Koha-Library-Management-System/C2/Add-Subscription-in-Serials/Oriya

From Script | Spoken-Tutorial
Revision as of 12:14, 15 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
00:01 How to add Subscription in Serials ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଗୋଟିଏ ନୂଆ Serialରେ କିପରି ଗୋଟିଏ ସବସ୍କ୍ରିପ୍ସନ୍ ଯୋଡ଼ାଯାଏ, ଶିଖିବା
00:15 ଏହି ଟ୍ୟୁଟୋରିଆଲ୍‌କୁ ରେକର୍ଡ କରିବା ପାଇଁ ମୁଁ

Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି

00:29 ଏହି ଟ୍ୟୁଟୋରିଆଲ୍‌କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:35 ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
00:39 ଏବଂ Kohaରେ ଆପଣଙ୍କର Admin ଆକ୍ସେସ୍ ମଧ୍ୟ ଥିବା ଆବଶ୍ୟକ. ଯଦି ନ ଥାଏ, ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍‌ର ଅଧ୍ୟାୟଗୁଡ଼ିକୁ ଦେଖନ୍ତୁ
00:50 ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲ୍‌ରେ ଆମେ Serialର ସବସ୍କ୍ରିପ୍ସନ୍‌କୁ କ୍ୟାଟାଲଗ୍ କରିବା ଶିଖିଛେ
00:57 ଏହି ଟ୍ୟୁଟୋରିଆଲ୍‌ରେ ଆମେ, Serialରେ ଗୋଟିଏ ନୂଆ ସବସ୍କ୍ରିପ୍ସନ୍ ଯୋଡ଼ିବା ବିଷୟରେ ଶିଖିବା
01:04 Superlibrarian Bella ଏବଂ ତାଙ୍କର ପାସ୍ୱର୍ଡ ସହିତ ଲଗ୍-ଇନ୍ କରନ୍ତୁ
01:10 ଏହି ଶୃଙ୍ଖଳାର ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍‌ରେ ବର୍ଣ୍ଣନା କରାଯାଇଥିବା ଭଳି, Serials ସବସ୍କ୍ରିପ୍ସନ୍ ପାଇଁ ଗୋଟିଏ ଭେଣ୍ଡର୍ ତିଆରି କରନ୍ତୁ
01:18 ଏହାକୁ Mumbai Journal supplier ଭାବେ ନାମିତ କରନ୍ତୁ. ତା’ପରେ ଗୋଟିଏ ଇମେଲ୍ ଆଇଡି. - Mumbaijournals@gmail.comକୁ ଯୋଡ଼ନ୍ତୁ
01:30 Primary acquisitions contact:, Primary serials contact:, Contact about late orders ଓ Contact about late issues ପାଇଁ ଥିବା ଚେକ୍-ବକ୍ସଗୁଡ଼ିକୁ ଚେକ୍ କରିବା ଭୁଲନ୍ତୁ ନାହିଁ
01:46 ଏହି ବିବରଣୀଗୁଡ଼ିକୁ ଏହି ଟ୍ୟୁଟୋରିଆଲ୍‌ର ପରବର୍ତ୍ତୀ ବିଭାଗରେ ବ୍ୟବହାର କରାଯିବ
01:51 ଏହିପରି ଭାବେ ଆପଣଙ୍କୁ ନିଜର ଭେଣ୍ଡର୍ ପାଇଁ ବିବରଣୀଗୁଡ଼ିକୁ ପୂରଣ କରିବାକୁ ହେବ
01:56 ସବସ୍କ୍ରାଇବ୍ କରିବାକୁ ଥିବା ଜର୍ନଲ୍ର ସ୍କ୍ରୀନଶଟ୍ ଏଠାରେ ଅଛି
02:01 ଏଠାରେ ପ୍ରଦର୍ଶିତ ହୋଇଥିବା ସମସ୍ତ ଡାଟାକୁ ମୁଁ ମୋର Koha ଇଣ୍ଟରଫେସ୍‌ରେ ଲେଖିବାକୁ ଯାଉଛି
02:08 ଚାଲନ୍ତୁ, Koha ଇଣ୍ଟରଫେସ୍‌କୁ ଯିବା
02:12 ବର୍ତ୍ତମାନ Koha ହୋମ୍-ପେଜ୍‌ରେ ଥିବା Serials ଉପରେ କ୍ଲିକ୍ କରନ୍ତୁ
02:18 ଖୋଲିଥିବା ପେଜ୍‌ରେ New Subscription ଉପରେ କ୍ଲିକ୍ କରନ୍ତୁ
02:24 ଏହା ଦ୍ଵାରା Add a new subscription (1/2) ଲେଖାଥିବା ଆଉ ଗୋଟିଏ ନୂଆ ପେଜ୍ ଖୋଲିବ
02:30 ଏଠାରେ କିଛି ବିବରଣୀ ପୂରଣ କରିବା ପାଇଁ କୁହାଯିବ
02:35 ଭେଣ୍ଡର୍ ପାଇଁ, ଦୁଇଟି ଖାଲି ବକ୍ସର ପାଖରେ ଥିବା Search for vendor ଟାବ୍‌ରେ କ୍ଲିକ୍ କରନ୍ତୁ
02:43 ଗୋଟିଏ ନୂଆ ୱିଣ୍ଡୋରେ, ଗୋଟିଏ ନୂଆ ପେଜ୍, Serial subscription: search for vendor ଖୋଲିବ
02:50 ଭେଣ୍ଡର୍ ନାମ ପାଇଁ ଥିବା ଫିଲ୍ଡରେ Mumbai Journal Supplier ଲେଖନ୍ତୁ
02:56 ଆପଣଙ୍କୁ ଏଠାରେ ନିଜର ଭେଣ୍ଡର୍ଙ୍କ ନାମ ଲେଖିବାକୁ ହେବ. ବର୍ତ୍ତମାନ, ଏହି ଫିଲ୍ଡର ଡାହାଣପଟେ ଥିବା OK ବଟନ୍‌ରେ କ୍ଲିକ୍ କରନ୍ତୁ
03:05 Vendor search results ପ୍ରଦର୍ଶନ କରାଉଥିବା ଗୋଟିଏ ନୂଆ ପେଜ୍ ଖୋଲିବ
03:10 ତଳ ଟେବଲ୍‌ରେ ଥିବା Select: ବିଭାଗରେ Choose ଉପରେ କ୍ଲିକ୍ କରନ୍ତୁ, ଯାହା ଭେଣ୍ଡର୍ ନାମ ପାଖରେ ଅଛି
03:19 ସେହି ପେଜ୍, Add a new subscription (1/2) ପୁଣିଥରେ ଖୋଲିବ. ଯେହେତୁ ଟ୍ୟୁଟୋରିଆଲ୍‌ର ପରବର୍ତ୍ତୀ ସମୟରେ ଏହି ପେଜ୍‌କୁ ପୁନର୍ବାର ବ୍ୟବହାର କରାଯିବ, ତେଣୁ ଏହାକୁ ବନ୍ଦ କରନ୍ତୁ ନାହିଁ
03:31 ତା’ପରେ, ରେକର୍ଡ ବିଷୟରେ ଜାଣିବା. Record ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ
03:37 ଏହି ଦୁଇଟି ଖାଲି ବକ୍ସ ତଳେ ଦୁଇଟି ଟାବ୍ ଅଛି:

Search for record ଓ Create record

03:46 ଯଦି ରେକର୍ଡ ପୂର୍ବରୁ ବିଦ୍ୟମାନ ଥାଏ, ତେବେ Search for recordରେ କ୍ଲିକ୍ କରନ୍ତୁ
03:53 ଅନ୍ୟଥା, ପ୍ରାସଙ୍ଗିକ Serial ପାଇଁ ନୂଆ ଏଣ୍ଟ୍ରୀ ତିଆରି କରିବାକୁ Create record ଟାବ୍‌ରେ କ୍ଲିକ୍ କରନ୍ତୁ
04:01 ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲ୍‌ରେ ଆମେ, Indian Journal of Microbiology ଶୀର୍ଷକ ଥିବା ଗୋଟିଏ Serialକୁ ପୂର୍ବରୁ କ୍ୟାଟାଲଗ୍ କରିସାରିଛେ
04:10 ତେଣୁ, Search for record ଟାବ୍‌ରେ କ୍ଲିକ୍ କରନ୍ତୁ
04:16 Catalog search ନାମକ ଗୋଟିଏ ନୂଆ ୱିଣ୍ଡୋ ଖୋଲିଯିବ
04:21 Keyword ପାଇଁ ଥିବା ଫିଲ୍ଡରେ Indian ଲେଖନ୍ତୁ
04:27 ତା’ପରେ, ପେଜ୍ ତଳେ ଥିବା Searchରେ କ୍ଲିକ୍ କରନ୍ତୁ
04:32 ଗୋଟିଏ ନୂଆ ପେଜ୍, Search results from 1 to 1 of 1 ଖୋଲିବ
04:39 ଏଠାରେ ନିମ୍ନଲିଖିତ ବିବରଣୀ ପୂର୍ବରୁ ପୂରଣ ହୋଇଥିବ:

Title - Indian Journal of Microbiology, Publisher - Springer, ISSN- 0046-8991

04:58 ଆପଣ ଲେଖିଥିବା ବିବରଣୀଗୁଡ଼ିକୁ ଦେଖିବାକୁ ପାଇବେ
05:02 ତା’ପରେ, ଟେବଲ୍‌ର ଡାହାଣପଟ କୋଣରେ ଥିବା Choose ବଟନ୍ରେ କ୍ଲିକ୍ କରନ୍ତୁ
05:07 ସେହି ୱିଣ୍ଡୋ ବନ୍ଦ ହୋଇଯିବ ଏବଂ ଲେଖାଯାଇଥିବା ବିବାରଣୀଗୁଡ଼ିକ ପେଜ୍‌ରେ ଦେଖାଦେବ -
05:13 ରେକର୍ଡ ପାଇଁ ଥିବା ଫିଲ୍ଡରେ Add a new subscription (1/2).

ମୋ କ୍ଷେତ୍ରରେ ଏହା ସଂଖ୍ୟା 3 ପ୍ରଦର୍ଶନ କରୁଛି

05:22 ଆପଣ କରିଥିବା ଏଣ୍ଟ୍ରୀ ଉପରେ ଭିତ୍ତି କରି ଆପଣଙ୍କ ଇଣ୍ଟରଫେସ୍‌ରେ ଏହା ଭିନ୍ନ ହୋଇପାରେ
05:29 ଆଗକୁ ବଢ଼ିବା ସହିତ ନିମ୍ନଲିଖିତକୁ ସେହିପରି ଛାଡ଼ିଦିଅନ୍ତୁ
05:33 ଆଗକୁ ବଢ଼ନ୍ତୁ.

ଲାଇବ୍ରେରୀ ପାଇଁ ଡ୍ରପ୍-ଡାଉନ୍‌ରୁ Spoken Tutorial Library ଚୟନ କରନ୍ତୁ

05:41 ଯଦି ଆବଶ୍ୟକ ହୁଏ, ତେବେ ଆପଣ

Public note ଓ Nonpublic note ପାଇଁ ଥିବା ଫିଲ୍ଡଗୁଡ଼ିକୁ ପୂରଣ କରିପାରିବେ

05:47 ମୁଁ ସେଗୁଡ଼ିକୁ ଖାଲି ରଖିବି
05:50 ତା’ପରେ, Patron notification: ଅଛି.

ଡ୍ରପ୍-ଡାଉନ୍‌ରୁ Routing List ଚୟନ କରନ୍ତୁ

05:59 Grace period: ପାଇଁ 15 day(s) ଚୟନ କରନ୍ତୁ
06:04 Number of issues to display to staff: ଫିଲ୍ଡରେ 4 ଲେଖନ୍ତୁ
06:10 Number of issues to display to the public: ଫିଲ୍ଡରେ 4 ଲେଖନ୍ତୁ
6:15 ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ ତଳେ ଥିବା Next ବଟନ୍‌ରେ କ୍ଲିକ୍ କରନ୍ତୁ
06:22 ଗୋଟିଏ ନୂଆ ପେଜ୍, Add a new subscription (2/2) ଖୋଲିବ
06:27 Serials Planning ବିଭାଗ ପାଇଁ ନିମ୍ନଲିଖିତ ପୂରଣ କରନ୍ତୁ -
06:32 First issue publication date: ଫିଲ୍ଡରେ 01/01/2017 ଲେଖନ୍ତୁ
06:41 Frequency: ଫିଲ୍ଡ ପାଇଁ ⅓ months ଚୟନ କରନ୍ତୁ, ଯାହା ଡ୍ରପ୍-ଡାଉନ୍‌ରେ ତ୍ରୟମାସିକ ଅଟେ
06:48 Subscription length: ଫିଲ୍ଡ ପାଇଁ issues ଚୟନ କରନ୍ତୁ, ଯଦି ପୂର୍ବରୁ ଡ୍ରପ୍-ଡାଉନ୍‌ରେ ଚୟନ ହୋଇନଥାଏ.

Enter amount in numerals ପାଇଁ ଥିବା ବକ୍ସରେ 4 ଲେଖନ୍ତୁ

07:01 Subscription start date: ଫିଲ୍ଡରେ 01/01/2017 ଲେଖନ୍ତୁ.

Subscription end date: ଫିଲ୍ଡରେ 01/12/2017 ଲେଖନ୍ତୁ

07:20 Numbering pattern: ଫିଲ୍ଡ ପାଇଁ ଡ୍ରପ୍-ଡାଉନ୍ରୁ Volume, Numberକୁ ଚୟନ କରନ୍ତୁ
07:26 Locale ପାଇଁ ଡ୍ରପ୍-ଡାଉନ୍‌ରୁ English ଚୟନ କରନ୍ତୁ. ଯଦି English ବ୍ୟତୀତ ଅନ୍ୟ କୌଣସି ଭାଷା ଥାଏ, ତେବେ ଆପଣ ଡ୍ରପ୍-ଡାଉନ୍ରୁ ଗୋଟିଏ ଉପଯୁକ୍ତ ବିକଳ୍ପର ଚୟନ କରିପାରିବେ
07:38 ତା’ପରେ, Volume ଓ Number ପାଇଁ ଥିବା ଟେବଲ୍ ପାଇଁ ନିମ୍ନଲିଖିତ ବିବରଣୀ ଲେଖନ୍ତୁ
07:43 Begins with: Volume = 57,

Begins with: Number =1, Inner counter: Number =4

07:55 ହେଲେ, ଯଦି ଆପଣ ପେଟର୍ନ-ପ୍ରକାରକୁ ବଦଳାଇବାକୁ ଚାହାନ୍ତି, ତେବେ Show/Hide advanced pattern ଉପରେ କ୍ଲିକ୍ କରନ୍ତୁ
08:04 ଏଣ୍ଟ୍ରୀଗୁଡ଼ିକୁ ଏଡିଟ୍ କରିବା ପାଇଁ, Advanced prediction pattern ଟେବଲ୍ ତଳେ ଥିବା modify patternରେ କ୍ଲିକ୍ କରନ୍ତୁ
08:12 ଧ୍ୟାନ ଦିଅନ୍ତୁ ଯେ, ପେଟର୍ନ ନାମ ନିଶ୍ଚିତ ରୂପେ : Volume, Number ହେବା ଉଚିତ
08:18 Numbering formula ନିଶ୍ଚିତ ରୂପେ: Vol.{X}, No.{Y} ହେବା ଉଚିତ
08:24 Advanced prediction pattern ଟେବଲ୍ରେ, Koha ଡିଫଲ୍ଟ ଭାବେ ନିମ୍ନଲିଖିତ ଭାଲ୍ୟୁଗୁଡ଼ିକୁ ଚୟନ କରିଥାଏ-

Label: ସ୍ତମ୍ଭ X କୁ Volume ଭାବେ ଏବଂ ସ୍ତମ୍ଭ Yକୁ Number ଭାବେ

08:39 ସ୍ତମ୍ଭ X ପାଇଁ ଥିବା Begins with :କୁ 57 ଭାବେ ଏବଂ

ସ୍ତମ୍ଭ Y ପାଇଁ ଥିବା Begins with :କୁ 1 ଭାବେ ଏବଂ ଏହିପରି

08:48 ବର୍ତ୍ତମାନ ପେଜ୍‌ର ନିମ୍ନଭାଗରେ ଥିବା Test prediction pattern ବଟନ୍ ଉପରେ କ୍ଲିକ୍ କରନ୍ତୁ
08:54 ସେହି ପେଜ୍‌ର ଡାହାଣପଟକୁ Prediction pattern ଦେଖାଦେବ
09:00 Prediction patternରେ ନିମ୍ନଲିଖିତ ବିବରଣୀ ଦେଖାଦେବ-

Number, Publication date ଓ Not published

09:11 ଶେଷରେ, ପେଜ୍ ତଳେ ଥିବା Save subscription ବଟନ୍ ଉପରେ କ୍ଲିକ୍ କରନ୍ତୁ
09:18 ନିମ୍ନଲିଖିତ ବିବରଣୀ ସହିତ ଗୋଟିଏ ନୂଆ ପେଜ୍ Subscription for Indian Journal of Microbiology ଖୋଲିଯିବ:

Information Planning Issues ଓ Summary

09:34 Planning ଟାବ୍ ଉପରେ କ୍ଲିକ୍ କରନ୍ତୁ
09:37 ନିମ୍ନଲିଖିତ ବିବରଣୀକୁ ଯାଞ୍ଚ କରନ୍ତୁ-

Starting with: ଟାବ୍ ନିଶ୍ଚିତ ରୂପେ Volume ଏବଂ ଟାବ୍ Number: 57 ଓ 1 ହେବା ଉଚିତ

09:46 Rollover: ଟାବ୍ ପାଇଁ Volume ଓ Number ନିଶ୍ଚିତ ରୂପେ 99999 ଓ 12 ହେବା ଦରକାର
09:56 ତା’ପରେ Issues ଟାବ୍‌ରେ କ୍ଲିକ୍ କରନ୍ତୁ.

ଏହା ନିମ୍ନଲିଖିତ ବିବରଣୀକୁ ପ୍ରଦର୍ଶନ କରିବ- Issue Number: Vol. 57 ଓ No. 1 ଭାବେ Planned Date: 01/01/2017 ଭାବେ

10:17 Published date: 01/01/2017 ଭାବେ

Published date (Text): ଖାଲି ରହିବ, Status: Expected ରହିବ

10:31 ଏହା ସହିତ Journal subscriptionକୁ ସଫଳତାର ସହ ଯୋଡ଼ାଗଲା
10:36 Subscription of Serialsକୁ ଯୋଡ଼ିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି-

ଜର୍ନଲ୍, ମ୍ୟାଗାଜିନ୍,

10:43 Serial, Newspapers ଏବଂ ଅନ୍ୟାନ୍ୟ ଆଇଟମ୍, ଯାହା ନିୟମିତ ସମୟ ସମୟରେ ପ୍ରକାଶିତ ହୋଇଥାଏ, ସେଗୁଡ଼ିକ ଉପରେ ନଜର ରଖିବା
10:50 ବର୍ତ୍ତମାନ ଆପଣ Kohaରୁ ଲଗ୍-ଆଉଟ୍ କରିପାରନ୍ତି
10:53 ଏହା କରିବା ପାଇଁ Koha interface ର ଉପର ଡାହାଣପଟ କୋଣକୁ ଯାଆନ୍ତୁ. Spoken Tutorial Library ଉପରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ log out ଚୟନ କରନ୍ତୁ
11:05 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆସିଯାଇଛେ
11:09 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍‌ରେ ଆମେ, ଗୋଟିଏ ନୂଆ Serial ପାଇଁ କିପରି ଗୋଟିଏ Subscription ଯୋଡ଼ାଯାଏ, ଶିଖିଲେ
11:18 ଆସାଇନମେଣ୍ଟ ଭାବେ, Journal of Molecular Biology ପାଇଁ ଗୋଟିଏ ନୂଆ Subscriptionକୁ ଯୋଡ଼ନ୍ତୁ
11:26 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:42 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
11:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

11:58 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep