Health-and-Nutrition/C2/Nipple-conditions/Oriya

From Script | Spoken-Tutorial
Revision as of 23:36, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପଲ୍ ଅବସ୍ଥା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଘା କିମ୍ବା ଫାଟି ଯାଇଥିବା ନିପଲ୍ ଏବଂ
00:11 ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ବିଷୟରେ ଜାଣିବା
00:15 ପ୍ରଥମ ନିପଲ୍ ଅବସ୍ଥା ହେଉଛି, ଘା କିମ୍ବା ଫାଟି ଥିବା ନିପଲ୍
00:20 ଏହି ଅବସ୍ଥାରେ ମା’ଙ୍କର ନିପଲ୍ ଫାଟି ଯାଇଥାଏ ଏବଂ ରକ୍ତ ବାହାରୁ ଥାଏ
00:26 ଏହି କାରଣରୁ ନିପଲ୍ କୁଣ୍ଡେଇ ହୁଏ ଓ ଶୁଖି ଯାଇଥାଏ
00:30 ବର୍ତ୍ତମାନ ଚାଲନ୍ତୁ ନିପଲ୍‍ରେ ଘା ହେବା କିମ୍ବା ଫାଟିଯିବାର କାରଣଗୁଡ଼ିକୁ ଆଲୋଚନା କରିବା, ଯେଉଁଗୁଡ଼ିକ ହେଉଛି -
00:36 ନିପଲ୍ ଫିଡିଙ୍ଗ,
00:38 ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ସଂକ୍ରମଣ,
00:41 ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ସ୍ତନକୁ ସଫା କରିବା ଅଭ୍ୟାସ ଏବଂ
00:45 ଟଙ୍ଗ ଟାଇ ଥିବା ଶିଶୁ ବିଷୟରେ ଆଲୋଚନା କରିବା
00:47 ଚାଲନ୍ତୁ ନିପଲ୍ ଫିଡିଙ୍ଗରୁ ଆରମ୍ଭ କରିବା
00:50 ସ୍ତନ ଘା ତଥା ଫାଟିବାର ମୁଖ୍ୟ ଓ ପ୍ରଥମ କାରଣ ହେଉଛି ନିପଲ୍ ଫିଡିଙ୍ଗ
00:56 ନିପଲ୍ ଫିଡିଙ୍ଗ ସମୟରେ ଶିଶୁ ପାଟିର କଠିନ ସ୍ତର ସହିତ ନିପଲ୍ ଘଷି ହୋ‍ଇଥାଏ
01:03 ଶିଶୁ ନିପଲ୍‍କୁ ଏହି କଠିନ ସ୍ତର ଓ ଜିଭ ମଧ୍ୟରେ ଚିମୁଟି ଥାଏ
01:08 ଏହି ଚିମୁଟିବା ସ୍ତନ୍ୟପାନକୁ ଯନ୍ତ୍ରଣାଦାୟକ କରିଥାଏ ଏବଂ ପରିଣାମ ସ୍ଵରୂପ ଘା କିମ୍ବା ଫାଟି ଯାଇଥାଏ
01:17 ସଠିକ୍ ଲାଚିଂ ନ ହେବା ଦ୍ଵାରା ନିପଲ୍ ଫିଡିଙ୍ଗ ହୋ‍ଇଥାଏ
01:20 ତେଣୁ ନିପଲ୍ ଫିଡିଙ୍ଗ ଦ୍ଵାରା ହେଉଥିବା ଘା କିମ୍ବା ସ୍ତନକୁ ଫାଟିବାରୁ ରୋକିବା ପାଇଁ ସଠିକ୍ ଲାଚିଂର ମୁଖ୍ୟ ଭୂମିକା ରହିଛି
01:29 ଧ୍ୟାନ ଦିଅନ୍ତୁ ଯେ, ଆମେ ଏହି ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ ସଠିକ୍ ଲାଚିଂର କୌଶଳ ବିଷୟରେ ଆଲୋଚନା କରିସାରିଛେ
01:37 ମନେରଖନ୍ତୁ, ସଠିକ୍ ଲାଚିଙ୍ଗ ସମୟରେ ଘା କିମ୍ବା ଫାଟିଥିବା ନିପଲ୍ ଆଘାତ ପ୍ରାପ୍ତ ହୋ‍ଇଥାଏ
01:43 ଯଦି ମା’ ସଠିକ୍ ଲାଚିଙ୍ଗ କୌଶଳକୁ ଜାରି ରଖନ୍ତି ତେବେ, ଧୀରେ ଧୀରେ ଯନ୍ତ୍ରଣା ହେବା ବନ୍ଦ ହୋ‍ଇଯାଇଥାଏ
01:51 ପରବର୍ତ୍ତି ହେଉଛି ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ସଂକ୍ରମଣ
01:56 ଯଦି ମା’ ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋ‍ଇଥାନ୍ତି ତେବେ, ସେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ
02:03 ତା’ପରେ ହେଉଛି, ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ସଫା କରିବା କିଛି ମା’ଙ୍କର ଗୋଟିଏ ଅଭ୍ୟାସ
02:09 ଏହା ଦ୍ଵାରା ନିପଲ୍‍ଗୁଡ଼ିକ ସୁଷ୍କ ହୋ‍ଇଯାଇଥାଏ
02:13 ତେଣୁକରି ଏହି ଅଭ୍ୟାସକୁ ଛାଡ଼ିବା ଆବଶ୍ୟକ
02:16 ମନେରଖନ୍ତୁ, ମା’ ଗାଧୋ‍ଇବା ବେଳେ କେବଳ ଥରେ ନିପଲ୍‍ଗୁଡ଼ିକୁ ସଫା କରିପାରିବେ
02:21 ହେଲେ, ଥରେ ନିପଲ୍ ଫାଟିବା ଆରମ୍ଭ କଲେ, ମା’ ପ୍ରତ୍ୟେକ ସ୍ତନ୍ୟପାନ ପରେ ଏହାକୁ ସଫା କରିବା ଆବଶ୍ୟକ
02:28 ସଫା କରି ସାରିବା ପରେ, ମା’ ନିଜର ଲୁକ୍କାୟିତ କ୍ଷୀରକୁ ଘା ଉପରେ ପ୍ରୟୋଗ କରିବା ଆବଶ୍ୟକ
02:32 ଯେହେତୁ ଲୁକ୍କାୟିତ କ୍ଷୀରରେ ସଂକ୍ରମଣକୁ ଭଲ କରିବା ଓ ରୋକିବା ପାଇଁ ଉପାଦାନଗୁଡ଼ିକ ରହିଛି
02:39 ତେଣୁ ଶିଶୁର ପାଟିରୁ ନିପଲ୍ ଫଟା ଦେଇ ବ୍ୟାକ୍ଟେରିଆଗୁଡ଼ିକୁ ପ୍ରବେଶ କରିବାରେ ବାଧକ ହୋ‍ଇଥାଏ
02:46 ପରବର୍ତ୍ତୀ ହେଉଛି ଟଙ୍ଗ ଟାଏ ଥିବା ଶିଶୁ
02:50 ଟଙ୍ଗ ଟାଏ ହେଉଛି ଗୋଟିଏ ଅବସ୍ଥା, ଯେଉଁଥିରେ ଶିଶୁର ଜିଭ, ପାଟି ଭିତର ନିମ୍ନ ଅଂଶ ସହିତ ଯୋଡ଼ି ହୋ‍ଇଯାଇଥାଏ
02:58 ଏହା ବହୁତ ବିରଳ ଅଟେ
03:01 ସାଧାରଣତଃ ଟଙ୍ଗ ଟାଏ ଥିବା ଶିଶୁ ନିପଲ୍ ଫିଡିଙ୍ଗ କରିଥାନ୍ତି
03:06 ଯଦି ଶିଶୁଠାରେ ଟଙ୍ଗ ଟାଏ ଦେଖାଦିଏ ତେବେ, କେବଳ ସଠିକ ଲାଚିଂ ଯଥେଷ୍ଟ ହୋ‍ଇ ନ ଥାଏ, ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋ‍ଇଥାଏ
03:16 ତେଣୁ ଏଭଳି କ୍ଷେତ୍ରରେ ମା’ ସର୍ବଦା ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ
03:22 ବର୍ତ୍ତମାନ ଚାଲନ୍ତୁ ଘା କିମ୍ବା ଫଟା ନିପଲ୍‍ର ଉପଚାର ବିଷୟରେ ଆଲୋଚନା କରିବା
03:27 ଯଦି ଜଣେ ମା’ଙ୍କର ନିପଲ୍‍ରେ ଘା କିମ୍ବା ଫାଟି ଯାଇଥାଏ ତେବେ, ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ ଓ ନିପଲ୍‍କୁ ପରୀକ୍ଷା କରିବା ଆବଶ୍ୟକ,
03:37 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କୁ ନିଜ ହାତ ସାହାଯ୍ୟରେ କିଛି କ୍ଷୀର କାଢ଼ିବା ପାଇଁ କୁହନ୍ତୁ
03:42 ଏହା ଦ୍ଵାରା ସ୍ତନ ନରମ ହୋ‍ଇଯିବ ଏବଂ ଶିଶୁ ସହଜରେ ସଂଯୁକ୍ତ ହୋ‍ଇଯିବ
03:47 ଏହା ବ୍ୟତିତ କ୍ଷୀର କାଢ଼ିବା ଦ୍ଵାରା ସଂକ୍ରମଣ, ନିପଲ୍ ଫିସର୍ ଓ ମାଷ୍ଟିଟିସ୍‍ ହେବାର ଭୟ ରହେ ନାହିଁ
03:55 ତା’ପରେ ମା’ଙ୍କୁ ନିଜର ଶିଶୁକୁ ସ୍ତନ ସହିତ ସଠିକତାର ସହ ସଂଯୁକ୍ତ କରିବାରେ ସାହାଯ୍ୟ କରନ୍ତୁ
04:01 ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ସ୍ତନରେ କ୍ଷୀର କ୍ଷରଣ ହେବାର କାରକଗୁଡ଼ିକ ମଧ୍ୟରୁ ଗୋଟିଏ
04:09 ତେଣୁ ମା’ ସ୍ତନ୍ୟପାନ କରାଇବା ବନ୍ଦ କରିବା ଉଚିତ୍ ନୁହେଁ
04:13 ସ୍ତନ୍ୟପାନ କରାଇବା ସମୟରେ ସେ ସେହି ପାର୍ଶ୍ଵରୁ ସ୍ତନ୍ୟପାନ କରାଇବା ଆରମ୍ଭ କରିବେ ଯେଉଁଥିରେ ଯନ୍ତ୍ରଣା କମ୍ ହୋ‍ଇଥାଏ
04:20 ଯଦି ତଥାପି ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୁଏ ତେବେ, ନିଜ ହାତ ସାହାଯ୍ୟରେ କ୍ଷୀରକୁ କାଢ଼ି ଶିଶୁକୁ ଗୋଟିଏ ଚାମଚ କିମ୍ବା କପ୍ ସାହାଯ୍ୟରେ ପିଆଇ ପାରିବେ
04:32 ପୂର୍ବରୁ ଆଲୋଚନା କରାଯାଇଥିବା ଭଳି ପ୍ରଭାବିତ ସ୍ଥାନରେ ଲୁକ୍କାୟିତ କ୍ଷୀରର କିଛି ବୁନ୍ଦା ପ୍ରୟୋଗ କରନ୍ତୁ
04:42 ମନେରଖନ୍ତୁ, ଘା କିମ୍ବା ଫାଟି ଯାଇଥିବା, ଏପରିକି ସୁସ୍ଥ ନିପଲ୍ ଉପରେ ନିମ୍ନଲିଖିତ ଜିନିଷ ପ୍ରୟୋଗ କରିବେ ନାହିଁ -
04:49 ସାବୁନ୍, ତେଲ, ଲୋଶନ୍, ବାମ୍ ଏବଂ ପର୍ଫ୍ୟୁମ୍
04:54 ଏଗୁଡ଼ିକରେ ପୋଡ଼ିବା କାରକ ଥାଇପାରେ
04:57 ଏହା ଜଣେ ମା’ଙ୍କର ଘା କିମ୍ବା ଫାଟିଥିବା ନିପଲ୍‍ର ଅବସ୍ଥାକୁ ଆହୁରି ଖରାପ କରିଦେବ
05:03 ପରିସ୍ଥିତି ବହୁତ ଖରାପ ହେବା କ୍ଷେତ୍ରରେ ମା’ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ
05:09 ନିପଲ୍‍ରେ ଘା କିମ୍ବା ଫଟାକୁ ରୋକିବା ପାଇଁ ଜନ୍ମ ପରେ ପରେ ସ୍ତନ୍ୟପାନ କରାଇବା ଆରମ୍ଭ କରିଦିଅନ୍ତୁ
05:15 ସର୍ବଦା ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋ‍ଇଥିବା ସୁନିଶ୍ଚିତ କରନ୍ତୁ
05:22 ଆଲୋଚନା ହେବାକୁ ଥିବା ପରବର୍ତ୍ତି ନିପଲ୍ ଅବସ୍ଥା ହେଉଛି, ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍
05:28 ଦାବି ହୋ‍ଇଯାଇଥିବା ନିପଲ୍‍ଗୁଡ଼ିକ ଆରିଓଲା ସ୍ତରରୁ ଉପରକୁ ବାହାରି ନ ଥାଏ
05:33 ଯେତେବେଳେ କି ଇନଭର୍ଟେଡ୍ ନିପଲ୍‍ଗୁଡ଼ିକ ସାଧାରଣତଃ ଭିତରକୁ ପଶିଯାଇଥାଏ
05:38 ମା’ମାନେ ଏହି ସତ୍ୟକୁ ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସ୍ତନ୍ୟପାନ କରାଇବା ପାଇଁ ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଗୋଟିଏ ବାଧକ ନୁହେଁ
05:48 ସଠିକ୍ ଲାଚିଂ ହେବା ସମୟରୁ ଶିଶୁ ଆରିଓଲା ସହିତ ଲାଚ୍ ହୋ‍ଇଥାଏ, ନିପଲ୍ ସହିତ ନୁହେଁ
05:56 ଧ୍ୟାନ ଦିଅନ୍ତୁ ଯେ, ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଥିବା କ୍ଷେତ୍ରରେ, ମା’ ପ୍ରସବର ପ୍ରଥମ ସପ୍ତାହରେ ସାହାଯ୍ୟ ଆବଶ୍ୟକ କରନ୍ତି
06:03 ଏହି ସମୟରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଜଣାଇବା ଆବଶ୍ୟକ
06:08 ଏହା ତାଙ୍କର ଆତ୍ମବିଶ୍ଵାସକୁ ବଢ଼ାଇବ
06:11 ମନେରଖନ୍ତୁ, ମାଙ୍କର ଦାବି ହୋ‍ଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଥିବା କ୍ଷେତ୍ରରେ ପ୍ରଭାବଶାଳୀ ସଂଯୋଗ ପାଇଁ ଧରିବା ସକାଶେ ଉତ୍ତମ ଉପାୟଗୁଡ଼ିକ ହେଉଛି – କ୍ରସ୍ କ୍ରାଡଲ୍ ହୋଲ୍ଡ,
06:22 ଫୁଟବଲ୍ ହୋଲ୍ଡ ଓ ସେମି-ରେକ୍ଲାଇନିଂ ପୋଜିଶନ୍
06:26 ପୂର୍ବ ଟ୍ୟୁଟୋରିଆଲ୍‍ରେ ଆଲୋଚନା ହୋ‍ଇଥିବା ଭଳି, ଯେକୌଣସି ଧରିବା କୌଶଳରେ ସବୁଠାରୁ ଜରୁରୀ କଥା ହେଉଛି, ମା’ ସ୍ତନକୁ ସଠିକ୍ ଭାବେ ଧାରଣ କରିବା
06:37 ଯେଉଁଠି ଶିଶୁର ଓଠ ଓ ମା’ଙ୍କର ଆଙ୍ଗୁଠି ସମାନ ଦିଗରେ ରହିବେ
06:42 ଧ୍ୟାନ ଦିଅନ୍ତୁ ଯେ, ଭୁଲ ଲାଚିଂ ନିପଲ୍‍ରେ ଘା ହେବାର କାରଣ ହେବ
06:47 ମନେରଖନ୍ତୁ, କ୍ଷୀର ଖୁଆଇବା ବଟଲ୍ କିମ୍ବା ନିପଲ୍ ଶିଲ୍ଡ ବ୍ୟବହାର କରନ୍ତୁ ନାହିଁ
06:52 ଏହା ଦ୍ଵାରା ଶିଶୁକୁ ଦାବି ହୋ‍ଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍‍ ଥିବା ସ୍ତନରୁ ସ୍ତନ୍ୟପାନ କରିବା କଷ୍ଟକର ହେବ
07:00 ମା’ ଶିଶୁକୁ ଯଥେଷ୍ଟ ନିଜ ଶରୀରର ସ୍ପର୍ଶ ଦେବା ଆବଶ୍ୟକ
07:04 ଏହା ମା’ଙ୍କ ଠାରେ ଅକ୍ସିଟୋସିନ୍ ରିଫ୍ଲେକ୍ସ୍କୁ ଷ୍ଟିମୁଲେଟ୍ କରିବାରେ ସାହାଯ୍ୟ କରିଥାଏ ଏବଂ ସ୍ତନରୁ କ୍ଷୀର ସହଜରେ ବାହାରି ଆସିଥାଏ
07:12 ସର୍ବଦା ମନେରଖନ୍ତୁ, ଏହି ଅଧିକାଂଶ ନିପଲ୍ ଅବସ୍ଥାକୁ ସୁଧାରିବା ପାଇଁ ସଠିକ୍ ଲାଚିଂର ମୁଖ୍ୟ ଭୂମିକା ରହିଛି
07:19 ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପଲ୍ ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆମେ ଆସିଯାଇଛେ
07:26 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଘା କିମ୍ବା ଫାଟିଥିବା
07:31 ଦାବି ହୋ‍ଇଥିବା ଏବଂ ଇନଭର୍ଟେଡ୍ ନିପଲ୍ ବିଷୟରେ ଜାଣିଲେ
07:34 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
07:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ
07:47 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
07:52 ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
07:59 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ
08:04 ଏହି ଟ୍ୟୁଟୋରିଆଲ୍‍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଏବଂ Dr. Taru Jindal, MS Obstetrics and Gynecology ଉପସ୍ଥିତ ଅଛନ୍ତି ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆରତି ଆନ୍‍ବାଲାଗନ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep