Health-and-Nutrition/C2/Football-hold-for-breastfeeding/Oriya

From Script | Spoken-Tutorial
Revision as of 23:28, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, ଫୁଟବଲ୍ ଧରିବା ଉପାୟରେ ସ୍ତନ୍ୟପାନ କରାଇବା ଉପାୟ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା: ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ସକାଶେ ସଠିକ ଧରିବା ପଦ୍ଧତିକୁ ଚୟନ କରିବା,
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିବା
00:23 ଚାଲନ୍ତୁ ଆରମ୍ଭ କରିବା
00:24 ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ପଦ୍ଧତି ବ୍ୟବହାର କରନ୍ତି
00:31 ପୂର୍ବବର୍ତ୍ତି ଗୋଟିଏ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ଓ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଗୋଟିଏ ଯେଉଁଥିରେ -
00:41 ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋ‍ଇଥାଏ,
00:48 ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହୋ‍ଇଥାଏ ଏବଂ ଯଥେଷ୍ଟ କ୍ଷୀର ପ୍ରାପ୍ତ କରିଥାଏ
00:56 ଧାରଣ କରିବାର ପଦ୍ଧତିଗୁଡ଼ିକ ମଧ୍ୟରୁ ଫୁଟବଲ୍ ନାମକ ଗୋଟିଏ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା
01:01 ଫୁଟବଲ୍ ଧାରଣ ପଦ୍ଧତି ବେଶେଷକରି ସେହି ମା’ଙ୍କ ପାଇଁ ଦରକାରୀ ହୋ‍ଇଥାଏ, ଯାହାଙ୍କର ଅପରେସନ୍ ଦ୍ଵାରା ପ୍ରସବ ହୋ‍ଇଥାଏ,
01:08 ସ୍ତନର ଆକାର ବଡ଼ ହୋ‍ଇଥାଏ,
01:10 ଯିଏ ଛୋଟ ଶିଶୁ କିମ୍ବା ସମୟ ପୂର୍ବରୁ ପ୍ରସବ କରିଥାଆନ୍ତି କିମ୍ବା
01:14 ଯାଆଁଳା ଶିଶୁ ପ୍ରସବ କରିଥାଆନ୍ତି
01:15 ସର୍ବଦା ମନେରଖନ୍ତୁ: ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଜଣେ ମା’ ନିଜର ହାତକୁ ସଠିକତାର ସହ ସଫା କରିବା ସହିତ ଶୁଖାଇବା ଉଚିତ୍
01:22 ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍
01:27 ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ବାହାରି ଥାଏ
01:34 ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବଢ଼ାଇବା ଆବଶ୍ୟକ
01:38 ତା’ପରେ ଚାଲନ୍ତୁ ମା’ଙ୍କର ପୋଜିଶନ୍ ବିଷୟରେ ଆଲୋଚନା କରିବା
01:43 ମା’ ଚଟାଣ କିମ୍ବା ଖଟ ଉପରେ ଗୋଡ଼କୁ ଛନ୍ଦି ବସିବା ଆବଶ୍ୟକ
01:48 କିମ୍ବା ଗୋଟିଏ ଚୌକିରେ ବସିବା ସହିତ ପାଦକୁ ଚଟାଣରେ ସାମାନ୍ୟ ଭାବେ ରଖିବେ
01:51 ଯଦି ଚୌକି ଅଧିକ ଉଚ୍ଚ ହୋ‍ଇଥାଏ ଏବଂ ତାଙ୍କର ପାଦ ଚଟାଣ ପର୍ଯ୍ୟନ୍ତ ନ ପହଞ୍ଚେ ତେବେ, ସେ ନିଜର ପାଦକୁ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ଉପରେ ରଖିପାରିବେ
02:02 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ତାଙ୍କର ପିଠି ସିଧା ରହିଛି ବୋଲି ସେ ସୁନିଶ୍ଚିତ କରିବା ଉଚିତ୍,
02:09 ତାଙ୍କର କାନ୍ଧ ଆରାମ ଅବସ୍ଥାର ରହିଥିବ, ଉଚ୍ଚ କିମ୍ବା ବଙ୍କା ନ ଥିବ
02:13 ଏବଂ ସେ ସମ୍ପୂର୍ଣ୍ଣ ସ୍ତନ୍ୟପାନ ସମୟରେ ଏହି ଆରାମଦାୟକ ପୋଜିଶନ୍‍ରେ ରହିବେ
02:19 ମା’ ସେହି ସ୍ତନ କଡ଼ରେ 3 ରୁ 4ଟି ତକିଆ ରଖିବା ଉଚିତ୍, ଯେଉଁଥିରୁ ସେ ସ୍ତନ୍ୟପାନ କରାନ୍ତି
02:26 ସବୁଠାରୁ ଉପରେ ଥିବା ତକିଆ ଅନ୍ୟ ତକିଆଗୁଡ଼ିକ ଉପରେ ଏବଂ ମା’ଙ୍କର ଜଙ୍ଘ ଉପରେ କୋଣାକାର ପୋଜିଶନ୍‍ରେ ରଖିବା ଉଚିତ୍
02:32 ତା’ପରେ ମା’ ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ତା’କୁ କାଢ଼ିବା ଉଚିତ୍
02:38 ସେ ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ନ ପଡ଼େ ତାହା ସୁନିଶ୍ଚିତ କରିବା ଆବଶ୍ୟକ
02:45 ଆରାମରେ ବସିବା ପରେ ଶିଶୁକୁ ମା’ ନିକଟକୁ ଆଣନ୍ତୁ
02:49 ମା’ ଶିଶୁର ପିଠିକୁ ତକିଆଗୁଡ଼ିକ ଉପରେ ରଖିବା ଉଚିତ୍
02:53 ସେ ଶିଶୁର ମୁଣ୍ଡକୁ ସେହି ସମାନ ପାର୍ଶ୍ଵର ହାତ ଦ୍ଵାରା ଧରି ରଖିବା ଉଚିତ୍, ଯେଉଁ ପାର୍ଶ୍ଵର ସ୍ତନରୁ ସେ ସ୍ତନ୍ୟପାନ କରାଇବାକୁ ଚାହାନ୍ତି
03:01 ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ସେହି ସମାନ କାଖ ମଧ୍ୟରେ ରହିବା ଉଚିତ୍, ଯେଉଁ ହାତଟି ତକିଆ ଉପରେ ରହିଥାଏ
03:08 ମା’ ସେହି ସମାନ ହାତ ଏବଂ ନିଜ ଶିଶୁର ଗୋଡ଼ଗୁଡ଼ିକୁ ତକିଆ ଉପରେ ରଖିବା ଉଚିତ୍
03:13 ଛବିରେ ଦେଖାଯାଉଥିବା ମା’ ନିଜର ଶୁଶୁକୁ ନିଜର ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି
03:18 ତେଣୁ, ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ଡାହାଣପଟ କାଖ ମଧ୍ୟରେ ଅଛି
03:23 ସେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଏବଂ ଆଙ୍ଗୁଠିଗୁଡ଼ିକୁ ଶିଶୁ ମୁଣ୍ଡର ତଳ ଅଂଶକୁ ଧରିବା ପାଇଁ ବ୍ୟବହାର କରୁଛନ୍ତି
03:31 ମନେରଖନ୍ତୁ, ମା’ କଦାପି ନିଜର ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ନିକଟକୁ ଆଣିବା ଉଚିତ୍ ନୁହେଁ
03:37 ଏହା ଦ୍ଵାରା ସେ ଅସହଜ ଅନୁଭବ କରିବେ ଏବଂ ପିଠି ଯନ୍ତ୍ରଣାର କାରଣ ହେବ
03:42 ସେ ସର୍ବଦା ନିଜର ପିଠିକୁ ସିଧା ରଖିବା ଉଚିତ୍ ଏବଂ ସ୍ତନ ପାଖରେ ପହଞ୍ଚିବା ପାଇଁ ଶିଶୁକୁ ଉଠାଇ ଧରିବେ
03:48 ତା’ପରେ ଚାଲନ୍ତୁ ଆମେ ଶିଶୁର ମୁଣ୍ଡକୁ ଧରି ରଖିବା ପାଇଁ ମାଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ଦେଖିବା
03:56 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଗୋଟିଏ କାନ ପଛପଟେ ଏବଂ ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ
04:03 ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ସ୍ଥାନାନ୍ତର କରିବା ଉଚିତ୍ ନୁହେଁ
04:09 ତାଙ୍କର କଚଟି ଶିଶୁର କାନ୍ଧର ପଛ ହାଡ଼ ମଝିରେ ରହିବା ଉଚିତ୍
04:13 ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ୍ ନୁହେଁ. ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବା ସମୟରେ ଆରାମଦାୟକ ଅବସ୍ଥାରେ ରହିବ
04:23 ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ କିପରି ସଠିକ୍ ପୋଜିଶନ୍‍ରେ ରଖିବେ, ତାହା ଶିଖିବା
04:27 ଶିଶୁଟିର ମୁହଁ ମା’ଙ୍କ ମୁହଁ ସମ୍ମୁଖରେ ରହିବା ଉଚିତ୍
04:31 ଶିଶୁର ଶରୀର ମା’ଙ୍କ ଶରୀରରେ ସାମାନ୍ୟ ଚାପି ହୋ‍ଇରହିବା ଆବଶ୍ୟକ
04:36 ସେମାନଙ୍କ ଶରୀର ମଧ୍ୟରେ ଦୂରତା ଯେତେ କମ୍ ହେବ, ଶିଶୁଟିକୁ ସ୍ତନ ପାଖରେ ପହଞ୍ଚିବା ପାଇଁ ସେତିକି ସହଜ ହେବ
04:41 ଏବଂ ଏହା ଦ୍ଵାରା ନିବିଡ଼ତାର ସହ ସଂଯୁକ୍ତ ହେବା ପାଇଁ ଶିଶୁକୁ ସହଜ ହେବ
04:47 ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
04:51 ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରୁହନ୍ତି
04:57 ସେହିପରି ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
05:06 ଏହା ଦ୍ଵାରା ଶିଶୁଟିକୁ କ୍ଷୀର ଢୋଲିବାରେ ସହଜ ହୋ‍ଇଥାଏ
05:10 ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ପୋଜିଶନ୍‍ରେ ରଖିବା
05:16 ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ ଦେବା ଆବଶ୍ୟକ
05:22 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋ‍ଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
05:30 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍‌କୁ ଦେଖିବା
05:34 ଶିଶୁର ନାକ ସ୍ତନର ନିପଲ୍ ସହିତ ଗୋଟିଏ ଲାଇନ୍‍ରେ ରହିବା ଆବଶ୍ୟକ
05:39 ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ
05:44 ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋ‍ଇଥାଏ. ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ
05:55 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶ
06:00 ବର୍ତ୍ତମାନ ଶିଶୁଟି ସଠିକ୍ ପୋଜିଶନ୍‍ରେ ରହିଛି, ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା
06:07 ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ କଡ଼ରୁ C ପରି କପ୍ ଆକାରରେ ଧରି ରଖିବେ
06:15 ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିବେ
06:21 ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ନିପଲ୍‍କୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:30 ମା’ ଏହି ଘଣ୍ଟାର 12ଟା ବାଜିଥିବା ପୋଜିଶନ୍‍ରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍
06:35 ଯେତେବେଳେ ତାଙ୍କର ବାମ ତର୍ଜନି ଓ ମଧ୍ୟମା ଆଙ୍ଗୁଠି 6ଟା ବାଜିବା ପୋଜିଶନ୍‍ରେ ରହିବା ଉଚିତ୍
06:42 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ରହିଥିବା ଦିଗରେ ରହିବା ଆବଶ୍ୟକ
06:47 କାହିଁକି? ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:52 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲି ଖୋଲିଥାଏ
06:58 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲି ଧରି ରଖୁ
07:03 ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ରହିଥିବା ଦିଗରେ ରଖାଯାଇଛି
07:10 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‍କୁ ଭର୍ଟିକାଲି ଧରି ରଖିବା ତେବେ, ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
07:16 ସେହିପରି ଶିଶୁର ଓଠର କିପରି ଅଛି ଦେଖନ୍ତୁ
07:21 ଏଠାରେ ଓଠଗୁଡ଼ିକ ହରିଯଣ୍ଟାଲି ଅଛନ୍ତି
07:24 ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ ହରିଯଣ୍ଟାଲି ରହିବେ
07:32 ଏହା ଦ୍ଵାରା ଶିଶୁକୁ ନିମ୍ନ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ
07:39 ଶିଶୁର ଓଠ ରହିଥିବା ଦିଗରେ ରହିବା ବ୍ୟତିତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ନିପଲ୍‍ଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ
07:50 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା ତେବେ, ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
08:00 ଯଦି ଆମେ ଏହାକୁ ବହୁତ ଦୂରରୁ ଧରିବା ତେବେ, ଆମ ପାଟି ମଧ୍ୟରେ ଫିଟ୍ ହେବା ପାଇଁ ଏହା ସଠିକ୍ ଆକାରରେ ରହିବ ନାହିଁ
08:07 ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ
08:13 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ନିପଲ୍‍ଠାରୁ ତିନି ଆଙ୍ଗୁଠିର ଦୂରତା
08:21 ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ନିମ୍ନ ଅଂଶକୁ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦିଅନ୍ତି ନାହିଁ
08:31 ମା’ କେବଳ ନିପଲ୍‍ରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:36 ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନରେ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ


08:42 ଏବଂ, ଶିଶୁଟି ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସ୍ତନର ଆକାର ସଠିକ୍ ଅଟେ
08:50 ମନେରଖନ୍ତୁ- ମା’ଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପର ଭାଗରେ ରହିବା ଆବଶ୍ୟକ
08:55 ଏବଂ ଛବିରେ ଦେଖାଯାଇଥିବା ଭଳି ତାଙ୍କର 2ଟି ଆଙ୍ଗୁଠି ସ୍ତନର ନିମ୍ନ ଭାଗରେ ରହିବା ଆବଶ୍ୟକ
09:01 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
09:06 ବଡ଼ା ପାଓ କିମ୍ବା ବର୍ଗର୍‍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
09:12 ସେହିପରି, ମା’ ସ୍ତନକୁ କଡ଼ରୁ C ଆକାରରେ ଧରି ସାମାନ୍ୟ ଚାପ ବେବା ଆବଶ୍ୟକ
09:18 ଏହା ଦ୍ଵାରା ପିଲାକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ
09:23 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ କ‍ଇଁଚି ଆକାରରେ ଧରି ଚାପ ଦେବେ ନାହିଁ
09:30 କ‍ଇଁଚି ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
09:36 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ପ୍ରୟୋଗକୁ ମଧ୍ୟ ସୁନିଶ୍ଚିତ କରନ୍ତୁ
09:43 ଅନ୍ୟଥା, ନିପଲ୍ ଉପରକୁ କିମ୍ବା ତଳକୁ ସ୍ଥାନାନ୍ତର ହୋ‍ଇଯିବ ଏବଂ ଏହା ଦ୍ଵାରା ଭଲ ଆଟଚ୍‍ମେଣ୍ଟ ରହିବ ନାହିଁ
09:51 ବେଳେ ବେଳେ ମା’ ନିଜର ଶିଶୁକୁ ବିଭିନ୍ନ ପୋଜିଶନ୍‍ରେ ଧରିବାକୁ ପସନ୍ଦ କରିଥାଆନ୍ତି
09:56 ଏହି ଛବିରେ ଶିଶୁଟି ମା’ଙ୍କ ଆଡ଼କୁ ମୁହଁ କରିନାହିଁ
10:00 ଶିଶୁଟିର ମୁଣ୍ଡକୁ କଡ଼ରୁ ସ୍ତନ ନିକଟକୁ ଆଣନ୍ତୁ, ନିମ୍ନ ଆଡ଼ୁ ନୁହେଁ
10:07 ଏଠାରେ ଶିଶୁଟିର ଓଠଗୁଡ଼ିକ ଭର୍ଟିକାଲ୍ ପୋଜିଶନ୍‍ରେ ଅଛି. ତେଣୁ, ମା’ ସ୍ତନକୁ U ଆକାରରେ ଧରିବା ପାଇଁ ନିଜର ଆଙ୍ଗୁଠିଗୁଡ଼ିକୁ ଭର୍ଟିକାଲି ଏହା ଉପରେ ରଖିବେ
10:17 ମନେରଖନ୍ତୁ, ଯେକୌଣସି ସ୍ତନ୍ୟପାନର ପୋଜିଶନ୍ ପାଇଁ ସ୍ତନକୁ ଧରି ରଖୁଥିବା ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠର ଦିଗରେ ରହିବ
10:28 ବର୍ତ୍ତମାନ ଶିଶୁଟିକୁ ଫୁଟବଲ ଧରିବା ଉପାୟରେ ଧାରଣ କରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ଲାଚ୍ ହେବା ସକାଶେ ପ୍ରସ୍ତୁତ ଅଟେ
10:34 ଲାଚିଂର ସଠିକ୍ କୌଶଳକୁ ଏହି ସମାନ ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି
10:41 ଶିଶୁଟି ଥରେ ସଠିକତାର ସହ ଲାଚ୍ ହେବା ପରେ ଏବଂ ଯଦି ସ୍ତନ ଅତ୍ୟଧିକ ବଡ଼ ଓ ଓଜନିଆ ହୋ‍ଇ ନ ଥାଏ ତେବେ ମା’ ସ୍ତନକୁ ହାତରୁ କାଢ଼ି ଦେବା ସହିତ ସେହି ହାତଟିକୁ ଫ୍ରୀ ଛାଡ଼ିଦେବେ
10:53 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
10:57 ଏହି ଟ୍ୟୁଟୋରିଆଲ୍‍ରେ ଆମେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତି,
11:04 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିଲେ
11:12 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
11:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ
11:26 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
11:30 ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
11:38 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ଅଟେ
11:44 ଏହି ଟ୍ୟୁଟୋରିଆଲ୍‍ର ଡୋମେନ୍ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି
11:50 ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଶୀତଲ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ତସ୍ନୀମ୍ ଶେଖ୍, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep