Health-and-Nutrition/C2/Vegetarian-recipes-for-pregnant-women/Oriya

From Script | Spoken-Tutorial
Revision as of 12:51, 1 September 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 “ଗର୍ଭବତୀ ମହିଳାମାନଙ୍କ ପାଇଁ ନିରାମିଷ ରେସିପି” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା:
00:10 ପୋଷଣ ଭରା ଆହାରର ମହତ୍ତ୍ୱ
00:13 କେତେକ ପୁଷ୍ଟିକର ନିରାମିଷ ରେସିପି
00:17 ପ୍ରଥମେ ଆସନ୍ତୁ, ପୋଷଣରେ ଭରା ଆହାରର ମହତ୍ତ୍ୱକୁ ବୁଝିବା
00:23 ଗର୍ଭାବସ୍ଥା ସମୟରେ ପୋଷଣର ଆବଶ୍ୟକତା ବୃଦ୍ଧି ପାଇଥାଏ
00:28 ଏହା ମୁଖ୍ୟତଃ କୋଷିକାଗୁଡ଼ିକର ବିକାଶ ପାଇଁ ହୋଇଥାଏ
00:32 ଭ୍ରୁଣର ବୃଦ୍ଧି ଓ ବିକାଶ ପାଇଁ ପୋଷଣରେ ଭରା ଆହାର ସହାୟକ ହୋଇଥାଏ
00:38 ସେଥିପାଇଁ, ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ
00:43 ଗର୍ଭାବସ୍ଥା ସମୟରେ ଜଟିଳତାଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ଏହା ସାହାଯ୍ୟ କରିଥାଏ
00:48 ଆହାରଟି ନିଶ୍ଚିତ ଭାବେ ପ୍ରୋଟିନ୍,
00:51 ଭଲ ଫ୍ୟାଟ୍, ଭିଟାମିନ୍
00:53 ଓ ମିନେରଲ୍ ସମୃଦ୍ଧ ହୋଇଥିବା ଉଚିତ
00:55 ପୋଷଣରେ ଭରା ଖାଦ୍ୟ ଖାଇଲେ ଅଇ ଲାଗିବା ଓ କୋଷ୍ଠବଦ୍ଧତାରୁ ଆରାମ ମିଳିପାରେ
01:02 ଏହା ମଧ୍ୟ ରକ୍ତହୀନତା,
01:05 ଗର୍ଭାବସ୍ଥା ମଧୁମେହ
01:07 ଓ ଉଚ୍ଚ ରକ୍ତଚାପର ଆଶଂକାକୁ କମ୍ କରିଥାଏ
01:09 ଏହା ଶିଶୁର ନିମ୍ନ ଜନ୍ମ ଓଜନ
01:13 ଏବଂ ଅପରିପକ୍ୱ ପ୍ରସବର ସମ୍ଭାବନାକୁ ମଧ୍ୟ ହ୍ରାସ କରିଥାଏ
01:16 ଉତ୍ତମ ଆହାର ଛଡ଼ା, ପ୍ରତ୍ୟେକ ଦିନ 8-10 ଗ୍ଲାସ୍ ପାଣି ମଧ୍ୟ ପିଅନ୍ତୁ
01:22 ପୁଷ୍ଟିକର ଖାଦ୍ୟ ଖାଇବା ସହିତ, ଏହାର ପୁଷ୍ଟିକର ଅବଶୋଷଣ ମଧ୍ୟ ଜରୁରୀ ଅଟେ
01:29 ଖାଦ୍ୟ ପ୍ରଭାବିତ ପୁଷ୍ଟିକର ଅବଶୋଷଣରେ ଫାଇଟେଟ୍ସ, ଓକ୍ସେଲେଟ୍ସ ଓ ଟାନିନ୍ସ ରହିଛି
01:36 ବିଭିନ୍ନ ରାନ୍ଧିବା ପଦ୍ଧତି ବ୍ୟବହାର ଦ୍ୱାରା ପୁଷ୍ଟିକର ଅବଶୋଷଣକୁ ବୃଦ୍ଧି କରାଯାଇପାରିବ
01:42 ଉଦାହରଣସ୍ୱରୂପ ବତୁରାଇବା,
01:45 ଗଜା କରିବା, ଭାଜିବା,
01:47 ଓ ଫୁଲାଇବା (ଫର୍ମେଣ୍ଟେଶନ୍)
01:48 ସିଝାଇବା, କଷିବା
01:50 ଓ ଫୁଟାଇବା ମଧ୍ୟ ଅନ୍ୟ କେତେକ ଉଦାହରଣ
01:54 ପୋଷଣ ପରିମାଣ ବୃଦ୍ଧି କରିବା ପାଇଁ ଆମେ ବିଭିନ୍ନ ପୁଷ୍ଟିକର ଗୁଣ୍ଡ ମଧ୍ୟ ବ୍ୟବହାର କରିପାରିବା
02:01 ଯେକୌଣସି ଗୁଣ୍ଡ, ଯେପରି ଶଜନା ପତ୍ର,
02:03 ଭୃଶୁଙ୍ଗା ପତ୍ର କିମ୍ୱା ବାଦାମ ଓ ମଞ୍ଜି ଗୁଣ୍ଡ ବ୍ୟବହାର କରାଯାଇପାରେ
02:07 ଏହି ଗୁଣ୍ଡଗୁଡ଼ିକୁ ପ୍ରସ୍ତୁତ କରିବାର ପଦ୍ଧତି ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି
02:12 ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବ୍ ସାଇଟ୍‌କୁ ଯାଆନ୍ତୁ
02:15 ଗର୍ଭାବସ୍ଥାର ସମଗ୍ର 9 ମାସରେ ସୁସ୍ଥକର ଓଜନ ପ୍ରାପ୍ତ କରିବା ଅତ୍ୟାବଶ୍ୟକ ଅଟେ
02:20 ଆମ ପରାମର୍ଶ ଅନୁଯାୟୀ, ଆପଣ ଚିନି,
02:23 ଗୁଡ଼, ପ୍ରୋସେସ୍ କରାଯାଇଥିବା
02:25 ଓ ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ଖାଇବା ଅନୁଚିତ
02:28 କ୍ୟାଫେନ୍, ମଦ
02:30 ଓ ତମାଖୁ ଖାଆନ୍ତୁ ନାହିଁ
02:32 ଡାକ୍ତରଙ୍କ ଅନୁମୋଦନ ବିନା କୌଣସି ଔଷଧ ଖାଆନ୍ତୁ ନାହିଁ
02:36 ଏହି ବିଷୟରେ ଅଧିକ ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି
02:40 ଏବେ ଆସନ୍ତୁ, ଆମର ପ୍ରଥମ ରେସିପି ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଇଡ୍‌ଲିରୁ ଆରମ୍ଭ କରିବା
02:46 ଏହି ରେସିପି ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରତ୍ୟେକରୁ 2 ଟେବଲ୍ ଚାମଚ ଲେଖାଏଁ ଦରକାର:
02:50 ଗୋଟା ବାଜରା
02:52 ଗୋଟା କାଙ୍ଗୁ
02:54 ଆମକୁ ଏଥିରୁ ମଧ୍ୟ 1 ଟେବଲ୍ ଚାମଚ ଲେଖାଏଁ ଦରକାର
02:57 ଗଜା ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ)
02:59 ଗଜା ଗୋଟା ଚଣା
03:01 ମେଥି ଦାନା
03:03 ଭଜା ସୂର୍ଯ୍ୟମୁଖୀ ମଞ୍ଜି
03:05 ଆମକୁ ନିମ୍ନଲିଖିତ ପ୍ରତ୍ୟେକରୁ 1/4 ଟେବଲ୍ ଚାମଚ ମଧ୍ୟ ଦରକାର
03:10 ଶଜନା ପତ୍ର ଗୁଣ୍ଡ, ଭୃଶୁଙ୍ଗା ପତ୍ର ଗୁଣ୍ଡ,
03:13 ବାଦାମ ଓ ମଞ୍ଜି ଗୁଣ୍ଡ
03:15 ଓ ଲୁଣ
03:17 ପ୍ରଥମେ ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଓ ଗୋଟା ଚଣା ଗଜା କରିବାରୁ ଆରମ୍ଭ କରିବା
03:22 ଗଜା କରିବା ପାଇଁ ପଦ୍ଧତି ହେଉଛି
03:25 ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଓ ଗୋଟା ଚଣାକୁ ଅଲଗା ଅଲଗା କରି ରାତି ତମାମ ବତୁରାଇଦିଅନ୍ତୁ
03:31 ସକାଳେ ସେଗୁଡ଼ିକୁ ଛାଣିଦେଇ ଅଲଗା ଅଲଗା ଗୋଟିଏ ସଫା କପଡ଼ାରେ ବାନ୍ଧି ଦିଅନ୍ତୁ
03:36 ଗଜା ହେବା ପାଇଁ ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 2 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ
03:40 ମନେରଖନ୍ତୁ, ଭିନ୍ନ ଭିନ୍ନ ମଞ୍ଜି ଗଜା ହେବାକୁ ଭିନ୍ନ ଭିନ୍ନ ସମୟ ନେଇଥାଏ
03:45 ଗଜା ପ୍ରସ୍ତୁତ ହୋଇଯିବା ପରେ, ବାଜରା ଓ ମେଥି ଦାନାକୁ ଏକାଠି ବତୁରାଇଦିଅନ୍ତୁ
03:50 ସେଗୁଡ଼ିକୁ 6-8 ଘଣ୍ଟା କିମ୍ୱା ସାରା ରାତି ବତୁରାନ୍ତୁ
03:55 ସେଥିରୁ ପାଣି ଛାଣିଦେଇ, ସୂର୍ଯ୍ୟମୁଖୀ ମଞ୍ଜି ଓ ଗଜାଗୁଡ଼ିକୁ ମିଶାଇ ଏକ ନରମ ଆଣରେ ବାଟିଦିଅନ୍ତୁ
04:01 ବାଟିବା ପାଇଁ ଆପଣ ଶିଳ କିମ୍ୱା ମିକ୍ସର୍ ବ୍ୟବହାର କରିପାରିବେ
04:06 ବାଟିବା ପରେ, ତାକୁ ଘୋଡ଼ାଇ ଫୁଲିବା ପାଇଁ ସାରା ରାତି କିମ୍ୱା 6-8 ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ
04:13 ରାନ୍ଧିବା ପୂର୍ବରୁ, ଆଣରେ ଲୁଣ ଓ ଅନ୍ୟ ସମସ୍ତ ଗୁଣ୍ଡ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
04:19 ଇଡ୍‌ଲି ଛାଞ୍ଚରେ ତେଲ ଲଗାଇ ଆଣକୁ ସେଥିରେ ପକାନ୍ତୁ
04:24 କୁକର୍ କିମ୍ୱା ଷ୍ଟୀମର୍‌ରେ ରଖି 10-12 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ
04:29 କିମ୍ୱା କୁକରରେ 1/4 ପାଣି ଦେଇ, ବିନା ହ୍ୱିସଲ୍‌ରେ ସିଝାଇପାରିବେ
04:35 7-8 ମିନିଟ୍ ପରେ ଇଡ୍‌ଲିଗୁଡ଼ିକୁ କାଢ଼ିଦିଅନ୍ତୁ ଏବଂ ଗରମ ଗରମ ପରଷନ୍ତୁ
04:41 ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍,
04:45 କ୍ୟାଲସିୟମ୍ ଓ ଆଇରନ୍
04:47 ଏଥିରେ ମଧ୍ୟ ଫୋଲେଟ୍,
04:50 ମାଗ୍ନେସିୟମ୍ ଓ ପୋଟାସିୟମ୍ ଭରପୂର ରହିଛି
04:53 ପରବର୍ତ୍ତୀ ରେସିପି ହେଉଛି - ବାଜରା ଖେଚେଡ଼ି
04:56 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରତ୍ୟେକରୁ 1 ଟେବଲ୍ ଚାମଚ ଲେଖାଏଁ ଦରକାର
05:01 ଗୋଟା ବାର୍ନୟାର୍ଡ ମିଲେଟ୍, ଗଜା ବାଜରା
05:04 ଗଜା ସୋୟାବିନ୍
05:06 ଗୋଟିଏ କଟା ପିଆଜ, ଗୋଟିଏ କଟା ଗାଜର
05:09 ଗୋଟିଏ କଟା ବୀଟ୍,
05:11 ଆମକୁ ଏଥିରୁ ମଧ୍ୟ 1 ଟେବଲ୍ ଚାମଚ ଲେଖାଏଁ ଦରକାର
05:15 ତାଜା କୋରା ନଡ଼ିଆ
05:17 ଓ ପୋସ୍ତକ ଦାନା
05:19 ଆମକୁ ଅଧ କପ୍ ଦହୀ ମଧ୍ୟ ଦରକାର ହେବ
05:23 ନିମ୍ନଲିଖିତ ପ୍ରତ୍ୟେକରୁ ଅଳ୍ପ ଲେଖାଏଁ
05:26 ହଳଦୀ ଗୁଣ୍ଡ, ଧନିଆ
05:28 ଓ ଜୀରା ଗୁଣ୍ଡ
05:30 ଜୀରା,
05:32 ଶଜନା ପତ୍ର ଗୁଣ୍ଡ, ଭୃଶୁଙ୍ଗା ପତ୍ର ଗୁଣ୍ଡ,
05:35 ସ୍ୱାଦ ଅନୁସାରେ ଲୁଣ ଓ
05:37 1 ଟେବଲ୍ ଚାମଚ ଘିଅ କିମ୍ୱା ତେଲ
05:40 ଧ୍ୟାନ ଦିଅନ୍ତୁ ଯେ, ବାଜରା ଓ ସୋୟାବିନକୁ ଗଜା ହେବା ପାଇଁ ମୁଁ ଅଲଗା ଅଲଗା ବତୁରାଇଛି
05:46 ଗୋଟିଏ ସାମଗ୍ରୀ ଗଜା ହେବା ପାଇଁ ଅଧିକ ସମୟ ନେଇପାରେ କିମ୍ବା ଉଭୟ ଗୋଟିଏ ସମୟରେ ଗଜା ହୋଇପାରେ
05:52 ମୋ କ୍ଷେତ୍ରରେ, ସୋୟାବିନ୍ ଗଜା ହେବା ପାଇଁ ଅଧିକ ସମୟ ନେଲା
05:57 ବାର୍ନୟାର୍ଡ ମିଲେଟ୍ କୁ 6-8 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇଦିଅନ୍ତୁ
06:01 ପାଣିକୁ ଛାଣିଦେଇ ଅଲଗା ରଖିଦିଅନ୍ତୁ
06:04 ଗୋଟିଏ ପ୍ରେସର୍ କୁକର୍‌ରେ ତେଲ ଗରମ କରି ସେଥିରେ ଜୀରା ପକାନ୍ତୁ
06:09 ଏବେ, ସେଥିରେ ସବୁ ପରିବା, ଗଜା ଡାଲି, ଗଜା ସୋୟାବିନ୍ ଓ ଦହୀ ପକାନ୍ତୁ
06:17 ସେଥିରେ କୋରା ନଡ଼ିଆ, ପୋସ୍ତକ, ଲୁଣ, ଗୁଣ୍ଡ ଓ ସମସ୍ତ ଶୁଖିଲା ମସଲା ପକାନ୍ତୁ
06:23 ଭଲ ଭାବେ ମିଶାଇଦିଅନ୍ତୁ
06:25 ତା’ପରେ 1 କପ୍ ପାଣି ଦେଇ
06:28 2 ଟି ସିଟି ଦେବା ପର୍ଯ୍ୟନ୍ତ ଖେଚେଡ଼ିକୁ ପ୍ରେସର୍‌ରେ ସିଝାନ୍ତୁ
06:32 ହୋଇଗଲା ପରେ, ଗରମା-ଗରମ ପରଷନ୍ତୁ.
06:35 ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍,
06:38 ଭଲ ଫ୍ୟାଟ୍, ଭିଟାମିନ୍-ଏ
06:40 ଓ କ୍ୟାଲସିୟମ୍
06:42 ଏହା ମିନେରଲ୍‌ରେ ମଧ୍ୟ ସମୃଦ୍ଧ ଅଟେ, ଯେପରି ଆଇରନ୍,
06:45 ଫୋଲେଟ୍, ମାଗ୍ନେସିୟମ୍,
06:47 ଓ ଫସଫରସ୍
06:49 ଆମର ତୃତୀୟ ରେସିପି ହେଉଛି, ମୁଗଦିଆ ପରଟା
06:53 ଏହାପାଇଁ ଆମକୁ ଦରକାର:
06:55 ମଲ୍ଟ କରାଯାଇଥିବା ମାଣ୍ଡିଆ ଚୁନା (1/4 କପ୍) ଅଳ୍ପ
06:58 ବେସନ - 1 ଟେବଲ୍ ଚାମଚ
07:01 ଗଜା ମୁଗ - (1/2) ଅଧ କପ୍
07:04 ଚକଟା ପନୀର୍ - (¼ କପ୍) ଅଳ୍ପ
07:06 କଟା ପିଆଜ - 1 ଟେବଲ୍ ଚାମଚ
07:08 କଟା ଟମାଟୋ - 1 ଟେବଲ୍ ଚାମଚ
07:12 ଆମକୁ ନିମ୍ନଲିଖିତ ପ୍ରତ୍ୟେକରୁ (1/4 ଚାହା ଚାମଚ) ଅଳ୍ପ ଲେଖାଏଁ ମଧ୍ୟ ଦରକାର:
07:15 ହଳଦୀ ଗୁଣ୍ଡ
07:17 ଧନିଆ ଓ ଜୀରା ଗୁଣ୍ଡ
07:19 ଜୀରା, ଭୃଶୁଙ୍ଗା ପତ୍ର ଗୁଣ୍ଡ,
07:22 ଶଜନା ପତ୍ର ଗୁଣ୍ଡ,
07:24 1 ଟେବଲ୍ ଚାମଚ ଘିଅ କିମ୍ୱା ତେଲ
07:27 ଆମକୁ ଅଧା ଲେମ୍ୱୁ ମଧ୍ୟ ଦରକାର
07:29 ଓ ସ୍ୱାଦ ଅନୁସାରେ ଲୁଣ
07:32 ପଦ୍ଧତି: ପୂର୍ବ ବର୍ଣ୍ଣିତ ଅନୁସାରେ ମୁଗକୁ ଗଜା କରନ୍ତୁ
07:37 ମଲ୍ଟେଡ୍ ମାଣ୍ଡିଆ ଚୁନା ପ୍ରସ୍ତୁତ କରିବା ପାଇଁ, ରାତି ତମାମ ମାଣ୍ଡିଆକୁ ବତୁରାଇଦିଅନ୍ତୁ
07:42 ଗୋଟିଏ ସଫା କପଡ଼ାରେ ବାନ୍ଧି 6-8 ଘଣ୍ଟା କିମ୍ୱା ସାରା ରାତି ରଖିଦିଅନ୍ତୁ
07:48 ଗଜା ହୋଇଯିବା ପରେ, ଗୋଟିଏ ତାୱାରେ ଗଜା ମାଣ୍ଡିଆକୁ ଭାଜିଦିଅନ୍ତୁ
07:54 ଏହାପରେ, ଗ୍ରାଇଣ୍ଡରରେ ବାଟି ଚୁନା କରିଦିଅନ୍ତୁ ଏବଂ ଅଲଗା ରଖିଦିଅନ୍ତୁ
08:01 ତାୱାରେ ତେଲ ଗରମ କରନ୍ତୁ
08:04 ସେଥିରେ ଜୀରା, ଶୁଖିଲା ମସଲା ଓ ଗୁଣ୍ଡଗୁଡ଼ିକୁ ପକାନ୍ତୁ
08:09 କଟା ପିଆଜ ଓ ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ କଷନ୍ତୁ
08:14 ଏହାପରେ, ଗଜା ମୁଗ ପକାଇ 10 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ
08:19 ପନୀର୍ ଓ ଲୁଣ ପକାଇ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
08:24 ଅଳ୍ପ ପାଣି ଦେଇ ଆଉ 5-10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
08:30 ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ
08:34 ସେଥିରେ ଲେମ୍ୱୁ ରସ ପକାଇ ଅଲଗା ରଖିଦିଅନ୍ତୁ
08:38 ଏହାପରେ, ଗୋଟିଏ ଗିନାରେ ମାଣ୍ଡିଆ ଚୁନା ଓ ବେସନ ନିଅନ୍ତୁ
08:44 ନଖ ଉଷୁମ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ
08:48 ଏବେ, ଗୋଲ କରି ବେଲିଦିଅନ୍ତୁ
08:51 ତାୱାରେ, ଏହାକୁ ଦୁଇପଟୁ ସେକିଦିଅନ୍ତୁ
08:56 ଗୋଟିଏ ପ୍ଲେଟ୍‌ରେ ତାହାକୁ ରଖନ୍ତୁ ଏବଂ ମଝିରେ ମୁଗ ମିଶ୍ରଣ ଦିଅନ୍ତୁ
09:02 ତାହାକୁ ଗୁଡ଼ାଇଦେଇ ଖାଇବାକୁ ଦିଅନ୍ତୁ
09:05 ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍
09:07 ଓ ଭଲ ଫ୍ୟାଟ୍
09:10 ଏହା ମଧ୍ୟ ଉତ୍ସ ଅଟେ କ୍ୟାଲସିୟମ୍‌ର,
09:12 ଆଇରନ୍, ଫୋଲେଟ୍,
09:14 ମାଗ୍ନେସିୟମ୍ ଓ ଜିଙ୍କର
09:16 ଏଠାରେ ଉଲ୍ଲିଖିତ ଡାଲିଗୁଡ଼ିକ ବ୍ୟତୀତ, ଆପଣ ଅନ୍ୟ ଡାଲି ଓ ଶସ୍ୟ ବ୍ୟବହାର କରିପାରିବେ
09:22 ଉଦାହରଣସ୍ୱରୂପ: ସୋରଗମ୍,
09:24 କୋଡୋ ଡାଲି, ଦଲିଆ
09:26 କିମ୍ୱା ଗୋଟା ଗହମ
09:28 ସେହିପରି, ଆପଣ ଅନ୍ୟ ଗଜା ମଧ୍ୟ ବ୍ୟବହାର କରିପାରିବେ
09:32 ଉଦାହରଣସ୍ୱରୂପ: ଗଜା କାବୁଲି ଚଣା,
09:35 ଗଜା ଗ୍ରୀନ୍ ମଟର କିମ୍ୱା
09:37 ଗଜା ମୋଥ୍ ବିନ୍ସ
09:39 ଉଲ୍ଲିଖିତ ମଞ୍ଜିଗୁଡ଼ିକ ଛଡ଼ା ଆପଣ ସ୍ଥାନୀୟ ଉପଲବ୍ଧ ମଞ୍ଜିଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ
09:46 ଉଦାହରଣସ୍ୱରୂପ: ରାଶି,
09:48 କଖାରୁ ମଞ୍ଜି,
09:50 ଫ୍ଲାକ୍ସ ସୀଡ୍ସ ଓ ଗାର୍ଡେନ୍ କ୍ରେସ୍ ସୀଡ୍ସ
09:53 ସୁସ୍ଥକର ଗର୍ଭାବସ୍ଥା ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହିସବୁ ଖାଦ୍ୟକୁ ଅନ୍ତର୍ଭୁକ୍ତ କରନ୍ତୁ
10:00 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep