Koha-Library-Management-System/C2/Create-a-SuperLibrarian/Oriya

From Script | Spoken-Tutorial
Revision as of 01:05, 11 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, ଗୋଟିଏ Superlibrarian ତିଆରି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା,
00:11 ଗୋଟିଏ ପ୍ୟାଟ୍ରନ୍ ତିଆରି କରିବା,
00:14 Superlibrarian ତିଆରି କରିବା ଏବଂ
00:17 ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍‌ଙ୍କୁ ଆକ୍ସେସ୍ ପ୍ରଦାନ କରିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
00:34 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:40 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
00:46 ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ
00:51 ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ
00:58 ଚାଲନ୍ତୁ କିପରି ଗୋଟିଏ ପ୍ୟାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା
01:03 ନିଜର ଡାଟାବେସ୍ ଆଡ୍ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ
01:11 Koha Administrationରେ କ୍ଲିକ୍ କରନ୍ତୁ
01:15 ପ୍ୟାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ
01:21 ପ୍ୟାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
01:25 New Categoryରେ କ୍ଲିକ୍ କରନ୍ତୁ
01:28 New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି
01:35 ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ
01:41 ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ
01:47 କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ
01:53 ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ
01:58 ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
02:03 ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପ୍ୟାଟ୍ରନ୍ କ୍ୟାଟେଗୋରୀ ପେଜ୍‌ରେ ଦୃଶ୍ୟମାନ ହେବ
02:09 ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ
02:13 ଏହା ସହିତ ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି
02:17 ତା’ପରେ ଆମେ, ଗୋଟିଏ ପ୍ୟାଟ୍ରନ୍ କିପରି ତିଆରି କରାଯାଏ ଶିଖିବା
02:21 ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ
02:25 Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ
02:32 ଗୋଟିଏ ପ୍ୟାଟର୍ନ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍‌ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ
02:42 ଡାୟଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ
02:48 ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍ ରେ କ୍ଲିକ୍ କରିପାରିବେ
02:54 ମୁଁ Create Patronରେ କ୍ଲିକ୍ କରିବି
02:58 ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ
03:04 ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
03:09 ଗୋଟିଏ ନୂଆ ପେଜ୍, ପ୍ୟାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ
03:14 ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି:

ପ୍ୟାଟ୍ରନ୍ ପରିଚୟ, ମୁଖ୍ୟ ଠିକଣା, ଯୋଗାଯୋଗ, ଆଦି

03:26 ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି
03:31 ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
03:38 ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ
03:44 ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ
03:51 ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି
03:56 ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍‌ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ
04:02 ତା’ପରେ ହେଉଛି, ଲାଇବ୍ରେରୀ
04:05 ଡ୍ରପ୍-ଡାଉନ୍‌ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ
04:10 ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ
04:17 ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ
04:22 କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ
04:27 OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍ନେମ୍ ଓ ପାସ୍ୱର୍ଡ ଲେଖନ୍ତୁ
04:34 ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍
04:40 ମୁଁ ୟୁଜର୍ ନେମ୍କୁ Bella ଓ
04:43 ପାସୱର୍ଡକୁ library ଭାବେ ଲେଖିବି
04:46 ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ
04:52 ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
04:56 ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ
05:02 ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍ ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ
05:09 ପ୍ୟାଟ୍ରନ୍‌ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
05:15 ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍ ର ପ୍ୟାଟ୍ରନ୍ ଅଛି
05:24 ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି
05:32 ବର୍ତ୍ତମାନ, ପ୍ୟାଟ୍ରନ୍ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା
05:36 ସମାନ ପେଜ୍‌ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
05:44 Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
05:51 (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
05:58 ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
06:03 ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା
06:12 ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ
06:19 ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍‌ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି
06:25 ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍‌ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା
06:31 ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍‌ରୁ ଲଗ୍-ଆଉଟ୍ କରନ୍ତୁ
06:36 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ
06:43 ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
06:47 ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
06:52 ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍‌ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍‌କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ
07:00 ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍,
07:05 Serial Control, Acquisition, ଆଦି
07:10 ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପ୍ୟାଟ୍ରନ୍ ତିଆରି କରନ୍ତୁ
07:14 New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍ ରୁ Library Staff ଚୟନ କରନ୍ତୁ
07:21 ସାଲୁଟେଶନ୍‌କୁ Ms. ଭାବେ ଚୟନ କରନ୍ତୁ. ସରନେମ୍‌କୁ Samruddhi ଭାବେ ଲେଖନ୍ତୁ
07:29 କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
07:35 ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ
07:39 ବିଭାଗ OPAC/Staff login ଅଧୀନରେ,
07:43 ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ
07:51 ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ
07:57 ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
08:05 ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍‌ର ଉପରି ଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ
08:12 ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପ୍ୟାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ
08:16 More ଟାବ୍‌କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
08:22 ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
08:28 ଏହା, ଆମେ ତିଆରି କରିଥିବା ପ୍ୟାଟ୍ରନ୍‌ର ନାମ ଅଟେ
08:32 (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
08:38 ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
08:46 (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ
08:52 ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
08:56 reserve for others Place and modify holds for patronsରେ କ୍ଲିକ୍ କରନ୍ତୁ
09:03 ତା’ପରେ Edit catalog ଟାବ୍‌କୁ ଆସନ୍ତୁ
09:07 ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ
09:17 ତା’ପରେ, Acquisition ଟାବ୍‌କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ (acquisition)ରେ କ୍ଲିକ୍ କରନ୍ତୁ
09:30 ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
09:36 ଏବଂ ପ୍ୟାଟ୍ରନ୍ ଇମେଜ୍‌କୁ ବ୍ୟାଚ୍‌ରେ କିମ୍ୱା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ
09:47 (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ
09:55 ପ୍ୟାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ
10:01 Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ
10:07 ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍‌ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ
10:14 ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ
10:23 ତା’ପରେ ପେଜ୍‌ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ
10:28 ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍ ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା
10:37 ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ
10:42 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ
10:54 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
10:58 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
11:03 ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପ୍ୟାଟ୍ରନ୍ ତିଆରି କରିବା,
11:08 ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍ଙ୍କୁ ଆକ୍ସେସ୍ ପ୍ରଦାନ କରିବା
11:16 ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପ୍ୟାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ
11:23 Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍ ଙ୍କୁ ଯୋଡ଼ନ୍ତୁ
11:30 ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ
11:37 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:56 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
12:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:12 ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep