Difference between revisions of "Health-and-Nutrition/C2/Hand-expression-of-breastmilk/Oriya"

From Script | Spoken-Tutorial
Jump to: navigation, search
Line 51: Line 51:
 
|01:05
 
|01:05
 
| ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା
 
| ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା
 
  
 
|-
 
|-
Line 157: Line 156:
 
|04:00
 
|04:00
 
| ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ
 
| ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ
 
  
 
|-
 
|-

Revision as of 17:40, 27 August 2019

Time
Narration
00:01 ନମସ୍କାର,"ସ୍ତନ କ୍ଷୀରକୁ ହାତରେ କାଢ଼ିବା” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ସ୍ତନରୁ କ୍ଷୀର କାଢ଼ିବା ଦ୍ଵାରା ମିଳୁଥିବା ଉପକାର
00:11 ହାତ ସାହାଯ୍ୟରେ କିପରି ସ୍ତନର କ୍ଷୀର କାଢ଼ିବେ ଏବଂ
00:15 ଜଣେ ମା’ କେତେ ଥର ସ୍ତନରୁ କ୍ଷୀର କାଢ଼ିପାରିବେ, ସେହି ବିଷୟରେ ଜାଣିବା
00:20 ସ୍ତନରୁ କ୍ଷୀର କାଢ଼ିବା ଦ୍ୱାରା ସ୍ତନ କଠିନତାରୁ ମୁକ୍ତି ମିଳିଥାଏ;
00:25 ଚୁଚୁକ ଓ ତାହା ଚାରିପଟ ଗାଢ଼ କଳା ଅଂଶ ଚର୍ମରେ ଦେଖା ଯାଉଥିବା ଶୁଷ୍କତାର ଚିକିତ୍ସା;
00:31 ଲାଚିଂ ସମୟରେ ମା’ଙ୍କର ଯନ୍ତ୍ରଣାଦାୟକ ଚୁଚୁକରୁ ଶିଶୁକୁ ଖୁଆଇବା
00:38 ମା’ଙ୍କ ସ୍ତନରେ କ୍ଷୀରର ପରିମାଣ ବଢ଼ାଇବା କିମ୍ବା ବଜାୟ ରଖିବା;
00:42 ମା’ କାମକୁ ବାହାରିବାବେଳେ ଶିଶୁ ପାଇଁ କ୍ଷୀର ଉପଲବ୍ଧ କରାଇବା;
00:49 ଚୁଚୁକ ଚାରିପଟ ଗାଢ଼ କଳା ଅଂଶକୁ ନରମ କରି ଶିଶୁକୁ ସମ୍ପୂର୍ଣ୍ଣ ସ୍ତନ ସହ ସଂଯୁକ୍ତ କରିବା;
00:56 ଅନ୍ୟ ସ୍ତନରୁ କ୍ଷୀର ଦେବା ପୂର୍ବରୁ, ପ୍ରଥମ ସ୍ତନରୁ ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଖାଇ ସାରିଛି କି ନାହିଁ ଦେଖିବା
01:05 ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା
01:14 ତଥା ନିମ୍ନଲିଖିତ ଶିଶୁମାନଙ୍କୁ କ୍ଷୀର ଖାଇବାରେ ସାହାଯ୍ୟ କରନ୍ତୁ – ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ
01:18 ଅସୁସ୍ଥ ଥିବା ଶିଶୁ
01:20 ଦୁର୍ବଳ ମାଂସପେଶୀ ଥିବା ଶିଶୁ
01:22 ଗ୍ରହଣ ଖଣ୍ଡିଆ କିମ୍ବା/ଏବଂ ପ୍ୟାଲେଟ୍ ଥିବା ଶିଶୁ
01:27 ଏବଂ ସ୍ତନ ସହ ଗଭୀର ଭାବେ ଲାଚ୍ ହୋଇପାରୁନଥିବା ଶିଶୁମାନଙ୍କୁ
01:32 ଏବେ, ସ୍ତନରୁ କ୍ଷୀର କିପରି କଢ଼ାଯାଏ, ଚାଲନ୍ତୁ ଶିଖିବା
01:37 ହାତରେ ସ୍ତନରୁ କ୍ଷୀର କାଢ଼ିବା ସବୁଠାରୁ ଭଲ ମାର୍ଗ ଭାବରେ ପରାମର୍ଶ ଦିଆଯାଇଥାଏ
01:44 କାରଣ, ଏହି ଉପାୟରେ ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶରେ କମ୍ ଚାପ ପଡ଼ିଥାଏ
01:51 ଏଥିପାଇଁ କୌଣସି ଉପକରଣର ଆବଶ୍ୟକତା ନଥିବାରୁ, ମା’ ଏହାକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କରିପାରିବେ
02:00 ଅଭ୍ୟାସ ଦ୍ୱାରା ହାତ ସାହାଯ୍ୟରେ କ୍ଷୀର କାଢ଼ିବା କୌଶଳରେ ଉନ୍ନତି ଆସିଥାଏ
02:08 ସ୍ତନଗୁଡ଼ିକ ନରମ ଥିବା ସମୟରେ ହାତରେ କ୍ଷୀର କାଢ଼ିବା ସହଜ ହୋଇଥାଏ
02:13 ତେଣୁ, ମା’ ଏହି କୌଶଳକୁ ପ୍ରସବର ଦିନେ - ଦୁଇ ଦିନ ପରେ ଶିଖିନେବା ଦରକାର
02:21 ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ କ୍ଷୀର ସଂଗ୍ରହ କରିବା ପାଇଁ ମା’ ନିଜ ପାଖରେ ଗୋଟିଏ ଷ୍ଟିଲ୍ କିମ୍ବା କାଚ ପାତ୍ର ରଖିବେ
02:29 ଏଥିପାଇଁ ଗୋଟିଏ କପ୍, ଗ୍ଲାସ୍, ଜଗ୍ କିମ୍ବା ଚଉଡ଼ା ମୁହଁ ଥିବା ଜାର୍ ଭଲ
02:36 ପାତ୍ରଟିକୁ ସାବୁନ୍ ଓ ପାଣିରେ ପ୍ରଥମେ ଧୁଆଯିବ
02:41 ଏହାପରେ, ପାତ୍ରକୁ ଫୁଟନ୍ତା ପାଣିରେ ରଖିବେ କିମ୍ବା ପାତ୍ରରେ ଫୁଟା ପାଣି ରଖି କିଛି ସମୟ ପାଇଁ ଛାଡ଼ିବେ
02:52 ତା’ପରେ, ତାହାକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ଛାଡ଼ିବେ କିମ୍ବା ଗୋଟିଏ ଅବ୍ୟବହୃତ ସଫା କନାରେ ପୋଛି ଶୁଖାଇବେ
03:02 ପାତ୍ରକୁ କଦାପି ବ୍ୟବହୃତ କପଡ଼ାରେ ପୋଛିବେ ନାହିଁ, ଯେପରି ରୋଷେଇ ଘରେ ବ୍ୟବହାର ହେଉଥିବା କପଡ଼ା
03:10 ପାତ୍ରଟି ସମ୍ପୂର୍ଣ୍ଣ ଶୁଖିବା ପରେ, ପରବର୍ତ୍ତୀ କାମ ହେଉଛି ସ୍ତନରୁ କ୍ଷୀରକୁ ପାତ୍ରରେ କାଢ଼ିବା
03:17 କ୍ଷୀର ବାହାରିବାକୁ ସହଜ କରିବା ପାଇଁ ମା’ଙ୍କୁ ଶାନ୍ତ ମନରେ ଶିଶୁ ବିଷୟରେ ଚିନ୍ତା କରିବା ଦରକାର
03:26 ମା’ ନିମ୍ନଲିଖିତ କାମ କରିପାରିବେ:

ସେ ଶାନ୍ତ ଭାବେ ଓ ଏକାନ୍ତରେ କିମ୍ବା ଜଣେ ଘନିଷ୍ଠ ବନ୍ଧୁଙ୍କ ସହିତ ବସିବେ

03:34 କିଛି ମା’ ସ୍ତନରୁ କ୍ଷୀର କାଢ଼ୁଥିବା ଅନ୍ୟ ମା’ମାନଙ୍କ ଗ୍ରୁପ୍‌ରେ ରହି ସହଜରେ କ୍ଷୀର କାଢ଼ିପାରିବେ
03:41 ନିଜ ସହିତ ସ୍ପର୍ଶ ହେଉଥିବା ଅବସ୍ଥାରେ ସେ ନିଜର ଶିଶୁକୁ କୋଳରେ ଧରିପାରିବେ
03:46 କିମ୍ବା ସେ ନିଜର ଶିଶୁକୁ ଦେଖିପାରିବେ କିମ୍ବା ତା’ର ଶବ୍ଦ ଶୁଣିପାରିବେ
03:53 ବେଳେବେଳେ ଶିଶୁର କେବଳ ଫଟୋକୁ ଦେଖିବା କିମ୍ବା ତା’ର କପଡ଼ା ଶୁଙ୍ଘିବା ଦ୍ଵାରା ମଧ୍ୟ କାମ ସହଜ ହୋଇଥାଏ
04:00 ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ
04:12 କ୍ଷୀରର କ୍ଷରଣକୁ ସହଜ କରିବା ପାଇଁ ସେ ନିଜର ସ୍ତନକୁ ଉଷୁମ ମଧ୍ୟ କରିପାରିବେ
04:17 ଯେଉଁଥିପାଇଁ ସେ ଗରମ ପାଣିରେ ଭିଜା ହୋଇଥିବା କପଡ଼ାକୁ ନିଜର ସ୍ତନ ଉପରେ ରଖିପାରିବେ କିମ୍ବା ଉଷୁମ ପାଣିରେ ଗାଧୋଇବେ
04:28 ସେ ନିଜର ଚୁଚୁକକୁ ଏବଂ ତା’ ଚାରିପଟେ ଥିବା ଗାଢ଼ କଳା ଅଂଶକୁ ହାଲୁକା ଭାବେ ଟାଣି କିମ୍ବା ନିଜ ଆଙ୍ଗୁଠି ଦ୍ଵାରା ଦଳି, ଉତ୍ତେଜିତ କରିପାରିବେ
04:38 ସେ ଗୋଲ୍ ଗୋଲ୍ କରି ନିଜର ସ୍ତନକୁ ହାଲୁକା ଭାବେ ମାଲିସ୍ କରିପାରିବେ
04:44 ମା’ ନିଜର ପିଠିକୁ ମାଲିସ୍ କରିବା ପାଇଁ ଅନ୍ୟଙ୍କ ସାହାଯ୍ୟ ନେଇପାରିବେ
04:47 ନିଜର ପିଠି ମାଲିସ୍ ପାଇଁ ମା’ ତଳେ ଏବଂ ଆଗକୁ ଝୁଙ୍କି କରି ବସିବେ,
04:53 ସାମ୍ନା ଟେବୁଲ ଉପରେ ନିଜର ବାହୁ ଦୁଇଟିକୁ ପରସ୍ପର ସହିତ ଯୋଡ଼ିକରି ରଖିବେ ଏବଂ ସେହି ବାହୁ ଉପରେ ନିଜର ମୁଣ୍ଡକୁ ରଖିବେ
05:01 ନିଜର ସ୍ତନ ଉପରୁ ଲୁଗା କାଢ଼ିଦେବେ ଏବଂ ଖୋଲା ଛାଡ଼ିଦେବେ
05:07 ସହାୟକ, ମା’ଙ୍କ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ମାଲିସ୍ କରିବେ
05:12 ସେ ନିଜର ବୁଢ଼ା ଆଙ୍ଗୁଠି ଆଗକୁ ବାହାର କରିବା ସହିତ ବନ୍ଦ ହୋଇଥିବା ମୁଠାକୁ ବ୍ୟବହାର କରିବେ
05:17 ସେ ନିଜର ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଶକ୍ତ ଭାବେ ଦାବି ଗୋଲ୍ ଗୋଲ୍ ଚାଳନା କରିବେ
05:25 ସେ ନିଜର ମେରୁଦଣ୍ଡର ଉଭୟ ପଟେ ଏକା ସାଙ୍ଗରେ ମାଲିସ୍ କରିବା ସହ ଏହା ବେକଠାରୁ ଆରମ୍ଭ କରି କାନ୍ଧର ଡେଣା ପର୍ଯ୍ୟନ୍ତ ହେବା ଆବଶ୍ୟକ
05:34 ସେ ଏହାକୁ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ କରିବା ଆବଶ୍ୟକ
05:38 ଉପରୋକ୍ତ ସମସ୍ତ କାର୍ଯ୍ୟ ସ୍ତନରୁ କ୍ଷୀର କ୍ଷରଣ କରିବାରେ ସାହଯ୍ୟ କରିବ
05:43 ସ୍ତନରୁ ଏହି କ୍ଷୀର କ୍ଷରଣ ହେବା ପ୍ରକ୍ରିୟାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା ଲେଟ୍ ଡାଉନ୍ ରିଫ୍ଲେକ୍ସ କୁହାଯାଏ
05:51 ଅକ୍ସିଟୋସିନ୍ ରିଫ୍ଲେକ୍ସ ଆରମ୍ଭ ହେବା ପରେ ମା’ ନିଜର ହାତଗୁଡ଼ିକୁ ଭଲ ଭାବେ ଧୋଇବା ସହିତ ଶୁଖାଇବେ
05:59 ତା’ପରେ ମା’ ଆରାମରେ ବସିବେ
06:04 ସେ ସାମ୍ନାକୁ ସାମାନ୍ୟ ଝୁଙ୍କିକରି ବସିବେ
06:07 କ୍ଷୀର ସଂଗ୍ରହ ପାତ୍ରକୁ ସ୍ତନ ପାଖରେ ଧରିବେ
06:11 ଏବେ ସେ ନିଜର ସ୍ତନକୁ କଡ଼ ଆଡ଼ୁ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ C ଆକାରରେ ଧରିବେ
06:20 ଯେକୌଣସି ସ୍ତନ ପାଇଁ ସେ ଯେକୌଣସି ହାତ ବ୍ୟବହାର କରିପାରିବେ ଏବଂ ପ୍ରଥମ ହାତ ଥକିଗଲେ ସେ ଅନ୍ୟ ହାତ ବ୍ୟବହାର କରିପାରିବେ
06:29 ସ୍ତନକୁ ଧରିବା ବେଳେ ତାଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପରି ଭାଗରେ ରହିବ
06:35 ଏବଂ ତାଙ୍କର ଆଙ୍ଗୁଠିଗୁଡ଼ିକ ବୁଢ଼ା ଆଙ୍ଗୁଠିର ବିପରୀତ ଦିଗରେ ସ୍ତନର ନିମ୍ନ ଭାଗରେ ରହିବ
06:42 ତାଙ୍କର ବୁଡା ଆଙ୍ଗୁଠି, ଚୁଚୁକ ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଗୋଟିଏ ସିଧାରେ ରହିବା ଦରକାର
06:48 ଏବଂ ଚୁଚୁକ, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ରହିବା ଆବଶ୍ୟକ
06:54 ତାଙ୍କର ଚୁଚୁକ ଓ ବୁଢ଼ା ଆଙ୍ଗୁଠି ଏବଂ ଚୁଚୁକ ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ଦୁଇ ଆଙ୍ଗୁଳିର ବ୍ୟବଧାନ ରହିବ
07:04 ଯଦି ଆଙ୍ଗୁଠିଗୁଡ଼ିକ ଚୁଚୁକର ଅତି ନିକଟରେ ରୁହନ୍ତି, ତେବେ କ୍ଷୀର ବହୁ ସମୟ ପର୍ଯ୍ୟନ୍ତ ବାହାରିନପାରେ
07:10 ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ ତଳକୁ ଚାପିଲେ ଅଧିକ କ୍ଷୀର ବାହାରିପାରିବ
07:19 ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ନିଜର ଡାହାଣ ହାତରେ ଧରିଛନ୍ତି
07:27 ଏବେ ଲଗାତାର ହାଲୁକା ଚାପ ଦେଇ ସ୍ତନକୁ ଛାତି ଆଡ଼କୁ ଭିତରକୁ ଚାପନ୍ତୁ
07:36 ତା’ପରେ, ହାତକୁ ନ କାଢ଼ି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ସ୍ତନକୁ ଧୀରେ ଧୀରେ ଚାପନ୍ତୁ
07:44 ଏବଂ ସ୍ତନ ଉପରୁ ଚାପ ହଟାଇଦିଅନ୍ତୁ
07:48 ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବା ଉଚିତ -

ପଛକୁ ଦାବିବା, ହାଲୁକା ଭାବେ ଚାପିବା ଓ ଛାଡ଼ିଦେବା

07:56 ଛାତି ଆଡ଼କୁ ଦାବିବାର ପ୍ରଥମ ସୋପାନ ଜରୁରୀ ଅଟେ
08:02 କେବଳ ଚୁଚୁକ ଆଡ଼କୁ ଚାପିବା ଦ୍ଵାରା ବହୁତ କମ୍ କ୍ଷୀର ମିଳିଥାଏ
08:07 କିନ୍ତୁ, ସ୍ତନକୁ ପଛ ଆଡ଼କୁ ଚାପ ଦିଆଗଲେ, ଗହନ ସ୍ତନ ଟିସୁରେ ଥିବା କ୍ଷୀର ବାହାରିଥାଏ
08:15 କିନ୍ତୁ, ବେଶୀ ଭିତରକୁ ଚାପନ୍ତୁ ନାହିଁ, କାରଣ ଏଥିରୁ କ୍ଷୀର ଧାରଗୁଡ଼ିକ ଅଟକିପାରେ
08:23 ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଆରମ୍ଭ କରିବା ସମୟରେ ପ୍ରଥମେ ଅଳ୍ପ କିଛି ବୁନ୍ଦା ହିଁ ବାହାରିଥାଏ
08:30 ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବା ସହିତ କ୍ଷୀର ବାହାରିବା ଆରମ୍ଭ ହୋଇଯାଏ
08:36 ପ୍ରଥମ ଚେଷ୍ଟାରେ ଠୋପା ଠୋପା କିମ୍ବା ଧୀରେ କ୍ଷୀର ବାହାରିବା ସାଧାରଣ କଥା ଅଟେ
08:42 ପରେ କ୍ଷୀରର ଧାର ବାହାରିଥାଏ. ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଏପରି ଏକ କଳା ଅଟେ, ଯାହା ଅଭ୍ୟାସ ଦ୍ଵାରା ସମ୍ଭବ ହୋଇଥାଏ
08:53 ଜନ୍ମ ପରର ପ୍ରଥମ କ୍ଷୀର କୋଲଷ୍ଟ୍ରମ୍, ଯାହା ବୁନ୍ଦା ବୁନ୍ଦା ହୋଇ ବାହାରିଥାଏ, କିନ୍ତୁ ନବଜାତ ପାଇଁ ଯଥେଷ୍ଟ ଅଟେ
09:01 ବହଳିଆ, ହଳଦିଆ କ୍ଷୀରରେ ଶିଶୁ ପାଇଁ ପ୍ରଚୁର ପରିମାଣରେ ପ୍ରତିରକ୍ଷା ଉପାଦାନ ରହିଥାଏ
09:08 କ୍ଷୀର ବାହାରିବା କମ ହୋଇ ବୁନ୍ଦାରେ ପରିଣତ ହେବା ପର୍ଯ୍ୟନ୍ତ ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବେ
09:16 ତା’ପରେ, ସ୍ତନର ଅନ୍ୟ ଭାଗରୁ କ୍ଷୀର କାଢ଼ିବା ପାଇଁ ସେ ନିଜର ଆଙ୍ଗୁଠିଗୁଡ଼ିକର ସ୍ଥାନ ବଦଳାଇବେ
09:23 ସ୍ତନର କେଉଁ ଅଂଶରେ କ୍ଷୀର ଅଛି, ତାହା ଅନୁଭବ କରି ସେହି ସ୍ଥାନଗୁଡ଼ିକରେ ଚାପ ଦେବେ
09:30 କ୍ଷୀର ବାହାରିବା କମ ନ ହେବା ଯାଏଁ ତାଙ୍କୁ ଗୋଟିଏ ସ୍ତନରୁ ଅତିକମରେ 3ରୁ 5 ମିନିଟ୍ ପର୍ଯ୍ୟନ୍ତ କ୍ଷୀର କାଢ଼ିବାକୁ ପଡ଼ିବ
09:38 ତା’ପରେ, ସେ ଅନ୍ୟ ସ୍ତନର ସମସ୍ତ କ୍ଷେତ୍ରରୁ ପୂର୍ବଭଳି କ୍ଷୀର କାଢ଼ିବେ
09:45 ଏବଂ ତା’ପରେ, ଦ୍ଵିତୀୟ ଥର ପାଇଁ ସେ ପୁନର୍ବାର ଉଭୟ ସ୍ତନରୁ କ୍ଷୀର କାଢ଼ିବେ
09:51 ସ୍ତନଗୁଡ଼ିକରୁ ଯଥେଷ୍ଟ କ୍ଷୀର କାଢ଼ିବା ପାଇଁ 20ରୁ 30 ମିନିଟ ସମୟ ଲାଗିବ
09:57 ପ୍ରଥମ କିଛି ଦିନ ଏଥିପାଇଁ ବେଶୀ ସମୟ ଲାଗିପାରେ ଏବଂ ଅଳ୍ପ କ୍ଷୀର ମଧ୍ୟ ବାହାରିପାରେ
10:07 ଅଳ୍ପ ସମୟ ମଧ୍ୟରେ କ୍ଷୀର କାଢ଼ିବା ପାଇଁ ଚେଷ୍ଟା କରନ୍ତୁ ନାହିଁ
10:12 ମନେରଖନ୍ତୁ, ସ୍ତନରୁ ହାତରେ କ୍ଷୀର କାଢ଼ିବାରେ କଷ୍ଟ ହୁଏ ନାହିଁ. ଯଦି କଷ୍ଟ ହେଉଛି ତେବେ କରିବା ଶୈଳୀରେ କିଛି ଭୁଲ ରହିଛି
10:21 ସ୍ତନର ଟିସୁଗୁଡ଼ିକ ଅତି ସୂକ୍ଷ୍ମ ଅଟନ୍ତି
10:24 ଆଙ୍ଗୁଠିଗୁଡ଼ିକୁ ଚର୍ମ ଉପରୁ ଚୁଚୁକ ଆଡ଼କୁ ଘଷନ୍ତୁ, ଖସାନ୍ତୁ କିମ୍ବା ଠେଲନ୍ତୁ ନାହିଁ. ଏହା ଦ୍ଵାରା ସ୍ତନରେ କ୍ଷତ ହୋଇପାରେ
10:36 ଚୁଚୁକ ଚାରିପଟ ଗାଢ଼ କଳା ଅଂଶର ଚର୍ମକୁ ଚିପନ୍ତୁ ନାହିଁ କିମ୍ବା ଭିଡ଼ନ୍ତୁ ନାହିଁ
10:42 ଚୁଚୁକକୁ ଚିପନ୍ତୁ ନାହିଁ କିମ୍ବା ଦବାନ୍ତୁ ନାହିଁ
10:46 ଚୁଚୁକକୁ ଚାପିଲେ କିମ୍ବା ଟାଣିଲେ ଅଧିକ କ୍ଷୀର ବାହାରିବ ନାହିଁ
10:51 ଏହା କେବଳ ଶିଶୁ ଚୁଚୁକକୁ ଚୁଚୁମିବା ସହ ସମାନ ହେବ
10:57 କ୍ଷୀର କାଢ଼ିସାରିବା ପରେ ପାତ୍ରଟିକୁ ଗୋଟିଏ ସଫା କପଡ଼ା କିମ୍ବା ପ୍ଲେଟ୍ ଦ୍ଵାରା ଘୋଡ଼ାଇଦିଅନ୍ତୁ
11:04 ତା’ପରେ, ପରେ ବ୍ୟବହାର କରିବା ପାଇଁ କ୍ଷୀରକୁ ଗୋଟିଏ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ
11:09 କ୍ଷୀରକୁ ସୁରକ୍ଷିତ ଭାବେ ରଖିବା ଏବଂ ଶିଶୁକୁ ସେହି କ୍ଷୀରକୁ ଖୁଆଇବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
11:19 ଏବେ, ମା’ କେତେ ଥର କ୍ଷୀର କାଢ଼ିବା ଦରକାର ତାହା ଆଲୋଚନା କରିବା
11:24 ଯଦି ଏହାର ଉଦ୍ଦେଶ୍ୟ କ୍ଷୀର ଉତ୍ପାଦନକୁ ଆରମ୍ଭ କରିବା କିମ୍ୱା ମାତ୍ରାକୁ ବଜାୟ ରଖିବା

କିମ୍ବା ଅଳ୍ପ ଓଜନ ବା ଅସୁସ୍ଥ ନବଜାତକୁ ସ୍ତନ୍ୟପାନ କରାଇବା ଅଟେ, ତେବେ -

11:35 ପ୍ରସବ ପରେ ତୁରନ୍ତ ହିଁ କ୍ଷୀର କାଢ଼ିଦେବା ଆରମ୍ଭ କରିବା ଦରକାର
11:40 ପ୍ରଥମେ କୋଲଷ୍ଟ୍ରମ୍‌ର କେବଳ କିଛି ବୁନ୍ଦା ବାହାରିପାରେ
11:45 ସ୍ତନରୁ କ୍ଷୀର ବାହାରିବାରେ ଏହା ସାହାଯ୍ୟ କରିଥାଏ
11:48 ଏହା, ପ୍ରସବ ପରେ ଶିଶୁ ସ୍ତନ ଚୁଚୁମିବା ସହ ସମାନ ଅଟେ
11:54 ମା’ ଯେତେ ସମ୍ଭବ ସେତେ କ୍ଷୀର କାଢ଼ିବା ଆବଶ୍ୟକ ଏବଂ ଯେତେଥର ତାଙ୍କର ଶିଶୁ ସ୍ତନ୍ୟପାନ କରାଇପାରିବେ
12:02 ଏହାକୁ, ରାତି ସମେତ ପ୍ରତି 2ରୁ 3 ଘଣ୍ଟାରେ କରିବା ଆବଶ୍ୟକ
12:08 ଯଦି କ୍ଷୀର ବାହାର କରିବା ବ୍ୟବଧାନ ଅଧିକ ହୁଏ, ତେବେ ଯଥେଷ୍ଟ କ୍ଷୀର ଉତ୍ପାଦନ ହୋଇପାରିବ ନାହିଁ
12:16 ତା’ପରେ, ଯଦି ଉଦ୍ଦେଶ୍ୟ ମା’ଙ୍କର କ୍ଷୀରର ପରିମାଣ ବୃଦ୍ଧି କରିବା ଅଟେ ଏବଂ କିଛି ସପ୍ତାହ ପରେ ଏହାର ମାତ୍ରା ହ୍ରାସ ହେଉଥିବା ମନେହୁଏ:
12:25 ଶିଶୁକୁ ସ୍ତନ୍ୟପାନ କରାଇସାରିବା ପରେ ପ୍ରତି 1ରୁ 2 ଘଣ୍ଟା ମଧ୍ୟରେ ସେ ସ୍ତନରୁ କ୍ଷୀର କାଢ଼ିଦେବେ ଏବଂ
12:33 ଯଦି ଶିଶୁ 3 ଘଣ୍ଟାରୁ ଅଧିକ ସମୟ ଶୋଇବ ବୋଲି ଭାବନ୍ତି, ତେବେ ସ୍ତନ୍ୟପାନ ମଧ୍ୟରେ କ୍ଷୀର କାଢ଼ିଦିଅନ୍ତୁ
12:43 ସ୍ତନ କଠିନତା କିମ୍ବା କାର୍ଯ୍ୟସ୍ଥଳୀରେ କ୍ଷୀର ବାହାରି ଯିବା ଭଳି ଲକ୍ଷଣରୁ ମୁକ୍ତି ପାଇବା ଯଦି ଉଦ୍ଦେଶ୍ୟ ହୁଏ,

ତେବେ ମା’ ଯେତିକି ଆବଶ୍ୟକ କେବଳ ସେତିକି କାଢ଼ିବେ

12:53 ଯଦି ଚୁଚୁକର ଚର୍ମକୁ ସୁସ୍ଥ ରଖିବା ଉଦ୍ଦେଶ୍ୟ ଥାଏ,

ତେବେ ଚୁଚୁକ ଉପରେ ଘଷିବା ପାଇଁ କିଛି ବୁନ୍ଦା କ୍ଷୀର କାଢ଼ନ୍ତୁ

13:02 ଏହାକୁ ସେ ଗାଧୋଇବା ପରେ ଏବଂ ସ୍ତନ୍ୟପାନ କରାଇବା ପରେ କରିବେ
13:07 ମା’ କାମରେ ବାହାରେ ରହିଥିବା ସମୟରେ ଶିଶୁ ପାଇଁ ଯଦି କ୍ଷୀର ରଖିବାକୁ ହୁଏ,
13:14 ତେବେ ତାଙ୍କୁ କାର୍ଯ୍ୟସ୍ଥଳୀରେ କ୍ଷୀର କାଢ଼ିନେବା ଆବଶ୍ୟକ
13:20 ଏବଂ କାମକୁ ଯିବା ପୂର୍ବରୁ କ୍ଷୀର କାଢ଼ି ଆୟା ପାଖରେ ରଖିଦେବା ଉଚିତ
13:29 ଯଦି ତାଙ୍କର ଫ୍ରୀଜ୍ ଥାଏ, ତେବେ ଏହା କରିବା ପାଇଁ କିଛି ସପ୍ତାହ ପୂର୍ବରୁ ଯୋଜନା କରିପାରିବେ
13:34 ସେ ଅଧିକ କ୍ଷୀର କାଢ଼ି ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ରଖିପାରିବେ
13:39 ଶିଶୁକୁ ସ୍ତନ୍ୟପାନ କରାଇବା ପରେ ମଧ୍ୟ ମା’ କ୍ଷୀର କାଢ଼ିପାରିବେ
13:44 ପ୍ରତ୍ୟେକ ଥର ଖୁଆଇବା ପାଇଁ ମା’ ପ୍ରାୟ 60 ରୁ 90 ମିଲିଲିଟର୍ କ୍ଷୀର ରଖିବା ଉଚିତ
13:51 ମା’ ବାହାରେ ଥିବା ସମୟରେ ଶିଶୁର ଆବଶ୍ୟକତା ଅନୁସାରେ ଅଧିକ କ୍ଷୀର ଦିଆଯାଇପାରିବ
13:57 ମନେରଖନ୍ତୁ, ଯେତେ ଥର ଆପଣ ହାତରେ କାଢ଼ିବେ, କ୍ଷୀର ବାହାରିବା ସେତେ ସହଜ ଓ ଶୀଘ୍ର ହେବ
14:07 ଏବଂ ମା’ଙ୍କଠାରେ ଅଧିକ କ୍ଷୀର ପ୍ରସ୍ତୁତ ହେବ
14:11 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep