Difference between revisions of "Health-and-Nutrition/C2/Storage-of-expressed-breastmilk/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> |<center>Narration</center> |- | 00:01 | “କଢ଼ାଯାଇଥିବା ସ୍ତନ କ୍ଷୀରର ଷ୍ଟୋରେଜ୍"...")
 
 
Line 182: Line 182:
 
| 05:37
 
| 05:37
 
| ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.  
 
| ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.  
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହିତ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
+
 
 
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 12:49, 4 August 2020

Time
Narration
00:01 “କଢ଼ାଯାଇଥିବା ସ୍ତନ କ୍ଷୀରର ଷ୍ଟୋରେଜ୍" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

ପରେ ବ୍ୟବହାର ପାଇଁ କଢ଼ାଯାଇଥିବା ସ୍ତନ କ୍ଷୀରକୁ କିପରି ଗଚ୍ଛିତ ରଖିବେ

00:14 ଆସନ୍ତୁ ଆରମ୍ଭ କରିବା.

ସ୍ତନ କ୍ଷୀରକୁ ହାତରେ କଢ଼ାଗଲେ, ତାହା ଶିଶୁ ଓ ମା’ଙ୍କ ପାଇଁ ଲାଭଦାୟକ ହୋଇଥାଏ

00:22 ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ସ୍ତନ କ୍ଷୀରକୁ ହାତ ସାହାଯ୍ୟରେ କାଢ଼ିବା ବିଷୟରେ କୁହାଯାଇଛି
00:29 ଏହି କ୍ଷୀରକୁ ସୁରକ୍ଷିତ ଭାବେ ସମ୍ଭାଳିବା ଓ ରଖିବା ଦରକାର
00:34 ଏପରି କଲେ, ତାହାର ସମସ୍ତ ଭଲ ଗୁଣ ବଜାୟ ରହିବ
00:39 ସ୍ତନ କ୍ଷୀରକୁ ସମ୍ଭାଳିବା ପୂର୍ବରୁ, ମା’ଙ୍କୁ ନିଜ ହାତକୁ ଭଲ ଭାବରେ ଧୋଇ ଶୁଖାଇବା ଦରକାର
00:47 ସ୍ତନ କ୍ଷୀରକୁ ଗଚ୍ଛିତ ରଖିବା ପାଇଁ, ବନ୍ଦ କରିହେଉଥିବା ଭଳି ବଡ଼ ମୁହଁ ବିଶିଷ୍ଟ ଷ୍ଟୀଲ୍ କିମ୍ୱା କାଚର ଡବା ବ୍ୟବହାର କରିବା ଉଚିତ
00:56 ଯଦିଓ ଷ୍ଟୀଲ୍ ଡବାର ସୁପାରିସ କରାଯାଇଥାଏ, କେତେକ ଛବିରେ ଆମେ କାଚ ଡବାର ବ୍ୟବହାର କରିଛୁ
01:03 ଏଥିରୁ ଆମେ ଡବା ଭିତରେ ଥିବା କ୍ଷୀରକୁ ସ୍ପଷ୍ଟ ଭାବେ ଦେଖିପାରିବା
01:09 ଏହି ଡବାଗୁଡ଼ିକୁ ସାବୁନ ଓ ପାଣି ସାହାଯ୍ୟରେ ଭଲ ଭାବରେ ଧୋଇଦିଅନ୍ତୁ
01:14 ତା’ପରେ, ସେଗୁଡ଼ିକୁ ଅତିକମରେ 10 ମିନିଟ୍ ପର୍ଯ୍ୟନ୍ତ ଫୁଟା ପାଣିରେ ରଖନ୍ତୁ
01:21 ଡବାଗୁଡ଼ିକୁ ପବନରେ ସମ୍ପୂର୍ଣ୍ଣ ଭାବେ ଶୁଖାଇଦିଅନ୍ତୁ, ନହେଲେ ଏକ ସଫା ଓ ଅବ୍ୟବହୃତ କପଡ଼ା ସାହାଯ୍ୟରେ ପୋଛିଦିଅନ୍ତୁ
01:31 ରୋଷେଇ ଘର କପଡ଼ା ଭଳି ବ୍ୟବହୃତ କପଡ଼ା ସାହାଯ୍ୟରେ କେବେବି ଡବାଗୁଡ଼ିକୁ ପୋଛନ୍ତୁ ନାହିଁ
01:40 ଡବାଗୁଡ଼ି଼କ ସମ୍ପୂର୍ଣ୍ଣ ଶୁଖିଯିବା ପରେ, ହାତ ସାହାଯ୍ୟରେ କଢ଼ାଯାଇଥିବା କ୍ଷୀରକୁ ସେଥିରେ ଢାଳିଦିଅନ୍ତୁ
01:48 ମା’ଙ୍କୁ, କେବଳ ଗୋଟିଏ ଥର ଖୁଆଇବା ପାଇଁ କିମ୍ୱା ପ୍ରାୟ 60-90 ମି.ଲି. କ୍ଷୀର ପ୍ରତ୍ୟେକ ଡବାରେ ରଖିବା ଉଚିତ
01:58 ମା’ ଯଦି ସ୍ତନ କ୍ଷୀରକୁ ବରଫ ଭଳି ଜମାଇବାକୁ ଯୋଜନା କରୁଥା’ନ୍ତି, ତେବେ ଡବାର ଉପରୁ 1 ଇଞ୍ଚ ଛାଡ଼ିଦେବା ଉଚିତ.

କାରଣ, ବରଫ ଭଳି ଜମିଲେ କ୍ଷୀର ଫୁଲିଯାଇଥାଏ

02:12 ପ୍ରତ୍ୟେକ ଡବାରେ, କ୍ଷୀର କଢ଼ାଯାଇଥିବାର ତାରିଖ ଓ ସମୟ ଲେଖି ରଖନ୍ତୁ
02:18 ତା’ପରେ, କ୍ଷୀର ଭର୍ତ୍ତି ଡବାଗୁଡ଼ିକୁ ସବୁଠାରୁ ଥଣ୍ଡା ସ୍ଥାନରେ ରଖିଦିଅନ୍ତୁ
02:25 ଯଦି ଆପଣଙ୍କର ଗୋଟିଏ ଫ୍ରିଜ୍ ଅଛି, ତେବେ ସେଥିରେ କ୍ଷୀର ରଖିଦିଅନ୍ତୁ
02:30 ଫ୍ରିଜ୍‌ର ସବୁଠାରୁ ତଳ ଥାକର ପଛପଟେ ସ୍ତନ କ୍ଷୀରକୁ ରଖନ୍ତୁ.

ଏହା, ଫ୍ରିଜ୍‌ର ସବୁଠାରୁ ଥଣ୍ଡା ସ୍ଥାନ ଅଟେ

02:40 କେବେବି ଫ୍ରିଜ୍‌ର ଦୁଆରରେ ତାହାକୁ ରଖନ୍ତୁ ନାହିଁ
02:44 ଯେତିକି କମ୍ ତାପମାତ୍ରା ରହିବ, କ୍ଷୀର ସେତିକି ସମୟ ପର୍ଯ୍ୟନ୍ତ ଭଲ ରହିବ
02:49 ସ୍ୱଚ୍ଛ ଅବସ୍ଥାରେ ସ୍ତନ କ୍ଷୀରକୁ 7 ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ଗଚ୍ଛିତ ରଖିହେବ
02:56 ତାହାକୁ ଲଗାତାର ଥଣ୍ଡା ରଖିବାକୁ ପଡ଼ିବ
02:59 ମନେରଖନ୍ତୁ, ଫ୍ରିଜ୍ ଦୁଆର ଅଧିକ ଥର ଖୋଲାହେଲେ, ତାପମାତ୍ରା ବଢ଼ିଯିବାର ସମ୍ଭାବନା ଅଛି
03:07 ବିଜୁଳି କଟିବା କିମ୍ୱା ଅନ୍ୟ କୌଣସି କାରଣରୁ ଯଦି ଫ୍ରିଜ୍‌ର ତାପମାତ୍ରା ବଢ଼ିଯାଏ, ତେବେ ଗଚ୍ଛିତ ରଖାଯାଇଥିବା କ୍ଷୀରକୁ 6 ଘଣ୍ଟା ମଧ୍ୟରେ ବ୍ୟବହାର କରିନେବା ଉଚିତ
03:19 ଯଦି 6 ଘଣ୍ଟା ମଧ୍ୟରେ ବ୍ୟବହାର ନ କରାଯାଏ, ତେବେ ତାହାକୁ ଫୋପାଡ଼ି ଦିଅନ୍ତୁ
03:26 ଯଦି ଆପଣଙ୍କ ପାଖରେ ଫ୍ରିଜ୍ ନାହିଁ, ତେବେ ଘରର ଏକ ସୁରକ୍ଷିତ, ଥଣ୍ଡା ଓ ଅନ୍ଧାର ସ୍ଥାନରେ 6 ଘଣ୍ଟା ପର୍ଯ୍ୟନ୍ତ କ୍ଷୀରକୁ ଗଚ୍ଛିତ ରଖନ୍ତୁ
03:39 ଯଦି ବଖରାଟି ଗରମ ଥାଏ, ତେବେ କ୍ଷୀରକୁ ଥଣ୍ଡା ପାଣି ଭର୍ତ୍ତି ଥିବା ଗୋଟିଏ ମାଠିଆ କିମ୍ୱା ଏକ ମାଟି ପାତ୍ର ପାଖରେ ରଖିପାରିବେ
03:51 ତାଜା କ୍ଷୀରରେ ସଂକ୍ରମଣ ସହ ଲଢ଼ିବା ପାଇଁ ଭଲ କୀଟାଣୁ ରହିଥାଏ
03:58 ସେଥିପାଇଁ, ଗାଈ କ୍ଷୀର ତୁଳନାରେ ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ନ ହୋଇ ରହିଥାଏ
04:03 ଅତିକମରେ 6 ଘଣ୍ଟା ପର୍ଯ୍ୟନ୍ତ ତାଜା କ୍ଷୀରରେ କୀଟାଣୁ ଉତ୍ପନ୍ନ ହୁଅନ୍ତି ନାହିଁ, ଅବା ଗରମ ହୋଇଥାଉ କିମ୍ୱା ଫ୍ରିଜ୍ ବାହାରେ ଥାଉ
04:15 ଫ୍ରିଜ୍ ବାହାରେ କ୍ଷୀରକୁ ରଖିବାର ଆଉ ଏକ ମାର୍ଗ ହେଉଛି ଥଣ୍ଡା ବ୍ୟାଗ୍ କିମ୍ୱା ବକ୍ସ ବ୍ୟବହାର କରିବା, ଯେଉଁଥିରେ ବରଫ ରହିଥିବ, ଯାହାକୁ ପ୍ରତି 24 ଘଣ୍ଟାରେ ବଦଳାଯାଉଥିବ
04:27 କ୍ଷୀରକୁ ଏପରି ରଖନ୍ତୁ, ଯେପରି ତାହା ବରଫଠାରୁ ଦୂରରେ ରହିବ, ନହେଲେ ତାହା ଜମିଯିବ
04:33 ଏହିଭଳି ଥଣ୍ଡା ବ୍ୟାଗ୍‌ରେ କ୍ଷୀରକୁ ନେଇ ଯାତ୍ରା ମଧ୍ୟ କରିପାରିବେ
04:38 ଯଦି କ୍ଷୀରକୁ 7 ଦିନରୁ ଅଧିକ ପର୍ଯ୍ୟନ୍ତ ଗଚ୍ଛିତ ରଖିବାର ଅଛି, ତେବେ ହାତ ସାହାଯ୍ୟରେ କ୍ଷୀର କାଢ଼ିବା ପରେ ତୁରନ୍ତ ହିଁ ତାହାକୁ ବରଫ ହେବା ପାଇଁ ରଖିଦିଅନ୍ତୁ
04:49 ଫ୍ରିଜ୍‌ର ଫ୍ରୀଜର୍‌ରେ ଜମା ଯାଇଥିବା କ୍ଷୀର 2 ସପ୍ତାହ ପର୍ଯ୍ୟନ୍ତ ଭଲ ରହିଥାଏ
04:56 ଏକ ପୃଥକ୍ ଫ୍ରୀଜର୍‌ରେ ରଖାଯାଇଥିବା କ୍ଷୀର 3-6 ମାସ ପର୍ଯ୍ୟନ୍ତ ଭଲ ରହିଥାଏ
05:04 ବରଫ ଭଳି ଜମା ଯାଇଥିବା କ୍ଷୀରକୁ ସାରା ରାତି ଫ୍ରିଜ୍‌ର ସବୁଠାରୁ ତଳ ଥାକରେ ରଖି ତରଳାଯାଇଥିଲେ, ତାହାକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିନେବା ଉଚିତ
05:17 ଫ୍ରିଜ୍ ବାହାରେ ରଖି ତରଳାଯାଇଥିବା କ୍ଷୀରକୁ 2 ଘଣ୍ଟା ମଧ୍ୟରେ ବ୍ୟବହାର କରିନେବା ଉଚିତ
05:25 ଅନ୍ୟ ଟ୍ୟୁଟୋରିଆଲରେ ଆମେ, ଗଚ୍ଛିତ କ୍ଷୀରକୁ ଶିଶୁ ଖାଇବା ପାଇଁ କିପରି ପ୍ରସ୍ତୁତ କରିବେ
05:32 ଏବଂ ଶିଶୁକୁ କିପରି ଖୁଆଇବେ, ତାହା ବର୍ଣ୍ଣନା କରିଛୁ
05:37 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Pradeep