Difference between revisions of "Health-and-Nutrition/C2/General-guidelines-for-Complementary-feeding/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Narration</center> |- | 00:02 | "ପରିପୂରକ ଆହାର ପାଇଁ ସାଧାରଣ ମାର୍ଗଦର୍ଶ...")
 
 
Line 351: Line 351:
 
| ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.  
 
| ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.  
 
ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି.  
 
ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି.  
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
  
 
|-
 
|-
 
|}
 
|}

Latest revision as of 08:28, 6 August 2020

Time
Narration
00:02 "ପରିପୂରକ ଆହାର ପାଇଁ ସାଧାରଣ ମାର୍ଗଦର୍ଶିକା” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଅଲରେ ଆମେ ନିମ୍ନ ବିଷୟରେ ଶିଖିବା
00:14 6 ମାସର ଶିଶୁ ପାଇଁ ପରିପୂରକ ଖାଦ୍ୟ ଆରମ୍ଭ କରିବାର ମହତ୍ତ୍ୱତା
00:19 ଏବଂ 24 ମାସର ଶିଶୁ ପାଇଁ ପରିପୂରକ ଆହାରର ମାର୍ଗଦର୍ଶିକା
00:27 ଆସନ୍ତୁ ଆରମ୍ଭ କରିବା
00:29 ଜନ୍ମରୁ 6 ମାସ ବୟସ ପର୍ଯ୍ୟନ୍ତ ଏକ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଦରକାର
00:37 6 ମାସର ଅର୍ଥ, ଶିଶୁ ଜୀବନର ଷଷ୍ଠ ମାସର ଆରମ୍ଭ ନୁହେଁ
00:45 ସେ ତା’ର ଷଷ୍ଠ ମାସ ସମ୍ପୂର୍ଣ୍ଣ କରିସାରିଥିବ ଏବଂ ତା’ ଜୀବନର ସପ୍ତମ ମାସ ଆରମ୍ଭ କରିଥିବ
00:52 ଏହି ବୟସରେ, କେବଳ ସ୍ତନ୍ୟପାନ ଶିଶୁ ପାଇଁ ପର୍ଯ୍ୟାପ୍ତ ହୋଇନଥାଏ
00:59 ସ୍ତନ୍ୟପାନ ସହିତ ଶିଶୁକୁ ପୁଷ୍ଟିକର ଘର ରନ୍ଧା ଖାଦ୍ୟ ଦେବା ଆବଶ୍ୟକ
01:06 ଏହି ଖାଦ୍ୟକୁ ପରିପୂରକ ଖାଦ୍ୟ କୁହାଯାଏ
01:11 ଶିଶୁକୁ ଏହା, 6 ମାସ ରୁ 24 ମାସ ପର୍ଯ୍ୟନ୍ତ ଦିଆଯିବା ଦରକାର
01:18 ଶିଶୁକୁ ଡେଙ୍ଗା, ସୁସ୍ଥ ଓ ବୁଦ୍ଧିମାନ କରିବାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ
01:26 6 ମାସ ବୟସରୁ ପରିପୂରକ ଆହାର ଆରମ୍ଭ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ
01:33 ଅନ୍ୟଥା, ଶିଶୁର ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି ହେବ
01:39 ପରବର୍ତ୍ତୀ ବୟସରେ ଶିଶୁ କଠିନ ଖାଦ୍ୟ ନ ଖାଇପାରିବାର ମଧ୍ୟ ସମ୍ଭାବନା ଅଛି
01:47 ମନେରଖନ୍ତୁ, ପରିପୂରକ ଖାଦ୍ୟ ସ୍ତନ୍ୟପାନକୁ ସହାୟତା କରିଥାଏ
01:53 ତେଣୁ, ଅତି କମରେ 2 ବର୍ଷ ବୟସ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବା ଉଚିତ
02:00 ପ୍ରକାର,
02:02 ଘନତା
02:04 ଓ ପରିପୂରକ ଖାଦ୍ୟର ପରିମାଣ, ଶିଶୁର ବୟସକୁ ନେଇ ଭିନ୍ନ ହୋଇଥାଏ
02:10 ପ୍ରତ୍ୟେକ ବୟସ ବର୍ଗ ପାଇଁ ନିର୍ଦ୍ଦିଷ୍ଟ ସୁପାରିସ ରହିଛି
02:16 ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଅଲରେ ସେଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରାଯାଇଛି
02:23 ଏବେ ଆସନ୍ତୁ ସବୁ ବୟସରେ ପରିପୂରକ ଆହାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ବିଷୟରେ ଆଲୋଚନା କରିବା
02:31 ଯେକୌଣସି ନୂଆ ଖାଦ୍ୟ ପ୍ରଥମେ ଶିଶୁକୁ ପୃଥକ ଭାବରେ ଦିଆଯିବା ଦରକାର
02:37 ପରେ ତାହାକୁ ଅନ୍ୟ ଖାଦ୍ୟ ସହିତ ମିଶାଇବା ଉଚିତ
02:42 ଶିଶୁର କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ପାଇଁ ଆଲର୍ଜୀ ଅଛି କି ନାହିଁ, ତାହା ଆକଳନ କରିବାରେ ଏହା ସାହାଯ୍ୟ କରିବ
02:48 ଭଲ ପୋଷଣ ପାଇଁ ବିଭିନ୍ନ ଖାଦ୍ୟ ଖାଇବା ଅତ୍ୟାବଶ୍ୟକ
02:54 ପ୍ରତ୍ୟେକ ଚତୁର୍ଥ ଦିନ, ଶିଶୁର ଆହାରରେ ଗୋଟିଏ ନୂଆ ଖାଦ୍ୟ ଯୋଡ଼ନ୍ତୁ
03:01 ପୂର୍ବରୁ ଦିଆଯାଇଥିବା ଖାଦ୍ୟ ସହିତ 1 ଟେବଲ ଚାମଚ ନୂଆ ଖାଦ୍ୟ ସହିତ ଆରମ୍ଭ କରନ୍ତୁ
03:08 ତା’ପରେ, ପ୍ରତ୍ୟେକ ଦିନ ଧୀରେ ଧୀରେ ତାହାର ପରିମାଣ ବଢ଼ାନ୍ତୁ
03:12 ସମସ୍ତ 8 ଟି ଖାଦ୍ୟ ବର୍ଗରୁ ପୋଷଣ ଭରା ଖାଦ୍ୟକୁ ଧୀରେ ଧୀରେ ମିଶାଇବା ଆବଶ୍ୟକ
03:20 ପ୍ରଥମ ଖାଦ୍ୟ ବର୍ଗ ହେଉଛି ଶସ୍ୟ, ମାଟିରୁ ବାହାରିଥିବା ପରିବା ଓ କନ୍ଦମୂଳ
03:27 ବିଭିନ୍ନ ପ୍ରକାର ଡାଲି, ମଞ୍ଜି ଓ ବାଦାମ ଦ୍ୱିତୀୟ ବର୍ଗରେ ରହିଛି
03:32 ତୃତୀୟ ବର୍ଗରେ ଦୁଗ୍ଧ ଜାତୀୟ ଉତ୍ପାଦ ରହିଛି
03:37 ଚତୁର୍ଥ ବର୍ଗରେ ମାଂସ, ମାଛ ଓ ଚିକେନ୍ ରହିଛି
03:42 ପଞ୍ଚମ ବର୍ଗରେ ଅଛି ଅଣ୍ଡା
03:46 ଭିଟାମିନ୍ A ସମୃଦ୍ଧ ଫଳ ଓ ପରିବା ଷଷ୍ଠ ବର୍ଗରେ ରହିଛି
03:52 ସପ୍ତମ ବର୍ଗରେ ରହିଛି ଅନ୍ୟାନ୍ୟ ଫଳ ଓ ପରିବା
03:57 ଶେଷରେ, ସ୍ତନ୍ୟପାନ ହେଉଛି ଅଷ୍ଟମ ବର୍ଗ, କିନ୍ତୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ
04:04 ଏହା ଅନ୍ୟ ଖାଦ୍ୟ ବର୍ଗ ସହିତ ପ୍ରତିଦିନ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ
04:11 ଶିଶୁର ଆହାରରେ ଏହି ସମସ୍ତ 8 ଟି ଖାଦ୍ୟ ବର୍ଗ ସାମିଲ ହେବା ନିହାତି ଦରକାର
04:17 ଯଦି ଶିଶୁର ଆହାରରେ ଏହି ବର୍ଗଗୁଡ଼ିକ ମଧ୍ୟରୁ 5 ରୁ କମ୍ ଥାଏ, ତେବେ ଏହା ଏକ ଭୟଙ୍କର ସମସ୍ୟା ଅଟେ
04:24 ଏହାକୁ ତୁରନ୍ତ ଠିକ କରିବା ଆବଶ୍ୟକ
04:28 କେତେକ ଶିଶୁ ଆଦୌ ସ୍ତନ କ୍ଷୀର ପାଆନ୍ତି ନାହିଁ
04:33 ପ୍ରତିଦିନ ଅବଶିଷ୍ଟ 7 ଟି ବର୍ଗର ଖାଦ୍ୟକୁ ସେମାନଙ୍କ ଆହାରରେ ଅନ୍ତର୍ଭୁକ୍ତ କରନ୍ତୁ
04:40 ଏହା ସହିତ, ସେମାନଙ୍କୁ 500 ମି.ଲି. ପଶୁ କ୍ଷୀର ଏବଂ ପ୍ରତିଦିନ 2 ଟି ଅତିରିକ୍ତ ଭୋଜନ ଦିଅନ୍ତୁ
04:49 ଶିଶୁକୁ ଖୁଆଇବା ପୂର୍ବରୁ ସର୍ବଦା ପଶୁ କ୍ଷୀରକୁ ଫୁଟାଇଦିଅନ୍ତୁ
04:55 ଏବେ, ଗୋଟିଏ ଶିଶୁର ଆହାରରେ ନୂଆ ଖାଦ୍ୟ ବର୍ଗ ଯୋଡ଼ିବାର କ୍ରମ ବିଷୟରେ ଆଲୋଚନା କରିବା
05:02 ସ୍ତନ୍ୟପାନ ସମେତ, ପ୍ରଥମ 5 ଟି ବର୍ଗରୁ ପରିପୂରକ ଖାଦ୍ୟ ଦେବା ଆରମ୍ଭ କରନ୍ତୁ
05:09 6 ମାସ ବୟସ ପରେ ଶିଶୁକୁ ଅଧିକ ପରିମାଣର ପୁଷ୍ଟିକର ଖାଦ୍ୟ ଆବଶ୍ୟକ ହୋଇଥାଏ
05:16 ହେଲେ, ପ୍ରାରମ୍ଭିକ ଦିନରେ ଦିଆଯାଇଥିବା ଖାଦ୍ୟର ପରିମାଣ କମ ଥାଏ
05:24 ତେଣୁ, ପ୍ରଥମ 5 ଟି ବର୍ଗରୁ ପୋଷଣରେ ଭରା ଖାଦ୍ୟ ଦିଆଯାଇପାରିବ
05:31 ଏହି ଖାଦ୍ୟଗୁଡ଼ିକରେ ପ୍ରୋଟିନ୍ ଓ ଉତ୍ତମ ଚର୍ବି ଭଳି ପୋଷକ ତତ୍ତ୍ୱ ଭରପୂର ଥାଏ
05:38 ଶିଶୁର ଉଚ୍ଚତା ଓ ମାଂସପେଶୀଜନିତ ବିକାଶ ପାଇଁ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅଟେ
05:45 ଶିଶୁର ମସ୍ତିଷ୍କ ବିକାଶ ପାଇଁ ଉତ୍ତମ ଚର୍ବି ଜରୁରୀ ହୋଇଥାଏ
05:50 ଏହି ଖାଦ୍ୟ ପରେ, ପରିବା ଓ ଫଳ ଦେବା ଆରମ୍ଭ କରନ୍ତୁ
05:57 ପନିପରିବା ଓ ଫଳଗୁଡ଼ିକରେ ଭିଟାମିନ୍ ଓ ମିନେରଲ୍ ଅଧିକ ଥାଏ
06:03 ହେଲେ, ସେଗୁଡ଼ିକ ପ୍ରଥମ 5 ଟି ବର୍ଗ ଭଳି ପ୍ରୋଟିନ୍ ଓ ଚର୍ବି ଭରା ନୁହେଁ
06:11 ତେଣୁ, ଓଜନ ସ୍ଥିରତା କିମ୍ବା ହ୍ରାସକୁ ଏଡ଼ାଇବା ପାଇଁ ସେଗୁଡ଼ିକ ପରେ ଆରମ୍ଭ କରାଯାଏ
06:18 ଆହୁରି ମଧ୍ୟ, ଫଳଗୁଡ଼ିକ ସ୍ୱାଦରେ ମିଠା ହୋଇଥାଏ
06:23 ମିଠା ସ୍ୱାଦ ପୂର୍ବରୁ ଶିଶୁକୁ ବିଭିନ୍ନ ପ୍ରକାର ସ୍ୱାଦ ଚାଖିବା ଜରୁରୀ
06:31 ବିଭିନ୍ନ ସ୍ୱାଦ ଚାଖିବା ଶିଶୁକୁ ଅଧିକ ଖାଦ୍ୟ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ
06:37 ପରେ ସେମାନେ ଖାଦ୍ୟ ବାଛିବାର ସମ୍ଭାବନାକୁ ଏହା କମ କରିଥାଏ
06:44 ତେଣୁ, ସମସ୍ତ ଅନ୍ୟ ପ୍ରକାରର ଖାଦ୍ୟ ଯୋଡ଼ିବା ପରେ ଶିଶୁର ଆହାରରେ ଫଳ ଯୋଡ଼ାଯାଏ
06:51 ଦିନକୁ ଥରେ କିମ୍ୱା ଦୁଇଥର ତାଜା, ଋତୁଗତ, ସ୍ଥାନୀୟ ଫଳ ଦେବା ପାଇଁ ସୁପାରିସ କରାଯାଏ
06:59 ନିୟମିତ ଖାଦ୍ୟ ପରେ ଫଳକୁ ମିଠା ଭାବରେ ଦିଆଯାଇପାରେ
07:05 ଶିଶୁର ନିୟମିତ ଖାଦ୍ୟରେ ଫଳ ଚକଟା ମିଶାଯିବା ଉଚିତ ନୁହେଁ
07:11 ଏହି ବୟସରେ ଫଳ ରସ ଦିଅନ୍ତୁ ନାହିଁ
07:16 ଏଥିରେ ଉଭୟ ଘର ତିଆରି ଓ ଦୋକାନରେ ମିଳୁଥିବା ଫଳ ରସ ଅନ୍ତର୍ଭୁକ୍ତ ଅଛି
07:23 ମନେରଖନ୍ତୁ, 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖନ୍ତୁ
07:28 ତାକୁ କଠିନ ଖାଦ୍ୟ ଦିଅନ୍ତୁ ନାହିଁ, ଯାହା ତା’ ତଣ୍ଟିରେ ଲାଗିବ
07:34 ଏହିଭଳି ଖାଦ୍ୟଗୁଡ଼ିକର ଉଦାହରଣ ହେଉଛି ଗୋଟା ବାଦାମ, ଅଙ୍ଗୁର, ଚଣା ଓ କଞ୍ଚା ଗାଜର ଖଣ୍ଡ
07:44 ସ୍ୱଚ୍ଛ ଭାବରେ ପ୍ରସ୍ତୁତ ସତେଜ ଘର ତିଆରି ଖାଦ୍ୟ ଶିଶୁ ପାଇଁ ସର୍ବୋତ୍ତମ ଅଟେ
07:51 ଯଦି ଶିଶୁର ଖାଦ୍ୟକୁ ସଂରକ୍ଷଣ କରିବାକୁ ହୁଏ, ତେବେ ଦୟାକରି ସୁରକ୍ଷିତ ସଂରକ୍ଷଣ ଉପରେ ଥିବା ଆମ ଟ୍ୟୁଟୋରିଅଲ୍ ଦେଖନ୍ତୁ
07:57 ଶିଶୁ ଖାଦ୍ୟର ନିରାପଦ ପ୍ରସ୍ତୁତି ଓ ପରିବେଷଣ ମଧ୍ୟ ସମାନ ଟ୍ୟୁଟୋରିଅଲରେ ଆଲୋଚନା କରାଯାଇଛି
08:06 ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବ୍ ସାଇଟକୁ ଯାଆନ୍ତୁ
08:10 ଖାଦ୍ୟ ସହିତ, 6 ମାସରେ ଶିଶୁକୁ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ମଧ୍ୟ ଦିଆଯାଇପାରିବ
08:18 ଦିନକୁ ଦୁଇଥର କରି 30 ରୁ 60 ମି.ଲି. ପାଣିରୁ ଆରମ୍ଭ କରନ୍ତୁ
08:25 ଶିଶୁର ଦାବି ଅନୁସାରେ ଗରମ ଦିନରେ ଏହାକୁ ବଢ଼ାଇବା ଉଚିତ
08:31 ସ୍ତନ କ୍ଷୀର ଓ ପାଣି ଶିଶୁ ପାଇଁ ସବୁଠାରୁ ଭଲ
08:37 ହେଲେ, ତାହାକୁ ସଠିକ ସମୟରେ ଦିଆଯିବା ଦକରାର
08:42 ଭୋଜନ ପୂର୍ବରୁ ଶିଶୁକୁ ସ୍ତନ୍ୟପାନ କରାନ୍ତୁ ନାହିଁ କିମ୍ୱା ପାଣି ଦିଅନ୍ତୁ ନାହିଁ
08:48 ଗୋଟିଏ ଭୋକିଲା ଶିଶୁର ନୂଆ ଖାଦ୍ୟ ଚାଖିବାର ସମ୍ଭାବନା ଅଧିକ ଥାଏ
08:54 ଭୋଜନର 20 ରୁ 30 ମିନିଟ ପୂର୍ବରୁ କିମ୍ୱା ପରେ ସ୍ତନ୍ୟପାନ କରାଯାଇପାରିବ କିମ୍ୱା ପାଣି ଦିଆଯାଇପାରିବ
09:02 ଶିଶୁଟି ଭଲ ଭାବରେ ବଢ଼ିବା ପାଇଁ ପର୍ଯ୍ୟାପ୍ତ ପରିପୂରକ ଖାଦ୍ୟ ଆବଶ୍ୟକ ହୋଇଥାଏ
09:08 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep