Health-and-Nutrition/C2/Magnesium-rich-vegetarian-recipes/Oriya

From Script | Spoken-Tutorial
Revision as of 11:53, 11 August 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 "ମାଗ୍ନେସିୟମ୍ ସମୃଦ୍ଧ ନିରାମିଷ ରେସିପି” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା:
00:09 ମାଗ୍ନେସିୟମର ଲାଭ,
00:11 ମାଗ୍ନେସିୟମର ନିରାମିଷ ଉତ୍ସ
00:13 ଏବଂ ମାଗ୍ନେସିୟମ୍ ସମୃଦ୍ଧ ନିରାମିଷ ରେସିପି
00:18 ମାଗ୍ନେସିୟମ୍ ହେଉଛି ଏକ ଖଣିଜ, ଯାହା ଶରୀର ଦ୍ୱାରା ଦରକାର ହେଉଥିବା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଅଟେ
00:24 ଏହା ଟାଇପ୍ 2 ପୋଷକ ତତ୍ତ୍ୱ ମଧ୍ୟରୁ ଗୋଟିଏ, ଯାହା ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି
00:31 ଏହି ଟ୍ୟୁଟୋରିଅଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ
00:35 ସୁସ୍ଥ ହାଡ଼ ଓ ଦାନ୍ତ ପାଇଁ ମଧ୍ୟ ମାଗ୍ନେସିୟମ୍ ଆବଶ୍ୟକ ହୋଇଥାଏ
00:40 ଶକ୍ତି ଉତ୍ପାଦନ ପାଇଁ
00:44 ଓ DNA ସିନ୍ଥେସିସ୍ ପାଇଁ ମଧ୍ୟ ଆମକୁ ମାଗ୍ନେସିୟମ୍ ଦରକାର
00:47 ମାଗ୍ନେସିୟମର ମହତ୍ତ୍ୱ ବିଷୟରେ ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି
00:52 ମାଗ୍ନେସିୟମ୍ ରହିଛି:
00:54 ବିନ୍ସରେ,

ବାଦାମରେ,

00:56 ମଞ୍ଜିରେ,

ଶାଗରେ

00:59 ଓ ଶସ୍ୟରେ
01:01 ମାଗ୍ନେସିୟମ୍ ଆହରଣ ଓ ଶରୀରରେ ତାହାର ଅବଶୋଷଣ, ଉଭୟ ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ
01:08 କିଣ୍ୱନ କରିବା,

ଭାଜିବା,

01:10 ଗଜା କରିବା

ଓ ସିଝାଇବା, ଅବଶୋଷଣକୁ ଉନ୍ନତ କରିଥାଏ

01:15 ବିନ୍ସକୁ ସିଝାଇବା ପୂର୍ବରୁ ବତୁରାଇବା ମଧ୍ୟ ସମାନ କାମ କରିଥାଏ
01:20 ଏବେ, ଆସନ୍ତୁ ଆମର ପ୍ରଥମ ରେସିପିର ପ୍ରସ୍ତୁତି ଦେଖିବା, ଗଜା ମୋଥ୍ ବିନ୍ସ କଟଲେଟ୍
01:27 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
01:31 1/4 କପ୍ ଗଜା କରାଯାଇଥିବା ମୋଥ୍ ବିନ୍ସ
01:34 1 କପ୍ ଧୁଆଯାଇ କଟାଯାଇଥିବା ପାଳଙ୍ଗ,
01:37 1 ଟେବଲ୍ ଚାମଚ ବେସନ
01:40 4 ରୁ 5 ଟି ରସୁଣ କୋଲା
01:43 1 ଟେବଲ୍ ଚାମଚ ଲେମ୍ୱୁ ରସ
01:45 1 ଟେବଲ୍ ଚାମଚ ଭଜା ରାଶି
01:49 ଓ ସ୍ୱାଦ ଅନୁସାରେ ଲୁଣ
01:51 ଆପଣଙ୍କୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:
01:53 1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ
01:55 3 ଚାହା ଚାମଚ ତେଲ
01:58 ମୁଁ ଏବେ ପଦ୍ଧତି କହୁଛି:
02:00 ଗଜା କରିବା ପାଇଁ, ମୋଥ୍ ବିନ୍ସକୁ ରାତି ତମାମ ବତୁରାଇଦିଅନ୍ତୁ
02:05 ସକାଳେ ସେଗୁଡ଼ିକୁ ଛାଣିଦେଇ ଗୋଟିଏ ସଫା କପଡ଼ାରେ ବାନ୍ଧି ଦିଅନ୍ତୁ
02:10 ଗଜା ହେବା ପାଇଁ ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 2 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ
02:15 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ବିଭିନ୍ନ ମଞ୍ଜି ଗଜା ହେବା ପାଇଁ ଭିନ୍ନ ଭିନ୍ନ ସମୟ ନେଇଥାଏ
02:20 ଗଜା ହୋଇଗଲା ପରେ, ସେଥିରେ ରସୁଣ ମିଶାନ୍ତୁ ଏବଂ ଦରଦରା କରି ବାଟି ଦିଅନ୍ତୁ
02:27 ବାଟିବା ପାଇଁ ଆପଣ ଶିଳ କିମ୍ୱା ମିକ୍ସର୍ ବ୍ୟବହାର କରିପାରିବେ
02:32 କଡ଼େଇ ଗରମ କରନ୍ତୁ, ସେଥିରେ ରାଶି ପକାଇ ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ
02:37 ତାହାକୁ ଥଣ୍ଡା କରିଦିଅନ୍ତୁ
02:39 କଟଲେଟ୍ କରିବା ପାଇଁ, ଗଜା ବଟାକୁ ଗୋଟିଏ ଗିନାରେ ନିଅନ୍ତୁ
02:43 ସେଥିରେ ଭଜା ରାଶି, ପାଳଙ୍ଗ, ବେସନ, ମସଲା, ଲୁଣ ଓ ଲେମ୍ୱୁ ରସ ପକାନ୍ତୁ
02:52 ସେଗୁଡ଼ିକୁ ଭଲ ଭାବରେ ମିଶାଇଦିଅନ୍ତୁ
02:54 ଯଦି ବଟାଟି ଶୁଖିଲା ହୋଇଯାଏ, 1 ଟେବଲ୍ ଚାମଚ ପାଣି ମିଶାନ୍ତୁ
02:59 ତାହାକୁ ଚାରି ଭାଗ କରି
03:01 କଟଲେଟ୍ ଆକାର ଦିଅନ୍ତୁ
03:04 ଗୋଟିଏ କଡ଼େଇରେ ତେଲ ଗରମ କରନ୍ତୁ
03:06 ମଧ୍ୟମ ଆଞ୍ଚରେ, ସୁନେଲି ହେବା ପର୍ଯ୍ୟନ୍ତ କଟଲେଟକୁ ଉଭୟ ପଟୁ ଭାଜନ୍ତୁ
03:12 ମୋଥ୍ ବିନ୍ସ ପାଳଙ୍ଗ କଟଲେଟ୍ ପ୍ରସ୍ତୁତ
03:15 ଚାରୋଟି କଟଲେଟରେ ପ୍ରାୟ 208 ମି.ଗ୍ରା. ମାଗ୍ନେସିୟମ୍ ରହିଥାଏ
03:22 ଆମର ପରବର୍ତ୍ତୀ ରେସିପି ହେଉଛି ସୂର୍ଯ୍ୟମୁଖୀ ମଞ୍ଜି ଚଟଣୀ (ଡିପ୍)
03:26 ଏହି ରେସିପି ପାଇଁ, ଆମକୁ ଦରକାର :
03:28 2 ଟେବଲ୍ ଚାମଚ ସୂର୍ଯ୍ୟମୁଖୀ ମଞ୍ଜି
03:32 ଗୋଟିଏ କଞ୍ଚା ଲଙ୍କା,

4 ରୁ 5 ଟି ରସୁଣ କୋଲା

03:36 ଗୋଟିଏ ଛୋଟ କଟା ଟମାଟୋ
03:39 ସ୍ୱାଦ ଅନୁସାରେ ଲୁଣ,
03:41 1/2 ଚାହା ଚାମଚ ଘିଅ କିମ୍ୱା ତେଲ
03:44 ପଦ୍ଧତି:

ମଧ୍ୟମ ଆଞ୍ଚରେ, ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ସୂର୍ଯ୍ୟମୁଖୀ ମଞ୍ଜିଗୁଡ଼ିକୁ ଭାଜନ୍ତୁ

03:50 ସେଗୁଡ଼ିକୁ ଥଣ୍ଡା ହେବାକୁ ଦିଅନ୍ତୁ
03:52 କଡ଼େଇରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ
03:55 ସେଥିରେ କଟା ଟମାଟୋ ପକାଇ ଅଳ୍ପ ଭାଜନ୍ତୁ
03:57 ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ
04:00 ରସୁଣ, ଲଙ୍କା, ଲୁଣ ଓ ପାଣି ସହିତ ତାହାକୁ ଭଲ ଭାବରେ ବାଟି ଦିଅନ୍ତୁ
04:07 ସୂର୍ଯ୍ୟମୁଖୀ ମଞ୍ଜି ଚଟଣୀ ପ୍ରସ୍ତୁତ ହୋଇଗଲା
04:10 ଏହି ଚଟଣୀର 2 ଟେବଲ୍ ଚାମଚରେ ରହିଛି ପ୍ରାୟ 133 ମି.ଗ୍ରା. ମାଗ୍ନେସିୟମ୍
04:17 ଆମର ପରବର୍ତ୍ତୀ ରେସିପି ହେଉଛି ଗଜା ଝୁଡ଼ଙ୍ଗ ମଞ୍ଜି ପରଟା
04:21 ଗଜା କରିବାର ପ୍ରକ୍ରିୟା ଏହି ଟ୍ୟୁଟୋରିଅଲରେ ପୂର୍ବରୁ କୁହାଯାଇସାରିଛି
04:27 ଏହାପାଇଁ ଆମକୁ ଦରକାର:
04:30 1/4 କପ୍ ଅଟା,
04:32 2 ଟେବଲ୍ ଚାମଚ ଗଜା ଝୁଡ଼ଙ୍ଗ ମଞ୍ଜି
04:36 1 ଟେବଲ୍ ଚାମଚ ରାଶି,
04:39 ଗୋଟିଏ କଞ୍ଚା ଲଙ୍କା,
04:40 1 ଚାହା ଚାମଚ ଜୀରା
04:43 1/2 ଚାହା ଚାମଚ ହଳଦୀ ଗୁଣ୍ଡ
04:46 ଆପଣଙ୍କୁ ନିମ୍ନଲିଖିତ ମଧ୍ୟ ଦରକାର ହେବ,

ସ୍ୱାଦ ଅନୁସାରେ ଲୁଣ

04:49 ଓ 2 ଚାହା ଚାମଚ ଘିଅ କିମ୍ୱା ତେଲ
04:53 ପ୍ରଥମେ, ଗଜା ଝୁଡ଼ଙ୍ଗ ମଞ୍ଜିରେ କଞ୍ଚା ଲଙ୍କା ପକାଇ ଗୋଟିଏ ମିକ୍ସରରେ ଦରଦରା କରି ବାଟି ଦିଅନ୍ତୁ
05:00 ଯଦି ମିକ୍ସର୍ ନଥିବ, ତେବେ ଆପଣ ଶିଳରେ ବାଟି ପାରିବେ
05:05 କଡ଼େଇରେ ତେଲ ଗରମ କରି ସେଥିରେ ଜୀରା ଓ ରାଶି ପକାନ୍ତୁ
05:11 ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
05:13 ସେଥିରେ ଝୁଡ଼ଙ୍ଗ ମଞ୍ଜି ବଟା ପକାଇ ଆଉ 2 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ.
05:19 ତା’ପରେ ଲୁଣ ଓ ହଳଦୀ ପକାଇ 5 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ
05:24 ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ
05:27 ପରଟା କରିବା ପାଇଁ, ଗୋଟିଏ ଗିନାରେ ଅଟା ନିଅନ୍ତୁ
05:31 ଭଲ ଭାବରେ ପାଣି ଦେଇ ତାହାକୁ ଚକଟିଦିଅନ୍ତୁ
05:35 ବେଲଣା କାଠି ସାହାଯ୍ୟରେ ତାହାକୁ ବେଲି ଦିଅନ୍ତୁ
05:39 ସେଥିରେ ଝୁଡ଼ଙ୍ଗ ମଞ୍ଜି ପେଷ୍ଟ ରଖନ୍ତୁ
05:42 ଚାରିପଟୁ ବନ୍ଦ କରିଦିଅନ୍ତୁ
05:44 ତା’ ଉପରେ କିଛି ଅଟା ପକାଇ
05:46 ପରଟା ଭଳି ବେଲି ଦିଅନ୍ତୁ
05:49 ତାୱା ଗରମ କରନ୍ତୁ ଏବଂ ତେଲ କିମ୍ୱା ଘିଅ ବ୍ୟବହାର କରି ପରଟାକୁ ଉଭୟ ପଟୁ ସେକିଦିଅନ୍ତୁ
05:55 ଗଜା ଝୁଡ଼ଙ୍ଗ ମଞ୍ଜି ପରଟା ପ୍ରସ୍ତୁତ
05:59 ଗୋଟିଏ ପରଟାରେ ପ୍ରାୟ 173 ମି.ଗ୍ରା. ମାଗ୍ନେସିୟମ୍ ରହିଥାଏ
06:05 ପରବର୍ତ୍ତୀ ରେସିପି ହେଉଛି ଗଜା ଚଣା ଶୁଖିଲା ତରକାରୀ
06:09 ଏହାପାଇଁ ଆମକୁ ଦରକାର :
06:12 1/4 କପ୍ ଗଜା ଚଣା
06:15 1 କପ୍ ଧୁଆଯାଇଥିବା ମେଥି ଶାଗ
06:19 ଗୋଟିଏ ମଧ୍ୟମ ଆକାରର କଟା ଟମାଟୋ
06:21 ଓ ଗୋଟିଏ ମଧ୍ୟମ ଆକାରର କଟା ପିଆଜ
06:25 ଆମକୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:
06:27 1/2 ଚାହା ଚାମଚ ହଳଦୀ ଗୁଣ୍ଡ,
06:29 1/2 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ,
06:31 1 ଚାହା ଚାମଚ ଭଜା ଚିନାବାଦାମ ଗୁଣ୍ଡ
06:35 1 ଚାହା ଚାମଚ ତେଲ
06:37 ଓ ସ୍ୱାଦ ଅନୁସାରେ ଲୁଣ
06:39 ପଦ୍ଧତି:

ଗଜା କରାଯାଇଥିବା ଚଣାକୁ ପ୍ରେସର୍ କୁକର୍ ରେ 2 ଟି ସିଟି ଦେବା ପର୍ଯ୍ୟନ୍ତ ସିଝାନ୍ତୁ

06:45 ପ୍ରେସର୍ ବାହାରିଯିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
06:47 କଡ଼େଇରେ ତେଲ ଗରମ କରନ୍ତୁ,
06:49 ପିଆଜ ପକାଇ ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
06:53 ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ କଷନ୍ତୁ
06:57 ମେଥି ଶାଗ ପକାଇ 5 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
07:02 ଏବେ ମସଲା, ଲୁଣ ଓ ଗଜା ଚଣା ପକାନ୍ତୁ ଏବଂ ଭଲ ଭାବରେ ମିଶାନ୍ତୁ
07:08 ଏଥିରେ ଚିନାବାଦାମ ଗୁଣ୍ଡ ପକାନ୍ତୁ
07:11 ଢାଙ୍କୁଣୀ ଘୋଡ଼ାଇ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ
07:15 ଗଜା ଚଣା ଶୁଖିଲା ତରକାରୀ ପ୍ରସ୍ତୁତ ହୋଇଗଲା
07:19 ଏହି ତରକାରୀର 1/2 ଗିନାରେ ପ୍ରାୟ 141 ମି.ଗ୍ରା. ମାଗ୍ନେସିୟମ୍ ରହିଛି
07:26 ଶେଷ ରେସିପି ହେଉଛି କୋଶଳା ଶାଗ ଭଜା
07:30 ଏହି ରେସିପି ପାଇଁ, ଆମକୁ ଦରକାର :
07:33 100 ଗ୍ରାମ ଧୁଆଯାଇଥିବା କୋଶଳା ଶାଗ
07:36 4 ଟି ରସୁଣ କୋଲା
07:38 ଗୋଟିଏ ଛୋଟ ପିଆଜ,
07:40 2 ଟେବଲ୍ ଚାମଚ କୋରା ନଡ଼ିଆ
07:43 2 ଟି କଞ୍ଚା ଲଙ୍କା,
07:45 ଚିମୁଟେ ହଳଦୀ,

ଓ ସ୍ୱାଦ ଅନୁସାରେ ଲୁଣ.

07:49 ଆପଣଙ୍କୁ 1 ଚାହା ଚାମଚ ତେଲ ମଧ୍ୟ ଦରକାର ହେବ
07:53 ପଦ୍ଧତି:

କଡ଼େଇରେ ତେଲ ଗରମ କରନ୍ତୁ.

07:56 ରସୁଣ, କଞ୍ଚା ଲଙ୍କା ଓ ପିଆଜ ପକାନ୍ତୁ
08:01 ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
08:03 ଏବେ, କୋଶଳା ଶାଗ ପକାଇ ଭଲ ଭାବରେ ମିଶାନ୍ତୁ
08:07 ଢାଙ୍କୁଣୀ ଘୋଡ଼ାଇ 5 ରୁ 7 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ
08:12 ଲୁଣ ଓ ହଳଦୀ ପକାଇ 1 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
08:16 ଏଥିରେ କୋରା ନଡ଼ିଆ ପକାଇ 5 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
08:21 କୋଶଳା ଶାଗ ଭଜା ଏବେ ପ୍ରସ୍ତୁତ
08:25 ଏହାର 1/2 ଗିନାରେ ପ୍ରାୟ 209 ମି.ଗ୍ରା. ମାଗ୍ନେସିୟମ୍ ରହିଛି
08:31 ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହିସବୁ ମାଗ୍ନେସିୟମ୍ ସମୃଦ୍ଧ ରେସିପିକୁ ଆପଣଙ୍କର ଦୈନିକ ଆହାରରେ ଅନ୍ତର୍ଭୁକ୍ତ କରନ୍ତୁ
08:37 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep