Koha-Library-Management-System/C3/Import-MARC-to-Koha/Oriya

From Script | Spoken-Tutorial
Revision as of 03:55, 23 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Import MARC File into Koha ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, Kohaରେ ଗୋଟିଏ MARC Fileକୁ ଇମ୍ପୋର୍ଟ କରିବା ଏବଂ

OPACରେ ଇମ୍ପୋର୍ଟ କରାଯାଇଥିବା ଡେଟା ଖୋଜିବା ବିଷୟରେ ଶିଖିବା

00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି Ubuntu Linux OS 16.04
00:28 Koha Version 16.05 ଏବଂ Firefox Web Browser
00:36 ହେଲେ, ଆପଣ ନିଜ ପସନ୍ଦର ବ୍ରାଉଜର୍ ବ୍ୟବହାର କରିପାରିବେ
00:41 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ - Library Science.ଜାଣିଥିବା ଉଚିତ.
00:47 ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଥିବା ଦରକାର

ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ

00:58 ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ
01:05 ଦୁଇଟି ମାର୍ଗରେ Kohaରେ ରେକର୍ଡ ଇମ୍ପୋର୍ଟ କରାଯାଏ:

Stage MARC Records for Import ଓ Manage Staged Records

01:18 ଆରମ୍ଭ କରିବା ପାଇଁ, ଆମର Superlibrarian ଆକ୍ସେସ୍ ସହ Kohaରେ ଲଗ୍-ଇନ୍ କରନ୍ତୁ
01:24 Homepageରେ ଥିବା Tools ଉପରେ କ୍ଲିକ୍ କରନ୍ତୁ
01:28 ଗୋଟିଏ ନୂଆ ପେଜ୍ ଖୋଲିବ. Catalog ବିଭାଗରେ ଥିବା Stage MARC Records for Import ଉପରେ କ୍ଲିକ୍ କରନ୍ତୁ
01:40 Stage MARC Records for Import ଶୀର୍ଷକ ଗୋଟିଏ ନୂଆ ପେଜ୍ ଖୋଲିବ.
01:46 Stage Records into the Reservoir ବିଭାଗକୁ ଯାଆନ୍ତୁ
01:51 ଏଠାରେ, Select the File to Stage ପାଖରେ ଥିବା Browse... ଉପରେ କ୍ଲିକ୍ କରନ୍ତୁ
01:58 File Upload ନାମକ ଗୋଟିଏ ୱିଣ୍ଡୋ ଖୋଲିବ. ତା’ପରେ, Downloads ଫୋଲ୍ଡର୍‌କୁ ଯାଆନ୍ତୁ
02:06 ଏଠାରେ, TestData.mrc ନାମକ ଫାଇଲକୁ ଯାଆନ୍ତୁ
02:12 ମନେପକାନ୍ତୁ, ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକ ମଧ୍ୟରୁ ଗୋଟିକରେ ଆମେ TestData.mrc ଫାଇଲ୍ ତିଆରି କରିଥିଲେ
02:20 ଯଦି ଚୟନ ହୋଇନଥିବ, ତେବେ TestData.mrc ଫାଇଲକୁ ଚୟନ କରନ୍ତୁ.

ଏବେ, ୱିଣ୍ଡୋ ତଳେ ଥିବା Open ବଟନ୍ ଉପରେ କ୍ଲିକ୍ କରନ୍ତୁ

02:32 ସେହି ପେଜ୍‌ରେ, Browse ଟାବ୍ ପାଖରେ ଥିବା ଫାଇଲର ନାମ ଭାବରେ ଆପଣ TestData.mrc ଦେଖିବେ
02:43 ଏବେ, ପେଜ୍ ତଳେ ଥିବା Upload File ବଟନ୍ ଉପରେ କ୍ଲିକ୍ କରନ୍ତୁ
02:49 ମାଟିଆ ରଙ୍ଗରେ ଥିବା Upload Progress Barକୁ ଆପଣ ଦେଖିବେ
02:55 100% ପର୍ଯ୍ୟନ୍ତ ଅପଲୋଡ୍ ସମ୍ପୂର୍ଣ୍ଣ ହୋଇଯିବା ପରେ ଆମକୁ କେତେକ ବିବରଣୀ ପୂରଣ କରିବାକୁ କୁହାଯିବ
03:03 ପ୍ରଥମେ, Comments About This File ପାଇଁ ଥିବା ଫିଲ୍ଡ ପୂରଣ କରନ୍ତୁ.
03:09 Kohaରେ ଅପଲୋଡ୍ ହୋଇଥିବା ଫାଇଲଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏହା ଉପଯୋଗୀ ଅଟେ
03:14 ମୁଁ Book Data ଲେଖିବି
03:18 ଏହାପରେ ହେଉଛି Record type. ଏଠାରେ, ଡିଫଲ୍ଟ ଭାବରେ Koha, Bibliographic ଚୟନ କରିଥାଏ
03:26 ସେହିଭଳି, Character Encoding ପାଇଁ Koha, ଡିଫଲ୍ଟ ଭାବରେ UTF-8 (Default) ଚୟନ କରିଥାଏ
03:35 ତା’ପରେ Look for existing records in catalog? ବିଭାଗକୁ ଆସନ୍ତୁ
03:41 ଏହି ବିଭାଗରେ Record matching rule:କୁ ଯାଆନ୍ତୁ.

ଡିଫଲ୍ଟ ଭାବରେ Koha, Do Not Look for Matching Records ଚୟନ କରିଥାଏ

03:51 ଯଦି ଆପଣ ବିଦ୍ୟମାନ ରେକର୍ଡଗୁଡ଼ିକୁ ମେଳ କରିବାକୁ ଚାହାନ୍ତି, ତେବେ ଡ୍ରପ୍-ଡାଉନ୍‌ରୁ ଅନ୍ୟଏକ ଅପ୍ସନ୍ ଚୟନ କରନ୍ତୁ, ଯାହା ହେଉଛି ISBN/ISSN Number
04:04 ଆମେ ଏବେ Action if matching record foundକୁ ଆସିଲେ
04:09 Koha ଡିଫଲ୍ଟ ଭାବରେ Replace Existing Record with Incoming Record ଚୟନ କରିଥାଏ
04:16 ଏହାପରେ ଆସେ Action if no match is found. Koha ଡିଫଲ୍ଟ ଭାବରେ Add incoming record ଚୟନ କରିଥାଏ
04:25 ତା’ପରେ ଆମେ, Check for embedded item record data? ବିଭାଗକୁ ଆସିଲେ.

ଏଥିରେ ଦୁଇଟି ଅପ୍ସନ୍ ଅଛି - Yes ଓ No

04:37 ଡିଫଲ୍ଟ ଭାବରେ Koha, Yes ଚୟନ କରିଥାଏ
04:41 How to process items ପାଇଁ Koha ଡିଫଲ୍ଟ ଭାବରେ Always Add Items ଚୟନ କରିଥାଏ
04:48 ସେଥିରେ ଅନ୍ୟ ଅପ୍ସନ୍ ମଧ୍ୟ ଅଛି. ଆପଣ, ନିଜ ଆବଶ୍ୟକତା ଅନୁସାରେ ଏହିଗୁଡ଼ିକ ମଧ୍ୟରୁ ଯେକୌଣସି ଅପ୍ସନ୍ ଚୟନ କରିପାରନ୍ତି
04:56 ପେଜ୍ ତଳେ ଥିବା Stage for Import ବଟନ୍ ଉପରେ କ୍ଲିକ୍ କରନ୍ତୁ.

ନୀଳ ରଙ୍ଗ ବାର୍ ରେ ଆପଣ Job Progress ଦେଖିବେ

05:06 ଯେତେବେଳେ ପ୍ରୋଗ୍ରେସ୍ 100% ସମ୍ପୂର୍ଣ୍ଣ ହୋଇଯିବ, Stage MARC Records for Import ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ.
05:17 ଧ୍ୟାନ ଦିଅନ୍ତୁ ଯେ, ଆମର Excel Sheetରେ ଥିବା ଡେଟାଗୁଡ଼ିକୁ ଆମେ ଏବେ ସଫଳତାପୂର୍ବକ ଇମ୍ପୋର୍ଟ କରିନେଲେ.
05:25 ଏଥିରେ ନିମ୍ନ ବିବରଣୀ ରହିଛି.
05:28 ଧ୍ୟାନ ଦିଅନ୍ତୁ ଯେ, ଆପଣ, ନିଜର .mrc ଡେଟା ଅନୁସାରେ, ନିଜ Koha Interfaceରେ ଭିନ୍ନ ଭାଲ୍ୟୁ ଦେଖିବେ
05:36 ସେହି ପେଜ୍‌ରେ, ଶୀର୍ଷକ ଉପରେ, ଆପଣ ଦୁଇଟି ଅପ୍ସନ୍ ଦେଖିବାକୁ ପାଇବେ:

Stage MARC Records ଓ Manage Staged Records.

05:48 ଧ୍ୟାନ ଦିଅନ୍ତୁ ଯେ, TestData ନାମକ Excel ଫାଇଲକୁ ଇମ୍ପୋର୍ଟ କରିସାରିଥିବା କାରଣରୁ ମୁଁ ଆଉ Stage MARC Records ଉପରେ କ୍ଲିକ୍ କରିବି ନାହିଁ
06:00 ଯଦି ଆପଣ ଅନ୍ୟ କୌଣସି ଫାଇଲ୍ ଇମ୍ପୋର୍ଟ କରିବାକୁ ଚାହାନ୍ତି, ତେବେ Stage MARC Records ଉପରେ କ୍ଲିକ୍ କରନ୍ତୁ ଏବଂ ପୂର୍ବେ ଉଲ୍ଲେଖ କରାଯାଇଥିବା ଅନୁସାରେ ପଦାଙ୍କ ଅନୁସରଣ କରନ୍ତୁ
06:11 ଏହାପରେ ଆମକୁ, Koha Catalogରେ, ଇମ୍ପୋର୍ଟ କରାଯାଇଥିବା ରେକର୍ଡଗୁଡ଼ିକୁ ପରିଚାଳନା କରିବାକୁ ପଡ଼ିବ.

ତେଣୁ, Manage Staged Records ଉପରେ କ୍ଲିକ୍ କରନ୍ତୁ

06:22 Manage Staged MARC Records › Batch 6 ନାମକ ଏକ ନୂଆ ୱିଣ୍ଡୋ ଖୋଲିବ
06:30 ଏହି ପେଜ୍‌ରେ, ଏଠାରେ ପ୍ରଦର୍ଶିତ ଭାଲ୍ୟୁଗୁଡ଼ିକ ସହିତ Koha ନିମ୍ନ ଫିଲ୍ଡଗୁଡ଼ିକୁ ପୂରଣ କରିବ.
06:37 ନିମ୍ନଲିଖିତ ଫିଲ୍ଡଗୁଡ଼ିକ ପାଇଁ Koha, ଡିଫଲ୍ଟ ଭାବରେ ଡ୍ରପ୍-ଡାଉନ୍‌ରୁ ଏହିସବୁ ଏଣ୍ଟ୍ରିଗୁଡ଼ିକର ଚୟନ କରିଥାଏ
06:45 କିନ୍ତୁ ଆପଣ, ନିଜ ଆବଶ୍ୟକତା ଅନୁସାରେ, ଏହି ଏଣ୍ଟ୍ରିଗୁଡ଼ିକର ସମ୍ପର୍କିତ ଡ୍ରପ୍-ଡାଉନ୍‌ରୁ ସେଗୁଡ଼ିକୁ ବଦଳାଇପାରିବେ
06:52 ଏହାପରେ ହେଉଛି Apply different Matching Rules ନାମକ ବଟନ୍
06:57 ଡେଟାବେସ୍‌ରେ ରେକର୍ଡଗୁଡ଼ିକର ନକଲ ହେବାକୁ ଏଡ଼ାଇବା ପାଇଁ ଆପଣ ଏହି ବଟନ୍ ଉପରେ କ୍ଲିକ୍ କରିପାରନ୍ତି.

ମୁଁ ଏହି ବଟନ୍ ଛାଡ଼ିଦେଇ ଆଗକୁ ବଢ଼ିବି

07:09 ଏବେ Add New Bibliographic Records into This Frameworkକୁ ଯାଆନ୍ତୁ

ଏବଂ ଡ୍ରପ୍-ଡାଉନ୍‌ରୁ BOOKS ଚୟନ କରନ୍ତୁ.

07:20 ପୁଣିଥରେ, ଆପଣ ନିଜ ଆବଶ୍ୟକତା ଅନୁସାରେ ଚୟନ କରିପାରନ୍ତି
07:25 ଏବେ ମୁଁ, Import This Batch into The Catalog ଟାବ୍ ଉପରେ କ୍ଲିକ୍ କରିବି
07:32 ହେଲେ, କ୍ଲିକ୍ କରିବା ପୂର୍ବରୁ ଆମେ, Citation ବିଭାଗ ଦେଖିବା
07:37 ଦୟାକରି ନିର୍ଦ୍ଦିଷ୍ଟ ସଂଖ୍ୟାଗୁଡ଼ିକୁ ଦେଖନ୍ତୁ.

ଧ୍ୟାନ ଦିଅନ୍ତୁ ଯେ, Excel ଫାଇଲରୁ ଆମେ ଇମ୍ପୋର୍ଟ କରିଥିବା ବିବରଣୀ ସହିତ ଆପଣ ଏକ ଭିନ୍ନ ସଂଖ୍ୟା ଦେଖିବେ

07:48 ଏବେ ଆମେ, Import This Batch into The Catalog ନାମକ ବଟନ୍ ଉପରେ କ୍ଲିକ୍ କରିବା
07:55 ଆମେ ଏପରି କଲେ, Job Progress Bar ଦେଖାଦେବ
08:00 ପ୍ରୋଗ୍ରେସ୍ 100% ସମ୍ପୂର୍ଣ୍ଣ ହୋଇଯିବା ପରେ, Manage staged MARC records › Batch 6 ଶୀର୍ଷକ ଏବଂ
08:06 ପୂର୍ବରୁ ଲେଖାଯାଇଥିବା ନିମ୍ନ ବିବରଣୀ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ
08:16 ଆପଣଙ୍କର Importକୁ Undo କରିବା ସମ୍ଭବ ଅଟେ. ଇମ୍ପୋର୍ଟ କରାଯାଇଥିବା ଡେଟାରେ ଯଦି ଆପଣ କୌଣସି ପ୍ରକାରର ତ୍ରୁଟି ଦେଖନ୍ତି, ତେବେ ତାହାକୁ ଠିକ୍ କରିବା ପାଇଁ ନିମ୍ନଲିଖିତ କରନ୍ତୁ
08:27 ବିଭାଗର ତଳେ ଥିବା Undo Import into Catalog ଟାବ୍ ଉପରେ କ୍ଲିକ୍ କରନ୍ତୁ
08:34 ମୁଁ ଏଠାରେ କ୍ଲିକ୍ କରିବି
08:37 ଏହାପରେ ହେଉଛି Completed Import of Records
08:42 ଏଠାରେ ଆପଣ, Records Added, Updated ଆଦିର ବିବରଣୀ ଦେଖିବେ
08:49 ତା’ପରେ, ଆମେ ଇମ୍ପୋର୍ଟ କରିଥିବା ବିବରଣୀ ସହିତ Citation ବିଭାଗ ଦେଖିବା
08:56 ଇମ୍ପୋର୍ଟ ସମ୍ପୂର୍ଣ୍ଣ ହୋଇସାରିବା ପରେ, ନୂଆ ରେକର୍ଡ ପାଇଁ ଗୋଟିଏ ଲିଙ୍କ୍ ଦେଖାଦେବ
09:02 ଇମ୍ପୋର୍ଟ ହୋଇଥିବା ପ୍ରତ୍ୟେକ Citationର ଡାହାଣପଟେ ଏହା ଦେଖାଦେବ
09:08 ବର୍ତ୍ତମାନ ଆମେ ଏହା ସୁନିଶ୍ଚିତ କରିବା ଯେ, ଶୀର୍ଷକଗୁଡ଼ିକ Catalogରେ ଯୋଡ଼ା ହୋଇଛି କି ନାହିଁ
09:15 ଏହା କରିବା ପାଇଁ, ସେହି ପେଜ୍‌ର ଉପରେ Search the Catalog ଫିଲ୍ଡ ଥିବା ଦେଖନ୍ତୁ
09:22 Kohaରେ Recordଗୁଡ଼ିକର import ସୁନିଶ୍ଚିତ କରିବା ପାଇଁ ଏବେ ମୁଁ ଏକ ଛୋଟ ପରୀକ୍ଷା କରିବି
09:29 Citation ବିଭାଗରେ ଇମ୍ପୋର୍ଟ କରାଯାଇଥିବା ରେକର୍ଡଗୁଡ଼ିକର ଶୀର୍ଷକରୁ ଗୋଟିଏ ଟାଇପ୍ କରନ୍ତୁ
09:37 ତା’ପରେ, ଫିଲ୍ଡର ଡାହାଣପଟେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
09:43 Inorganic chemistry Housecroft, Catherine E ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
09:50 ଖୋଜାଯାଇଥିବା ଫଳାଫଳକୁ Koha ଦେଖାଇବ, ଯାହା ପ୍ରମାଣ କରିଥାଏ ଯେ, ରେକର୍ଡଗୁଡ଼ିକ ସଠିକ୍ ଭାବେ ଇମ୍ପୋର୍ଟ ହୋଇଛି
09:58 ଏଥିସହିତ ଆମେ, Koha ମଧ୍ୟକୁ MARC ଇମ୍ପୋର୍ଟ କରିବା ସମ୍ପୂର୍ଣ୍ଣ କଲେ
10:04 ସଂକ୍ଷିପ୍ତରେ,

ଏହି ଟ୍ୟୁଟୋରିଆଲରେ ଆମେ, Koha ମଧ୍ୟକୁ MARC ଇମ୍ପୋର୍ଟ କରିବା ସହ OPACରେ ଇମ୍ପୋର୍ଟ କରାଯାଇଥିବା ଡେଟା ଖୋଜିବା ବିଷୟରେ ଶିଖିଲେ

10:17 ଆସାଇନମେଣ୍ଟ ପାଇଁ:

ପୂର୍ବର ଏକ ଟ୍ୟୁଟୋରିଆଲରେ କନଭର୍ଟ ହୋଇଥିବା MARCର 10ଟି ରେକର୍ଡ ବ୍ୟବହାର କରନ୍ତୁ ଏବଂ ସେଗୁଡ଼ିକୁ Koha ମଧ୍ୟକୁ ଇମ୍ପୋର୍ଟ କରନ୍ତୁ

10:29 ସଂକେତ: Conversion of Excel Data to Marc21 Format ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ
10:37 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

10:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

10:56 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
10:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ,, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

11:10 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep