Health-and-Nutrition/C2/Complementary-food-for-6-to-24-month-old-babies/Oriya

From Script | Spoken-Tutorial
Revision as of 07:16, 6 August 2020 by Pradeep (Talk | contribs)

Jump to: navigation, search
Time
Narration
00:00 "6 ରୁ 24 ମାସର ଶିଶୁମାନଙ୍କ ପାଇଁ ପରିପୂରକ ଖାଦ୍ୟ” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଅଲରେ ଆମେ ଘରେ ତିଆରି କରାଯାଇଥିବା ପୁଷ୍ଟିକର ପରିପୂରକ ଖାଦ୍ୟ ବିଷୟରେ ଶିଖିବା
00:16 ଆମେ ଏହାର ପରିମାଣ,
00:18 ପ୍ରକାର,
00:20 ଓ ବାରମ୍ୱାରତା ବିଷୟରେ ଆଲୋଚନା କରିବୁ
00:23 ଗୋଟିଏ 6 ମାସର ଶିଶୁ ପାଇଁ ପରିପୂରକ ଖାଦ୍ୟ ସହିତ ଆସନ୍ତୁ ଆରମ୍ଭ କରିବା
00:29 ମନେରଖନ୍ତୁ, ଶିଶୁଟିକୁ 6 ମାସ ପୂରିବା ପରେ ହିଁ ପରିପୂରକ ଖାଦ୍ୟ ଆରମ୍ଭ କରାଯିବା ଉଚିତ
00:38 ଶିଶୁର ପ୍ରଥମ ଆହାର କେବଳ ଗୋଟିଏ ଖାଦ୍ୟରୁ ପ୍ରସ୍ତୁତ ଚକଟା କିମ୍ୱା ଭର୍ତ୍ତା ହୋଇଥିବା ଦରକାର
00:46 ଏହି ଆହାର ପାଇଁ ବ୍ୟବହାର କରାଯାଇପାରିବା ଖାଦ୍ୟର କିଛି ଉଦାହରଣ ଆସନ୍ତୁ ଦେଖିବା
00:52 ଗୋଟା ମଞ୍ଜି, ଯେପରି ଗଜା ହୋଇଥିବା, ସିଝାଯାଇ ବଟା ଯାଇଥିବା ଚଣାକୁ ବ୍ୟବହାର କରାଯାଇପାରିବ
01:00 ଗଜା ହୋଇଥିବା, ସିଝାଯାଇ ବଟା ଯାଇଥିବା ମାଣ୍ଡିଆ ମଧ୍ୟ ବ୍ୟବହାର କରାଯାଇପାରିବ
01:07 ବତୁରା ଯାଇଥିବା, ସିଝାଇ ବଟା ଯାଇଥିବା ମୁଗ ଡାଲି ବ୍ୟବହାର କରାଯାଇପାରିବ
01:16 ସିଝାଇ ଚକଟା ଯାଇଥିବା ଅଣ୍ଡା, ଚିକେନ୍, ମାଛ ଭଳି ଆମିଷ ଖାଦ୍ୟକୁ ମଧ୍ୟ ବ୍ୟବହାର କରାଯାଇପାରିବ
01:25 ସେଗୁଡ଼ିକ ମଧ୍ୟରୁ ଯେଉଁଟିକୁ ଆପଣ ଭର୍ତ୍ତା କରିବା ପାଇଁ ବାଛିପାରିବେ
01:30 ଏଠାରେ, ପ୍ରଥମ ଖାଦ୍ୟ ଭାବରେ ଗଜା ହୋଇଥିବା, ସିଝାଇ ଚକଟା ଯାଇଥିବା ରାଜମାର ଚୟନ କରାଯାଇଛି
01:38 ଯଦି ଆବଶ୍ୟକ ହୁଏ, ତେବେ ଭର୍ତ୍ତା କରିବା ପାଇଁ ସାମାନ୍ୟ ସ୍ତନ କ୍ଷୀର ମିଶାନ୍ତୁ
01:45 ଯଦି ସ୍ତନ କ୍ଷୀର ଉପଲବ୍ଧ ନ ହୁଏ, ତେବେ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ବ୍ୟବହାର କରନ୍ତୁ
01:53 ଚକଟା ବା ଭର୍ତ୍ତାର ସମାନତା ନିହାତି ଜରୁରୀ ଅଟେ
01:59 ତାହା, ଚାମଚରେ ରହିଲା ଭଳି ବହଳା ହେବା ଆବଶ୍ୟକ, ଚାମଚରୁ ପଡ଼ିଯାଉନଥିବ
02:06 ପ୍ରଥମ ଦିନରେ ଶିଶୁର ପ୍ରଥମ ଭୋଜନ ପାଇଁ 1 ଟେବଲ୍ ଚାମଚ ଖାଦ୍ୟ ଖୁଆନ୍ତୁ
02:14 ସେହି ଦିନ ଶିଶୁର ଦ୍ୱିତୀୟ ଭୋଜନ ପାଇଁ ପ୍ରଥମ ଖାଦ୍ୟର ଆଉ ଗୋଟିଏ ଟେବଲ୍ ଚାମଚ ଖାଦ୍ୟ ଖୁଆନ୍ତୁ
02:21 ପ୍ରଥମ ଦିନର ଏହି ଦୁଇଟି ଭୋଜନ ସହିତ ଶିଶୁକୁ ପର୍ଯ୍ୟାପ୍ତ ସ୍ତନ୍ୟପାନ କରାନ୍ତୁ
02:29 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଏହି ଟ୍ୟୁଟୋରିଅଲରେ ବ୍ୟବହୃତ ଟେବଲ୍ ଚାମଚରେ ପ୍ରାୟ 15 ଗ୍ରାମ ଖାଦ୍ୟ ରହିଥାଏ
02:37 ଦ୍ୱିତୀୟ ଦିନରେ ସେହି ସମାନ ଖାଦ୍ୟର 2 ଚାମଚ ଖୁଆନ୍ତୁ
02:44 ସେହି ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ
02:50 ତୃତୀୟ ଦିନରେ, ପ୍ରତ୍ୟେକ ଭୋଜନରେ ସେହି ସମାନ ଖାଦ୍ୟର 3 ଚାମଚ ଖୁଆନ୍ତୁ
02:57 ସେହି ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ
03:03 4ର୍ଥ ଦିନରେ ଦ୍ୱିତୀୟ ନୂଆ ଖାଦ୍ୟ ଆରମ୍ଭ କରନ୍ତୁ
03:09 ଯେକୌଣସି ଖାଦ୍ୟ ବର୍ଗରୁ ଗୋଟିଏ ନୂଆ ପୋଷଣରେ ଭରା ଆହାର ବାଛନ୍ତୁ
03:15 ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଖାଦ୍ୟ ବର୍ଗ ବିଷୟରେ ବ୍ୟାଖ୍ୟା କରାଯାଇଛି
03:22 ଏଠାରେ, ଦ୍ୱିତୀୟ ଖାଦ୍ୟ ଭାବରେ ଗଜା ହୋଇଥିବା, ସିଝାଇ ଚକଟା ଯାଇଥିବା ମାଣ୍ଡିଆର ଚୟନ କରାଯାଇଛି
03:30 ଏହି ଖାଦ୍ୟକୁ ସ୍ତନ କ୍ଷୀର କିମ୍ୱା ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ସାହାଯ୍ୟରେ ବହଳା ପେଷ୍ଟ ତିଆରି କରନ୍ତୁ
03:38 ଭୋଜନ ପିଛା ଦ୍ୱିତୀୟ ଖାଦ୍ୟର ଗୋଟିଏ ଟେବଲ୍ ଚାମଚରୁ ଆରମ୍ଭ କରନ୍ତୁ
03:44 ପ୍ରଥମ ଖାଦ୍ୟର 3 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ
03:50 ପ୍ରତ୍ୟେକ ଭୋଜନରେ ଖାଦ୍ୟ ପେଷ୍ଟର ମୋଟ 4 ଟେବଲ୍ ଚାମଚ ଦିଆଯିବା ଦରକାର
03:57 ଚତୁର୍ଥ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ
04: 03 ପଞ୍ଚମ ଦିନରେ, ଦ୍ୱିତୀୟ ଖାଦ୍ୟର ପରିମାଣକୁ ଭୋଜନ ପିଛା 2 ଟେବଲ୍ ଚାମଚକୁ ବୃଦ୍ଧି କରନ୍ତୁ
04:11 ପ୍ରତ୍ୟେକ ଭୋଜନରେ ପ୍ରଥମ ଖାଦ୍ୟର 2 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ
04:18 ପଞ୍ଚମ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ
04:24 ଷଷ୍ଠ ଦିନରେ, ଦ୍ୱିତୀୟ ଖାଦ୍ୟର ପରିମାଣକୁ ଭୋଜନ ପିଛା 3 ଟେବଲ୍ ଚାମଚକୁ ବୃଦ୍ଧି କରନ୍ତୁ
04:32 ପ୍ରତ୍ୟେକ ଭୋଜନରେ ପ୍ରଥମ ଖାଦ୍ୟର 1 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ
04:39 ଷଷ୍ଠ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ
04:45 ସପ୍ତମ ଦିନରେ, ତୃତୀୟ ନୂଆ ପୋଷଣରେ ଭରା ଖାଦ୍ୟ ଦେବା ଆରମ୍ଭ କରନ୍ତୁ
04:53 ଏହି ଛବିରେ, ତୃତୀୟ ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ ଅଣ୍ଡା ନିଆଯାଇଛି
04:59 ଭୋଜନ ପିଛା ତୃତୀୟ ଖାଦ୍ୟର ଗୋଟିଏ ଟେବଲ୍ ଚାମଚରୁ ଆରମ୍ଭ କରନ୍ତୁ
05:05 ପ୍ରଥମ ଓ ଦ୍ୱିତୀୟ ଖାଦ୍ୟରର 3 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ
05:12 ପ୍ରତ୍ୟେକ ଭୋଜନରେ ଖାଦ୍ୟ ପେଷ୍ଟର ମୋଟ 4 ଟେବଲ୍ ଚାମଚ ଦିଆଯିବା ଦରକାର
05:19 ସପ୍ତମ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ
05:25 ଧୀରେ ଧୀରେ ତୃତୀୟ ଖାଦ୍ୟର ପରିମାଣକୁ ବଢ଼ାଇ ଭୋଜନ ପିଛା 3 ଟେବଲ୍ ଚାମଚ କରନ୍ତୁ
05:33 ସର୍ବଦା ସମସ୍ତ ପୂର୍ବବର୍ତ୍ତୀ ଭର୍ତ୍ତା ସହିତ ଏହାକୁ ଦିଅନ୍ତୁ
05:38 ପ୍ରତ୍ୟେକ ଭୋଜନରେ ଖାଦ୍ୟ ଭର୍ତ୍ତାର ମୋଟ 4 ଟେବଲ୍ ଚାମଚ ଖୁଆନ୍ତୁ
05:45 ସ୍ତନ୍ୟପାନ ସହିତ 6 ମାସର ଶିଶୁକୁ ଦିନକୁ ଏହିପରି 2 ଟି ଭୋଜନ ଦିଅନ୍ତୁ
05:53 ସେହିଭଳି, ଦଶମ ଦିନରେ 4ର୍ଥ ନୂଆ ପୁଷ୍ଟିକର ଖାଦ୍ୟ ଭର୍ତ୍ତା ଦିଅନ୍ତୁ
06:00 ଏହି ଛବିରେ, ମାଛ ନିଆଯାଇଛି ଚତୁର୍ଥ ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ
06:07 ତା’ପରେ, ପଞ୍ଚମ ନୂଆ ଖାଦ୍ୟ ଦିଅନ୍ତୁ ଏବଂ ଏହିପରି କରିଚାଲନ୍ତୁ
06:14 ପ୍ରତ୍ୟେକ ଚତୁର୍ଥ ଦିନରେ ଗୋଟିଏ ନୂଆ ଖାଦ୍ୟ ଯୋଡ଼ୁଥା’ନ୍ତୁ
06:19 ଶିଶୁ ସମସ୍ତ ଖାଦ୍ୟ ବର୍ଗରୁ ବିଭିନ୍ନ ପ୍ରକାରର ଖାଦ୍ୟ ନ ଖାଇବା ପର୍ଯ୍ୟନ୍ତ ଜାରି ରଖନ୍ତୁ
06:26 ନୂଆ କ୍ଷୀରୀ ଓ ଡାଲି ଆରମ୍ଭ କରିବା ପରେ ସର୍ବଦା ସେଗୁଡ଼ିକୁ ଶିଶୁର ଆହାରରେ ମିଶାନ୍ତୁ
06:34 6 ମାସ ପରେ ଯଥା ଶୀଘ୍ର ସମ୍ଭବ ଏହିଭଳି ମିଶ୍ରଣ ଦିଅନ୍ତୁ
06:41 ସେଗୁଡ଼ିକ ଗୋଟିଏ ଶିଶୁକୁ ସମ୍ପୂର୍ଣ୍ଣ ପ୍ରୋଟିନ୍ ପ୍ରଦାନ କରିବ
06:46 ବିଭିନ୍ନ କୌଶଳ ବ୍ୟବହାର କରନ୍ତୁ, ଯାହା ଖାଦ୍ୟରୁ ପୁଷ୍ଟିକର ଅବଶୋଷଣକୁ ବଢ଼ାଇଥାଏ
06:53 କେତେକ ଉଦାହରଣ ହେଉଛି ଭାଜିବା, ବତୁରାଇବା, ଅଙ୍କୁରିତ କରିବା, କିଣ୍ୱନ କରିବା ଓ ସିଝାଇବା
07:02 ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଅଲରେ ଏହି କୌଶଳଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରାଯାଇଛି


07:10 ସ୍ୱଚ୍ଛ ଭାବରେ ପ୍ରସ୍ତୁତ ସତେଜ ଘରେ ତିଆରି ଖାଦ୍ୟ ଶିଶୁ ପାଇଁ ସର୍ବୋତ୍ତମ ଅଟେ
07:17 ଯଦି ଶିଶୁ ଖାଦ୍ୟକୁ ସଂରକ୍ଷଣ କରାଯିବାର ଅଛି, ତେବେ ଦୟାକରି ପରାମର୍ଶିତ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ
07:25 ଶିଶୁ ଖାଦ୍ୟର ନିରାପଦ ପ୍ରସ୍ତୁତି ଓ ସଂରକ୍ଷଣ ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି
07:32 ଶିଶୁ ଖାଦ୍ୟର ନିରାପଦ ପରିବେଷଣ ମଧ୍ୟ ସମାନ ଟ୍ୟୁଟୋରିଅଲରେ ଆଲୋଚନା କରାଯାଇଛି
07:39 ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବ୍ ସାଇଟକୁ ଯାଆନ୍ତୁ
07:44 ଏବେ ଆସନ୍ତୁ, 7 ମାସର ଶିଶୁ ପାଇଁ ପରିପୂରକ ଖାଦ୍ୟ ବିଷୟରେ ଆଲୋଚନା କରିବା
07:51 ଏହି ବୟସରେ, ଖାଦ୍ୟର ପରିମାଣକୁ ଧୀରେ ଧୀରେ ଅଧା କପକୁ ବୃଦ୍ଧି କରନ୍ତୁ
07:58 ସ୍ତନ୍ୟପାନ ସହିତ ଦିନ ପିଛା ଭୋଜନର ସଂଖ୍ୟାକୁ 3 କୁ ବୃଦ୍ଧି କରନ୍ତୁ
08:06 ଦୟାକରି ଧ୍ୟାନ ଦିଅନ୍ତୁ, ଏହି ଟ୍ୟୁଟୋରିଅଲରେ 250 ମି.ଲି. କପ୍ ବ୍ୟବହୃତ ହୋଇଛି
08:14 ଏହି ବୟସରେ ଖାଦ୍ୟର ସମାନତା ବଦଳାଇବା ଦରକାର
08:21 7 ମାସର ଶିଶୁକୁ ଦିଆଯାଇଥିବା ଖାଦ୍ୟକୁ ଚକଟା କିମ୍ୱା ବିଣ୍ଡାଳିଆ କରାଯିବା ଉଚିତ
08:28 ଏହିଭଳି ଖାଦ୍ୟର ଗୋଟିଏ ଉଦାହରଣ ହେଉଛି ପଣଶ ମଞ୍ଜି ଖେଚେଡ଼ି
08:33 ଯେତେବେଳେ ଶିଶୁଟି 8 ମାସ ହୋଇଯିବ, ଖାଦ୍ୟ ସଂଖ୍ୟାକୁ ଦିନ ପିଛା 4 କୁ ବୃଦ୍ଧି କରନ୍ତୁ
08:41 ଭୋଜନ ପିଛା ଅଧା କପ୍ ଖାଦ୍ୟ ଦେବା ଜାରି ରଖନ୍ତୁ
08:46 ସ୍ତନ୍ୟପାନ ଜାରି ରଖନ୍ତୁ
08:49 ଏହି ବୟସରେ ଖାଦ୍ୟ ବଟା ଓ ଭର୍ତ୍ତା ଦେବା ବନ୍ଦ କରିଦିଅନ୍ତୁ
08:56 ନରମ ପୁଷ୍ଟିକର ଖାଦ୍ୟ ଖଣ୍ଡ ଦେବା ଆରମ୍ଭ କରନ୍ତୁ
09:01 ଏହିଭଳି ଖାଦ୍ୟର ଗୋଟିଏ ଉଦାହରଣ ହେଉଛି ଗଜା କରାଯାଇ ସିଝାଯାଇଥିବା ଚଣା
09:08 ଯେତେବେଳେ ଶିଶୁଟି 9 ରୁ 11 ମାସ ହେବ, ନରମ କଟା ଖାଦ୍ୟ ଦେବା ଆରମ୍ଭ କରନ୍ତୁ
09:15 କଟା ଖାଦ୍ୟର ଅର୍ଥ ହେଉଛି, ଯାହାକୁ ହାତ ସାହାଯ୍ୟରେ ସିଧାସଳଖ ଖାଇହେବ
09:22 ଏହିଭଳି ଖାଦ୍ୟର ଉଦାହରଣ ହେଉଛି ସିଝା ଅଣ୍ଡା ଓ ସିଝା ପରିବା ଖଣ୍ଡ
09:29 ଏହି ବୟସରେ ଖାଦ୍ୟ ସଂଖ୍ୟାକୁ ଦିନ ପିଛା 5 କୁ ବୃଦ୍ଧି କରନ୍ତୁ
09:35 ପ୍ରତ୍ୟେକ ଭୋଜନରେ ଅଧା କପ୍ ଖାଦ୍ୟ ଦେବା ଜାରି ରଖନ୍ତୁ
09:41 ସ୍ତନ୍ୟପାନ ଜାରି ରଖନ୍ତୁ
09:44 12 ମାସ ପୂରିବା ପରେ, ଶିଶୁଟି ପାରିବାରିକ ଭୋଜନର ଏକ ଅଂଶ ଖାଇବା ଆରମ୍ଭ କରିପାରେ
09:52 ଏହି ବୟସରେ, ଖାଦ୍ୟର ପରିମାଣକୁ ଗୋଟିଏ କପକୁ ବୃଦ୍ଧି କରନ୍ତୁ
09:59 ସ୍ତନ୍ୟପାନ ସମେତ ଦିନକୁ 5 ଟି ଭୋଜନ ଦେବା ଜାରି ରଖନ୍ତୁ
10:05 ଦିନରେ 5 ଟି ଭୋଜନକୁ 3 ଟି ମୁଖ୍ୟ ଭୋଜନ ଏବଂ 2 ଟି ଜଳଖିଆ ଭାବରେ ଦିଆଯାଇପାରେ
10:12 ଜଳଖିଆ ପାଇଁ 1 କପ୍ ପୁଷ୍ଟିକର ଖାଦ୍ୟ ଦେବା ଉଚିତ
10:19 ଫଳ, ଦହୀ, ରନ୍ଧା ଛେନା ଓ ସିଝା ପରିବା ହେଉଛି ଜଳଖିଆର ଉଦାହରଣ
10:28 ରାନ୍ଧିବା ସମୟରେ ପୁଷ୍ଟିକର ବାଦାମ, ମଞ୍ଜି ଓ ପତ୍ର ଗୁଣ୍ଡ ସେଥିରେ ମିଶାନ୍ତୁ
10:36 ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ପୁଷ୍ଟିକର ପାଉଡର୍ ରେସିପି ବିଷୟରେ ବର୍ଣ୍ଣନା କରାଯାଇଛି
10:44 ମନେରଖନ୍ତୁ, ଅତିକମରେ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖନ୍ତୁ
10:51 ଶିଶୁର ପ୍ରଥମ ଜନ୍ମ ଦିନ ପୂର୍ବରୁ ତାକୁ ଚିଙ୍ଗୁଡ଼ି ଓ କଙ୍କଡ଼ା ଖାଇବାକୁ ଦିଅନ୍ତୁ ନାହିଁ
10:58 ଶିଶୁ ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟରେ ଲୁଣ ମଧ୍ୟ ମିଶାନ୍ତୁ ନାହିଁ
11:05 2 ବର୍ଷ ବୟସ ପୂରିବା ପୂର୍ବରୁ, ଶିଶୁକୁ କୌଣସି ପ୍ରକାରର ମିଠା ଦିଅନ୍ତୁ ନାହିଁ
11:13 ଏଥିରେ ରହିଛି ଗୁଡ଼, ମହୁ ଓ ଫଳ ରସ
11:19 ଏଥିସହ ଚାହା, କଫୀ, ଡବା ଖାଦ୍ୟ କିମ୍ବା ପାନୀୟ
11:25 ଏବଂ ବାହାର ଖାଦ୍ୟ ଦିଅନ୍ତୁ ନାହିଁ
11:29 ଶିଶୁର ବୟସ ଅନୁସାରେ ଏହିସବୁ ନିର୍ଦ୍ଦିଷ୍ଟ ପରିପୂରକ ଆହାର ମାର୍ଗଦର୍ଶିକା ଥିଲା
11:36 ସବୁ ବୟସର ଶିଶୁମାନଙ୍କ ପାଇଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଖାଇବା ନିର୍ଦ୍ଦେଶାବଳୀ ରହିଛି
11:43 ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଅଲରେ ସେଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରାଯାଇଛି
11:50 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep