Health-and-Nutrition/C2/Physical-methods-to-increase-the-amount-of-breastmilk/Oriya

From Script | Spoken-Tutorial
Revision as of 04:55, 2 September 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରାକୁ ବଢ଼ାଇବାର ଭିନ୍ନ ଭିନ୍ନ କୌଶଳ
00:17 ପ୍ରଥମେ କଙ୍ଗାରୁ ମଦର୍ କେଆର୍‌ରୁ ଆରମ୍ଭ କରିବା
00:20 ଏଥିରେ ଶିଶୁକୁ ମା’ଙ୍କ ନଗ୍ନ ଶରୀର ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇଥାଏ
00:27 ଧ୍ୟାନ ଦିଅନ୍ତୁ ଯେ, କଙ୍ଗାରୁ ମଦର୍ କେଆର୍ ପଦ୍ଧତିକୁ ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
00:34 ତା’ପରେ ଆମେ, ଲେଟ୍ ଡାଉନ୍ ରିଫ୍ଲେକ୍ସ ବା ଅକ୍ସିଟୋସିନ୍ ରିଫ୍ଲେକ୍ସକୁ କିପରି ଉନ୍ନତ କରାଯିବ, ତାହା ଶିଖିବା.

ପ୍ରଥମେ ଆସନ୍ତୁ, ଅକ୍ସିଟୋସିନ୍ କ’ଣ ଜାଣିବା

00:44 ଅକ୍ସିଟୋସିନ୍ ହେଉଛି ଗୋଟିଏ ହର୍ମୋନ୍, ଯାହା ଲେଟ୍ ଡାଉନ୍ ରିଫ୍ଲେକ୍ସକୁ ଉତ୍ତେଜିତ କରିଥାଏ, ଯାହାଦ୍ଵାରା ଶିଶୁ ବିଷୟରେ ଚିନ୍ତା କରିବା କ୍ଷଣି କ୍ଷୀର ବାହାରକୁ ଠେଲି ହୋଇ ଆସିଥାଏ
00:54 ତେଣୁ, କ୍ଷୀରକୁ ବାହାରକୁ ଆଣିବା ପାଇଁ ପ୍ରଥମେ ମା’ ଆରାମ କରିବେ ଏବଂ ତା’ପରେ ନିଜର ଶାନ୍ତ ଶିଶୁକୁ ଦେଖିବେ
01:01 ସେ ନିଜ ଶିଶୁର ଅଧୁଆ କପଡ଼ାଗୁଡ଼ିକୁ ଶୁଙ୍ଘିପାରିବେ ଏବଂ ଆନନ୍ଦଦାୟକ ଗୀତ ମଧ୍ୟ ଶୁଣିପାରିବେ
01:09 କ୍ଷୀରକୁ ବାହରକୁ ଆଣିବାର ଅନ୍ୟ ଉପାୟଗୁଡ଼ିକ ହେଉଛି – ଉଷୁମ୍ ପାଣି ସେକ,
01:16 ପିଠିର ଉପର ଅଂଶ ଏବଂ ସ୍ତନ ମାଲିସ୍ କରିବା
01:20 ଉଷୁମ୍ ପାଣି ସେକ ବିଷୟରେ ଚାଲନ୍ତୁ ଜାଣିବା
01:24 ମା’ ଉଷୁମ୍ ପାଣିରେ ଗାଧୋଇବେ, ନଚେତ୍ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ
01:30 ଉଭୟ ଉପାୟରେ, ସ୍ତନରେ କ୍ଷୀର ସଂଚାର ହେବ ଏବଂ କ୍ଷୀର ବାହାରକୁ ବାହାରିବ
01:36 ଏବେ ମାଲିସ୍ ବିଷୟରେ ଜାଣିବା
01:40 ପିଠିର ଉପର ଅଂଶ ଓ ବେକରେ ମାଲିସ୍ କଲେ କ୍ଷୀର ସହଜରେ ବାହାରିଥାଏ, କାରଣ ପିଠିର ଉପର ଅଂଶ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ
01:49 ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ମାଲିସ୍ କଲେ କ୍ଷୀରର ସ୍ନାୟୁଗୁଡ଼ିକ ଖୋଲିଯାଇଥାଏ
01:53 ଏଥିରୁ କ୍ଷୀର ସହଜରେ ବାହାରିବ ଏବଂ ସ୍ତନ ସମ୍ପୂର୍ଣ୍ଣ ରୂପେ ଖାଲି ହେବ ତଥା କ୍ଷୀର ଅଧିକ ମାତ୍ରାରେ ଉତ୍ପନ୍ନ ହେବ
02:01 ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବାର ଅନ୍ୟ ଏକ ଉପାୟ ହେଉଛି, ଶିଶୁକୁ ସଠିକତାର ସହ ଲାଚ୍ କରିବା
02:09 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
02:12 ଶିଶୁର ଉପର ଓଠରେ ନିପ୍ପଲ୍‌କୁ ସ୍ପର୍ଶ କରାନ୍ତୁ, ଯେଉଁଥିରୁ ଶିଶୁ ପାଟିକୁ ପୂରା ଖୋଲିବ ଏବଂ ସଠିକ୍ ଲାଚ୍ ହେବା ସହିତ ଶିଶୁ ଯଥେଷ୍ଟ କ୍ଷୀର ପାଇପାରିବ
02:24 ସ୍ତନ୍ୟପାନ କରିବା ସମୟରେ ଧ୍ୟାନ ଦିଅନ୍ତୁ-
02:27 ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିଛନ୍ତି,
02:30 ଶିଶୁର ପେଟ ମା’ଙ୍କର ପେଟକୁ ସ୍ପର୍ଶ କରୁଛି,
02:34 ଶିଶୁର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରହିଛି,
02:39 ଶିଶୁର ନାକ ମା’ଙ୍କର ନିପ୍ପଲ୍ ସିଧାରେ ରହିଛି,
02:43 ଥୋଡ଼ି ଆଗକୁ ରହିବା ସହିତ ମା’ଙ୍କର ସ୍ତନ ସହିତ ଚାପି ହୋଇ ରହିଛି ଏବଂ ତଳ ଓଠ ମୋଡ଼ି ହୋଇ ବାହାରକୁ ରହିଛି
02:50 ସୁନିଶ୍ଚିତ କରନ୍ତୁ ଯେ, ଲାଚିଂ ସମୟରେ ଆରିଓଲାର ତଳ ଭାଗର ଅଧିକାଂଶ ଶିଶୁ ପାଟିରେ ରହିଥିବ, ଆରିଓଲାର ଉପରଭାଗ, ତଳ ଭାଗ ଅପେକ୍ଷା ଅଧିକ ଦେଖାଦେଉଥିବ
03:01 ଆରିଓଲା ହେଉଛି ନିପ୍ପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ
03:05 ଅନ୍ୟ ଗୋଟିଏ ଉପାୟ ହେଉଛି, ସ୍ତନ ଉପରେ ହାଲୁକା ଚାପ ପକାଇବା
03:12 ସ୍ତନ୍ୟପାନ ସମୟରେ ସ୍ତନକୁ ଉପରେ ହାଲୁକା ଚାପ ପକାନ୍ତୁ
03:17 କ୍ଷୀର ଗ୍ରନ୍ଥିଗୁଡ଼ିକ ଉପରେ ସାମାନ୍ୟ ଚାପ ଦେଲେ ଅଧିକ କ୍ଷୀର ବାହାରିଥାଏ
03:22 ଯେବେବି ଶିଶୁ ଶୋଷିବ ଅଧିକ କ୍ଷୀର ମିଳିବ
03:27 ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସ୍ତନକୁ ହାଲୁକା ଚାପିବା ବିଷୟରେ ବର୍ଣ୍ଣନା କରାଯାଇଛି
03:33 ଗୋଟିଏ ଚମତ୍କାର କଥା ହେଉଛି ଯେ, ରାତିରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ.

କାହିଁକି ଚାଲନ୍ତୁ ବୁଝିବା

03:41 ରାତିରେ ସ୍ତନର କ୍ଷୀରରେ ପ୍ରୋଲେକ୍ଟିନ୍ ହର୍ମୋନ୍‌ର ପରିମାଣ ଅଧିକ ଥାଏ
03:46 ରାତିରେ ଅଧିକ ସ୍ତନ୍ୟପାନ କରାଇଲେ କ୍ଷୀରର ମାତ୍ରା ବଢ଼ିଥାଏ ଏବଂ ଏହା ଶିଶୁର ବିକାଶରେ ସହାୟକ ହୋଇଥାଏ
03:56 ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି, ବାରମ୍ବାର ସ୍ତନ୍ୟପାନ କରାଇବା
04:04 24 ଘଣ୍ଟା ମଧ୍ୟରେ ଶିଶୁକୁ ଅତିକମରେ 10-12 ଥର ସ୍ତନ୍ୟପାନ କରାଇବା ଉଚିତ

ଏବଂ ରାତିରେ ଶିଶୁକୁ ଅତିକମରେ 2-3 ଥର ସ୍ତନ୍ୟପାନ କରାଇବା ଜରୁରୀ ଅଟେ

04:15 ଶିଶୁକୁ ଭୋକିଲା ରଖନ୍ତୁ ନାହିଁ
04:17 ଶିଶୁ ଭୋକିଲା ହେବାର ସଂକେତଗୁଡ଼ିକୁ ବୁଝନ୍ତୁ, ଯେପରି ହାତ ଓ ଗୋଡ଼କୁ ହଲାଇବା.
04:24 ତା’ ଗାଲକୁ ଛୁଉଁଥିବା ପ୍ରତ୍ୟେକ ବସ୍ତୁ ଆଡ଼କୁ ମୁହଁ ବୁଲାଇବା ସହିତ ପାଟିକୁ ଖୋଲିବା
04:30 ମନେରଖନ୍ତୁ, କାନ୍ଦୁଥିବା ଶିଶୁ ବହୁତ ଭୋକିଲା ଥାଏ, ତେଣୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତାକୁ ସ୍ତନ୍ୟପାନ କରାନ୍ତୁ
04:39 ପଶ୍ଚାତ୍ କ୍ଷୀର ବାହାରିବା ମଧ୍ୟ ଜରୁରୀ ଅଟେ.

ପଶ୍ଚାତ୍ କ୍ଷୀର ହେଉଛି, ସ୍ତନର ପଛ ଭାଗରେ ଥିବା କ୍ଷୀର

04:49 ଏହା ଫ୍ୟାଟ୍‌ରୁ ତିଆରି ହେବା ସହ ବହୁତ ବହଳିଆ ହୋଇଥାଏ
04:53 ତେଣୁ ମା’, ପ୍ରଥମ ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିବା ପରେ ହିଁ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ଉଚିତ
05:00 ଏବେ ଆମେ, ଶିଶୁକୁ ସ୍ତନ୍ୟପାନ କରାଇବା ପରେ କ୍ଷୀର ବାହାର କରିବା ବିଷୟରେ ଚାଲନ୍ତୁ ଆଲୋଚନା କରିବା
05:06 ଏଥିରେ, ମା’ ନିଜ ହାତରେ କ୍ଷୀର କାଢ଼ନ୍ତି
05:11 ଏହା କରିବା ପାଇଁ, ଆରିଓଲା ଓ ତାହାର ବାହାର ଭାଗରେ ମା’ ନିଜର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ରଖିବେ
05:19 ତା’ପରେ, ଆରିଓଲାକୁ ଛାତି ଭିତର ଆଡ଼କୁ ଚାପିବେ ଓ ଛାଡ଼ିଦେବେ
05:26 ଶିଶୁକୁ ସମ୍ପୂର୍ଣ୍ଣ କ୍ଷୀର ଖୁଆଇସାରିବା ପରେ ମଧ୍ୟ ଏହାକୁ କରିବା ଉଚିତ
05:31 ଦୁଇଥର ସ୍ତନ୍ୟପାନ କରାଇବା ମଧ୍ୟରେ ମା’ କ୍ଷୀରକୁ କାଢ଼ିଦେବା ଆବଶ୍ୟକ
05:35 ହାତରେ କ୍ଷୀରକୁ କାଢ଼ିଲେ କ୍ଷୀରର ମାତ୍ରାରେ ବୃଦ୍ଧି ହୋଇଥାଏ
05:40 ମନେରଖନ୍ତୁ: ପ୍ଲାଷ୍ଟିକ୍ ନିପଲ୍ ଏବଂ ବୋତଲ କ୍ଷୀର ବ୍ୟବହାର କରନ୍ତୁ ନାହିଁ, ଏହା ମା’ଙ୍କ କ୍ଷୀରର ପରିମାଣକୁ ହ୍ରାସ କରିଥାଏ
05:50 ଗାଈ କିମ୍ବା ଛେଳି କିମ୍ବା ବୋତଲ କ୍ଷୀର ଦିଅନ୍ତୁ ନାହିଁ
05:54 ପ୍ଲାଷ୍ଟିକ୍ ନିପ୍ପଲ୍ ର ବ୍ୟବହାର କରନ୍ତୁ ନାହିଁ, ଏଥିରୁ ଶିଶୁ ଭ୍ରମିତ ହୋଇଥାଏ
05:59 ମନେରଖନ୍ତୁ, ଶିଶୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତା’କୁ ସ୍ତନ୍ୟପାନ କରାନ୍ତୁ
06:06 ସଠିକ୍ ଲାଚିଂ ବିଷୟରେ ମା’ଙ୍କୁ ଜଣାଇ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ଉଚିତ
06:12 ପ୍ରତ୍ୟେକ ଦିନ ଶିଶୁର ଓଜନ 25 ରୁ 30 ଗ୍ରାମ୍ ବୃଦ୍ଧି ହେବା ଉଚିତ, ସେଥିପାଇଁ ଦୈନିକ ଶିଶୁର ଓଜନ ମାପନ୍ତୁ
06:21 ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Indiantranslators2012, Pradeep