Health-and-Nutrition/C2/Kangaroo-Mother-Care/Oriya

From Script | Spoken-Tutorial
Revision as of 23:32, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 ବନ୍ଧୁଗଣ, କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା -
00:08 କଙ୍ଗାରୁ ମଦର୍ କେଆର୍ କ’ଣ?
00:10 ଶାଖାଗୁଡ଼ିକ, ଆବଶ୍ୟକତା ଓ
00:13 କଙ୍ଗାରୁ ମଦର୍ କେଆର୍ କିପରି କରାଯାଏ
00:17 ପ୍ରଥମେ ଚାଲନ୍ତୁ କଙ୍ଗାରୁ ମଦର୍ କେଆର୍ର ପରିଚୟରୁ ଆରମ୍ଭ କରିବା
00:22 ନାମ ଅନୁସାରେ -
00:24 ଏଥିରେ ମା’ଙ୍କ ଚର୍ମ ସହିତ ଶିଶୁର ଚର୍ମ ସ୍ପର୍ଶ କରିରଖିବା ଏହି କାର୍ଯ୍ୟରେ ସାମିଲ ଅଛି
00:29 ଏବଂ ଏହା KMC ଭାବେ ଜଣାଶୁଣା ଅଟେ
00:32 ମନେରଖନ୍ତୁ, ଶିଶୁ ଜନ୍ମ ହେବା କ୍ଷଣି KMC ପ୍ରଦାନ କରିବା ଆବଶ୍ୟକ
00:39 ଏହା ବିଶେଷ କରି ଜନ୍ମ ସମୟରେ ଅଳ୍ପ ଓଜନ ଥିବା ଶିଶୁଙ୍କ ପାଇଁ ଆବଶ୍ୟକ ଅଟେ -
00:44 ଯାହାର ଜନ୍ମ ସମୟରେ ଓଜନ 2.5 କିଲୋଗ୍ରାମରୁ କମ୍ ଥିବ ଏବଂ
00:48 ଯାହାକୁ ନିୟମିତ ଦେଖାଶୁଣା କରିବା ପାଇଁ କେହି ନଥିବେ
00:52 ହେଲେ ଏହାକୁ ସାଧାରଣ, ସୁସ୍ଥ ଏବଂ ଠିକ୍ ସମୟରେ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ
00:59 KMC ମୁଖ୍ୟତଃ ଦୁଇଟି ଶାଖାକୁ ନେଇ ଗଠିତ:
01:03 ମା’ ଓ ତାଙ୍କର ଶିଶୁ ମଧ୍ୟରେ ନିୟମିତ ଓ ଲମ୍ବା ସମୟ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ
01:09 ଏବଂ ନିଶ୍ଚିତ ସ୍ତନ୍ୟପାନ
01:13 ଚାଲନ୍ତୁ ସେହି ଶାଖାଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିବା
01:17 ପ୍ରଥମ ଶାଖା ହେଉଛି ଚର୍ମ ସହିତ ଚର୍ମର ସ୍ପର୍ଶ
01:21 ଏହା ଦ୍ଵାରା ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହୋ‍ଇଥାଏ
01:24 ଏବଂ ଶେଷରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି ହୋ‍ଇଥାଏ
01:28 ଏହି ସିରିଜ୍‍ର ଅନ୍ୟ ଏକ ଟ୍ୟୁଟୋରିଆଲ୍‍ରେ ଲେଟ୍ ଡାଉନ୍ ରିଫ୍ଲେକ୍ସ ବିଷୟରେ ଆଲୋଚନା କରାଯାଇଛି
01:34 ଦ୍ଵିତୀୟ ଶାଖାଟି ହେଉଛି ନିଶ୍ଚିତ ସ୍ତନ୍ୟପାନ
01:38 ଧ୍ୟାନ ଦିଅନ୍ତୁ ଯେ-
01:40 ପ୍ରଥମ 6 ମାସ ନିଶ୍ଚିତ ରୂପେ ସ୍ତନ୍ୟପାନ କରାଇବା ପାଇଁ ପରାମର୍ଶ ଦିଆଯାଇଥାଏ
01:45 ତା’ପରେ ଚାଲନ୍ତୁ କଙ୍ଗାରୁ କେଆର୍ର ଆବଶ୍ୟକତା ଉପରେ ଆଲୋଚନା କରିବା
01:50 KMC ସମୟରେ ଦୀର୍ଘ ସମୟ ପାଇଁ ଶିଶୁ ଚର୍ମ ସହିତ ଚର୍ମର ସମ୍ପର୍କରେ ରହିବା ଦ୍ଵାରା, ଶିଶୁ ଶରୀରର ତାପମାତ୍ରାକୁ ଆଗଭଳି ରଖିବାରେ ସାହାଯ୍ୟ ମିଳିଥାଏ
01:57 ଏବଂ ଶିଶୁ ଅଧିକ ସୁରକ୍ଷିତ ମନେ କରିଥାଏ
02:01 KMC ଦ୍ଵାରା ମଧ୍ୟ,
02:03 ସଂକ୍ରମଣର ବାରମ୍ବାରତା ଏବଂ
02:05 ଶିଶୁଙ୍କ ଠାରେ ଆପ୍‍ନିଆର ହାର ହ୍ରାସ ପାଇଥାଏ
02:09 ନିଶ୍ଵାସ ଓ ପ୍ରଶ୍ଵାସ ମଧ୍ୟରେ ଲମ୍ବା ବ୍ୟବଧାନକୁ ଆପ୍‍ନିଆ କୁହାଯାଏ
02:13 ଏଗୁଡ଼ିକ ବ୍ୟତିତ,
02:15 KMC ଦ୍ଵାରା ସ୍ତନ୍ୟପାନର ବାରମ୍ବାରତା ଓ ଅବଧି ବୃଦ୍ଧି ପାଇଥାଏ
02:20 ଏବଂ ଏହା ମା’ ଓ ଶିଶୁ ମଧ୍ୟରେ ସ୍ନେହର ବନ୍ଧନକୁ ସୁଦୃଢ଼ କରିଥାଏ
02:26 KMC ମଧ୍ୟ ଶିଶୁକୁ
02:28 ଅନ୍ୟ ପ୍ରଚଳିତ ମାଧ୍ୟମ ଅପେକ୍ଷା ଓଜନ ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ, ଯେପରି -
02:33 ଶିଶୁକୁ ଉତ୍ତମ ରୂପେ ଉଷୁମ୍ ରଖିବା
02:36 ଯାହା ଶିଶୁ ଓ ମା’ଙ୍କ ପାଇଁ ଚିନ୍ତାର କାରଣ ହୋ‍ଇଥାଏ
02:40 ଏହା ମା’ଙ୍କ ମଧ୍ୟରେ ସନ୍ତୁଷ୍ଟତା ଓ ଆତ୍ମବିଶ୍ଵାସ ମଧ୍ୟ ଆଣିଦେଇଥାଏ,
02:45 ଯେହେତୁ ସେ ଶିଶୁ ପାଇଁ ଅଧିକ ଯତ୍ନ ନିଅନ୍ତି
02:49 ମଜା କଥା ହେଉଛି, ମା’ଙ୍କ ବ୍ୟତିତ KMC ମଧ୍ୟ
02:54 ବାପା କିମ୍ବା
02:56 ପରିବାର ଯେକୌଣସି ବୟସ୍କ ସଦସ୍ୟଙ୍କ ଦ୍ଵାରା ପ୍ରଦାନ କରାଯାଇପାରିବ
02:58 ବର୍ତ୍ତମାନ, KMC ପ୍ରଦାନକାରୀଙ୍କ ପାଇଁ ଅନୁସରଣ କରିବା ସକାଶେ ଥିବା ପରାମର୍ଶଗୁଡ଼ିକୁ ଆମେ ଆଲୋଚନା କରିବା:
03:04 KMC ପ୍ରଦାତା ନିଶ୍ଚିତ ରୂପେ ସୁସ୍ଥ ଏବଂ ରୋଗମୁକ୍ତ ଥିବେ
03:09 ସେ ନିଶ୍ଚିତ ରୂପେ ପରିଚ୍ଛନ୍ନତାର ମୌଳିକ ଅଭ୍ୟାସଗୁଡ଼ିକୁ ଅନୁସରଣ କରୁଥିବେ ଯେପରି -
03:14 ହାତ ଧୋ‍ଇବା,
03:16 ନୀତିଦିନ ଗାଧୋ‍ଇବା, ହାତ ନଖ କାଟିବା,
03:18 ମୁଣ୍ଡ କୁଣ୍ଡାଇବା,
03:20 ଏବଂ କପଡ଼ା ସଫା ରଖିବା, ଇତ୍ୟାଦି
03:22 ସେ କୌଣସି ପ୍ରକାରର ଗହଣା, ଘଣ୍ଟା ଓ ସୁତା ପିନ୍ଧିବା ଉଚିତ ନୁହେଁ -
03:26 ଯେହେତୁ ଏଗୁଡ଼ିକ ପରିଚ୍ଛନ୍ନତା ବଜାୟ ରଖିବାରେ ବାଧକ ହୋ‍ଇପାରନ୍ତି
03:31 ଏବଂ ଏଗୁଡ଼ିକ ଦ୍ଵାରା ଶିଶୁ କ୍ଷତିଗ୍ରସ୍ତ ହୋ‍ଇପାରେ
03:35 ବର୍ତ୍ତମାନ, ପ୍ରଦାତା KMC ସମୟରେ ପିନ୍ଧିବା କପଡ଼ା ବିଷୟରେ ଚାଲନ୍ତୁ ଆଲୋଚନା କରିବା-
03:42 କପଡ଼ାର ଆଗପଟ ଖୋଲା ଓ ହାଲୁକା ହେବା ଆବଶ୍ୟକ
03:46 ଉଦାହରଣ ସ୍ଵରୂପ, ସାଢ଼ି-ବ୍ଲାଉଜ୍ କିମ୍ବା ସାମ୍ନା ଖୋଲାଥିବା ଗାଉନ୍
03:51 ଧ୍ୟାନ ଦିଅନ୍ତୁ ଯେ, KMC ପ୍ରଦାତା, ସମ୍ପୂର୍ଣ୍ଣ KMC ପ୍ରଦାନ ସମୟରେ ଏହି ସାମ୍ନା ଖୋଲାଥିବା ଗାଉନ୍ କିମ୍ବା ବ୍ଲାଉଜ୍ ପିନ୍ଧିବା ଆବଶ୍ୟକ
03:58 କଙ୍ଗାରୁ ବ୍ୟାଗ୍ କିମ୍ବା ବାଇଣ୍ଡର୍‍ଗୁଡ଼ିକୁ ବଜାରରୁ ମଧ୍ୟ କିଣି ପାରିବେ
04:04 ଯଦି ଲମ୍ବା ସମୟ ପାଇଁ KMC ପ୍ରଦାନ କରିବାକୁ ଥାଏ ତେବେ, ଏଗୁଡ଼ିକ ଦରକାରୀ ହୋ‍ଇଥାଏ
04:09 ଅନୁରୂପେ ଭାବେ KMC ପ୍ରଦାତା ନରମ ସଫା ସୁତା କପଡ଼ା ବ୍ୟବହାର କରିପାରିବେ
04:16 ଯେତେବେଳେ କି ଶିଶୁ KMC ସମୟରେ -
04:19 ଗୋଟିଏ ଟୋପି ଓ ନ୍ୟାପି ପିନ୍ଧିବା ଆବଶ୍ୟକ
04:22 ଯଦି ଶିଶୁ KMC ସମୟରେ ଝାଡ଼ା କିମ୍ବା ପରିସ୍ରା କରିଥାଏ ତେବେ -
04:27 ତାକୁ ଭଲ ଭାବେ ପରିଷ୍କାର ଓ ଶୁଖାଇବା ଆବଶ୍ୟକ
04:30 ତା’ପରେ ଆମେ ଆଗକୁ ବଢ଼ିବା ସହିତ କଙ୍ଗାରୁ କେଆର୍‌ର କାର୍ଯ୍ୟ ପଦ୍ଧତି ବିଷୟରେ ଚାଲନ୍ତୁ ବିସ୍ତାର ରୂପେ ଆଲୋଚନା କରିବା
04:36 ପ୍ରଥମେ, ମା’ ସିଧା ହୋ‍ଇ ଛିଡ଼ା ହେବା ଆବଶ୍ୟକ
04:40 ତା’ପରେ ସ୍ଵାସ୍ଥ୍ୟକର୍ମୀ କିମ୍ବା କୌଣସି ପରିବାରର ସଦସ୍ୟ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ଗୋଟିକ ପରେ ଗୋଟିଏ କରିବେ -
04:48 ଶିଶୁର ନିମ୍ନ ଭାଗ ଓ ମୁଣ୍ଡକୁ ସପୋର୍ଟ ଦେବା ସହିତ-
04:51 ଶିଶୁକୁ ମା’ଙ୍କର ଖୋଲା ଛାତି ମଧ୍ୟରେ ଶିଶୁର ମୁଣ୍ଡକୁ ଉପରକୁ କରିବା ଅବସ୍ଥାରେ ରଖନ୍ତୁ
04:56 ତା’ପରେ ଶିଶୁର ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ଦିଅନ୍ତୁ
05:00 ଶିଶୁର ମୁଣ୍ଡ ପଛ ଆଡ଼କୁ ସାମାନ୍ୟ ମୋଡ଼ି ହୋ‍ଇଥିବା ସୁନିଶ୍ଚିତ କରନ୍ତୁ
05:04 ଏହି ଅବସ୍ଥାରେ ଶିଶୁର ନାକ ପବନ ଆଡ଼କୁ ଖୋଲା ରହିବ
05:08 ଏବଂ ମା’ ଓ ତାଙ୍କର ଶିଶୁ ଆଖିକୁ ଆଖି ମିଳାଇ ପରସ୍ପରକୁ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ
05:14 ତା’ପରେ ଶିଶୁର ନିତମ୍ବକୁ ସାମାନ୍ୟ ବାହାରକୁ ମୋଡ଼ିଦିଅନ୍ତୁ
05:18 ମନେରଖନ୍ତୁ – ଶିଶୁର ବାହୁ ମା’ଙ୍କର ସ୍ତନ ଉପରେ ଏବଂ
05:23 ଗୋଡ଼ଗୁଡ଼ିକ ସ୍ତନ ତଳେ ଏବଂ
05:27 ଶିଶୁର ତଳିପେଟ ଛାତି ଉପରେ ରହିବା ଆବଶ୍ୟକ
05:29 କପଡ଼ାରେ ଗୁଡ଼ାଇବା ପୂର୍ବରୁ -
05:32 ଶିଶୁକୁ ଗୋଟିଏ କମ୍ବଳ ଦ୍ଵାରା ଘୋଡ଼ାଇ ଦିଅନ୍ତୁ, ଯଦି ଶୀତ ହେଉଥାଏ
05:36 ଏହା ଦ୍ଵାରା ଶିଶୁ ଓ ମା’ ଉଷୁମ୍ ରହିବେ
05:39 ତା’ପରେ ଶିଶୁ ଓ ମା’ଙ୍କର ଛାତି ଓ ତଳିପେଟରେ କପଡ଼ା ଗୁଡ଼ାଇ ଦିଅନ୍ତୁ
05:45 ଗୁଡ଼ାଇବା ସମୟରେ -
05:47 କପଡ଼ାର କେନ୍ଦ୍ର ଶିଶୁ ଉପରେ ଯେପରି ରହିବ, ଧ୍ୟାନ ଦିଅନ୍ତୁ
05:50 ଏବଂ କପଡ଼ାର ଉଭୟ ପ୍ରାନ୍ତ,
05:53 ମା’ଙ୍କର କାଖ ମଧ୍ୟଦେଇ
05:56 ଏବଂ ପିଠିରେ ଛନ୍ଦି ହେବା ଆବଶ୍ୟକ
05:59 ଏହା ପରେ କପଡ଼ାର ଧାରଗୁଡ଼ିକୁ ସାମ୍ନାକୁ ଆଣନ୍ତୁ
06:03 କପଡ଼ାର ଏହି ଧାରଗୁଡ଼ିକୁ ଶିଶୁର ନିତମ୍ବ ତଳେ ସୁରକ୍ଷିତ ଭାବେ ଗଣ୍ଠି କରିଦିଅନ୍ତୁ
06:09 ଏହା ଆରାମଦାୟକ ଏବଂ ଶିଶୁକୁ ସପୋର୍ଟ ଦେବାରେ ସହାୟକ ହେବ
06:14 ଏହା ଦ୍ଵାରା ଶିଶୁ ଖସି ପଡ଼ିବାର ମଧ୍ୟ ଭୟ ନଥାଏ
06:17 ମନେରଖନ୍ତୁ- ଯେହେତୁ ମା’ ଆରାମରେ ଅଛନ୍ତି ତେଣୁ ସେ ନିଜକୁ ନିଜେ କପଡ଼ା ଗୁଡ଼ାଇବା ଶିଖିବା ଆବଶ୍ୟକ
06:24 ସମାନ ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ KMC ସମୟରେ ନିଜକୁ ନିଜେ କପଡ଼ା ବାନ୍ଧିବାର କୌଶଳ ବିଷୟରେ ବର୍ଣ୍ଣନା କରାଯିବ
06:32 ଏହା ଦ୍ଵାରା ମା’ଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବ ଏବଂ ସେ ଆତ୍ମନିର୍ଭରଶୀଳ ହେବେ
06:37 ଯଦି କପଡ଼ା ବ୍ୟବହାର କରିବା ମା’ଙ୍କ ପାଇଁ ସୁବିଧାଜନକ ନହୁଏ ତେବେ, ସେ ଗୋଟିଏ ଷ୍ଟ୍ରେଚି ବ୍ୟାଣ୍ଡ ବ୍ୟବହାର କରିପାରିବେ
06:43 ଏହା ବ୍ୟବହାର ପାଇଁ ସହଜ ଓ ଆରାମଦାୟକ ଅଟେ
06:46 ଗୋଟିଏ ଷ୍ଟ୍ରେଚି ବ୍ୟାଣ୍ଡ ବ୍ୟବହାର କରିବା ସମୟରେ,
06:49 ଶିଶୁର ମୁଣ୍ଡକୁ ସପୋର୍ଟ ଦେବା ପାଇଁ କାନ ଉପରେ ବ୍ୟାଣ୍ଡର ଧାରଗୁଡ଼ିକୁ ଆଡଜଷ୍ଟ କରନ୍ତୁ
06:54 ତା’ପରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ
06:57 ଏବଂ ପୂର୍ବେ ଆଲୋଚନା କରାଯାଇଥିବା ଭଳି ମା’ ଓ ଶିଶୁର ଆଖି ସହିତ ଆଖି ମିଳାଇବା ପାଇଁ
06:59 ଶିଶୁର ମୁଣ୍ଡକୁ ସାମନ୍ୟ ଢଳାଇ ଦିଅନ୍ତୁ
07:04 ଗୁଡ଼ାଯାଇଥିବା କପଡ଼ା କିମ୍ବା ଷ୍ଟ୍ରେଚି ବ୍ୟାଣ୍ଡ ବହୁତ ଟାଇଟ୍ କିମ୍ବା ବହୁତ ଢ଼ିଲା ହେବା ଉଚିତ୍ ନୁହେଁ
07:11 ଶିଶୁ ସ୍ଵଚ୍ଛନ୍ଦରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ଏହା ଯଥେଷ୍ଟ ଆରାମଦାୟକ ହେବା ଆବଶ୍ୟକ
07:15 ମନେରଖନ୍ତୁ, KMC ଅବସ୍ଥାରେ ଶିଶୁକୁ ଧରିବା ବେଳେ, ମା’ ନିଶ୍ଚିତ ରୂପେ
07:20 ଚାଲିବା, ଛିଡ଼ା ହେବା, ବସିବା କିମ୍ବା
07:23 ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ସକ୍ଷମ ହେବେ
07:26 ଯଦି ଜଣେ ମା’ ସମ୍ପୂର୍ଣ୍ଣ ଆରାମଦାୟକ ଅବସ୍ଥାରେ ରହିଥାନ୍ତି ତେବେ,
07:29 ସେ କଙ୍ଗାରୁ କେଆର୍ ସମୟରେ ଆଉଜି ହୋ‍ଇ କିମ୍ବା ସାମାନ୍ୟ ଆଉଜି ହୋ‍ଇ ମଧ୍ୟ ଶୋ‍ଇ ପାରିବେ
07:35 ବର୍ତ୍ତମାନ KMC ସମୟରେ ଶିଶୁକୁ ସ୍ତନ୍ୟପାନ କରିବା ବିଷୟରେ ଆଲୋଚନା କରିବା-
07:40 ଗୁଡ଼ାଯାଇ ଥିବା କପଡ଼ାକୁ ସାମାନ୍ୟ ଢ଼ିଲା କରି ଏବଂ
07:43 ଶିଶୁକୁ ସ୍ତନ୍ୟପାନ କରାଇବା ପୋଜିଶନ୍‍ରେ ରଖି
07:46 ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ
07:50 କିମ୍ବା ହାତରେ ସ୍ତନରୁ କ୍ଷୀର କାଢ଼ି ପାରିବେ ଏବଂ
07:54 ଶିଶୁକୁ ଗୋଟିଏ କପ୍ କିମ୍ବା ଚାମୁଚ ସାହାଯ୍ୟରେ ଖୁଆଇ ପାରିବେ
07:57 ମନେରଖନ୍ତୁ, ଶିଶୁର ପ୍ରତିଦିନ 25ରୁ 30 ଗ୍ରାମ ଓଜନ ବଢ଼ିବା ଆବଶ୍ୟକ
08:03 ଗୋଟିଏ ମାସରେ ଶିଶୁର 900ରୁ 1,000 ଗ୍ରାମ୍ ପର୍ଯ୍ୟନ୍ତ ଓଜନ ବୃଦ୍ଧି ହେବା ଆବଶ୍ୟକ
08:10 ତେଣୁ, ମା’ କିମ୍ବା ସ୍ଵାସ୍ଥ୍ୟକର୍ମୀ,
08:13 ରୁଟିନ୍ ଯାଞ୍ଚ ସମୟରେ ଶିଶୁର ଓଜନକୁ ଅନୁଧ୍ୟାନ କରିବା ଆବଶ୍ୟକ
08:17 ଯଦି ଶିଶୁ ଯଥେଷ୍ଟ ଓଜନ ପ୍ରାପ୍ତ କରୁ ନଥାଏ ତେବେ,
08:21 ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ୍ୟପାନ କରାଇବାର କୌଶଳକୁ ଅନୁଧ୍ୟାନ କରିବା ଆବଶ୍ୟକ କିମ୍ବା
08:25 ଶିଶୁ କେତେ ଥର ପରିସ୍ରା କରୁଛି ଯାଞ୍ଚ କରିବା ଆବଶ୍ୟକ
08:28 ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଶିକ୍ଷା ଦେବା ମଧ୍ୟ ଆବଶ୍ୟକ
08:32 ସମାନ ସିରିଜ୍‍ର ଅନ୍ୟ ଗୋଟିଏ ଟ୍ୟୁଟୋରିଆଲ୍‍ରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରାଯାଇଛି
08:39 ତା’ପରେ, ଗୁଡ଼ାଯାଇଥିବା କପଡ଼ାରୁ ଶିଶୁକୁ କିପରି କଢ଼ିବା ଚାଲନ୍ତୁ ଶିଖିବା
08:44 ପ୍ରଥେମ ମା’ ସିଧା ହୋ‍ଇ ବସିବା ଆବଶ୍ୟକ
08:48 ତା’ପରେ ଗଣ୍ଠିକୁ ଗୋଟିଏ ହାତରେ ଖୋଲିବା ଆବଶ୍ୟକ ଏବଂ
08:53 ଶିଶୁର ନିତମ୍ବକୁ ଗୁଡ଼ାଯାଇ ଥିବା କପଡ଼ାର ବାହାରପଟୁ ଅନ୍ୟ ହତରେ ସପୋର୍ଟ ଦିଅନ୍ତୁ
08:58 ଏହା ପରେ, ସମାନ ହାତ ସାହାଯ୍ୟରେ ଯାହାକୁ ପୂର୍ବେ ଗଣ୍ଠି ଖୋଲିବାରେ ବ୍ୟବହାର କରାଯାଇଥିଲା, ଗୁଡ଼ାଯାଇଥିବା କପଡ଼ାକୁ ଢିଲା କରନ୍ତୁ
09:04 ତା’ପରେ ଶିଶୁର ନିତମ୍ବ ତଳେ ଥିବା କପଡ଼ା ଉପରେ ଥିବା ହାତକୁ ଶିଫ୍ଟ କରନ୍ତୁ ଏବଂ
09:11 କପଡ଼ାର ବାହାରୁ ଶିଶୁର ନିତମ୍ବକୁ ସପୋର୍ଟ ଦେବା ପାଇଁ ଅନ୍ୟ ହାତକୁ ବ୍ୟବହାର କରନ୍ତୁ
09:16 ତା’ପରେ ଶିଶୁକୁ ଉପରକୁ ଟେକି, ଗୁଡ଼ାଯାଇଥିବା କପଡ଼ାରୁ କାଢ଼ିଦିଅନ୍ତୁ
09:21 ଏହା ପରେ ମନେରଖନ୍ତୁ, ଶିଶୁର ମୁଣ୍ଡକୁ
09:26 ଗୋଟିଏ କାନ ପଛପଟେ ବୁଢ଼ା ଆଙ୍ଗୁଠି ଏବଂ
09:28 ଅନ୍ୟ ଅଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରଖି ଧରନ୍ତୁ
09:30 KMC ସମୟରେ,
09:32 ଯଦି ଶିଶୁ ସତର୍କ ଏବଂ ସକ୍ରିୟ ରହେ ନାହିଁ ତେବେ, ମା’ ତୁରନ୍ତ ଡାକ୍ତର ଏବଂ
09:37 ସ୍ଵାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ
09:41 ଯଦି ଶିଶୁ ଯୋର୍ ଯୋର୍‍ରେ ନିଶ୍ଵାସ ନେଉଛି କିମ୍ବା ନିଶ୍ଵାସ ପ୍ରଶ୍ଵାସ ମଧ୍ୟରେ ଲମ୍ବା ବ୍ୟବଧାନ ରହୁଛି
09:46 ଯଦି ଶିଶୁର ଜିଭ କିମ୍ବା ଓଠ ନୀଳ ହୋଇଯାଉଛି
09:50 ଏବଂ ଯଦି ଶିଶୁର ପାଦ ଥଣ୍ଡା ଲାଗୁଛି
09:53 ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
09:58 ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep