Koha-Library-Management-System/C2/Koha-installation-on-Linux-16.04/Oriya

From Script | Spoken-Tutorial
Revision as of 10:08, 28 February 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ଉବୁଣ୍ଟୁ Linux OSରେ Kohaର ଇନଷ୍ଟଲେଶନ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଉବୁଣ୍ଟୁ Linux OS 16.04ରେ Koha Library Management ସିଷ୍ଟମ୍କୁ ଇନଷ୍ଟଲ୍ କରି ଶିଖିବା ସହିତ ଇନଷ୍ଟଲେଶନ୍‌ର ପୁଂଖାନୁପୁଂଖ ଯାଞ୍ଚ କରିବା
00:24 ଏହି ଟ୍ୟୁଟୋରିଆଲ୍‌କୁ ରେକର୍ଡ କରିବା ପାଇଁ ଉବୁଣ୍ଟୁ Linux OS 16.04, Koha ଭର୍ସନ୍ 16.05
00:35 gedit ଟେକ୍ସଟ୍ ଏଡିଟର୍ ଓ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଉଛି
00:41 ଆରମ୍ଭ କରିବା ପୂର୍ବରୁ, ଦୟାକରି ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ମେସିନ୍‌ରେ ଉବୁଣ୍ଟୁ Linux OS 16.04,
00:50 ଯେକୌଣସି ଗୋଟିଏ ଟେକ୍ସଟ୍ ଏଡିଟର୍ ଏବଂ Firefox କିମ୍ବା Google Chrome ୱେବ୍ ବ୍ରାଉଜର୍ ମଧ୍ୟରୁ ଗୋଟିଏ ଇନଷ୍ଟଲ୍ ହୋଇଛି
00:57 ସର୍ବନିମ୍ନ ହାର୍ଡୱେର୍ ଆବଶ୍ୟକତା ହେଉଛି- i3 ପ୍ରୋସେସର୍ କିମ୍ବା ଉର୍ଦ୍ଧ୍ଵ,
01:05 500GB ହାର୍ଡ ଡିସ୍କ କିମ୍ବା ଅଧିକ,
01:09 ସର୍ବନିମ୍ନ 4GB RAM ଏବଂ ନେଟ୍ୱର୍କ ସୁବିଧା
01:15 ଏହି ଟ୍ୟୁଟୋରିଆଲ୍‌ରେ ବ୍ୟବହୃତ ହୋଇଥିବା କମାଣ୍ଡଗୁଡ଼ିକ, playerର ନିମ୍ନରେ ଥିବା Code Files ଲିଙ୍କରେ ଉପଲବ୍ଧ ଅଛି
01:22 ମୁଁ ଏହି ଫାଇଲ୍‌କୁ ମୋ ମେସିନ୍‌ରେ ଥିବା gedit ଟେକ୍ସଟ୍ ଏଡିଟର୍‌ରେ ଖୋଲିସାରିଛି ଏବଂ ପ୍ରଦର୍ଶନ କରିବା ବେଳେ କମାଣ୍ଡଗୁଡ଼ିକୁ କପୀ ଓ ପେଷ୍ଟ କରିବା ପାଇଁ ମୁଁ ସେହି ସମାନ ଫାଇଲ୍‌କୁ ବ୍ୟବହାର କରିବି
01:33 ଚାଲନ୍ତୁ ଆରମ୍ଭ କରିବା
01:36 କୀ-ବୋର୍ଡରେ Ctrl+Alt+T କୀକୁ ଏକସଙ୍ଗେ ଦାବି ଟର୍ମିନଲ୍‌କୁ ଖୋଲନ୍ତୁ
01:43 ସର୍ବ ପ୍ରଥମେ ଆପଣଙ୍କ ସିଷ୍ଟମ୍‌ରେ ଉବୁଣ୍ଟୁ Linuxର ଇନଷ୍ଟଲେଶନ୍ ଅପ୍-ଟୁ-ଡେଟ୍ ଥିବା ସୁନିଶ୍ଚିତ କରନ୍ତୁ
01:50 ସେଥିପାଇଁ, ଏହି କମାଣ୍ଡକୁ Code ଫାଇଲ୍ରୁ କପୀ କରନ୍ତୁ ଏବଂ ଟର୍ମିନଲ୍‌ରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
01:59 ବର୍ତ୍ତମାନଠାରୁ, ଏହି ଇନଷ୍ଟଲେଶନ୍ ପ୍ରକ୍ରିୟା ଚାଲୁଥିବା ସମୟରେ ଯେତେବେଳେ ପ୍ରମ୍ପ୍ଟ ଦେଖାଦେବ, ସେତେବେଳେ ସିଷ୍ଟମ୍ ପାସ୍ୱର୍ଡକୁ ଲେଖି Enter ଦାବନ୍ତୁ
02:10 ଏହି କମାଣ୍ଡ, koha.list ନାମକ ଗୋଟିଏ ଫାଇଲ୍ ନାମକୁ ତିଆରି କରିବ ଏବଂ ପ୍ୟାକେଜ୍ ରିପୋଜିଟୋରିକୁ ଅପଡେଟ୍ କରିବ
02:19 ଦୟାକରି ଧ୍ୟାନ ଦିଅନ୍ତୁ: ଏହି ଟ୍ୟୁଟୋରିଆଲ୍ ତିଆରି ହେବା ସମୟରେ Koha 16.05 ଗୋଟିଏ ସ୍ଥିର ଭର୍ସନ୍ ଥିଲା
02:28 କୋଡ୍ ଫାଇଲ୍‌ରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
02:37 ତା’ପରେ, ଏହା gpg.asc ଫାଇଲକୁ ଡାଉନଲୋଡ୍ କରିବ ଏବଂ signature କୀ’କୁ ଅପଡେଟ୍ କରିବ
02:47 କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
02:57 ବର୍ତ୍ତମାନ କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
03:07 ଏହା ଦ୍ଵାରା ନୂଆ ରିପୋଜିଟୋରିଗୁଡ଼ିକ ଅପଡେଟ୍ ହେବ
03:11 ବର୍ତ୍ତମାନ sudo apt-get install koha-common ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
03:22 ଯଦି ଆପଣ ଜାରି ରଖିବାକୁ ଚାହାନ୍ତି, ତେବେ ପଚରାଗଲେ Y ଦାବନ୍ତୁ ଏବଂ Enter ଦାବନ୍ତୁ
03:30 ଏହା ଦ୍ଵାରା ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଯିବ. ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ. ଏହା କିଛି ସମୟ ନେବ
03:40 ବର୍ତ୍ତମାନ Koha ପାଇଁ ପୋର୍ଟ ସଂଖ୍ୟାକୁ ବଦଳାଇବା ପାଇଁ ଗୋଟିଏ ଟେକ୍ସଟ୍ ଏଡିଟରରେ conf ଫାଇଲ୍କୁ ଖୋଲନ୍ତୁ
03:49 ମୁଁ gedit ଟେକ୍ସଟ୍ ଏଡିଟର୍ ବ୍ୟବହାର କରିବି. ଆପଣ ନିଜ ପସନ୍ଦର ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
03:57 କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
04:06 ଫାଇଲ୍ଟି ଟେକ୍ସଟ୍ ଏଡିଟରରେ ଖୋଲିବ
04:10 INTRAPORT = 80 ଲେଖାଥିବା ଧାଡ଼ିକୁ ଚିହ୍ନଟ କରନ୍ତୁ
04:16 80କୁ 8080ରେ ବଦଳାନ୍ତୁ. ଏହା ଦ୍ଵାରା ପୋର୍ଟ ସଂଖ୍ୟା 8080କୁ ବଦଳିଯିବ
04:26 ତା’ପରେ ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ
04:30 ଟର୍ମିନଲ୍କୁ ଫେରିଆସନ୍ତୁ
04:33 ବର୍ତ୍ତମାନ databaseକୁ ସେଟ୍-ଅପ୍ କରନ୍ତୁ
04:38 କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
04:47 ଯଦି ଆପଣ ଜାରି ରଖିବାକୁ ଚାହାନ୍ତି, ତେବେ ପଚାରାଗଲେ Y ଦାବନ୍ତୁ ଏବଂ Enter ଦାବନ୍ତୁ
04:57 ତା’ପରେ, database ପାଇଁ root user ପାଇଁ ପାସ୍ୱର୍ଡକୁ admin123 ଭାବେ ସେଟ୍ କରନ୍ତୁ
05:05 ଯଦି ଆପଣ ଚାହାନ୍ତି, ତେବେ ଅନ୍ୟ ଗୋଟିଏ ଭିନ୍ନ ପାସ୍ୱର୍ଡ ଦେଇପାରିବେ
05:10 କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
05:19 ତା’ପରେ, ଏହି ଦୁଇଟି କମାଣ୍ଡକୁ ଗୋଟିକ ପରେ ଗୋଟିଏ କପୀ କରନ୍ତୁ ଏବଂ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
05:26 sudo a2enmod rewrite
05:35 sudo a2enmod cgi
05:43 ଏହା Kohaର ମଡ୍ୟୁଲଗୁଡ଼ିକୁ ସକ୍ଷମ କରିବ
05:48 ତା’ପରେ, sudo service apache2 restart ଟାଇପ୍ କରନ୍ତୁ
05:55 ଏହା apache ସେବାଗୁଡ଼ିକୁ ରିଷ୍ଟାର୍ଟ କରିବ. ତା’ପରେ Enter ଦାବନ୍ତୁ
06:02 library ନାମକ ଗୋଟିଏ Koha instance ତିଆରି କରିବା ପାଇଁ, କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
06:16 ତା’ପରେ, ଆମକୁ Apache Serverକୁ କହିବାକୁ ହେବ ଯେ, ଆମେ Port 8080 ବ୍ୟବହାର କରୁଛୁ
06:24 ଏଥିପାଇଁ ଆମକୁ, ଗୋଟିଏ ଟେକ୍ସଟ୍ ଏଡିଟରରେ ports.conf ଫାଇଲ୍ ଖୋଲିବାକୁ ହେବ
06:31 କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
06:40 ports.conf ଫାଇଲରେ ଥିବା Listen 80 ଧାଡ଼ି ଖୋଜନ୍ତୁ
06:47 ସେହି ଧାଡ଼ି ପରେ Listen 8080କୁ ଯୋଡ଼ନ୍ତୁ
06:53 ତା’ପରେ ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ
06:57 ତା’ପରେ apache ସେବାଗୁଡ଼ିକୁ ରିଷ୍ଟାର୍ଟ କରନ୍ତୁ. କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
07:10 ଏହାପରେ, କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
07:20 ଏହା ଦ୍ଵାରା 000-default ସାଇଟ୍ ଅକ୍ଷମ ହୋଇଯିବ
07:27 ଅକ୍ଷମ ହୋଇଯାଇଛି ବୋଲି ବାର୍ତ୍ତା ସୁନିଶ୍ଚିତ କରିଥାଏ.

ଆଗକୁ ବଢ଼ନ୍ତୁ

07:34 ଏହି ଦୁଇଟି କମାଣ୍ଡକୁ ଗୋଟିକ ପରେ ଗୋଟିଏ କପୀ କରନ୍ତୁ ଏବଂ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
07:41 sudo a2enmod deflate ଲେଖନ୍ତୁ ଏବଂ Enter ଦାବନ୍ତୁ
07:52 sudo a2ensite library ଲେଖନ୍ତୁ ଏବଂ Enter ଦାବନ୍ତୁ
08:03 ଟର୍ମିନଲରେ ଦୃଶ୍ୟମାନ ହେଉଥିବା ବାର୍ତ୍ତା, ସାଇଟ୍ ଲାଇବ୍ରେରୀ ସକ୍ଷମ ହୋଇଛି ବୋଲି ସୁନିଶ୍ଚିତ କରିଥାଏ
08:10 କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
08:20 ତା’ପରେ sudo su ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
08:26 ବର୍ତ୍ତମାନ ଆମେ superuserରେ ଅଛନ୍ତି, ଯାହା root user ମୋଡ୍ ଅଟେ
08:33 କୋଡ୍ ଫାଇଲରୁ ଏହି କମାଣ୍ଡକୁ କପୀ କରନ୍ତୁ ଏବଂ ଏହାକୁ ଟର୍ମିନଲରେ ପେଷ୍ଟ କରିବା ସହିତ Enter ଦାବନ୍ତୁ
08:41 ପ୍ରମ୍ପ୍ଟ କରାଗଲେ ପାସ୍ୱର୍ଡ admin123 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
08:49 ବର୍ତ୍ତମାନ ଆମେ ଆମର MariaDB ପ୍ରମ୍ପ୍ଟ ମଧ୍ୟରେ ଅଛେ
08:54 MariaDB ପ୍ରମ୍ପ୍ଟରେ use mysql ସେମିକୋଲନ୍ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
09:03 mysql ଡାଟାବେସକୁ ବ୍ୟବହାର କରିବା ପାଇଁ MariaDBକୁ ଏହା ଦ୍ଵାରା ନିର୍ଦ୍ଦେଶ ମିଳିଥାଏ
09:09 ଟର୍ମିନଲରେ ପ୍ରଦର୍ଶିତ ହେଉଥିବା ବାର୍ତ୍ତାରେ Database changed ବୋଲି ଲେଖାଥାଏ
09:15 ଧ୍ୟାନ ଦିଅନ୍ତୁ ଯେ, MariaDB ପ୍ରମ୍ପ୍ଟରେ mysql ଲେଖାଥାଏ
09:22 ବର୍ତ୍ତମାନ ପ୍ରଦର୍ଶିତ ହୋଇଥିବା ଭଳି ଧ୍ୟାନପୂର୍ବକ ନିମ୍ନଲିଖିତ କମାଣ୍ଡକୁ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
09:30 ଏହା, User koha_library ପାଇଁ ପାସ୍ୱର୍ଡକୁ koha123 ଭାବେ ସେଟ୍ କରିବ
09:39 ଟର୍ମିନଲ୍ରେ Query OK ଭାବେ ଲେଖାଥିବା ଗୋଟିଏ ବାର୍ତ୍ତା ଦୃଶ୍ୟମାନ ହେବ
09:45 ତା’ପରେ, flush privileges ସେମିକୋଲନ୍ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ.

ଏହା ଲାଟେଷ୍ଟ ପରିବର୍ତ୍ତନଗୁଡ଼ିକୁ ଅପଡେଟ୍ କରିଦେବ

09:58 ଟର୍ମିନଲରେ Query OK ଭାବେ ଲେଖାଥିବା ଗୋଟିଏ ବାର୍ତ୍ତା ପୁନର୍ବାର ଦୃଶ୍ୟମାନ ହେବ
10:04 ଶେଷରେ, Mariadbରୁ ବାହାରିବା ପାଇଁ quit ସେମିକୋଲନ୍ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
10:13 ବର୍ତ୍ତମାନ ଆମେ root user ପ୍ରମ୍ପ୍ଟକୁ ଫେରିଆସିଛେ
10:17 ଏବେ ଗୋଟିଏ ଟେକ୍ସଟ୍ ଏଡିଟରରେ koha-conf.xml ଫାଇଲ୍ ଖୋଲନ୍ତୁ
10:25 gedit ଟେକ୍ସଟ୍ ଏଡିଟରକୁ ବ୍ୟବହାର ମୁଁ ଏହା କରିବି
10:30 ଏହି ଫାଇଲରେ କୀ’ୱର୍ଡ mysqlକୁ ଖୋଜନ୍ତୁ
10:37 ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏହି ଧାଡ଼ିକୁ ଚିହ୍ନଟ କରନ୍ତୁ
10:41 ଆଲ୍ଫାନ୍ୟୂମେରିକ୍ ଭେଲ୍ୟୁକୁ koha123 ଦ୍ଵାରା ପ୍ରତିସ୍ଥାପନ କରନ୍ତୁ
10:47 ମନେପକାନ୍ତୁ ଯେ, ଟର୍ମିନଲ୍ ମାଧ୍ୟମରେ ଆମେ ଆମର ଡାଟାବେସ୍ ପାଇଁ ଏହି ପାସ୍ୱର୍ଡକୁ ସେଟ୍ କରିଥିଲେ
10:55 ଫାଇଲକୁ ସେଭ୍ କରିବା ସହିତ ଏଡିଟର୍ ୱିଣ୍ଡୋକୁ ବନ୍ଦ କରନ୍ତୁ
10:59 ବର୍ତ୍ତମାନ ଯେକୌଣସି ୱେବ୍ ବ୍ରାଉଜରକୁ ଖୋଲନ୍ତୁ. ମୁଁ Firefox ୱେବ୍ ବ୍ରାଉଜର୍ ଖୋଲୁଛି
11:06 address ବାର୍‌ ରେ 127.0.0.1:8080 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
11:21 ବ୍ରାଉଜରରେ Koha ୱେବ୍ ଇନଷ୍ଟଲର୍ ପେଜ୍ ଦୃଶ୍ୟମାନ ହେବ
11:26 ଲଗ୍-ଇନ୍ କରିବା ପାଇଁ ପୂର୍ବେ ସେଟ୍ କରାଯାଇଥିବା କ୍ରେଡେନ୍ସିଆଲଗୁଡ଼ିକୁ ବ୍ୟବହାର କରନ୍ତୁ
11:31 ୟୁଜରନେମ୍ ଭାବେ koha_library ଏବଂ ପାସ୍ୱର୍ଡ ଭାବେ koha123 ଟାଇପ୍ କରନ୍ତୁ
11:42 ଯଦି ଆପଣ ଅଲଗା ୟୁଜରନେମ୍ ଓ ପାସ୍ୱର୍ଡ ଦେଇଥିଲେ, ତେବେ ସେଗୁଡ଼ିକୁ ଟାଇପ୍ କରନ୍ତୁ
11:48 ବର୍ତ୍ତମାନ ତଳ ଡାହାଣପଟେ ଥିବା Login ବଟନରେ କ୍ଲିକ୍ କରନ୍ତୁ
11:53 ଆମେ Koha ୱେବ୍ ଇନଷ୍ଟଲର୍ ସୋପାନ 1ରେ ଅଛେ
11:58 language ଡ୍ରପ୍-ଡାଉନରେ English ପାଇଁ en ଚୟନ କରନ୍ତୁ, ଯଦି ଏହା ପୂର୍ବରୁ ଡିଫଲ୍ଟ ଭାବେ ଚୟନିତ ହୋଇନଥାଏ
12:06 ବର୍ତ୍ତମାନ ତଳ ଡାହାଣପଟେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
12:10 ଏବେ ୱିଣ୍ଡୋରେ 2ଟି ବାର୍ତ୍ତା ପ୍ରଦର୍ଶିତ ହେଉଛି. ସମସ୍ତ Perl ମଡ୍ୟୁଲ୍ ଏବଂ ଡିପେଣ୍ଡେନ୍ସିଗୁଡ଼ିକ ଇନଷ୍ଟଲ୍ ହୋଇଛି ବୋଲି ଏହି ବାର୍ତ୍ତା ସୁନିଶ୍ଚିତ କରୁଛି
12:21 ତଳ ଡାହାଣପଟେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
12:25 ବର୍ତ୍ତମାନ ଆମେ, ସୋପାନ 2 – ଡାଟାବେସ୍ ସେଟିଙ୍ଗରେ ଅଛେ
12:30 ଏଠାରେ ଧ୍ୟାନଦିଅନ୍ତୁ ଯେ, ସମସ୍ତ ଭେଲ୍ୟୁଗୁଡ଼ିକୁ ଆମେ ପୂର୍ବରୁ ପ୍ରଦାନ କରିସାରିଛେ
12:36 ତା’ପରେ ନିମ୍ନରେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
12:40 ଏହା କରିବା ସମୟରେ, Connection established ଲେଖାଥିବା ଗୋଟିଏ ବାର୍ତ୍ତା ଦେଖାଦେବ
12:46 ଏହା ପଛକୁ ସୁନିଶ୍ଚିତ କରାଉଥିବା ଅଧିକ 2ଟି ବାର୍ତ୍ତା ଦେଖାଦେବ
12:51 ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
12:54 ଆମେ ସୋପାନ 3କୁ ଆସିଲେ
12:57 ସ୍କ୍ରୀନ୍ ଉପରେ ଯାହା ପ୍ରଦର୍ଶିତ ହୋଇଛି, ତାହା ପଢ଼ନ୍ତୁ ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
13:03 ଖୁବ୍ ଶୀଘ୍ର ଗୋଟିଏ Success ବାର୍ତ୍ତା ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ. ଆମର ଡାଟାବେସ୍ ଟେବଲଗୁଡ଼ିକ ତିଆରି ହୋଇଯାଇଛି ବୋଲି ଏହା ସୁନିଶ୍ଚିତ କରିଥାଏ
13:13 ଜାରି ରଖିବା ପାଇଁ ବର୍ତ୍ତମାନ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
13:18 ତତ୍କ୍ଷଣାତ୍ ଏହି ସ୍କ୍ରୀନ୍ ଦୃଶ୍ୟମାନ ହେବ
13:21 ପ୍ରଦର୍ଶିତ ଟେକ୍ସଟ୍କୁ ପଢ଼ନ୍ତୁ ଏବଂ ତା’ପରେ ଲିଙ୍କ install basic configuration settingsରେ କ୍ଲିକ୍ କରନ୍ତୁ
13:29 ଏହା କରିବା ଦ୍ଵାରା, ଆମର MARC flavorକୁ ଚୟନ କରିବା ପାଇଁ ଆମକୁ ନିର୍ଦ୍ଦେଶ ମିଳିବ.

ମୁଁ MARC21କୁ ଚୟନ କରିବାକୁ ଯାଉଛି

13:38 ତା’ପରେ ତଳେ ଥିବା Next ବଟନ୍ରେ କ୍ଲିକ୍ କରନ୍ତୁ
13:42 ଏହି ସ୍କ୍ରୀନରେ, ବିଭାଗ Mandatory ପର୍ଯ୍ୟନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ
13:47 ଏଠାରେ Default MARC21 ଚେକ୍ ବକ୍ସଗୁଡ଼ିକ ଚୟନ ହୋଇଥିବା ଆମେ ଦେଖିବାକୁ ପାଇବା
13:54 Optional ବିଭାଗ ଅଧିନରେ ପ୍ରଦର୍ଶିତ ସମସ୍ତ ବିକଳ୍ପଗୁଡ଼ିକୁ ଚୟନ କରନ୍ତୁ
14:01 ତଳକୁ ସ୍କ୍ରୋଲ୍ କରିବା ସହିତ Other data ଅଧିନରେ ଥିବା ସମସ୍ତ ଚେକ୍ ବକ୍ସଗୁଡ଼ିକ ପୂର୍ବରୁ ଚୟନ ହୋଇଯାଇଥିବା ଦେଖିବାକୁ ପାଇବେ
14:09 ପେଜ୍‌ର ତଳେ ପହଞ୍ଚିବା ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ
14:13 ନିମ୍ନରେ ଆଉ ଗୋଟିଏ ଅଧିକ Optional ବିକଳ୍ପ ଅଛି, ଯାହା ବହୁତ ଲମ୍ୱା ଅଟେ
14:18 ଏଠାରେ ବିକଳ୍ପ Some basic currenciesକୁ ଚିହ୍ନଟ କରନ୍ତୁ ଏବଂ ତାହାକୁ ଚୟନ କରନ୍ତୁ
14:24 ଏହାପରେ, ବିକଳ୍ପ Useful patron attribute typesକୁ ଚୟନ କରନ୍ତୁ
14:30 ବର୍ତ୍ତମାନ ପେଜ୍‌ର ନିମ୍ନକୁ ଯାଆନ୍ତୁ ଏବଂ Import ବଟନ୍ ଉପରେ କ୍ଲିକ୍ କରନ୍ତୁ
14:36 Kohaରେ ଚୟନିତ ସମସ୍ତ ଫଙ୍କସନାଲିଟିଗୁଡ଼ିକ ଏହା ଦ୍ଵାରା ସକ୍ଷମ ହେବ
14:41 ବର୍ତ୍ତମାନ ଆମେ ଗୋଟିଏ ନୂଆ ପେଜ୍‌ରେ ଅଛେ. ଏହି ପେଜ୍କୁ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ସ୍କ୍ରୀନ୍‌ରେ ପ୍ରଦର୍ଶିତ ସମସ୍ତ ଟେକ୍ସଟ୍କୁ ପଢ଼ନ୍ତୁ
14:50 All done ଭାବେ ଗୋଟିଏ ସଫଳ ବାର୍ତ୍ତା ଦୃଶ୍ୟମାନ ହେବ
14:54 ବର୍ତ୍ତମାନ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
14:57 ସ୍କ୍ରୀନ୍ ଉପରେ ଅନ୍ତିମ ବାର୍ତ୍ତା ଦୃଶ୍ୟମାନ ହେବ, ଯାହା ଇନଷ୍ଟଲେଶନ୍ ସଫଳ ହୋଇଛି ବୋଲି ସୁନିଶ୍ଚିତ କରିଥାଏ
15:04 ବର୍ତ୍ତମାନ Koha ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
15:08 ୟୁଜର୍‌ନେମ୍‌କୁ koha_library ଏବଂ ପାସ୍ୱର୍ଡକୁ koha123 ଭାବେ ଟାଇପ୍ କରନ୍ତୁ
15:16 ଡ୍ରପ୍-ଡାଉନ୍‌ରୁ My Libraryକୁ ଚୟନ କରନ୍ତୁ
15:20 ତା’ପରେ Login ବଟନ୍ ଉପରେ କ୍ଲିକ୍ କରନ୍ତୁ
15:23 ଆମେ Koha Administration ପେଜ୍କୁ ଆସିଯାଇଛେ
15:27 ଏହି ପେଜ୍‌ରେ ବିଭିନ୍ନ ଟାବ୍ ଥିବା ଆପଣ ଦେଖିପାରିବେ
15:31 ଏହି ଅଧ୍ୟାୟର ପରବର୍ତ୍ତୀ ବିଭାଗରେ ଏଥି ମଧ୍ୟରୁ ଅଧିକାଂଶ ଆଇଟମ୍‌ର ବ୍ୟବହାର ବିଷୟରେ ଆମେ ଶିଖିବା
15:37 ବର୍ତ୍ତମାନ No Library Set ଉପରେ କ୍ଲିକ୍ କରନ୍ତୁ ଏବଂ Logout ବିକଳ୍ପକୁ ଚୟନ କରନ୍ତୁ
15:45 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
15:50 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ଉବୁଣ୍ଟୁ Linux OS 16.04ରେ Koha Library Management ସିଷ୍ଟମ୍କୁ ଇନଷ୍ଟଲ୍ କରିବା ଏବଂ ଇନଷ୍ଟଲେଶନ୍ ପ୍ରକ୍ରିୟାର ପୁଂଖାନୁପୁଂଖ ଯାଞ୍ଚ କରିବା ବିଷୟରେ ଶିଖିଲେ
16:03 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
16:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
16:22 ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
16:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

16:39 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep