Koha-Library-Management-System/C2/Add-Budget-and-Allocate-Funds/Oriya

From Script | Spoken-Tutorial
Revision as of 01:35, 11 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Add a Budget and allocate Funds ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ,

ଗୋଟିଏ Budget ଯୋଡ଼ିବା, Duplicate Budget ତିଆରି କରିବା ଏବଂ Funds ଆଲୋକେଟ୍ କରିବା ବିଷୟରେ ଶିଖିବା

00:19 ଏହି ଟ୍ୟୁଟୋରିଆଲ୍‌କୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
00:33 ଏହି ଟ୍ୟୁଟୋରିଆଲ୍‌କୁ ଅନୁସରଣ କରିବା ପାଇଁ ଆପଣଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:39 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:45 Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ
00:49 ଅଧିକ ବିବରଣୀ ପାଇଁ ଏହି ୱେବସାଇଟ୍‌ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍‌ର ଅଧ୍ୟାୟଗୁଡ଼ିକୁ ଦୟାକରି ଦେଖନ୍ତୁ
00:56 ଚାଲନ୍ତୁ, ଆଗକୁ ବଢ଼ିବା ସହିତ ଗୋଟିଏ Budget ଯୋଡ଼ିବା ବିଷୟରେ ଶିଖିବା
01:01 ଆରମ୍ଭ କରିବା ପୂର୍ବରୁ, Budgets କ’ଣ, ଚାଲନ୍ତୁ ତାହା ବୁଝିବା. Acquisitions ସମ୍ପର୍କିତ ଆକାଉଣ୍ଟିଙ୍ଗ୍ ଭାଲ୍ୟୁଗୁଡ଼ିକୁ ଟ୍ରାକ୍ କରିବା ପାଇଁ Budgets ବ୍ୟବହୃତ ହୋଇଥାଏ
01:13 ଗୋଟିଏ ଫଣ୍ଡ୍ ପ୍ରସ୍ତୁତ କରାଯିବା ପୂର୍ବରୁ ଗୋଟିଏ Budgetକୁ ନିଶ୍ଚିତ ରୂପେ ପରିଭାଷିତ କରିବା ଉଚିତ୍
01:18 ଉଦାହରଣସ୍ଵରୂପ, ବର୍ଷ 2017 ପାଇଁ ଗୋଟିଏ ବଜେଟ୍ ପ୍ରସ୍ତୁତ କରନ୍ତୁ
01:25 Books, Journals ଓ/କିମ୍ୱା Databases ଭଳି ବିଭିନ୍ନ କ୍ଷେତ୍ର ପାଇଁ ଏହାକୁ Fundsରେ ଭାଗ କରିଦିଅନ୍ତୁ
01:38 ଦୟାକରି ଧ୍ୟାନ ଦିଅନ୍ତୁ ଯେ, Budgetsକୁ ମୂଳରୁ କିମ୍ୱା ଯେକୌଣସି ପୂର୍ବ ବର୍ଷର Budgetକୁ ନକଲ କରି,
01:50 କିମ୍ୱା ଗତ ବର୍ଷର Budgetକୁ ନକଲ କରି କିମ୍ୱା ଗତ ବର୍ଷର Budgetକୁ ବନ୍ଦ କରି ତିଆରି କରାଯାଇପାରିବ
02:00 ପୂର୍ବ ଟ୍ୟୁଟୋରିଆଲ୍‌ଗୁଡ଼ିକରେ କୁହାଯାଇଥିବା ଭଳି ୟୁଜରନେମ୍ Bella ଓ ତା’ର ପାସ୍‌ୱର୍ଡ ବ୍ୟବହାର କରି Superlibrarianରେ ଲଗ୍-ଇନ୍ କରନ୍ତୁ
02:10 Koha ହୋମ୍ ପେଜ୍‌ରେ ଥିବା Acquisitionsରେ କ୍ଲିକ୍ କରନ୍ତୁ
02:16 ବାମପଟେ ଥିବା ବିକଳ୍ପଗୁଡ଼ିକ ମଧ୍ୟରୁ Budgetsରେ କ୍ଲିକ୍ କରନ୍ତୁ
02:21 ଏବେ, New ବଜେଟ୍ ଟାବ୍‌ରେ କ୍ଲିକ୍ କରନ୍ତୁ
02:26 ପ୍ରଥମେ, ଏହି Budget ପାଇଁ ଗୋଟିଏ ସମୟ ଅବଧିକୁ ଚୟନ କରନ୍ତୁ
02:31 ଗୋଟିଏ ଶିକ୍ଷା ବର୍ଷ, ଆର୍ଥିକ ବର୍ଷ କିମ୍ବା ଏକ ତୈମାସିକ ଆଦି ପାଇଁ ବଜେଟ୍ ତିଆରି କରାଯାଇପାରିବ
02:39 ଆମେ ଗୋଟିଏ ଆର୍ଥିକ ବର୍ଷ ପାଇଁ ବଜେଟ୍ ତିଆରି କରିବା
02:43 ଆରମ୍ଭ ଓ ଶେଷ ତାରିଖ ଚୟନ କରନ୍ତୁ
02:48 ଆରମ୍ଭ ତାରିଖ, 04/01/2016 (MM/DD/YYYY) ଏବଂ ଶେଷ ତାରିଖ, 03/31/2017 (MM/DD/YYYY) ଭାବେ ଚୟନ କରନ୍ତୁ
03:07 ତା’ପରେ, Budget ପାଇଁ ଗୋଟିଏ ବିବରଣୀ ଦେବାକୁ ହେବ
03:11 ପରେ ଅର୍ଡର୍ କରିବା ସମୟରେ Budgetକୁ ଚିହ୍ନଟ କରିବା ପାଇଁ ଏହା ସାହାଯ୍ୟ କରିବ
03:17 ଏଠାରେ, Spoken Tutorial Library 2016-2017 Phase I ଟାଇପ୍ କରନ୍ତୁ
03:26 Amount ବକ୍ସରେ, ଏହି ନିର୍ଦ୍ଦିଷ୍ଟ Budget ପାଇଁ ଥିବା ରାଶିର ପରିମାଣକୁ ଲେଖିବାକୁ ପଡ଼ିବ
03:32 ଏହା, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ପାଇଁ, ପ୍ରଦତ୍ତ ଅବଧି ମଧ୍ୟରେ ଖର୍ଚ୍ଚ କରିବା ପାଇଁ ଯୋଜନା କରାଯାଇଥିବା ସମୁଦାୟ ଅର୍ଥର ପରିମାଣ ଅଟେ
03:41 ଧ୍ୟାନଦିଅନ୍ତୁ ଯେ, ଏହି ଫିଲ୍ଡ କେବଳ ସଂଖ୍ୟା ଓ ଦଶମିକକୁ ଗ୍ରହଣ କରିଥାଏ
03:47 ଏଥିରେ ସ୍ଵତନ୍ତ୍ର ଅକ୍ଷର ଏବଂ ଚିହ୍ନ ବ୍ୟବହାର ପାଇଁ ଅନୁମତି ନାହିଁ
03:51 ଆମେ ଲେଖିଥିବା ପରିମାଣ, ସେହି ଲାଇବ୍ରେରୀ ପିଛା ଅନୁମୋଦନ କରାଯାଇଥିବା ବଜେଟ୍ ଅନୁସାରେ ହେବା ଆବଶ୍ୟକ
03:57 ଏଠାରେ, ଅର୍ଥର ପରିମାଣ ଭାବେ Rs. 5,00,000/- ଯୋଡ଼ନ୍ତୁ
04:03 ତା’ପରେ Make a budget active ଉପରେ କ୍ଲିକ୍ କରନ୍ତୁ
04:08 ଏହା କରିବା ଦ୍ଵାରା, Acquisitions ମଡ୍ୟୁଲ୍‌ରେ ଅର୍ଡର୍ କରିବା ସମୟରେ ବଜେଟ୍ ବ୍ୟବହାରଯୋଗ୍ୟ ହୋଇଥାଏ
04:17 ଏବଂ ବଜେଟ୍‌ର ଶେଷ ତାରିଖ ପରେ ଅର୍ଡର୍ କରିଥିଲେ ମଧ୍ୟ ଏହା ସେହିପରି ରହିଥାଏ
04:24 ଏହା ମାଧ୍ୟମରେ ଆମେ, ପୂର୍ବ ବର୍ଷର ବଜେଟ୍‌ରେ କରାଯାଇଥିବା ଅର୍ଡର୍‌ଗୁଡ଼ିକର ରେକର୍ଡ ମଧ୍ୟ ରଖିପାରିବା
04:31 ତା’ପରେ, Lock budget ପାଇଁ ଥିବା ଚେକ୍-ବକ୍ସ ବିଷୟରେ ଜାଣିବା
04:35 ଯାହାର ଅର୍ଥ ହେଉଛି, ଲାଇବ୍ରେରୀ ଷ୍ଟାଫ୍ଙ୍କ ଦ୍ଵାରା ପରେ Fundsକୁ ସଂଶୋଧିତ କରାଯାଇପାରିବ ନାହିଁ
04:41 ଏହି ଚେକ୍-ବକ୍ସକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
04:45 ସବୁ ଏଣ୍ଟ୍ରୀ କରିସାରିବା ପରେ, ପେଜ୍ ତଳେ ଥିବା Save ବଟନ୍‌ରେ କ୍ଲିକ୍ କରନ୍ତୁ
04:52 ଗୋଟିଏ ନୂଆ ପେଜ୍, Budgets administration ଖୋଲିବ
04:57 ଏଠାରେ, ପୂର୍ବରୁ +New Budget ପେଜ୍‌ରେ ଯୋଡ଼ାଯାଇଥିବା ସମସ୍ତ ବିବରଣୀକୁ ଦେଖିହେବ
05:04 ଏହି ପେଜ୍‌ରେ ଦେଖାଦେଉଥିବା ବିବରଣୀଗୁଡ଼ିକ ହେଉଛି -
05:08 Budget name ଟାବ୍‌ରେ ଥିବା ବିବରଣୀ,

Start Date End Date Total Amount ଓ

Actions
05:19 ଆବଶ୍ୟକତାନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ Budgetକୁ ଏଡିଟ୍, ଡିଲିଟ୍ କିମ୍ବା ଡୁପ୍ଲିକେଟ୍ ମଧ୍ୟ କରିହେବ
05:25 ଏହା କରିବା ପାଇଁ, Budget Nameର ପୂରା ଡାହାଣପଟେ ଥିବା Actions ଟାବ୍‌ରେ କ୍ଲିକ୍ କରନ୍ତୁ
05:33 ଡ୍ରପ୍-ଡାଉନ୍‌ରୁ ନିମ୍ନଲିଖିତ ବିକଳ୍ପଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଚୟନ କରନ୍ତୁ:

Edit Delete Duplicate Close କିମ୍ୱା Add Fund

05:44 ଗୋଟିଏ ଆର୍ଥିକ ବର୍ଷ ପାଇଁ ଫଣ୍ଡକୁ କିପରି ଆଲୋକେଟ୍ କରାଯାଏ, ଚାଲନ୍ତୁ ଶିଖିବା
05:49 ସେହି ଟେବଲ୍‌ରେ, ଫଣ୍ଡ୍ ଆଲୋକେଟ୍ କରାଯିବାକୁ ଥିବା ସେହି ନିର୍ଦ୍ଦିଷ୍ଟ Budget Name ଉପରେ କ୍ଲିକ୍ କରନ୍ତୁ
05:56 Spoken Tutorial Library 2016-2017 Phase 1 ଉପରେ କ୍ଲିକ୍ କରନ୍ତୁ
06:05 Funds for 'Spoken Tutorial Library 2016-2017 Phase 1, ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
06:14 Funds for 'Spoken Tutorial Library 2016-2017 Phase 1ର ଠିକ୍ ଉପରେ, ଟାବ୍ Newକୁ ଚିହ୍ନଟ କରି କ୍ଲିକ୍ କରନ୍ତୁ
06:26 ଡ୍ରପ୍-ଡାଉନ୍‌ରୁ, New fund for Spoken Tutorial Library 2016-2017 Phase 1କୁ ଚୟନ କରନ୍ତୁ
06:36 ଖୋଲିଥିବା ନୂଆ ପେଜ୍‌ରେ ନିମ୍ନଲିଖିତ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ:

Fund code: Books Fund name: Books fund

06:47 Amountରେ ଲେଖନ୍ତୁ: 25000
Warning at (%): 10
06:55 Warning at (amount) ପାଇଁ: ଯେହେତୁ ମୁଁ Warning at (%) ଫିଲ୍ଡକୁ ପୂରଣ କରିସାରିଛି, ତେଣୁ ଏହାକୁ ଛାଡ଼ିଦେବି
07:02 Owner: ଓ Users ଫିଲ୍ଡଗୁଡ଼ିକୁ ମଧ୍ୟ ଛାଡ଼ିଦିଅନ୍ତୁ
07:08 Library ପାଇଁ, ଡ୍ରପ୍-ଡାଉନ୍‌ରୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ
07:14 Restrict access to:କୁ ସେହି ଭଳି ଛାଡ଼ିଦିଅନ୍ତୁ
07:19 Statistic 1 done on ଏବଂ Statistic 2 done on:କୁ ଖାଲି ଛାଡ଼ିଦିଅନ୍ତୁ
07:27 ସମସ୍ତ ବିବରଣୀ ପୂରଣ ହୋଇସାରିବା ପରେ, ପେଜ୍ ତଳେ ଥିବା Submit ବଟନ୍ କ୍ଲିକ୍ କରନ୍ତୁ
07:34 ଗୋଟିଏ ନିର୍ଦ୍ଦିଷ୍ଟ ଲାଇବ୍ରେରୀ ସହ ସମ୍ୱନ୍ଧିତ ଫଣ୍ଡ୍ ଆଲୋକେଶନ୍ର ସମସ୍ତ ବିବରଣୀ, ବର୍ତ୍ତମାନ ଗୋଟିଏ ଟେବୁଲର୍ ଫର୍ମରେ ଦେଖାଦେବ
07:42 ବାପପଟେ ଥିବା ବିକଳ୍ପଗୁଡ଼ିକ ମଧ୍ୟରୁ Budgets ଉପରେ କ୍ଲିକ୍ କରନ୍ତୁ
07:47 ଗୋଟିଏ ବଜେଟ୍‌ର ଡୁପ୍ଲିକେଟ୍ କିପରି କରାଯାଏ, ତାହା ମୁଁ ବର୍ତ୍ତମାନ ଦେଖାଇବି
07:51 କିନ୍ତୁ, ତା’ ପୂର୍ବରୁ ଗୋଟିଏ ବଜେଟ୍‌ର କାହିଁକି ଡୁପ୍ଲିକେଟ୍ କରାଯାଏ, ତାହା ନିଶ୍ଚିତ ରୂପେ ଜାଣିବା ଦରକାର
07:57 ମନେକରନ୍ତୁ, ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ପରିମାଣ ଏବଂ ଫଣ୍ଡର ପରିମାଣ ସମାନ ଅଟେ – ଏପରି କ୍ଷେତ୍ରରେ ଆମେ ସିଧାସଳଖ ଭାବେ ବଜେଟ୍‌ର ଡୁପ୍ଲିକେଟ୍ କରିପାରିବା
08:08 ଏହା ଲାଇବ୍ରେରୀ ଷ୍ଟାଫ୍ଙ୍କର ଅନେକ ସମୟ ଓ ପରିଶ୍ରମକୁ ବଞ୍ଚାଇବାରେ ସାହାଯ୍ୟ କରିବ
08:14 ଏହା କରିବା ପାଇଁ, Budget nameର ପୂରା ଡାହାଣପଟେ ଥିବା Actions ଟାବ୍‌ରେ କ୍ଲିକ୍ କରନ୍ତୁ
08:22 ଡ୍ରପ୍-ଡାଉନ୍‌ରୁ Duplicate ଚୟନ କରନ୍ତୁ
08:26 ଗୋଟିଏ ନୂଆ ପେଜ୍, Duplicate Budget ଖୋଲିବ
08:30 ନୂଆ Start Date ଓ End Date ଲେଖନ୍ତୁ. ମୁଁ ଆସନ୍ତା ବର୍ଷର ବଜେଟ୍ ତାରିଖକୁ ଲେଖିବି-
08:39 Start Date ଭାବେ: 04/01/2017 (MM/DD/YYYY)

End Date ଭାବେ: 03/31/2018 (MM/DD/YYYY)

08:53 ପରବର୍ତ୍ତୀ ବିଷୟ ହେଉଛି, Description
08:56 ଧ୍ୟାନ ଦିଅନ୍ତୁ ଯେ, Description ବିବରଣୀ ଏପରି ହେବା ଦରକାର, ଯେପରି ପରବର୍ତ୍ତୀ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ବଜେଟ୍ ସହିତ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ.

Koha, ଡିଫଲ୍ଟ ଭାବେ ପୂର୍ବ Descriptionକୁ ଦେଖାଇଥାଏ

09:10 କିନ୍ତୁ, ମୁଁ ଏହାକୁ Spoken Tutorial Library 2017-2018, Phase II ଭାବେ ରିନେମ୍ କରିବି.

ଆପଣ ନିଜ ଲାଇବ୍ରେରୀ ପାଇଁ ପ୍ରାସଙ୍ଗିକ ଯେକୌଣସି ନାମ ଦେଇପାରିବେ

09:24 Change amounts by: ପାଇଁ ଥିବା ଫିଲ୍ଡରେ, ପୂର୍ବ ବର୍ଷ ବଜେଟ୍‌ରୁ କେତେ ଶତକଡ଼ା କଢ଼ାଯିବାର ଆବଶ୍ୟକତା ଅଛି, ତାହା ଲେଖନ୍ତୁ କିମ୍ୱା ସେହି ରାଶିକୁ ସେହିଭଳି ଆଗକୁ ବଢ଼ାଇପାରିବେ
09:38 ମନେପକାନ୍ତୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ପାଇଁ Rs 5,00,000/- ଅନୁମୋଦନ କରାଯାଇଥିଲା
09:45 ତେଣୁ, Rs 1,00,000/- କାଢ଼ିବା ପାଇଁ ମୁଁ -20% (minus 20 percent) ଲେଖିବି
09:54 ପରବର୍ତ୍ତୀ ଫିଲ୍ଡ ହେଉଛି, If amounts changed, round to a multiple of:

ଏହି ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ

10:03 ଆଗକୁ ବଢ଼ିବା ସହିତ, ଆମ ପାଖରେ Mark the original Budget as inactive ପାଇଁ ଗୋଟିଏ ଚେକ୍-ବକ୍ସ ଅଛି
10:10 ଏହା କରିବା ଦ୍ଵାରା, ମୂଳ ବଜେଟ୍କୁ ଆଉ ବ୍ୟବହାର କରାଯାଇପାରିବ ନାହିଁ. ପୁଣିଥରେ, ଏହି ବକ୍ସକୁ ଖାଲି ଛାଡ଼ିଦିଅନ୍ତୁ
10:19 ଶେଷରେ, ଆମ ପାଖରେ Set all funds to zero ପାଇଁ ଗୋଟିଏ ଚେକ୍-ବକ୍ସ ଅଛି
10:25 ଯଦି ଆପଣ ନୂଆ ବଜେଟ୍‌ରେ, ପୂର୍ବ ବଜେଟ୍ ଭଳି ସମାନ ଫଣ୍ଡ୍ ଗଠନ ପ୍ରଣାଳୀ ରଖିବାକୁ ଚାହାନ୍ତି, ତେବେ ଏହି ବକ୍ସକୁ ଚେକ୍ କରନ୍ତୁ
10:32 କିନ୍ତୁ, ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆପଣ ଫଣ୍ଡ୍ ଫିଲ୍ଡରେ ପରିମାଣକୁ ମାନୁଆଲୀ ନ ଲେଖିବା ପର୍ଯ୍ୟନ୍ତ କୌଣସି ଆଲୋକେଶନ୍ ପାଇଁ ଅନୁମତି ମିଳିବ ନାହିଁ.

ବର୍ତ୍ତମାନ ପାଇଁ ଏହାକୁ ମଧ୍ୟ ଖାଲି ଛାଡ଼ିଦିଅନ୍ତୁ

10:44 ସମସ୍ତ ବିବରଣୀ ଲେଖିସାରିବା ପରେ, ପେଜ୍ ତଳେ ଥିବା Save changes ଉପରେ କ୍ଲିକ୍ କରନ୍ତୁ
10:52 ଡୁପ୍ଲିକେଟ୍ ବଜେଟ୍, Spoken Tutorial Library 2017-2018 Phase II ପାଇଁ ଲେଖାଯାଇଥିବା ସମସ୍ତ ବିବରଣୀ, Budgets administration ପେଜ୍‌ରେ ଦେଖାଦେବ
11:04 ବର୍ତ୍ତମାନ ଆପଣ Koha Superlibrarian Accountରୁ ଲଗ୍-ଆଉଟ୍ କରିପାରନ୍ତି
11:09 ଏହା କରିବା ପାଇଁ ପ୍ରଥମେ, ଉପର ଡାହାଣପଟ କୋଣକୁ ଯାଆନ୍ତୁ, Spoken Tutorial Libraryରେ କ୍ଲିକ୍ କରନ୍ତୁ.

ତା’ପରେ, ଡ୍ରପ୍-ଡାଉନ୍ରୁ Log outକୁ ଚୟନ କରନ୍ତୁ

11:21 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ ବଜେଟ୍ ଯୋଡ଼ିବା, ଗୋଟିଏ ଡୁପ୍ଲିକେଟ୍ ବଜେଟ୍ ତିଆରି କରିବା ଏବଂ Funds ଆଲୋକେଟ୍ କରିବା ବିଷୟରେ ଶିଖିଲେ
11:34 ବଜେଟ୍ ପାଇଁ ଆସାଇନମେଣ୍ଟ:

ବଣ୍ଟନ ପାଇଁ Rs.50 ଲକ୍ଷର ଆଲୋକେଶନ୍ ବଜେଟ୍ ସହିତ ଆର୍ଥିକ ବର୍ଷ ପାଇଁ ଗୋଟିଏ ନୂଆ ବଜେଟ୍ ଯୋଡ଼ନ୍ତୁ

11:44 Funds ଆଲୋକେଶନ୍ ପାଇଁ ଆସାଇନମେଣ୍ଟ:

Non-print material ପାଇଁ Rs.20 ଲକ୍ଷର Funds ଆଲୋକେଟ୍ କରନ୍ତୁ

11:53 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:09 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
12:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:25 ଆଇଆଇଟି ବମ୍ୱେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep