Health-and-Nutrition/C2/How-to-bathe-a-newborn/Oriya

From Script | Spoken-Tutorial
Revision as of 03:43, 20 October 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 ଗୋଟିଏ ନବଜାତ ଶିଶୁକୁ କିପରି ଗାଧୋଇବେ, ତାହା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଶୁକୁ ଗାଧୋଇବା ପୂର୍ବରୁ ଓ ସମୟରେ ମା’ କିମ୍ୱା ଧାଈ ପାଇଁ ଥିବା ସୁରକ୍ଷା ପରାମର୍ଶ ବିଷୟରେ ଜାଣିବା
00:15 ଶିଶୁକୁ ପ୍ରଥମେ କେତେବେଳେ ଗାଧୋଇବେ?

ସ୍ପଞ୍ଜ ବାଥ୍

00:20 ନିୟମିତ ଗାଧୁଆ

ପରମ୍ପରାଗତ ଗାଧୁଆ

00:23 ପାହାଡ଼ିଆ କିମ୍ୱା ଥଣ୍ଡା ଅଞ୍ଚଳରେ ଥିବା ଶିଶୁମାନଙ୍କ ଗାଧୁଆ ଏବଂ

କ୍ରେଡଲ୍ କ୍ୟାପ୍

00:32 ନବଜାତକୁ ଗାଧୋଇବା ବିଷୟରେ ଜାଣିବା ପାଇଁ ସମସ୍ତ ନବ ଅଭିଭାବକ ଉତ୍କଣ୍ଠିତ ଥାଆନ୍ତି
00:37 ଶିଶୁକୁ ଗାଧୋଇବା ସମୟରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ
00:42 ଗୋଟିଏ ଭୁଲ ପଦକ୍ଷେପ ନବଜାତକୁ ବହୁତ କ୍ଷତି ପହଞ୍ଚାଇପାରେ
00:46 ଆମେ ଆରମ୍ଭ କରିବା ପୂର୍ବରୁ, ଏହା ଜାଣିରଖିବା ଜରୁରୀ ଅଟେ ଯେ: ଗୋଟିଏ ଶିଶୁକୁ ଗାଧୋଇବା ସମୟରେ ସୁରକ୍ଷା ପରାମର୍ଶକୁ ପାଳନ କରିବାକୁ ପଡ଼ିଥାଏ
00:54 ମା’ କିମ୍ୱା ପରିବାର ସଦସ୍ୟ - ଶିଶୁକୁ ଧରିବା ପୂର୍ବରୁ ସର୍ବଦା ନଖ କାଟିଥିବା ଦରକାର
01:02 ଏବଂ ମୁଦି, ଚୁଡ଼ି କିମ୍ୱା ଘଣ୍ଟା ପିନ୍ଧି ନଥିବା ଉଚିତ
01:07 ଏହା, ଶିଶୁ ପ୍ରତି ଆଘାତର ସମ୍ଭାବନାକୁ ହ୍ରାସ କରିଥାଏ
01:11 ତେବେ, ଶିଶୁକୁ ପ୍ରଥମେ କେତେବେଳେ ଗାଧୋଇବେ?
01:16 ମା’, ପ୍ରସବର 48 ଘଣ୍ଟା ପରେ ଶିଶୁକୁ ସ୍ପଞ୍ଜ ବାଥ୍ ଦେବା ଆରମ୍ଭ କରିପାରିବେ
01:22 ମନେରଖନ୍ତୁ ଯେ, ଗର୍ଭନାଡ଼ ନ ଝଡ଼ିବା ପର୍ଯ୍ୟନ୍ତ କେବଳ ସ୍ପଞ୍ଜ ବାଥ୍ ହିଁ ଦେବା ଉଚିତ
01:29 ଥରେ ଗର୍ଭନାଡ଼ ଝଡ଼ିଯିବା ପରେ, ମା’ କିମ୍ୱା ପରିବାରର ଅନ୍ୟ କୌଣସି ସଦସ୍ୟ ଶିଶୁକୁ ନିୟମିତ ଭାବେ ଗାଧୋଇପାରିବେ
01:38 ହେଲେ, ଯଦି ଶିଶୁର ଜନ୍ମ ଓଜନ କମ ଥାଏ, ତେବେ ଶିଶୁଟି 2 କିଲୋ ନହେବା ପର୍ଯ୍ୟନ୍ତ ତାକୁ ସ୍ପଞ୍ଜ ବାଥ୍ ଦେବା ହିଁ ଉଚିତ
01:49 ସ୍ପଞ୍ଜ ବାଥ୍ କିପରି ଦିଆଯାଏ, ଆସନ୍ତୁ ଦେଖିବା
01:53 ଆରମ୍ଭ କରିବା ପୂର୍ବରୁ ଏହା ସୁନିଶ୍ଚିତ କରନ୍ତୁ ଯେ, ଝରକାଗୁଡ଼ିକ ବନ୍ଦ ଅଛି ଏବଂ ବଖରାଟି ପର୍ଯ୍ୟାପ୍ତ ଗରମ ଅଛି
02:00 ସ୍ପଞ୍ଜ ବାଥ୍ ଦେବା ପୂର୍ବରୁ ବହୁତ ନରମ, ସଫା ଓ ଛୋଟ କପଡ଼ାକୁ ପାଖରେ ରଖନ୍ତୁ
02:07 ଶିଶୁକୁ ଏକ ସୁରକ୍ଷିତ, ସମତଳ ସ୍ଥାନରେ ରଖନ୍ତୁ
02:12 ଚଟାଣ ସବୁଠାରୁ ସୁରକ୍ଷିତ ଅଟେ
02:15 ଶିଶୁକୁ କୌଣସି ଉଚ୍ଚ ସ୍ଥାନରେ ରଖନ୍ତୁ ନାହିଁ
02:19 ଗାଧୋଇବା ପାଇଁ ଥିବା ପାଣିର ତାପମାତ୍ରା 37 ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହୋଇନଥିବା ଦରକାର
02:26 ମା’ ନିଜର କହୁଣୀ କିମ୍ୱା କଚଟି ବ୍ୟବହାର କରି ପାଣିର ତାପମାତ୍ରାକୁ ଯାଞ୍ଚ କରିନେବେ
02:32 ଗାଧୋଇବାବେଳେ, ସଫା କରିବା ପାଇଁ ପ୍ରଥମେ ସାବୁନ ପାଣିର ବ୍ୟବହାର କରନ୍ତୁ
02:37 ସାବୁନ ପାଣି ତିଆରି କରିବା ପାଇଁ ସର୍ବଦା ଏକ ସୌମ୍ୟ, ରଙ୍ଗହୀନ ଓ ଗନ୍ଧହୀନ ସାବୁନ କିମ୍ୱା ବେବୀ ସୋପ୍ ବ୍ୟବହାର କରନ୍ତୁ
02:45 ତା’ପରେ, ସଫା ପାଣିରେ ସାବୁନକୁ କାଢ଼ିଦିଅନ୍ତୁ
02:50 ଛୋଟ, ନରମ କପଡ଼ାକୁ ପାଣିରେ ବୁଡ଼ାନ୍ତୁ ଏବଂ ଅଧିକ ପାଣିକୁ ଚିପୁଡ଼ି କାଢ଼ିଦିଅନ୍ତୁ
02:56 ଏବେ, ଶିଶୁର ଆଖିକୁ ଭିତର କୋଣରୁ ବାହାରକୁ ପୋଛନ୍ତୁ
03:02 ସେହି ସମାନ କପଡ଼ାରେ ଶରୀରର ଅନ୍ୟ ଭାଗ ପୋଛନ୍ତୁ ନାହିଁ
03:06 ସର୍ବଦା ଏକ ତାଜା ଓ ନରମ କପଡ଼ା ଦ୍ୱାରା ଶରୀରର ଅଙ୍ଗ ସଫା କରନ୍ତୁ
03:12 ଶରୀରର କୁଞ୍ଚନ,

କାଖ, କାନ ପଛପଟ,

03:18 ବେକ ଚାରିପଟ,

ହାତ ଓ ଗୋଡ଼ ଆଙ୍ଗୁଠି ସନ୍ଧି ଏବଂ ଗୁପ୍ତାଙ୍ଗ ସ୍ଥାନ ମଧ୍ୟ ସଫା କରିବାକୁ ଭୁଲନ୍ତୁ ନାହିଁ

03:25 ଆମେ ସ୍ପଞ୍ଜ ବାଥ୍ ବିଷୟରେ ଆଲୋଚନା କରିସାରିଲେ, ଏବେ ଆସନ୍ତୁ ନିୟମିତ ଗାଧୁଆ ବିଷୟରେ ଜାଣିବା
03:31 ମନେରଖନ୍ତୁ, ସମସ୍ତ ସୁସ୍ଥ ଶିଶୁଙ୍କୁ ଗର୍ଭନାଡ଼ ଝଡ଼ିଯିବା ପରେ ହିଁ ନିୟମିତ ଗାଧୁଆ ଦିଆଯିବା ଉଚିତ
03:39 ନିୟମିତ ଗାଧୁଆ ସମୟରେ, ଯଦି ଆପଣ ଗୋଟିଏ ବାଥ୍ ଟବ୍ ବ୍ୟବହାର କରୁଥା’ନ୍ତି, ତେବେ ପ୍ରଥମେ ତାହାକୁ 2 ଇଞ୍ଚ ପର୍ଯ୍ୟନ୍ତ ସାବୁନ ପାଣିରେ ଭରିଦିଅନ୍ତୁ
03:48 ସାବୁନ ପାଣି ତିଆରି କରିବା ପାଇଁ ସର୍ବଦା ଏକ ସୌମ୍ୟ, ରଙ୍ଗହୀନ ଓ ଗନ୍ଧହୀନ ସାବୁନ କିମ୍ୱା ବେବୀ ସୋପ୍ ବ୍ୟବହାର କରନ୍ତୁ, ଯେପରି ପୂର୍ବରୁ ବର୍ଣ୍ଣନା କରାଯାଇଛି
03:58 ତାଜା ପାଣି ଥିବା ଅନ୍ୟ ଏକ ବାଥ୍ ଟବ୍ ପ୍ରସ୍ତୁତ ରଖନ୍ତୁ
04:03 ତା’ପରେ, ଉଭୟ ଟବ୍‌ରେ ଥିବା ପାଣିର ତାପମାତ୍ରାକୁ ନିଜର କହୁଣୀ ଦ୍ୱାରା ଯାଞ୍ଚ କରନ୍ତୁ
04:09 ପାଣିର ତାପମାତ୍ରା ସହ ସନ୍ତୁଷ୍ଟ ହେବା ପରେ, ଶିଶୁକୁ ବହୁ ସାବଧାନତାପୂର୍ବକ ସାବୁନ ପାଣି ଥିବା ଟବ୍‌ରେ ରଖନ୍ତୁ,

ତା’ ମୁଣ୍ଡକୁ ସବୁବେଳେ ଧରି ରଖିଥା’ନ୍ତୁ

04:22 ଶିଶୁଟି ବାଥ୍ ଟବ୍‌ରେ ଥିବାବେଳେ ଅତିରିକ୍ତ ପାଣି ମିଶାନ୍ତୁ ନାହିଁ
04:27 ଆରମ୍ଭ କରିବା ପାଇଁ, ପ୍ରଥମେ ଗନ୍ଧହୀନ ଓ ରଙ୍ଗହୀନ ବେବୀ ଶେମ୍ପୂ କିମ୍ୱା ସାବୁନ ବ୍ୟବହାର କରି ଶିଶୁର ମୁଣ୍ଡକୁ ଧୁଅନ୍ତୁ
04:35 ତା’ପରେ, କୋମଳ ଭାବେ ତାଜା ପାଣିରେ ସାବୁନକୁ ଧୋଇଦିଅନ୍ତୁ
04:39 ଏବେ, କୁଞ୍ଚନ ଓ ନିତମ୍ୱ ସମେତ ସମଗ୍ର ଶରୀରକୁ ସଫା କରନ୍ତୁ, ଯାହା ସବୁଠାରୁ ସଂକ୍ରମିତ ସ୍ଥାନ ଅଟେ
04:47 ଶେଷରେ, ସମଗ୍ର ଶରୀରକୁ ତାଜା ପାଣିରେ ଧୋଇଦିଅନ୍ତୁ
04:53 ଅନ୍ୟ ପକ୍ଷରେ - ଯଦି ମା’ କିମ୍ୱା ଧାଈ, ଶିଶୁକୁ ପରମ୍ପରାଗତ ଭାରତୀୟ ପ୍ରଣାଳୀରେ ଗାଧୋଇବାକୁ ଚାହାନ୍ତି, ତେବେ ଗୋଡ଼ଗୁଡ଼ିକୁ ପରସ୍ପର ସମାନ୍ତରାଳରେ ରଖି ଚଟାଣରେ ବସନ୍ତୁ
05:06 ତା’ପରେ, ଶିଶୁକୁ ନିଜ ଗୋଡ଼ରେ ରଖନ୍ତୁ
05:09 ଶିଶୁର ମୁଣ୍ଡ ମା’ କିମ୍ୱା ଧାଈଙ୍କ ପାଦ ଆଡ଼କୁ ରହିବା ଉଚିତ
05:14 ଶିଶୁର ପାଦ ମା’ କିମ୍ୱା ଧାଈଙ୍କ ତଳିପେଟ ପାଖରେ ରହିବା ଦରକାର
05:20 ଏବେ, ଶିଶୁଟି ଗାଧୋଇବା ପାଇଁ ସଠିକ୍ ସ୍ଥିତିରେ ଅଛି
05:24 ଗାଧୋଇସାରିବା ପରେ, ଶିଶୁକୁ ତୁରନ୍ତ ନରମ ଓ ସଫା ଟାୱେଲ୍ ସାହାଯ୍ୟରେ ପୋଛିଦିଅନ୍ତୁ
05:30 ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି କୁଞ୍ଚନଗୁଡ଼ିକୁ ପୋଛିବା ଭୁଲନ୍ତୁ ନାହିଁ
05:35 ଟାଲକମ୍ କିମ୍ୱା ବେବୀ ପାଉଡର୍ ମଧ୍ୟ ବ୍ୟବହାର କରନ୍ତୁ ନାହିଁ
05:40 ବେବୀ ପାଉଡର୍, ନବଜାତଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଉପୁଜାଇପାରେ
05:45 ଆଖିରେ ସୁରମା କିମ୍ୱା କଳା ଆଦୌ ଲଗାନ୍ତୁ ନାହିଁ
05:49 ସୁରମା କିମ୍ୱା କଳା ଲଗାଇଲେ, ତାହା ବିଷାକ୍ତ ହୋଇଯାଇପାରେ ଏବଂ ନବଜାତଙ୍କଠାରେ ସଂକ୍ରମଣ ହୋଇପାରେ
05:56 ଏହା ଜାଣିରଖିବା ଉଚିତ ଯେ, ପାହାଡ଼ିଆ କିମ୍ୱା ଥଣ୍ଡା ଅଞ୍ଚଳରେ ରହୁଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ନିଆଯିବା ଉଚିତ
06:04 ଏହିଭଳି ସ୍ଥାନରେ ଥିବା ଶିଶୁମାନଙ୍କୁ, ଗର୍ଭନାଡ଼ ଝଡ଼ିବା ପୂର୍ବରୁ ଦୈନିକ ସ୍ପଞ୍ଜ ବାଥ୍ ଦିଆଯାଇପାରେ
06:11 ହେଲେ, ଶିଶୁକୁ ପୋଛିବାର ତୁରନ୍ତୁ ପରେ, ମା’ କିମ୍ୱା ଧାଈ ଶିଶୁକୁ ଚର୍ମ ସ୍ପର୍ଶ ଦେବା ଦରକାର
06:20 ଏହା, ଶିଶୁଠାରେ ନିମ୍ନ ଶରୀର ତାପମାତ୍ରାର ଆଶଂକାକୁ ହ୍ରାସ କରିବ
06:25 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସପ୍ତାହକୁ ଦୁଇଥର ଶେମ୍ପୂ କରାଯିବା ଉଚିତ
06:30 ଦୈନିକ ଶେମ୍ପୂ କରନ୍ତୁ ନାହିଁ, ଏହା ଖପୁରୀକୁ ଶୁଖାଇଦେବ
06:35 ଶିଶୁର ଖପୁରୀରେ ଚୋପା ଛଡ଼ା ଦାଗ ବା ବଡ଼ା ଭଳି ହୋଇଯାଇପାରେ, ଏହାକୁ କ୍ରେଡଲ୍ କ୍ୟାପ୍ କୁହାଯାଏ
06:45 ଏହି ଦାଗ ବା ବଡ଼ା ଚାରିପଟେ ଲାଲିମା ଦେଖାଦେଇପାରେ
06:50 ଧ୍ୟାନ ଦିଅନ୍ତୁ ଯେ, କ୍ରେଡଲ୍ କ୍ୟାପ୍‌କୁ ନେଇ ଚିନ୍ତା କରିବାର କିଛି ନାହିଁ
06:54 ତାହା ନିଜକୁ ନିଜେ ଚାଲିଯିବ, ଚିକିତ୍ସାର କୌଣସି ଆବଶ୍ୟକତା ନାହିଁ
06:59 ଚୋପାଗୁଡ଼ିକୁ ନରମ କରିବା ପାଇଁ ବେବୀ ଅଏଲ୍ ସାହାଯ୍ୟ କରିପାରେ
07:04 ତେଲ ଲଗାଇବା ସମୟରେ, ଚୋପାଗୁଡ଼ିକରେ କେବଳ ଅଳ୍ପ ପରିମାଣ ଘଷନ୍ତୁ
07:09 ଅଧିକ ତେଲ ସେହି ଅବସ୍ଥାକୁ ଆହୁରି ଖରାପ କରିଦେଇପାରେ
07:12 ତା’ପରେ, ଘଣ୍ଟେ-ଦୁଇ ଘଣ୍ଟା ମଧ୍ୟରେ ଏକ ହାଲୁକା ଲୁହ-ମୁକ୍ତ ବେବୀ ଶେମ୍ପୂ ସାହାଯ୍ୟରେ ଶିଶୁର ଚୁଟିକୁ ଧୋଇଦିଅନ୍ତୁ
07:20 ଧୋଇବାର ଘଣ୍ଟେ ପରେ, ଅଧିକ ଗଠନକୁ ଏଡ଼ାଇବା ପାଇଁ ନରମ ଭାବରେ ଚୋପାଗୁଡ଼ିକୁ ବ୍ରଶ୍ କରି ବାଢ଼ିଦିଅନ୍ତୁ
07:27 କେବେବି ଚୋପାଗୁଡ଼ିକୁ ଟାଣିକରି କାଢ଼ନ୍ତୁ ନାହିଁ, ଏହା ଖପୁରୀରେ ଖଣ୍ଡିଆ କରିଦେବ ଓ ଅଧିକ ସଂକ୍ରମଣ ହେବ
07:33 ଏଥିସହିତ ଆମେ "ନବଜାତକୁ କିପରି ଗାଧୋଇବେ" ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Pradeep