Health-and-Nutrition/C2/Powder-recipes-for-6-to-24-months-old-children/Oriya

From Script | Spoken-Tutorial
Revision as of 23:43, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, 6 ରୁ 24 ମାସର ଶିଶୁ ପାଇଁ ପୌଷ୍ଟିକ ଗୁଣ୍ଡର ରେସିପି ଉପରେ ଥିବା ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲ୍‍ରେ ଆମେ ବିଭିନ୍ନ ପୌଷ୍ଟିକ ଗୁଣ୍ଡର ରେସିପି, ଯେପରି -
00:15 ଆମିଲେଜ୍ ଗୁଣ୍ଡ,
00:17 ମଞ୍ଜିଗୁଡ଼ିକର ଗୁଣ୍ଡ,
00:18 ଚଣା ଓ ମଞ୍ଜିଗୁଡ଼ିକର ଗୁଣ୍ଡ,
00:20 ବିନ୍‍ର ଗୁଣ୍ଡ,
00:22 ଭ୍ରେଷୁଙ୍ଗ ପତ୍ରର ଗୁଣ୍ଡ,
00:24 ସଜନା ପତ୍ରର ଗୁଣ୍ଡ କରିବା ବିଷୟରେ ଶିଖିବା
00:27 ବିଭିନ୍ନ ପ୍ରକାରର ପୌଷ୍ଟିକ ଗୁଣ୍ଡ ଅଛି, ଯାହାକୁ ଅଳ୍ପ ପରିଶ୍ରମରେ ଘରେ ତିଆରି କରାଯାଇପାରିବ
00:33 ସେହି ପୌଷ୍ଟିକ ଗୁଣ୍ଡଗୁଡ଼ିକୁ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା
00:38 ଏହି ପାଉଡର୍‍ଗୁଡ଼ିକରେ ପୌଷ୍ଟିକ ପଦାର୍ଥଗୁଡ଼ିକ ଥାଏ, ଯାହା ଶିଶୁର ଶରୀର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିଥାଏ
00:44 ଶିଶୁଟିକୁ 6 ମାସ ହେବା ପରେ ଏହି ଗୁଣ୍ଡ ଦେବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଉଛି
00:52 ଯେତେବେଳେ ଗୋଟିଏ ନୂଆ ଖାଦ୍ୟ ଶିଶୁକୁ ଦେବା ଆରମ୍ଭ କରାଯାଏ, ସେତେବେଳେ ଏହାକୁ ଲାଗି ଲାଗି 3 କିମ୍ବା 4 ଦିନ ଦେବା ଆବଶ୍ୟକ
01:00 3 କିମ୍ବା 4 ଦିନ ପରେ ଶିଶୁକୁ ଗୋଟିଏ ନୂଆ ଆହାର ଦେବା ଆରମ୍ଭ କରନ୍ତୁ
01:05 ଏହି ଦୁଇଟି ଖାଦ୍ୟକୁ ମିଶାଇ ଦିଆଯାଇପାରିବ କିନ୍ତୁ ଉଭୟକୁ ଅଲଗା ଭାବେ ଦେବା ଆବଶ୍ୟକ ଏବଂ ଶିଶୁଠାରେ କୌଣସି ଆଲର୍ଜି, ଯେପରି ରାଶେସ୍ କିମ୍ବା ମୁହଁ ଏବଂ ଦେହ ଫୁଲିବା, ଇତ୍ୟାଦି ନଥିବା ଆବଶ୍ୟକ
01:20 ଆଲର୍ଜେନ୍ ଥିବା ଗୋଟିଏ ନୂଆ ଖାଦ୍ୟ ଯେତେବେଳେ ଆପଣ ଶିଶୁକୁ ଦେବା ଆରମ୍ଭ କରିବେ, ସେତେବେଳେ ଅଳ୍ପ ଆକାରରେ, ଯେପରି ଚାମୁଚର ଅଗ୍ରଭାଗରେ ଦେବା ଆରମ୍ଭ କରନ୍ତୁ
01:30 10 ମିନିଟ ଅପେକ୍ଷା କରନ୍ତୁ ଏବଂ ଧୀରେ ଧୀରେ ଶିଶୁକୁ ଏହା ଖୁଆଇବା ଆରମ୍ଭ କରନ୍ତୁ
01:35 ଶିଶୁଟିକୁ ବର୍ଷେ ନହେବା ପର୍ଯ୍ୟନ୍ତ ତା’ର ଖାଦ୍ୟରେ ଚିନି, ଲୁଣ କିମ୍ବା କୌଣସି ପ୍ରକାରର ମସଲା ଦୟାକରି ମିଶାନ୍ତୁ ନାହିଁ
01:44 ବର୍ତ୍ତମାନ ଚାଲନ୍ତୁ ଆମର ପ୍ରଥମ ରେସିପି ଆମିଲେଜ୍ ପାଉଡର୍‍ରୁ ଆରମ୍ଭ କରିବା
01:49 କିନ୍ତୁ ପ୍ରଥମେ ଏହାର ଉପକାର ବିଷୟରେ ଚାଲନ୍ତୁ ଆଲୋଚନା କରିବା
01:53 ଆମିଲେଜ୍ ଗୋଟିଏ ଏଞ୍ଜାଇମ୍ କିମ୍ବା ରାସାୟନିକ ଅଟେ, ଯାହା ଖାଦ୍ୟକୁ ହଜମ କରିବା ପାଇଁ ଆବଶ୍ୟକ
01:59 ଏହା ଶିଶୁର ଶରୀରରେ ବହୁତ କମ୍ ମାତ୍ରାରେ ତିଆରି ହୋ‍ଇଥାଏ
02:03 ଏହି ଗୁଣ୍ଡ ଅତିରିକ୍ତ ଆମିଲେଜ୍ ପ୍ରଦାନ କରିବା ସହିତ ପୌଷ୍ଟିକତାର ପରିମାଣ ବୃଦ୍ଧି କରିବା ଏବଂ ଖାଦ୍ୟରୁ ଆହରଣ କରିବାରେ ସାହାଯ୍ୟ କରିବ
02:12 ତେଣୁ ଶିଶୁକୁ ଆମିଲେଜ୍‌ରେ ପରିପୂର୍ଣ୍ଣ ଅଟା କିମ୍ବା ଆମିଲେଜ୍ ଗୁଣ୍ଡ ଦେବା ଆବଶ୍ୟକ
02:18 ଚାଲନ୍ତୁ ଆମିଲେଜ୍ ଗୁଣ୍ଡ ପାଇଁ ଥିବା ରେସିପି ବିଷୟରେ ଶିଖିବା
02:22 ଆମିଲେଜ୍ ଗୁଣ୍ଡ ତିଆରି ପାଇଁ ଆବଶ୍ୟକୀୟ ଜିନିଷଗୁଡ଼ିକ ହେଉଛି- ଅଧ କପ୍ ଗହମ,
02:27 ଅଧ କପ୍ ମୁଗ ଡାଲି ଏବଂ
02:29 ଅଧ କପ୍ ମାଣ୍ଡିଆ
02:32 ତିଆରି ପ୍ରଣାଳି: ପ୍ରଥମେ ସମସ୍ତ ଜିନିଷକୁ ଅଲଗା ଭାବେ ପାଖାପାଖି 10 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖନ୍ତୁ
02:39 ବତୁରାଇବା ଦ୍ଵାରା ପଦାର୍ଥଗୁଡ଼ିକର ଜଳୀୟ ଅଂଶ ବୃଦ୍ଧି ପାଇବ
02:42 10 ଘଣ୍ଟା ପରେ ସବୁ ଜିନିଷଗୁଡ଼ିକୁ କାଢ଼ିଦିଅନ୍ତୁ
02:46 ସେଗୁଡ଼ିକୁ ଗୋଟିଏ ଛଣାରେ ରଖନ୍ତୁ ଏବଂ ସମସ୍ତ ପାଣି ନିଗିଡ଼ିଯିବାକୁ ଦିଅନ୍ତୁ
02:50 ତା’ପରେ ସମସ୍ତ ଜିନିଷକୁ ଗୋଟିଏ ଗୋଟି କରି ସଫା ଓ ଶୁଖିଲା ସୂତା କପଡ଼ାରେ ବାନ୍ଧିକରି ରଖନ୍ତୁ
02:55 ସେଗୁଡ଼ିକରୁ ଗଜା ବାହାରିବା ପର୍ଯ୍ୟନ୍ତ ସେପରି ରଖନ୍ତୁ
02:58 ଏହି ପ୍ରକ୍ରିୟାକୁ ଅଙ୍କୁରୋଦ୍‍ଗମ କୁହାଯାଏ
03:01 ଧ୍ୟାନ ଦିଅନ୍ତୁ ଯେ, ଅଙ୍କୁରୋଦ୍‍ଗମ ପାଇଁ କିଛି ଜିନିଷ ବେଶୀ ସମୟ ନେଉଥିବା ବେଳେ କିଛି ଜିନିଷ ଅଳ୍ପ ସମୟ ନେଇଥାଏ
03:08 ଏଠାରେ ସମସ୍ତଙ୍କ ଅପେକ୍ଷା ମଣ୍ଡିଆ ବେଶୀ ସମୟ ନେଇଥାଏ
03:14 ଅଙ୍କୁରୋଦ୍‍ଗମ ହେବା ପରେ ସେଗୁଡ଼ିକୁ ଦିନେ ଦୁଇ ଦିନ ପାଇଁ ଖରାରେ ଶୁଖାଇଦିଅନ୍ତୁ
03:19 ଶୁଖିଯିବା ପରେ ସେସବୁକୁ ହାଲୁକା ନିଆଁରେ ସମ୍ପୂର୍ଣ୍ଣ ଶୁଖିଯିବା ପର୍ଯ୍ୟନ୍ତ ଭାଜନ୍ତୁ
03:25 ମନେରଖନ୍ତୁ, ଭାଜିବା ସମୟରେ ନିୟମିତ ଏପଟ ସେପଟ କରିବା ଆବଶ୍ୟକ
03:30 ତା’ପରେ ସଫା ହାତରେ ସମସ୍ତ ଜିନିଷଗୁଡ଼ିକୁ ଘଷି ବାହାରର ଚୋପାକୁ କାଢ଼ିଦିଅନ୍ତୁ
03:36 ଚୋପା କାଢ଼ିସାରିବା ପରେ ସମସ୍ତ ଜିନିଷକୁ ମିଶାଇ ଦିଅନ୍ତୁ
03:41 ବର୍ତ୍ତମାନ ଗ୍ରାଇଣ୍ଡର୍ ସାହାଯ୍ୟରେ ସେହି ମିଶ୍ରଣକୁ ଗୁଣ୍ଡ କରିଦିଅନ୍ତୁ
03:45 ଏବଂ ଆମିଲେଜ୍ ଗୁଣ୍ଡ ପ୍ରସ୍ତୁତ ଅଟେ
03:48 ଏହି ଆମିଲେଜ୍ ପାଉଡର୍‍କୁ ଗୋଟିଏ ଏୟାର୍ ଟାଇଟ୍ ଡବାରେ ରଖନ୍ତୁ
03:52 ଶିଶୁ ପାଇଁ ଖାଦ୍ୟ ରାନ୍ଧିବା ସମୟରେ ସେଥିରେ ଆମିଲେଜ୍ ଗୁଣ୍ଡ ଗୋଟିଏ ଚାମୁଚ ମିଶାଇପାରିବେ
03:59 କିମ୍ବା ଆମିଲେଜ୍ ପାଉଡର୍‍ର କ୍ଷୀରି ତିଆରି କରିପରିବେ
04:03 1 ଚାମୁଚ ଆମିଲେଜ୍ ଗୁଣ୍ଡ ପାଖାପାଖି 18 କ୍ୟାଲୋରି ଏବଂ 0.6 ଗ୍ରାମ୍ ପ୍ରୋଟିନ୍ ପ୍ରଦାନ କରିଥାଏ
04:10 100 ଗ୍ରାମ ଆମିଲେଜ୍ ପାଉଡର୍ରୁ ପଖାପାଖି 360 କ୍ୟାଲୋରି ଏବଂ 12 ଗ୍ରାମ ପ୍ରୋଟିନ୍ ମିଳିଥାଏ
04:17 ଆମିଲେଜ୍ ପାଉଡର୍‍ର କିଛି ବିଶେଷତ୍ଵ ଅଛି, ଯାହା ଦ୍ଵାରା ଏହା ଶିଶୁ ପାଇଁ ଦରକାରୀ ଖାଦ୍ୟ ଭବେ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛି
04:23 ଏହା ଖାଦ୍ୟର ବହଳତାକୁ କମ୍ କରିଥାଏ ଏବଂ ଶିଶୁ ପାଇଁ ଏହାକୁ ଅଧିକ ରୁଚିକର କରିଥାଏ
04:28 ଏହା ଖାଦ୍ୟର ଗରିଷ୍ଠତାକୁ ହ୍ରାସ କରିଥାଏ ଏବଂ ଶିଶୁର ଖାଦ୍ୟରେ ଶକ୍ତିର ପରିମାଣକୁ ବୃଦ୍ଧି କରିଥାଏ
04:34 ତା’ପରେ ଆମେ ମଞ୍ଜିଗୁଡ଼ିକର ପାଉଡର୍‍ର ରେସିପି ବିଷୟରେ ଶିଖିବା
04:38 ଏହି ଗୁଣ୍ଡ ଦସ୍ତା, ତନ୍ତୁ, ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍‍ରେ ଭରପୁର ଅଟେ
04:44 ଏହି ପୋଷକଗୁଡ଼ିକ ହାଡ଼ର ବିକାଶ ଏବଂ ଶିଶୁର ଦୃଢ଼ତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ
04:50 ଏହି ଗୁଣ୍ଡରେ ଭଲ ପରିମାଣର ଫ୍ୟାଟ୍ ମଧ୍ୟ ରହିଛି, ଯାହା ଶିଶୁର ମାନସିକ ବିକାଶରେ ସାହାଯ୍ୟ କରିଥାଏ
04:57 ଏହି ଗୁଣ୍ଡ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ 3ଟି ବିଭିନ୍ନ ପ୍ରକାରର ମଞ୍ଜି ହେଉଛି, ଅଧ କପ୍ ରାଶି,
05:03 ଅଧ କପ୍ ଅଳସି ମଞ୍ଜି ଏବଂ
05:05 ଅଧ କପ୍ କଖାରୁ ମଞ୍ଜି
05:08 ପ୍ରସ୍ତୁତ ପ୍ରଣାଳି: ଗୋଟି ଗୋଟିକରି ସବୁ ମଞ୍ଜିଗୁଡ଼ିକୁ ଶୁଖାନ୍ତୁ ଏବଂ ହାଲୁକା ଆଞ୍ଚରେ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ
05:16 ଥଣ୍ଡା ହୋ‍ଇଗଲେ, ସେହି ସମସ୍ତ ଭଜା ଜିବିଷଗୁଡ଼ିକୁ ଗୁଣ୍ଡ କରିଦିଅନ୍ତୁ
05:20 ଏହି ଗୁଣ୍ଡକୁ ଗିଟିଏ ଏୟାର୍‍ଟାଇଟ୍ ଡବାରେ ରଖନ୍ତୁ
05:23 ଖୁଆଇବା ପୂର୍ବରୁ ଏହି ଗୁଣ୍ଡରୁ ଗୋଟିଏ ଚାମୁଚ ଶିଶୁର ଖାଦ୍ୟରେ ମିଶାଇବା ଆବଶ୍ୟକ
05:29 ଏହା ପାଖାପାଖି 30 କ୍ୟାଲୋରି ଓ 2.7 ଗ୍ରାମ ପୁଷ୍ଟିସାର ପ୍ରଦାନ କରିବ
05:36 100 ଗ୍ରାମ ଗୁଣ୍ଡ ପାଖାପାଖି 600 କ୍ୟାଲୋରି ଓ 55 ଗ୍ରାମ ପୁଷ୍ଟିସାର ପ୍ରଦାନ କରିବ
05:43 ଆମର ପରବର୍ତ୍ତି ରେସିପି ହେଉଛି, ଚଣା ଓ ମଞ୍ଜିର ଗୁଣ୍ଡ
05:47 ଏହି ଗୁଣ୍ଡରେ ପ୍ରଚୁର ପରିମାଣରେ ଖଣିଜ ପଦର୍ଥ, ଯେପରି ଦସ୍ତା, ମ୍ୟାଗ୍ନେସିୟମ୍, ଲୌହ, ପ୍ରଭୃତି ରହିଛି
05:53 ଏହି ଖଣିଜ ପଦାର୍ଥଗୁଡ଼ିକ ଲୋହିତ ରକ୍ତ କଣିକା ତିଆରିରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି
05:57 ଏହି ଗୁଣ୍ଡ ଭଲ ଫ୍ୟାଟ୍‍ର ମଧ୍ୟ ଗୋଟିଏ ଉତ୍ସ ଅଟେ, ଯାହା ଶିଶୁଙ୍କ ମାନସିକ ବିକାଶରେ ସାହାଯ୍ୟ କରିଥାଏ
06:04 ଚଣା ଓ ମଞ୍ଜିର ଗୁଣ୍ଡ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ ହେଉଛି -
06:08 ଅଧ କପ୍ ଚିନା ବାଦାମ,
06:10 ଅଧ କପ୍ ଶୁଖିଲା କଟା ନଡ଼ିଆ,
06:12 ଅଧ କପ୍ ଅଳସି ମଞ୍ଜି ଏବଂ
06:15 ଅଧ କପ୍ ରାଶି
06:18 ପ୍ରସ୍ତୁତ ପ୍ରଣାଳି: ଗୋଟି ଗୋଟି କରି ସମସ୍ତ ମଞ୍ଜିଗୁଡ଼ିକୁ ହାଲୁକା ଆଞ୍ଚରେ 4 ରୁ 6 ମିନିଟ ପର୍ଯ୍ୟନ୍ତ ଭାଜି ଚଣା ଓ ମଞ୍ଜିଗୁଡ଼ିକୁ ଶୁଖାଇ ଦିଅନ୍ତୁ
06:26 ତା’ପରେ ଗୋଟିଏ ପଥର ଶିଳ କିମ୍ବା ଗୋଟିଏ ମିକ୍ସର୍ ଗ୍ରାଇଣ୍ଡର୍ ସାହାଯ୍ୟରେ ଏହି ସମସ୍ତ ଭଜା ମଞ୍ଜିଗୁଡ଼ିକର ଗୋଟିଏ ଗୁଣ୍ଡ ପ୍ରସ୍ତୁତ କରନ୍ତୁ
06:33 ଏହି ଗୁଣ୍ଡକୁ ଗୋଟିଏ ଏୟାର୍‍ଟାଇଟ୍ ଡବାରେ ରଖନ୍ତୁ
06:36 ଖୁଆଇବା ପୂର୍ବରୁ ଶିଶୁର ଖାଦ୍ୟରେ ଏହି ଗୁଣ୍ଡରୁ 1 ଚାମୁଚ ମିଶାଇବା ଆବଶ୍ୟକ
06:42 ଏହା ପାଖାପାଖି 28 କ୍ୟାଲୋରି ଓ 0.9 ଗ୍ରାମ ପୁଷ୍ଟିସାର ପ୍ରଦାନ କରିଥାଏ
06:48 100 ଗ୍ରାମ ଗୁଣ୍ଡ ପାଖାପାଖି 600 କ୍ୟାଲୋରି ଏବଂ 19 ଗ୍ରାମ୍ ପୁଷ୍ଟିସାର ପ୍ରଦାନ କରିଥାଏ
06:56 ବର୍ତ୍ତମାନ ଆମେ ବିନ୍‍ ଗୁଣ୍ଡର ରେସିପି ବିଷୟରେ ଜାଣିବା
06:59 ଏହି ଗୁଣ୍ଡରେ ବହୁ ପରିମାଣରେ ପୋଟାସିୟମ୍, ପୁଷ୍ଟିସାର, ଫୋଲେଟ୍, ମ୍ୟାଗ୍ନେସିୟମ୍, ପ୍ରଭୃତି ରହିଛି
07:05 ଏହି ପୋଷକ ତତ୍ଵଗୁଡ଼ିକ ଶିଶୁର ଅସ୍ଥିର ବିକାଶ ଏବଂ ଦୃଢ଼ତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ
07:11 ଏଗୁଡ଼ିକ ଆମ ଶରୀରରେ ଲୋହିତ ରକ୍ତ କଣିକା ସୃଷ୍ଟି କରିବା ପାଇଁ ମଧ୍ୟ ଆବଶ୍ୟକ ହୋ‍ଇଥାଏ
07:16 ବିନ୍‍ର ଗୁଣ୍ଡ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ ହେଉଛି: ଅଧ କପ୍ ମୁଗ ଡାଲି,
07:22 ଅଧ କପ୍ ସବୁଜ ମଟର ଚଣା,
07:24 ଅଧ କପ୍ ଚଣା ଡାଲି ଏବଂ
07:27 ଅଧ କପ୍ ଝୁଡ଼ଙ୍ଗ ମଞ୍ଜି
07:30 ପ୍ରସ୍ତୁତ ପ୍ରଣଳି: ପ୍ରଥମେ ସମସ୍ତ ସାମଗ୍ରୀଗୁଡ଼ିକୁ ଅଲଗା ଭାବେ ପାଣିରେ 10 ଘଣ୍ଟା ପର୍ଯନ୍ତ ବତୁରାଇ ଦିଅନ୍ତୁ
07:35 ବତୁରାଇବା ଦ୍ଵାରା ସାମଗ୍ରୀଗୁଡ଼ିକରେ ଜଳୀୟ ଅଂଶ ବୃଦ୍ଧି ପାଇବ
07:40 10 ଘଣ୍ଟା ପରେ ସବୁଗୁଡ଼ିକୁ କାଢ଼ିଦିଅନ୍ତୁ
07:43 ସେଗୁଡ଼ିକୁ ଗୋଟିଏ ଛଣାରେ ରଖନ୍ତୁ ଏବଂ ସବୁ ପାଣି ନିଗିଡ଼ି ଯିବାକୁ ଦିଅନ୍ତୁ
07:47 ତା’ପରେ ଏହି ସମସ୍ତ ବିନ୍‍ଗୁଡ଼ିକୁ ଅଲଗା ଅଲଗା ଭାବେ ଗୋଟିଏ ସଫା ଓ ଶୁଖିଲା ସୂତା କପଡ଼ାରେ ବାନ୍ଧି ଦିଅନ୍ତୁ
07:52 ଗଜା ବାହାରିବା ପର୍ଯ୍ୟନ୍ତ ଏଗୁଡ଼ିକୁ ସେହିପରି ରଖନ୍ତୁ
07:55 ଏହି ସମଗ୍ର ପ୍ରକ୍ରିୟାକୁ ଅଙ୍କୁରଣ ବୋଲି କୁହାଯାଏ
07:59 ଦୟାକରି ଧ୍ୟାନ ଦିଅନ୍ତୁ- ଆମେ ପୂର୍ବରୁ ଆଲୋଚନା କରିଥିବା ଭଳି ପ୍ରତ୍ୟେକଙ୍କର ଅଙ୍କୁରଣ ସମୟ ଭିନ୍ନ ଅଟେ
08:06 ଅଙ୍କୁରଣ ପରେ ସୁଗୁଡ଼ିକୁ ଦିନେ ଦୁଇ ଦିନ ପାଇଁ ଖରାରେ ଶୁଖାଇ ଦିଅନ୍ତୁ
08:11 ତା’ପରେ ସେହି ସମସ୍ତ ବିନ୍‍ଗୁଡ଼ିକୁ ମଧ୍ୟମ ଆଞ୍ଚରେ ସମ୍ପୂର୍ଣ୍ଣ ଶୁଖିଯିବା ପର୍ଯ୍ୟନ୍ତ ଭାଜିଦିଅନ୍ତୁ
08:17 ଭାଜିବା ସମୟରେ ଇୟମିତ ଏପଟ ସେପଟ କରିବା ଆବଶ୍ୟକ
08:20 ଏହା ଦ୍ଵାରା ସାମଗ୍ରୀଗୁଡ଼ିକ ପୋଡ଼ିଯିବ ନାହିଁ
08:24 ଭାଜି ସାରିବା ପରେ, ବିନ୍‍ଗୁଡ଼ିକର ଚୋପାକୁ ସଫା ହାତରେ ଘଷି ଅଲଗା କରିଦିଅନ୍ତୁ
08:30 ବର୍ତ୍ତମାନ ସମସ୍ତ ବିନ୍‍ଗୁଡ଼ିକୁ ଏକାଠି ଗୁଣ୍ଡ କରିଦିଅନ୍ତୁ
08:34 ଏହି ଗୁଣ୍ଡକୁ ଗୋଟିଏ ଏୟାର୍‍ଟାଇଟ୍ ଡବାରେ ରଖନ୍ତୁ
08:38 ଶିଶୁର ଖାଦ୍ୟ ରନ୍ଧିବା ସମୟରେ ସେଥିରେ ଏହି ଗୁଣ୍ଡରୁ ଦୁଇ ଚାମୁଚ ମିଶାଇବା ଆବଶ୍ୟକ
08:43 ଏହି ଗୁଣ୍ଡର ଦୁଇ ଚାମୁଚ ପାଖାପାଖି 33 କ୍ୟାଲୋରି ଏବଂ 1.8 ଗ୍ରାମ୍ ପୁଷ୍ଟିସାର ପ୍ରଦାନ କରିଥାଏ
08:49 ଏହି ଗୁଣ୍ଡର 100 ଗ୍ରାମ ପାଖାପାଖି 250 କ୍ୟାଲୋରି ଏବଂ 15 ଗ୍ରାମ୍ ପୁଷ୍ଟିସାର ପ୍ରଦାନ କରିଥାଏ
08:57 ତା’ପରେ ଆମେ ଭ୍ରେଷୁଙ୍ଗ ପତ୍ର ଗୁଣ୍ଡର ରେସିପି ବିଷୟରେ ଜାଣିବା
09:00 ଭ୍ରେଷୁଙ୍ଗ ପତ୍ରରେ ପ୍ରଚୁର ପରିମାଣରେ ତନ୍ତୁ, ଲୌହ, କ୍ୟାଲସିୟମ ଓ ଭିଟାମିନ୍ C ରହିଛି
09:06 ଏହି ସମସ୍ତ ପୋଷକ ତତ୍ଵ ହଜମ କରିବା ଏବଂ ଦାନ୍ତର ବିକାଶରେ ସାହାଯ୍ୟ କରିଥାଏ
09:12 ଏହି ସମସ୍ତ ଶରୀରର ପ୍ରତିରକ୍ଷା ପ୍ରଣାଳିକୁ ଦୃଢ କରିବାରେ ସାହାଯ୍ୟ କରିଥାଏ
09:16 ଏହି ଗୁଣ୍ଡ କରିବା ପାଇଁ ଭ୍ରେଷୁଙ୍ଗ ପତ୍ର ଆବଶ୍ୟକ
09:19 ପ୍ରସ୍ତୁତ ପ୍ରଣାଳି- ଭ୍ରେଷୁଙ୍ଗ ପତ୍ରଗୁଡ଼ିକୁ ଭଲ ପାଣିରେ ଧୋ‍ଇ ଦିଅନ୍ତୁ
09:23 ସେଗୁଡ଼ିକୁ ଛାଇରେ ଶୁଖାଇଦିଅନ୍ତୁ
09:26 ବର୍ତ୍ତମାନ ସେହିସ ଶୁଖିଲା ପତ୍ରଗୁଡ଼ିକୁ ଗୁଣ୍ଡକରି ଗୋଟିଏ ଏୟାର୍‍ଟାଇଟ୍ ଡବାରେ ରଖନ୍ତୁ
09:33 ଖୁଆଇବା ପୂର୍ବରୁ ଏହି ଗୁଣ୍ଡକୁ ଏକ ଚାମୁଚର ଏକ ଚତୁର୍ଥାଂଶ ଖାଦ୍ୟରେ ମିଶାନ୍ତୁ
09:39 ଏଥିରୁ ପାଖାପାଖି 9 ମିଲିଗ୍ରାମ୍ କ୍ୟାଲସିୟମ୍ ମିଳିଥାଏ
09:42 ଏହି ଗୁଣ୍ଡର 100 ଗ୍ରାମରୁ ପାଖାପାଖି 700 ମିଲିଗ୍ରାମ କ୍ୟାଲସିୟମ୍ ମିଳିଥାଏ
09:48 ତା’ପରେ ଚାଲନ୍ତୁ ସଜନା ପତ୍ରର ଗୁଣ୍ଡ କିପରି କରାଯାଏ ଶିଖିବା
09:53 ଏହି ଗୁଣ୍ଡରୁ ପ୍ରଚୁର ପରିମାଣରେ କ୍ୟାଲସିୟମ୍, ଲୌହ, ଭିଟାମିନ୍ C, ଭିଟାମିନ୍ A, ପୁଷ୍ଟିସାର ଓ ସଲଫର୍ ମିଳିଥାଏ
10:01 ଏହି ପୋଷକ ତତ୍ଵଗୁଡ଼ିକ ଶିଶୁର ମାଢ଼ି ବିକାଶ ଓ ସୁସ୍ଥ ଆଖି ପାଇଁ ଆବଶ୍ୟକ
10:07 ସେଗୁଡ଼ିକ ସଂକ୍ରମଣକୁ ରୋକିବା ଏବଂ ଶିଶୁର ଦୃଢ଼ତାକୁ ଉନ୍ନତ କରିବାରେ ସାହାଯ୍ୟ କରନ୍ତି
10:12 ଏହି ଗୁଣ୍ଡ ପ୍ରସ୍ତୁତ କରିବା ସଜନା ପତ୍ର ଆବଶ୍ୟକ
10:17 ପ୍ରସ୍ତୁତ ପ୍ରଣାଳି: ପ୍ରଥମେ ସଜନା ପତ୍ରକୁ ସଫା ପାଣିରେ ଭଲ ଭାବେ ଧୋ‍ଇଦିଅନ୍ତୁ
10:22 ଏହି ପତ୍ରଗୁଡ଼ିକୁ ଛାଇରେ ଶୁଖାଇଦିଅନ୍ତୁ
10:25 ବର୍ତ୍ତମାନ ସମସ୍ତ ଶୁଖିଲା ପତ୍ରକୁ ଗୁଣ୍ଡ କରିଦିଅନ୍ତୁ ଏବଂ ଗୁଣ୍ଡ ପ୍ରସ୍ତୁତ ହୋ‍ଇଗଲା
10:31 ଏହି ଗୁଣ୍ଡକୁ ଗୋଟିଏ ଏୟାର୍‍ଟାଇଟ୍ ଡବାରେ ରଖନ୍ତୁ
10:33 ଖୁଆଇବା ପୂର୍ବରୁ ଏହି ଗୁଣ୍ଡର ଗୋଟିଏ ଚାମୁଚର ଏକ ଚତୁର୍ଥାଂଶ ଶିଶୁର ଖାଦ୍ୟରେ ମିଶାଇବା ଆବଶ୍ୟକ
10:40 ଏଥିରୁ ପାଖାପାଖି 5 ମିଲିଗ୍ରାମ୍ କ୍ୟାଲସିୟମ୍ ମିଳିଥାଏ
10:44 ଏହି ଗୁଣ୍ଡର 100 ଗ୍ରାମ୍‍ରୁ ପାଖାପାଖି 350 ମିଲିଗ୍ରାମ୍ କ୍ୟାଲସିୟମ୍ ମିଳିଥାଏ
10:50 ସର୍ବଦା ନିମ୍ନଲିଖିତ କଥାଗୁଡ଼ିକୁ ମନେରଖନ୍ତୁ: ଏହି ରେସିପିଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ସ୍ଥାନୀୟ ଓ ଋତୁକାଳୀନ ଚଣା, ମଞ୍ଜି ଓ ବିନ୍ ବ୍ୟବହାର କରନ୍ତୁ
10:58 ପ୍ରତ୍ୟେକ ମିଲ୍‍ରେ ବିଭିନ୍ନ ଗୁଣ୍ଡ ମିଶିବା ଆବଶ୍ୟକ
11:01 ଉଦାହରଣ ସ୍ଵରୂପ, ରନ୍ଧାଯାଇଥିବା ଖାଦ୍ୟରେ ଚଣା କିମ୍ବା ମଞ୍ଜି ଗୁଣ୍ଡ ଗୋଟିଏ ଚାମୁଚ ମିଶାଯାଇପାରିବ
11:08 କିମ୍ବା ରନ୍ଧା ଖାଦ୍ୟରେ ଭ୍ରେଷୁଙ୍ଗ ପତ୍ର କିମ୍ବା ସଜନା ପତ୍ର ଗୁଣ୍ଡ ଗୋଟିଏ ଚାମୁଚର ଏକ ଚତୁର୍ଥାଂଶ ମିଶାଇ ପାରିବେ କିମ୍ବା
11:14 ଦୁଇ ଚାମୁଚ ବିନ୍‍ର ଗୁଣ୍ଡକୁ ଖାଦ୍ୟ ସହିତ ମିଶାଇ ରାନ୍ଧିବା ଆବଶ୍ୟକ
11:21 ଧ୍ୟାନ ଦିଅନ୍ତୁ ଯେ, ଏହି ଟ୍ୟୂଟୋରିଆଲ୍‍ରେ ଥିବା ରେସିପିଗୁଡ଼ିକ ନିମ୍ନଲିଖିତ ପଦ୍ଧତିଗୁଡ଼ିକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି -
11:26 ବତୁରାଇବା, ଭାଜିବା ଓ
11:28 ଅଙ୍କୁରିତ କରିବା
11:30 ଏହି ସମସ୍ତ ପଦ୍ଧତି ଫାଇଟିକ୍ ଏସିଡ୍‌ର ପରିମାଣକୁ ହ୍ରାସ କରିବ, ଯାହା ଖାଦ୍ୟରୁ ଖଣିଜ ପଦାର୍ଥକୁ ଅବଶୋଷଣ କରିବାରେ ବାଧା ଦେଇଥାଏ ଏବଂ
11:38 ଖାଦ୍ୟରୁ ପୋଷକ ତତ୍ଵଗୁଡ଼ିକର ଅବଶୋଷଣ ପ୍ରକ୍ରିୟାକୁ ଉନ୍ନତ କରିଥାଏ
11:42 ଆମେ 6 ରୁ 24 ମାସର ପିଲାମାନଙ୍କ ପାଇଁ ପୌଷ୍ଟିକ ଗୁଣ୍ଡ ରେସିପି ଉପରେ ଥିବା ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
11:51 ଏହି ଟ୍ୟୁଟୋରିଆଲ୍‍ରେ ଆମେ ବିଭିନ୍ନ ପୌଷ୍ଟିକ ଗୁଣ୍ଡର ରେସିପି ବିଷୟରେ ଶିଖିଲେ, ଯେପରି:
11:57 ଆମିଲେଜ୍ ଗୁଣ୍ଡ, ମଞ୍ଜିଗୁଡ଼ିକର ଗୁଣ୍ଡ,
12:00 ଚଣା ଓ ମଞ୍ଜିଗୁଡ଼ିକର ଗୁଣ୍ଡ,
12:02 ବିନ୍‍ଗୁଡ଼ିକର ଗୁଣ୍ଡ,
12:04 ଭ୍ରେଷୁଙ୍ଗ ପତ୍ରର ଗୁଣ୍ଡ ଏବଂ
12:06 ସଜନା ପତ୍ରର ଗୁଣ୍ଡ
12:08 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
12:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ

12:25 ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
12:32 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ
12:36 ଏହି ଟ୍ୟୁଟୋରିଆଲ୍‍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଓ Ms. Deepali Fargade, Nutritionist ଉପସ୍ଥିତ ଅଛନ୍ତି
12:46 ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆରତି ଆନ୍‍ବାଲାଗନ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ

Contributors and Content Editors

Indiantranslators2012