Difference between revisions of "Health-and-Nutrition/C2/Cross-cradle-hold/Oriya"

From Script | Spoken-Tutorial
Jump to: navigation, search
 
Line 404: Line 404:
 
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
 
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
  
 +
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|-
 
|-
|10:54
+
|}
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତି ଚୟନ କରିବା,
+
 
+
|-
+
|11:03
+
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟା ପ୍ରର୍ଯ୍ୟାୟ
+
 
+
|-
+
|11:09
+
| ଏହି ଟ୍ୟୁଟୋରିଆଲ, ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
+
 
+
|-
+
|11:15
+
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
+
 
+
|-
+
|11:23
+
| ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
+
 
+
|-
+
|11:28
+
| ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
+
 
+
|-
+
|11:34
+
| ଏହି ଟ୍ୟୁଟୋରିଆଲ୍, “ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟ”ର ଏକ ଅଂଶ
+
 
+
|-
+
|11:39
+
| ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
+
 
+
|-
+
|11:45
+
| ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+

Latest revision as of 13:25, 4 August 2020

Time Narration
00:01 ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରସ୍ କ୍ରେଡଲ୍ ହୋଲ୍ଡ” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା – ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ,
00:16 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ
00:20 କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ
00:24 ଚାଲନ୍ତୁ ଆରମ୍ଭ କରିବା
00:26 ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି
00:32 ଜଣେ ମା’ଙ୍କ ପାଇଁ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ,
00:43 ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ
00:48 ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ
00:51 ଚାଲନ୍ତୁ, ଆମେ କ୍ରସ୍ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା
00:56 କ୍ରସ୍ କ୍ରେଡଲ୍ ଦ୍ଵାରା ଶିଶୁର ଶରୀର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିଥାଏ,

ସ୍ତନକୁ ସପୋର୍ଟ ମିଳିଥାଏ ଏବଂ ଶିଶୁ ସ୍ତନ ସହିତ ଭଲ ଭାବରେ ଲାଗି ରହିପାରେ

01:06 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜର ହାତକୁ ଭଲ ଭାବରେ ଧୋଇ ଶୁଖାଇବା ଉଚିତ
01:12 ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା ଉଚିତ
01:16 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ
01:24 ତେଣୁ, ସେମାନଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ
01:29 ଏବେ, ମା’ଙ୍କ ବସିବା ସ୍ଥିତି ବିଷୟରେ ଆଲୋଚନା କରିବା
01:33 ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ
01:38 କିମ୍ବା ଚଟାଣରେ ସମ୍ପୂର୍ଣ୍ଣ ପାଦକୁ ଲଗାଇ ଗୋଟିଏ ଚୌକିରେ ବସିବେ
01:43 ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ
01:54 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ,
02:03 କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ
02:08 ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
02:13 ମା’ ଯେଉଁ ସ୍ତନରୁ ଶିଶୁକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ
02:19 ନିଜର ବ୍ରା କିମ୍ବା ବ୍ଲାଉଜ୍‌ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
02:26 ଆରାମରେ ବସିବା ପରେ, ଶିଶୁଟିକୁ ମା’ ପାଖକୁ ଆଣନ୍ତୁ
02:31 ମା’ କ୍ଷୀର ଖୁଆଇବାକୁ ଚାହୁଁଥିବା ସ୍ତନର ବିପରୀତ ପାର୍ଶ୍ଵର ହାତ ସାହାଯ୍ୟରେ ଶିଶୁର ମୁଣ୍ଡକୁ ଧରିବେ
02:39 ଶିଶୁର ଗୋଡ଼ଗୁଡ଼ିକୁ ମା’ଙ୍କର ସେହି ହାତ ତଳେ ରଖନ୍ତୁ
02:45 ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. ତେଣୁ, ଶିଶୁର ଗୋଡ଼ ବାମ ହାତ ତଳେ ରହିଛି
02:57 ସେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଧରିଛନ୍ତି
03:05 ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ
03:15 ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
03:21 ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
03:26 ସେ ସର୍ବଦା ନିଜର ପିଠିକୁ ସିଧା ରଖିବେ ଏବଂ ଶିଶୁକୁ ଉଠାଇ ନିଜର ସ୍ତନ ପର୍ଯ୍ୟନ୍ତ ଆଣିବେ
03:33 ତା’ପରେ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ଦେଖିବା
03:39 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଗୋଟିଏ କାନ ତଳେ ଓ ବାକି ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ତଳେ ରହିବ
03:46 ସେ କଦାପି ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ ଶିଶୁର କାନ ତଳୁ କାଢ଼ି ବେକରେ ରଖିବେ ନାହିଁ
03:52 ତାଙ୍କର କଚଟି ଶିଶୁର କାନ୍ଧ ମଝିରେ ରହିବା ଉଚିତ
03:56 ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ ନୁହେଁ
04:04 ଏଥିରୁ ସ୍ତନ୍ୟପାନ ସମୟରେ ଶିଶୁକୁ ଆରାମ ମିଳିବ
04:08 ତା’ପରେ ଚାଲନ୍ତୁ ଶିଖିବା, ଶିଶୁର ଶରୀରକୁ ରଖିବାର ସଠିକ୍ ସ୍ଥିତି
04:15 ଶିଶୁର ପେଟ ମା’ଙ୍କ ଶରୀରରେ ସାମାନ୍ୟ ଚାପି ହୋଇରହିବା ଆବଶ୍ୟକ
04:20 ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ
04:26 ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
04:32 ଦ୍ଵିତୀୟ କଥା ହେଉଛି, ଶିଶୁର ଶରୀରକୁ ସିଧା କରି ରଖିବା
04:37 ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳ ରେଖାରେ ରୁହେ
04:43 କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ସମୟରେ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି
04:50 ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବାରେ ଅସୁବିଧା ହୋଇଥାଏ
04:55 ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
05:01 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ
05:05 ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ
05:10 ମା’, ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସାହାରା ଦେବା ଆବଶ୍ୟକ
05:14 ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁକୁ ଅନେକ କଷ୍ଟ କରିବାକୁ ପଡ଼ିବ
05:22 ତା’ପରେ ଚାଲନ୍ତୁ, ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
05:28 ଶିଶୁର ନାକ ସ୍ତନର ଅଗ୍ରଭାଗ ସହିତ ଗୋଟିଏ ରେଖାରେ ରହିବ
05:33 ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ
05:38 ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋଇଥାଏ
05:45 ଯେଉଁ କାରଣରୁ ସେ ତଳ ମାଢ଼ିକୁ ବ୍ୟବହାର କରି ଅଧିକ କ୍ଷୀର ପିଇପାରିବ
05:51 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ସ୍ତନର ଅଗ୍ରଭାଗ ଚାରିପଟେ ଥିବା ଗାଢ଼ କଳା ଅଂଶ
05:57 ବର୍ତ୍ତମାନ ଶିଶୁଟିର ସଠିକ୍ ସ୍ଥିତି ରହିଛି, ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା
06:04 ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ
06:12 ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ଡାହାଣ ହାତକୁ ବ୍ୟବହାର କରିବେ
06:19 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ଅଗ୍ରଭାଗକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:31 ମା’ ଏହି ଘଣ୍ଟାରେ 9ଟା ବାଜିଥିବା ପୋଜିଶନ୍ରେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍
06:38 ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 3ଟା ବାଜିବା ପୋଜିଶନ୍‌ରେ ରହିବା ଉଚିତ୍
06:46 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ

କାହିଁକି?

06:51 ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:56 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ପାଟି ଓ ଓଠ ହରିଯଣ୍ଟାଲୀ ଖୋଲିଥାଏ
07:02 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ
07:08 ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି
07:12 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‌କୁ ଭର୍ଟିକଲୀ ଧରି ରଖିବା, ତେବେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
07:19 ସେହିପରି ଶିଶୁର ଓଠର ଦିଗକୁ ଦେଖନ୍ତୁ
07:25 ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛନ୍ତି. ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବେ
07:34 ଏହା ଦ୍ଵାରା ଶିଶୁକୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ
07:39 ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ
07:50 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
08:00 ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ
08:07 ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ
08:12 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠିର ଦୂରତା
08:20 ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
08:29 ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:35 ବରଂ ଅଧିକ କ୍ଷୀର ବାହାରିବା ପାଇଁ ଆରିଓଲାର ନିମ୍ନରେ ଅଂଶରେ ଥିବା କ୍ଷୀର ନାଳୀଗୁଡ଼ିକ ଉପରେ ମଧ୍ୟ ଚାପ ଦେବେ ଏବଂ
08:42 ଶିଶୁ ଗଭୀର ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
08:49 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ନାକ ଥିବା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ
08:59 ଏବଂ ତାଙ୍କର ଦୁଇଟି ଆଙ୍ଗୁଠି ଶିଶୁର ଓଠ ଥିବା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଦରକାର
09:09 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
09:13 ବଡ଼ା ପାଓ କିମ୍ବା ବର୍ଗର୍‌କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
09:21 ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ
09:28 ଏହା ଦ୍ଵାରା ଶିଶୁକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ
09:34 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ
09:39 V ଆକାରର ଚାପରୁ ମା’ଙ୍କୁ କଷ୍ଟ ହେବ ଏବଂ ଶିଶୁକୁ କମ୍ କ୍ଷୀର ମିଳିବ
09:45 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
09:52 ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ସ୍ଥାନାନ୍ତରିତ ହୋଇଯିବ ଏବଂ ଏହା ଦ୍ଵାରା ଭଲ ଆଟଚମେଣ୍ଟ ରହିବ ନାହିଁ
10:00 ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣିବେ ନାହିଁ
10:08 ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ
10:12 ବର୍ତ୍ତମାନ ଶିଶୁଟି କ୍ରସ୍ କ୍ରେଡଲ୍ ହୋଲ୍ଡରେ ରହିଛି ଏବଂ ଶିଶୁଟି ସୁରକ୍ଷିତ ଭାବେ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ ଅଟେ
10:18 ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ସମାନ ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
10:24 ଶିଶୁଟିକୁ ଥରେ ସଠିକତାର ସହ ଦୃଢ଼ ଭାବେ ଧରି ରଖିଲେ ଏବଂ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ ମା’ ସ୍ତନକୁ ହାତରୁ ଛାଡିଦେବା ଆବଶ୍ୟକ ଏବଂ ସପୋର୍ଟ ଦେବାପାଇଁ ହାତକୁ ଶିଶୁର ପିଠି ଉପରେ ରଖନ୍ତୁ
10:40 ଏହି ପୋଜିଶନ୍‌ରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଆବଶ୍ୟକ
10:46 ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ
10:50 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep