Health-and-Nutrition/C2/Cross-cradle-hold/Oriya

From Script | Spoken-Tutorial
Revision as of 23:26, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, ସ୍ତନ୍ୟପାନ ପାଇଁ କ୍ରସ୍ କ୍ରାଡଲ୍ ହୋଲ୍ଡ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା – ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଧରିବାର ସଠିକ୍ ପଦ୍ଧତିର ଚୟନ,
00:16 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ
00:20 କ୍ରସ୍ କ୍ରାଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାକୁ ପ୍ରର୍ଯ୍ୟାୟକ୍ରମେ ଜାଣିବା
00:24 ଚାଲନ୍ତୁ ଆରମ୍ଭ କରିବା
00:26 ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି
00:32 ମା’ ଓ ତା’ଙ୍କର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ,
00:43 ଶିଶୁଟି ମା’ଙ୍କର ସ୍ତନ ଆଡ଼କୁ ସମ୍ପୂର୍ଣ୍ଣ ଭାବେ ଲାଗି ରହିବା ପାଇଁ ସକ୍ଷମ ହେଉଥିବ
00:48 ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ
00:51 ଚାଲନ୍ତୁ, ଏହି ଧରିବା ପଦ୍ଧତି ମଧ୍ୟରୁ କ୍ରସ୍ କ୍ରାଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା
00:56 ଧରିବା ପଦ୍ଧତି ମଧ୍ୟରେ କ୍ରସ୍ କ୍ରାଡଲ୍ ସବୁଠାରୁ ଭଲ ଅଟେ, ଯାହା ଦ୍ଵାରା ଶିଶୁର ଶରୀର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିଥାଏ,

ସ୍ତନକୁ ସପୋର୍ଟ ମିଳିଥାଏ ଏବଂ ଭଲ ଭାବେ ଧରି ହୋ‍ଇଥାଏ

01:06 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜର ହାତକୁ ଠିକ୍ ଭାବରେ ଧୋ‍ଇ, ଶୁଖାଇବା ଉଚିତ୍
01:12 ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବା ଉଚିତ୍
01:16 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋ‍ଇଥାଏ
01:24 ତେଣୁ, ସେମାନଙ୍କର ଦୈନିକ ପାଣି ପିଇବା ପରିମାଣରେ ବୃଦ୍ଧି ହେବା ଆବଶ୍ୟକ
01:29 ତା’ପରେ, ଚାଲନ୍ତୁ ମା’ଙ୍କର ପୋଜିଶନ୍ ବିଷୟରେ ଆଲୋଚନା କରିବା
01:33 ମା’ ଚଟାଣରେ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ
01:38 କିମ୍ବା ଗୋଟିଏ ଚୌକିରେ ଗୋଡ଼କୁ ସିଧାକରି ବସିବେ
01:43 ଯଦି ଚୌକିର ଉଚ୍ଚତା ଅଧିକ ହୋ‍ଇଥାଏ ଏବଂ ପାଦ ଚଟାଣରେ ନ ଲାଗିବା ସ୍ଥଳେ, ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖି ତାଉପରେ ପାଦ ରଖିପାରିବେ
01:54 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ନିଶ୍ଚିତ ରୂପେ ସିଧା ହୋ‍ଇ ବସନ୍ତୁ,
02:03 ତାଙ୍କର କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋ‍ଇ ରହିବ ନାହିଁ
02:08 ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
02:13 ମା’ ଯେଉଁ ସ୍ତନରୁ ଶିଶୁକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ
02:19 ନିଜର ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
02:26 ଆରାମରେ ବସିବା ପରେ, ଶିଶୁଟିକୁ ମା’ ପାଖକୁ ଆଣନ୍ତୁ
02:31 ମା’ କ୍ଷୀର ଖୁଆଇବାକୁ ଚାହୁଁଥିବା ସ୍ତନର ବିପରୀତ ପାର୍ଶ୍ଵର ହାତ ସାହାଯ୍ୟରେ ଶିଶୁର ମୁଣ୍ଡକୁ ଧରିବେ
02:39 ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ସମାନ ହାତର ବାହୁ ତଳେ ଛନ୍ଦି ହୋ‍ଇ ରହିବା ଉଚିତ୍
02:45 ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. ତେଣୁ ଶିଶୁର ଗୋଡ଼ ବାମ ହାତର ବାହୁ ତଳେ ଛନ୍ଦି ହୋ‍ଇରହିଛି
02:57 ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଧରି ରଖିବା ପାଇଁ ସେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରୁଛନ୍ତି
03:05 ଯଦି ଶିଶୁଟିକୁ ଧରିବା ପାଇଁ ମା’ ଅତିରିକ୍ତ ସହାୟତା ଆବଶ୍ୟକ କରନ୍ତି ତେବେ, ସେ ଶିଶୁର ପଛ ପଟେ ନିଜର କୋଳ ଉପରେ ଗୋଟିଏ ତକିଆ ରଖିପାରିବେ
03:15 ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
03:21 ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
03:26 ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ନିଜର ସ୍ତନ ପ୍ରତି ଶିଶୁକୁ ଢଳେଇକରି ରଖିବେ
03:33 ତା’ପରେ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‌କୁ ଦେଖିବା
03:39 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଗୋଟିଏ କାନ ତଳେ ଓ ବାକି ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ତଳେ ରହିବ
03:46 ସେ କଦାପି ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ ଶିଶୁର କାନ ତଳୁ କାଢ଼ିନେଇ ବେକରେ ରଖିବେ ନାହିଁ
03:52 ତାଙ୍କର କଚଟି ଶିଶୁର କାନ୍ଧର ପଛ ହାଡ଼ ମଝିରେ ରହିବା ଉଚିତ୍
03:56 ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ୍ ନୁହେଁ
04:04 ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବା ସମୟରେ ଆରାମଦାୟକ ଅବସ୍ଥାରେ ରହିବ
04:08 ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ କିପରି ସଠିକ୍ ପୋଜିସନ୍‍ରେ ରଖିବେ, ତାହା ଶିଖିବା
04:15 ଶିଶୁର ପେଟ ମା’ଙ୍କ ଶରୀରରେ ସାମାନ୍ୟ ଚାପି ହୋ‍ଇରହିବା ଆବଶ୍ୟକ
04:20 ସେମାନଙ୍କ ଶରୀର ମଧ୍ୟରେ ଦୂରତା ଯେତେ କମ୍ ହେବ, ଶିଶୁଟିକୁ ସ୍ତନ ପାଖରେ ପହଞ୍ଚିବା ସେତିକି ସହଜ ହେବ
04:26 ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
04:32 ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
04:37 ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରୁହନ୍ତି
04:43 କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ବେଳେ ବେଳେ ଅନେକ ମା’ମାନଙ୍କ ଦ୍ଵାରା ଶିଶୁର ମୁଣ୍ଡ କଡ଼କୁ ଢଳିଯାଇଥାଏ
04:50 ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବାରେ ଅସୁବିଧା ହୋ‍ଇଥାଏ
04:55 ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
05:01 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋ‍ଇଥାଏ
05:05 ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ପୋଜିଶନ୍‍ରେ ରଖିବା
05:10 ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ ଦେବା ଆବଶ୍ୟକ
05:14 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋ‍ଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
05:22 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍‌କୁ ଦେଖିବା
05:28 ଶିଶୁର ନାକ ସ୍ତନର ଅଗ୍ରଭାଗ ସହିତ ଗୋଟିଏ ଲାଇନ୍‍ରେ ରହିବ
05:33 ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ
05:38 ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋ‍ଇଥାଏ
05:45 ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ
05:51 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ସ୍ତନର ଅଗ୍ରଭାଗର ଚାରିପଟେ ଥିବା ଗାଢ଼ କଳା ଅଂଶ
05:57 ବର୍ତ୍ତମାନ ଶିଶୁଟି ସଠିକ୍ ପୋଜିଶନ୍‍ରେ ରହିଛି, ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା
06:04 ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ
06:12 ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ଡାହାଣ ହାତକୁ ବ୍ୟବହାର କରିବେ
06:19 ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ଅଗ୍ରଭାଗକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:31 ମା’ ଏହି ଘଣ୍ଟାରେ 9ଟା ବାଜିଥିବା ପୋଜିଶନ୍‍ରେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍
06:38 ତାଙ୍କର ଡାହାଣ ତର୍ଜନି ଓ ମଧ୍ୟମା ଆଙ୍ଗୁଠି 3ଟା ବାଜିବା ପୋଜିଶନ୍‍ରେ ରହିବା ଉଚିତ୍
06:46 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋ‍ଇ ରହିବା ଆବଶ୍ୟକ

କାହିଁକି?

06:51 ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:56 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ପାଟି ଓ ଓଠ ହରିଯଣ୍ଟାଲି ଖୋଲିଥାଏ
07:02 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲି ଧରି ରଖୁ
07:08 ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି
07:12 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‍କୁ ଭର୍ଟିକାଲି ଧରି ରଖିବା ତେବେ, ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
07:19 ସେହିପରି ଶିଶୁର ଓଠର ଡାଇରେକ୍ସନ୍‍କୁ ଦେଖନ୍ତୁ
07:25 ଏଠାରେ ଓଠଗୁଡ଼ିକ ଭର୍ଟିକାଲି ଅଛନ୍ତି. ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକାଲି ରହିବେ
07:34 ଏହା ଦ୍ଵାରା ଶିଶୁକୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ
07:39 ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତିତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ
07:50 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା ତେବେ, ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
08:00 ଯଦି ଆମେ ଏହାକୁ ବହୁତ ଦୂରରୁ ଧରିବା ତେବେ, ଆମ ପାଟି ମଧ୍ୟରେ ଫିଟ୍ ହେବା ପାଇଁ ଏହା ସଠିକ୍ ଆକାରରେ ରହିବ ନାହିଁ
08:07 ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ
08:12 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠିର ଦୂରତା
08:20 ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
08:29 ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:35 ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନରେ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ
08:42 ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ ଅଟେ
08:49 ମା’ଙ୍କର ବୁଢ଼ା ଆଙ୍ଗୁଠି ସେହି ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ନାକ ରହିଥିବ
08:59 ଏବଂ ତାଙ୍କର ଦୁଇଟି ଆଙ୍ଗୁଠି ସେହି ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ଓଠ ରହିଥିବ
09:09 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
09:13 ବଡ଼ା ପାଓ କିମ୍ବା ବର୍ଗର୍‍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
09:21 ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ବେବା ଆବଶ୍ୟକ
09:28 ଏହା ଦ୍ଵାରା ଶିଶୁକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ
09:34 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ
09:39 V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
09:45 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
09:52 ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ସ୍ଥାନାନ୍ତର ହୋ‍ଇଯିବ ଏବଂ ଏହା ଦ୍ଵାରା ଭଲ ଆଟଚ୍‍ମେଣ୍ଟ ରହିବ ନାହିଁ
10:00 ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ
10:08 ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ
10:12 ବର୍ତ୍ତମାନ ଶିଶୁଟି କ୍ରସ୍ କ୍ରାଡଲ୍ ହୋଲ୍ଡରେ ରହିଛି ଏବଂ ଶିଶୁଟି ସୁରକ୍ଷିତ ଭାବେ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ ଅଟେ
10:18 ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ସମାନ ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି
10:24 ଶିଶୁଟିକୁ ଥରେ ସଠିକତାର ସହ ଦୃଢ଼ ଭାବେ ଧରି ରଖିଲେ ଏବଂ ଯଦି ସ୍ତନ ଅଧିକ ଓଜନ ନ ହୋ‍ଇଥାଏ ତେବେ ମା’ ସ୍ତନକୁ ହାତରୁ ଛାଡିଦେବା ଆବଶ୍ୟକ ଏବଂ ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ପଟେ ରଖନ୍ତୁ
10:40 ଏହି ପୋଜିଶନ୍‍ରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଆବଶ୍ୟକ
10:46 ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ
10:50 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
10:54 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିଲେ, ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଧରିବାର ସଠିକ୍ ପଦ୍ଧତି ଚୟନ କରିବା,
11:03 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ କ୍ରସ୍ କ୍ରାଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାକୁ ପ୍ରର୍ଯ୍ୟାୟକ୍ରମେ କରିବା


11:09 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
11:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ
11:23 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
11:28 ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
11:34 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ
11:39 ଏହି ଟ୍ୟୁଟୋରିଆଲ୍‍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି
11:45 ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଶୀତଲ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ତସ୍ନୀମ୍ ଶେଖ୍, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep