Difference between revisions of "Health-and-Nutrition/C2/Cradle-Hold-for-Breastfeeding/Oriya"

From Script | Spoken-Tutorial
Jump to: navigation, search
Line 37: Line 37:
 
|-
 
|-
 
|00:45
 
|00:45
|
 
 
| ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ  
 
| ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ  
  

Revision as of 18:47, 20 August 2019

Time
Narration
00:01 ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରେଡଲ୍ ହୋଲ୍ଡ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:09 ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ,
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ
00:18 କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ
00:22 ଚାଲନ୍ତୁ ଆରମ୍ଭ କରିବା.

ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି - ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି,

00:39 ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ
00:45 ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ
00:50 ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ
00:54 ଚାଲନ୍ତୁ, ଆମେ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା
00:59 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋଇବେ
01:05 ଏବଂ ଭଲ ଭାବରେ ଶୁଖାଇବେ
01:10 ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବେ
01:15 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ
01:22 ତେଣୁ, ତାଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ
01:27 ତା’ପରେ, ଚାଲନ୍ତୁ ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା
01:31 ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ
01:36 କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ
01:41 ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ,
01:47 ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ
01:53 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ,
02:00 କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ
02:05 ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
02:12 ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ
02:18 ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
02:25 ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ
02:29 ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି, ସେହି ପଟେ ଶିଶୁକୁ ଧରିବେ
02:37 ସେହି ହାତର କହୁଣୀରେ ଶିଶୁର ମୁଣ୍ଡ ଆରାମଦାୟକ ଅବସ୍ଥାରେ ରହିବ
02:44 ସେହି ବାହୁରେ ମା’ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ
02:51 ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି.
02:56 ତେଣୁ, ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ
03:04 ଡାହାଣ ହାତର କହୁଣୀରେ ଶିଶୁର ମୁଣ୍ଡ ରହିଛି
03:10 ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ
03:19 ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
03:25 ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
03:30 ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
03:36 ତା’ପରେ ଶିଶୁର ଶରୀରରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା
03:42 ଶିଶୁର ପେଟ ଉପରେ ମା’ଙ୍କ ଶରୀରର ସାମାନ୍ୟ ଚାପ ପଡ଼ିବା ଆବଶ୍ୟକ
03:47 ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ
03:54 ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
04:00 ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
04:08 ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ
04:16 କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି
04:23 ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେନାହିଁ
04:28 ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
04:35 ଏହାଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ
04:41 ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ
04:46 ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ଧରିବା ଦରକାର
04:51 ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
04:58 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
05:03 ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ
05:07 ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ
05:13 ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ
05:19 ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
05:26 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକର ଚାରିପଟେ ଥିବା ଗାଢ଼ କଳା ଅଂଶ
05:32 ବର୍ତ୍ତମାନ ଶିଶୁଟି ସଠିକ୍ ସ୍ଥିତିରେ ରହିଛି,
05:35 ଚାଲନ୍ତୁ ସ୍ତନକୁ ଧରିବା ବିଷୟରେ ଜାଣିବା
05:39 ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ
05:48 ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିଛନ୍ତି
05:55 ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:04 ଘଣ୍ଟାରେ 3ଟା ବାଜିଥିବା ସ୍ଥିତିରେ ମା’ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ
06:10 ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ସ୍ଥିତିରେ ରହିବ
06:18 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ

କାହିଁକି?

06:25 ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:30 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ
06:35 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ
06:40 ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି
06:46 ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିଲେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
06:53 ସେହିପରି ଶିଶୁର ଓଠକୁ ଦେଖନ୍ତୁ

ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛି

07:00 ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବ
07:06 ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ
07:13 ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ
07:23 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
07:34 ଏହାକୁ ବହୁତ ଦୂରରୁ ଧରିରଖିଲେ, ପାଟି ମଧ୍ୟରେ ତାହା ଠିକ ଭାବେ ଖାପ ହେବ ନାହିଁ
07:41 ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ
07:47 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି
07:55 ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେ ନାହିଁ
08:05 ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:11 ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ
08:17 ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
08:23 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଦରକାର
08:30 ଏବଂ ତାଙ୍କର ଦୁଇଟି ଆଙ୍ଗୁଠି, ଶିଶୁର ନାକ ଥିବା ସ୍ତନର କଡ଼ରେ ରହିବା ଆବଶ୍ୟକ
08:36 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
08:41 ବଡ଼ା ପାଓ କିମ୍ବା ବର୍ଗର୍‌କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
08:48 ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବେ
08:54 ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ
09:01 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ
09:07 V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
09:14 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
09:21 ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ
09:27 ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ
09:32 ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ
09:39 ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ
09:43 ବର୍ତ୍ତମାନ, ଶିଶୁଟି କ୍ରେଡଲ୍ ହୋଲ୍ଡରେ ରହିବା ସହ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ
09:49 ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
09:58 ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ
10:05 ମା’ ସ୍ତନରୁ ହାତ କାଡ଼ିଦେବେ ଏବଂ
10:09 ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖିବେ
10:14 ଏହି ସ୍ଥିତିରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଦରକାର
10:21 ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ
10:26 ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ
10:29 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep