Difference between revisions of "LaTeX-Old-Version/C2/Beamer/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:00 | ବନ୍ଧୁଗଣ, presentation using Latex and Beamer ଉପରେ ଥିବା ସ୍ପୋକନ୍ ଟ୍ୟୁ...")
 
(No difference)

Latest revision as of 17:57, 16 October 2019

Time Narration
00:00 ବନ୍ଧୁଗଣ, presentation using Latex and Beamer ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ପ୍ରଥମେ ସ୍କ୍ରୀନ୍ ଉପରେ ଥିବା ବ୍ୟବସ୍ଥାଗୁଡିକୁ ବର୍ଣ୍ଣନା କରନ୍ତୁ
00:14 ଏଠାରେ ସୋର୍ସ ଫାଇଲ୍ ଅଛି, pdflatex କମାଣ୍ଡ ବ୍ୟବହାର କରି କମ୍ପାଇଲେଶନ୍ କାର୍ଯ୍ୟ କରନ୍ତୁ
00:21 ଏବଂ ଏଠାରେ ଏହି କୋଣରେ ପରିଣାମ ଆଉଟପୁଟକୁ ଦେଖାଯାଇପାରିବ
00:28 ପ୍ରଥମେ ଏହାକୁ ଦେଖନ୍ତୁ, ଏଠାକୁ ଅତି ଶୀଘ୍ର ଫେରିଆସିବା
00:33 ପ୍ରଥମେ ଏହାକୁ କରନ୍ତୁ. begin frame, end frame, title page, ଏହି ସୋର୍ସରୁ ଆସିଥିବା ପ୍ରଥମ ସ୍ଲାଇଡ୍ ଏଠାରେ ଅଛି
00:45 ଏବଂ ଟାଇଟଲ୍ ପେଜକୁ, title, author and date ଭାବେ ପରିଭାଷିତ କରାଯାଇଛି
00:55 ବ୍ୟବହୃତ ହେଉଥିବା document class ହେଉଛି, beamer. ଏହିଠାରୁ ଡକୁମେଣ୍ଟକୁ ଆରମ୍ଭ କରାଯାଇଅଛି
01:01 ଠିକ୍ ଅଛି, ଏହା ପ୍ରଥମ ସ୍ଲାଇଡ୍ ଅଟେ. ଚାଲନ୍ତୁ ଦ୍ଵିତୀୟକୁ ଯିବା. ଏହା outline ଅଟେ. ଏହା କିପରି ସୃଷ୍ଟି ହୋଇଛି?
01:13 Begin frame, end frame, ଗୋଟିଏ ସ୍ଲାଇଡକୁ ପରିଭାଷିତ କରେ. Frame title, outline ଅଟେ. ଏହା ଏଠାରେ ଆସିବ
01:20 ତା’ପରେ ନର୍ମାଲ୍ ଆଇଟମାଇଜଡ କମାଣ୍ଡକୁ ବ୍ୟବହାର କରନ୍ତୁ. ଚାଲନ୍ତୁ ତୃତୀୟ ସ୍ଲାଇଡକୁ ଯିବା
01:28 ଏହି ସ୍ଲାଇଡ୍ Latex ଉପରେ ଥିବା ଅନ୍ୟ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକ ବିଷୟରେ ବର୍ଣ୍ଣନା କରେ. Latex ଉପରେ ଅନେକ ଟ୍ୟୁଟୋରିଆଲଗୁଡିକ ଉପଲବ୍ଧ ଅଛି
01:36 ଯଦି ଆପଣ latexକୁ ବ୍ୟବହାର କରିବାରେ ଅସହଜ ଅନୁଭବ କରନ୍ତି, ତେବେ ସେଗୁଡିକୁ ଦେଖିବା ପାଇଁ ଆମେ ପରାମର୍ଶ ଦେଉଛୁ
01:43 ସେଗୁଡିକରେ, latexର ବ୍ୟବହାର, Windowsରେ latexକୁ କିପରି install ଓ run କରିବେ, ବର୍ଣ୍ଣନା କରାଯାଇଛି
01:50 ଏବଂ ଏହି ସମସ୍ତ ପାଇଁ fosse dot inରୁ ଅଧିକ ପରମାନେଣ୍ଟ ଲିଙ୍କଗୁଡିକୁ ଦେବା ପାଇଁ ଆମେ ଆଶା କରୁଛୁ
01:58 ତେଣୁ, ଏହି ସ୍ଲାଇଡ୍ ପାଇଁ ଏହା ସୋର୍ସ ଅଟେ
02:10 ଆପଣ ଦେଖିପାରୁଥିବେ ଯେ ଆମେ ଏହି ଡକୁମେଣ୍ଟର ଶେଷକୁ ଆସିଯାଇଛେ
02:15 ବର୍ତ୍ତମାନ beamer ପ୍ରଦାନ କରୁଥିବା ଅନ୍ୟ ଅନେକ ଫିଚରଗୁଡିକ ସହିତ ଏହି ଡକୁମେଣ୍ଟକୁ କିପରି ସୁଶୋଭିତ କରିପାରିବେ, ମୁଁ ତାହା ପ୍ରଦର୍ଶନ କରିବି
02:22 ଚାଲନ୍ତୁ ଆରମ୍ଭକୁ ଯିବା. ଏହି ଫାଇଲର ଉପରକୁ ଯା’ନ୍ତୁ. ବର୍ତ୍ତମାନ ଏଥି ମଧ୍ୟରେ ଆପଣ ଚାହୁଁଥିବା ପରିବର୍ତ୍ତନ, ରୂପାନ୍ତରସବୁକୁ
02:31 ଏହିଠାରେ ସମ୍ପାଦନ କରନ୍ତୁ. ଏକ ସମୟରେ ଗୋଟିଏକୁ ସଂଯୋଗ କରନ୍ତୁ ଏବଂ ତା’ପରେ ବର୍ଣ୍ଣନା କରନ୍ତୁ
02:39 ଏହି କମାଣ୍ଡ beamer theme splitକୁ ଯୋଗ କରିବା ଦ୍ଵାରା କ’ଣ ହେଉଛି, ଚାଲନ୍ତୁ ଦେଖିବା
02:47 ଏହାକୁ cut କରନ୍ତୁ, ଏଠାକୁ ଫେରିଆସନ୍ତୁ, pdflatex beamer କୁ ସେଭ୍ ଏବଂ ତା’ପରେ କମ୍ପାଇଲ୍ କରନ୍ତୁ
03:02 ଆଗକୁ ଚାଲନ୍ତୁ ଏହା ଉପରେ କ୍ଲିକ୍ କରନ୍ତୁ. ତେଣୁ ଦେଖନ୍ତୁ ଯେ ଏହା, ଏହି ବ୍ୟାନରକୁ ଏଠାରେ ଓ କିଛି ବ୍ୟାନରକୁ ସେଠାରେ ସୃଷ୍ଟି କରିଛି
03:12 ଏଠାରେ ମଧ୍ୟ. ଠିକ୍ ଅଛି. ତା’ପରେ ଏଠାକୁ ଆସନ୍ତୁ ଏବଂ ଏହି ପ୍ୟାକେଜକୁ ବ୍ୟବହାର କରନ୍ତୁ
03:23 ଏହାକୁ ଯୋଗ କରନ୍ତୁ – beamer theme shadow. ଏହାକୁ cut କରି, ଏଠାରେ paste କରନ୍ତୁ. ଏହି ସମସ୍ତ document କମାଣ୍ଡ ଉପରେ ପେଷ୍ଟ ହୋଇଯାଇଛି
03:38 ଏହାକୁ କମ୍ପାଇଲ୍ କରନ୍ତୁ. ଠିକ୍ ଅଛି, ଏହା ଉପରେ କ୍ଲିକ୍ କରିବା ଦ୍ଵାରା କ’ଣ ହେଉଛି ଚାଲନ୍ତୁ ଦେଖିବା. ଏହା ବଡ ହେଉଛି
03:49 ଏଠାରେ କଲର୍ ପରିବର୍ତ୍ତନ ହେଉଥିବାର ଆପଣ ଦେଖିପାରୁଥିବେ. ଏହା beamer theme shadow କମାଣ୍ଡ ଦ୍ଵାରା ସମ୍ପାଦନ କରାଯାଉଛି
04:00 ଏହି ଭଳି ଅନେକ ପ୍ୟାକେଜଗୁଡିକ ଅଛନ୍ତି. ବର୍ତ୍ତମାନ ଅନ୍ୟ କିଛି ଫିଚରଗୁଡିକର ପ୍ରଦର୍ଶନ ହେବ
04:06 ଏହି ପରିଚୟର ଗୋଟିଏ ଅଂଶ ଭାବେ ଭବିଷ୍ୟତରେ ପଢିବା ପାଇଁ ରେଫରେନ୍ସଗୁଡିକୁ ପ୍ରଦାନ କରାଯାଇଛି, References for further reading ଭାବେ ଏଠାରେ ପ୍ରଦାନ କରାଯାଇଛି
04:17 ଏହି ଟକର ଆଉଟଲାଇନ୍ ନିମ୍ନରେ ପ୍ରଦାନ କରାଯାଇଛି. title page, author name, color, logo ପ୍ରଭୃତି ଉପରେ କିଛି ସମୟ ଅତିବାହିତ ହେବ
04:25 Minimal animation ଯାହା ଆପଣଙ୍କ ଟକକୁ ପ୍ରେଜେଣ୍ଟ କରିବା ପାଇଁ ବ୍ୟବହାର କରିପାରିବେ, ଯେପରି Two column format, Figures and Tables, Equations, Verbatim ଏବଂ ଏହିପରି ଅନେକ
04:36 ଠିକ୍ ଅଛି, ଆରମ୍ଭକୁ ଫେରିଆସନ୍ତୁ. ପରବର୍ତ୍ତି ହେଉଛି logo. ଏହିଠାରୁ ଲୋଗୋକୁ cut ଓ paste କରନ୍ତୁ
04:49 ଏହାକୁ ମଧ୍ୟ କମାଣ୍ଡ begin document ଉପରେ ପେଷ୍ଟ କରନ୍ତୁ. ଏହି ଲୋଗୋ କିପରି ଦେଖାଯାଉଛି, ଚାଲନ୍ତୁ ଦେଖିବା
04:59 ଏହାକୁ open iitb logo.pdf ଦ୍ଵାରା ଦେଖନ୍ତୁ. ଏଠାରେ ଏହାକୁ ସମାନ ନାମ ପ୍ରଦାନ କରନ୍ତୁ
05:08 ଯେତେବେଳେ ଏହାକୁ ଖୋଲିବେ, ଆପଣ ଦେଖିପାରିବେ ଯେ ଏହା ସେହି ଇମେଜ୍ ଫାଇଲ୍ ଅଟେ ଯାହା ବିଷୟରେ କୁହାଯାଉଥିଲା
05:15 1 cm ଉଚ୍ଚତା ବିଶିଷ୍ଟ ଏହି logo କମାଣ୍ଡକୁ ସଂଯୋଗ କରନ୍ତୁ. ଏହା, ଏହି କୋଣରେ ସ୍ଥାପିତ ହେବ
05:24 ତେଣୁ ଏହା କିପରି ଦେଖାଯାଏ, ଚାଲନ୍ତୁ ଦେଖିବା. ଏହାକୁ କ୍ଲିକ୍ କରନ୍ତୁ. iitb logo ଆସିଯାଇଥିବାର ଆପଣ ଦେଖିପାରିବେ
05:35 ବର୍ତ୍ତମାନ ଏବେଠାରୁ ଏହା ପ୍ରତ୍ୟେକ ପେଜରେ ଦେଖାଦେବ
05:42 ତା’ପରେ, ଏହି କମାଣ୍ଡକୁ ଯୋଗ କରନ୍ତୁ. ପ୍ରେଜେଣ୍ଟେଶନ୍ ପାଇଁ, ବେଳେବେଳେ ସମସ୍ତ ଅକ୍ଷରକୁ ବୋଲ୍ଡ କରିବା ପାଇଁ ଏହା ଉପକାରୀ ହୋଇଥାଏ
05:55 ତେଣୁ ପ୍ରଦର୍ଶନ ପାଇଁ ଏହି cut, pasteକୁ ଯୋଗ କରନ୍ତୁ
06:08 ପ୍ରକୃତରେ, ଏହାକୁ, begin document କମାଣ୍ଡ ପରେ ଯୋଗ କରିବାକୁ ହେବ
06:15 ଏହାକୁ ସେଭ୍ କରନ୍ତୁ. ଏହାକୁ କମ୍ପାଇଲ୍ କରନ୍ତୁ. ଠିକ୍ ଅଛି, ବର୍ତ୍ତମାନ ଏହାକୁ ଦେଖନ୍ତୁ. ଯେତେବେଳେ ଏହା ଉପରେ କ୍ଲିକ୍ କରିବେ ସମସ୍ତ ଅକ୍ଷର ବୋଲ୍ଡ ହୋଇଯିବ
06:28 ଏହା ବୋଲ୍ଡ ହୋଇଯାଇଥିବାର ଆପଣ ଦେଖିପାରିବେ
06:37 ତା’ପରେ ବର୍ତ୍ତମାନ ଏଠାରେ ଲେଖାକୁ ଉନ୍ନତ କରନ୍ତୁ
06:43 ଉଦାହରଣସ୍ଵରୂପ, ଏହା ଏଠାରେ ଅନେକ ଜିନିଷ ଭର୍ତ୍ତି କରିବାକୁ ଚେଷ୍ଟା କରିବ. ଏଠାରେ title ପ୍ରଦର୍ଶନ ହେବ ଏବଂ ଏଠାରେ ଅଥରଙ୍କର ସୁଚନା ଆସିବ କିନ୍ତୁ ଅନେକ ସୁଚନା ଆସିଯାଉଛି
06:54 ବେଳେବେଳେ ଏଠାରେ ଛୋଟ ଟାଇଟଲ୍ ପାଇଁ ଇଚ୍ଛା କରିପାରନ୍ତି. ଉଦାହରଣସ୍ଵରୂପ ଏହି ସ୍ଥାନ ପର୍ଯ୍ୟାପ୍ତ ହୋଇନ’ପାରେ
07:02 ତେବେ ଏହାକୁ ବ୍ୟବହାର କରି ସମାଧାନ କରନ୍ତୁ
07:07 ଉଦାହରଣସ୍ଵରୂପ, ଏହା ସାମ୍ପ୍ରତିକ ଟାଇଟଲ୍ ଅଟେ
07:13 ଏହାକୁ କଟ୍ କରନ୍ତୁ. ଏହା କମାଣ୍ଡ title ପରେ, ଟାଇଟଲ୍ କମାଣ୍ଡ ଓ ପ୍ରକୃତ ଟାଇଟଲ୍ ମଧ୍ୟରେ ଆସିବା କଥା
07:29 ତେଣୁ ଏହାକୁ ଏଠାରେ ପେଷ୍ଟ କରନ୍ତୁ. ଆପଣ ଦେଖିପାରିବେ ଯେ ବର୍ତ୍ତମାନ ଯାହା ପେଷ୍ଟ କରାଯାଇଛି ତାହା square ବ୍ରାକେଟ୍ ମଧ୍ୟରେ ରହିବ
07:36 ତେଣୁ ଏହାକୁ save କରିବା ସହିତ Run କରନ୍ତୁ
07:46 ମୁଁ କଲା ଭଳି ଏହାକୁ କ୍ଲିକ୍ କରନ୍ତୁ. କ୍ଲିକ୍ କରିବା ଦ୍ଵାରା ଏହି ଅଂଶରେ କ’ଣ ପରିବର୍ତ୍ତନ ହେଉଛି ଚାଲନ୍ତୁ ଦେଖିବା
07:51 ବର୍ତ୍ତମାନ ଟାଇଟଲ୍ ପରିବର୍ତ୍ତନ ହୋଇଯାଇଥିବାର ଲକ୍ଷ୍ୟ କରନ୍ତୁ. ମୁଁ କେବଳ ନିମ୍ନ ଅଂଶକୁ ରଖିଛି କାରଣ Presentation using LaTeX and Beamerକୁ ହିଁ square ବ୍ରାକେଟ୍ ମଧ୍ୟରେ ପ୍ରଦାନ କରାଯାଇଛି
08:03 ତା’ପରେ h-space ଅଧ cm ବୋଲି କୁହାଯାଇଛି. ଏଠାରେ ସ୍ପେସ୍ ପ୍ରଦାନ କରନ୍ତୁ. ଏବଂ ତା’ପରେ ଏଠାରେ ପେଜର ସଂଖ୍ୟା ପ୍ରଦାନ କରାଯାଇଛି
08:12 ଏଠାରେ ଏହା 1 by 3 ପ୍ରଦର୍ଶନ କରୁଛି. ତା’ପରେ 2 by 3, 3 by 3 ଏବଂ ଏହି ପରି ପ୍ରଦର୍ଶନ ହେଉଛି
08:21 insert frame number divided by insert total frame numberକୁ ବ୍ୟବହାର କରି ଏହାକୁ ହାସଲ କରାଯାଇଛି
08:28 ବର୍ତ୍ତମାନ, author ପାଇଁ ସମାନ କାର୍ଯ୍ୟ କରନ୍ତୁ. ତେଣୁ ଏଠାକୁ ଆସନ୍ତୁ
08:37 ଏହାକୁ କଟ୍ କରନ୍ତୁ. ଏବଂ ଅଥର୍ ପରେ ଏହା ଆସିବ
08:49 ଏହାକୁ ସେଭ୍ କରିବା ସହିତ କମ୍ପାଇଲ୍ କରନ୍ତୁ. ଏହାକୁ କ୍ଲିକ୍ କରନ୍ତୁ
08:56 ଆପଣ ଦେଖିପାରିବେ ଯେ Kannan Moudgalya ଆସିଛନ୍ତି. ଏହାକୁ square ବ୍ରାକେଟ୍ ମଧ୍ୟରେ ପ୍ରଦାନ କରାଯାଇଛି. ବର୍ତ୍ତମାନ ଏହା ପ୍ରତ୍ୟେକ ପେଜରେ ପ୍ରଦର୍ଶିତ ହେବ
09:05 ଚାଲନ୍ତୁ ପରବର୍ତ୍ତି ଅଧ୍ୟାୟକୁ ଯିବା. ଏହା ସମୀକରଣଗୁଡିକର ସଂଯୋଗ ଅଟେ
09:19 ସମଗ୍ର ଜିନିଷ ଗୋଟିଏ frame ଆକାରରେ ପ୍ରାପ୍ତ ହେବ –ଗୋଟିଏ ସମ୍ପୂର୍ଣ୍ଣ ଫ୍ରେମ୍
09:24 ତେଣୁ ସମଗ୍ର ଜିନିଷକୁ କଟ୍ କରନ୍ତୁ
09:30 ଏଠାକୁ ଫେରିଆସନ୍ତୁ, ଏହି ଡକୁମେଣ୍ଟର ନିମ୍ନଭାଗକୁ ଯା’ନ୍ତୁ. ଏହାକୁ Save କରନ୍ତୁ
09:38 ତେଣୁ, ଗୋଟିଏ ନୁତନ ସ୍ଲାଇଡ୍ ସୃଷ୍ଟି କରାଯାଇଛି. ଏହା କିପରି ଦେଖାଯାଉଛି ଚାଲନ୍ତୁ ଦେଖିବା
09:45 ତେଣୁ ଫ୍ରେମ୍ ଏହିଠାରୁ ଆରମ୍ଭ ହୋଇଛି
09:51 ଏହାକୁ କମ୍ପାଇଲ୍ କରନ୍ତୁ. ବର୍ତ୍ତମାନ ଏଠାରେ ଚାରୋଟି ପେଜ୍ ଥିବାର ଦେଖିବାକୁ ପାଇବେ. ତେଣୁ ଏହା three ବୋଲି କହିବ, ଏହା ଉପରେ ଯଦି ଥରେ କ୍ଲିକ୍ କରିବେ, ଏହା 4 ହୋଇଯିବ
10:07 ତେଣୁ ଏହା ସମୀକରଣଗୁଡିକୁ ଧାରଣ କରିଥିବା ସ୍ଲାଇଡ୍ ଅଟେ. ଏହି ସମୀକରଣଗୁଡିକୁ କିପରି ଲେଖାଯାଏ, ମୁଁ ବର୍ଣ୍ଣନା କରିବି ନାହିଁ
10:15 ଏଗୁଡିକୁ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକରେ ବର୍ଣ୍ଣନା କରାଯାଇଛି ଯାହାକୁ ପୂର୍ବେ creating equations ଉପରେ ସୃଷ୍ଟି କରାଯାଇଛି
10:21 କରାଯାଇ ଥିବା ସମସ୍ତ କାର୍ଯ୍ୟ ହେଉଛି ଯେ ସେହି latex ଡକୁମେଣ୍ଟକୁ ଯା’ନ୍ତୁ, ଏହାକୁ ଏଠାରେ cut ଓ paste କରନ୍ତୁ, ବାସ୍ ଏତିକି
10:28 ଏବଂ..ନିଶ୍ଚିତରୂପେ ସମୀକରଣର ସଂଖ୍ୟାଗୁଡିକୁ ବାହାର କରିଦିଅନ୍ତୁ. ଗୋଟିଏ ସ୍ଲାଇଡରେ ସମୀକରଣକୁ ସଂଖ୍ୟା ଦେବାରେ କିଛି ମାନେ ନ’ଥାଏ
10:36 ଅନ୍ୟପକ୍ଷେ, ଏହି ସମୟରେ କଲର୍ ଦ୍ଵାରା ହାଇଲାଇଟ୍ କରିବା ଦ୍ଵାରା ଏହା ଉପକାରୀ ହୋଇପାରେ
10:44 ଉଦାହରଣସ୍ଵରୂପ-ଯଦି ଏହାକୁ ବ୍ଲୁରେ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ନିମ୍ନଲିଖିତ କରନ୍ତୁ. ଏଠାକୁ ଆସନ୍ତୁ
10:54 କମାଣ୍ଡ ହେଉଛି –color, blue- ଏବଂ ତା’ପରେ ଏହାକୁ ବନ୍ଦ କରନ୍ତୁ
11:05 ଏହାକୁ ସେଭ୍ କରିବା ସହ କମ୍ପାଇଲ୍ କରନ୍ତୁ. ଏବଂ ଏହାକୁ କ୍ଲିକ୍ କରନ୍ତୁ. ଏହା ବ୍ଲୁ ହୋଇଯିବ, ଆପଣ ଦେଖିପାରିବେ
11:16 ତେଣୁ ଗୋଟିଏ ସମୀକରଣକୁ ଏକ ସଂଖ୍ୟା ସାହାଯ୍ୟରେ ରେଫର୍ କରିବାକୁ ଚାହିଁବେ ନାହିଁ କିନ୍ତୁ ବ୍ଲୁରେ ସମୀକରଣକୁ ଦେଖିବା ପାଇଁ କହିପାରନ୍ତି କିମ୍ବା ସେହି mass balance ସମୀକରଣକୁ ଦେଖିବା ପାଇଁ କହିପାରନ୍ତି ଏବଂ ଏହିପରି
11:29 ଏହାକୁ ରେଫର୍ କରିବା ପାଇଁ କିଛିର ସାହାଯ୍ୟ ନେବାକୁ ଚାହିଁପାରନ୍ତି ଯାହାକୁ ଲୋକମାନେ କଥାରେ କଥାରେ ମନେ ରଖିପାରିବେ
11:35 ତା’ପରେ ବର୍ତ୍ତମାନ କାମ ହେଉଛି animationକୁ ସଂଯୋଗ କରିବା
11:50 ଯାହା ସୁଚନାକୁ କନସେପ୍ଟ ଅନୁସାରେ ଉପସ୍ଥାପନ କରିବାରେ ସାହାଯ୍ୟକାରୀ ହେବ
11:58 ତେଣୁ ଏହାକୁ କଟ୍ କରି, ଏଠାରେ ପେଷ୍ଟ କରନ୍ତୁ. ଏହା କିପରି ଦେଖାଯାଉଛି ଚାଲନ୍ତୁ ଦେଖିବା
12:08 ପ୍ରଥମେ ଏହାକୁ କମ୍ପାଇଲ୍ କରନ୍ତୁ ଏବଂ କ’ଣ ହେଉଛି, ଦେଖନ୍ତୁ
12:17 ଏହା letter writing ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲରୁ ଆସିଛି. ଏହି ସୁଚନା ସେଠାରେ ମଧ୍ୟ ଅଛି
12:21 ପାର୍ଥକ୍ୟ କେବଳ ଏତିକି ଯେ ବର୍ତ୍ତମାନ ଏହାକୁ begin enumerate ଓ end enumerate ମଧ୍ୟରେ କରାଯାଇଛି, ଏହାକୁ item plus minus alertରେ ରଖନ୍ତୁ
12:33 ଏହା କ’ଣ କରୁଛି ଦେଖନ୍ତୁ. ଦେଖନ୍ତୁ ଏଠାରେ pause ନାମକ ଗୋଟିଏ କମାଣ୍ଡକୁ ରଖାଯାଇଛି, ତେଣୁ ଯେଉଁ ମୁହୁର୍ତ୍ତରେ ଗୋଟିଏ pause କମାଣ୍ଡକୁ ରଖିବେ, ଏହା ସେହିଠାରେ ରହିଯିବ, ବର୍ତ୍ତମାନ begin enumerate ଆରମ୍ଭ ହେବ
12:45 ତେଣୁ, ଆଗକୁ ଚାଲନ୍ତୁ. Page-downକୁ ଦାବନ୍ତୁ. Next page, next page, next page
12:53 ଯେତେବେଳେ ତଳକୁ ତଳକୁ ଯିବେ, ଅଦ୍ୟତମ ସୁଚନାକୁ ରେଡରେ ଦେଖିବାକୁ ପାଇବେ, ଅନ୍ୟ ସମସ୍ତେ ଡିଫଲ୍ଟ କଲର୍ ବ୍ଲାକରେ ରହିଥିବେ. ଡକୁମେଣ୍ଟର ସମାପ୍ତିକୁ ଆସିଛେ
13:05 ତେଣୁ, ଏହା ଆନିମେଶନ୍ ସୃଷ୍ଟି କରିବା ପାଇଁ ଗୋଟିଏ ସହଜ ମାର୍ଗ ଅଟେ ଯେଉଁଠି ଆପଣ ଏକ ସମୟରେ ଅଳ୍ପ କିଛି ସୁଚନା ରଖିବାକୁ ଚାହାଁନ୍ତି
13:18 ତା’ପରେ alerted colorକୁ ବ୍ଲୁରେ ପରିବର୍ତ୍ତନ କରନ୍ତୁ. ଉଦାହରଣସ୍ଵରୂପ, ଏଠାରେ alerted କଲର୍ ରେଡ୍ ଅଛି, ଏହାକୁ alerted କଲର୍ କୁହାଯାଏ
13:32 ମୁଁ ଏହି alerted କଲରକୁ ବ୍ଲୁ କରିବାକୁ ଚାହେଁ. ତେଣୁ ଚୟନ ହୋଇଥିବା କଲର୍ ସହିତ ଏହା ମେଳ ହେଉଥିବ
13:41 ଠିକ୍ ଅଛି, ଏଠାକୁ ଆସନ୍ତୁ, ଏହାକୁ କଟ୍ କରନ୍ତୁ
13:52 ଏହା begin document କମାଣ୍ଡ ପୂର୍ବରୁ, ଡକୁମେଣ୍ଟର ଆରମ୍ଭକୁ ଯିବା ନିଶ୍ଚିତ ଆବଶ୍ୟକ
14:00 ଏହାକୁ କମ୍ପାଇଲ୍ କରନ୍ତୁ, ବର୍ତ୍ତମାନ ଯେତେବେଳେ ଏହାକୁ କ୍ଲିକ୍ କରିବେ alerted କଲର୍ ବ୍ଲୁରେ ପରିବର୍ତ୍ତନ ହୋଇଯାଇଥିବା, ଆପଣ ଦେଖିପାରିବେ
14:12 ଏହା କମାଣ୍ଡ set beamer color – alerted text ମାଧ୍ୟମରେ ପ୍ରାପ୍ତ ହୋଇଛି, ଏଠାରେ ଗୋଟିଏ ସ୍ପେସ୍ ଅଛି, foreground equals blue, fg equals blue
14:24 ବର୍ତ୍ତମାନ ସମଗ୍ର ଡକୁମେଣ୍ଟର କଲରକୁ ପରିବର୍ତ୍ତନ କରିବା କେତେ ସହଜ, ତାହା ପ୍ରଦର୍ଶନ କରାଯିବ
14:33 ତେଣୁ, ଏଠାକୁ ଆସନ୍ତୁ, slash document class ପରେ, beamer ଫ୍ରେମ୍ ଆରମ୍ଭ ହେବା ପୂର୍ବରୁ, ଏଠାରେ brown ଲେଖନ୍ତୁ
14:46 ଏହାକୁ ସେଭ୍ କରିବା ସହିତ କମ୍ପାଇଲ୍ କରନ୍ତୁ
14:52 ଏହା brownରେ ପରିବର୍ତ୍ତନ ହେବାକୁ ଆପଣ ଦେଖିପାରିବେ. ତେଣୁ, ଅଳ୍ପ ପରିଶ୍ରମରେ ଏହା ହେଲା
15:03 ଏବଂ ବର୍ତ୍ତମାନ ଏହାକୁ ଅସଲ କଲରକୁ ଫେରାଇଆଣନ୍ତୁ
15:09 ଡିଫଲ୍ଟ କଲର୍ ବ୍ଲୁ ଅଟେ, ତେଣୁ ଏହାକୁ ଟାଇପ୍ କରିବାକୁ ପଡିବ ନାହିଁ. ବର୍ତ୍ତମାନ ବ୍ଲୁକୁ ଫେରିଆସିବେ
15:21 ତେଣୁ ଏଠାକୁ ଆସନ୍ତୁ, ଏହାକୁ ଡିଲିଟ୍ କରନ୍ତୁ. ବର୍ତ୍ତମାନ ଫିଗରଗୁଡିକୁ ସଂଯୋଗ କରନ୍ତୁ
15:30 ଏହାକୁ କଟ୍ କରନ୍ତୁ. ଏଠାକୁ ଆସନ୍ତୁ. ଏହାର ଶେଷକୁ ଯା’ନ୍ତୁ
15:41 ଶେଷଟିକୁ କମ୍ପାଇଲ୍ କରନ୍ତୁ. ପରବର୍ତ୍ତି ପେଜକୁ ଚାଲନ୍ତୁ ଯିବା. ଫିଗରର ଗୋଟିଏ ଉଦାହରଣ ଏଠାରେ ପ୍ରଦାନ କରାଯାଇଛି
15:53 ଠିକ୍ ଅଛି, ଏହାକୁ ସ୍ଥାପନ କରିବାର ନିୟମାବଳୀଗୁଡିକ ଅ’ଣ? ଏଠାରେ କିଛି ଜରୁରୀ ନିୟମାବଳୀଗୁଡିକ ଅଛି. ପରବର୍ତ୍ତି ବିଟରେ ସେଗୁଡିକୁ ଦେଖିବା
16:05 ଏହାକୁ କଟ୍, ତା’ପରେ ପେଷ୍ଟ ଏବଂ କମ୍ପାଇଲ୍ କରନ୍ତୁ
16:21 ଏହା ପ୍ରାପ୍ତ ହୋଇଛି. Hints for including figures
16:28 source ନିକଟକୁ ଆସନ୍ତୁ ଯେଉଁଠି ଫିଗରକୁ ସୃଷ୍ଟି କରାଯାଇଥିଲା. ଏହିପରି ଏହି ଫିଗରକୁ ସୃଷ୍ଟି କରାଯାଇଥିଲା. ତେଣୁ ନିୟମାବଳୀଗୁଡିକ କ’ଣ?
16:37 Do not use floated environments in presentations. ଉଦାହରଣସ୍ଵରୂପ, begin figure, end figure ବୋଲି କୁହନ୍ତୁ ନାହିଁ ଯାହା ଆପଣ latex ଡକୁମେଣ୍ଟଗୁଡିକ ପାଇଁ ଆବଶ୍ୟକ କରନ୍ତି
16:46 ଠିକ୍ ଅଛି ଯଦି ଫିଗରକୁ କିପରି ସଂଯୋଗ କରିବେ ଏବଂ ଏହା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ତେବେ Tables and Figures ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ଯା’ନ୍ତୁ
17:01 ତେଣୁ ଏହାକୁ ବ୍ୟବହାର କରନ୍ତୁ ନାହିଁ. include graphicsକୁ ସିଧାସଳଖ ବ୍ୟବହାର କରନ୍ତୁ
17:08 ଉଦାହରଣସ୍ଵରୂପ, include graphics କମାଣ୍ଡ ବ୍ୟବହୃତ ହୋଇଛି ଏବଂ ଟେକ୍ସଟର ସମ୍ପୂର୍ଣ୍ଣ ପ୍ରସ୍ଥକୁ ଏବଂ ଫାଇଲ୍ iitbକୁ ବ୍ୟବହାର କରନ୍ତୁ
17:19 ଠିକ୍ ଅଛି, beamerରେ ଆବଶ୍ୟକୀୟ ପ୍ୟାକେଜଗୁଡିକ ଅଛି, ତେଣୁ ଆପଣଙ୍କୁ କୌଣସି ପ୍ୟାକେଜକୁ ଯୋଗ କରିବାର ଆବଶ୍ୟକତା ନାହିଁ, ଯେକୌଣସି ପ୍ୟାକେଜକୁ ବ୍ୟବହାର କରନ୍ତୁ, ଏହା ସଂଯୁକ୍ତ ଅଛି
17:30 ଏବଂ ତା’ପରେ ସମଗ୍ର ଜିନିଷକୁ environmentର centerରେ ରଖନ୍ତୁ. ଏବଂ ଏହି frame ସମାପ୍ତ ହେଲା
17:40 caption, figure number ପ୍ରଭୃତିକୁ ଯୋଗ କରନ୍ତୁ ନାହିଁ
17:44 ପୁନର୍ବାର ଲୋକମାନେ ଏହି ସଂଖ୍ୟାଗୁଡିକୁ ମନେରଖିବେ ନାହିଁ
17:51 ଯଦି ଆପଣ ପୂର୍ବ ପ୍ରଦର୍ଶିତ ଫିଗରକୁ ରେଫର୍ କରିବାକୁ ଚାହାଁନ୍ତି, ଏହାକୁ ପୁନର୍ବାର ପ୍ରଦର୍ଶିତ କରନ୍ତୁ
17:56 ଅନ୍ୟ ସ୍ଲାଇଡ୍ ସୃଷ୍ଟି କରିବା ପାଇଁ କୌଣସି ମୁଲ୍ୟ ଦେବାକୁ ପଡିବ ନାହିଁ. ପୂର୍ବ ପ୍ରଦର୍ଶିତ ସ୍ଲାଇଡର ଗୋଟିଏ କପୀ କରନ୍ତୁ ଏବଂ ଏହାକୁ ଆଉଥରେ କରନ୍ତୁ
18:05 ଠିକ୍ ଅଛି, ଏହା ଦ୍ଵାରା ଫିଗର୍ ଓ ନିୟମାବଳୀଗୁଡିକ ସମ୍ପୂର୍ଣ୍ଣ ହେଲା. ଏବଂ ଆମେ ଏହି ଡକୁମେଣ୍ଟର ସମାପ୍ତିକୁ ଆସିଲେ
18:12 ବର୍ତ୍ତମାନ ଗୋଟିଏ two column environmentକୁ କିପରି ସଂଯୋଗ କରାଯାଏ, ଚାଲନ୍ତୁ ଦେଖିବା
18:24 ଏଠାକୁ ଆସନ୍ତୁ. ଡକୁମେଣ୍ଟର ଶେଷକୁ ଚାଲନ୍ତୁ ଯିବା. ଏହାକୁ Save କରନ୍ତୁ
18:32 ଏହାକୁ ସହଜ କରିବା ପାଇଁ, ପ୍ରଥମେ ଏହାକୁ ବାହାର କରିଦିଅନ୍ତୁ ଯାହାଦ୍ଵାରା ଏହା ସହଜ ହେବ
18:42 ତେଣୁ, ସୁଚନାର କିଛି ଅଂଶକୁ ପ୍ରଦର୍ଶନ କରନ୍ତୁ . ଏହାକୁ କମ୍ପାଇଲ୍ କରନ୍ତୁ ଏବଂ କ’ଣ ହେଉଛି ଦେଖନ୍ତୁ
18:57 ଏହି ଦୁଇଟି କଲମ୍ ପ୍ରାପ୍ତ ହେବ
19:28 ଏହା ସେଭ୍ ହୋଇନାହିଁ. star starକୁ ଦେଖନ୍ତୁ. ପ୍ରଥମ କାମ ହେଉଛି, ଏହାକୁ ସେଭ୍ କରନ୍ତୁ
19:35 ତେଣୁ, ସେଭ୍ ନ’କରି କମ୍ପାଇଲ୍ କରିବା ଦ୍ଵାରା ଏହି ସମସ୍ୟା ଦେଖାଦେବ, ଏଠାରେ ପ୍ରଦର୍ଶିତ ହେଉଥିବା pdf ଫାଇଲ୍ ଏଠାରେ ଥିବା ଫାଇଲର ଅନୁରୂପ ହେବ ନାହିଁ
19:45 ତେଣୁ ଏହାକୁ କମ୍ପାଇଲ୍ କରନ୍ତୁ. ଏଠାକୁ ଆସନ୍ତୁ. ବର୍ତ୍ତମାନ ପ୍ରଦର୍ଶିତ ହୋଇଥିବା ଓ ଏଠାରେ ଥିବା ଫାଇଲ୍ ଅନୁରୂପ ହେବେ
19:58 ଏହାକୁ କେନ୍ଦ୍ରିତ କରନ୍ତୁ. ତେଣୁ, ଫ୍ରେମ୍ ଟାଇଟଲ୍ Two Columns ଅଟେ ଏବଂ mini page କମାଣ୍ଡକୁ ବ୍ୟବହାର କରନ୍ତୁ ଏବଂ ଏହାକୁ କେନ୍ଦ୍ରିତ କରିବା ସହିତ text widthର 45 ପରସେଣ୍ଟ ବ୍ୟବହାର କରନ୍ତୁ
20:15 begin enumerate. ଏହି ଦୁଇଟି ଏବଂ ତା’ପରେ end enumerate. ଏବଂ ପୂର୍ବେ ଆଲର୍ଟ କରିବା ଭଳି
20:25 ଏହି ଦୁଇଟିକୁ ଦେଖନ୍ତୁ. ଏହା ଡକୁମେଣ୍ଟର ସମାପ୍ତି ଅଟେ. ବର୍ତ୍ତମାନ ଯାହାକିଛି ଅଛି, ଏହାର ଶେଷରେ ସେଗୁଡିକୁ ସଂଯୋଗ କରନ୍ତୁ
20:37 ଏଠାରେ ପୂର୍ବ mini page ସମାପ୍ତ ହେଲା. ବର୍ତ୍ତମାନ ଅନ୍ୟ ଏକ mini page ସୃଷ୍ଟି କରନ୍ତୁ. ଏହି mini-pageରେ, ପୂର୍ବେ ଦେଖିଥିବା ଏହି ସମାନ iitb ଇମେଜକୁ ରଖନ୍ତୁ
20:52 ଏବଂ ଏହି mini-page ମଧ୍ୟ 45 percent ଆକାରର ଅଟେ. ଏହାକୁ କମ୍ପାଇଲ୍ କରିବା ପୂର୍ବରୁ, ପ୍ରଥମେ save କରନ୍ତୁ
21:07 ବର୍ତ୍ତମାନ ଏହାକୁ କ୍ଲିକ୍ କରନ୍ତୁ. ଏହା ଆସିଯିବାର ଆପଣ ଦେଖିଲେ. କିନ୍ତୁ ଏଥିରେ ଗୋଟିଏ ଛୋଟ ସମସ୍ୟା ଅଛି. ଯେତେବେଳେ ଏହି ପେଜକୁ ଯିବେ, ଏହା ପ୍ରଥମ ଆଇଟମ୍ ଓ ଏହି ଫିଗରକୁ ପ୍ରଦର୍ଶନ କରିବ
21:22 ଯଦିଓ ଫିଗର୍ ପରେ ଆସିଥାଏ, ଏହା ଏହାକୁ ପ୍ରଦର୍ଶନ କରିବ କାରଣ ପରେ ପ୍ରଦର୍ଶନ କରିବା ପାଇଁ latexକୁ ନିର୍ଦ୍ଦେଶ ଦିଆଯାଇ ନାହିଁ. ଏହା ବୋଧେ ଅବିଦିତ ଅଟେ
21:35 ଉଦାହରଣସ୍ଵରୂପ, ଯଦି ଆପଣ ତାହା କୁହନ୍ତି ଏବଂ ଏହି ଆଇଟମ୍ ମଧ୍ୟରେ ଏହି ସୁଚନାକୁ ରଖନ୍ତି ତେବେ ଏହାକୁ ପ୍ରଥମେ ଏବଂ ତା’ପରେ ଏହାକୁ ପ୍ରଦର୍ଶନ କରିବା ପାଇଁ କୁହନ୍ତୁ
21:44 କିନ୍ତୁ କୌଣସି ଠାରେ ଏହା ପରେ ଆସିବ ବୋଲି ନିର୍ଦ୍ଦେଶ ଦିଆଯାଇ ନାହିଁ
21:50 ତେଣୁ ଏହିପରି ସୁଚନାପ୍ରତି ସର୍ବଦା ସତର୍କ ରୁହନ୍ତୁ. ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଗୋଟିଏ pauseକୁ ରଖନ୍ତୁ
21:59 ଏହାକୁ କମ୍ପାଇଲ୍ କରିବା ସହ ସେଭ୍ କରନ୍ତୁ. ବର୍ତ୍ତମାନ ଏହା ଠିକ୍ ଅଛି
22:08 ଏହି ସମସ୍ୟାର ସମାଧାନ ହୋଇଛି. ପ୍ରଥମ, ଦ୍ଵିତୀୟ ଓ ତା’ପରେ ଆଉ ଗୋଟିଏ ଏହିପରି ଥରେ ଏହା ପାସ୍ ହେବ, ଏବଂ ଏହା ସମାଧାନ ହେବାର ଆପଣ ଦେଖିପାରିବେ
22:24 ଠିକ୍ ଅଛି, ଏଠାକୁ ଆସନ୍ତୁ. ପରବର୍ତ୍ତି table ଅଟେ
22:39 ଏହାକୁ ସେଭ୍ କରନ୍ତୁ. ଏହାକୁ କମ୍ପାଇଲ୍ କରନ୍ତୁ. ଟେବଲ୍ ଆସିଯାଇଥିବା, ଆପଣ ଦେଖିପାରିବେ
22:51 କିପରି ଟେବଲ୍ ସୃଷ୍ଟି କରାଯାଏ ମୁଁ ବର୍ଣ୍ଣନା କରିବି ନାହିଁ, ଏହାକୁ tables ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇସରିଛି
22:57 ଯାହା କେବଳ ଏହାକୁ କଟ୍ କରି ଏଠାରେ ପେଷ୍ଟ କରନ୍ତୁ. ଚାଲନ୍ତୁ frameର ଆରମ୍ଭକୁ ଯିବା
23:12 ଏହା ପୂର୍ବେ ବ୍ୟବହାର କରାଯାଇଥିବା ସମାନ ଟେବଲ୍ ଅଟେ, ଏହାକୁ କେବଳ କଟ୍ କରି ପେଷ୍ଟ କରାଯାଇଛି. center, ମଧ୍ୟରେ begin tabular ଓ end tabular କମାଣ୍ଡ ଆସିଯାଇଥିବା, ଦେଖିପାରିବେ
23:22 ଠିକ୍ ଅଛି..ନିୟମାବଳୀଗୁଡିକ କ’ଣ? ଏହାର ନିୟମାବଳୀଗୁଡିକ figures ଭଳି ସମାନ ଅଟେ
23:28 ତେଣୁ, ତାହାକୁ ମଧ୍ୟ ଦେଖନ୍ତୁ. ଏଠାରେ ଥିବା ନିୟମାବଳୀଗୁଡିକୁ ଦେଖନ୍ତୁ
23:44 କମ୍ପାଇଲ୍ କରନ୍ତୁ. ଏହାକୁ ଦେଖିବା ସହ ଆଗକୁ ବଢନ୍ତୁ
23:51 ପୁନର୍ବାର, ପ୍ରେଜେଣ୍ଟେଶନଗୁଡିକରେ ଫ୍ଲୋଟେଡ୍ environmentଗୁଡିକୁ ବ୍ୟବହାର କରନ୍ତୁ ନାହିଁ
23:56 tables ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲରେ table environment ମଧ୍ୟରେ tabularକୁ ରଖନ୍ତୁ
24:02 Table environment ଫ୍ଲୋଟେଡ୍ ଅଟେ, ଏଠାରେ ଏହାକୁ ସଂଯୁକ୍ତ କରନ୍ତୁ ନାହିଁ. ଏହାକୁ ସିଧାସଳଖ ଇନସର୍ଟ କରନ୍ତୁ
24:11 ଉଦାହରଣସ୍ଵରୂପ, ଏହାକୁ ସିଧାସଳଖ environmentର center ମଧ୍ୟରେ ରଖନ୍ତୁ
24:17 କ୍ୟାପଶନ୍, ଟେବଲ୍ ନମ୍ବର୍ ପ୍ରଭୃତିକୁ ସଂଯୁକ୍ତ କରନ୍ତୁ ନାହିଁ. ଯଦି ଆବଶ୍ୟକ ହୁଏ ଏହାର ଗୋଟିଏ କପୀ କରନ୍ତୁ
24:25 ବର୍ତ୍ତମାନ, ଏଠାରେ ମୁଁ ଆନିମେଶନ୍ ହେଉଥିବା ମାର୍ଗକୁ ପ୍ରଦର୍ଶନ କରିବାକୁ ଚାହେଁ. ଉଦାହରଣସ୍ଵରୂପ, ଏହି ସ୍ଲାଇଡରେ ଏହା ଗୋଟିଏ ଭିନ୍ନ କଲର୍ ସହିତ ଆଲର୍ଟ କରେ ନାହିଁ
24:40 ମନେପକାନ୍ତୁ ଯେ ଆଲର୍ଟ ପାଇଁ ବ୍ଲୁ କଲର୍ ବ୍ୟବହାର କରାଯାଇଥିଲା. ଏହା କାହିଁକି ହେଲା?
24:46 ଏହାର କାରଣ ଏଠାରେ ଗୋଟିଏ ଭିନ୍ନ ପ୍ରକାରର environmentକୁ ବ୍ୟବହାର କରଯାଇଛି
24:52 begin itemize, end itemize ମଧ୍ୟରେ item plus minusକୁ ବ୍ୟବହାର କରନ୍ତୁ. ପୂର୍ବେ ୱର୍ଡ alertକୁ ବ୍ୟବହାର କରାଯାଇଥିଲା
25:01 ତାହାକୁ ମନେପକାନ୍ତୁ. ତା’କୁ ଆଉ ବିଶେଷ ବ୍ୟବହାର କରାଯାଉ ନାହିଁ. ପରିଣାମସ୍ଵରୂପ, ଏହା କେବଳ ବ୍ଲାକରେ ଆସୁଛି. ଏହା ଆନିମେଶନକୁ ସଂଯୁକ୍ତ କରିବାର ସବୁଠୁ ସରଳ ମାର୍ଗ ଅଟେ
25:12 ପିକ୍ କରି ଚୟନ କରିପାରିବେ. ତେଣୁ, ଏହା ଯାହା ଏଠାରେ ଲେଖାଯାଇଛି. ପୂର୍ବ ସ୍ଲାଇଡରେ ଥିବା ବିଭିନ୍ନ ଆନିମେଶନଗୁଡିକୁ ପ୍ରଦର୍ଶନ କରନ୍ତୁ
25:22 ବର୍ତ୍ତମାନ, ଏହାକୁ ଗୋଟିଏ ହ୍ୟାଣ୍ଡଆଉଟରେ ରୂପାନ୍ତର କରିବାର ଆବଶ୍ୟକତା ଅଛି. ଉଦାହରଣସ୍ଵରୂପ-ଏଠାରେ ଯାହାସବୁ ଅଛି
25:28 ଯଦି ଆପଣ ତାହାକୁ ପ୍ରିଣ୍ଟ କରିବାକୁ ଚାହାଁନ୍ତି, ଯଦିଓ ଏଠାରେ କେବଳ 10 ପେଜ୍ ଅଛି, ଏହା 24 ପେଜ୍ ସୃଷ୍ଟି କରିବ
25:40 ଏଠାରେ କେବଳ ଦଶୋଟି ୟୁନିକ୍ frames ଅଛି କିନ୍ତୁ ଏଠାରେ 24 ପେଜ୍ ଅଛି. କିନ୍ତୁ ଯଦି ପ୍ରିଣ୍ଟ କରିବାକୁ ଚାହାଁନ୍ତି, ଏହା 24 ପେଜ୍ ସୃଷ୍ଟି କରିବ
25:49 ଏହା କରିବା ପାଇଁ ଗୋଟିଏ ମାର୍ଗ ହେଉଛି, ଏଠାରେ ଥିବା handout ନାମକ ଗୋଟିଏ ସରଳ ସ୍ଵିଚକୁ ବ୍ୟବହାର କରି ଏହାକୁ କରାଯାଇପାରିବ
26:00 ଯଦି ଏହାକୁ କରନ୍ତି, ଏହାକୁ କମ୍ପାଇଲ୍ କରନ୍ତୁ; ବର୍ତ୍ତମାନ ଏଠାରେ କେବଳ 10 ପେଜ୍ ଅଛି. ଏହାକୁ ପୁଣି ଥରେ କମ୍ପାଇଲ୍ କରନ୍ତୁ
26:13 ବର୍ତ୍ତମାନ ଏଠାରେ ଆନିମେଶନ୍ ବେଶୀ ସମୟ ରହିବ ନାହିଁ. ଯଦି next page, next page, next page, next page, next pageକୁ ଯା’ନ୍ତି ଏବଂ ଏହି ପରି
26:24 ନିଶ୍ଚିତରୂପେ କଲର୍ ପରିବର୍ତ୍ତନ କରିବାକୁ ଚାହିଁଲେ କ’ଣ କରିବେ? ତା’ପରେ ପୁନର୍ବାର brownକୁ ରଖନ୍ତୁ
26:35 ଦେଖିବେ ଯେ ଏହା ପରିବର୍ତ୍ତନ ହୋଇଯାଇଛି. ତେଣୁ, ଏଠାରେ ସଂଯୁକ୍ତ ହେବାକୁ ଥିବା ସମସ୍ତ ପାରାମିଟରଗୁଡିକ କମା ଦ୍ଵାରା ଅଲଗା ହୋଇଛନ୍ତି
26:42 ତେଣୁ, ପୁନର୍ବାର ଏହାକୁ ବ୍ଲୁରେ ଆଣି ରଖନ୍ତୁ. ଏହାକୁ କମ୍ପାଇଲ୍ କରନ୍ତୁ
26:52 ବେଳେବେଳେ Verbatim environmentକୁ ସଂଯୁକ୍ତ କରିବାକୁ ପଡିଥାଏ
27:06 ତେଣୁ, ଚାଲନ୍ତୁ ଏହି ଉଦାହରଣକୁ ଦେଖିବା
27:13 ଏଠାକୁ ଆସିବା ସହିତ ଶେଷକୁ ଯା’ନ୍ତୁ. ଏହାକୁ ସେଭ୍ କରନ୍ତୁ. ଏହି ସ୍ଥାନରୁ verbatimର ଆରମ୍ଭ ହେବ
27:24 ଆପଣ ଦେଖିପାରିବେ ଯେ verbatimର ସୃଷ୍ଟି ହୋଇଛି
27:30 ଏଠାରେ ଏହାକୁ SciLab କମାଣ୍ଡଗୁଡିକ ସହିତ ବର୍ଣ୍ଣନା କରାଯାଇଛି. କଲରକୁ ଏଠାରେ ବ୍ଲୁରେ ପରିବର୍ତ୍ତନ କରାଯାଇଛି ଏବଂ ଏପରି ଅନେକ
27:39 କେବଳ ଗୋଟିଏ ନିର୍ଦ୍ଦିଷ୍ଟ କାମ କରିବାକୁ ହେବ ଯେ, begin frame, square ବ୍ରାକେଟ୍ ମଧ୍ୟରେ –fragile ବୋଲି କୁହନ୍ତୁ
27:52 ଯଦି ତାହା କରିବେ ନାହିଁ, ଗୋଟିଏ ସମସ୍ୟା ଦେଖାଦେବ. ଠିକ୍ ଅଛି..ଏହାକୁ ଦେଖନ୍ତୁ, ଫେରିଆସନ୍ତୁ ଏବଂ ଏହାକୁ ଯାଞ୍ଚ କରନ୍ତୁ
28:01 ତେଣୁ ଏହାକୁ ଡିଲିଟ୍ କରନ୍ତୁ. ଏହାକୁ ସେଭ୍ କରିବା ସହ କମ୍ପାଇଲ୍ କରନ୍ତୁ
28:09 ଏହା ଦେଖାଦେବ ଏବଂ କିଛିଟା ଠିକ୍ ନାହିଁ ବୋଲି କହିବ
28:14 ତେଣୁ, fragileକୁ ପୁନର୍ବାର ଆଣି ରଖନ୍ତୁ. ସେଭ୍ କରନ୍ତୁ, ଏହିଠାରୁ ବାହାରିଯା’ନ୍ତୁ
28:21 ଏହାକୁ ପୁଣିଥରେ କମ୍ପାଇଲ୍ କରନ୍ତୁ. ବର୍ତ୍ତମାନ ଏହା ଆସିଯିବ
28:30 Beamer କ୍ଲାସରେ ଅନେକ ସୁଚନା ଅଛି. ଜଣେ ଅନ୍ୟ ବିଷୟଗୁଡିକୁ କିପରି ଜାଣିବ
28:40 ତେଣୁ ଏଠାରେ କିଛି ସୁଚନା ଅଛି, ଚାଲନ୍ତୁ ନିମ୍ନକୁ ଯିବା
28:48 ନିତ୍ୟାନ୍ତ ଆବଶ୍ୟକ ସୁଚନା, ଯେଉଁଠାରୁ ସେଗୁଡିକୁ ପ୍ରାପ୍ତ କରିବେ, ତାହା ଏହି ସ୍ଲାଇଡରେ ଉପଲବ୍ଧ ଅଛି
28:54 ଏହାକୁ କମ୍ପାଇଲ୍ କରିବା ସହ ତାହାକୁ ବୁଝନ୍ତୁ. beamer user guide ଡଟ୍ pdf ଫାଇଲ୍ beamer ପାଇଁ ନିର୍ଭରଯୋଗ୍ୟ ସୋର୍ସ ଅଟେ
29:08 ଏହାକୁ ଏହି ସ୍ଥାନରେ ଚିହ୍ନଟ କରନ୍ତୁ କିନ୍ତୁ beamer କ୍ଲାସର ଅଥରଙ୍କ ଦ୍ଵାରା beamer ପ୍ରୋଜେକ୍ଟ ୱେବସାଇଟରେ ମଧ୍ୟ ଏହା ଉପଲବ୍ଧ ଅଛି
29:21 ମୁଁ ଏହାକୁ ବର୍ଣ୍ଣନା କରିବି; ଏହା ଡାଉନଲୋଡ୍ ହୋଇସାରିଛି. ପୂର୍ବେ ଜଣାଯାଇଥିବା ସାଇଟ୍ ମଧ୍ୟରେ ଏହା ଅଛି
29:32 ଉଦାହରଣସ୍ଵରୁପ, ଏହା ଗୋଟିଏ 224 ପେଜ ବିଶିଷ୍ଟ ଡକୁମେଣ୍ଟ ଅଟେ. ଏହା ଗୋଟିଏ ବିଶାଳ ଡକୁମେଣ୍ଟ ଅଟେ
29:39 ମୁଁ ଏଠାରେ ପ୍ରଦର୍ଶନ କରିବାକୁ ଚାହେଁ ଯେ ଆପଣ ଏଠାରୁ ସୁଚନାଗୁଡିକୁ ସିଧାସଳଖ ଭାବେ ବ୍ୟବହାର କରିପାରିବେ
29:45 ତେଣୁ ଏଠାକୁ ଆସନ୍ତୁ. ପ୍ରଥମ ପେଜରେ, ଅଥର୍ କିପରି ସରଳ ସ୍ଲାଇଡ୍ ସୃଷ୍ଟି କରିପାରିବେ, ସେହି ବିଷୟରେ କହିବା ସହିତ ସୋର୍ସ ମଧ୍ୟ ପ୍ରଦାନ କରିଛନ୍ତି
29:57 ଏହାକୁ କଟ୍ କରି କପୀ କରନ୍ତୁ, ମିନିମାଇଜ୍ କରନ୍ତୁ. ଡକୁମେଣ୍ଟର ଶେଷକୁ ଆସନ୍ତୁ
30:09 ଏହାକୁ ପେଷ୍ଟ କରନ୍ତୁ, ସେଭ୍ କରନ୍ତୁ ଏବଂ ତା’ପରେ କମ୍ପାଇଲ୍ କରନ୍ତୁ. ଚାଲନ୍ତୁ ପରବର୍ତ୍ତି ପେଜକୁ ଯିବା
30:21 ସେଠାରେ ଯାହାସବୁ ଦେଖିଲେ ସେଗୁଡିକ ଏଠାକୁ ଚାଲିଆସିଥିବାର ଦେଖନ୍ତୁ. ଏଠାରେ ଅଥର୍ ପରିଚିତ theorem environmentକୁ ବ୍ୟବହାର କରିଛନ୍ତି
30:33 ଉଦାହରଣସ୍ଵରୂପ-begin theorem, end theorem, ଏଠାରେ ଆସିବ. ସେ, ଏଠାରେ ସ୍ମଲ୍ ଲେଟରରେ ଆସୁଥିବା frame subtitleକୁ ମଧ୍ୟ ବ୍ୟବହାର କରିଛନ୍ତି
30:42 ଏବଂ ତା’ପରେ begin proof, end proof ଏଠାରେ ଆସିବ. ସେ କହିଥିବା proof, ଅନ୍ୟ ଗୋଟିଏ ୱିଣ୍ଡୋକୁ ଖୋଲିବ, ଏହାକୁ proof dot କୁହାଯାଏ
30:52 ଏହି environment ପରିଭାଷିତ ହେବା ଭଳି, ଏହା ପରିଭାଷିତ ହେବ. ସେ ଗୋଟିଏ ଭିନ୍ନ ଆଲର୍ଟ କୌଶଳର ବ୍ୟବହାର କରନ୍ତି
31:01 ତେଣୁ ଯଦି ଆପଣ ଏହାକୁ ଦେଖିବାକୁ ଚାହାଁନ୍ତି, ପଛକୁ ଫେରିଆସନ୍ତୁ; ଏହି ହ୍ୟଣ୍ଡଆଉଟକୁ ବାହାର କରିଦିଅନ୍ତୁ ଯାହାଦ୍ଵାରା ଆନିମେଶନକୁ ଦେଖିପାରିବେ. ଏହାକୁ କମ୍ପାଇଲ୍ କରନ୍ତୁ
31:21 ପେଜ୍ ନମ୍ବର୍ 34କୁ ଯା’ନ୍ତୁ
31:31 ପଛକୁ ଫେରିବା ସହିତ ବର୍ତ୍ତମାନ ଆନିମେଶନକୁ ଦେଖନ୍ତୁ. ଏହାକୁ ଓ ଏହାକୁ ମଧ୍ୟ ଦେଖନ୍ତୁ
31:37 ସେ ଏଠାରେ କରିଥିବା କାମ ହେଉଛି ଯେ ଏହି ଦୁଇଟି itemକୁ ନମ୍ବର୍ one ଭାବେ ଏବଂ ଅନ୍ୟଗୁଡିକୁ two ଓ three ଭାବେ ନମ୍ବର୍ କରିଛନ୍ତି
31:51 ଅନ୍ୟ ଅର୍ଥରେ, ଏହା ବି ସମ୍ଭବ ଯେ କ୍ରମକୁ ମନମୁଖି ଭାବେ ନିର୍ଦ୍ଦିଷ୍ଟ କରନ୍ତୁ ଯେଉଁଥିରେ ସ୍ଲାଇଡରେ ରଖିଥିବା ଜିନିଷଗୁଡିକ ଦୃଶ୍ୟମାନ ହେବ
32:00 ଏହା ଉପରେ ସବିଶେଷ ଆଲୋଚନା କରିବା ପାଇଁ ଆମ ପାଖରେ ସମୟ ନାହିଁ. ଏହା ଉପରେ ଅଧିକ ବିବରଣୀ ପାଇଁ ପ୍ରଦତ୍ତ ରେଫରେନ୍ସକୁ ଯିବା ପାଇଁ ମୁଁ ପରାମର୍ଶ ଦେଉଛି
32:10 ଏହି ଗାଇଡରେ ଅନେକଗୁଡିଏ ଫିଚର୍ ଅଛି, ଏହି beamer କ୍ଲାସର ବିଶାଳ ସଂଖ୍ୟକ କ୍ଲାସ୍ ଅଛି, ଏବଂ ସେଗୁଡିକ ମଧ୍ୟରୁ କିଛିକୁ ଚେଷ୍ଟା କରିପାରନ୍ତି
32:20 ଠିକ୍ ଅଛି. ଏହାକୁ handoutକୁ ଫେରାଇ ଆଣନ୍ତୁ
32:36 ପ୍ରେଜେଣ୍ଟେଶନ୍ ମୋଡରେ ଥିବା ସମସ୍ୟା, ବର୍ତ୍ତମାନ ହ୍ୟାଣ୍ଡଆଉଟ୍ ମୋଡକୁ ଆସନ୍ତୁ,
32:42 ପ୍ରେଜେଣ୍ଟେଶନ୍ ମୋଡ୍ ଯେଉଁଠି ଆନିମେଶନଗୁଡିକ ପ୍ରଦର୍ଶନ ହୁଏ, ସାଧାରଣତଃ କମ୍ପାଇଲ୍ ହେବା ପାଇଁ ବହୁତ ସମୟ ନେଇଥାଏ
32:48 ତେଣୁ ଯଥାସମ୍ଭବ ଆପଣ handout modeରେ କାମ କରିବା ପାଇଁ ଇଚ୍ଛୁକ ହେବେ ଏବଂ ଯେତେବେଳେ presentation modeରେ କାମ କରିବାକୁ ଚାହିଁବେ, କିଛି ସମୟ ପାଇଁ ଏହା ମଧ୍ୟରୁ ଚେକ୍ ଆଉଟ୍ କରିପାରିବେ
32:59 ନିଶ୍ଚିତରୁପେ ଶେଷରେ, ଯେତେବେଳେ presentation କରିବାକୁ ଚାହିଁବେ, presentation ମୋଡକୁ ବ୍ୟବହାର କରିପାରନ୍ତି
33:06 ଏବଂ ଯଦି ଗୋଟିଏ ପ୍ରିଣ୍ଟ ଆଉଟ୍ ଚାହାଁନ୍ତି, ହ୍ୟାଣ୍ଡଆଉଟ୍ ମୋଡକୁ ବ୍ୟବହାର କରନ୍ତୁ. ଚାଲନ୍ତୁ ଶେଷକୁ ଯିବା. ଆମେ ପାଖାପାଖି ସ୍ପୋକନ୍ ଟ୍ୟୁଟୋରିଆଲର ଶେଷରେ ପହଞ୍ଚିଲେଣି
33:15 ମୁଁ ଧନ୍ୟବାଦ ଦେଉଛି. ପ୍ରକୃତରେ ଏଠାକୁ ଆସିବା ସହ ସମଗ୍ର ଜିନିଷକୁ କେବଳ କପୀ କରନ୍ତୁ
33:31 ସାଧାରଣ ଭାବେ ଏଠାରେ ଏହାକୁ କେବଳ କମ୍ପାଇଲ୍ କରନ୍ତୁ. ଠିକ୍ ଅଛି
33:42 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ. ଏହି ମିଶନର ଏହା ୱେବସାଇଟ୍ ଅଟେ
33:53 kannan@iitb.ac.in ରେ ଆମେ ଆପଣଙ୍କ ମତାମତ ଜାଣିବାକୁ ଚାହୁଁ. ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Nancyvarkey