Health-and-Nutrition/C2/Cradle-Hold-for-Breastfeeding/Oriya

From Script | Spoken-Tutorial
Revision as of 23:21, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, ସ୍ତନ୍ୟପାନ ପାଇଁ କ୍ରେଡଲ୍ ହୋଲ୍‌ଡ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା:
00:09 ସ୍ତନ୍ୟପାନ ପାଇଁ ମା’ ଶିଶୁକୁ ସଠିକ୍ ରୂପେ ଧରିବାର କୌଶଳକୁ ଚୟନ କରିବା,
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ
00:18 କ୍ରେଡଲ୍ ହୋଲ୍‌ଡ କିପରି କରାଯାଏ
00:22 ଚାଲନ୍ତୁ ଆରମ୍ଭ କରିବା.

ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. ପୂର୍ବ ଟ୍ୟୁଟୋରିଆଲ୍‌ରେ ଆଲୋଚନା କରାଯାଇଥିବା ଭଳି - ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି,

00:39 ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିଥାନ୍ତି
00:45 ପିଲାଟି ମା’ଙ୍କର ସ୍ତନରେ ସମ୍ପୂର୍ଣ୍ଣ ଭାବେ ଲାଗି ରହିବା ପାଇଁ ସକ୍ଷମ ହୋ‍ଇଥାଏ ଏବଂ
00:50 ପର୍ଯ୍ୟାପ୍ତ କ୍ଷୀର ପିଇପାରିଥାଏ
00:54 ଚାଲନ୍ତୁ, ଏହି ଧରିବା ପଦ୍ଧତି ମଧ୍ୟରୁ କ୍ରାଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା
00:59 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜର ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋ‍ଇବେ
01:05 ଏବଂ ଭଲ ଭାବରେ ଶୁଖାଇବେ
01:10 ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବା ଉଚିତ୍
01:15 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋ‍ଇଥାଏ
01:22 ତେଣୁ, ସେମାନଙ୍କର ଦୈନିକ ପାଣି ପିଇବା ପରିମାଣରେ ବୃଦ୍ଧି ହେବା ଆବଶ୍ୟକ
01:27 ତା’ପରେ, ଚାଲନ୍ତୁ ମା’ଙ୍କର ପୋଜିଶନ୍ ବିଷୟରେ ଆଲୋଚନା କରିବା
01:31 ମା’ ଚଟାଣରେ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ
01:36 କିମ୍ବା ଗୋଟିଏ ଚୌକିରେ ଗୋଡ଼କୁ ସିଧାକରି ବସିବେ
01:41 ଯଦି ଚୌକିର ଉଚ୍ଚତା ଅଧିକ ହୋ‍ଇଥାଏ ଏବଂ ପାଦ ଚଟାଣରେ ନ ଲାଗିବା ସ୍ଥଳେ,
01:47 ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖି ତାଉପରେ ପାଦ ରଖିପାରିବେ
01:53 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ନିଶ୍ଚିତ ରୂପେ ସିଧା ହୋ‍ଇ ବସନ୍ତୁ,
02:00 ତାଙ୍କର କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋ‍ଇ ରହିବ ନାହିଁ
02:05 ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ ସେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
02:12 ବର୍ତ୍ତମାନ ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ
02:18 ନିଜର ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
02:25 ଆରାମରେ ବସିବା ପରେ, ପିଲାଟିକୁ ମା’ ପାଖକୁ ଆଣନ୍ତୁ
02:29 ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି ସେହି କଡ଼ର ହାତରେ ସେ ଶିଶୁକୁ ଧରିବେ
02:37 ସେହି ହାତର ବଙ୍କା ହୋ‍ଇଥିବା କହୁଣୀ ଅଂଶରେ ଶିଶୁର ମୁଣ୍ଡ ନିଶ୍ଚିତ ରୂପେ ଆରାମଦାୟକ ଅବସ୍ଥାରେ ରହିବା ଆବଶ୍ୟକ
02:44 ସେହି ସମାନ ବାହୁରେ ମା’ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ
02:51 ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି.
02:56 ତେଣୁ ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ
03:04 ଡାହାଣ ହାତର ବଙ୍କା ହୋ‍ଇଥିବା କହୁଣିରେ ଶିଶୁର ମୁଣ୍ଡ ରହିଛି
03:10 ଯଦି ଶିଶୁଟିକୁ ଧରିବା ପାଇଁ ମା’ ଅତିରିକ୍ତ ସହାୟତା ଆବଶ୍ୟକ କରନ୍ତି ତେବେ, ସେ ଶିଶୁର ପଛ ପଟେ ନିଜର କୋଳ ଉପରେ ଗୋଟିଏ ତକିଆ ରଖିପାରିବେ
03:19 ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
03:25 ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
03:30 ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
03:36 ତା’ପରେ ଶିଶୁର ଶରୀରରକୁ ସଠିକ୍ ପୋଜିସନ୍‌ରେ ରଖିବା ବିଷୟରେ ଜାଣିବା
03:42 ଶିଶୁର ପେଟ ଉପରେ ମା’ଙ୍କ ଶରୀରର ସାମାନ୍ୟ ଚାପ ପଡ଼ିବା ଆବଶ୍ୟକ
03:47 ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସେତେ ସହଜ ହେବ
03:54 ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
04:00 ତା’ପରେ ଦ୍ଵିତୀୟ ଜରୁରୀ କଥା ହେଉଛି, ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସେ କିପରି ଧରିରଖିବେ
04:08 ଆପଣ ଲକ୍ଷ୍ୟ କରିଥିବେ ଯେ, ଆମେ ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାନ୍ତି
04:16 କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ ଅନେକ ମା’ଙ୍କ ଦ୍ଵାରା ଶିଶୁର ମୁଣ୍ଡ ଗୋଟିଏ କଡ଼କୁ ଢ଼ଳି କରି ରଖିଥିବା ଦେଖାଯାଏ
04:23 ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେ ନାହିଁ
04:28 ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
04:35 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋ‍ଇଥାଏ
04:41 ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ପୋଜିଶନ୍‍ରେ ରଖିବା
04:46 ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ସପୋର୍ଟ ଦେବା ଆବଶ୍ୟକ
04:51 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋ‍ଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
04:58 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍‌କୁ ଦେଖିବା
05:03 ଶିଶୁର ନାକ ସ୍ତନର ଅଗ୍ରଭାଗ ସହିତ ଗୋଟିଏ ଲାଇନ୍‍ରେ ରହିବ
05:07 ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ
05:13 ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋ‍ଇଥାଏ
05:19 ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ
05:26 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ସ୍ତନର ଅଗ୍ରଭାଗର ଚାରିପଟେ ଥିବା ଗାଢ଼ କଳା ଅଂଶ
05:32 ବର୍ତ୍ତମାନ ଶିଶୁଟି ସଠିକ୍ ପୋଜିଶନ୍‍ରେ ରହିଛି,
05:35 ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା
05:39 ଖାଲି ଥିବା ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ
05:48 ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିବେ
05:55 ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ଅଗ୍ରଭାଗକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:04 ମା’ ଏହି ଘଣ୍ଟାରେ 3ଟା ବାଜିଥିବା ପୋଜିଶନ୍‍ରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍
06:10 ତାଙ୍କର ଡାହାଣ ତର୍ଜନି ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ପୋଜିଶନ୍‍ରେ ରହିବା ଉଚିତ୍
06:18 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋ‍ଇ ରହିବା ଆବଶ୍ୟକ

କାହିଁକି?

06:25 ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:30 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲି ଖୋଲିଥାଏ
06:35 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲି ଧରି ରଖୁ
06:40 ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି
06:46 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‍କୁ ଭର୍ଟିକାଲି ଧରି ରଖିବା ତେବେ, ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
06:53 ସେହିପରି ଶିଶୁର ଓଠର ଡାଇରେକ୍ସନ୍‍କୁ ଦେଖନ୍ତୁ

ଏଠାରେ ଓଠଗୁଡ଼ିକ ଭର୍ଟିକାଲି ଅଛନ୍ତି

07:00 ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକାଲି ରହିବେ
07:06 ଏହା ଦ୍ଵାରା ଶିଶୁକୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ
07:13 ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତିତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ
07:23 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା ତେବେ, ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
07:34 ଯଦି ଆମେ ଏହାକୁ ବହୁତ ଦୂରରୁ ଧରିବା ତେବେ, ଆମ ପାଟି ମଧ୍ୟରେ ଫିଟ୍ ହେବା ପାଇଁ ଏହା ସଠିକ୍ ଆକାରରେ ରହିବ ନାହିଁ
07:41 ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ
07:47 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠିର ଦୂରତା
07:55 ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
08:05 ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:11 ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନରେ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ
08:17 ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ ଅଟେ
08:23 ମା’ଙ୍କର ବୁଢ଼ା ଆଙ୍ଗୁଠି ସେହି ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ଓଠ ରହିଥିବ
08:30 ଏବଂ ତାଙ୍କର ଦୁଇଟି ଆଙ୍ଗୁଠି ସେହି ସ୍ତନର କଡ଼ରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ନାକ ରହିଥିବ
08:36 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
08:41 ବଡ଼ା ପାଓ କିମ୍ବା ବର୍ଗର୍‍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
08:48 ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ବେବା ଆବଶ୍ୟକ
08:54 ଏହା ଦ୍ଵାରା ଶିଶୁକୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ
09:01 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ଦେବେ ନାହିଁ
09:07 V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
09:14 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
09:21 ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ସ୍ଥାନାନ୍ତର ହୋ‍ଇଯିବ ଏବଂ
09:27 ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ
09:32 ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ
09:39 ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ
09:43 ବର୍ତ୍ତମାନ ଶିଶୁଟି କ୍ରାଡଲ୍ ହୋଲ୍ଡରେ ରହିଛି ଏବଂ ଶିଶୁଟି ସ୍ତନ୍ୟପାନ ପାଇଁ ପ୍ରସ୍ତୁତ ଅଟେ
09:49 ସ୍ତନ ସହିତ ଶିଶୁର ସଠିକ ଆଟାଚ୍‌ମେଣ୍ଟକୁ ସମାନ ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି
09:58 ଶିଶୁକୁ ସଠିକତାର ସହ ଧରିଲେ ଏବଂ ଯଦି ସ୍ତନ ଅଧିକ ଓଜନ ନ ହୋ‍ଇଥାଏ ତେବେ
10:05 ମା’ ସ୍ତନକୁ ହାତରୁ ଛାଡିଦେବା ଆବଶ୍ୟକ ଏବଂ
10:09 ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖନ୍ତୁ
10:14 ଏହି ପୋଜିଶନ୍‍ରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଆବଶ୍ୟକ
10:21 ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ
10:26 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
10:29 ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep