Koha-Library-Management-System/C2/Place-order-for-a-book/Oriya

From Script | Spoken-Tutorial
Revision as of 02:05, 11 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, How to place an order for a book ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଗୋଟିଏ ବହି ଅର୍ଡର୍ କରିବା,
00:11 ଗୋଟିଏ ବାସ୍କେଟ୍ (ଅର୍ଡର୍) ବନ୍ଦ କରିବା,
00:13 ଏବଂ ଗୋଟିଏ ଶିପ୍‌ମେଣ୍ଟ୍ ଗ୍ରହଣ କରିବା ବିଷୟରେ ଶିଖିବା
00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
00:30 ଏହି ଟ୍ୟୁଟୋରିଆଲ୍‌କୁ ଅନୁସରଣ କରିବା ପାଇଁ ଆପଣଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:36 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:42 ଏବଂ Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ
00:47 ଯଦି ନ ଥାଏ, ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍‌ର ଅଧ୍ୟାୟଗୁଡ଼ିକୁ ଦେଖନ୍ତୁ
00:53 ଆରମ୍ଭ କରିବା ପାଇଁ Superlibrarian Bella ଭାବେ Kohaରେ ଲଗ୍-ଇନ୍ କରନ୍ତୁ
01:00 ସର୍ବ ପ୍ରଥମେ ଆମେ, receiving an orderକୁ ସକ୍ଷମ କରିବାରୁ ଆରମ୍ଭ କରିବା
01:06 ଏହି ସୂଚନାକୁ ପରବର୍ତ୍ତୀ ସମୟରେ ଏହି ଟ୍ୟୁଟୋରିଆଲ୍ ବ୍ୟବହାର କରାଯିବ
01:11 Koha ଆଡମିନିଷ୍ଟ୍ରେଶନ୍କୁ ଯାଆନ୍ତୁ
01:15 Global System Preferences ଉପରେ କ୍ଲିକ୍ କରନ୍ତୁ
01:19 Acquisitions preferences ପେଜ୍ ଖୋଲିବ
01:23 preference ବିଭାଗରେ, AcqCreateItem ପାଇଁ ଡ୍ରପ୍-ଡାଉନ୍‌ରେ ଥିବା placing an orderକୁ ବଦଳାଇ receiving an order କରନ୍ତୁ
01:37 ତା’ପରେ, ପେଜ୍ ଉପରେ ଥିବା Save all Acquisitions preferences ଉପରେ କ୍ଲିକ୍ କରନ୍ତୁ
01:45 ଆଗକୁ ବଢ଼ନ୍ତୁ
01:47 Koha Homepageରେ ଥିବା Acquisitionsକୁ ଯାଆନ୍ତୁ ଏବଂ plus New vendor ଉପରେ କ୍ଲିକ୍ କରନ୍ତୁ
01:58 ଭେଣ୍ଡର୍ ଯୋଡ଼ିବା ପାଇଁ ଗୋଟିଏ ନୂଆ ପେଜ୍ ଖୋଲିବ
02:02 Company Details ବିଭାଗରେ Nameକୁ ଯାଆନ୍ତୁ
02:08 ଏବଂ ଫିଲ୍ଡରେ Powai Book Agency ଟାଇପ୍ କରନ୍ତୁ
02:13 ଦୟାକରି ଧ୍ୟାନଦିଅନ୍ତୁ: ଏହିପରି ଭାବେ ଆପଣ ଅନେକ ଭେଣ୍ଡର୍ ଯୋଡ଼ିପାରିବେ
02:20 Contact details ଭଳି ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
02:24 ଏଠାରେ କିଛି ବିବରଣୀ ପୂରଣ କରାଯାଇଛି. ଆପଣ ମଧ୍ୟ ଏହିପରି କରିପାରିବେ
02:30 Primary acquisitions contact, Primary serials contact
02:36 Contact about late orders ଓ Contact about late issues
02:39 ପାଇଁ ଥିବା ଚେକ୍-ବକ୍ସଗୁଡ଼ିକୁ ଚେକ୍ କରିବା ଭୁଲନ୍ତୁ ନାହିଁ
02:46 ଏହି ବିକଳ୍ପଗୁଡ଼ିକ ସହ ସମ୍ବନ୍ଧିତ ଇମେଲ୍ ବିଜ୍ଞପ୍ତିଗୁଡ଼ିକୁ ଭେଣ୍ଡର୍ ପାଖକୁ ପଠାଇବା ପାଇଁ ଏହି ଚେକ୍-ବକ୍ସଗୁଡ଼ିକୁ କ୍ଲିକ୍ କରିବା ଉପଯୋଗୀ ଅଟେ
02:55 ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଫିଲ୍ଡରେ ପୂରଣ କରିବା ପାଇଁ କିଛି ସୂଚନା ନ ଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
03:01 Ordering information ବିଭାଗରେ, List Prices are ପାଇଁ Koha ଡିଫଲ୍ଟ ଭାବେ RUPEE ଚୟନ କରିବ
03:11 ଏବଂ ସମାନ ଭାବେ Invoice prices are ପାଇଁ, Koha ଡିଫଲ୍ଟ ଭାବେ RUPEEକୁ ଚୟନ କରିଥାଏ
03:19 Tax number registered ପାଇଁ Yesକୁ ଚୟନ କରନ୍ତୁ
03:25 List prices ପାଇଁ Include taxକୁ ଚୟନ କରନ୍ତୁ
03:30 Invoice prices: ପାଇଁ Include taxକୁ ଚୟନ କରନ୍ତୁ
03:35 Tax rateକୁ ମୁଁ ସେହିପରି ଛାଡ଼ିଦେବି
03:39 ତା’ପରେ Discount ପାଇଁ 10% ଏବଂ Delivery time ପାଇଁ 14 days ଲେଖନ୍ତୁ
03:50 Notes ଫିଲ୍ଡକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
03:54 ସମସ୍ତ ବିବରଣୀକୁ ପୂରଣ କରିସାରିବା ପରେ, ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
04:01 ଗୋଟିଏ ନୂଆ ପେଜ୍ ଖୋଲିବ
04:04 ବର୍ତ୍ତମାନ ଭେଣ୍ଡର୍ ନାମ ପାଖରେ ଥିବା plus New basket ଉପରେ କ୍ଲିକ୍ କରନ୍ତୁ
04:11 ନୂଆ ପେଜ୍ - Add a basket to Powai Book Agencyରେ ଥିବା Basket name ପାଇଁ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
04:20 IITB/ST/Books/2017-10କୁ ଯୋଡ଼ନ୍ତୁ
04:30 କିଛି ବିବରଣୀ, Koha ଦ୍ଵାରା ଡିଫଲ୍ଟ ଭବେ ପୂରଣ ହୋଇଯିବ
04:35 Billing place, Delivery place ଓ Vendorର ଡିଫଲ୍ଟ ବିବରଣୀରେ କୌଣସି ପରିବର୍ତ୍ତନ କରିବା ପାଇଁ ଡ୍ରପ୍-ଡାଉନ୍‌ରୁ ଆବଶ୍ୟକ ବିକଳ୍ପକୁ ଚୟନ କରନ୍ତୁ
04:46 ଯଦି କୌଣସି Internal ନୋଟ୍ ଏବଂ/କିମ୍ୱା Vendor ନୋଟ୍ ଥାଏ, ତେବେ ତାହାକୁ ଯୋଡ଼ନ୍ତୁ
04:52 Internal ନୋଟ୍ ଭାବେ For Biology Section ଟାଇପ୍ କରନ୍ତୁ
04:57 Vendor ନୋଟ୍ ପାଇଁ To be delivered on 22 May 2017 ଟାଇପ୍ କରନ୍ତୁ
05:05 ଆବଶ୍ୟକତା ଅନୁସାରେ Orders are standing:ରେ କ୍ଲିକ୍ କରନ୍ତୁ. ଚେକ୍-ବକ୍ସକୁ ଖାଲି ଛାଡ଼ିଦିଅନ୍ତୁ
05:14 ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ ତଳେ ଥିବା Saveରେ କ୍ଲିକ୍ କରନ୍ତୁ
05:21 ଖୋଲିଥିବା ନୂଆ ପେଜ୍‌ର plus Add to basket ଟାବ୍ରେ କ୍ଲିକ୍ କରନ୍ତୁ
05:29 Add order to basket ଲେଖା ଥିବା ଗୋଟିଏ ଡାୟଲଗ୍-ବକ୍ସ ଖୋଲିବ
05:34 ବର୍ତ୍ତମାନ, ନିମ୍ନଲିଖିତ ବିକଳ୍ପଗୁଡ଼ିକରୁ ଅର୍ଡର୍ କରିବାକୁ ଥିବା ଗୋଟିଏ ବହି ଚୟନ କରନ୍ତୁ
05:39 From a new (empty) recordରେ କ୍ଲିକ୍ କରନ୍ତୁ
05:44 New order ଶୀର୍ଷକ ଅନ୍ୟ ଗୋଟିଏ ପେଜ୍ ଖୋଲିବ
05:49 ଅର୍ଡର୍ କରାଯିବାକୁ ଥିବା ବହିର ଶୀର୍ଷକ ଲେଖନ୍ତୁ
05:53 ମୁଁ Industrial Microbiology ଟାଇପ୍ କରିବି
05:57 ତା’ପରେ ହେଉଛି, Accounting details
06:01 Quantity ପାଇଁ 5 ଲେଖନ୍ତୁ
06:05 Fund ପାଇଁ Koha ଡିଫଲ୍ଟ ଭାବେ, Books Fundକୁ ଚୟନ କରିବ
06:10 ଏଠାରେ ମନେରଖନ୍ତୁ ଯେ, ଯଦି ଅନେକ ଅନୁଦାନ ଉପଲବ୍ଧ ଥାଏ, ତେବେ ଆପଣ ନିଜର ଆବଶ୍ୟକତାନୁସାରେ ଚୟନ କରିପାରିବେ
06:17 ତା’ପରେ Currency ପାଇଁ ଥିବା ବିବରଣୀକୁ ପୂରଣ କରନ୍ତୁ
06:21 ଏଠାରେ Koha, ଡିଫଲ୍ଟ ଭାବେ RUPEEକୁ ଚୟନ କରିଦେଇଛି
06:26 ଆପଣ ଡ୍ରପ୍-ଡାଉନ୍‌ରୁ ନିଜର ଆବଶ୍ୟକତାନୁସାରେ ଚୟନ କରିପାରିବେ
06:31 Vendor priceରେ 1000 ଲେଖନ୍ତୁ
06:35 ତା’ପରେ Uncertain price: ଅଛି
06:38 ମୂଲ୍ୟକୁ ନେଇ ଯଦି ଆପଣ ଅନିଶ୍ଚିତ ଥାଆନ୍ତି, ତେବେ ଚେକ୍-ବକ୍ସକୁ ଚୟନ କରନ୍ତୁ

ମୁଁ ଏହାକୁ ଖାଲି ଛାଡ଼ିଦେବି

06:46 ତା’ପରେ Tax rate ଅଛି. Koha ଡିଫଲ୍ଟ ଭାବେ Tax rateକୁ 0% ଭାବେ ଚୟନ କରିବ
06:55 Discountକୁ 20% ଭାବେ ଚୟନ କରନ୍ତୁ
07:00 ଧ୍ୟାନ ଦିଅନ୍ତୁ ଯେ, Koha ସ୍ଵଚାଳିତ ଭାବେ Replacement costକୁ 1000,
07:06 Budgeted costକୁ 800,
07:09 Totalକୁ 4000 ଏବଂ Actual costକୁ 0.00 ଭାବେ ଗଣନା କରିବ
07:17 ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, Replacement Cost ଓ Actual Costକୁ ଏଡିଟ୍ କରାଯାଇପାରିବ
07:23 ଯଦି କୌଣସି Internal Note ଓ Vendor Note ଥାଏ, ତେବେ ତାହା ଲେଖନ୍ତୁ
07:27 Statistic 1 ଓ Statistic 2କୁ ଖାଲି ଛାଡ଼ିଦିଅନ୍ତୁ
07:32 ଏବଂ ତା’ପରେ ପେଜ୍ ତଳେ ଥିବା Saveରେ କ୍ଲିକ୍ କରନ୍ତୁ
07:37 ଏକ ଡାୟଲଗ୍-ବକ୍ସ ସହିତ ଗୋଟିଏ ନୂଆ ପେଜ୍ ଦେଖାଦେବ
07:41 Warning! You will exceed 10.00% of your fund
07:47 Do you want to confirm this order?
Yes, I confirmରେ କ୍ଲିକ୍ କରନ୍ତୁ
07:54 ବାସ୍କେଟ୍ର ବିବରଣୀ ଥିବା ଗୋଟିଏ ପେଜ୍ ଖୋଲିଯିବ - Basket IITB/ST/Books/2017-10 (2) for Powai Book Agency
08:07 ଏହା ବିଭିନ୍ନ ଟାବ୍କୁ ମଧ୍ୟ ଦେଖାଇବ
08:10 ବର୍ତ୍ତମାନ, ଗୋଟିଏ ବାସ୍କେଟ୍କୁ କିପରି ବନ୍ଦ କରାଯାଏ, ତାହା ଆମେ ଶିଖିବା
08:14 Basket ବିବରଣୀ ପେଜ୍‌ରେ ଥିବା Close this basket ଟାବ୍‌ରେ କ୍ଲିକ୍ କରନ୍ତୁ
08:21 ଏହାର ଅର୍ଥ, Order ସୁନିଶ୍ଚିତ ଅଟେ ଏବଂ ସମ୍ୱନ୍ଧିତ ଭେଣ୍ଡର୍ ପାଖକୁ ପଠାଯାଇପାରିବ
08:27 Are you sure you want to close Basket IITB/ST/Books/2017-10? ଲେଖାଥିବା ଗୋଟିଏ ଡାୟଲଗ୍-ବକ୍ସ ଖୋଲିବ
08:41 ବଟନ୍ Yes ଉପରେ କ୍ଲିକ୍ କରନ୍ତୁ
08:44 ଭେଣ୍ଡର୍ ନାମ Powai Book Agency ଥିବା ଗୋଟିଏ ନୂଆ ପେଜ୍ ଦେଖାଦେବ
08:50 ଏଠାରେ ଯେହେତୁ ଆହୁରି ଅଧିକ କିଛି ଜିନିଷ ଶିଖିବାର ଅଛି, ତେଣୁ ଏହି ପେଜ୍କୁ ଏପର୍ଯ୍ୟନ୍ତ ବନ୍ଦ କରାଯାଇନାହିଁ
08:56 ଆଗକୁ ବଢ଼ିବା ସହିତ Receive shipment ବିଷୟରେ ଶିଖିବା
09:01 ସେହି ପେଜ୍‌ରେ ଥିବା Receive Shipment ଟାବ୍‌ରେ କ୍ଲିକ୍ କରନ୍ତୁ
09:06 Receive shipment from vendor Powai Book Agency ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
09:13 Receive a new shipment ବିଭାଗରେ, IITB/ST/Books/2017-10କୁ ଭେଣ୍ଡର୍ ଇନଭଏସ୍ ଭାବେ ପୂରଣ କରନ୍ତୁ
09:28 Koha ସ୍ଵଚାଳିତ ଭାବେ Shipment ତାରିଖ ଚୟନ କରିବ
09:32 ଧ୍ୟାନଦିଅନ୍ତୁ ଯେ, ଗ୍ରହଣ କରିବା ତାରିଖ ହେଉଛି Shipment Date
09:37 Shipment Cost ଓ Shipment Fundକୁ ଛାଡ଼ିଦିଅନ୍ତୁ
09:41 ପେଜ୍ ତଳେ ଥିବା Next ବଟନ୍‌ରେ କ୍ଲିକ୍ କରନ୍ତୁ
09:46 Receipt summary for Powai Book Agency ନାମକ ଆଉ ଗୋଟିଏ ପେଜ୍ ଖୋଲିବ
09:52 ତଳକୁ ସ୍କ୍ରୋଲ୍ କରିବା ସହିତ ପେଜ୍ ତଳେ ଥିବା Finish receiving ଉପରେ କ୍ଲିକ୍ କରନ୍ତୁ
09:57 Invoice: IITB/ST/Books/2017-10 ଶୀର୍ଷକ ଥିବା ଅନ୍ୟ ଗୋଟିଏ ପେଜ୍ ଖୋଲିବ
10:07 ପୂର୍ବରୁ ଲେଖାଯାଇଥିବା ବିବରଣୀ ଅନୁସାରେ, Shipment Date Koha ଦ୍ଵାରା ପୂରଣ କରାଯିବ
10:13 ଏବଂ Billing Dateକୁ 05/23/2018 ଭାବେ ଚୟନ କରନ୍ତୁ
10:21 Shipping Costକୁ ଖାଲି ଛାଡ଼ିଦିଅନ୍ତୁ
10:25 Closeରେ ଏବଂ ତା’ପରେ ପେଜ୍ ତଳେ ଥିବା Saveରେ କ୍ଲିକ୍ କରନ୍ତୁ
10:31 Invoice has been modified ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
10:36 Go to receipt ପେଜ୍‌ରେ କ୍ଲିକ୍ କରନ୍ତୁ
10:40 ବର୍ତ୍ତମାନ ଆପଣ, Receipt summary for Powai Book Agency ଦେଖିପାରିବେ
10:46 ବର୍ତ୍ତମାନ ଆପଣ Kohaରୁ ଲଗ୍-ଆଉଟ୍ କରିପାରିବେ
10:49 Koha ଇଣ୍ଟରଫେସର ଉପର ଡାହାଣପଟ କୋଣକୁ ଯାଆନ୍ତୁ
10:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନରୁ Logout ଚୟନ କରନ୍ତୁ
11:01 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
11:04 ସଂକ୍ଷିପ୍ତରେ
11:07 ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ ବହି ପାଇଁ ଅର୍ଡର୍ କରିବା,
11:13 ଗୋଟିଏ Basket (Order)କୁ ବନ୍ଦ କରିବା ଏବଂ ଗୋଟିଏ shipment ଗ୍ରହଣ କରିବା ବିଷୟରେ ଶିଖିଲେ
11:19 ଆସାଇନମେଣ୍ଟ ଭାବେ ବହିଗୁଡ଼ିକ ପାଇଁ ଗୋଟିଏ ବଜେଟ୍ ପ୍ରସ୍ତୁତ କରନ୍ତୁ
11:25 ଏହା ଅନ୍ତର୍ଗତ Civil Engineering ଭାବେ Funds ତିଆରି କରନ୍ତୁ
11:30 ବିଦ୍ୟମାନ ଭେଣ୍ଡର୍ Powai Book Agency ମାଧ୍ୟମରେ ଗୋଟିଏ ବହି ଅର୍ଡର୍ କରନ୍ତୁ
11:36 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:52 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
11:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

12:07 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep