Health-and-Nutrition/C2/Breast-crawl/Oriya

From Script | Spoken-Tutorial
Revision as of 17:23, 9 August 2019 by Pradeep (Talk | contribs)

Jump to: navigation, search
Time Narration
00:00 ବନ୍ଧୁଗଣ, “ବ୍ରେଷ୍ଟ କ୍ରଲ୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ବ୍ରେଷ୍ଟ କ୍ରଲ୍ କ’ଣ,
00:10 "ବ୍ରେଷ୍ଟ କ୍ରଲ୍" ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ
00:13 "ବ୍ରେଷ୍ଟ କ୍ରଲ୍‌"ର ଗୁରୁତ୍ଵ ବିଷୟରେ ଜାଣିବା
00:18 ଚାଲନ୍ତୁ ପ୍ରଥମେ, "ବ୍ରେଷ୍ଟ କ୍ରଲ୍‌" କ’ଣ ଜାଣିବା?
00:23 ଗୋଟିଏ ଶିଶୁ ଜନ୍ମ ସମୟରୁ ହିଁ ପ୍ରାକୃତିକ ରୂପେ ସ୍ତନ୍ୟପାନ କରିବା ଜାଣିଥାଏ
00:28 ପ୍ରସବର ଠିକ୍ ପରେ, ଶିଶୁକୁ ମା’ର ଖୋଲା ତଳିପେଟ ଉପରେ ରଖିବା ଦ୍ଵାରା ସେ ମା’ର ସ୍ତନକୁ ଖୋଜିପାରେ ଏବଂ ସ୍ତନ୍ୟପାନ ଆରମ୍ଭ କରିଥାଏ
00:40 ଏହି ସମସ୍ତ ପ୍ରକ୍ରିୟାକୁ "ବ୍ରେଷ୍ଟ କ୍ରଲ୍‌" କୁହାଯାଏ
00:46 ଏହା ଧ୍ୟାନ ଦେବା କଥା ଯେ, ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ, ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋଇଥାଏ
00:58 ଏବଂ ଯେଉଁମାନେ ଜନ୍ମ ପରେ ଭଲ ଭାବେ କାନ୍ଦି ଥାଆନ୍ତି
01:03 ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ, ଯେହେତୁ ସେମାନଙ୍କଠାରେ ଅଣନିଶ୍ୱାସୀ ହେବା ଭଳି ଶ୍ଵାସକ୍ରିୟା ସମସ୍ୟା ଦେଖାଦେଇଥାଏ
01:15 ବର୍ତ୍ତମାନ ଆମେ, ବ୍ରେଷ୍ଟ କ୍ରଲ୍‌ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା
01:22 ପ୍ରଥମେ, ପ୍ରସବ କୋଠରୀର ତାପମାତ୍ରା ପାଖାପାଖି 26 ଡିଗ୍ରୀ ସେଲସିୟସ୍ ରହିଥିବା ସୁନିଶ୍ଚିତ କରନ୍ତୁ
01:29 ତା’ପର କାର୍ଯ୍ୟ ହେଉଛି, ମା’ର ଖୋଲା ତଳିପେଟ ଉପରେ ଶିଶୁକୁ ରଖି ସଫା କରିବା
01:35 ସମ୍ପୂର୍ଣ୍ଣ ଶରୀରକୁ ଭଲ ଭାବେ ସଫା କରିବେ, କେବଳ ହାତଗୁଡ଼ିକୁ ଗୋଟିଏ ସଫା ଓ ଶୁଖିଲା କପଡ଼ା ଦ୍ଵାରା ସଫା କରିବେ
01:42 ମନେରଖନ୍ତୁ, ଶିଶୁର ହାତଗୁଡ଼ିକ ଓଦା ରହିବା ଉଚିତ
01:46 ସଫା କରିବା ସମୟରେ ଶିଶୁର ତ୍ଵଚା ଉପରେ ଥିବା ସୁରକ୍ଷାତ୍ମକ ଧଳା ଆବରଣକୁ କଦାପି କାଢ଼ିବେ ନାହିଁ
01:53 ଏହା ଶିଶୁକୁ ଥଣ୍ଡା ଜଳବାୟୁରୁ ସୁରକ୍ଷା ପ୍ରଦାନ କରିଥାଏ
01:56 ଶିଶୁକୁ ସଫା କରିସାରିବା ପରେ ଓଦା କପଡ଼ାକୁ କାଢ଼ିଦିଅନ୍ତୁ
02:01 ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା ଉଚିତ
02:08 ସ୍ପନ୍ଦନ ବନ୍ଦ ହୋଇଗଲେ, ସେ ଫୁଲ ନାଡ଼ଟିକୁ କାଟିଦେବେ
02:13 ତା’ପରେ, ଶିଶୁକୁ ନିଜ ମା’ର ଖୋଲା ତଳିପେଟ ଉପରେ ପୁଣି ଏପରି ଭାବରେ ରଖନ୍ତୁ, ଯେପରି ଶିଶୁର ପେଟ, ମା’ର ପେଟକୁ ଛୁଇଁବ
02:22 ଶିଶୁର ମୁଣ୍ଡକୁ, ମା’ର ସଫା ହୋଇନଥିବା ସ୍ତନଯୁଗଳ ମଧ୍ୟରେ ରଖିବା ଉଚିତ
02:26 ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା ଉଚିତ
02:30 ବର୍ତ୍ତମାନ ଶିଶୁଟି ବ୍ରେଷ୍ଟ କ୍ରଲ୍‌ ପାଇଁ ସଠିକ୍ ଅବସ୍ଥାରେ ରହିଛି
02:37 ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ, ତେଣୁ ସେ ସହଜରେ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରିବ
02:46 ପରବର୍ତ୍ତୀ କାମ ହେଉଛି, ମା’ ଓ ଶିଶୁକୁ ଉଷୁମ୍ ରଖିବା ପାଇଁ ଉଭୟଙ୍କୁ ଏକାଠି ଗୋଟିଏ ଶୁଖିଲା କପଡ଼ା ଦ୍ଵାରା ଘୋଡ଼ାଇ ଦେବା
02:54 ଶିଶୁଟିକୁ ଗୋଟିଏ ଟୋପି ପିନ୍ଧାନ୍ତୁ
02:57 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ ପରବର୍ତ୍ତୀ ଛବିଗୁଡ଼ିକରେ ଟୋପି ଓ କପଡ଼ାକୁ ପ୍ରଦର୍ଶିତ କରିନାହୁଁ
03:04 ଯାହା ଦ୍ଵାରା ବ୍ରେଷ୍ଟ କ୍ରଲ୍‌ ସମୟରେ ଶିଶୁର ଅବସ୍ଥିତିକୁ ସଠିକତାର ସହ ନିରୀକ୍ଷଣ କରିବାରେ ସାହାଯ୍ୟ ମିଳିବ
03:10 ଶିଶୁଟିକୁ ଗୋଟିଏ କପଡ଼ା ଦ୍ଵାରା ଘୋଡ଼ାଇ ଦେବା ପରେ, ମା’ ନିଜ ହାତ ସାହାଯ୍ୟରେ ତାକୁ ପଛପଟୁ ସପୋର୍ଟ ଦେବା ପାଇଁ କୁହନ୍ତୁ
03:18 ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା, ଯାହା ବ୍ରେଷ୍ଟ କ୍ରଲ୍‌ ପାଇଁ ସାହାଯ୍ୟକାରୀ ହୋଇଥାଏ
03:24 ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ ଓ ସ୍ୱାଭାବିକ ଥାଏ
03:29 ତା’ର ସଫା ହୋଇ ନ ଥିବା ହାତର ଗନ୍ଧ, ତାକୁ ଲାଳ ଗଡ଼ାଇବା ପାଇଁ ଉତ୍ତେଜିତ କରିଥାଏ
03:35 ସୀମିତ ଦୃଷ୍ଟିଶକ୍ତି ଥିଲେ ମଧ୍ୟ, ସେ ନିଜ ମା’ର ମୁହଁ ଓ ଚୁଚୁକ ବଳୟକୁ ଦେଖିପାରେ
03:43 ଚୁଚୁକ ବଳୟ ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ ଅଂଶ
03:47 ପରିଣାମସ୍ଵରୂପ, ଶିଶୁଟି ନିଜର ହାତ ଓ ଗୋଡ଼କୁ ବ୍ୟବହାର କରି ଗତି କରିବା ଆରମ୍ଭ କରେ. ସେ ଧୀରେଧୀରେ ନିଜ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରେ
03:57 ହେଲେ, କିଛି ଶିଶୁ ତୁରନ୍ତ ଗୁରୁଣ୍ଡିବା ଆରମ୍ଭ କରିଦିଅନ୍ତି ଏବଂ କେତେକଙ୍କୁ ସମୟ ଲାଗିଥାଏ
04:04 ସ୍ତନ ନିକଟରେ ପହଞ୍ଚିବା ପରେ, ଶିଶୁଟି ପ୍ରଥମେ ସ୍ତନକୁ ନିଜ ହାତରେ ଜାବୁଡ଼ି ଧରିବା ପାଇଁ ଚେଷ୍ଟା କରିଥାଏ
04:12 ସେ ପ୍ରଥମ କରି ସ୍ତନ୍ୟପାନ ଆରମ୍ଭ ନ କରିବା ପର୍ଯ୍ୟନ୍ତ ମା’ ଓ ଶିଶୁକୁ ସେମାନଙ୍କ କାମରେ ବାଧା ଦିଅନ୍ତୁ ନାହିଁ
04:20 ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ ଧରିବାକୁ ପଡ଼ିବ
04:27 ପ୍ରଥମ ସ୍ତନ୍ୟପାନ ପାଇଁ ଗୋଟିଏ ଶିଶୁକୁ ମା’ର ସ୍ତନ ନିକଟରେ ପହଞ୍ଚିବାକୁ ପ୍ରାୟ 30-60 ମିନିଟ୍ ସମୟ ଲାଗିଥାଏ
04:35 ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର ପାଟିକୁ ପୂରାପୂରି ଖୋଲିବା ସହିତ ମା’ର ସ୍ତନ ସହ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ
04:45 ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି ସମୟ ପୂର୍ବାବସ୍ଥାରେ ରଖନ୍ତୁ
04:52 ଏହା ଦ୍ଵାରା ମା’ ଓ ଶିଶୁ ମଧ୍ୟରେ ସମ୍ୱନ୍ଧ ବୃଦ୍ଧି ହୋଇଥାଏ
04:58 ହେଲେ, ଯଦି ମା’ କୌଣସି ଔଷଧ ଖାଇଥାଆନ୍ତି, ତେବେ ଦୟାକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
05:05 ବେଳେବେଳେ ପ୍ରସବ ପରେ ମା’ଙ୍କୁ ପ୍ରସବ କୋଠରୀରୁ ଅନ୍ୟ ଏକ କୋଠରୀକୁ ନିଆଯାଇଥାଏ
05:13 ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ ନିଆଯିବା ପରେ, ପୂର୍ବ ଆଲୋଚିତ ଅନୁସାରେ ତୁରନ୍ତ ଶିଶୁକୁ ମା’ର ତଳିପେଟରେ ରଖି ଉଭୟଙ୍କ ଚର୍ମ ସ୍ପର୍ଶ କରାନ୍ତୁ
05:29 ବର୍ତ୍ତମାନ ଆମେ, ଅସ୍ତ୍ରୋପଚାର ଦ୍ଵାରା ଜନ୍ମ ହୋଇଥିବା ଶିଶୁମାନଙ୍କର “ବ୍ରେଷ୍ଟ କ୍ରଲ୍‌” ବିଷୟରେ ଆଲୋଚନା କରିବା
05:35 ଏଥିପାଇଁ, ଶିଶୁର ଗୋଡ଼ଗୁଡ଼ିକ ମା’ର ମୁଣ୍ଡ ଦିଗରେ ରଖି, ମା’ର ତଳିପେଟ ବଦଳରେ ଛାତି ଉପରେ ଶିଶୁକୁ ରଖନ୍ତୁ
05:47 ଶିଶୁର ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା ଉଚିତ
05:54 ଅପରେଶନ୍ ଥିଏଟର୍‌ରେ ଶିଶୁଟି ଯେତେ ସମୟ ସ୍ତନ୍ୟପାନ କରିପାରିବ, ତାକୁ କରିବାକୁ ଦିଅନ୍ତୁ
05:59 ମନେରଖନ୍ତୁ, ପ୍ରସବର ତୁରନ୍ତ ପରେ ନବଜାତ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ
06:09 ଧ୍ୟାନ ଦିଅନ୍ତୁ ଯେ, “ବ୍ରେଷ୍ଟ କ୍ରଲ୍‌” ପରେ ହିଁ ନବଜାତକୁ ପ୍ରସବ ପରବର୍ତ୍ତୀ ଯତ୍ନ ଦିଆଯିବା ଉଚିତ
06:17 ଏବେ ଆମେ, ନବଜାତ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ଉପରେ ଆଲୋଚନା କରିବା
06:23 ବ୍ରେଷ୍ଟ କ୍ରଲ୍‌ ଦ୍ୱାରା ଶିଶୁଟି ମା’ର ପ୍ରଥମ କ୍ଷୀର ଖାଇପାରିଥାଏ, ଯାହାକୁ କୋଲୋଷ୍ଟ୍ରମ୍ କୁହାଯାଏ
06:29 ଏହା ସାମାନ୍ୟ ହଳଦିଆ ଓ ବହଳିଆ ହୋଇଥାଏ
06:33 ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ ସ୍ତନ୍ୟପାନରେ ଶିଶୁ ପିଉଥିବା କୋଲୋଷ୍ଟ୍ରମ୍‌ର ପରିମାଣ ଧୀରେଧୀରେ ବୃଦ୍ଧି ପାଇଥାଏ
06:43 ଶିଶୁ ପ୍ରଥମ ଦିନରେ 5 ମିଲିଲିଟର୍ ପାନ କରିଥାଏ,
06:47 ଦ୍ଵିତୀୟ ଦିନରେ 10 ମିଲିଲିଟର୍,
06:50 ତୃତୀୟ ଦିନରେ 25 ମିଲିଲିଟର୍,
06:53 ଚତୁର୍ଥ ଦିନରେ 40 ମିଲିଲିଟର୍ ଏବଂ ପଞ୍ଚମ ଦିନରେ 55 ମିଲିଲିଟର୍, ଏହିପରି ପ୍ରତ୍ୟେକ ସ୍ତନରୁ ପ୍ରତ୍ୟେକ ଥର ସ୍ତନ୍ୟପାନ ସମୟରେ ପାନ କରିଥାଏ
07:05 ଗୋଟିଏ ନବଜାତ ଶିଶୁ ପାଇଁ ଏହା ଯଥେଷ୍ଟ ଅଟେ
07:09 ତେଣୁ, ଶିଶୁଟିକୁ କୋଲୋଷ୍ଟ୍ରମ୍ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ଖୁଆଇବା ଉଚିତ ନୁହେଁ
07:15 କୋଲୋଷ୍ଟ୍ରମ୍‌କୁ ଗୋଟିଏ ଶିଶୁ ପାଇଁ ପ୍ରଥମ ଟିକାକରଣ ଭାବେ ଗ୍ରହଣ କରାଯାଏ ଏବଂ ଏଥିରେ ସଂକ୍ରମଣ ପ୍ରତିରୋଧକ ପ୍ରୋଟିନ୍ ଥାଏ, ଯାହା ଗୋଟିଏ ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ
07:27 ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା ଶକ୍ତିର ପ୍ରଥମ ଉତ୍ସ ଅଟେ
07:33 କୋଲୋଷ୍ଟ୍ରମ୍, ଶିଶୁର ରକ୍ତରେ ଶର୍କରା ସ୍ତରକୁ କମ୍ ହେବାକୁ ଦିଏନାହିଁ
07:37 ଅନ୍ୟ ଶାରୀରିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହା ସାହାଯ୍ୟ କରିଥାଏ
07:42 ଏହା ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ
07:46 ଏହା ଶିଶୁକୁ ତା’ର ପ୍ରଥମ ମଳତ୍ୟାଗରେ ସାହାଯ୍ୟ କରିଥାଏ
07:50 ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟାରେ ମା’ ସହିତ ଚର୍ମର ସ୍ପର୍ଶ କାରଣରୁ ଶିଶୁଟି ଉଷୁମ୍ ମଧ୍ୟ ରହିଥାଏ
07:57 ଶିଶୁଟି ନିଜ ମା’ର ସ୍ତନ ସହିତ ନିବିଡ଼ତାର ସହ ଲାଗିରହିବା ନିଜକୁ ନିଜେ ଶିଖିଥାଏ
08:04 ବ୍ରେଷ୍ଟ କ୍ରଲ୍‌ ଦ୍ଵାରା ମା’ର ସୁସ୍ଥ ବ୍ୟାକ୍ଟେରିଆ ଶିଶୁର ଶରୀରକୁ ଯାଇଥାଏ
08:08 ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର ଆନ୍ତକୁ ଯାଇ ସଂକ୍ରମଣରୁ ରକ୍ଷା କରନ୍ତି
08:13 ପରିଶେଷରେ, ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ
08:18 “ବ୍ରେଷ୍ଟ କ୍ରଲ୍‌" ଗୋଟିଏ ଶିଶୁକୁ ସ୍ନେହ ଓ ସୁରକ୍ଷାର ଭାବନା ଦେଇଥାଏ ଏବଂ ମା’ ଓ ଶିଶୁ ମଧ୍ୟରେ ବନ୍ଧନ ଆରମ୍ଭ କରିଥାଏ
08:29 ବ୍ରେଷ୍ଟ କ୍ରଲ୍‌ ଦ୍ଵାରା ମା’ ମଧ୍ୟ ଉପକୃତ ହୁଅନ୍ତି
08:34 ଶିଶୁଟି ଗୋଡ଼ ଚାଳନା କଲେ ମା’ର ଗର୍ଭାଶୟ ଉପରେ ଚାପ ପଡ଼ିଥାଏ. ଏହି ଚାପ ୟୁଟେରିନ୍ ସଂକୁଚନ ଏବଂ ପ୍ଲେସେଣ୍ଟା ନିଷ୍କାସନରେ ସାହାଯ୍ୟ କରିଥାଏ
08:45 ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍‌ର ପରିମାଣରେ ବୃଦ୍ଧି ହୋଇଥାଏ
08:51 ଅକ୍ସିଟୋସିନ୍‌ର ପରିମାଣ ବୃଦ୍ଧି ହେବା ଦ୍ଵାରା ପ୍ଲେସେଣ୍ଟା ନିଷ୍କାସନରେ ମଧ୍ୟ ସାହାଯ୍ୟ ମିଳିଥାଏ
08:56 ଅତଏବ, ବ୍ରେଷ୍ଟ କ୍ରଲ୍‌ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ ମା’ମାନଙ୍କଠାରେ ଦେଖାଦେଉଥିବା ଆନିମିଆକୁ ରୋକିଥାଏ
09:03 ଆନିମିଆ କାରଣରୁ ଲୋହିତ ରକ୍ତ କଣିକାର ପରିମାଣ ହ୍ରାସ ହୋଇଥାଏ
09:08 ଏହା ଦ୍ଵାରା ମା’ମାନେ ହାଲିଆ ଓ ଦୁର୍ବଳତା ଅନୁଭବ କରନ୍ତି
09:13 ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ ଗୋଟିଏ ଉଚ୍ଚ କୋଟୀର ପ୍ରାକୃତିକ ପ୍ରକ୍ରିୟା ଅଟେ
09:21 ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍‌ ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
09:26 ଏହି ଟ୍ୟୁଟୋରିଆଲରେ ଆମେ: ବ୍ରେଷ୍ଟ କ୍ରଲ୍‌ କ’ଣ,
09:30 ବ୍ରେଷ୍ଟ କ୍ରଲ୍‌ ପାଇଁ ଥିବା କାର୍ଯ୍ୟକାରୀ ପ୍ରକ୍ରିୟା ଏବଂ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ବିଷୟରେ ଜାଣିଲେ
09:37 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
09:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
09:49 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:54 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
10:01 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ. ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
10:12 ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep