Koha-Library-Management-System/C3/Installation-of-MarcEditor/Oriya

From Script | Spoken-Tutorial
Jump to: navigation, search
Time Narration
00:01 Installation of MarcEditor on Windows ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, ଏକ 64-bit Windows ମେଶିନ୍‌ରେ MarcEditor ଇନଷ୍ଟଲ୍ କରିବା ବିଷୟରେ ଶିଖିବା.
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Windows 10 Pro Operating System ଓ Firefox Web Browser.

00:27 ଏହି ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଷ୍ଟାଫ୍ ମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ.
00:32 ଆଗକୁ ବଢ଼ିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରିନିଅନ୍ତୁ ଯେ, ଆପଣଙ୍କ ମେଶିନ୍‌ରେ ନିମ୍ନଲିଖିତ ଇନଷ୍ଟଲ୍ ହୋଇଛି

Windows 10, 8 କିମ୍ୱା 7

00:43 ଯେକୌଣସି ୱେବ୍ ବ୍ରାଉଜର୍. ଉଦାହରଣସ୍ୱରୂପ: Internet Explorer, Firefox କିମ୍ୱା Google Chrome.
00:51 ଆପଣଙ୍କର ବିଦ୍ୟମାନ ଲାଇବ୍ରେରୀରେ, ଏକ Excel spreadsheetରେ ଲାଇବ୍ରେରୀ ରେକର୍ଡ ଥାଇପାରେ.
00:58 ବର୍ତ୍ତମାନ ଆପଣଙ୍କ ଲାଇବ୍ରେରୀକୁ Koha Library Management Systemକୁ ନିଆଯାଉଛି.
01:05 ତେଣୁ, ସମସ୍ତ ରେକର୍ଡକୁ Excelରୁ Marc ଫର୍ମାଟ୍‌ରେ ବଦଳାଇବାକୁ ପଡ଼ିବ.
01:12 ଏହା ଜାଣିବା ଜରୁରୀ ଯେ:

Excel spreadsheetରେ ଥିବା ରେକର୍ଡଗୁଡ଼ିକୁ ପ୍ରଥମେ Marc ଫର୍ମାଟ୍‌ରେ ବଦଳାଇ ତା’ପରେ ତାହାକୁ Kohaକୁ ଇମ୍ପୋର୍ଟ କରାଯିବ.

01:26 ଏହାର କାରଣ ହେଉଛି, Excel ଫର୍ମାଟ୍‌ରୁ ଡେଟାଗୁଡ଼ିକୁ ସିଧାସଳଖ ଇମ୍ପୋର୍ଟ କରିବା ପାଇଁ Koha ପାଖରେ ସୁବିଧା ନାହିଁ.
01:35 ଚାଲନ୍ତୁ ଆରମ୍ଭ କରିବା.
01:37 Excel Dataକୁ Marc ଫାଇଲ୍, ଯାହା ହେଉଛି .(ଡଟ୍) mrc,ରେ ବଦଳାଇବା ପାଇଁ ଆମେ MarcEdit ସଫ୍ଟୱେର୍ ବ୍ୟବହାର କରିବା.
01:48 ଏହି ସଫ୍ଟୱେର୍‌କୁ ଇନଷ୍ଟଲ୍ କରିବା ପାଇଁ, ବ୍ରାଉଜର୍‌କୁ ଯାଆନ୍ତୁ ଏବଂ ଏହି URL ଟାଇପ୍ କରନ୍ତୁ.
01:55 Download ଶୀର୍ଷକ ଗୋଟିଏ ନୂଆ ପେଜ୍ ଖୋଲିବ.
02:00 Current Developmentରେ ଥିବା MarcEdit 7.0.x/MacOS 3.0.xକୁ ଯାଆନ୍ତୁ ଏବଂ

Windows 64-bit Download ଠାବ କରନ୍ତୁ

02:17 ହେଲେ, ଯଦି ଆପଣଙ୍କ ପାଖରେ 32-bit ମେଶିନ୍ ଅଛି, ତେବେ ଆପଣ Windows 32-bit Download ଲିଙ୍କ୍ ଉପରେ କ୍ଲିକ୍ କରିବେ.
02:26 ଆପଣଙ୍କ ମେଶିନ୍ 32-bitର ନା 64-bitର ଜାଣିବା ପାଇଁ ମେଶିନ୍‌ର ତଳ ବାମପଟ କୋଣକୁ ଯାଆନ୍ତୁ.
02:35 Start ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:38 ଉପରକୁ ସ୍କ୍ରୋଲ୍ କରି Settings ଉପରେ କ୍ଲିକ୍ କରନ୍ତୁ
02:43 ଏହି ଆଇକନ୍‌ଗୁଡ଼ିକରୁ System-Display, Notifications, Apps, Power ଉପରେ କ୍ଲିକ୍ କରନ୍ତୁ.
02:51 ଏହା, ବାମପଟେ କିଛି ଅପ୍ସନ୍ ସହିତ ଅନ୍ୟଏକ ୱିଣ୍ଡୋ ଖୋଲିବ.
02:56 About ଟାବ୍ ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
03:00 ସେହି ପେଜ୍‌ରେ, ଡାହାଣପଟେ, PC ବିଭାଗରେ ଥିବା System Typeକୁ ଯାଆନ୍ତୁ.
03:08 ଆପଣଙ୍କ ମେଶିନ୍‌ର Operating Systemର ବିବରଣୀ ପ୍ରଦର୍ଶିତ ହେବ.
03:13 ମୋ ମେଶିନ୍ ପାଇଁ ଏହା, 64-bit Operating System, x64-Based Processor କହୁଛି.
03:21 ବିବରଣୀ ପଢ଼ିସାରିବା ପରେ, Windowକୁ ବନ୍ଦ କରନ୍ତୁ.
03:25 ଏହା କରିବା ପାଇଁ, ପେଜ୍‌ର ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ ଛକି ଚିହ୍ନ ଉପରେ କ୍ଲିକ୍ କରନ୍ତୁ
03:31 ଆମେ ପୁଣି Download ପେଜ୍‌କୁ ଫେରିଆସିବା
03:36 ଯେହେତୁ ମୋ ମେଶିନ୍ 64-Bitର ଅଟେ, ମୁଁ 64-Bit Download ଉପରେ କ୍ଲିକ୍ କରିବି.
03:42 ଦୁଇଟି ବିଭାଗ ସହିତ 64-Bit Download ଶୀର୍ଷକ ଥିବା ଅନ୍ୟଏକ ନୂଆ ୱିଣ୍ଡୋ ଖୋଲିବ -

Non-Administrator ଓ Administrator

03:53 Administrator ବିଭାଗର ତଳେ ଥିବା Download MarcEdit 7 ଲିଙ୍କ୍ ଉପରେ ମୁଁ କ୍ଲିକ୍ କରିବି.
04:02 ଏହାର କାରଣ ହେଉଛି, ମୁଁ ନିଜ ଲାଇବ୍ରେରୀର Designated Koha Administrator ଅଟେ.
04:09 MacrEdit_Setup64Admin.msi ଡାୟଲଗ୍ ବକ୍ସ ଦେଖାଦେବ
04:16 ଆମେ ଏଠାରେ 2ଟି ଅପ୍ସନ୍ ଦେଖିପାରିବା -

Save File ଓ Cancel

04:22 ତଳେ ଥିବା Save File ଉପରେ କ୍ଲିକ୍ କରନ୍ତୁ.
04:26 ଏହା କରିବା ପରେ, ଆପଣଙ୍କ ମେଶିନ୍‌ରେ ଥିବା Downloads ଫୋଲ୍ଡର୍‌କୁ ଯାଆନ୍ତୁ
04:31 MacrEdit_Setup64Admin.msi ଏଠାରେ ସେଭ୍ ହୋଇଥିବାର ଆପଣ ଦେଖିବାକୁ ପାଇବେ
04:40 ସେଭ୍ ହୋଇଥିବା ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ଦେଖାଦେଇଥିବା ଅପ୍ସନ୍ସରୁ Install ଉପରେ କ୍ଲିକ୍ କରନ୍ତୁ.
04:48 User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ.
04:56 Welcome to the MarcEdit 7 Setup Wizard ନାମକ ଅନ୍ୟଏକ ୱିଣ୍ଡୋ ଦେଖାଦେବ.
05:04 ପେଜ୍ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ.
05:08 Licence Agreement ଶୀର୍ଷକ ଆଉ ଗୋଟିଏ ୱିଣ୍ଡୋ ଖୋଲିବ.
05:14 License Agreementକୁ ଧ୍ୟାନସହକାରେ ପଢ଼ନ୍ତୁ.
05:18 2ଟି ଅପ୍ସନ୍, I do not Agree ଓ I Agree ମଧ୍ୟରୁ I Agree ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
05:28 ତା’ପରେ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:33 Select Installation Folder ନାମକ ଏକ ନୂଆ ୱିଣ୍ଡୋ ଖୋଲିବ.
05:39 ଏହା, ଇନଷ୍ଟଲ୍ ହୋଇଥିବା ସଫ୍ଟୱେର୍‌କୁ କେଉଁଠାରେ ଷ୍ଟୋର୍ କରାଯିବ, ତାହାର ପାଥ୍ ଦେଖାଇଥାଏ.
05:45 ବିକଳ୍ପ ଭାବରେ, ଆପଣ ନିଜ ପସନ୍ଦ ଅନୁସାରେ ଏକ ଭିନ୍ନ ଫୋଲ୍ଡର୍‌ରେ ଏହି ସଫ୍ଟୱେର୍‌କୁ ଇନଷ୍ଟଲ୍ କରିପାରିବେ.

ଫିଲ୍ଡ ଫୋଲ୍ଡର୍‌ରେ ଆବଶ୍ୟକ ପାଥ୍ ଟାଇପ୍ କରି ଏହା କରନ୍ତୁ.

05:56 Browse ଟାବ୍‌ରେ କ୍ଲିକ୍ କରି ଏବଂ ନିଜ ଇଚ୍ଛାର Path ଚୟନ କରି ମଧ୍ୟ ଆପଣ ଏହା କରିପାରିବେ
06:03 ହେଲେ, ମୁଁ ଏହି ଫୋଲ୍ଡର୍ ପାଥ୍‌କୁ, ଫୋଲ୍ଡର୍ ଫିଲ୍ଡରେ ସେହିପରି ରଖିବି.
06:09 ଏବେ, ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:14 Confirm Installation ନାମକ ଅନ୍ୟଏକ ନୂଆ ୱିଣ୍ଡୋ ଖୋଲିବ
06:19 ଏବେ, ସେହି ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:25 Installing MarcEdit 7 ୱିଣ୍ଡୋ ଖୋଲିବ
06:30 ଏହାପରେ ଆମେ ସଫଳତା ବାର୍ତ୍ତା ୱିଣ୍ଡୋ ଦେଖିବା.

ଏହା କୁହେ - Installation Complete. MarcEdit 7 has been successfully installed

06:42 ଏହି ୱିଣ୍ଡୋରୁ ବାହାରିଯିବା ପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ.
06:47 MarcEdit 7.0.250 By Terry Reese ଶୀର୍ଷକ ଗୋଟିଏ ୱିଣ୍ଡୋ ଖୋଲିବ.
06:56 ଏବେ, ସବୁ ଖୋଲାଥିବା ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ.
07:01 ଡେସ୍କଟପ୍‌ରେ Shortcut ତିଆରି ହୋଇଥିବାର ଆପଣ ଦେଖିବାକୁ ପାଇବେ.
07:06 ଏଥିସହିତ ଆମେ, ସଫଳତାପୂର୍ବକ ଗୋଟିଏ 64-Bit ମେଶିନ୍‌ର ଡେସ୍କଟପ୍‌ରେ MarcEditor ଇନଷ୍ଟଲ୍ କରିଦେଲେ.
07:14 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

07:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

07:32 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
07:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

07:48 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep