Difference between revisions of "Ubuntu-Linux-on-Virtual-Box/C2/Installing-VirtualBox-in-Windows-OS/Oriya"

From Script | Spoken-Tutorial
Jump to: navigation, search
Line 33: Line 33:
 
| 00:44
 
| 00:44
 
| VirtualBox କ’ଣ?  
 
| VirtualBox କ’ଣ?  
| VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍
+
VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍
  
 
|-  
 
|-  

Revision as of 10:49, 18 February 2019

Time
Time
00:01 Windows Operating Systemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Windows OS ଭର୍ସନ୍ 10
00:24 VirtualBox ଭର୍ସନ୍ 5.2.18
00:29 Firefox ୱେବ୍ ବ୍ରାଉଜର୍
00:32 ହେଲେ, ଆପଣ ନିଜ ପସନ୍ଦର ବ୍ରାଉଜର୍ ବ୍ୟବହାର କରିପାରିବେ
00:38 ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି
00:44 VirtualBox କ’ଣ?

VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍

00:52 ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା
01:00 ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ
01:07 ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର
01:15 i3 କିମ୍ୱା ତା’ଠାରୁ ଅଧିକ ପ୍ରୋସେସର୍
01:19 4 GB କିମ୍ୱା ତା’ଠାରୁ ଅଧିକ RAM


01:23 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର
01:34 VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ
01:40 ଯଦି ମୂଳ ମେଶିନରେ Windows OS ଥାଏ, ତେବେ ତାହା ନିମ୍ନ ମଧ୍ୟରୁ ଯେକୌଣସି ଗୋଟିଏ ଭର୍ସନର ହୋଇଥିବା ଦରକାର:
01:47 Windows 7,
01:49 Windows 8 କିମ୍ୱା Windows 10
01:53 ଏବେ ଇନଷ୍ଟଲେଶନ୍ ଆରମ୍ଭ କରିବା
01:56 VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍‍କୁ ଯାଆନ୍ତୁ

Www ଡଟ୍ virtualbox ଡଟ୍ ଅର୍ଗ୍ ସ୍ଲାଶ୍ wiki ସ୍ଲାଶ୍ downloads (www.virtualbox.org/wiki/downloads)

02:14 ମୋ ମେଶିନ୍‍ରେ ଏକ Firefox ୱେବ୍ ବ୍ରାଉଜର୍‍ରେ ମୁଁ ଏହି URLକୁ ଖୋଲି ରଖିଛି
02:21 ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି
02:30 ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା
02:39 ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ
02:44 ଏବେ, Windows Hosts ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
02:48 ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ
02:53 ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ
02:58 ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍‌ରେ Virtualization ଏନାବଲ୍ ଅଛି
03:08 ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶି‌ନରେ Virtualization ଏନାବଲ୍ ହୋଇଛି କି ନାହିଁ
03:16 ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ

ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ

03:25 Task Manager ୱିଣ୍ଡୋ ଖୋଲିବ
03:29 ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ

ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ

03:40 Performance ଟାବ୍‌ରେ, ତଳ ଡାହାଣପଟେ Virtualization ଅଛି
03:46 ଆମ ମେଶିନ୍‌ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ
03:53 ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ
03:59 ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ
04:06 ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ
04:13 ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍‍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ
04:22 ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି
04:26 ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ
04:33 ଏବେ ଆସନ୍ତୁ VirtualBoxକୁ ଇନଷ୍ଟଲ୍ କରିବା
04:37 Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍‍କୁ ଯାଆନ୍ତୁ
04:43 ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ
04:49 ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ
04:56 ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ
05:06 ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:12 ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup
05:16 ଯଦି ଆମେ ଇନଷ୍ଟଲେଶନ୍‍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା
05:22 Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ
05:29 ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି
05:35 ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:40 ପରବର୍ତ୍ତୀ Custom Setup ସ୍କ୍ରୀନ୍‌ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା

ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ

05:52 ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:56 ପରବର୍ତ୍ତୀ ୱିଣ୍ଡୋ, Network ବିଷୟରେ କିଛି ଚେତାବନୀ ବାର୍ତ୍ତା ଦେଖାଏ
06:01 ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ
06:09 ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ
06:13 ଏବେ ଆମେ Ready to Install ସ୍କ୍ରୀନ୍‍କୁ ଆସିଲେ
06:18 ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ
06:22 ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ
06:25 Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି
06:30 ଏହି ସଫ୍ଟୱେର୍‍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ

Install ବଟନ୍ ଉପରେ କ୍ଲିକ୍ କରନ୍ତୁ

06:39 ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା
06:47 ଏହି ସ୍କ୍ରୀନ୍‌ରେ Start Oracle VM VirtualBox after installation ଅପ୍ସନ୍ ଅଛି

ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ

06:58 ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍‍ସିଲେକ୍ଟ କରିଦେବି
07:03 ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
07:08 ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା
07:16 ଆପ୍ଲିକେଶନ୍‍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:21 VirtualBox ଆପ୍ଲିକେଶନ୍ ଖୋଲିବ. ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ
07:28 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଲେ

ସଂକ୍ଷିପ୍ତରେ -

07:34 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିଲେ:

Virtualization ଏନାବଲ୍ ହୋଇଛି କି ନାହିଁ ଦେଖିବା ଏବଂ

07:41 ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା
07:46 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି
08:02 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ:
08:06 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍‍କୁ ଯାଆନ୍ତୁ
08:12 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‍ରୁ କେହିଜଣେ ତାହାର ଉତ୍ତର ଦେବେ

08:23 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି
08:29 ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
08:34 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା
08:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

08:55 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Nancyvarkey, Pradeep