Health-and-Nutrition/C2/Nipple-conditions/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍
00:11 ଏବଂ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଜାଣିବା
00:15 ପ୍ରଥମ ହେଉଛି, ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍
00:20 ଏଥିରେ ମା’ଙ୍କର ନିପ୍ପଲ୍ ଫାଟିଯାଇ ସେଥିରୁ ରକ୍ତ ବାହାରିଥାଏ
00:26 ଏହି କାରଣରୁ ନିପ୍ପଲ୍ କୁଣ୍ଡେଇ ହୁଏ ଓ ଶୁଖି ଯାଇଥାଏ
00:30 ଏବେ ଚାଲନ୍ତୁ ତାହାର କାରଣଗୁଡ଼ିକୁ ଆଲୋଚନା କରିବା, ଯେଉଁଗୁଡ଼ିକ ହେଉଛି -
00:36 ନିପ୍ପଲ୍‌ରୁ ସ୍ତନ୍ୟପାନ କରାଇବା,
00:38 ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ,
00:41 ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ସ୍ତନକୁ ସଫା କରିବାର ଅଭ୍ୟାସ
00:45 ଏବଂ ଶିଶୁର ଜିଭ ଯୋଡ଼ିହୋଇଥିବା
00:47 ଚାଲନ୍ତୁ ନିପ୍ପଲ୍ ଫୀଡିଙ୍ଗରୁ ଆରମ୍ଭ କରିବା
00:50 ସ୍ତନ ଖଣ୍ଡିଆ ହେବା ତଥା ଫାଟିବାର ମୁଖ୍ୟ ଓ ପ୍ରଥମ କାରଣ ହେଉଛି ନିପ୍ପଲ୍ ଫୀଡିଙ୍ଗ
00:56 ନିପ୍ପଲ୍ ଫୀଡିଙ୍ଗ ସମୟରେ ଶିଶୁ ପାଟିର କଠିନ ସ୍ତର ସହିତ ନିପ୍ପଲ୍ ଦାବିହୋଇଥାଏ
01:03 ଶିଶୁ ନିପ୍ପଲ୍‌କୁ ସେହି କଠିନ ସ୍ତର ଓ ଜିଭ ମଝିରେ ରଗଡ଼ିଦେଇଥାଏ
01:08 ରଗଡ଼ିବା କାରଣରୁ ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ନିପ୍ପଲ୍ ଫାଟିଯାଇଥାଏ
01:17 ଭୁଲ ଲାଚିଂ କାରଣରୁ ନିପ୍ପଲ୍ ଫୀଡିଙ୍ଗ ହୋଇଥାଏ
01:20 ତେଣୁ, ସଠିକ୍ ଲାଚିଂ କଲେ ନିପ୍ପଲ୍ ଫୀଡିଙ୍ଗ ଦ୍ଵାରା ହେଉଥିବା ଖଣ୍ଡିଆ କିମ୍ବା ସ୍ତନ ଫାଟିବାକୁ ଏଡ଼ାଇହୁଏ
01:29 ଧ୍ୟାନ ଦିଅନ୍ତୁ ଯେ, ଆମେ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରିସାରିଛେ
01:37 ମନେରଖନ୍ତୁ, ସଠିକ୍ ଲାଚିଙ୍ଗ ସମୟରେ ମଧ୍ୟ ଖଣ୍ଡିଆ ହୋଇଥିବା କିମ୍ବା ଫାଟିଥିବା ନିପ୍ପଲ୍‌ରେ ଯନ୍ତ୍ରଣା ହୋଇଥାଏ
01:43 ଯଦି ମା’ ସଠିକ୍ ଲାଚିଙ୍ଗ କରନ୍ତି, ତେବେ ଧୀରେଧୀରେ ଯନ୍ତ୍ରଣା କମ ହୋଇଥାଏ
01:51 ପରବର୍ତ୍ତୀ ହେଉଛି ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ
01:56 ଯଦି ମା’ ଫଙ୍ଗଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇଥା’ନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ
02:03 ତା’ପରେ ହେଉଛି, ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ସଫା କରିବା କିଛି ମା’ଙ୍କର ଅଭ୍ୟାସ ଥାଏ
02:09 ଏହା ଦ୍ଵାରା ନିପଲ୍‌ଡ଼ିକ ଶୁଷ୍କ ହୋଇଯାଏ
02:13 ତେଣୁ, ଏହି ଅଭ୍ୟାସକୁ ଛାଡ଼ିବା ଦରକାର
02:16 ମନେରଖନ୍ତୁ, ମା’ ଗାଧୋଇବା ବେଳେ କେବଳ ଥରେ ନିପ୍ପଲ୍ ଗୁଡ଼ିକୁ ସଫା କରିପାରିବେ
02:21 ହେଲେ, ଥରେ ନିପ୍ପଲ୍ ଫାଟିବା ଆରମ୍ଭ ହେଲେ, ମା’ ପ୍ରତ୍ୟେକ ସ୍ତନ୍ୟପାନ ପରେ ଏହାକୁ ସଫା କରିବେ
02:28 ସଫା କରିସାରିବା ପରେ, ମା’ ନିଜର କ୍ଷୀରକୁ ଖଣ୍ଡିଆ ଉପରେ ଲଗାଇବା ଉଚିତ
02:32 ଯେହେତୁ ସେଥିରେ ସଂକ୍ରମଣକୁ ଭଲ କରିବା ଓ ରୋକିବା ପାଇଁ ଉପାଦାନ ରହିଛି
02:39 ତେଣୁ, ଏହା ଶିଶୁର ପାଟିରୁ ବ୍ୟାକ୍ଟେରିଆଗୁଡ଼ିକୁ ନିପ୍ପଲ୍ ଫଟା ଦେଇ ପ୍ରବେଶ କରିବାକୁ ରୋକିଥାଏ
02:46 ପରବର୍ତ୍ତୀ ହେଉଛି ଶିଶୁର ଯୋଡ଼ିହୋଇଥିବା ଜିଭ
02:50 ଏହି ଅବସ୍ଥାରେ ଶିଶୁର ଜିଭ, ପାଟି ଭିତର ତଳ ଅଂଶ ସହିତ ଯୋଡ଼ି ହୋଇଯାଇଥାଏ
02:58 ଏହା ବହୁତ ବିରଳ
03:01 ସାଧାରଣତଃ ଏହିପରି ଶିଶୁ ନିପ୍ପଲ୍ ଫୀଡିଙ୍ଗ କରିଥା’ନ୍ତି
03:06 ଯଦି ଶିଶୁଠାରେ ଏହା ଦେଖାଦିଏ, ତେବେ କେବଳ ସଠିକ ଲାଚିଂ ସହିତ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇଥାଏ
03:16 ତେଣୁ, ଏଭଳି କ୍ଷେତ୍ରରେ ମା’ଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ
03:22 ଏବେ ଆମେ ଖଣ୍ଡିଆ କିମ୍ବା ଫଟା ନିପ୍ପଲ୍‌ର ଉପଚାର ବିଷୟରେ ଆଲୋଚନା କରିବା
03:27 ଯଦି ଜଣେ ମା’ଙ୍କ ନିପ୍ପଲ୍‌ରେ ଖଣ୍ଡିଆ କିମ୍ବା ଫାଟି ଯାଇଥାଏ, ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ ଓ ନିପ୍ପଲ୍‌କୁ ପରୀକ୍ଷା କରିବେ
03:37 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କୁ ନିଜ ହାତ ସାହାଯ୍ୟରେ କିଛି କ୍ଷୀର କାଢ଼ିବା ପାଇଁ କୁହନ୍ତୁ
03:42 ଏହା ଦ୍ଵାରା ସ୍ତନ ନରମ ହୋଇଯିବ ଏବଂ ଶିଶୁ ସହଜରେ ଯୋଡ଼ି ହୋଇଯିବ
03:47 ଏହା ବ୍ୟତୀତ, କ୍ଷୀର କାଢ଼ିଦେଲେ ସଂକ୍ରମଣ, ନିପ୍ପଲ୍ ଫିସର୍ ଓ ମାଷ୍ଟାଇଟିସ୍‌ର ଭୟ ରୁହେ ନାହିଁ
03:55 ତା’ପରେ, ମା’ଙ୍କ ସ୍ତନ ସହିତ ଶିଶୁକୁ ସଠିକତାର ସହ ଯୋଡ଼ିବାରେ ସାହାଯ୍ୟ କରନ୍ତୁ
04:01 ମନେରଖନ୍ତୁ, କ୍ଷୀର ତିଆରି ହେବା ବାରମ୍ବାର ସ୍ତନ୍ୟପାନ କରାଇବା ଉପରେ ନିର୍ଭର କରିଥାଏ
04:09 ତେଣୁ, ମା’ଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବା ଉଚିତ ନୁହେଁ
04:13 ସ୍ତନ୍ୟପାନ କରାଇବା ସମୟରେ କମ ଯନ୍ତ୍ରଣା ଥିବା ସ୍ତନରୁ ଆରମ୍ଭ କରନ୍ତୁ
04:20 ଯଦି ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୁଏ, ତେବେ ନିଜ ହାତରେ କ୍ଷୀର କାଢ଼ି ଶିଶୁକୁ ଗୋଟିଏ ଚାମଚ କିମ୍ବା କପ୍ ସାହାଯ୍ୟରେ ପିଆଇ ପାରିବେ
04:32 ପୂର୍ବରୁ ଆଲୋଚିତ ଅନୁସାରେ, ପ୍ରତ୍ୟେକ ସ୍ତନ୍ୟପାନ ପରେ ପ୍ରଭାବିତ ସ୍ଥାନରେ କ୍ଷୀରର କିଛି ବୁନ୍ଦା ଲଗାନ୍ତୁ
04:42 ମନେରଖନ୍ତୁ, ଖଣ୍ଡିଆ କିମ୍ବା ଫାଟି ଯାଇଥିବା, ଏପରିକି ସୁସ୍ଥ ନିପ୍ପଲ୍ ଉପରେ ମଧ୍ୟ ନିମ୍ନଲିଖିତ ଜିନିଷ ଲଗାଇବେ ନାହିଁ -
04:49 ସାବୁନ୍, ତେଲ, ଲୋଶନ୍, ବାମ୍ ଏବଂ ପର୍ଫ୍ୟୁମ୍
04:54 ଏଗୁଡ଼ିକରୁ ଜ୍ୱଳନ ହୋଇପାରେ
04:57 ଏହା ଜଣେ ମା’ଙ୍କର ଖଣ୍ଡିଆ କିମ୍ବା ଫାଟିଥିବା ନିପ୍ପଲ୍‌କୁ ଆହୁରି ଖରାପ କରିଦେବ
05:03 ଏପରି କ୍ଷେତ୍ରରେ ମା’ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରିବା ଉଚିତ
05:09 ଜନ୍ମର ତୁରନ୍ତ ପରେ ସ୍ତନ୍ୟପାନ ଆରମ୍ଭ କରିଦେଲେ ଖଣ୍ଡିଆ କିମ୍ୱା ଫଟାକୁ ଏଡ଼ାଇହେବ
05:15 ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋଇଥିବା ଜରୁରୀ ଅଟେ
05:22 ଏବେ ଆମେ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଆଲୋଚନା କରିବା
05:28 ଚେପଟା ନିପ୍ପଲ୍‌ଗୁଡ଼ିକ ଆରିଓଲା ସ୍ତରରୁ ଉପରକୁ ବାହାରିନଥାଏ
05:33 ଯେତେବେଳେ କି ଓଲଟା ନିପ୍ପଲ୍‌ଗୁଡ଼ିକ ସାଧାରଣତଃ ଭିତରକୁ ପଶିଯାଇଥାଏ
05:38 ମା’ଙ୍କୁ ଏହା ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସ୍ତନ୍ୟପାନ କରାଇବା ପାଇଁ ଚେପଟା କିମ୍ବା ଓଲଟା ନିପ୍ପଲ୍ କୌଣସି ବାଧକ ନୁହେଁ
05:48 ସଠିକ୍ ଲାଚିଂ ହେବା ସମୟରୁ ଶିଶୁ ଆରିଓଲା ସହିତ ଲାଚ୍ ହୋଇଥାଏ, ନିପ୍ପଲ୍ ସହିତ ନୁହେଁ
05:56 ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିଲେ ଶିଶୁ ଜନ୍ମର ପ୍ରଥମ ସପ୍ତାହରେ ତାଙ୍କୁ ସାହାଯ୍ୟ ଦରକାର
06:03 ଏହି ସମୟରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଜଣାଇବା ଉଚିତ
06:08 ଏହା ତାଙ୍କର ଆତ୍ମବିଶ୍ଵାସକୁ ବଢ଼ାଇବ
06:11 ମନେରଖନ୍ତୁ, ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିବା କ୍ଷେତ୍ରରେ ପ୍ରଭାବଶାଳୀ ସଂଯୋଗ ପାଇଁ ଉତ୍ତମ ଉପାୟଗୁଡ଼ିକ ହେଉଛି – କ୍ରସ୍ କ୍ରେଡଲ୍ ହୋଲ୍ଡ,
06:22 ଫୁଟବଲ୍ ହୋଲ୍ଡ ଓ ସେମି-ରିକ୍ଲାଇନିଂ ପୋଜିଶନ୍
06:26 ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି, ଯେକୌଣସି ଧରିବା କୌଶଳରେ ସବୁଠାରୁ ଜରୁରୀ କଥା ହେଉଛି, ମା’ ସ୍ତନକୁ ସଠିକ୍ ଭାବେ ଧରିବା
06:37 ଯେଉଁଥିରେ ଶିଶୁର ଓଠ ଓ ମା’ଙ୍କର ଆଙ୍ଗୁଠି ସମାନ ଦିଗରେ ରହିବ
06:42 ଧ୍ୟାନ ଦିଅନ୍ତୁ ଯେ, ଭୁଲ ଲାଚିଂ କାରଣରୁ ନିପ୍ପଲ୍‌ରେ ଖଣ୍ଡିଆ ହୋଇଥାଏ
06:47 ମନେରଖନ୍ତୁ, କ୍ଷୀର ଖୁଆଇବା ବୋତଲ କିମ୍ବା ପ୍ଲାଷ୍ଟିକ୍ ନିପ୍ପଲ୍ ବ୍ୟବହାର କରନ୍ତୁ ନାହିଁ
06:52 ଏହାଦ୍ଵାରା ଶିଶୁକୁ ଚେପଟା କିମ୍ବା ଓଲଟା ନିପଲ୍ ଥିବା ସ୍ତନରୁ ସ୍ତନ୍ୟପାନ କରିବା କଷ୍ଟକର ହେବ
07:00 ମା’ ଶିଶୁକୁ ଯଥେଷ୍ଟ ନିଜ ଶରୀରର ସ୍ପର୍ଶ ଦେବା ଆବଶ୍ୟକ
07:04 ଏହା ମା’ଙ୍କଠାରେ ଅକ୍ସିଟୋସିନ୍ ରିଫ୍ଲେକ୍ସକୁ ତିଆରି କରିବ ଏବଂ ସ୍ତନରୁ କ୍ଷୀର ସହଜରେ ବାହାରିବ
07:12 ସର୍ବଦା ମନେରଖନ୍ତୁ, ସଠିକ୍ ଲାଚିଂ ଦ୍ୱାରା ନିପ୍ପଲ୍‌ର ଅଧିକାଂଶ ସମସ୍ୟାକୁ ଦୂର କରାଯାଇପାରିବ
07:19 ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep