Koha-Library-Management-System/C3/Convert-Excel-to-MARC/Oriya

From Script | Spoken-Tutorial
Revision as of 03:46, 23 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Conversion of Excel Data to Marc21 Format ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ, ଏକ 64-bit Windows ମେଶିନ୍ ରେ Excel Dataକୁ Marc21 ଫର୍ମାଟ୍‌ରେ ବଦଳାଇବା ବିଷୟରେ ଶିଖିବା.
00:19 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି Windows 10 Pro ଓ

Firefox Web Browser.

00:29 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ - Library Science.ଜାଣିଥିବା ଉଚିତ.
00:35 ଆଗକୁ ବଢ଼ିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରିନିଅନ୍ତୁ ଯେ, ଆପଣଙ୍କ ମେଶିନ୍‌ରେ ନିମ୍ନଲିଖିତ ଇନଷ୍ଟଲ୍ ହୋଇଛି

Windows 10, 8 କିମ୍ୱା 7

00:45 ଯେକୌଣସି ୱେବ୍ ବ୍ରାଉଜର୍. ଯେପରି: Internet Explorer, Firefox କିମ୍ୱା Google Chrome.
00:53 ପୂର୍ବବର୍ତ୍ତୀ ଶୃଙ୍ଖଳାରେ ଆମେ, ଡେସ୍କଟପ୍ ରେ MarcEdit 7 ଇନଷ୍ଟଲ୍ କରିଥିଲେ.
01:00 ଆଇକନ୍ ଉପରେ ଡବଲ୍ କ୍ଲିକ୍ କରି MarcEdit 7 ଖୋଲନ୍ତୁ.
01:07 MarcEdit 7.0.250 By Terry Reese ନାମକ ଗୋଟିଏ ୱିଣ୍ଡୋ ଖୋଲିବ.
01:15 Export Tab Delimited Text ଟାବ୍‌କୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ.
01:21 Source File ଫିଲ୍ଡରେ ଥିବା Folder ଆଇକନ୍‌କୁ ଯାଆନ୍ତୁ.
01:27 Source File ହେଉଛି ଏକ Excel File, ଯାହାକୁ ଆମେ .mrk ଫର୍ମାଟ୍‌ରେ ବଦଳାଇବା
01:34 Folder ପାଇଁ ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ File Name ପାଇଁ ଫିଲ୍ଡରେ ଥିବା Excel ଫାଇଲ୍ ନିମନ୍ତେ ବ୍ରାଉଜ୍ କରନ୍ତୁ.
01:42 File Name ପାଖରେ ଥିବା ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ.
01:46 ଯଦି ଆପଣଙ୍କର Microsoft Excel 97/2000/XP/2003 (.xls) ଅଛି, ତେବେ Excel File (*.xls) ଫର୍ମାଟ୍‌ର ଚୟନ କରନ୍ତୁ.
02:03 ଏବଂ, ଯଦି ଆପଣଙ୍କର Microsoft Excel 2007/2010/2013 XML (.xlsx) ଅଛି, ତେବେ Excel File (*.xlsx) ଫର୍ମାଟ୍‌ର ଚୟନ କରନ୍ତୁ.
02:21 ଯେହେତୁ ମୋ ପାଖରେ . (ଡଟ୍) xlsx ଫାଇଲ୍ ଅଛି, ମୁଁ Excel XML ଫାଇଲ୍ (*.xlsx) ଚୟନ କରିବି.
02:32 ଏହାପରେ, ବାମପଟେ ଥିବା ଫୋଲ୍ଡର୍ସକୁ ଯାଆନ୍ତୁ ଏବଂ ଆପଣଙ୍କର Excel File ସେଭ୍ ହୋଇଥିବା ଫୋଲ୍ଡର୍‌ର ଚୟନ କରନ୍ତୁ.
02:40 ମୁଁ Downloadsରେ ମୋ Excel File ସେଭ୍ କରିଥିବାରୁ, ତାହାକୁ ଚୟନ କରିବି
02:47 Download ଫୋଲ୍ଡର୍‌ରୁ ମୁଁ TestData.xlsx ଚୟନ କଲି.
02:55 ଯେତେବେଳେ TestData.xlsx ଫାଇଲ୍ ର ଚୟନ କରାଗଲା, ଏହା File Name ଫିଲ୍ଡରେ ଦେଖାଦେଲା.
03:04 ଏବେ, ୱିଣ୍ଡୋ ତଳେ ଥିବା Open ବଟନ୍ ଉପରେ କ୍ଲିକ୍ କରନ୍ତୁ
03:09 C:\Users\spoken\Downloads\TestData.xlsx ଭାବରେ Source File ସହ ସେହି ୱିଣ୍ଡୋ ପୁଣି ଖୋଲିବ
03:21 Output File ପାଖରେ ଥିବା ଫୋଳ୍ଡର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
03:27 ଏପରି କଲେ, File Nemeକୁ ପୂରଣ କରିବାକୁ କହି Save File ୱିଣ୍ଡୋ ଖୋଲିବ
03:34 ସେହି ୱିଣ୍ଡୋରେ, ବାମପଟେ ଥିବା Downloads ଫୋଲ୍ଡର୍ ଉପରେ ମୁଁ କ୍ଲିକ୍ କରିବି

ଏବଂ TestData ଭାବରେ File Name ଟାଇପ୍ କରିବି

03:46 ଏବେ, ପେଜ୍ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ
03:51 ସେହି ୱିଣ୍ଡୋ ପୁଣିଥରେ ଦେଖାଦେବ.

Output File ଦେଖାଇବ: C:\Users\spoken\Downloads\TestData.mrk

04:06 ଧ୍ୟାନ ଦିଅନ୍ତୁ ଯେ, Excel Sheet Name: Sheet 1, MarcEdit 7 ଦ୍ୱାରା ସ୍ୱଚାଳିତ ଭାବେ ଚୟନିତ ହୋଇଯିବ.

ହେଲେ, ଏହି Sheetର ନାମକୁ ଏଡିଟ୍ କରିହେବ

04:20 Options ବିଭାଗରେ ଥିବା UTF-8 Encoded ଚେକ୍ ବକ୍ସ, ଡିଫଲ୍ଟ ଭାବରେ MarcEdit 7 ଦ୍ୱାରା ଚୟନିତ ହୋଇଛି.
04:32 ସେହି ୱିଣ୍ଡୋର ଡାହାଣପଟେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:37 ଏକ ନୂଆ ୱିଣ୍ଡୋ MarcEdit Delimited Text Translator ପୁଣିଥରେ ଖୋଲିବ.

ଏହାର ଶୀର୍ଷକ ହେଉଛି Data Snapshot

04:48 Excel Fileରେ କରାଯାଇଥିବା ଏଣ୍ଟ୍ରୀ ଅନୁସାରେ ସମସ୍ତ ଫିଲ୍ଡ ବିବରଣୀ ଏଥିରେ ରହିବ.
04:55 ଆମେ 0 ରୁ 8 ପର୍ଯ୍ୟନ୍ତ ଥିବା ଫିଲ୍ଡର ବର୍ଗ ଏବଂ ତାହା ସହ ସମ୍ୱନ୍ଧିତ ଊର୍ଦ୍ଧ୍ୱର ଭାଲ୍ୟୁ ଦେଖିବା
05:03 ଉଦାହରଣସ୍ୱରୂପ, ମୋ ମେଶିନ୍‌ରେ Field 0ର ଭାଲ୍ୟୁ 978-3-319-47238-6 (ISBN) ଅଛି
05:17 ଆପଣ, ନିଜର Excel Sheet ଅନୁସାରେ ଭିନ୍ନ ଭାଲ୍ୟୁ ଦେଖିପାରନ୍ତି.
05:22 DataSnapshot ବିଭାଗରେ ଥିବା Settingsକୁ ଯାଆନ୍ତୁ.
05:28 Select ଟାବ୍‌କୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Field 0 ଚୟନ କରନ୍ତୁ.
05:35 ଏହା ସହିତ ଆମେ, Koha MARC Tags ସହ Excel Dataର Mapping କରିବା
05:43 ମନେରଖନ୍ତୁ, ଆପଣ Map To: ଓ Indicatorsକୁ କଷ୍ଟମାଇଜ୍ କରିପାରିବେ
05:49 ହେଲେ, ଏହା ମହତ୍ତ୍ୱପୂର୍ଣ୍ଣ ଯେ, Fields ଓ SubFields Codes, Koha MARC Tag ଅନୁସାରେ ଅଟେ.
05:58 MARC Tags ଉପରେ ଅଧିକ ବିବରଣୀ ପାଇଁ, Library of Congressର ଅଧିକାରିକ ସାଇଟ୍ ଲିଙ୍କକୁ ଯାଆନ୍ତୁ.
06:07 ବ୍ରାଉଜର୍‌ରେ ଏହି URLକୁ ଟାଇପ୍ କରି Search ଉପରେ କ୍ଲିକ୍ କରନ୍ତୁ.
06:15 ମନେପକାନ୍ତୁ ଯେ, ଫିଲ୍ଡରେ ଲେଖାଯାଇଥିବା Map To:ର ଭାଲ୍ୟୁଗୁଡ଼ିକୁ ଏହି ଶୃଙ୍ଖଳାର ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରୁ ନିଆଯାଇଛି.
06:24 ମୁଁ Map To ଫିଲ୍ଡରେ 020$a ଲେଖିବି.
06:31 ଏହି ଅନୁକ୍ରମ, ଆପଣଙ୍କ Excel Data ଅନୁସାରେ ବଦଳିଯିବ
06:36 ମୁଁ Indicators: ଓ Term Punctuation:କୁ ସେହିଭଳି ଛାଡ଼ିଦେବି
06:42 ହେଲେ, Koha MARC Tags ଦ୍ୱାରା ନିର୍ଦ୍ଦେଶିତ ଅନୁସାରେ ଆପଣ ଏହି ଫିଲ୍ଡଗୁଡ଼ିକୁ ପୂରଣ କରିପାରିବେ.
06:49 ଏହାପରେ ହେଉଛି Constant Data ପାଇଁ ଚେକ୍ ବକ୍ସ
06:54 ସୀମାଙ୍କିତ ଟେକ୍ସଟ୍ ଡକୁମେଣ୍ଟରେ ପ୍ରତ୍ୟେକ ଏଣ୍ଟ୍ରୀ ପାଇଁ ଡେଟା ଫିଲ୍ଡରେ ସମାନ ସୂଚନାକୁ ଯଦି ଆପଣ Map କରିବାକୁ ଚାହୁଁଛନ୍ତି, ତେବେ ହିଁ ଏହାକୁ କ୍ଲିକ୍ କରନ୍ତୁ.
07:04 ସମାନ Subfieldକୁ ଯଦି ଆପଣ ପୁନରାବୃତ୍ତି କରିବାକୁ ଚାହୁଁଛନ୍ତି, ତେବେ Repeatable Subfield କ୍ଲିକ୍ କରନ୍ତୁ.
07:10 ଏହାପରେ, Add Argument ବଟନ୍ ଉପରେ କ୍ଲିକ୍ କରନ୍ତୁ.
07:15 ଏହା କଲେ, Arguments ବିଭାଗରେ ଥିବା ଫିଲ୍ଡରେ ଭାଲ୍ୟୁ 0 020$a 0 ଦେଖାଦେବ.
07:25 ସମାନ ଭାବରେ, ଚାଲନ୍ତୁ ଅନ୍ୟ ସମସ୍ତ ଫିଲ୍ଡକୁ ମ୍ୟାପ୍ କରିବା.
07:30 Settings ବିଭାଗରେ ଥିବା Selectକୁ ଯାଆନ୍ତୁ. ଡ୍ରପ୍-ଡାଉନ୍‌ରୁ Field 1 ଚୟନ କରନ୍ତୁ
07:39 Map To: ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: 080$a
07:46 ଏବେ, Add Argument ବଟନ୍ ଉପରେ କ୍ଲିକ୍ କରନ୍ତୁ.
07:50 ଏହା କଲେ, Arguments ବିଭାଗରେ ଥିବା ଫିଲ୍ଡରେ ଭାଲ୍ୟୁ 1 080$a 0 ଦେଖାଦେବ.
08:01 Select ଟାବ୍‌କୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Field 2 ଚୟନ କରନ୍ତୁ.
08:07 Map To: ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: 100$a
08:13 Indicators ପାଇଁ ଥିବା ଫିଲ୍ଡରେ 1 ଟାଇପ୍ କରନ୍ତୁ
08:17 ଧ୍ୟାନ ଦିଅନ୍ତୁ ଯେ, Tag 100ର ପ୍ରଥମ ଇଣ୍ଡିକେଟର୍ ହେଉଛି 1 ଏବଂ Subfield a ପାଇଁ Surnameକୁ ଏହା ପ୍ରତିନିଧିତ୍ୱ କରିଥାଏ.
08:28 ସମାନ ଭାବରେ, Field 13 ପର୍ଯ୍ୟନ୍ତ ସମସ୍ତ ଫିଲ୍ଡର ମ୍ୟାପିଙ୍ଗ୍ ସମ୍ପୂର୍ଣ୍ଣ କରନ୍ତୁ, ଯେପରି Select ଡ୍ରପ୍-ଡାଉନ୍‌ରେ ପ୍ରଦର୍ଶିତ କରାଯାଉଛି.
08:39 ପ୍ରତ୍ୟେକ ଫିଲ୍ଡ ପାଖରେ ଥିବା ଅପ୍ ଓ ଡାଉନ୍ ଆରୋକୁ ଦେଖନ୍ତୁ.
08:44 ଦେଖାଦେଉଥିବା ଭାଲ୍ୟୁର କ୍ରମ ବଦଳାଇବା ପାଇଁ ଆପଣ ଏଗୁଡ଼ିକର ବ୍ୟବହାର କରିପାରନ୍ତି.
08:50 Argument ବିଭାଗରେ, ଭିନ୍ନ ଭିନ୍ନ Subfield ସହ ଥିବା କମନ୍ Tagଗୁଡ଼ିକୁ ଏକାଠି ଯୋଡ଼ିବାକୁ ପଡ଼ିବ.
08:58 ସେଥିପାଇଁ ନିମ୍ନଲିଖିତ କରନ୍ତୁ - କମନ୍ ଟାଗ୍‌ଗୁଡ଼ିକର ଚୟନ କରନ୍ତୁ, ଉଦାହରଣସ୍ୱରୂପ 245$a ଓ 245$c.
09:09 ତା’ପରେ, କମନ୍ ଟାଗ୍ସ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Join Items ଚୟନ କରନ୍ତୁ.
09:17 ଏହା, ଫିଲ୍ଡଗୁଡ଼ିକର ଏକ ସମୂହ ତିଆରି କରିବ, ଯାହା ସମାନ ପ୍ରକାରର ହୋଇଥିବ
09:23 ଧ୍ୟାନ ଦିଅନ୍ତୁ ଯେ, ଚୟନିତ Tags ପୂର୍ବରୁ * (ଆଷ୍ଟରିକ୍ସ ଚିହ୍ନ) ଦେଖାଦେବ
09:29 କମନ୍ ଟାଗ୍‌ଗୁଡ଼ିକ ଏବେ ଯୋଡ଼ି ହୋଇଗଲା ବୋଲି * ଆଷ୍ଟରିକ୍ସ ଚିହ୍ନ ଏହା ସୂଚିତ କରିଥାଏ.
09:35 ବିକଳ୍ପ ଭାବରେ, Arguments ପାଇଁ ପ୍ରଦାନ କରାଯାଇଥିବା ଫିଲ୍ଡରେ 0 ରୁ 13 ପର୍ଯ୍ୟନ୍ତ ସମ୍ପର୍କିତ ଫିଲ୍ଡଗୁଡିକର ଭାଲ୍ୟୁକୁ ଇମ୍ପୋର୍ଟ କରିବାକୁ Auto Generate ଟାବ୍ ଉପରେ କ୍ଲିକ୍ କରି ଆପଣ ଫିଲ୍ଡର ମ୍ୟାପିଙ୍ଗ୍ କରିପାରିବେ.
09:52 ହେଲେ, ମୁଁ ମ୍ୟାପିଙ୍ଗକୁ ମାନୁଆଲୀ କରିଛି. ତେଣୁ, ମୁଁ Auto Generate ଅପ୍ସନ୍ ଉପରେ କ୍ଲିକ୍ କରିବି ନାହିଁ.
09:59 ଏହାପରେ ଆମେ, ଚାରୋଟି ଅପ୍ସନ୍ ଦେଖିବା
10:02 ପ୍ରଥମଟି ହେଉଛି Save Template
10:06 ଏହି ମ୍ୟାପିଙ୍ଗକୁ ଭବିଷ୍ୟତରେ ବ୍ୟବହାର କରିବାକୁ ଚାହୁଁଥିଲେ ଏହାକୁ ବ୍ୟବହାର କରନ୍ତୁ
10:12 ଡେଟା କନଭର୍ସନ୍‌ରେ ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ Saved Templets ବ୍ୟବହାର କରାଯିବ
10:20 ଯଦି ଆମେ Save Templets ଅପ୍ସନ୍‌ର ଚୟନ କରୁଛେ, ତେବେ ଏହାକୁ ଏକ ନାମ ଦେବା ସହ ସେଭ୍ କରିବା ପାଇଁ ଗୋଟିଏ ଡାଇରେକ୍ଟୋରୀ ନିର୍ଦ୍ଦିଷ୍ଟ କରିବାକୁ ହେବ.
10:31 ଏହା .mrd ଫାଇଲ୍ ଭାବରେ ସେଭ୍ ହେବ
10:36 ୱିଣ୍ଡୋର ଡାହାଣପଟେ ଥିବା Load Templet ଉପରେ କ୍ଲିକ୍ କରି ଭବିଷ୍ୟତରେ ଏହି Templetକୁ ଆକ୍ସେସ୍ କରିପାରିବେ.
10:44 ଦ୍ୱିତୀୟ ଅପ୍ସନ୍ ହେଉଛି Sort Fields
10:48 ତୃତୀୟ ଅପ୍ସନ୍ Calculate Common Nonfiling Data ଅଟେ
10:54 ଚତୁର୍ଥଟି ହେଉଛି Ignore Header Row
10:58 ଯଦି ଆପଣଙ୍କ ପାଖରେ Excel Sheetରେ ଏକ ଶୀର୍ଷକ ଅଛି ଏବଂ ଯଦି ଆପଣ ଶୀର୍ଷକଗୁଡ଼ିକୁ ଅଣଦେଖା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ୍ କରନ୍ତୁ
11:05 ଏହିଗୁଡ଼ିକ ମଧ୍ୟରୁ, Sort Fields ଓ Calculate Common Nonfiling Data, MarcEdit 7 ଦ୍ୱାରା ଅଟୋ-ସିଲେକ୍ଟ ହୋଇଛି.
11:15 ସେଗୁଡ଼ିକୁ ମୁଁ ସେହିପରି ଛାଡ଼ିଦେବି
11:18 ଏବେ ମୁଁ, Save Template ଓ Ignore Header Row ପାଇଁ ଥିବା ଚେକ୍ ବକ୍ସକୁ ଚେକ୍ କରିବି.
11:26 ତା’ପରେ, ପେଜ୍‌ର ଡାହାଣପଟ କୋଣରେ ଥିବା Finish ଟାବ୍ କୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ
11:34 ଏପରି କଲେ, File Nameକୁ ପୂରଣ କରିବାକୁ କହି Save File ୱିଣ୍ଡୋ ଖୋଲିବ
11:41 ସେହି ୱିଣ୍ଡୋରେ, ବାମପଟେ ଥିବା Downloads ଫୋଲ୍ଡର୍ ଉପରେ ମୁଁ କ୍ଲିକ୍ କରିବି
11:48 ଏବଂ File Name ପାଇଁ ଥିବା ଫିଲ୍ଡରେ ମୁଁ TestData ଟାଇପ୍ କରିବି
11:54 ଏବେ, ପେଜ୍ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ
11:59 ନିମ୍ନ ବାର୍ତ୍ତା ସହ ଏକ ପପ୍-ଅପ୍ ୱିଣ୍ଡୋ: Process has been finished. Records saved to:

C:\Users\spoken\Downloads\TestData.mrk ଖୋଲିବ

12:14 ଏହି ଡାୟଲଗ୍ ବକ୍ସ ତଳେ ଥିବା Ok ବଟନ୍ ଉପରେ କ୍ଲିକ୍ କରନ୍ତୁ.
12:19 ଏହା ସହିତ, .mrk ଫାଇଲ୍ ସଫଳତାପୂର୍ବକ, ନିର୍ଦ୍ଦେଶିତ ସ୍ଥାନରେ ସେଭ୍ ହୋଇଗଲା, ଯାହା ହେଉଛି Downloads ଫୋଲ୍ଡର୍
12:29 MarcEdit 7.0.250 By Terry Reese ନାମକ ଗୋଟିଏ ନୂଆ ପେଜ୍ ଖୋଲିବ.

MarcEditor ଆଇକନ୍‌କୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ.

12:42 ଗୋଟିଏ ନୂଆ ପେଜ୍, MarcEditor ଖୋଲିବ.

ମୁଖ୍ୟ Menuରେ ଥିବା File ଉପରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Open ଚୟନ କରନ୍ତୁ

12:55 TestData.mrk ଫାଇଲ୍ ଦେଖାଉଥିବା Open File ନାମକ ଗୋଟିଏ ୱିଣ୍ଡୋ ଖୋଲିବ.
13:02 କ୍ଲିକ୍ କରନ୍ତୁ ଓ TestData.mrk ଫାଇଲ୍ ଚୟନ କରନ୍ତୁ
13:07 File Name ପାଇଁ ଥିବା ଫିଲ୍ଡରେ ଏହା ଦେଖାଦେବ
13:11 ଏବେ ୱିଣ୍ଡୋ ତଳେ ଥିବା Open ବଟନ୍ ଉପରେ କ୍ଲିକ୍ କରନ୍ତୁ
13:16 ସମସ୍ତ ବିବରଣୀ ସହ MarcEditor: TestData.mrk ନାମକ ଅନ୍ୟଏକ ୱିଣ୍ଡୋ ଖୋଲିବ
13:24 ସେହି ୱିଣ୍ଡୋରେ, ମୁଖ୍ୟ ମେନୁରୁ File ଉପରେ କ୍ଲିକ୍ କରନ୍ତୁ
13:29 ଏବେ, ଡ୍ରପ୍-ଡାଉନ୍‌ରୁCompile File into MARC ଚୟନ କରନ୍ତୁ
13:35 Save File ନାମକ ଅନ୍ୟଏକ ନୂଆ ୱିଣ୍ଡୋ ଖୋଲିବ
13:39 ଏଠାରେ, File Nameକୁ ଯାଆନ୍ତୁ ଏବଂ ଫିଲ୍ଡରେ ଉପଯୁକ୍ତ ନାମ ଟାଇପ୍ କରନ୍ତୁ
13:46 ମୁଁ TestData ଟାଇପ୍ କରିବି
13:50 Save As Type ଫିଲ୍ଡରେ Koha, ଡିଫଲ୍ଟ ଭାବରେ MARC Files (*.mrc) ଚୟନ କରିଥାଏ.
14:00 ଏବେ, ୱିଣ୍ଡୋ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ
14:06 ଏହା କଲେ, ସେହି ୱିଣ୍ଡୋର ତଳେ 5 records processed in 0.166228 seconds ଦେଖିବେ.
14:19 ଏହାର କାରଣ ହେଉଛି, ମୁଁ କେବଳ 5ଟି ରେକର୍ଡକୁ ଇମ୍ପୋର୍ଟ କରିଛି. ଆପଣ, ନିଜ ଡେଟା ଅନୁସାରେ ଭିନ୍ନ ସଂଖ୍ୟକ ରେକର୍ଡସ୍ ଓ ପ୍ରୋସେସ୍ କରାଯାଇଥିବା ସମୟ ଦେଖିବେ.
14:29 ଏଥିସହିତ ଆମେ, ଆମ ଲାଇବ୍ରେରୀର Excel Dataକୁ ସଫଳତାପୂର୍ବକ Marc 21 Formatରେ ବଦଳାଇଦେଲେ.
14:37 Marc 21 Format ହେଉଛି କାଟାଲଗିଙ୍ଗ୍ ଓ Kohaକୁ ଡେଟା ଇମ୍ପୋର୍ଟିଙ୍ଗ୍ ପାଇଁ Kohaରେ ବ୍ୟବହୃତ ହେଉଥିବା ଷ୍ଟାଣ୍ଡାର୍ଡ ଫର୍ମାଟ୍.
14:46 ଏବେ, ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ. ଏହା କରିବା ପାଇଁ, ପେଜ୍‌ର ଉପର ଡାହାଣପଟ କୋଣକୁ ଯାଇ ଛକି ଚିହ୍ନ ଉପରେ କ୍ଲିକ୍ କରନ୍ତୁ
14:55 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, ଏକ 64-bit Windows ମେଶିନ୍ ରେ Excel Dataକୁ Marc21 ଫର୍ମାଟ୍ ରେ ବଦଳାଇବା ବିଷୟରେ ଶିଖିଲେ.
15:08 ଆସାଇନମେଣ୍ଟ୍ :

Excelରେ 10ଟି ରେକର୍ଡର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ MarcEdit 7 ବ୍ୟବହାର କରି ସେହିଗୁଡ଼ିକୁ MARCରେ ବଦଳାନ୍ତୁ.

15:20 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

15:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

15:35 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
15:39 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
15:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
15:50 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep