଖିବା
00:31 ଏହା ଯେକୌଣସି ପ୍ଲାଟଫର୍ମରେ କାର୍ଯ୍ୟକରି ପାରେ
00:33 ଏହାର ଗୋଟିଏ ନିଜସ୍ଵ pdf reader ଅଛି
00:36 ଏହା ଭାରତୀୟ ଭାଷାର typesettingକୁ ସମର୍ଥନ କରେ
00:39 TeXworksକୁ ଆରମ୍ଭ କରିବା ପୂର୍ବରୁ, MikTeXକୁ ଇନଷ୍ଟଲ୍ କରନ୍ତୁ
00:44 MikTeX ଗୋଟିଏ TeX ବା LaTeXର ଅଦ୍ୟତମ ପ୍ରୟୋଗ ଅଟେ ଏବଂ Windows ପାଇଁ ସାମଞ୍ଜସ୍ୟ ଥିବା ପ୍ରୋଗ୍ରାମ୍ ଅଟେ
00:52 ଏହା Windows ଉପରେ LaTeXର ମୌଳିକ ଡକୁମେଣ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ଆବଶ୍ୟକୀୟ ପ୍ୟାକେଜଗୁଡିକୁ ଧାରଣ କରିଥାଏ
00:58 ବେଶେଷତଃ, MikTeXର ଇନଷ୍ଟଲେଶନ୍ ସହିତ ଉପଲବ୍ଧ ଥିବା TeXworks ହେଉଛି ଗୋଟିଏ ଡିଫଲ୍ଟ ଏଡିଟର୍
01:04 www.miktex.org ୱେବସାଇଟକୁ ଯା’ନ୍ତୁ
01:10 ନିର୍ଦ୍ଦେଷିତ MikTeX ଇନଷ୍ଟଲର୍ ପାଇଁ ଥିବା Download link ଉପରେ କ୍ଲିକ୍ କରନ୍ତୁ
01:15 ଏହା MikTeX ଇନଷ୍ଟଲରକୁ ଡାଉନଲୋଡ୍ କରିବ
01:18 ଏହାକୁ ଡେସ୍କଟପ୍ ଉପରେ ଡାଉନଲୋଡ୍ ଓ ସେଭ୍ କରନ୍ତୁ
01:22 ଏହା 154 mega bytes ଆକାର ଥିବା, ଗୋଟିଏ ବିଷାଳ ଫାଇଲ୍ ଅଟେ
01:25 ତେଣୁ, ଏହା ଡାଉନଲୋଡ୍ ହେବା ପାଇଁ କିଛି ସମୟ ନେବ
01:27 ମୁଁ ଏହାକୁ ଡାଉନଲୋଡ୍ କରିସାରିଛି. ଏହା ଏଠାରେ ଅଛି
01:32 ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:36 ଚେକ୍ ବକ୍ସକୁ ଚେକ୍ କରିବା ସହିତ Next ଉପରେ କ୍ଲିକ୍ କରନ୍ତୁ
01:40 ସମଗ୍ର ଡିଫଲ୍ଟ ଅପଶନଗୁଡିକୁ ଚୟନ କରନ୍ତୁ
01:43 ଇନଷ୍ଟଲେଶନ୍ ପ୍ରକ୍ରିୟା ପାଖାପାଖି 5 ରୁ 10 ମିନିଟ୍ ସମୟ ନେବ
01:47 କମ୍ପ୍ୟୁଟରରେ MikTeX ଇନଷ୍ଟଲ୍ ହୋଇସାରିଛି
01:50 ତେଣୁ ମୁଁ ଇନଷ୍ଟଲେଶନ୍ ପ୍ରକ୍ରିୟାକୁ ଆଗକୁ ବଢାଇବି ନାହିଁ
01:54 କମ୍ପ୍ୟୁଟରରେ MikTeXକୁ ସଫଳତାର ସହ ଇନଷ୍ଟଲ୍ କରିସାରିବା ପରେ,
01:58 MikTeX ସହିତ ଆସିଥିବା TeXworks editorକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ଦେଖିବା
02:03 ୱିଣ୍ଡୋର Start ବଟନ୍ ଉପରେ କ୍ଲିକ୍ କରନ୍ତୁ
02:07 All Programs ଉପରେ କ୍ଲିକ୍ କରନ୍ତୁ
02:09 MikTeX2.9 ଉପରେ କ୍ଲିକ୍ କରନ୍ତୁ
02:12 TeXworks ଉପରେ କ୍ଲିକ୍ କରନ୍ତୁ
02:15 TeXworks editor ଖୋଲିବ
02:18 ଗୋଟିଏ ବିଦ୍ୟମାନ ଥିବା LaTeX documentକୁ ଖୋଲନ୍ତୁ
02:21 File ଉପରେ କ୍ଲିକ୍ କରିବା ସହିତ Open ଉପରେ କ୍ଲିକ୍ କରି ଡାଇରେକ୍ଟୋରୀକୁ ଚୟନ କରନ୍ତୁ
02:28 ତା’ପରେ hello.tex ଫାଇଲକୁ ଖୋଲନ୍ତୁ
02:32 ଏହି ଫାଇଲ୍ ମଧ୍ୟରେ ଲେଖାଥିବା ଟେକ୍ସଟ ରଙ୍ଗିନ୍ ଥିବାର ଆପଣ ଦେଖିପାରିବେ
02:37 ଏହାକୁ ସିଣ୍ଟାକ୍ସ ହାଇଲାଇଟିଙ୍ଗ କୁହାଯାଏ
02:41 ଏହା, ୟୁଜରକୁ, ୟୁଜର୍ କଣ୍ଟେଣ୍ଟ ଓ LaTeX syntax ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବାରେ ସାହାଯ୍ୟ କରେ
02:47 LaTeX ସିଣ୍ଟାକ୍ସ ହାଇଲାଇଟ୍ ହୋଇନ’ଥିବା କ୍ଷେତ୍ରରେ, ନିମ୍ନଲିଖିତ କରନ୍ତୁ
02:52 TeXworks ୱିଣ୍ଡୋରେ, ମେନୁବାର୍ ଉପରେ ଉପଲବ୍ଧ ଥିବା Format ବଟନ୍ ଉପରେ କ୍ଲିକ୍ କରନ୍ତୁ
02:58 Syntax Colouringକୁ ଚୟନ କରିବା ସହିତ LaTeX ଉପରେ କ୍ଲିକ୍ କରନ୍ତୁ
03:03 ଯଦି ଆପଣ ସୃଷ୍ଟି କରିଥିବା LaTeX ଡକୁମେଣ୍ଟ ଉପରେ TeXworksର ହାଇଲାଇଟିଙ୍ଗ ସିଣ୍ଟାକ୍ସକୁ ପ୍ରୟୋଗ କରିବାକୁ ଚାହାଁନ୍ତି ତେବେ ନିମ୍ନଲିଖିତ କରନ୍ତୁ
03:10 ମେନୁ ବାର୍ ଉପରେ ଥିବା Edit ଏବଂ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ
03:16 Editor ଟାବରେ, ଡ୍ରପ୍ ଡାଉନ୍ ବଟନ୍ ଉପରେ ଯାହା Syntax Colouring ପାଇଁ ଅପଶନ୍ ପ୍ରଦାନ କରିବ
03:22 LaTeX ଚୟନ କରନ୍ତୁ ଏବଂ ତା’ପରେ OK ଉପରେ କ୍ଲିକ୍ କରନ୍ତୁ
03:26 ଏହିପରି ଭାବେ, ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସମସ୍ତ ଡକୁମେଣ୍ଟ ଉପରେ ହାଇଲାଇଟିଙ୍ଗ ପାଇଁ ସିଣ୍ଟାକ୍ସକୁ ପ୍ରୟୋଗ କରିପାରିବେ
03:32 ବର୍ତ୍ତମାନ LaTeX ଡକୁମେଣ୍ଟ କମ୍ପାଇଲ୍ ହେବା ପାଇଁ ପ୍ରସ୍ତୁତ ଅଟେ
03:36 କମ୍ପାଇଲେଶନ୍ ଆରମ୍ଭ କରିବା ପାଇଁ Ctrl ଓ t କୀକୁ ଏକ ସଙ୍ଗେ ଦାବନ୍ତୁ
03:42 କୌଣସି ଏରର୍ ବିନା ଡକୁମେଣ୍ଟଟି ଥରେ କମ୍ପାଇଲ୍ ହୋଇଗଲେ, ପରିଣାମ pdf ଖୋଲିଯିବ
03:49 ଧ୍ୟାନଦିଅନ୍ତୁ ଯେ ଏହି pdf ରିଡର୍ TeXworks ସହିତ ଆସିଥାଏ
03:53 କମ୍ପାଇଲଡ୍ pdf ଡକୁମେଣ୍ଟକୁ ପ୍ରଦର୍ଶନ କରିବା ପାଇଁ TeXworks ଦ୍ଵାରା ବ୍ୟବହୃତ ହେଉଥିବା, ଏହା ଡିଫଲ୍ଟ pdf ରିଡର୍ ଅଟେ
03:59 ବର୍ତ୍ତମାନ ଗୋଟିଏ Beamer ଡକୁମେଣ୍ଟକୁ କମ୍ପାଇଲ୍ କରନ୍ତୁ
04:02 ଇନଷ୍ଟଲ୍ ହୋଇଥିବା MikTeX ସେଟ୍ ଉପରେ Beamer package ଡିଫଲ୍ଟ ଭାବେ ସଂଯୋଗ ହୋଇନାହିଁ
04:08 ଏହାର ଅର୍ଥ ଏହାକୁ କୌଣସି ଏକ ସୋର୍ସରୁ
04:10 ଡାଉନଲୋଡ୍ କରିବା ସହିତ ସାମ୍ପ୍ରତିକ MikTeX distributionରେ ସଂଯୋଗ କରନ୍ତୁ
04:15 ଛାଡିଯାଇଥିବା ପ୍ୟାକେଜକୁ ଇନଷ୍ଟଲ୍ କରିବା ପାଇଁ ଦୁଇଟି ମାର୍ଗ ଅଛି
04:19 ଗୋଟିଏ ମାର୍ଗ ହେଉଛି ଏହାକୁ fly ଉପରେ ଇନଷ୍ଟଲ୍ କରିବା ଯେତେବେଳେ ଗୋଟିଏ LaTeX ଡକୁମେଣ୍ଟକୁ କମ୍ପାଇଲ୍ କରାଯାଏ
04:24 ଏହି LaTeX ଡକୁମେଣ୍ଟ, ନିର୍ଦ୍ଦିଷ୍ଟ ଭାବେ MikTeX distributionରେ ଉପଲବ୍ଧ ନ’ଥିବା ଗୋଟିଏ ପ୍ୟାକେଜକୁ ଆବଶ୍ୟକ କରିଥାଏ
04:31 ଅନ୍ୟ ଭାବେ, MikTeXର Package Managerକୁ ବ୍ୟବହାର କରି ମାନୁଆଲୀ ଚୟନ କରିବା ସହିତ ପ୍ୟାକେଜକୁ ଇନଷ୍ଟଲ୍ କରନ୍ତୁ
04:37 ପ୍ରଥମ ମେଥଡକୁ ଚାଲନ୍ତୁ ଦେଖିବା
04:40 ଗୋଟିଏ LaTeX ଡକୁମେଣ୍ଟକୁ ଖୋଲିବା ସହିତ କମ୍ପାଇଲ୍ କରନ୍ତୁ ଯେଉଁ ଆବଷ୍ୟକ ପ୍ୟାକେଜକୁ MikTeX ଇଣ୍ଟରନେଟରୁ ପ୍ରାପ୍ତ କରି ଇନଷ୍ଟଲ୍ କରିବ
04:47 ପ୍ରଥମେ TeXworks editorକୁ ବନ୍ଦ କରନ୍ତୁ
04:51 administrator କ୍ଷମତା ଥିବା tex fileକୁ ଖୋଲିବା ଏହା ପାଇଁ ଆବଶ୍ୟକ
04:56 Start ବଟନ୍ ଉପରେ କ୍ଲିକ୍ କରନ୍ତୁ
04:59 ତା’ପରେ All programs ଉପରେ କ୍ଲିକ୍ କରନ୍ତୁ
05:02 MikTeX2.9 ଉପରେ କ୍ଲିକ୍ କରନ୍ତୁ
05:05 TeXworks ଉପରେ ରାଇଟ୍ କ୍ଲିକ୍ କରିବା ସହିତ Run as Administratorକୁ ଚୟନ କରନ୍ତୁ
05:11 ଏହା administrator କ୍ଷମତା ଥିବା TeXworks editorକୁ ଲଞ୍ଚ କରିବ
05:16 ବର୍ତ୍ତମାନ File ଉପରେ କ୍ଲିକ୍ କରନ୍ତୁ
05:19 ତା’ପରେ Open ଉପରେ କ୍ଲିକ୍ କରନ୍ତୁ
05:21 beamer.tex ଫାଇଲକୁ ଚୟନ କରନ୍ତୁ
05:24 କମ୍ପାଇଲେଶନ୍ ଆରମ୍ଭ କରିବା ପାଇଁ Ctrl ଓ t କୀକୁ ଏକ ସଙ୍ଗେ ଦାବନ୍ତୁ
05:29 ଗୋଟିଏ Package Installation ଡାଇଲଗ୍ ବକ୍ସ ଖୋଲିବ
05:33 ଏହା ଛାଡି ଯାଇଥିବା beamer.cls ପ୍ୟାକେଜକୁ ଇନଷ୍ଟଲ୍ କରିବା ପାଇଁ ନିର୍ଦ୍ଦେଷ ଦେବ
05:38 ଡାଇଲଗ୍ ବକ୍ସ ଉପରେ ଥିବା Change ବଟନ୍ ଉପରେ କ୍ଲିକ୍ କରନ୍ତୁ
05:43 Change Package Repository ଡାଇଲଗ୍ ବକ୍ସ ଖୋଲିବ
05:47 Packages shall be installed from the internet ଅପଶନକୁ ଚୟନ କରନ୍ତୁ
05:52 Connection Settings ଉପରେ କ୍ଲିକ୍ କରନ୍ତୁ
05:55 ଏହା proxy ସେଟିଙ୍ଗକୁ କନଫିଗ୍ୟୋର କରିବା ପାଇଁ ପ୍ରମ୍ପ୍ଟ କରିବ
05:59 ଯଦି ଆପଣ ଗୋଟିଏ ପ୍ରୋକ୍ସୀ ନେଟୱର୍କ ମଧ୍ୟରେ ନ’ଥାନ୍ତି ତେବେ Use proxy server ପାଇଁ ଥିବା ଚେକ୍ ବକ୍ସକୁ ଅନଚେକ୍ ଭାବେ ଛାଡିଦିଅନ୍ତୁ
06:06 ଯେହେତୁ ପ୍ରୋକ୍ସୀ ନେଟୱେର୍କ ମଧ୍ୟରେ ଅଛନ୍ତି, ଚେକ୍ ବକ୍ସ ଉପରେ କ୍ଲିକ୍ କରି ଏହି ଅପଶନକୁ ଏନାବଲ୍ କରନ୍ତୁ
06:12 ପ୍ରୋକ୍ସୀ addressକୁ ପ୍ରବେଶ କରନ୍ତୁ
06:16 ପ୍ରୋକ୍ସୀ Port ନମ୍ବରକୁ ପ୍ରବେଶ କରନ୍ତୁ
06:19 ଅନୁରୂପ ଚେକ୍ ବକ୍ସ ଉପରେ କ୍ଲିକ୍ କରିବା ସହିତ Authentication required ଅପଶନକୁ ଏନାବଲ୍ କରନ୍ତୁ
06:25 OK ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ Next ଉପରେ କ୍ଲିକ୍ କରନ୍ତୁ
06:30 ଏହା ପ୍ରୋକ୍ସୀ username ଓ password ଆବଶ୍ୟକ କରିବ
06:34 ସୁଚନାକୁ ପ୍ରବେଶ କରିବା ସହିତ OK ଉପରେ କ୍ଲିକ୍ କରନ୍ତୁ
06:39 ଏହା ବିଭିନ୍ନ Remote Package Repositoriesର ଗୋଟିଏ ତାଲିକାକୁ ପ୍ରଦର୍ଶନ କରିବ
06:44 ତାଲିକାରୁ ଗୋଟିଏ ଚୟନ କରିବା ସହିତ Finish ଉପରେ କ୍ଲିକ୍ କରନ୍ତୁ
06:48 Install ଉପରେ କ୍ଲିକ୍ କରନ୍ତୁ
06:51 ଏହା beamer.cls ପ୍ୟାକେଜକୁ ଇନଷ୍ଟଲ୍ କରିବ
06:55 ପୁନର୍ବାର Package Installation ଡାଇଲଗ୍ ବକ୍ସ ଖୋଲିବ
07:00 ଏହା ଛାଡିଯାଇଥିବା pgfcore.sty ପ୍ୟାକେଜକୁ ଇନଷ୍ଟଲ୍ କରିବା ପାଇଁ ପ୍ରମ୍ପ୍ଟ କରିବ
07:06 ଅପଶନକୁ ଅନଚେକ୍ କରିପାରନ୍ତି. ସର୍ବଦା ପ୍ୟାକେଜଗୁଡିକୁ ଇନଷ୍ଟଲ୍ କରିବା ପୂର୍ବରୁ ଏହି ଡାଇଲଗ୍ ବକ୍ସକୁ ପ୍ରଦର୍ଶନ କରନ୍ତୁ
07:12 ଯଦି ଏହା କରନ୍ତି, ତେବେ ଗୋଟିଏ ଛାଡିଯାଇଥିବା ପ୍ୟାକେଜ୍ ସହ ସାକ୍ଷ୍ୟାତ ହେଲେ MikTeX ପୁନର୍ବାର ପ୍ରମ୍ପ୍ଟ କରିବ ନାହିଁ
07:19 Install ଉପରେ କ୍ଲିକ୍ କରନ୍ତୁ
07:21 ବର୍ତ୍ତମାନ, ଯଦି ଅନେକଗୁଡିଏ ପ୍ୟାକେଜକୁ ଛାଡିଯାଇଥିବେ ତେବେ ଏହା ଆପଣଙ୍କ ବିନା ଅନୁମତିରେ ଏଗୁଡିକୁ ଆଟୋମାଟିକଲୀ ଇନଷ୍ଟଲ୍ କରିଦେବ
07:31 ଥରେ ଇନଷ୍ଟେଲେଶନ୍ ସମ୍ପୂର୍ଣ୍ଣ ହେଲେ, ଏହା କମ୍ପାଇଲେଶନକୁ ସମାପ୍ତ କରିବା ସହିତ ଆଉଟପୁଟ୍ pdfକୁ ଖୋଲିବ
07:38 ଦେଖନ୍ତୁ ଯେ ସଫଳତାର ସହ ଗୋଟିଏ Beamer document କମ୍ପାଇଲ୍ ହୋଇଛି
07:42 ବର୍ତ୍ତମାନ, ଛାଡିଯାଇଥିବା ପ୍ୟକେଜକୁ ଇନଷ୍ଟଲ୍ କରିବା ପାଇଁ ଦ୍ଵିତୀୟ ମେଥଡ୍ ଦେଖିବା
07:47 ୱିଣ୍ଡୋର Start ବଟନ୍ ଉପରେ କ୍ଲିକ୍ କରନ୍ତୁ
07:50 All Programs ଉପରେ କ୍ଲିକ୍ କରନ୍ତୁ
07:53 MikTeX2.9 ଉପରେ କ୍ଲିକ୍ କରନ୍ତୁ
07:55 Maintenance (Admin) ଉପରେ କ୍ଲିକ୍ କରନ୍ତୁ
07:58 Package Manager (Admin) ଉପରେ କ୍ଲିକ୍ କରନ୍ତୁ
08:02 ଏହା ଉପଲବ୍ଧ ଥିବା ବିଭିନ୍ନ ପ୍ୟାକେଜଗୁଡିକର ତାଲିକାକୁ ପ୍ରଦର୍ଶନ କରିବ
08:07 ବର୍ତ୍ତମାନ ଏହି ତାଲିକା ଉପରେ ନଜର ପକାନ୍ତୁ
08:10 ଏହି ତାଲିକାରେ ଛ’ଗୋଟି କଲମ୍ ଅଛି
08:13 ଏଗୁଡିକ, Name, Category, Size, Packaged date, Installed on date ଓ Title ଅଟନ୍ତି
08:21 Installed on column ଆମ ପାଇଁ ଅତି ଜରୁରୀ ଅଟେ
08:25 ପ୍ୟାକେଜ ପାଇଁ ଉଦ୍ଦିଷ୍ଟ ଥିବା କଲମ୍ ଖାଲିଥିବା ସୁଚିତ କରେ ଯେ ଏହି ପ୍ୟାକେଜଗୁଡିକ ଇନଷ୍ଟଲ୍ ହୋଇନାହିଁ
08:32 ଗୋଟିଏ ନିଦ୍ଦିଷ୍ଟ ପ୍ୟାକେଜକୁ କିପରି ଇନଷ୍ଟଲ୍ କରିବା, ଚାଲନ୍ତୁ ଦେଖିବା
08:36 ଉଦାହରଣସ୍ଵରୂପ, abc ନାମକ ଗୋଟିଏ ପ୍ୟାକେଜକୁ ଚୟନ କରନ୍ତୁ
08:41 ଧ୍ୟାନଦିଅନ୍ତୁ ଯେ ଯେଉଁ ମୁହୁର୍ତ୍ତରେ ପ୍ୟାକେଜକୁ ଚୟନ କରିବେ, ଉପର ବାମ ପଟେ ଥିବା ପ୍ଲସ୍ ବଟନ୍ ଏନାବଲ୍ ହୋଇଯିବ
08:48 ପ୍ଲସ୍ ବଟନ୍ ଇନଷ୍ଟଲ୍ ବଟନ୍ ଅଟେ
08:51 plus ବଟନ୍ ଉପରେ କ୍ଲିକ୍ କରନ୍ତୁ
08:53 ଗୋଟିଏ ୱିଣ୍ଡୋ ଖୋଲିବ ଯେଉଁଠି ଆପଣ ଇନଷ୍ଟଲ୍ କିମ୍ବା ଅନଇନଷ୍ଟଲ୍ କରିବା ପାଇଁ ଚୟନ କରିଥିବା ପ୍ୟାକେଜଗୁଡିକର ତାଲିକାକୁ ପ୍ରଦର୍ଶନ କରିବ
09:00 Proceed ଉପରେ କ୍ଲିକ୍ କରନ୍ତୁ
09:04 ଯେହେତୁ ଗୋଟିଏ ପ୍ରୋକ୍ସୀ ନେଟୱର୍କ ସଂଯୋଗ ପାଇଁ କନଫିଗ୍ୟୋର୍ କରାଯାଇଛି, ଏହା ପ୍ରୋକ୍ସୀ username ଓ password ପାଇଁ ପ୍ରମ୍ପ୍ଟ କରିବ
09:11 ନିଜର username ଓ password ଟାଇପ୍ କରନ୍ତୁ
09:14 OK ଉପରେ କ୍ଲିକ୍ କରନ୍ତୁ
09:16 ଗୋଟିଏ ୱିଣ୍ଡୋ ଖୋଲିବ ଯାହା ଇନଷ୍ଟେଲେଶନ୍ ପାଇଁ ଚୟନୀତ ପ୍ୟାକେଜଗୁଡିକର ଡାଉନଲୋଡ୍ ପ୍ରକ୍ରିୟା ପ୍ରୋଗ୍ରେସ୍ ହେଉଥିବାର ପ୍ରଦର୍ଶନ କରିବ
09:23 ଏହା ହୋଇପାରେ ଯେ remote server connectivity ଇସ୍ୟୁ ସକାସେ ଏହା ଚୟନୀତ ପ୍ୟାକେଜକୁ ଡାଉନଲୋଡ୍ କରିବାରେ ଅସଫଳ ହେବ
09:29 ସେହି କ୍ଷେତ୍ରରେ, package repositoryକୁ ପରିବର୍ତ୍ତନ କରିବା ସହିତ ଆଉଥରେ ଚେଷ୍ଟା କରନ୍ତୁ
09:34 ଚୟନୀତ ପ୍ୟାକେଜର ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ ହେବାର ଆପଣ ଦେଖିପାରିବେ
09:39 Close ଉପରେ କ୍ଲିକ୍ କରନ୍ତୁ
09:41 ପ୍ୟାକେଜର ତାଲିକା ରିଫ୍ରେଶ୍ ହୋଇଯିବ
09:44 abc ପ୍ୟାକେଜ ପାଇଁ ଥିବା Installed on କଲମରେ 11 September 2013 ଦୃଶ୍ୟମାନ ହେବାର ଲକ୍ଷ୍ୟ କରନ୍ତୁ
09:52 ଏହା LaTeX on Windows using TeXworks ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:58 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ:
10:00 MikTeXକୁ ଡାଉନଲୋଡ୍ ଓ ଇମଷ୍ଟଲ୍ କରିବା
10:02 TeXworksକୁ ବ୍ୟବହାର କରି ମୌଳିକ LaTeX ଡକୁମେଣ୍ଟ ଲେଖିବା
10:06 ଛାଡିଯାଇଥିବା ପ୍ୟାକେଜଗୁଡିକୁ ଡାଉନଲୋଡ୍ କରିବା ପାଇଁ MikTeXକୁ ଦୁଇଟି ମାର୍ଗରେ କନଫିଗ୍ୟୋର୍ କରିବା
10:11 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
10:14 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:17 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:21 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
10:23 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:30 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:48 ଏହି ମିଶନ୍ ଉପରେ ଅଧିକ ବିବରଣୀ: http://spoken-tutorial.org /NMEICT-Introରେ ଉପଲବ୍ଧ.
10:59 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Nancyvarkey