Health-and-Nutrition/C2/Side-lying-hold-for-breastfeeding/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ସ୍ତନ୍ୟପାନ କରାଇବା ପାଇଁ କଡ଼ କରି ଶୋଇ ଧରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ସ୍ତନ୍ୟପାନ କରିବା ପାଇଁ ଜଣେ ମା’ ଓ ତାଙ୍କର ଶିଶୁକୁ ସଠିକ୍ ଧରିବା କୌଶଳ ଚୟନ କରିବା ବିଷୟରେ ଆମେ ଶିଖିବା
00:13 ସ୍ତନ୍ୟପାନ ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ କଡ଼ କରି ଶୋଇବା ପଦ୍ଧତିରେ କିପରି ଧରିବେ
00:20 ଚାଲନ୍ତୁ ଆରମ୍ଭ କରିବା.

ସାରା ପୃଥିବୀରେ ମା’ମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରରେ ଧରିଥା’ନ୍ତି

00:27 ପୂର୍ବରୁ ଗୋଟିଏ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି,

ଜଣେ ମା’ଙ୍କ ପାଇଁ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ

00:40 ଶିଶୁ ମା’ଙ୍କର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ
00:45 ଏବଂ ଯଥେଷ୍ଟ କ୍ଷୀର ପାନ କରିଥାଏ
00:49 ଧରିବା ପାଇଁ କଡ଼ କରି ଶୋଇବା ଭଳି ଗୋଟିଏ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା
00:54 ଏହି ପଦ୍ଧତିର ପରାମର୍ଶ ସେତେବେଳେ ଦିଆଯାଇଥାଏ, ଯଦି ମା’ ରାତିରେ ସ୍ତନ୍ୟପାନ କରାଉଥିବେ
00:59 କିମ୍ବା ମା’ଙ୍କର ଅସ୍ତ୍ରୋପଚାର ଦ୍ଵାରା ପ୍ରସବ କରାଯାଇଥିବ
01:03 କିମ୍ବା ଯେତେବେଳେ ମା’ ଥକି ଯାଇଥିବେ
01:06 ଶିଶୁକୁ ଖୁଆଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜ ହାତକୁ ସାବୁନ୍ ଓ ପାଣିରେ ସଫା କରି ଶୁଖାଇବା ଉଚିତ
01:14 ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବେ
01:18 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନକୁ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.

ତେଣୁ, ସେମାନଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ

01:30 ତା’ପରେ, ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତାହାକୁ ଅନାବୃତ କରିବେ
01:35 ବ୍ରା କିମ୍ବା ବ୍ଲାଉଜ୍‌ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
01:41 ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ସେହି କଡ଼କରି ଆରାମରେ ଶୋଇବେ
01:48 ସେ ନିଜର ମୁଣ୍ଡ ତଳେ ଗୋଟିଏ ତକିଆ ରଖିବା ସହିତ ଶୋଇବା ସମୟରେ ଗଡ଼ି ନଯିବା ପାଇଁ ନିଜର ଗୋଡ଼ ମଝିରେ ମଧ୍ୟ ତକିଆ ରଖିବା ଉଚିତ
01:57 ଏହି ଛବିରେ ଥିବା ମା’ ନିଜର ପିଲାକୁ ଡାହାଣ ସ୍ତନରୁ କ୍ଷୀର ଖୁଆଉଥିବାରୁ ସେ ଡାହାଣ ପଟକୁ ମୁହଁ କରି ଶୋଇଛନ୍ତି
02:06 ତା’ପରେ, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା
02:12 ଶିଶୁକୁ ମା’ଙ୍କ କଡ଼ରେ ଏପରି ରଖନ୍ତୁ, ଯେପରି ତା’ର ପେଟ ମା’ଙ୍କ ଶରୀର ଦ୍ଵାରା ସାମାନ୍ୟ ଚାପି ହୋଇରହିବ
02:21 ମା’ ଯେଉଁ ପଟିଆ ଶୋଇଥିବେ, ସେହି ହାତରେ ଶିଶୁର ଆଶ୍ରା ଦେବେ
02:29 ଏହି ଛବିରେ ଥିବା ମା’ ନିଜର ଶିଶୁକୁ ଡାହାଣ ହାତରେ ଆଶ୍ରା ଦେଇଛନ୍ତି
02:36 ଶିଶୁକୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ, ମା’ ତା’ ପଛପଟେ ଗୋଟିଏ ତକିଆ ରଖିପାରିବେ
02:42 ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ, ଶିଶୁକୁ ସ୍ତନ ନିକଟରେ ପହଞ୍ଚିବା ସେତେ ସହଜ ହେବ
02:49 ଏବଂ ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସହଜ ହେବ
02:55 ମନେରଖନ୍ତୁ- ମା’ କଦାପି ନିଜ ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ, ଏହା ଦ୍ଵାରା ଶିଶୁର ପେଟ ଏବଂ ମା’ଙ୍କ ଶରୀର ମଧ୍ୟରେ ବ୍ୟବଧାନ ବଢ଼ିଯିବ
03:06 ସେ ସର୍ବଦା ନିଜର ପିଠିକୁ ସିଧା ରଖିବେ ଏବଂ ଶିଶୁକୁ ସ୍ତନ ନିକଟକୁ ଆଣିବେ
03:12 ଦ୍ଵିତୀୟ ଜରୁରୀ କଥା ହେଉଛି ଶିଶୁର ସମ୍ପୂର୍ଣ୍ଣ ଶରୀରକୁ କେଉଁ ଭଳି ଧରିବେ
03:21 ଆପଣ ଲକ୍ଷ୍ୟ କରିଥିବେ ଯେ, ଆମେ ଖାଦ୍ୟ ଖାଇବାବେଳେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ଦିଗରେ ରହିଥାଏ
03:31 ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଆବଶ୍ୟକ
03:39 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହୋଇଥାଏ
03:44 ଏବେ ଆମେ ଶିଶୁର ଶରୀରକୁ ଧରି ରଖିବାର ତୃତୀୟ ସୋପାନ ବିଷୟରେ ଜାଣିବା
03:50 ମା’ ଶିଶୁର ପିଠିକୁ ନିଜ ହାତ ଦ୍ଵାରା ଆଶ୍ରା ଦେବା ଉଚିତ
03:54 ଅନ୍ୟଥା, ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ
04:01 ତା’ପରେ ଶିଶୁର ନାକ ଓ ଥୋଡ଼ିର ଅବସ୍ଥିତି ବିଷୟରେ ଜାଣିବା
04:07 ଶିଶୁର ନାକ ନିପ୍ପଲ୍ ସିଧାରେ ରହିବା ଆବଶ୍ୟକ
04:13 ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ
04:17 ଏହା ଦ୍ଵାରା ଲାଚିଂ ସମୟରେ ଆରିଓଲାର ନିମ୍ନ ଅଂଶର ବହୁତ ଭାଗ ଶିଶୁ ପାଟିରେ ରହିପାରିବ
04:25 ଏବଂ ସେ ନିମ୍ନ ମାଢ଼ିକୁ ବ୍ୟବହାର କରି ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
04:32 ଦୟାକରି ଧ୍ୟାନ ଦିଅନ୍ତୁ- ନିପ୍ପଲ୍‌ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ଆରିଓଲା କୁହାଯାଏ
04:39 ବର୍ତ୍ତମାନ ଶିଶୁକୁ ଭଲ ଭାବରେ ଧରାଯାଇଛି, ସ୍ତନକୁ ଧରିରଖିବା ବିଷୟରେ ଚାଲନ୍ତୁ ଜାଣିବା
04:46 ଖାଲିଥିବା ହାତର ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ମା’ ସ୍ତନକୁ C ଆକାରର କପ୍ ଭଳି ଧରି ରଖିବେ
04:55 ଏହି ଛବିରେ ଥିବା ମା’ ନିଜର ଡାହାଣ ସ୍ତନକୁ ଧରିବା ପାଇଁ ବାମ ହାତକୁ ବ୍ୟବହାର କରିଛନ୍ତି
05:05 ସ୍ତନକୁ ଧରିଥିବା ଆଙ୍ଗୁଠିଗୁଡ଼ିକ ଶିଶୁର ଓଠ ସିଧାରେ ରହିବା ଉଚିତ
05:13 କାହିଁକି? ଗୋଟିଏ ସରଳ ଉଦାହରଣ ବ୍ୟବହାର କରି ଚାଲନ୍ତୁ ଏହାକୁ ବୁଝିବା
05:18 ଆମେ ଯେତେବେଳେ ବଡ଼ା ପାଓ କିମ୍ବା ବର୍ଗର୍ ଖାଉ, ସେତେବେଳେ ଆମର ଓଠଗୁଡ଼ିକ ହରିଯଣ୍ଟାଲୀ ଖୋଲିଥାଏ
05:25 ବଡ଼ା ପାଓ କିମ୍ବା ବର୍ଗ‌ର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ତାକୁ ହରିଯଣ୍ଟାଲୀ ଧରିଥାଉ
05:31 ଏଠାରେ, ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଓଠ ସିଧାରେ ଅଛି
05:37 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‌କୁ ଭର୍ଟିକଲୀ ଧରିବା, ତେବେ ବଡ଼ ଖଣ୍ଡ ଖାଇପାରିବା ନାହିଁ
05:44 ସେହିପରି, ଶିଶୁର ଓଠର ଅବସ୍ଥିତିକୁ ଦେଖନ୍ତୁ.

ଏଠାରେ ଓଠ ହରିଯଣ୍ଟାଲୀ ଅଛି

05:51 ତେଣୁ, ମା’ଙ୍କର ଆଙ୍ଗୁଠିଗୁଡ଼ିକ ଓ ବୁଢ଼ା ଆଙ୍ଗୁଠି ମଧ୍ୟ ସ୍ତନ ଉପରେ ହରିଯଣ୍ଟାଲୀ ରହିବା ଦରକାର
05:59 ଏହାଦ୍ଵାରା ଆରିଓଲାର ନିମ୍ନ ଅଂଶର ଗୋଟିଏ ବଡ଼ ଭାଗ ପାଟିରେ ନେବା ପାଇଁ ଶିଶୁକୁ ସହଜ ହେବ
06:05 ଏହା ସହିତ ଶିଶୁର ଓଠଠାରୁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ, ନିପ୍ପଲ୍‌ଠାରୁ ତିନି ଆଙ୍ଗୁଳି ଦୂରରେ ରହିବା ଆବଶ୍ୟକ
06:18 ପୁନର୍ବାର, ଅତି ନିକଟରୁ ଧରି ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା, ତେବେ ଆଙ୍ଗୁଠିଗୁଡ଼ିକ ବଡ଼ ଖଣ୍ଡ ନେବା ସମୟରେ ପାଟିକୁ ବାଧା ଦେବେ
06:28 ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ
06:34 ତେଣୁ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିଥାଉ
06:40 ସେହିପରି ଶିଶୁ ପାଇଁ, ଛବିରେ ଦେଖାଯାଇଥିବା ଭଳି ତିନି ଆଙ୍ଗୁଠି ହେଉଛି ନିପ୍ପଲ୍‌ଠାରୁ ସଠିକ୍ ଦୂରତା
06:49 ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
06:58 ମା’ କେବଳ ନିପ୍ପଲ୍‌କୁ ଚାପିବେ ନାହିଁ, ଯାହା ଦ୍ଵାରା ବହୁତ କମ୍ କ୍ଷୀର ବାହାରି ଥାଏ
07:05 ବରଂ ଅଧିକ କ୍ଷୀର ବାହାରିବା ପାଇଁ ଆରିଓଲାର ନିମ୍ନ ଅଂଶରେ ଥିବା କ୍ଷୀର ନାଳୀଗୁଡ଼ିକ ଉପରେ ମଧ୍ୟ ଚାପ ଦେବେ
07:12 ଏବଂ ଶିଶୁ ଗଭୀର ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
07:19 ବଡ଼ା ପାଓ କିମ୍ବା ବର୍ଗର୍‌ର ଉଦାହରଣକୁ ଫେରିଆସନ୍ତୁ
07:24 ବଡ଼ା ପାଓ କିମ୍ବା ବର୍ଗର୍‌କୁ ସଠିକ ଭାବେ ଧରିବା ପରେ, ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
07:32 ସେହିପରି, ମା’ କଡ଼ରୁ ସ୍ତନକୁ C ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ.

ଏହା ଦ୍ଵାରା ଶିଶୁକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ

07:46 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ କଇଁଚି ଆକାରରେ ଧରି ଚାପିବେ ନାହିଁ
07:53 ଏଥିରୁ ମା’ଙ୍କୁ କଷ୍ଟ ହେବ ଏବଂ ଶିଶୁକୁ କମ୍ କ୍ଷୀର ମିଳିବ
08:00 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
08:07 ଅନ୍ୟଥା, ନିପ୍ପଲ୍ ଉପର କିମ୍ବା ତଳ ଆଡ଼କୁ ଘୁଞ୍ଚିଯିବ
08:14 ଏବଂ ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇପାରିବ ନାହିଁ
08:19 ଏବେ, ଶିଶୁକୁ କଡ଼ କରି ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସେ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ
08:27 ଏହି ସିରିଜ୍‌ର ଅନ୍ୟ ଏକ ଭିଡିଓରେ ଶିଶୁର ସ୍ତନ ସହିତ ସଠିକ୍ ସଂଯୋଗ ହେବା ବିଷୟରେ ବର୍ଣ୍ଣନା କରାଯାଇଛି
08:34 ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ନିଜ ସ୍ତନରୁ ହାତ କାଢ଼ିଦେବେ
08:41 ସେ ଶିଶୁର ପିଠିକୁ ଧରି ତାକୁ ନିଜ ନିକଟକୁ ଆଣିବା ପାଇଁ ଏହି ହାତକୁ ବ୍ୟବହାର କରିବେ
08:49 ମା’ ନିଜର ଅନ୍ୟ ହାତଟିକୁ ଶିଶୁର ପିଠିରୁ କାଢ଼ିଆଣି, ଏହା ଉପରେ 90 ଡିଗ୍ରୀରେ ଭରା ଦେଇ ଶୋଇବେ
08:58 ସେ ସେହି ବାହୁର କହୁଣୀକୁ ବଙ୍କା କରିବେ, ତା’ପରେ ସେ ସେହି ହାତକୁ ତକିଆ ତଳେ ରଖିବେ
09:04 ଏହି ଛବିରେ ମା’ ତାଙ୍କର ଡାହାଣ ସ୍ତନକୁ ବାମ ହାତ ସାହାଯ୍ୟରେ କାଢ଼ିଛନ୍ତି
09:11 ଶିଶୁର ପିଠିକୁ ଧରିବା ଏବଂ ତା’କୁ ନିଜ ଶରୀର ସହିତ ଲଗାଇ ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରୁଛନ୍ତି
09:19 ଶିଶୁର ପିଠିରୁ ସେ ନିଜର ଡାହାଣ ହାତକୁ କାଢ଼ିଦେଇଛନ୍ତି
09:22 ସେ ଏହାକୁ ନିଜ ଶରୀର ସହିତ 90 ଡିଗ୍ରୀ କୋଣ କରି ରଖିଛନ୍ତି
09:26 ତାଙ୍କର ଡାହାଣ କହୁଣୀ ବଙ୍କା ହୋଇଛି
09:29 ଏବଂ ଡାହାଣ ହାତ ତକିଆ ତଳେ ଅଛି
09:33 ପ୍ରଥମ ସ୍ତନରୁ ଖୁଆଇସାରିବା ପରେ, ଯଦି ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତେବେ ତାଙ୍କୁ କଡ଼ ବଦଳାବାକୁ ପଡ଼ିବ
09:43 ଏହି ଛବିରେ ଥିବା ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ପାଇଁ ବାମ କଡ଼କୁ ବୁଲି ଯାଇଛନ୍ତି
09:50 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep